ଲଣ୍ଡନରେ World Travel Market 2017ରେ ଚମକିଲା ଓଡ଼ିଶା ପର୍ଯ୍ୟଟନ

World Travel Market 2017

World Travel Market 2017


ଲଣ୍ଡନଠାରେ ଅନୁଷ୍ଠିତ ବିଶ୍ୱ ବାଣିଜ୍ୟ ବଜାର-୨୦୧୭ (ଓ୍ୱାଲïର୍ ଟ୍ରାଭେଲ୍ ମାର୍କେଟ୍-୨୦୧୭)ରେ ଓଡ଼ିଶା ପର୍ଯ୍ୟଟନ ଅଂଶଗ୍ରହଣ କରିଛିା ଗତକାଲି ଆରମ୍ଭ ହୋଇଥ#ବା ଏହି ଆୟୋଜନରେ ଓଡ଼ିଶା ପର୍ଯ୍ୟଟନ ପକ୍ଷରୁ ଖୋଲିଥ#ବା ମଣ୍ଡପକୁ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦ୍ଘାଟନ କରିଛନ୍ତିା ଓଡ଼ିଶା ମଣ୍ଡପରେ ସାଂସ୍କୃତିକ ଐତିହ୍ୟ, ବାଲୁକା କଳାକୃତି ସାଙ୍ଗକୁ ଆକର୍ଷଣୀୟ ପର୍ଯ୍ୟଟନ ସାମଗ୍ରୀ ସ୍ଥାନ ପାଇଛିା
ମଣ୍ଡପ ଉଦ୍ଘାଟନ କରି ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ ଓଡ଼ିଶାର ଫଳପ୍ରଦ ପର୍ଯ୍ୟଟନ ନୀତି ସାଙ୍ଗକୁ ଅନ୍ୟାନ୍ୟ ସୁବିଧାସୁଯୋଗ ହେତୁ ବିଦେଶୀ ପର୍ଯ୍ୟଟକ ସଂଖ୍ୟା ପ୍ରତିବର୍ଷ ବୃଦ୍ଧି ପାଉଛିା ଓଡ଼ିଶାରେ ପରିବେଶ ପର୍ଯ୍ୟଟନ, ଧାର୍ମିକ ପର୍ଯ୍ୟଟନ ଓ ଜନଜାତି ପର୍ଯ୍ୟଟନର ବିପୁଳ ସୁଯୋଗ ରହିଥ#ବା ବେଳେ ଏବେ ରାଜ୍ୟ ପକ୍ଷରୁ ରାଜକୀୟ ପର୍ଯ୍ୟଟନ ଓ ସଂଗ୍ରହାଳୟ ପର୍ଯ୍ୟଟନ ଉପରେ ଗୁରୁତ୍ୱ ଦିଆଯାଇଛିା
ଲଣ୍ଡନର ଏକ୍ସେଲ୍ଠାରେ ତିନିଦିନ ପାଇଁ ଆରମ୍ଭ ହୋଇଥ#ବା ଏହି ବାଣିଜ୍ୟ ବଜାରରେ ବିଶ୍ୱର ୧୮୫ଟି ଦେଶର ଜାତୀୟ ପର୍ଯ୍ୟଟନ କର୍ତ୍ତୃପକ୍ଷ, ଆଞ୍ଚଳିକ ଓ ବିଭିନ୍ନ ରାଜ୍ୟର ପର୍ଯ୍ୟଟନ ବୋର୍ଡ, ଏୟାର ଲାଇନ୍ସ&୍, ଘରୋଇ ଉଦ୍ୟୋଗ, ଟୁର ଅପରେଟର୍ସ, ଟ୍ରାଭେଲ ଏଜେଣ୍ଟ, ପର୍ଯ୍ୟଟନ ପରିଚାଳନା କମ୍ପାନୀ, ହୋଟେଲିୟର୍ ଓ ଆନ୍ତର୍ଜାତିକ ସଂସ୍ଥାର ପ୍ରତିନିଧ#ମାନେ ଅଂଶଗ୍ରହଣ କରିଛନ୍ତିା
ଓଡ଼ିଶା ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ଡ. ମୋନା ଶର୍ମା କହିଛନ୍ତି ଯେ ଲଣ୍ଡନ ପର୍ଯ୍ୟଟନ ବଜାରରେ ଓଡ଼ିଶା ବିଶ୍ୱ ଐତିହ୍ୟ ସ୍ଥାନ କୋଣାର୍କ ସମେତ ଜୈବବିବିଧତା ସମ୍ବଳିତ ଚିଲିକା, ଭିତରକନିକା, ସାତକୋଶିଆ ତଥା ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀଗୁଡ଼ିକ ବାବଦରେ ସବିଶେଷ ପ୍ରଚାର କରିବା ଓଡ଼ିଶାର ଉପକୂଳ ପର୍ଯ୍ୟଟନ ଉପରେ ମଧ୍ୟ ଏଠାରେ ଗୁରୁତ୍ୱ ଦିଆଯିବା
ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ବାଲୁକା ଶିଳ୍ପୀ ତଥା ଓଡ଼ିଶା ପର୍ଯ୍ୟଟନର ବ୍ରାଣ୍ଡ ଆମ୍ବାସାଡର ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳାକୃତି ଓଡ଼ିଶା ପର୍ଯ୍ୟଟନର ଅଭିନବ ଆକର୍ଷଣ ପାଲଟିଛିା ଓଡ଼ିଶା ପର୍ଯ୍ୟଟନ ପକ୍ଷରୁ ଯାଇଥ#ବା ପ୍ରତିନିଧ# ଦଳରେ ପର୍ଯ୍ୟଟନ ଅଧ#କାରୀ ଡ. ରତିକାନ୍ତ ପଟ୍ଟନାୟକଙ୍କ ସମେତ ହୋଟେଲ୍ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ୍ର ଅଧ୍ୟକ୍ଷ ଡ. ଜେ. କେ. ମହାନ୍ତି ଓ ଆନ୍ୟାନ୍ୟ ଟ୍ରାଭେଲ ଓ ଟୁର ଅପରେଟରମାନେ ସାମିଲ ହୋଇଛନ୍ତିା

Share in top social networks!