ସୁନ୍ଦରଗଡ଼ ଜିଲ୍ଲାର ଗୋମାଡ଼ିଠାରେ ଟାଟା ଷ୍ଟିଲ ପକ୍ଷରୁ ଅଷ୍ଟ୍ରେଲିଆ କୋଚ୍ଙ୍କ ସହିତ ଛାତ୍ରଛାତ୍ରୀଙ୍କ ପାଇଁ ହକି ପ୍ରଶିକ୍ଷଣ କର୍ମଶାଳା

tatahockeyy
• ଅଷ୍ଟ୍ରେଲିଆ ହକି ପରିଚାଳନା କରୁଥିବା ସଂସ୍ଥା ‘ହକି ଅଷ୍ଟ୍ରେଲିଆ’ ସହଭାଗିତାରେ ଓଡ଼ିଶାର ତୃଣମୂଳସ୍ତରରେ ପ୍ରଶିକ୍ଷଣକୁ ପେସାଦାର କରିବା ପାଇଁ ପ୍ରୟାସ
• ଭାରତରେ ପ୍ରଥମ ଥର ହକି ଅଷ୍ଟ୍ରେଲିଆ ସହଭାଗିତାରେ ଏହି କାର୍ଯ୍ୟକ୍ରମ ଅଞ୍ଚଳର ପ୍ରାୟ ୫୦୦ ଛାତ୍ରଛାତ୍ରୀଙ୍କୁ ସଂଯୁକ୍ତ କରିବ
ଟାଟା ଷ୍ଟିଲ ଅଷ୍ଟ୍ରେଲିଆରେ ହକି ପରିଚାଳନା କରୁଥିବା ସଂସ୍ଥା ‘ହକି ଅଷ୍ଟ୍ରେଲିଆ’ ସହଭାଗିତାରେ ସୁନ୍ଦରଗଡ଼ କୁତ୍ରା ବ୍ଲକ୍ର ଗୋମାଡ଼ିଠାରେ ତୃଣମୂଳସ୍ତରୀୟ ହକି ବିକାଶ କାର୍ଯ୍ୟକ୍ରମ’ ‘ହୁକିଂ ଟୁ ହକି’ ର ଶୁଭାରମ୍ଭ କରିଛି । ଓଡ଼ିଶାରେ ହକିର ପେଣ୍ଠସ୍ଥଳୀ ଭାବେ ପରିଚିତ ଏହି ଜିଲ୍ଲା ବହୁ ଆନ୍ତର୍ଜାତୀୟ ହକି ଖେଳାଳି ସୃଷ୍ଟି କରିଛି ।

ହକି ଅଷ୍ଟ୍ରେଲିଆର ପାଟିସିପେସନ୍ କୋଡ଼ିନେଟର ଶ୍ରୀ ଜେମ୍ସ ଲିଗିନ୍ସଙ୍କ ନେତୃତ୍ୱରେ ଅନ୍ୟ ଦୁଇ ଜଣ ସଦସ୍ୟ ଟମ୍ ୱିଣ୍ଟର ଓ ଶ୍ରୀ ଓରାନ୍ ଅଜିଜ୍ଙ୍କୁ ମିଶାଇ ଏକ ୩ଜଣିଆ ଦଳ ରାଜଗାଙ୍ଗପୁର ଓ କୁତ୍ରା ବ୍ଲକ୍ର ୧୦ଟି ବିଦ୍ୟାଳୟରେ ଜୁଲାଇ ୫ ରୁ ୮ ମଧ୍ୟରେ ପର୍ଯ୍ୟାୟକ୍ରମେ କର୍ମଶାଳାର ଆୟୋଜନ କରିଥିଲେ । ଆଜି ଏହି କର୍ମଶାଳାର ଉଦ୍ୟାପନୀ ଦିବସ ଅବସରରେ ଅଷ୍ଟ୍ରେଲିଆ ପ୍ରଶିକ୍ଷକ ଓ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀଙ୍କୁ କୁତ୍ରାର ଏସ୍ଡିପିଓ ଶ୍ରୀ ବି.କେ ନାୟକ , ଟାଟା ଷ୍ଟିଲ ଦକ୍ଷତା ବିକାଶ ବିଭାଗ ହେଡ୍ କ୍ୟାପଟେନ୍ ଅମିତାଭ, ଟାଟା ଷ୍ଟିଲ ଡୋଲୋମାଇଟ୍ ଖଣିର ବରିଷ୍ଠ ପ୍ରବନ୍ଧକ ଶ୍ରୀ ଏସ୍.ଏସ୍ ମିଶ୍ର, ଟାଟା ଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥାର ଶାଖା ମୁଖ୍ୟ ଶ୍ରୀ ଜେ ସାଣ୍ଡିଲ, ସ୍ଥାନୀୟ ପଞ୍ଚାୟତରାଜ ବ୍ୟବସ୍ଥାର ନିର୍ବାଚିତ ସଦସ୍ୟ, ସ୍ଥାନୀୟ ବିଦ୍ୟାଳୟ ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀ, ଟାଟା ଷ୍ଟିଲ କର୍ମଚାରୀଙ୍କ ଉପସ୍ଥିତିରେ ସମ୍ମାନିତ କରିଥିଲେ । ଶ୍ରୀ ନାୟକ ଏହି କାର୍ଯ୍ୟକ୍ରମର ଆୟୋଜନ ପାଇଁ ଟାଟା ଷ୍ଟିଲକୁ ଧନ୍ୟବାଦ ଜଣାଇବା ସହ ଛାତ୍ରଛାତ୍ରୀଙ୍କୁ ଏହି ପ୍ରଶିକ୍ଷଣର ସଠିକ୍ ଉପଯୋଗ ପାଇଁ ପରାମର୍ଶ ଦେଇଥିଲେ ।

ଛାତ୍ରଛାତ୍ରୀଙ୍କୁ ହକି ଖେଳ ପ୍ରତି ଆକର୍ଷିତ କରିବା ଓ ସେମାନଙ୍କୁ ହକିର ମୌଳିକ ଜ୍ଞାନ ଦେବା ସହ ଖେଳାଳିଙ୍କ ବିକାଶ ପାଇଁ ଏକ ପେସାଦାର ପରିବେଶ ସୃଷ୍ଟି କରିବା ଲକ୍ଷ୍ୟରେ ଟାଟା ଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥା, ଗୋମାଡ଼ି ଶାଖା ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

୭ ରୁ ୧୦ ବର୍ଷ ବୟସ ମଧ୍ୟରେ ୩୦୦ ଜଣ ଛାତ୍ରଛାତ୍ରୀ ଓ ୧୦ଟି ବିଦ୍ୟାଳୟରୁ ୧୫ଜଣ ଲେଖାଏଁ ବାଳକ ଓ ୧୫ଜଣ ଲେଖାଏଁ ବାଳିକା ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏଥିରେ ଅଂଶଗ୍ରହଣ କରିଥିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ହକି ଷ୍ଟିକ୍, ବଲ୍, ସିନ୍ ଗାଡ଼୍, ଟି-ସାର୍ଟ, ଗମ୍ସିଲ୍ଡ ଥିବା ହକି କିଟ୍ ପ୍ରଦାନ କରାଯାଇଥିଲା । ଆଗକୁ ମଧ୍ୟ ଏଭଳି ଶିବିର ମାଧ୍ୟମରେ ଅଞ୍ଚଳର ୨୦୦ ଜଣ ଛାତ୍ରଛାତ୍ରୀଙ୍କୁ ଏଥିରେ ସାମିଲ କରାଯିବ । ଏହି ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଟାଟା ଷ୍ଟିଲ କିଛି ଭବିଷ୍ୟତ ଖେଳାଳି ସୃଷ୍ଟି କରିବା ପାଇଁ ସେମାନଙ୍କୁ ପ୍ରତିଷ୍ଠିତ କେନ୍ଦ୍ରରେ ପ୍ରଶିକ୍ଷଣ ନେବାରେ ସହଯୋଗ କରିବ । ଏହାବ୍ୟତୀତ ଟାଟା ଷ୍ଟିଲର ଡୋଲୋମାଇଟ୍ ଖଣି ଥିବା ଗୋମାଡ଼ି ନିକଟସ୍ଥ ୧୦ଟି ବିଦ୍ୟାଳୟର ହକି କୋଚ୍ଙ୍କୁ ମଧ୍ୟ ଏଠାରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।

ଆମ କାର୍ଯ୍ୟକ୍ଷେତ୍ର ନିକଟବର୍ତ୍ତୀ ଅଞ୍ଚଳରେ କ୍ରୀଡ଼ାର ପ୍ରସାର ପାଇଁ ପ୍ରତିଶ୍ରୁତିବଦ୍ଧତା ଓ ପ୍ରତିଭାବନ ଖେଳାଳିଙ୍କୁ ଉତ୍ସାହିତ କରିବାର ଅଂଶବିଶେଷ ଭାବେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ବୋଲି ଟାଟା ଷ୍ଟିଲ ଫେରୋ ଆଲୟେଜ୍ ଓ ମିନରାଲ୍ସ ଡିଭିଜନ୍ର ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଶ୍ରୀ ଡି. ବି ସୁନ୍ଦର ରମମ୍ ମତ ପ୍ରକାଶ କରିଥିଲେ ।

ଏହି ଅବସରରେ ଉଦ୍ବୋଧନ ଦେଇ ଟାଟା ଷ୍ଟିଲ ସିଏସ୍ଆର ବିଭାଗ ଚିଫ୍ ଶ୍ରୀ ବିରେନ୍ ବୁଟ୍ଟା କହିଥିଲେ ଯେ, ହକି ଅଷ୍ଟ୍ରେଲିଆ ସହ ଏହି ସହଭାଗିତା ଫଳରେ ତୃଳମୂଳ ସ୍ତରରେ ଉଭୟ ହକି କ୍ଷେତ୍ରରେ ଓ ଛାତ୍ରଛାତ୍ରୀଙ୍କ ଉପରେ ଏହାର ସକରାତ୍ମକ ପ୍ରଭାବ ପଡ଼ିବ ।

ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବାରୁ ହକି ଅଷ୍ଟ୍ରେଲିଆର ଶ୍ରୀ ଜେମ୍ସ ଲେଗିନ୍ସ ଖୁସି ପ୍ରକାଶ କରିଥିଲେ । ଏହାସହିିତ ଏହି କର୍ମଶାଳାର ଆୟୋଜନ ମାଧ୍ୟମରେ ପ୍ରଥମ ଥର ପାଇଁ ଭାରତର ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବାର ସୁଯୋଗ ପ୍ରଦାନ କରିଥିବାରୁ ସେ ଟାଟା ଷ୍ଟିଲକୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

Share in top social networks!

ସବୁଜ ଓ ଦୀର୍ଘସ୍ଥାୟୀ ବିଶ୍ୱ ପାଇଁ ଟାଟା ଷ୍ଟିଲର ଆଉ ଏକ ପଦକ୍ଷେପ

ଟାଟା ଷ୍ଟିଲ ଓ ଇଣ୍ଡିଆ ଟୁଡେ ଟେଲିଭିଜନ୍ ସହଭାଗିତାରେ ନୂଆଦିଲ୍ଲୀର ତାଜ୍ ପ୍ୟାଲେସ୍ଠାରେ ପରିବେଶ ସୁରକ୍ଷା ଓ ସଂରକ୍ଷଣ ଉପରେ ଏକ କନ୍କ୍ଲେଭ୍ ଆୟୋଜିତ ହୋଇଯାଇଛି ।

ଏହି କନ୍କ୍ଲେଭ୍ର ପ୍ରଥମ ସେସନ୍କୁ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର ଓ ଟାଟା ଷ୍ଟିଲ ଗୋପାଳପୁର ପ୍ରକଳ୍ପର ଭାଇସ୍ ପ୍ରେସିଡେଂଟ ଶ୍ରୀ ଅରୁଣ ମିଶ୍ର, ଇଣ୍ଡିଆ ଟୁଡେ ଟେଲିଭିଜନ୍ର ଗ୍ରୁପ୍ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଶ୍ରୀ ଆଶିଷ ବାଗା ଓ କାର୍ଯ୍ୟକ୍ରମର ନଲେଜ୍ ପାର୍ଟନର ପରିବେଶ ଶିକ୍ଷା କେନ୍ଦ୍ର (ସିଇଇ)ର ନିଦେ୍ର୍ଧଶକ ଶ୍ରୀ କାର୍ତ୍ତିକେୟ ଭି ସାରାଭାଇଙ୍କ ଉପସ୍ଥିତିରେ ଉଦ୍ଘାଟନ କରିଥିଲେ । ସହରୀକରଣ, ମାର୍କେଟ୍ ମେକାନିଜିମ୍, ସାମାଜିକ ଦାୟିତ୍ୱବୋଧ ଓ ନିୟାମକ ଯୋଜନା ଦ୍ୱାରା ଜୈବ ବିବିଧତାର ସଂରକ୍ଷଣ ଭଳି ମହତ୍ତ୍ୱପୂର୍ଣ୍ଣ ବିଷୟରେ ଶିଳ୍ପ ଜଗତର ପରିଚିତ ଲୋକଙ୍କ ମଧ୍ୟରେ ଆଲୋଚନା ନିମନ୍ତେ ଇଣ୍ଡିଆ ଟୁଡେ କନ୍କ୍ଲେଭ୍ ଉପଯୁକ୍ତ ମଞ୍ଚ ପ୍ରଦାନ କରୁଛି ।

ଇଣ୍ଡିଆ ଟୁଡେ ଟେଲିଭିଜନ୍ କନ୍କ୍ଲେଭ୍ ସହିତ ଜଡ଼ିତ ହୋଇଥିବାରୁ ଟାଟା ଷ୍ଟିଲ ପକ୍ଷରୁ ଆମେ ଖୁସି ଅନୁଭବ କରୁଛୁ ବୋଲି ଏହି ଅବସରରେ ଶ୍ରୀ ଅରୁଣ ମିଶ୍ର କହିଥିଲେ । କାର୍ବନ୍ ଡାଇଅକ୍ସାଇଡ୍ର କମ୍ ବ୍ୟବହାର, ଜଳର ସଠିକ୍ ପରିଚାଳନା ଓ ବର୍ଜ୍ୟବସ୍ତୁର ଉପଯୁକ୍ତ ବ୍ୟବହାର ମାଧ୍ୟମରେ ଟାଟା ଷ୍ଟିଲ ପକ୍ଷରୁ ପରିବେଶ ସୁରକ୍ଷା ପାଇଁ ଅନେକ ପଦକ୍ଷେପମାନ ନିଆଯାଉଛି ବୋଲି ସେ ମତ ପ୍ରକାଶ କରିଥିଲେ ।

ଭାରତୀୟମାନେ ଉପôାଦନ ଓ ସେବନରେ ଦୀର୍ଘସ୍ଥାୟୀ ବ୍ୟବସ୍ଥା ଅବଲମ୍ବନ କରିବା ଉଚିତ ବୋଲି ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର ଏହି ଅବସରରେ କହିଥିଲେ । ଏହାସହିତ ପରିବେଶ ସଂରକ୍ଷଣ ପାଇଁ ଟାଟା ଷ୍ଟିଲ ପକ୍ଷରୁ ନିଆଯାଉଥିବା ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ ।

ଜାମସେଦପୁର ୟୁଟିଲିଟିଜ୍ ଓ ସର୍ଭିସେସ୍ କମ୍ପାନୀ (ଜୁସ୍କୋ)ର ପରିଚାଳନା ନିଦେ୍ର୍ଧଶକ ଶ୍ରୀ ଆଶୀଷ ମାଥୁର ସହରରେ ବର୍ଜ୍ୟବସ୍ତୁ ପରିଚାଳନା, ବିଦୁ୍ୟତ୍ ଯୋଗାଣ, ସବଜୁ ବଳୟ ବୃଦ୍ଧି ଓ ଜଳ ପରିଚାଳନା ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ଏକ ପ୍ରେଜେଟେଂସନ୍ ପ୍ରଦାନ କରିଥିଲେ । ଜାମସେଦପୁରକୁ ଦେଶର ଏକ ଆଦର୍ଶ ସହର ଭାବେ ଗଢି ତୋଳିପାରିଥିବାରୁ ଉପସ୍ଥିତ ପେନାଲିଷ୍ଟ ଓ ଦର୍ଶକ ଜୁସ୍କୋର ପଦକ୍ଷେପକୁ ପ୍ରଶଂସା କରିଥିଲେ । ସେହିପରି ଟାଟା ଷ୍ଟିଲ ଫେରୋ ଆଲୟେଜ୍ ଏଣ୍ଡ ମିନ୍ରାଲ ଡିଭିଜନ୍ ଅପରେସନ୍ସ ବିଭାଗର ମହା ପ୍ରବନ୍ଧକ ଶ୍ରୀ ପଙ୍କଜ ସତିଜା ବ୍ୟାପର ବାଣିଜ୍ୟରେ ଜୈବ ବିବିଧତା ଉପରେ ଏକ ପ୍ରେଜେଟେଂସନ ଉପସ୍ଥାପନ କରିଥିଲେ ।

Share in top social networks!

ଟାଟା ଷ୍ଟିଲ ପକ୍ଷରୁ ଆୟୋଜିତ ‘ବିଶାଳ ମହିଳା ମରଭୂମି ସଫାରୀ’ରେ କଳିଙ୍ଗନଗର ବାଳିକାଙ୍କ ସଫଳ ଯୋଗଦାନ

desertsafariଟାଟା ଷ୍ଟିଲ ଆଡଭେଞ୍ଚର ଫାଉଣ୍ଡେସନ୍ ଓ ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ୍) ପକ୍ଷରୁ ଚୟନ ହୋଇଥିବା ୨୭ ଜଣିଆ ମହିଳା ଟିମ୍ ସମସ୍ତ ପ୍ରତିବନ୍ଧକର ମୁକାବିଲା କରି ‘ବିଶାଳ ମହିଳା ମରଭୂମି ସଫାରୀ ୨୦୧୫’ ଯାତ୍ରା ସଫଳତାର ସହ ସମାପ୍ତ କରିଛନ୍ତି । ସୀମା ସୁରକ୍ଷା ବାହିନୀ ପକ୍ଷରୁ ୧୩ଜଣ ଓ ଟାଟା ଷ୍ଟିଲ ଆଡଭେଞ୍ଚର ଫାଉଣ୍ଡେସନ୍ ପକ୍ଷରୁ ଚୟନ ହୋଇଥିବା ୧୪ ଜଣଙ୍କ ମଧ୍ୟରେ ଯାଜପୁର ଜିଲ୍ଲା କଳିଙ୍ଗନଗର ଅଞ୍ଚଳର ରାମଠେଙ୍ଗା ଗ୍ରାମର ରାଣୀ ଜାମୁଡା ଓ ତ୍ରୀଜଙ୍ଗା ଗ୍ରାମର ସୁମିତ୍ରା କେରାଇ ସାମିଲ ଥିଲେ ।

ଏହି ଦଳ ଗୁଜରାଟ ଭୁଜରୁ ରାଜସ୍ଥାନ ଦେଇ ପଞ୍ଜାବର ୱାଘା ସୀମା ପର୍ଯ୍ୟନ୍ତ ୨୩୦୦ କିଲୋମିଟର ଯାତ୍ରା କରିଛନ୍ତି । ମହିଳା ସଶକ୍ତିକରଣ, ଶିକ୍ଷାର ଗୁରୁତ୍ୱ, ସଫେଇ କାର୍ଯ୍ୟକ୍ରମ ବିଷୟରେ ଲୋକମାନଙ୍କୁ ସଚେତନ କରିବା ସହିତ ସୀମାରେ ଥିବା ସୈନ୍ୟମାନଙ୍କ ଉତ୍ସାହ ବଢାଇବା ଏହି ଟିମ୍ର ମୁଖ୍ୟ ଲକ୍ଷ୍ୟ ଥିଲା ।

ଏହି ଦଳ ଫେବୃଆରୀ ୨୫ତାରିଖରେ ଗୁଜରାଟର ଭୁଜରୁ ଯାତ୍ରା ଆରମ୍ଭ କରିବା ସହିତ ମରଭୂମିରେ ନିଜ ଯାତ୍ରା ସମୟରେ ଗ୍ରାମବାସୀଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଏହି ମହିଳା ଦଳ ଶିକ୍ଷାର ଗୁରୁତ୍ୱ ଓ ନୂତନ ପ୍ରଯୁକ୍ତିର ପ୍ରୟୋଗ ତାଙ୍କ ଜୀବନଧାରଣମାନରେ କିପରି ପରିବର୍ତ୍ତନ ଆଣିପାରିବ ସେ ସମ୍ପର୍କରେ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ । ୨୩୦୦ କିଲୋମିଟର ଯାତ୍ରା ସମୟରେ ଏହି ମହିଳା ଦଳ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବା ସହିତ ସୀମାରେ ନିୟୋଜିତ ସୌନିକମାନଙ୍କ ଉତ୍ସାହ ବଢାଇଥିଲେ । ବିଏସ୍ଏଫ୍ର ସ୍ୱର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଏହି ଯାତ୍ରାର ଆୟୋଜନ କରାଯାଇଥିଲା । ଉଭୟ ରାଣୀ ଓ ସୁମିତ୍ରା ଏହି ସଫାରୀରେ ଯୋଗ ଦେବାର ସୁଯୋଗ ପାଇଥିବାରୁ ଟାଟା ଷ୍ଟିଲକୁ ଧନ୍ୟବାଦ ଅର୍ପଣ କରିବା ସହ ଏହି ଯାତ୍ରା ପୂର୍ଣ୍ଣମାତ୍ରାରେ ଉପଭୋଗ କରିଥିବା କହିଛନ୍ତି ।

ଏହି ଯାତ୍ରାର ସଫଳ ସମାପନ ପରେ ଟାଟା ଷ୍ଟିଲ ଆଡଭେଞ୍ଚର ଫାଉଣ୍ଡେସନ୍ର ମୁଖ୍ୟ ଶ୍ରୀ ବଚ୍ଛେନ୍ଦ୍ରୀ ପାଲ କହିଥିଲେ ଯେ, ଗ୍ରେଟ୍ ଇଣ୍ଡିଆନ୍ ଡେଜର୍ଟ ସଫାରୀ ଅନ୍ତର୍ଗତ ଓଟ ଉପରେ ୨୩୦୦ କିଲୋମିଟର ଯାତ୍ରା କରିବା ଅମା ପାଇଁ ଏକ ବଡ଼ ସଫଳତା । ଏହାସହିତ ଏହି ଯାତ୍ରା ସମୟରେ ଦଳକୁ ଅନେକ କଠିନ୍ ପରିସ୍ଥତିର ସମ୍ମୁଖୀନ ହେବାକୁ ପଡିଥିଲା ବୋଲି ସେ ସୂଚନା ଦେଇଥିଲେ । ଏହି ଯାତ୍ରା ପାଇଁ ଆବଶ୍ୟକ ପ୍ରଶିକ୍ଷଣ ଓ ସୁବିଧା ସୁଯୋଗ ଯୋଗାଇ ଦେଇଥିବାରୁ ସେ ବିଏସ୍ଏଫ୍କୁ ବିଶେଷ ଭାବେ ଧନ୍ୟବାଦ ଜଣାଇଥିଲେ । ମାର୍ଚ୍ଚ ୨୨ରେ ସମାପ୍ତ ଏହି ଯାତ୍ରା ୫୦ ବର୍ଷ ଧରି ଦୃଢତାର ସହ କାର୍ଯ୍ୟ କରୁଥିବା ବିଏସ୍ଏଫ୍ ପାଇଁ ଉପଯୁକ୍ତ ଉପହାର ।

ପାଲଙ୍କ ବ୍ୟତୀତ ଏହି ଯାତ୍ରା ପାଇଁ ଟାଟା ଷ୍ଟିଲ ପକ୍ଷରୁ ଝାଡ଼ଖଣ୍ଡ ଜାମସେଦପୁରର ପ୍ରେମଲତା ଅଗ୍ରୱାଲ, ଖରସୁଅାଁର ଦିପ୍ତିରାଣୀ ସରଦାର, ତୁମୁଙ୍ଗର ସୁଖମତି ମହାତୋ, କାନ୍ଦ୍ରାର ସୁଶୀଲା କୁମାରୀ, ଜାମସେଦପୁରର ରାଜଶ୍ରୀ ସିଂହଲ, ଜାମସେଦପୁର ଟାଟା ଷ୍ଟିଲ କର୍ମଚାରୀ ସତିଲ ଏକା, ଶୋଭାରାଣୀ ହାନ୍ସଦା, ଗୁଜରାଟ ଭଦୋଦ୍ରାରୁ କ୍ରୀଷ୍ଣା ରାଣା, ଉତ୍ତରାଖଣ୍ଡର ଡେରାଡୁନ୍ରୁ ଆମ୍ଲା ରାୱତ୍, ସନ୍ଧ୍ୟା ଭଦ୍ରି, ଓ ଝାଡଖଣ୍ଡର ହଜାରିବାଗ୍ରୁ ନଭିତା ରାଣାଙ୍କୁ ଚୟନ କରାଯାଇଥିଲା ।

Share in top social networks!

ବ୍ରହ୍ମପୁରରେ ଟାଟାଷ୍ଟିଲ ପକ୍ଷରୁ ଆୟୋଜିତ କୃଷୀ ସମ୍ମିଳନୀ ଉଦ୍ଘାଟିିତ

tatakrushiଗଞ୍ଜାମଜିଲ୍ଲା ଅନ୍ତର୍ଗତବ୍ରହ୍ମପୁରରୟୁସିପିଇଞ୍ଜିନିୟରିଂବିଦ୍ୟାଳୟ ପଡ଼ିଆରେଟାଟାଷ୍ଟିଲପକ୍ଷରୁ୬୦୦ରୁ ଊଦ୍ଧ୍ୱର୍ସ୍ଥାନୀୟକୃଷକ ଓ କୃଷିବିଶେଷଜ୍ଞଙ୍କୁନେଇ‘ବାର୍ତ୍ତା’ ନାମକକୃଷୀସମ୍ପର୍କିତସମ୍ମିଳନୀ ଆରମ୍ଭ ହୋଇଛି ।

ଏହି ଦୁଇ ଦିନିଆ ସମ୍ମିଳନୀକୁ ଆଜିଗଞ୍ଜାମଡିଆରଡିଏ ପ୍ରକଳ୍ପ ନିଦେ୍ର୍ଧଶକଶ୍ରୀ ଆଶୀଷଠାକ୍ରେ, ବ୍ରହ୍ମପୁରଏସ୍ବିଆଇରଡିିଜିଏମ୍ଶ୍ରୀକୌଶିକସିହ୍ନା, ଗଞ୍ଜାମ ଉଦ୍ୟାନକୃଷିବିଭାଗର ଉପ ନିଦେ୍ର୍ଧଶକଶ୍ରୀଭଗବାନ ଦାସ, ଡେପୁଟିମେୟରଜ୍ୟୋସ୍ନା ନାୟକ ଓ ଟାଟାଷ୍ଟିଲଗୋପାଳପୁର ପ୍ରକଳ୍ପ ଓ ସ୍ୱତନ୍ତ୍ର ଅର୍ଥନୈତିକକ୍ଷେତ୍ରରମୁଖ୍ୟଶ୍ରୀସୁଶାନ୍ତ ମିଶ୍ରଙ୍କଉପସ୍ଥିତିରେଉଦ୍ଘାଟନ କରିଥିଲେ ।

ଆଧୁନିକକୌଶଳବିଷୟରେକୃଷକମାନଙ୍କୁ ଅବଗତକରାଇବାସହସେମାନଙ୍କଉପôାଦନ ବୃଦ୍ଧିରେସହାୟତାକରିବାଏହି ସମ୍ମିଳନୀର ମୂଳଲକ୍ଷ୍ୟ ।
ଏହି ସମ୍ମିଳନୀରେ ଓୟୁଟି ଓ ଅନ୍ୟ କ୍ଷ୍ୟାତିସମ୍ପନ୍ନ ଅନୁଷ୍ଠାନର ୧୫ଜଣ କୃଷି ଓ ଏହାସମ୍ପର୍କିତବିଭାଗରବୈଜ୍ଞାନିକକୃଷକଙ୍କସହିତ ଉନ୍ନତ ବିହନ, ଉପôାଦକତା, ଉନ୍ନତ ବିନିଯୋଗ ପାଇଁ ଉପଯୁକ୍ତ ଦକ୍ଷତା, ଖାଦ୍ୟ ପ୍ରକ୍ରିୟାକରଣସଂସ୍ଥା ଓ ଡାଲୀଜାତୀୟଶସ୍ୟଉପôାଦନ ଭଳି ପ୍ରସଙ୍ଗଉପରେଆଲୋଚନାକରୁଛନ୍ତି ।
ଶ୍ରୀଠାକ୍ରେଟାଟାଷ୍ଟିଲଏହି ପଦକ୍ଷେପକୁ ପ୍ରଶଂସାକରିବାସହିତକୃଷୀଉପôାଦନ ବୃଦ୍ଧି ପାଇଁ ନୂତନ ବୈଷୟିକକୌଶଳ ଓ ଉପକରଣରବ୍ୟବହାରଉପରେଗୁରୁତ୍ୱାରୋପ କରିଥିଲେ ।

ଟାଟାଷ୍ଟିଲଗୋପାଳପୁର ପ୍ରକଳ୍ପରମୁଖ୍ୟଶ୍ରୀସୁଶାନ୍ତ ମିଶ୍ରକହିଥିଲେ ଯେ, ଗଞ୍ଜାମରକୃଷିରେ ଏକ ସମୃଦ୍ଧ ଇତିହାସରହିଛି ।ଏହିକାର୍ଯ୍ୟକ୍ରମମାଧ୍ୟମରେକୃଷକମାନଙ୍କୁସେମାନଙ୍କବିଭିନ୍ନକୃଷିସମ୍ପର୍କୀୟସମସ୍ୟାରସମାଧାନ ପାଇଁବିଶେଷଜ୍ଞଙ୍କସହିତସିଧାସଳଖ ଆଲୋଚନାକରିପାରିବେ ।
ସେହିପରିଟାଟାଷ୍ଟିଲସିଏସ୍ଆରବିଭାଗରହେଡ୍ଶ୍ରୀ ଦେବଦୁତମହାନ୍ତିକହିଥିଲେ ଯେ, ଏହିକାର୍ଯ୍ୟକ୍ରମଚାଷୀମାନଙ୍କଚାଷସମ୍ପର୍କିତସମସ୍ୟାରସମାଧାନ କରିବାସହିତସେମାନଙ୍କଉପôାଦନ ବୃଦ୍ଧିରେସହାୟକହେବ । ଉଦ୍ଘାଟନୀସମାରୋହପରେସ୍ଥାନୀୟକଳାକାରଙ୍କ ପକ୍ଷରୁ ଏକ ସାଂସ୍କୃତିକକାର୍ଯ୍ୟକ୍ରମ ପରିବେଷଣକରାଯାଇଥିଲା ।

Share in top social networks!

ଟାଟା ଷ୍ଟିଲ ପକ୍ଷରୁ ଭୁବନେଶ୍ୱର ରନ୍-ଏ-ଥନ୍ ୨୦୧୫

tatarunଟାଟା ଷ୍ଟିଲ ପକ୍ଷରୁ ଆଜି ଏକ ବିଶେଷ ସମାରୋହରେ ଓଡ଼ିଶାରେ ପ୍ରଥମ ଥର ପାଇଁ “ଟାଟା ଷ୍ଟିଲ ଭୁବନେଶ୍ୱର ରନ୍-ଏ-ଥନ୍”, ନାମକ ପ୍ରତିଯୋଗିତା ଆସନ୍ତା ଫେବୃଆରୀ ୧୫ ତାରିଖରେ ଆୟୋଜିତ ହେବ ବୋଲି ଘୋଷଣା କରାଯାଇଛି, ଯେଉଁଥିରେ ପ୍ରତିଯୋଗୀମାନଙ୍କୁ ୧୦କିଲୋମିଟର ଦୂରତା ଅତିକ୍ରମ କରିବାକୁ ପଡିବ । ୧୦କି.ମି. ଦୌଡ଼କୁ ଇଣ୍ଟରନ୍ୟାସନାଲ୍ ଆସୋସିଏସନ୍ ଫର ଫେଡେରେସନ୍ (ଆଇଏଏଏଫ୍) ପକ୍ଷରୁ ଅନ୍ତର୍ଜାତୀୟ ସ୍ତରରେ ରୋଡ ରେସ୍ର ମାନ୍ୟତା ମିଳିଛି ।

ଓଡ଼ିଶାରେ ପ୍ରଥମ ଥର ଆୟୋଜିତ ହେବାକୁଥିବା ଏହି ପ୍ରତିଯୋଗିତା ପାଇଁ ଟାଟା ଷ୍ଟିଲ ଓ ଏହାର କ୍ରୀଡ଼ା ବିଭାଗ ଅନ୍ତର୍ଜାତୀୟ ମାନ୍ୟତାପ୍ରାପ୍ତ କୌଶଳ ଓ ଟ୍ରାକିଂ ବ୍ୟବସ୍ଥା କରିବେ, ଯାହା ପ୍ରତିଯୋଗୀମାନଙ୍କୁ ଏଠାରେ ଏକ ପେସାଦାର କ୍ରୀଡ଼ା ପ୍ରତିଯୋଗିତାର ଅନୁଭବ କରାଇବ ।

ଟାଟା ଷ୍ଟିଲ ଗୋପାଳପୁର ପ୍ରକଳ୍ପର ଭାଇସ ପ୍ରେସିଡେଣ୍ଟ ଶ୍ରୀ ଅରୁଣ ମିଶ୍ର ଟାଟା ଷ୍ଟିଲ ଭୁବନେଶ୍ୱର ରନ୍-ଏ-ଥନ୍ ପ୍ରତିଯୋଗିତାର ଲୋଗୋ ଏବଂ ୱେବ୍ସାଇଟ୍ ଉନ୍ମୋଚନ କରିବା ସହିତ ଔପଚାରିକ ଭାବେ ଏହି ପ୍ରତିଯୋଗିତାର ଘୋଷଣା କରିଥିଲେ । ଏହି ଅବସରରେ ଟାଟା ଷ୍ଟିଲ କ୍ରୀଡ଼ା ବିଭାଗ ମୁଖ୍ୟ ଶ୍ରୀ ଫରଜାନ୍ ହିର୍ଜି ଦେଇଥିବା ସୂଚନା ଅନୁସାରେ ଏଥିରେ ପ୍ରତ୍ୟେକ ଶ୍ରେଣୀର ଧାବକଙ୍କ ପାଇଁ ଭିନ୍ନ ଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଉଛି । ୧୦ କିଲୋମିଟର ଦୌଡ଼ (ସମସ୍ତଙ୍କ ପାଇଁ ଉନ୍ମୁକ୍ତ) ବ୍ୟତୀତ କର୍ପୋରେଟ୍ ଓ ଅନ୍ୟ ଅନୁଷ୍ଠାନଙ୍କ ପାଇଁ ୭ କି.ମି, ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ୫କି.ମି ଓ ଭିନ୍ନକ୍ଷମଙ୍କ ପାଇଁ ୩କି.ମି ଦୂରତା ରଖାଯାଇଛି ।

ଏହି ଦୌଡ଼ ପାଇଁ ରିପୋର୍ଟିଂ ଟାଇମ୍ ସକାଳ ୫ଟା ୩୦ ସ୍ଥିର କରାଯାଇଛି । ଏହି ଦୌଡ଼ କଳିଙ୍ଗ ଷ୍ଟାଡିୟମ୍ରୁ ଆରମ୍ଭ ହୋଇ ଚନ୍ଦ୍ରଶେଖରପୁରସ୍ଥିତ ତାନିସ୍କ ଶୋରୁମ୍ ଓ ପୁଣି ସେଠାରୁ ୟୁ ଟର୍ନ ହୋଇ କଳିଙ୍ଗ ଷ୍ଟାଡ଼ିୟମ୍ଠାରେ ଶେଷ ହେବ । ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ଟ୍ରାକ୍ କରିବା ପାଇଁ ସେମାନଙ୍କୁ ସ୍ମାର୍ଟ ରେଡିଓ ଫ୍ରିକ୍ୱୋନ୍ସି ଆଇଡେଣ୍ଟିଫିକେସନ୍ (ଆରଏଫ୍ଆଇଡି) ଚିପସ୍ ପ୍ରଦାନ କରାଯିବ ।

୫ଟି ଭିନ୍ନ ଭିନ୍ନ ଶ୍ରେଣୀରେ ଆୟୋଜିତ ହେବାକୁଥିବା ଏହି ପ୍ରତିଯୋଗିତା ପାଇଁ ସର୍ବାଧିକ ପୁରସ୍କାର ରାଶି ୫୧,୦୦୦ ଟଙ୍କା ରଖାଯାଇଛି, ଯାହାକି ୧୦ କି.ମି. ଦୌଡ଼ ପ୍ରତିଯୋଗିତାର ବିଜେତାଙ୍କୁ ମିଳିବ । କର୍ପୋରେଟ୍ ଓ ଅନ୍ୟ ଅନୁଷ୍ଠାନ ତଥା ସାଧାରଣ ପ୍ରତିଯୋଗୀଙ୍କ ପାଇଁ ଭିନ୍ନ ଭିନ୍ନ ପଞ୍ଜୀକରଣ ମୂଲ୍ୟ ରଖାଯାଇଛି ।

ଏହି ପ୍ରତିଯୋଗିତା ପାଇଁ ଅନ୍ଲାଇନ୍ରେ ଙ୍ଗଙ୍ଗଙ୍ଗ.ଗ୍ଧବଗ୍ଧବଗ୍ଦଗ୍ଧରରକ୍ଷଭଷଙ୍କଭବଦ୍ଭରଗ୍ଦଙ୍ଗବକ୍ସକ୍ସଙ୍କଦ୍ଭ.ମକ୍ଟଜ୍ଞ କିମ୍ବା ଫେବୃଆରୀ ୫ ତାରିଖରୁ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ କଳିଙ୍ଗ ଷ୍ଟାଡିୟମ୍ରେ ନାମ ପଞ୍ଜୀକରଣ କରାଯାଇପାରିବ । ନାମ ପଞ୍ଜୀକରଣ କରିବାର ଶେଷ ତାରିଖ ହେଉଛି ଫେବୃଆରୀ ୧୧, ୨୦୧୫ । ନାମ ପଞ୍ଜୀକରଣ କରିଥିବା ପ୍ରତିଯୋଗୀମାନେ ଫେବୃଆରୀ ୧୨ତାରିଖରୁ କଳିଙ୍ଗ ଷ୍ଟାଡ଼ିୟମ୍ର ଏକ କାଉଣ୍ଟରରେ ଟି-ସାର୍ଟ, ସୂଚନା ପତ୍ର, ପ୍ରତିଯୋଗୀଙ୍କ ସ୍ୱତନ୍ତ୍ର ନମ୍ବର ଓ ଆରଏଫ୍ଆଇଡି ଚିପ୍ ଥିବା ଏକ ବ୍ୟାଗ୍ ସଂଗ୍ରହ କରିପାରିବେ ।

ଏହି ପ୍ରତିଯୋଗିତା ପାଇଁ ନାମ ପଞ୍ଜୀକରଣ କରିବା ମାତ୍ରେ ପ୍ରତିଯୋଗୀଙ୍କୁ ଏହି ବ୍ୟାଗ୍ ମିଳିବା ସହିତ ତାଙ୍କ ମୋବାଇଲ୍କୁ ଗୋଟିଏ ଏସ୍ଏମ୍ଏସ୍ ଓ ମେଲ୍ ଆଇଡିକୁ ଇମେଲ୍ ମଧ୍ୟ କରାଯିବ ।

ଏହି ଅବସରରେ ଟାଟା ଷ୍ଟିଲ ମୁଖ୍ୟ ଆବାସିକ କାର୍ଯ୍ୟନିର୍ବାହୀ ଶ୍ରୀ ମଣିକାନ୍ତ ନାୟକ ଓ ଟାଟା ଷ୍ଟିଲ କ୍ରୀଡ଼ା ବିଭାଗର ହେଡ୍ ଶ୍ରୀ ଚାର୍ଲ୍ସ ବୋରୁମିଓ ପ୍ରମୁଖ ଉପସ୍ଥିତ ଥିଲେ ।

ଟାଟା ଷ୍ଟିଲର ସିଦ୍ଧାନ୍ତରେ କ୍ରୀଡ଼ା ଓ ଶାରୀରିକ ସୁସ୍ଥତାକୁ ସର୍ବଦା ଗୁରୁତ୍ୱ ଦେଇଆସିଛି । ଟାଟା ଷ୍ଟିଲ କୋଲକାତା ମାରାଥନ୍ ଓ ଗତ ବର୍ଷ ଡିସେମ୍ବରରେ ଜାମସେଦପୁର ରନ୍-ଏ-ଥନ୍ ପରେ ତୃତୀୟ ଥର ପାଇଁ ପୂର୍ବ ଭାରତରେ ଏଭଳି ଲୋକପ୍ରିୟ ଆଥଲେଟିକ୍ ଇଭେଣ୍ଟର ଆୟୋଜନ କରିବାକୁ ଯାଉଛି । ଭବିଷ୍ୟତରେ ମଧ୍ୟ ଭୁବନେଶ୍ୱରଠାରେ ଏହାକୁ ଏକ ମୁଖ୍ୟ କ୍ରୀଡ଼ା କାର୍ଯ୍ୟକ୍ରମ ଭାବେ ଆୟୋଜନ କରାଯିବାର ଯୋଜନା ରହିଛି ।

Share in top social networks!

୧୩୫କୋଟି ଟଙ୍କା ବ୍ୟୟରେ ଓଡ଼ିଶାରେ ୩୦ଟି ଆଦର୍ଶ ବିଦ୍ୟାଳୟ ନିର୍ମାଣ କରିବ ଟାଟା ଷ୍ଟିଲ

tatamalickଓଡ଼ିଶାର ଦୂର ଦୂରାନ୍ତରେ ବସବାସ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚମାନର ଶିକ୍ଷା ଭିତ୍ତିଭୂମି ଯୋଗାଇ ଦେବା ଲକ୍ଷ୍ୟରେ ଟାଟା ଷ୍ଟିଲ ପ୍ରାୟ ୧୩୫କୋଟି ଟଙ୍କା ବ୍ୟୟରେ ୩୦ଟି ଆଦର୍ଶ ବିଦ୍ୟାଳୟ ନିର୍ମାଣ କରିବ । ଓଡ଼ିଶାର ଇସ୍ପାତ, ଖଣି, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀ ପ୍ରଫୁଲ କୁମାର ମଲିକ୍ ଢେଙ୍କାନାଳ ଜିଲ୍ଲାର କାମାକ୍ଷ୍ୟାନଗର ବ୍ଲକ୍ ଅନ୍ତର୍ଗତ ଜନ୍ତାରିବୋଲଠାରେ ଆଜି ଏଭଳି ପ୍ରଥମ ସ୍କୁଲର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

୨୦.୫୨ ଏକର ପରିମିତ ଜମିରେ ନିର୍ମିତ ହେବାକୁଥିବା ଏହି ବିଦ୍ୟାଳୟରେ ୨୫୦୦୦ ସ୍କୋୟାର ଫିଟ୍ର ଦୁଇ ମହଲା ଭବନ ନିର୍ମାଣ ହେବ । ୩୦ଟି ବିଭିନ୍ନ ବ୍ଲକ୍ରେ ସ୍ଥାପିତ ହେବାକୁଥିବା ଏହି ବିଦ୍ୟାଳୟର ଭବନ ନିର୍ମାଣ ସହିତ ଆବଶ୍ୟକ ଆସବାବ ପତ୍ର ମଧ୍ୟ ଟାଟା ଷ୍ଟିଲ ଯୋଗାଇ ଦେବ । ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହେବା ସହିତ ବିଦ୍ୟାଳୟକୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯିବ । ଟାଟା ଷ୍ଟିଲ ସହଯୋଗୀ କମ୍ପାନୀ ଜାମସେଦପୁର ୟୁଟିଲିଟି ଆଣ୍ଡ ସର୍ଭିସେସ୍ କମ୍ପାନୀ (ଜୁସ୍କୋ) ଏହି ସବୁ ବିଦ୍ୟାଳୟ ନିର୍ମାଣ କରିବ । ଓଡ଼ିଶା ସରକାରଙ୍କ ରାଜ୍ୟର ପ୍ରତ୍ୟେକ ବ୍ଲକ୍ରେ ଆଦର୍ଶ ବିଦ୍ୟାଳୟ ସ୍ଥାପନ କରିବା ପାଇଁ ଯେଉଁ ଯୋଜନା ରହିଛି ଟାଟା ଷ୍ଟିଲର ଏହି ପଦକ୍ଷେପ ତାହାର ଅଂଶବିଶେଷ ।

ଏହି ଅବସରରେ ଜିଲ୍ଲାପାଳ ଶ୍ରୀମତି ରୂପା ରୋଶନ ସାହୁ, ଓଡ଼ିଶା ମାଧ୍ୟମିକ ଶିକ୍ଷା ମିଶନର ରାଜ୍ୟ ପ୍ରକଳ୍ପ ନିଦେ୍ର୍ଧଶକ ଶ୍ରୀ ପ୍ରେମାନନ୍ଦ ଖୁଣ୍ଟିଆ, ଟାଟା ଷ୍ଟିଲ କର୍ପୋରେଟ୍ ସେବା ବିଭାଗର ଭାଇସ ପ୍ରେସିଡେଣ୍ଟ ଶ୍ରୀ ସୁନୀଲ ଭାସ୍କରନ୍, ଜୁସ୍କୋର ପରିଚାଳନା ନିଦେ୍ର୍ଧଶକ ଶ୍ରୀ ଆଶୀଷ ମାଥୁର, ସୁକିନ୍ଦା ଏଫ୍ଏଏମ୍ଡି ଅପରେସନ୍ସ ବିଭାଗର ମହାପ୍ରବନ୍ଧକ ଶ୍ରୀ ପଙ୍କଜ ସତିଜା, ଟାଟା ଷ୍ଟିଲ ମୁଖ୍ୟ ଆବାସିକ କାର୍ଯ୍ୟନିର୍ବାହୀ ଶ୍ରୀ ମଣିକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ମଲିକ୍ ଟାଟା ଷ୍ଟିଲର ପଦକ୍ଷେପକୁ ପ୍ରଶଂସା କରିବା ସହିତ ଏହା ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ ଉନ୍ନତମାନର ଶିକ୍ଷା ଯୋଗାଇ ଦେବାରେ ସହାୟକ ହେବ ବୋଲି ଆଶା ପ୍ରକାଶ କରିଥିଲେ । ଓଡ଼ିଶାର ପ୍ରଗତି ପାଇଁ ପ୍ରତିଶ୍ରୁତିବଦ୍ଧ ଟାଟା ଷ୍ଟିଲ

ଆଗାମୀ ଦିନରେ ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ଏଭଳି ଅନେକ ପଦକ୍ଷେପ ନେବ ବୋଲି ସଭାରେ ଉଦ୍ବୋଧନ ଦେଇ ଶ୍ରୀ ଭାସ୍କରନ୍ କହିଥିଲେ ।

ଶ୍ରୀମତି ସାହୁ ଓ ଅନ୍ୟ ଅତିଥି ବୃନ୍ଦ ଏଠାରେ ଉପସ୍ଥିତ ଶତାଧିକ ଗ୍ରାମବାସୀ, ଛାତ୍ରଛାତ୍ରୀ, ସରକାରୀ କର୍ମଚାରୀ , ଟାଟା ଷ୍ଟିଲ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବୋଧନ କରିଥିଲେ ।

Share in top social networks!

ଗଞ୍ଜାମରେ ୧୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେସିଆଲଟି ଚକ୍ଷୁ ଚିକିତ୍ସାଳୟ ପାଇଁ ଟାଟା ଷ୍ଟିଲର ସହାୟତା

CX1A2084ଟାଟା ଷ୍ଟିଲ ଗଞ୍ଜାମ ଜିଲ୍ଳାର ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ସମରଝୋଲା ଗ୍ରାମରେ ଏକ ୧୦୦ ଶଯ୍ୟା ବିଶିଷ୍ଟ ଚକ୍ଷୁ ଚିକିତ୍ସାଳୟ ସ୍ଥାପନା ପାଇଁ ଆର୍ଥିକ ସହାୟତା ଯୋଗାଇଦବ । ତାମିଲନାଡୁର ଶଙ୍କର ଚକ୍ଷୁ ଚିକିତ୍ସାଳୟ ପ୍ରକଳ୍ପ କାର୍ଯ୍ୟକାରୀ କରିବା ସହିତ ଚିକିତ୍ସାଳୟ ପରିଚାଳନା କରିବ ।

ଆଜି ଏଠାରେ ଟାଟା ଷ୍ଟିଲ ପକ୍ଷରୁ ଗୋପାଳପୁର ପ୍ରକଳ୍ପର ଭାଇସ ପ୍ରେସିଡେଣ୍ଟ ଶ୍ରୀ ଅରୁଣ ମିଶ୍ର ଓ ଶଙ୍କର ନେତ୍ର ଚିକିତ୍ସାଳୟ ତରଫରୁ ଏହାର ଟ୍ରଷ୍ଟି ତଥା ସଚିବ ଶ୍ରୀ ଏସ୍ ବିଶ୍ୱନାଥନ୍ ଏନେଇ ଚୁକ୍ତି ସ୍ୱାକ୍ଷର କରିଥିଲେ । ଓଡ଼ିଶାର ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ଅତୁନ ସବ୍ୟସାଚୀ ନାୟକ ଓ ଶିକ୍ଷା, ବିଜ୍ଞାନ ଓ ପ୍ରଯୁକ୍ତି ତଥା ଗ୍ରାମୀଣ ଜଳ ଯୋଗାଣ ମନ୍ତ୍ରୀ ଡଃ ପ୍ରଦୀପ ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଏହି ଅବସରରେ ଟାଟା ଷ୍ଟିଲ କର୍ପୋରେଟ୍ କମୁ୍ୟନିକେସନ୍ ଓ ରେଗୁଲେଟାରି ଆଫେୟାର୍ସ ବିଭାଗର ଗ୍ରୁପ୍ ନିଦେ୍ର୍ଧଶକ ଶ୍ରୀ ଚାଣକ୍ୟ ଚୌଧୁରୀ, ର ମ୍ୟାଟେରିଆଲ ବିଭାଗର ଭାଇସ ପ୍ରେସିଡେଣ୍ଟ ଶ୍ରୀ ରାଜୀବ ସିଙ୍ଘଲ, ଓଏମ୍କୁ୍ୟ ବିଭାଗର ମହା ପ୍ରବନ୍ଧକ ଶ୍ରୀ ଏମ୍ ସି ଥୋମାସ ଓ ସିଏସ୍ଆର ମୁଖ୍ୟ ଶ୍ରୀ ବିରେନ୍ ରମେଶ ଭୁଟ୍ଟା ଉପସ୍ଥିତ ଥିଲେ । ସେହିପରି ଶଙ୍କର ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ଡବ୍ଲୁ୍ୟ ଜି ସିଡ଼ିଆର ଭି ଶଙ୍କର, ଟ୍ରଷ୍ଟି ଓ କାର୍ଯ୍ୟନିର୍ବାହୀ ନିଦେ୍ର୍ଧଶକ ଶ୍ରୀ ଏସ୍ ଶ୍ରୀନିବାସ ଓ ପ୍ରଫେସର ନାରାୟଣ ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଚୁକ୍ତି ଅନୁଯାୟୀ ବ୍ରହ୍ମପୁର ସହରରୁ ୧୭କିଲୋମିଟର ଦୂରରେ ଅବସ୍ଥିତ ସମରଝୋଲା ଗ୍ରାମର ୪.୫ ଏକର ଜମିରେ ପ୍ରସ୍ତାବିତ ୧୦୦ ଶଯ୍ୟା ବିଶିଷ୍ଟ ଚକ୍ଷୁ ଚିକିତ୍ସାଳୟ ପାଇଁ ଟାଟା ଷ୍ଟିଲ ୪୨.୩ କୋଟି ଟଙ୍କା ପ୍ରଦାନ କରିବ । କମ୍ପାନୀ ପକ୍ଷରୁ ୩ କୋଟି ଟଙ୍କାର ଅଗ୍ରୀମ ରାଶି ଚେକ୍ ଆକାରରେ ଶଙ୍କର ଚକ୍ଷୁୁ ଚିକିତ୍ସାଳୟକୁ ପ୍ରଦାନ କରାଯାଇଛି । ଗତ ଦୁଇ ଦଶକ ଧରି ଚକ୍ଷୁ ଚିକିତ୍ସା କ୍ଷେତ୍ରରେ ଉକôର୍ଷ ହାସଲ କରିଥିବା ଶଙ୍କର ଚକ୍ଷୁ ଚିକିତ୍ସାଳୟରେ ବ୍ୟାପକ ନେତ୍ର ସୁରକ୍ଷା, ତଦନ୍ତ ଏବଂ ବାହ୍ୟ ରୋଗୀଙ୍କ ଉପଚାର, ସ୍ୱଳ୍ପ ଦୃଷ୍ଟି କ୍ଲିନିକ୍, କଣ୍ଟାକ୍ଟ ଲେନ୍ସ କ୍ଲିନିକ୍, ଶିଶୁଙ୍କ ପାଇଁ ସ୍ୱତନ୍ତ୍ର କ୍ଲିନିକ୍, ଡେ କେୟାର କ୍ଲିନିକ୍, ମାଇକ୍ରୋ ଫେକୋ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଓ ଗ୍ଲୁକୋମା ସେବା ଭଳି ଅନେକ

ଅତ୍ୟାଧୁନିକ ସୁବିଧାମାନ ଉପଲବ୍ଧ ହେବ । ରାଜ୍ୟର ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ ଟାଟା ଷ୍ଟିଲର ଏହି ପଦକ୍ଷେପକୁ ଏଠାରେ ଉପସ୍ଥିତ ସ୍ୱାସ୍ଥ୍ୟ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ପ୍ରଶଂସା କରିଥିଲେ ।

ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ମିଶ୍ର ଏକ ସୁସ୍ଥ ସମାଜ ଗଠନ ସହିତ ଲୋକମାନଙ୍କୁ ଉନ୍ନତ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କୁ ଟାଟା ଷ୍ଟିଲର ସବୁ ପ୍ରକାର ସହାୟତା ଜାରି ରହିବ ବୋଲି କହିଥିଲେ ।

ଏହାବ୍ୟତୀତ କମ୍ପାନୀ ପକ୍ଷରୁ ଗୋପାଳପୁର ଓ କଳିଙ୍ଗନଗରଠାରେ ଯଥାକ୍ରମେ ୫୦୦ ଏବଂ ୨୦୦ ଶଯ୍ୟା ବିଶିଷ୍ଟ ମଲ୍ଟି ସ୍ପେସିଆଲଟି ହସ୍ପିଟାଲର ସ୍ଥାପନା କରାଯାଉଛି ବୋଲି ଶ୍ରୀ ମିଶ୍ର ସୂଚନା ଦେଇଥିଲେ । ଯୋଡ଼ା ଓ ସୁକିନ୍ଦାରେ ଅବସ୍ଥିତ ନିଜର ହସ୍ପିଟାଲ, ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର ଓ ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ କମ୍ପାନୀ ପ୍ରତିବର୍ଷ ଓଡ଼ିଶାର ୪ ଲକ୍ଷ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇପାରୁଛି ।

ବିଶ୍ୱସ୍ତରୀୟ ଉପକରଣ ଓ ଉଚ୍ଚକୋଟୀର ସର୍ଜନଙ୍କ ମାଧ୍ୟମରେ ଅନ୍ୟ କୌଣସି କର୍ପୋରେଟ୍ ହସ୍ପିଟାଲ ତୁଳନାରେ ଶଙ୍କର ଚକ୍ଷୁ ଚିକିତ୍ସାଳୟ କମ୍ ମୂଲ୍ୟରେ ଉନ୍ନତମାନର ସେବା ଯୋଗାଇଦେବ ବୋଲି ଶ୍ରୀ ବିଶ୍ୱନାଥନ୍ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

Share in top social networks!

ଟାଟା ଷ୍ଟିଲ ଖଣ୍ଡବନ୍ଧ ଖଣିକୁ ଭାରତୀୟ ଶିଳ୍ପ ମହାସଂଘ ପୁରସ୍କାର

ciienergyକେନ୍ଦୁଝର ଜିଲ୍ଲାର ଯୋଡ଼ା ଅନ୍ତର୍ଗତ ଖଣ୍ଡବନ୍ଧ ଲୌହ ଓ ମାଙ୍ଗାନିଜ୍ ଖଣି ଭାରତୀୟ ଶିଳ୍ପ ମହାସଂଘ ଦ୍ୱାରା ଆୟୋଜିତ ପଞ୍ଚଦଶ ଜାତୀୟ ଶକ୍ତି ପରିଚାଳନା ଉକôର୍ଷ ପୁରସ୍କାର ସମାରୋହରେ ମର୍ଯ୍ୟାଦାଜନକ ‘ଶକ୍ତି କ୍ଷେତ୍ରରେ ଦକ୍ଷତା ସମ୍ପନ୍ନ ପ୍ରଭାଗ’ ପୁରସ୍କାରରେ ସମ୍ମାନିତ ହୋଇଛି । ବିଗତ ବର୍ଷମାନଙ୍କରେ କମ୍ପାନୀ ପକ୍ଷରୁ ବୈଦୁ୍ୟତିକ ଶକ୍ତି, ତାପଜ ବିଦୁ୍ୟତ୍, ବିସ୍ଫୋରକ ଶକ୍ତି, ନବୀକୃତ ଶକ୍ତି ତଥା ଜଳ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ କାର୍ଯ୍ୟ ସମ୍ପାଦନ ନିମନ୍ତେ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

ଚଳିତ ବର୍ଷ ଅକ୍ଟୋବର ୩୦ତାରିଖରେ ହାଇଦ୍ରାବାଦ୍ଠାରେ ଆୟୋଜିତ ଶକ୍ତି କ୍ଷେତ୍ରରେ ଦକ୍ଷତା ସମ୍ପର୍କିତ ଶିଖର ସମ୍ମିଳନୀରେ ଟାଟା ଷ୍ଟିଲ ଖଣ୍ଡବନ୍ଧ ଲୌହ ଓ ମାଙ୍ଗାନିଜ୍ ଖଣିର ମୁଖ୍ୟ ଶ୍ରୀ ସରୋଜ କୁମାର ବାନାର୍ଜୀ ତଥା କରଖାନା ଯନ୍ତ୍ରାଂଶ ମୁଖ୍ୟ ଶ୍ରୀ ଏମ୍ ଆର ରଥ ଯୋଗ ଦେଇ ନବଗଠିତ ତେଲେଙ୍ଗାନା ପ୍ରଦେଶର ସ୍ୱତନ୍ତ୍ର ମୁଖ୍ୟ ଶାସନ ସଚିବ ତଥା ଶିଳ୍ପ ଉନ୍ନୟନ ଏବଂ ବାଣିଜ୍ୟ ଆୟୁକ୍ତ ଶ୍ରୀ ପ୍ରଦୀପ ଚନ୍ଦ୍ରା ଏବଂ ଭାରତୀୟ ଶିଳ୍ପ ମହାସଂଘର ଉପାଧ୍ୟକ୍ଷ ଡଃ ନୈସଦ ଫୋର୍ବସଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ ।

ଜାତୀୟ ସ୍ତରରେ ଆୟୋଜିତ ଏହି ପ୍ରତିଯୋଗିତାରେ ଯାନବାହାନ, ଶକ୍ତି, ତୈଳ ବିଶୋଧନ, ରାସାୟନିକ ସାର, କାଗଜ, ଉପଭୋକ୍ତା ସାମଗ୍ରୀ, ରସାୟନ, ଯାନ୍ତ୍ରିକ, ନିର୍ମାଣ, ସିମେଣ୍ଟ ତଥା ସଫ୍ଟୱେର୍ ଆଦି ପ୍ରଭାଗରେ ୨୦୫ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ୯୭ଜଣ ଚୂଡ଼ାନ୍ତ ଉପସ୍ଥାପନା ପାଇଁ ମନୋନୀତ ହୋଇଥିଲେ । ତନ୍ମଧ୍ୟରୁ ଶକ୍ତି କ୍ଷେତ୍ରରେ ଦକ୍ଷତା ଓ ଉକôର୍ଷ ପାଇଁ ଟାଟା ଷ୍ଟିଲ ଖଣ୍ଡବନ୍ଧ ଲୌହ ଓ ମାଙ୍ଗାନିଜ୍ ଖଣି ସର୍ବଶ୍ରେଷ୍ଠ ମନୋନୀତ ହୋଇ ଭାରତୀୟ ଶିଳ୍ପ ମହାସଂଘ ପ୍ରଦତ୍ତ ଏହି ପୁରସ୍କାର ପାଇଛି ।

Share in top social networks!

ଗୋଷ୍ଠୀ କଲ୍ୟାଣ କ୍ଷେତ୍ରରେ ଟାଟା ଷ୍ଟିଲକୁ ଏସିଆନ୍‌ ସିଏସ୍‌ଆର ଲିଡରସିପ୍‌ ପୁରସ୍କାର

csrtataଗୋଷ୍ଠୀ କଲ୍ୟାଣ କ୍ଷେତ୍ରରେ ଉକ୍ରର୍ଷ ପାଇଁ ଟାଟାଷ୍ଟିଲ ସୁକିନ୍ଦା କ୍ରୋମାଇଟ୍‌ ଖଣି ଏସୀୟ ସାମାଜିକ ଉରଦାୟିତ୍ୱ ନେତୃତ୍ୱ ପୁରସ୍କାର ୨୦୧୪ ହାସଲ କରିଛି । ବିଶ୍ୱ ସିଏସ୍‌ଆର କଂଗ୍ରେସ ତରଫରୁ ସେପ୍ଟେମ୍ବର ୨୪ ତାରିଖରେ ଦୁବାଇଠାରେ ଏହି ପୁରସ୍କାର ବିତରଣ ଉତ୍ସବ ଆୟୋଜିତ ହୋଇଥିଲା । କମ୍ପାନୀ ପକ୍ଷରୁ ଏହାର ମଧ୍ୟପ୍ରାଚ୍ୟ କ୍ଷେତ୍ରୀୟ ବାଣିଜ୍ୟ ପ୍ରବନ୍ଧକ ଶ୍ରୀ ସୁମୀତ କୁମାର ଏହି ପୁରସ୍କାର ଗ୍ରହଣ କରିଥିଲେ ।

ଏହି ପୁରସ୍କାର ଗ୍ରହଣ କରିବା ସମୟରେ ଶ୍ରୀ କୁମାର ଗୋଷ୍ଠୀ ବିକାଶ ପାଇଁ କମ୍ପାନୀ ପ୍ରତିଷ୍ଠାତାଙ୍କ ଦୂରଦୃଷ୍ଟି କର୍ମଚାରୀଙ୍କ ଡିଏନ୍‌ରେ ଥିବା ସହିତ ଏହାକୁ କିଭଳି ବ୍ୟାପକ ଭାବରେ ପାଳନ କରାଯାଉଛି ବୋଲି କହିଥିଲେ ।

ସ୍ବେଚ୍ଛାକୃତ ଭାବେ ସୁକିନ୍ଦା କ୍ରେମାଇଟ ଖଣିର ଅନେକ କର୍ମଚାରୀ ପାଶ୍ୱର୍ବର୍ୀ ସ୍କୁଲର ଅନାଥ ଆଦିବାସୀ ଝିଅଙ୍କ ଲାଳନ ପାଳନ ପାଇଁ ସହାୟତା ଦେଉଛନ୍ତି । କାର୍ଯ୍ୟ କ୍ଷେତ୍ରରେ କର୍ମଚାରୀଙ୍କୁ ‘ ଉନ୍ନତ କାର୍ଯ୍ୟଧାରା’ ପାଇଁ ମିଳୁଥିବା ପୁରସ୍କାର ରାଶିକୁ ମଧ୍ୟ ସେମାନେ ସ୍କୁଲ ପିଲାଙ୍କ ପୋଷାକ ଓ ବହି ପାଇଁ ପ୍ରଦାନ କରୁଛନ୍ତି ।

Share in top social networks!

ଡେଙ୍ଗୁ ଭୟାବହତା ନିୟନ୍ତ୍ରଣ ଦିଗରେ ଟାଟା ଷ୍ଟିଲର ବ୍ୟାପକ ପଦକ୍ଷେପ

tatadengueକଳିଙ୍ଗନଗର ଓ ଏହାର ପାଶ୍ୱର୍ବର୍ୀ ଅଳମାନଙ୍କରେ ଡେଙ୍ଗୁର ଭୟାବହତା ନିୟନ୍ତ୍ରଣ ପାଇଁ ଟାଟା ଷ୍ଟିଲ ପକ୍ଷରୁ ଜଣେ କୀଟବିଜ୍ଞାନୀଙ୍କ ନେତୃ୍ତ୍ୱରେ ୬୦ ସଦସ୍ୟ ବିଶିଷ୍ଟ ଏକ ସ୍ବତନ୍ତ୍ର ପ୍ରତିଷେଧକ ଦଳ ଓ ଦକ୍ଷତା ସମ୍ପନ୍ନ ଅପରେଟର ତଥା ସେମାନଙ୍କ ଅଧୀକ୍ଷକମାନଙ୍କ ଦ୍ୱାରା ପ୍ରଭାବିତ ଅଳରେ ଯୁଦ୍ଧକାଳୀନ ଭିିରେ ବିଭିନ୍ନ ପଦକ୍ଷେପମାନ ନିଆଯାଉଛି ।

ଜାମସେଦପୁରରୁ ଅଣାଯାଇଥିବା ଏକ ଅତିଉଚ୍ଚ କ୍ଷମତା ସମ୍ପନ୍ନ ମଶାଧୂଅାଁ ଯନ୍ତ୍ର ସାହାଯ୍ୟରେ କଳିଙ୍ଗନଗର ଓ ଏହାର ପାରିପାଶ୍ୱର୍ିକ ଅଳରେ ଏହି ଅଭିଯାନ ସାଳିତ ହେଉଛି । ଏପର୍ଯ୍ୟନ୍ତ କାରଖାନା ପରିସର, ଶ୍ରମିକ କଲୋନୀ ଏବଂ ଗୋବରଘାଟି, ତ୍ରୀଜଙ୍ଗା ଓ ସନ୍ସାଇଲୋ ପୁନର୍ବାସ କଲୋନୀ ତଥା ରାମଠେଙ୍ଗା ଅନ୍ତର୍ଗତ ସ୍ବତନ୍ତ୍ର ଥଇଥାନ ବସତି ଗୁଡ଼ିକରେ ଏହା ସମ୍ପନ୍ନ ହୋଇଛି ।

କାରଖାନା ପରିସରରେ ୧୯ଟି ଦଳ ଡେଙ୍ଗୁ ପ୍ରତିଷେଧକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି । ସମସ୍ତ କର୍ମଚାରୀ ଓ ପରିଚାଳକମାନେ ମଶା ନିରୋଧକ ମଲମ ବ୍ୟବହାର କରୁଛନ୍ତି । କାରଖାନା ସଂଲଗ୍ନ ବିଭିନ୍ନ ଅଳରେ ନିୟମିତ ଭାବେ ବ୍ୟାପକ ସଫେଇ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ଟାଟା ଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥା ପକ୍ଷରୁ ମଶା ଧୂଅାଁ ଓ ମଶା ମରା ଔଷଧ ସିନ ଅଭିଯାନକୁ କଳିଙ୍ଗନଗର ସନ୍ନିକଟସ୍ଥ ଗ୍ରାମମାନଙ୍କରେ ତ୍ୱରାନ୍ୱିତ କରାଯାଇଛି । ଏହି ଅଭିଯାନରେ ମଧୂବନ, ମିରିଗିଚେରା, ବାରଗାଡିଆ,ଗାଡ଼ପୁର, ନୂଆ ଗାଁ, ଧଳାପଥର ଓ ରାୟାନାଳରେ ଏହି କାର୍ଯ୍ୟକ୍ରମ ସମ୍ପନ୍ନ ହେବା ସହ ପାଶ୍ୱର୍ବର୍ୀ ଗ୍ରାମମାନଙ୍କୁ ସମ୍ପ୍ରସାରିତ କରାଯାଉଛି ।

ଏଭଳି ଏକ ଭୟାବହ ରୋଗର ପ୍ରତିରୋଧ ପାଇଁ ଟାଟା ଷ୍ଟିଲ ପକ୍ଷରୁ ଡେଙ୍ଗୁ ଓ ମ୍ୟାଲେରିଆ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରାଯାଇଛି । କେବଳ କାରଖାନା ନୁହେଁ ବରଂ ଶ୍ରମିକ କଲୋନୀ ଓ ଗ୍ରାମାଳରେ ମଧ୍ୟ ଏହି ସବୁ ସଚେତନତା କାର୍ଯ୍ୟକ୍ରମ ଦ୍ରୁତଗତିରେ ଆଗେଇ ଚାଲିଛି । ଉମ ପ୍ରଭାବ ପାଇଁ ବିଭିନ୍ନ ଗୋଷ୍ଠୀକୁ ସମ୍ବେଦନଶୀଳ କରିବା ପାଇଁ ପ୍ରଶିକ୍ଷଣ ଶିବିରମାନ ଆୟୋଜନ କରାଯାଉଛି । ଶ୍ରମିକମାନଙ୍କ ମଧ୍ୟରେ ତଥା ଗ୍ରାମମାନଙ୍କରେ ପ୍ରଚାର ପତ୍ର ଓ ପୋଷ୍ଟରମାନ ଲଗାଯାଇ ଗୋଷ୍ଠୀ ସଚେତନତାକୁ ପରିବର୍ଦ୍ଧିତ କରାଯାଇଛି । ଏହାଛଡ଼ା ସୂଚନା, ସାର ଓ ଶିକ୍ଷା ସମ୍ପର୍କିତ ଭ୍ରାମ୍ୟମାଣ ଯାନ ଜରିଆରେ ଜନସାଧାରଣଙ୍କ ମଧ୍ୟରେ ସଚେତନତାର ବାର୍ା ପ୍ରସାର କରାଯାଉଛି ।

Share in top social networks!