ରମାଦେବୀ ମହିଳା ମହାଦିଦ୍ୟାଳୟ ପରିସରରେ ନୃତନ ଛାତ୍ରୀନିବାସ ଉଦ୍ଘାଟିତ

ରମାଦେବୀ ମହିଳା ମହାବିଦ୍ୟାଳୟର ଇନ୍ଦିରାଗାନ୍ଧୀ ଛାତ୍ରୀନିବାସ ପରିସରରେ ଜାନୁଆରୀ ୧ ତାରିଖ ଦିନ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଛାତ୍ରୀମାନଙ୍କ ନିମନ୍ତେ ଆଉ ଏକ ୨୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସକୁ ଆଦିବାସୀ କଲ୍ୟାଣମନ୍ତ୍ରୀ ଶ୍ରୀ ଲାଲ୍ ବିହାରୀ ହିମିରିକା ଉଦ୍ଘାଟନ କରିଛନ୍ତି ଅଧିକ ଛାତ୍ରୀନିବାସ ନିର୍ମାଣ ଦ୍ଵାରା ଆଦିବାସୀ ଛାତ୍ରୀମାନେ ପାଠପଢାରେ ଅଧିକ ମନୋନିବେଶ କରିବେ ଏବଂ ଅଧାରୁ ପାଠ ଛାଡୁଥିବା ବାଳିକାମାନେ ପାଠପ୍ରତି ଆଗ୍ରହୀ ହେବେ ବୋଲି ମନ୍ତ୍ରୀ ଶ୍ରୀ ହିମିରିକା ପ୍ରକାଶ କରିଛନ୍ତି |
1326036236-18318
ଏହି ଉଦ୍ଘାଟନୀ ଉଶ୍ଚବରେ ଭୁବନେଶ୍ୱର (ମଧ୍ୟ) ବିଧାୟକ ଶ୍ରୀଯୁକ୍ତ ବିଜୟ କୁମାର ମହାନ୍ତି, ବିଭାଗୀୟ ନିର୍ଦ୍ଧେଶକ (ଅନୁସୂଚିତ ଜନଜାତି) ତଥା ଅତିରିକ୍ତ ସଚିବ ଶ୍ରୀ ଅଖିଳ ବିହାରୀ ଓତା, ଇଡ୍କୋର ଜେନେରାଲ ମ୍ୟାନେଜର, କର୍ପୋରଟର ଶ୍ରୀମତୀ ସଞ୍ଜୁକ୍ତାମୟୀ ଜେନା ଆଦି ଉପସ୍ଥିତ ଥିଲେ |

ପ୍ରକାଶ ଥାଉ କି, ରାଜ୍ୟରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷାର ବିକାଶ ନିମନ୍ତେ ପାଞ୍ଚ ହଜାର ହଷ୍ଟେଲ ନିର୍ମାଣ କରିବା ପାଇଁ ସରକାର ନିଷ୍ପତି ନେଇଛନ୍ତି | ସେଥି ମଧ୍ୟରୁ ୨୦୦୭-୦୮ ରେ ୧୦୩୪ଟି, ୨୦୦୯-୧୦ ମସିହାରେ ୧୩୨୮ଟି, ୨୦୧୦-୧୧ ରେ ୬୫ଟି ଛାତ୍ରାବାସ ନିର୍ମାଣ ହୋଇଥିବା ବେଳେ ୨୦୧୧-୧୨ ମସିହାରେ ୧୦୦୦ ଟି ହଷ୍ଟେଲ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି | ଇନ୍ଦିରାଗାନ୍ଧୀ ଛାତ୍ରୀନିବାସ ପରିସରରେ ପୂର୍ବରୁ ୩୨୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ପିଲାମାନେ ରହି ଶିକ୍ଷାଲାଭ କରୁଥିଲେ |

Share in top social networks!