ଜଗମୋହନ ଉପରୁ ଚୂନ ଖଣ୍ଡ ଗଳି ପଡିଲା

Jagannath-templeଜଗମୋହନ ଛାତ ଉପରୁ ଏକ ଚୂନ ଖଣ୍ଡ ଗଳି ପଡିଛି । ଏହି ଚୂନ ଖଣ୍ଡ ଜଣେ ହୋମଗାର୍ଡଙ୍କ ନିକଟରେ ପଡିଥିଲା । ଜଗମୋହନ ଘଣ୍ଟିଦ୍ଵାର ବାହାର ପଟ ଛାତରୁ ଏହି ଚୂନପଥର ଖଣ୍ଡଟି ଗଳିପଡିଥିବାର ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା (ଏଏସ୍ ଆଇ)ଆଶଙ୍କା କରୁଛି ।

ତେବେ ଚୂନ ଖଣ୍ଡଟି କେଉଁଠାରୁ ଗଳିଛି ତାହାର ସ୍ପଷ୍ଟ ଭାବେ ଜଣାପଡୁନାହିଁ । ସାଢେ ୫ ଇଞ୍ଚ ଲମ୍ବା ଏବଂ ୩ ଇଞ୍ଚ ମୋଟାର ଏହି ଚୂନ ପଥର ଟି କେଉଁଠାରୁ ଗଳି ପଡିଛି ତାହା ନେଇ ମନ୍ଦିର ପ୍ରଶାସନ ଏବଂ ଏଏସଆଇ ପକ୍ଷରୁ ମିଳିତ ଅନୁଧ୍ୟାନ ହୋଇଥିଲେ ମଧ୍ୟ ରାତି ସାଢେ ୭ଟା ସୁଦ୍ଧା ଏହା ଜଣାପଡିନାହିଁ । ଆସନ୍ତାକାଲି ଏହି ଚୂନ ଖଣ୍ଡ କେଉଁଠାରୁ ଖସିଛି ତାହାର ଅନୁଧ୍ୟାନ କରାଯିବ ବୋଲି ଏଏସଆଇ କହିଛି । ସମ୍ପ୍ରତ୍ତି ଜାଗମୋହନ କଲସର ପୁନଃନିର୍ମାଣ ପାଇଁ ଗତମାସରେ କାମ ଚାଲିଥିଲା ।

ଏହି କଲସର ପଥର ଯୋଡେଇ ବେଳେ ଜଗମୋହନ ଉପରେ ବିସ୍ତାର ଭାବେ ଭାରଉପରେ କାଠପଟାରେ ପ୍ଲାଟଫର୍ମ ନିର୍ମାଣ ହୋଇଥିଲା । ଏହି ପ୍ଲାଟଫର୍ମ ଘଣ୍ଟିଦ୍ଵାର ବାହାର ଉପର ପର୍ଯ୍ୟନ୍ତ ଲମ୍ବି ରହିଥିଲା । ଏହି ପ୍ଲାଟଫର୍ମରେ ଅଟକି ରହିଥିବା ଚୂନ ପଥର ଖଣ୍ଡ ମାଙ୍କଡ ଡିଆଁ ଡେଇଁ ବେଳେ ତଳକୁ ଗଳିପଡି ଥିବାର ଆଶଙ୍କା କରାଯାଉଛି । ତେବେ ଏହାର ଅନୁଧ୍ୟାନ ପରେ ହିଁ ଚୂନ ପଥର ଖଣ୍ଡ କେଉଁଠାରୁ ଗଳି ପଡିଛି ତାହା ଜଣାପଡିବା ଆଶା କରାଯାଉଛି ।

Share in top social networks!

ନେପାଳ ରାଜଗୁରୁଙ୍କୁ ଦୁର୍ବ୍ୟବହାର, ମହିଳା କନେଷ୍ଟବଳ ବହିଷ୍କୃତ

nepalଆଜି ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଯାଉଥିବା ନେପାଳର ରାଜଗୁରୁଙ୍କୁ ଦକ୍ଷିଣ ଦ୍ଵାରରେ ଜନୈକ ମହିଳା ପୋଲିସ କନେଷ୍ଟବଳ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି । ଏହି ଅଭିଯୋଗ ପାଇବା ପରେ ଏସପି ତୁରନ୍ତ ସମ୍ପୃକ୍ତ କନେଷ୍ଟବଳ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି । ଖବର ନେବାରେ ଜ୍ଣାପଡିଛି ଯେ ଗତକାଲି ବ୍ୟାସବ ପୂର୍ଣ୍ଣିମା ଅବସରରେ ନେପାଳର ରାଜଗୁରୁ ପ୍ରଫେସର ଡ.ମାଧବ ଭଟ୍ଟରାଈ ସଙ୍କରାଚାର୍ଯ୍ୟ ମତକୁ ଅତିଥି ଭାବେ ଆସିଥିଲେ ।

ଆଜି ଅପରାହ୍ନ ୪ ଟା ବେଳେ ରାଜଗୁରୁ ଅନ୍ୟ ଦୁଇ ଜଣଙ୍କ ସହିତ ଶ୍ରୀମନ୍ଦିରକୁ ଦର୍ଶନ ଲାଗି ଯାଇଥିଲେ । ଏହି ସମୟରେ ତାଙ୍କୁ ଦକ୍ଷିଣ ଦ୍ଵାରରେ ଥିବା ପୁଲିସମାନେ ଯାଞ୍ଚ କରି ଭିତରକୁ ଛାଡିଥିଲେ । ମାତ୍ର ଦକ୍ଷିଣ ଦ୍ଵାର ଗୁମୁଟରେ ପହଞ୍ଚିବା ପରେ ତାଙ୍କୁ ଜଣେ ସାଦା ପୋଷାକରେ ଥିବା ମହିଳା କନେଷ୍ଟବଳ ଅଟକାଇ ଯାଞ୍ଚ କରିବେ ବୋଲି କହିଥିଲେ । ରାଜଗୁରୁଙ୍କ ସହ ଥିବା ଆଦିତ୍ୟ ବାହିନୀର ସୁନୀଲ ପୂଜାପଣ୍ଡା ଏହାର ପ୍ରତିବାଦ କରିଥିଲେ । ପୂର୍ବରୁ ଯାଞ୍ଚ ସରିଛି ନେପାଳର ରାଜଗୁରୁଙ୍କୁ ପୁନର୍ବାର ଯାଞ୍ଚ କରି ଅପମାନିତ କରନାହିଁ ବୋଲି ସେ କହିଥିଲେ ।

ମାତ୍ର ଏକଥାକୁ ସମ୍ପୃକ୍ତ ମହିଳା କନେଷ୍ଟବଳ ଭ୍ରୂକ୍ଷେପ ନକରି ରାଜଗୁରୁଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ତେଣି ଏ ସମ୍ପର୍କରେ ରାଜଗୁରୁ ପ୍ରଥମେ ଗାରଦ ଏବଂ ପରେ ସିଂହଦ୍ଵାର ଥାନାରେ ଅଭିଯୋଗକରି ସଙ୍କରାଚାର୍ଯ୍ୟ ମଠକୁ ଚାଲି ଯାଇଥିଲେ । ମଠ ପକ୍ଷରୁ ଏସପି ଅନୁପ ସାହୁଙ୍କ ନିକଟରେ ମଧ୍ୟ ଅଭିଯୋଗ କରାଯାଇଥିଲା ।

Share in top social networks!