ନନ୍ଦିଘୋଷ ଭାଙ୍ଗିଲେ ଲକ୍ଷ୍ମୀ

rath01Dଶ୍ରୀ ଗୁଣ୍ଡିଚା ମନ୍ଦିରରେ ଆଜି ସକାଳୁ ଦ୍ଵାରଫିଟା,ଭିତର ସୌଧ,ମଙ୍ଗଳାଆଳତି,ମଇଲମ,ତଡପଲାଗି ଅବକାଶ ପରେ ଅନ୍ୟାନ୍ୟ ନୀତି ସଂପାଦନ ହୋଇଥିଲା । ରାଟୀ ୯ତା ରେ ମହାଲକ୍ଷ୍ମୀ ରଥ ତଳନୀତି ସାରି ଜଗମୋହନକୁ ବିଜେ କରିଥିଲେ । ଆଜ୍ଞାମାଳ ଆସିବାପରେ ମା ଭିତରକୁ ଯାଇ ପ୍ରଭୁଙ୍କୁ କ’ଣ କହି ମୋହ ଚୂର୍ଣ୍ଣ ପକାଇ ପଳାଇ ଆସିଥିଲେ । ରାଗରେ ନନ୍ଦୀଘୋଷ ରଥର କିଛି ଅଂଶ ଭାଙ୍ଗି ବଡଦାଣ୍ଡରେ ଦେଖିଦେବ ଭାବି ହରଗଉରୀ ସାହି ଦେଇ ଶ୍ରୀମନ୍ଦିରକୁ ଆସିଥିଲେ ।

ପୁରୀରେ ଆଜି ହେରା ପଞ୍ଚମୀ ଉତ୍ସବ ପାଳିତ ହୋଇଯାଇଛି । ଆସନ୍ତାକାଲି ସୋମବାର ୩ ରଥର ଦକ୍ଷିଣ ମୋଡ ହେବ । ଏଥିପାଇଁ ବଡଶଙ୍ଖ ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବାଲି ପକାଯାଇଛି । କଡା ସୁରକ୍ଷା ମଧ୍ୟରେ ୩ ରଥକୁ ପୋଲିସ ଦକ୍ଷିଣ ମୋଡ କରିବେ । ଆଡପ ଦର୍ଶନ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କର ଲାମ୍ବା ଧାଡି ଦେଖିବାକୁ ମିଳିଥିଲା ।

Share in top social networks!

ଆହତ ଭୋଇ ସେବାୟତମାନଙ୍କ ଚିକିତ୍ସା ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ବହନ କରାଯିବ

tn_10-7-2013=4ପୁରୀ ଠାରେ ଗତକାଲି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥଟଣା ସମୟରେ ଗୁରୁତର ଭାବରେ ଆହତ ହୋଇଥିବା ସେବାୟତଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ବ ପାଣ୍ଠିରୁ ବହନ କେରାଯିବ ବୋଲି ମୁଖ୍ୟମନ୍ତ୍ରୀ ସରୁ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟଯେ ଗୁରୁତର ଭାବରେ ଆହତ ଭୋଇ ସେବାୟତ ଶ୍ରୀ ଭ୍ରମର ଭୋଇ ବର୍ତ୍ତମାନ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆହତ ଭୋଇ ସେବାୟତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Share in top social networks!

ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରା : ସ୍ଵାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ବଜାୟ ରଖିବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ratha-yatraaବିଶ୍ଵ ପ୍ରସିଦ୍ଧ ପୁରୀ ଶ୍ରୀଜଗନ୍ନାଥଙ୍କ ରଥ ଯାତ୍ରା ସମୟରେ ବିପୁଳ ଜନ ସମାଗମକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ପରିମଳ ବ୍ୟବସ୍ଥା କରାଯିବ । ଏ ନେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାଃ ଦାମୋଦର ରାଉତ ନିର୍ଦ୍ଦେଶ ଦେଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ତରଫରୁ ପୁରୀ ରଥ ଯାତ୍ରା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ଆଜି ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ପର୍ଯ୍ୟଟନ ଓ ସଂସ୍କୃତି ତଥା ଯୋଜନା ଓ ସମନ୍ଵୟ ମନ୍ତ୍ରୀ ମହେଶ୍ଵର ମହାନ୍ତି ଙ୍କ ସଚିବାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ଉକ୍ତ ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡାଃ ଦାମୋଦର ରାଉତ ଯୋଗଦେଇଥିଲେ ।

ସମୀକ୍ଷାରୁ ପ୍ରକାଶ କି ଶ୍ରୀକ୍ଷେତ୍ର ପୁରୀରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ସମୟରେ ଦେଶ ବିଦେଶରୁ ୧୦ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଙ୍କ ସମାଗମ ଦୃଷ୍ଟିରୁ ମହାମାରୀ ନିରାକରଣ ପାଇଁ ପୁରି ଜିଲ୍ଲାର ସମସ୍ତ ସ୍ଵାସ୍ଥ୍ୟକେନ୍ଦ୍ର,ବିଜ୍ଞାପିତ ଅଞ୍ଚଳ ପରିଷଦ ତଥା ପୌର ପରିଷଦ ଅଞ୍ଚଳରେ ଥିବା ପାନୀୟ ଜଳ ଉତ୍ସଗୁଡିକୁ ୩ଟି ପର୍ଯ୍ୟାୟରେ ବିଶୋଧନ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ ରଥଯାତ୍ରା ସମୟରେ ଜଳ ବିଶ୍ଲେଷଣାଗାରର ଦୈନିକ ରିପୋର୍ଟ ଅନୁଯାୟୀ ପ୍ରତ୍ୟେକ ଦିନ ପାନୀୟ ଜଳ ଉତ୍ସ ଗୁଡ଼ିକକୁ ମଧ୍ୟ ବିଶୋଧନ କରାଯିବ । ପୁରୀ ସଂକ୍ରାମକ ରୋଗ ଡାକ୍ତରଖାନାରେ ଝାଡାବାନ୍ତି ରୋଗୀଙ୍କ ମଳ ନମୁନାର ବିଶେଷ ପରୀକ୍ଷା କରାଯାଇ ଯଦି କୌଣସି ହଇଜା ରୋଗ ଜୀବାଣୁ ବାହାରିବ ତାହା ହେଲେ ଯୁଦ୍ଧ କାଳୀନ ଭିତ୍ତିରେ ଚିକିତ୍ସା ଓ ପ୍ରତିଷେଧକ ବ୍ୟବସ୍ଥା ମାନ ଗ୍ରହଣ କରାଯିବ ।

ସେହିପରି ପୁରୀ ସହର ଏବଂ ପୁରୀସହରକୁ ସଂଯୋଗ କରୁଥିବା ରାଜଓଠ ପାର୍ଶ୍ଵରେ ସରକାରଙ୍କ ତରଫରୁ ୨୧ ଟି ଆସୁ ଚିକିତ୍ସା କେନ୍ଦ୍ର ଖୋଲାଯିବ । ସରକାରୀ ଆଶୁ ଚିକିତ୍ସା କେନ୍ଦ୍ରଗୁଡ଼ିକ ଆସନ୍ତା ଜୁଲାଇ ୯ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିବ । ଏହି କେନ୍ଦ୍ର ଗୁଡିକ ୧୦ତାରିଖ,୧୭,୧୮,୧୯ ୦ ୨୦ ତାରିଖ ଦିନ ଦିବାରାତ୍ର କାର୍ଯ୍ୟ କରିବ । ସେହିପରି ୧୦ ତାରିଖରୁ ଜିଲ୍ଲା ବାହାରୁ ୬୦ ଜଣ ଡାକ୍ତର, ୫୪ ଜଣ ଫାର୍ମାଶିଷ୍ଟ ,୭୭ଜଣ ସ୍ୱାସ୍ଥ୍ୟ କର୍ମୀ,୨୦ଜଣ ସେବିକା ଓ ୨୮ଜଣ ୱାର୍ଡ ଆଟେଣ୍ଡାଣ୍ଟ ନିଯୋଜିତ ହେବେ । ୧୦୦ୟୁନିଟ ରକ୍ତ ମହଜୁଦ ରଖାଯିବ । ୨ଟି ଭ୍ରାମ୍ୟମାଣ ଆମ୍ବୁଳାଂଶ ସମେତ ୨୦ ଟି ସରକାରୀ ଆମ୍ବୁଲାନ୍ସ ରହିବାର ବ୍ୟବସ୍ଥା କରାଯାଇଛି । ସେଣ୍ଟଜନ୍ ଆମ୍ବୁଲାନ୍ସ ୟୁନିଟ୍ ଏବଂ ଅନ୍ୟ କେତେକ ସ୍ଵେଚ୍ଛାସେବୀ ସଂଗଠନ ମାନଙ୍କୁ ଆମ୍ବୁଲାନ୍ସ ଯୋଗାଇଦେବାକୁ ଅନୁରୋଧ କରାଯାଇଛି । ବର୍ତ୍ତମାନ ପ୍ରଚାଳନ କରାଯାଇଥିବା ୧୦୮ ଜରୁରୀକାଳୀନ ଆମ୍ବୁଲାନ୍ସ ସେବାକୁ ନିଯୋଜିତ କରାଯିବ ।

ରଥଯାତ୍ରା ପୂର୍ବରୁ ଜିଲ୍ଲା ସଦରମହକୁମା ଡାକ୍ତରଖାନାରେ ୧୨ଶଯ୍ୟା ବିଶିଷ୍ଟ ଆଇ.ସି.ୟୁ କାର୍ଯ୍ୟକ୍ଷମ ହେବ ବୋଲି ବୈଠକରେ ସୂଚନା ଦିଆଯାଇଛି । ଆଗାମୀ ଦିନରେ ଏହି ଡାକ୍ତରଖାନାକୁ ନୀରବଚ୍ଛିନ୍ନ ବିଦ୍ୟୁତ ବ୍ୟବସ୍ଥା କରିବା ନିମନ୍ତେ ୮୫ଲକ୍ଷ ଟଙ୍କା ଏବଂ ପାନୀୟ ଜଳ ପାଇଁ ୧ କୋଟି ୩୧ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ରଥଯାତ୍ରା ସମୟରେ ଦୁର୍ଘଟଣା , ଝାଡାବାନ୍ତି,ହୃଦରୋଗ ଓ ଅନ୍ଯାନ୍ଯ ସଂକ୍ରାମକ ରୋଗର ପ୍ରତିରୋଧ ତଥା ତୁରନ୍ତ ଚିକିତ୍ସା ପାଇଁ ଯଥେଷ୍ଟ ପରିମାଣର ଆବଶ୍ୟକୀୟ ଔଷଧ ବିଶୋଧକ ମହଜୁଦ ରଖାଯିବ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଏକ ନିୟନ୍ତ୍ରଣ ପ୍ରକୋଷ୍ଠ କାର୍ଯ୍ୟ କରିବ । ପୁରୀ ରଥଯାତ୍ରା ପାଇଁ ଗ୍ରହଣ କରାଯାଇଥିବା ସମସ୍ତ ବ୍ୟବସ୍ଥା ଯେପରି ସୁପରିଚାଳିତ ଭାବେ କାର୍ଯ୍ୟ କରିବ ଏବଂ ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ବଜାୟ ରହିବ ସେଥିପ୍ରତି ଯତ୍ନବାନ ହେବାକୁ ବିଭାଗୀୟ ପଦାଧିକାରୀଙ୍କୁ ସ୍ଵାସ୍ଥ୍ୟମନ୍ତ୍ରୀ ଡାଃ ରାଉତ ସତର୍କ କରାଇଦେଇଛନ୍ତି ।

ଉକ୍ତ ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର,ନିର୍ଦ୍ଦେଶକ ପୌରପ୍ରଶାସନ ହୃଷିକେଶ ତ୍ରିପାଠୀ,ସ୍ଵତନ୍ତ୍ର ସଚିବ ଡାଃ ବି.ଏନ୍ ଦାସ,ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡାଃ ଏନ୍.କେ ଦାସ,ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାଃ ବାଳକୃଷ୍ଣ ପଣ୍ଡା,ଭାରତୀୟ ରେଡ୍ କ୍ରସ ଓଡିଶା ଶାଖା ସମ୍ପାଦକ ମଙ୍ଗଳା ମହାନ୍ତି, ସେଣ୍ଟଜନ ଆମ୍ବୁଲାନ୍ସ ସମ୍ପାଦକ ଏବଂ ପୁରୀ ସି.ଡି.ଏମ୍ .ଓ ଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Share in top social networks!