ଗୋବିନ୍ଦପୁର ପୋସ୍କୋ ଜମି ଅଧିଗ୍ରହଣ ୨ୟ ଦିନ ଶାନ୍ତିପୂର୍ଣ୍ଣ

Police forcibly took women and children from dharana spotକଡା ସୁରକ୍ଷା ମଧ୍ୟରେ ପୋସ୍କୋ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଦ୍ଵିତୀୟ ଦିନ ମଧ୍ୟ ଜାରି ରହିଥିଲା | ଅନ୍ୟପକ୍ଷରେ ପ୍ରତିନିଧି ମାନେ ସେମାନଙ୍କର କାର୍ଯ୍ୟ ଜାରି ରଖିଛନ୍ତି | ପୋସ୍କୋ ଜମି ଅଧିଗ୍ରହଣ ୨ୟ ଦିନରେ କିଛି ଅପ୍ରତୀକର ପରିସ୍ଥିତି ସୃଷ୍ଟି ହୋଇ ନାହିଁ ବୋଲି ଜିଲାପାଳ ସତ୍ୟ କୁମାର ମଲ୍ଲିକ ଓ ଗୋବିନ୍ଦପୁର ଗ୍ରାମବାସୀଙ୍କ ପକ୍ଷରୁ ବର୍ଦ୍ଧନ, ମନୀନ୍ଦ୍ର ରାଉତ କହିଛନ୍ତି | ଗୋବିନ୍ଦପୁର ଗ୍ରାମବାସୀ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଗୋବିନ୍ଦପୁର ବାଲିଟିକିରା ଠାରେ କେତେକ ସମସ୍ୟା ନେଇ ଆଲୋଚନା ହୋଇଥିଲା |

ଅପରପକ୍ଷରେ ବିରୋଧିଙ୍କ ଧାରଣା ସାଂସଦ ଓ ନେତା ଅଭୟ ସାହୁଙ୍କ ନେତୃତ୍ଵ ରେ ଜାରି ରହିଛି | କଂଗ୍ରେସ ଦଳର ବରିଷ୍ଠ ନେତା ବଟକୃଷ୍ଣ ତ୍ରିପାଠୀ ଓ ଉମେଶ ସ୍ଵାଇଁ ମଧ୍ୟ ସେଠାରେ ଉପସ୍ଥିତ ଥିଲେ | ବିଜେପି ର ଏକ ୧୦ଜଣିଆ ପ୍ରତିନିଧି ଦଳ ନେତା ଅଶୋକ ସାହୁଙ୍କ ନେତୃତ୍ଵ ରେ ଆଜି ପହଞ୍ଚିବାର ଅଛି | ଆଜି ତ୍ଵିତୀୟ ଦିନରେ ସକାଳ ଠାରୁ ପ୍ରଶାସନ ଗୋବିନ୍ଦପୁର ଗ୍ରାମରେ ପାନବରଜ ଭଙ୍ଗା କାମ ଆରମ୍ଭ କରିଥିଲେ | ସେଠାରେ ପାନବରଜ ମାଲିକ ମଧ୍ୟ ଉପସ୍ଥିତ ଥିଲେ | ପାନବରଜ ମାଲିକ ନଥାଇ ପାନବରଜ ପ୍ରଶାସନ ଜବରଦସ୍ତ ଭାଙ୍ଗିବା ଡିଣ୍ଡିମ ପିଟୁଥିବା ପୋସ୍କୋ ବିରୋଧୀ ନେତାଙ୍କ ବୟାନକୁ ଗୋବିନ୍ଦପୁର ଗ୍ରାମର ସନାତନ ବର୍ଦ୍ଧନ, ସୁକଦେବ ରାଉତ ଓ ଯତୀନ୍ଦ୍ର ରାଉତ ତୀବ୍ର ନିନ୍ଦା କରିଛନ୍ତି | ସେମାନେ କହିଛନ୍ତି ଯେ ପୂର୍ବରୁ ଗ୍ରାମ ଲୋକ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ ପାନବରଜ ଭାଙ୍ଗିବା ପାଇଁ | ଏଣୁ ଭଙ୍ଗା କାର୍ଯ୍ୟ ଚାଲିଛି |

ଆଜି ପ୍ରାୟ ୧୦ଟା ସମୟରେ ଗୋବିନ୍ଦପୁର ଗ୍ରାମର ମୁରବୀମାନେ ଜିଲ୍ଲାପାଳ ଓ ଏସ୍ପି ପାନବରଜ ପାଖରେ ଥିବା ବେଳେ ପହଞ୍ଚି ଆପତ୍ତି ଉଠାଇଥିଲେ ଯେ ବିକଳ୍ପ ଥାଇଥାନ ପର୍ଯ୍ୟନ୍ତ ମାସିକ ଭତ୍ତା ମିଳିବ ନାଁ ନାହିଁ | ବାକି ପ୍ରକଳ୍ପ ହେଲେ ସେମାନଙ୍କର ଥାଇଥାନ ଉପରେ ମଧ୍ୟ ଆପଣ ଲିଖିତ ପ୍ରତିଶ୍ରୁତି ଦିଅନ୍ତୁ | ଜିଲ୍ଲାପାଳ ଓ ଏସ୍ପି ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀମାନେ ବାଲିଟିକିରା ଗ୍ରାମରେ ବସି ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ଆଲୋଚନା କରିଥିଲେ | ଏବଂ ଜିଲ୍ଲାପାଳ ପ୍ରତିଶୃତି ଦେଇଥିଲେ ଯେ ସରକାରଙ୍କର ଯାହାସବୁ ସୁବଧା ରହିଛି ତାହା ଯୋଗାଇ ଦିଆଯିବ | ଅପରାହ୍ନ ସୁଦ୍ଧା ଆଲୋଚନା ସବୁ ରହିଥିବାରୁ ଆଜି ପାନ ବରଜ ଭଙ୍ଗା ସଂଖ୍ୟା କମି ଯାଇଥିଲା |

ଅନ୍ୟପକ୍ଷରେ ବିରୋଧୀ ମାନେ ଗୋବିନ୍ଦପୁର ଢିଙ୍କିଆ ରାସ୍ତା ଉପରେ ସାଂସଦ ବିଭୁ ପ୍ରଦାଦ ତରାଇ ଓ ବିରୋଧୀ ନେତା ଅଭୟ ସାହୁ ଓ ଶିଶିର ମହାପାତ୍ରଙ୍କ ନେତୃତ୍ଵରେ ଧାରଣାରେ ବସି ରହି ବିରୋଧୀ ପକ୍ରିୟା ଚଳାଇଛନ୍ତି | ଶ୍ରୀ ସାହୁ କହିଥିଲେ ଯେ ପୋଲିସର ବର୍ବରତା ଅପରାଧରେ ଭୁବନେଶ୍ଵର ଓ ଦିଲ୍ଲୀ ରେ ମଧ୍ୟ ପ୍ରତିବାଦ ଉଗ୍ରରୂପ ନେବ ଏଥିପାଇଁ ସରକାର ଦାୟୀ ରହିବେ | କଂଗ୍ରେସ ଦଳର ନେତା ବଟକୃଷ୍ଣ ତ୍ରିପାଠୀ, ଉମେଶ ସ୍ଵାଇଁ ଓ ଜୟନ୍ତ ବିଶ୍ଵାଳ ପ୍ରଭୃଟି ବିରୋଧିଙ୍କ ଧାରଣାରେ ଯୋଗଦେଇ ପୋଲିସ ଓ ସରକାରଙ୍କର ଏତାଦଶ ପଦକ୍ଷେପକୁ ନିନ୍ଦା କରିଥିଲେ |

Share in top social networks!

ପୋସ୍କୋ ପ୍ରକଳ୍ପ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ

s2013012845007ଜଗତସିଂହପୁର ଜିଲ୍ଲାରେ ପ୍ରତିଷ୍ଠା ହେବାକୁ ଥିବା ପୋସ୍କୋ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ | ତେବେ ଏହି ପ୍ରକଳ୍ପରେ ହୋଇଥିବା ଅହେତୁକ ବିଳମ୍ବ ବିଷୟରେ ସମୀକ୍ଷା ହେବ ବୋଲି ବାଣିଜ୍ୟ ମନ୍ତ୍ରୀ ଆନନ୍ଦ ଶର୍ମା ପ୍ରକାଶ କରିଛନ୍ତି |

ଦକ୍ଷିଣ କୋରିଆ ଅର୍ଥନୈତିକ ମନ୍ତ୍ରୀ ସୁକ୍ୟୋ ହଙ୍ଗଙ୍କ ସହ ଆଲୋଚନା ବେଳେ ସେ ଏହା ପ୍ରକାଶ କରିଛନ୍ତି | ଦକ୍ଷିଣ କୋରିଆ ପକ୍ଷରୁ ପସ୍କୋ ପ୍ରକଳ୍ପରେ ହେଉଥିବା ଅହେତୁକ ବିଳମ୍ବକୁ ନେଇ ଚିନ୍ତା ପ୍ରକଟ କରାଯାଇଥିବା ବେଳେ ଶ୍ରୀ ଶର୍ମା ଆଶ୍ଵାସନା ଦେଇଛନ୍ତି ଯେ ଏହି ପ୍ରକଳ୍ପର ସମୀକ୍ଷା କରାଯିବ | ସେ କହିଲେ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପସ୍କୋ ପ୍ରକଳ୍ପର ଅନୁଧ୍ୟାନ କରୁଛନ୍ତି | ତେବେ କେଉଁ ସମୟରେ ପସ୍କୋ ପ୍ରକଳ୍ପରେ ହେଉଥିବା ବିଳମ୍ବର ସମୀକ୍ଷା କରାଯିବ ସେ ନେଇ ଶର୍ମା କୌଣସି ନିର୍ଦ୍ଧିଷ୍ଟ ସମୟ ସୀମା ବିଷୟରେ ଉଲ୍ଲେଖ କରିନାହାନ୍ତି | ଦୁଇ ରାଷ୍ଟ୍ର ମଧ୍ୟରେ ଅର୍ଥନୈତିକ ସଂପର୍କକୁ ସୁଦୃଢ କରିବା ପାଇଁ ପୋସ୍କୋ ପ୍ରକଳ୍ପର ସଫଳତା ନିହାତି ଜରୁରୀ ବୋଲି ଦକ୍ଷିଣ କୋରିଆର ମନ୍ତ୍ରୀ କହିଥିଲେ |

ଜଗତସିଂହପୁରରେ ୫୨ ହଜାର କୋଟି ଟଙ୍କା ବିନିଯୋଗ କରି ୧୨ ନିୟୁତ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ପ୍ରକଳ୍ପ ନିର୍ମାଣ କରିବାକୁ ପୋସ୍କୋ ୨୦୦୫ ଜୁନ୍ ରେ ଘୋଷଣା କରିଥିଲା | ସ୍ଥାନୀୟ ବାସିନ୍ଦାଙ୍କ ପ୍ରବଳ ବିରୋଧ ଯୋଗୁଁ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଶେଷ ହୋଇନାହିଁ | ପୋସ୍କୋ ଇଣ୍ଡିଆର ୱେବସାଇଟ୍ ରେ ପ୍ରଦାନ କରାଯାଇଥିବା ତଥ୍ୟ ମୁତାବକ ପୋସ୍କୋ ଏବେ ଓଡିଶା ପ୍ରକଳ୍ପକୁ ତିନୋଟି ପର୍ଯ୍ୟାୟରେ ଶେଷ କରିବାକୁ ଚାହୁଁଛି | ପ୍ରତି ପର୍ଯ୍ୟାୟରେ ୪ନିୟୁତ ଟନ୍ କ୍ଷମତା ବିଶିଷ୍ଟ କାରଖାନା ନିର୍ମାଣ କରାଯିବ | ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ୨୦୧୬-୧୭ ସୁଦ୍ଧା ଶେଷ ହେବ | ପ୍ରଥମ ପର୍ଯ୍ୟାୟ ଶେଷ ହେବାର ତିନିବର୍ଷରେ ଦ୍ଵିତୀୟ ପର୍ଯ୍ୟାୟ ଓ ତାହାର ତିନିବର୍ଷ ପରେ ତୃତୀୟ ପର୍ଯ୍ୟାୟ କାର୍ଯ୍ୟ ଶେଷ କରାଯିବ |

ପ୍ରଥମ ପର୍ଯ୍ୟାୟରେ କମ୍ପାନୀ ୧୬,୬୦୦ କୋଟି ଟଙ୍କା ନିବେଶ କରିବ | ପୋସ୍କୋର ୧୨ ନିୟୁତ ଟନ୍ ପ୍ରକଳ୍ପ ପାଇଁ ୪୦୦୪ ଏକର ଜମି ଦରକାର | ମାତ୍ର ଗତବର୍ଷ ଓଡିଶା ସରକାର ସ୍ପଷ୍ଟ କରିଦେଇଥିଲେ ଯେ ଏକାଥରେ ସମସ୍ତ ଜମି ହସ୍ତାନ୍ତର କରିବା ସମ୍ଭବପର ନୁହେଁ | ତେଣୁ କମ୍ପାନୀ ଏହାକୁ ୮ ନିୟୁତ ଟନ୍ କୁ ହ୍ରାସ କରିଛି ଯେଉଁଥିପାଇଁ ୨୭୦୦ ଏକର ଜମି ଦରକାର | ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ୨୧୦୦ ଏକର ଜମି ଅଧିଗ୍ରହଣ କରିସାରିଛନ୍ତି | ଏହି ପ୍ରକଳ୍ପ ପାଇଁ ସବୁଜ ମଞ୍ଜୁରି ଅପେକ୍ଷା ରହିଛି ପୋସ୍କୋ | ୨୦୧୧ ଜାନୁଆରୀ ୩୧ରେ ପୋସ୍କୋକୁ ମିଳିଥିବା ସବୁଜ ମଞ୍ଜୁରୀକୁ ନ୍ୟାସନାଲ୍ ଗ୍ରୀନ୍ ଟ୍ରିବ୍ୟୁନାଲ୍ ୨୦୧୨ ମାର୍ଚ୍ଚ ୩୦ରେ ବାତିଲ କରିଦେଇଥିଲେ |

Share in top social networks!