ପସ୍କୋକୁ ୧୭ ସହ ଏକର ଜମି ହସ୍ତାନ୍ତର

39488ରାଜ୍ୟ ସରକାର ୧୭ ଏକର ଜମି ପ୍ରଦାନ କରିଛନ୍ତି | ପୂର୍ବରୁ କମ୍ପାନୀକୁ ୫୪୬ ଏକର ଜମି ପ୍ରଦାନ କରାଯାଇ ଥିଲା | କମ୍ପାନୀକୁ ପ୍ରଦତ୍ତ ୧୭ ସହ ଏକର ଜମି ମଧ୍ୟରୁ ୪ ସହ ଏକର ଅଣ ଜଙ୍ଗଲ କିସମ ଜମି ଥିବା ବେଳେ ୧୩ ସହ ଏକର ପରିବର୍ତ୍ତିତ ଜଙ୍ଗଲ କିସମ ଜମି ରହିଛି |

ସରକାରୀ ଭାବେ ବିଧିବଦ୍ଧ ଏହା ଘୋଷଣା କରାଯାଇ ନଥିଲେ ମଧ୍ୟ ବିଶ୍ଵସ୍ତ ସୂତ୍ରରୁ ଏହା ଜଣାପଡିଛି | ୫୨ ହଜାର କୋଟି ଟଙ୍କା ବ୍ୟୟରେ ପ୍ରସ୍ତାବିତ ବାର୍ଷିକ ୧୨ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଏହି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଦାଇତ୍ଵ ଇଡ୍କୋ କୁ ଦିଆଯାଇଥିଲା | ତେବେ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ଏହି ପ୍ରକଳ୍ପ ୭ ବର୍ଷ ହେଲା କାର୍ଯ୍ୟକାରୀ ହୋଇପାରୁନାହିଁ |

ପ୍ରକଳ୍ପ ପାଇଁ ପ୍ରଥମରୁ ୪୦୦୪ ଏକର ଜମିର ଆବଶ୍ୟକତା ଥିବାବେଳେ ଲୋକଙ୍କ ବିରୋଧ ପରେ ଏହି ପରିମାଣକୁ ୨୭ ଶହ ଏକର କୁ କମାଇ ଦିଆଯାଇଥିଲା | ତେବେ ଅବଶିଷ୍ଟ ଏକ ହଜାର ଏକର ଜମି ମିଳିବା ପରେ କମ୍ପାନୀ ନିର୍ମାଣ କାର୍ଯ୍ୟ ଆରମ୍ଭ ବୋଲି ଜଣାପଡିଛି | ପ୍ରକଳ୍ପ ଅଞ୍ଚଳରୁ ପୁଲିସ ପ୍ରତ୍ୟାହାର ପରେ ଅବସ୍ଥା ଶାନ୍ତ ପଡିଛି |

Share in top social networks!

ଅର୍ଥନୈତିକ ବଳୟ ସ୍ଥାପନ ପାଇଁ ପୋସ୍କୋ ପୁଣି କେନ୍ଦ୍ର ସରକାରଙ୍କୁ ଅଧିକ ସମୟ ମାଗିଲା

ଜଗତସିଂପୁର ଜିଲ୍ଲାରେ ସ୍ଵତନ୍ତ୍ର ଅର୍ଥନୈତିକ ବଳୟ ସ୍ଥାପନ ପାଇଁ ପୋସ୍କୋ ପୁଣି କେନ୍ଦ୍ର ସରକାରଙ୍କୁ ଅଧିକ ସମୟ ମାଗିଛି | କେନ୍ଦ୍ର ସରକାର ଦେଇଥିବା ନୀତିଗତ ଅନୁମୋଦନ ମିଆଦ ବୃଦ୍ଧି ପାଇଁ କମ୍ପାନୀ ପକ୍ଷରୁ କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟକୁ ପତ୍ର ଲେଖାଯାଇଛି | ନୀତିଗତ ଅନୁମୋଦନ ମିଳିବା ପରେ ସାତ ବର୍ଷ ବିତିଥିଲେ ମଧ୍ୟ ବିଭିନ୍ନ କାରଣରୁ ଏହି ମଲ୍ଟି ଏସ୍ଇଜେଡ୍ କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ | ଦୁଇଟି ପର୍ଯ୍ୟାୟରେ ଏହି ଅନୁମୋଦନର ମିଆଦ ବୃଦ୍ଧି କରାଯାଇ ସାରିଥିବାବେଳେ ଆଉ ବର୍ଷକ ପାଇଁ ମିଆଦ ବୃଦ୍ଧି ପାଇଁ କମ୍ପାନୀ ଚାହୁଁଛି | ୧୬୨୦.୪୯ ହେକ୍ଟର ଜମିରେ ଏହି ଏସ୍ଇଜେଡ୍ ସ୍ଥାପନ କରାଯିବାର ପ୍ରସ୍ତାବ ରହିଛି |
22438
ଦ୍ଵିତୀୟ ଥର ଅନୁମୋଦନ ଅବଧି ପୂରଣ ହେବା ପରେ ଗତ ସେପ୍ଟେମ୍ବର ରେ କମ୍ପାନୀ ପକ୍ଷରୁ ମିଆଦ ବୃଦ୍ଧି ପାଇଁ ସରକାରଙ୍କୁ ଅନୁରୋଧ କରାଯାଇଥିଲା | ପୋସ୍କୋ ର ଏହି ଆବେଦନକୁ ଆନ୍ତଃମନ୍ତ୍ରଣାଳୟ କମିଟିକୁ ପଠାଇ ଦିଆଯାଇଥିଲା | ଗତ ବୈଠକରେ କୌଣସି ନିଷ୍ପତ୍ତି ହୋଇ ପାରି ନଥିଲା | ଏ ସମ୍ପର୍କରେ ଚଳିତ ମାସ ୧୮ରେ ନିଷ୍ପତ୍ତି ହେବାର ସମ୍ଭାବନା ଅଛି | କେନ୍ଦ୍ର ବାଣିଜ୍ୟ ସଚିବ ଏସ୍ ଆର ରାଓଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତଃମନ୍ତ୍ରଣାଳୟ ଅନୁମୋଦନକାରୀ ବୋର୍ଡର ୫୬ତମ ବୈଠକରେ ଏହି ନିଷ୍ପତ୍ତି ନିଆଯିବ | ରାଜ୍ୟ ସରକାରଙ୍କ ମତ ମିଳି ନଥିବାରୁ ବୋର୍ଡର ୫୫ ତମ ବୈଠକରେ ଏ ନିଷ୍ପତ୍ତି ହୋଇ ପାରି ନଥିଲା | ଇତି ମଧ୍ୟରେ ରାଜ୍ୟ ସରକାର କେନ୍ଦ୍ରକୁ ଏ ସମ୍ପର୍କରେ ନିଜର ମତାମତ ଜଣାଇଛନ୍ତି |

ଗତ ବର୍ଷ ସେପ୍ଟେମ୍ବର ମାସରେ ପୋସ୍କୋ ଇଣ୍ଡିଆର ସିଏମଡି ଏସ୍ଇଜେଡ୍ ମିଆଦ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କୁ ପତ୍ର ଲେଖିଥିଲେ | ଓଡିଶା ସରକାର ଜମି ଯୋଗାଇ ଦେଇ ପାରି ନ ଥିବାରୁ ଏସ୍ଇଜେଡ୍ ବିଳମ୍ବ ହେଉଥିବା କମ୍ପାନୀ ପକ୍ଷରୁ ଦର୍ଶାଯାଇଥିଲା | ସୂଚନାଯୋଗ୍ୟ ୨୦୦୬ରେ କମ୍ପାନୀର ଏସ୍ଇଜେଡ୍ କୁ ନୀତିଗତ ଅନୁମୋଦନ ମିଳିଥିଲା | ପରବର୍ତ୍ତୀ ସମୟରେ ଦୁଇଟି ପର୍ଯ୍ୟାୟରେ ଏହାର ମିଆଦ ବୃଦ୍ଧି ହୋଇଥିଲା |

Share in top social networks!