ପୋଲାଭରମ ପ୍ରକଳ୍ପ ଦ୍ୱାରା ଓଡିଶାର କ୍ଷତି ହେବ ବୋଲି ବିଜେପିର ମତ ଆଜି ବି ସ୍ପଷ୍ଟ – ଧର୍ମେନ୍ଦ୍ର ପ୍ରଧାନ

dpji
- ସଂସଦରେ ଗୃହୀତ ଆନ୍ଧ୍ର ବିଭାଜନ ଆଇନରେ ଜାତୀୟ ପ୍ରକଳ୍ପ ମାନ୍ୟତା ଦେଇଥିଲା ୟୁପିଏ
- ସରକାର ନିରନ୍ତର ପ୍ରକ୍ରିୟା ହୋଇଥିବାରୁ ଅର୍ଥ ପ୍ରଦାନ କରିବା ବାଧ୍ୟବାଧକତା
- ଓଡିଶା, ଛତିଶଗଡ ଓ ତେଲେଙ୍ଗାନା ମିଳିତ ପଦକ୍ଷେପ ଜରୁରୀ
- ନଗଡା, ଗୁମୁଡୁମାହା, ଦାନମାଝୀ, ଶିକ୍ଷା, ସ୍ୱାସ୍ଥ୍ୟ ସେବାର ବିଫଳତାକୁ ଲୁଚାଇବାକୁ ମହାନଦୀ ପ୍ରସଙ୍ଗ ଉଠଉଛି
ବିଜେଡି
ଆନ୍ଧ୍ରରେ ପୋଲାଭରମ ପ୍ରକଳ୍ପ ମାମଲାରେ ଓଡିଶାର କିଛି ଆଦିବାସୀ ଗାଁ ବୁଡିବ ଓ
ଏହା ଦ୍ୱାରା ଓଡିଶାର କ୍ଷତି ହେବ ବୋଲି ଭାରତୀୟ ଜନତା ପାର୍ଟୀର ପୂର୍ବରୁ ଏହି ମତ ଥିଲା ଓ ବର୍ତମାନ ମଧ୍ୟ ପାର୍ଟୀ
ଏହି ମତରେ ସ୍ପଷ୍ଟ ଅଛି ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ମଙ୍ଗଳବାର ଦିନ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତର ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ବାରମ୍ବାର ଏ ପ୍ରଶ୍ନ ଉଠୁଛି ଯେ ଆଜିର
କେନ୍ଦ୍ର ସରକାର କାହିଁକି ଏହି ପ୍ରକଳ୍ପକୁ ବନ୍ଦ କରୁ ନାହାନ୍ତିା ଶ୍ରୀ ପ୍ରଧାନ କହିଛନ୍ତି ଯେ ତକ୍ରାଳୀନ ୟୁପିଏ ସରକାର
୨୦୧୩ ଡିସେମ୍ବର ମାସରେ ସଂସଦରେ ଗୃହୀତ କରାଇଥିବା ଆନ୍ଧ୍ର ପ୍ରଦେଶ ବିଭାଜନ ସମ୍ପର୍କିତ ଆକ୍ଟରେ
ପୋଲାଭରମ ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପର ମାନ୍ୟତା ଦେଇଥିଲେ। ସରକାର ଏକ ନିରନ୍ତର ପ୍ରକ୍ରିୟା। ସଂସଦରେ ଗୃହୀତ
ଆଇନ ଆଧାରରେ ପୋଲାଭରମ ପ୍ରକଳ୍ପ ବାବଦର ସମସ୍ତ ଖର୍ଚ ବହନ କରିବା କେନ୍ଦ୍ର ସରକାରଙ୍କ ପାଇଁ ବାଧ୍ୟବାଧକତା।
ଶ୍ରୀ ପ୍ରଧାନ କହିଥିଲେ ଯେ କେବଳ ଓଡିଶା ନୁହେଁ ଛତିଶଗଡ ଓ ତେଲେଙ୍ଗାନା ମଧ୍ୟ ପୋଲାଭରମ ପ୍ରକଳ୍ପ କାରଣରୁ
କ୍ଷତିଗ୍ରସ୍ତ ହୋଇଛନ୍ତି। ଏହି ତିନି ରାଜ୍ୟ ମିଳିତ ଭାବରେ ନିଜ ନିଜ ରାଜ୍ୟର ସ୍ୱାର୍ଥ ପାଇଁ କାର୍ଯ୍ୟ କରିବା ଉଚିତ।
ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତର ଦେଇ ସେ ପୁଣି କହିଲେ ଯେ ପୋଲାଭରମ ପ୍ରକଳ୍ପ ନେଇ ଓଡିଶାର ସ୍ୱାର୍ଥ ସମ୍ବନ୍ଧିତ ଦାବି
ସରକାର, ରାଜନୈତିକ ଦଳ, ସାମାଜିକ ସଂଗଠନ ଓ କୌଣସି ବ୍ୟକ୍ତିବିଶେଷ ଉଠାଇଲେ ବିଜେପିର ସମର୍ଥନ ରହିବ।
ମହାନଦୀ ନେଇ ସାମ୍ବାଦିକ ମାନଙ୍କର ପ୍ରଶ୍ନର ଉତରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ମୂଳ ପ୍ରଶ୍ନ ହେଉଛି ଓଡିଶାକୁ ପାଣି
ମିଳିବ ନା ନାହିଁ। ଏଥିନେଇ କେନ୍ଦ୍ର ସରକାରଙ୍କ ତରଫରୁ ଓଡିଶାକୁ ଆଶ୍ୱସ୍ତ କରି କୁହାଯାଇଛି ଯେ ୧୯୫୦ ମସିହାରେ
ହୀରାକୁଦ ବନ୍ଧ ନିର୍ମାଣ ସମୟରେ ଓଡିଶାକୁ ଯେଉଁ ଭାଗ ପାଣି ମିଳିବା ପାଇଁ ସ୍ଥିର ହୋଇଥିଲା, ସେଥିରୁ ବୁନେ୍ଦ ହେଲେ
ପାଣି କମିବ ନାହିଁ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟ ସରକାର ନଗଡାର ଶିଶୁ ମଡକ, ଗୁମୁଡୁମାହାର ଆଦିବାସୀ-ଦଳିତ ହତ୍ୟା, ଦାନ ମାଝୀ
ପରେ ଅନେକ ଘଟଣା, ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ ବ୍ୟବସ୍ଥା ଭୁଷୁଡି ପଡିବା ପରି ଲମ୍ବା ବିଫଳତାର ଉତର ନ ଦେବା ପାଇଁ
ମହାନଦୀ ପ୍ରସଙ୍ଗକୁ ରାଜ୍ୟ ସରକାର ଢାଲ କରୁଛନ୍ତି।

Share in top social networks!

ବିଜୁଜନତା ଦଳର ପୋଲାଭରମ୍‌ ପ୍ରକଳ୍ପ ନିର୍ମାଣ ବିରୋଧରେ ଦକ୍ଷିଣ ଓଡ଼ିଶାର ୭ଟି ଜିଲ୍ଲାରେ ଗଣବିକ୍ଷୋଭ ଓ ରାଷ୍ଟ୍ରପତିଙ୍କ ଉଦେ୍ଦଶ୍ୟରେ ସ୍ମାରକପତ୍ର

14344963_892613604204024_7384981850634388325_nବିଜୁ ଜନତା ଦଳ ଆହ୍ୱାନରେ ଓଡ଼ିଶାର ସ୍ୱାର୍ଥ ବିରୋଧୀ ପୋଲାଭରମ୍‌ ପ୍ରକଳ୍ପ ନିର୍ମାଣ ବିରୋଧରେ ଦକ୍ଷିଣ ଓଡ଼ିଶାର ୭ଟି ଜିଲ୍ଲା ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରସ୍ଥିତ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅଫିସ୍‌ ସମ୍ମୁଖରେ ଓ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି ଏବଂ କନ୍ଧମାଳ ଜିଲ୍ଳାପାଳଙ୍କ ଅଫିସ୍‌ ସମ୍ମୁଖରେ ଧାରଣା ଗଣବିକ୍ଷୋଭ
ଅନୁଷ୍ଠିତ ହୋଇ ରାଷ୍ଟ୍ରପତିଙ୍କ ଉଦେ୍ଦଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି। ରାୟଗଡ଼ା ଜିଲ୍ଲାରେ ଯୋଗାଣ ମନ୍ତ୍ରୀ ତଥା ବିଜୁ ଯୁବ
ଜନତା ଦଳର ସଭାପତି ସଂଜୟ ଦାସବର୍ମା, ସାଂସଦ ଏନ୍‌. ଭାସ୍କର ରାଓ, ଜିଲ୍ଲା ସଭାପତି ସୁଧୀର ଦାସଙ୍କ ସମେତ ଜିଲ୍ଲାର ହଜାର
ହଜାର ସଂଖ୍ୟାରେ ଦଳୀୟ କର୍ମକର୍ତ୍ତା ଓ ଜନସାଧାରଣ ଯୋଗଦେଇ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ଗଂଜାମ ଜିଲ୍ଲାରେ
ମନ୍ତ୍ରୀ ପ୍ରଦୀପ ଅମାତ, ରାଜ୍ୟ ଯୁବ ବିଜେଡି ସାଧାରଣ ସଂପାଦକ ତଥା ମୁଖପାତ୍ର ବିଜୟ ନାୟକ ପର୍ଯ୍ୟବେକ୍ଷକ ଭାବେ ଯୋଗ
ଦେଇଥିବା ବେଳେ ଜିଲ୍ଲା ସଭାପତି ଦେବରାଜ ମହାନ୍ତି, ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର, ସାଂସଦ ସିଦ୍ଧାନ୍ତ ମହାପାତ୍ର, ଲଡୁକିଶୋର
ସ୍ୱାଇଁଙ୍କ ସମେତ ଜିଲ୍ଲାର ଅନ୍ୟ ବିଧାୟକ, ମେୟର ଓ ଦଳୀୟ କର୍ମକର୍ତ୍ତା ହଜାର ହଜାର ସଂଖ୍ୟାରେ ଯୋଗଦେଇ ଏକ ଶୋଭାଯାତ୍ରାରେ
ଆସି ଦକ୍ଷିଣାଞ୍ଚଳ ଆର୍‌ଡିସିଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ସେହିପରି ମାଲକାନଗିରି ଜିଲ୍ଲାରେ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ଈଶ୍ୱର
ପାଣିଗ୍ରାହୀ, ବିଧାୟକ ମାନସ ମାଡ଼କାମି, ଡମ୍ବରୁ ସିସା, ନବରଙ୍ଗପୁର ଜିଲ୍ଳାରେ ମନ୍ତ୍ରୀ ରମେଶ ମାଝୀ, ସାଂସଦ ବଳଭଦ୍ର ମାଝୀ,
ପୂର୍ବତନ ସାଂସଦ ଭୂପିନ୍ଦର ସିଂହ ଓ ଜିଲ୍ଲାର ଅନ୍ୟ ବିଧାୟକ, କୋରାପୁଟ ଜିଲ୍ଳାରେ ପର୍ଯ୍ୟବେକ୍ଷ ଭାବେ ବିଧାୟକ ଚନ୍ଦ୍ରସାରଥୀ
ବେହେରା, ସାଂସଦ ଝିନ୍ନ ହିକ୍‌କା, ଜିଲ୍ଲା ବିଜେଡି ସଭାପତି ଜୟରାମ ପାଙ୍ଗୀ, ରବିନାରାୟଣ ନନ୍ଦ ନେତୃତ୍ୱ ନେଇଥିବା ବେଳେ
ଗଜପତି ଜିଲ୍ଲାରେ ଜିଲ୍ଲା ସଭାପତି ପ୍ରଦୀପ ନାୟକ, କୈଳାସ ରଣା, ବିଧାୟିକା ବାସନ୍ତୀ ମଲ୍ଲିକ, ପୂର୍ବତନ ବିଧାୟକ ନାରାୟଣ
ରାଓ, କନ୍ଧମାଳ ଜିଲ୍ଲାରେ ପର୍ଯ୍ୟବେକ୍ଷ ଭାବେ ବିଧାୟକ ସମୀର ରଞ୍ଜନ ଦାଶ, ସାଂସଦ ପ୍ରତୁ୍ୟଷା ରାଜେଶ୍ୱରୀ ଦେବୀ ସିଂହ, ବାବୁ
ସିଂହ, ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, ଜିଲ୍ଲାର ଅନ୍ୟ ବିଧାୟକଙ୍କ ସମେତ ହଜାର ହଜାର ସଂଖ୍ୟାରେ ଦଳୀୟ କର୍ମକର୍ତ୍ତା ଓ
ଜନସାଧାରଣ ଯୋଗଦେଇ ଏକ ଶୋଭାଯାତ୍ରାରେ ଆସି ଜିଲ୍ଳାପାଳମାନଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ।
ଏହି ସ୍ମାରକପତ୍ରରେ ଦର୍ଶାଯାଇଥିଲା ଯେ ପୋଲାଭରମ୍‌ ପ୍ରକଳ୍ପ ନିର୍ମାଣ ସମ୍ପର୍କିତ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା
ସତ୍ତ୍ୱେ ଆନ୍ଧ୍ର ସରକାରଙ୍କ ଦ୍ୱାରା ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଦକ୍ଷିଣ ଓଡ଼ିଶାର
ଅର୍ଦ୍ଧାଧିକ ଅଞ୍ଚଳ ବୁଡିଯିବ। ଏହା ଦ୍ୱାରା ମାଲକାନଗିରି ଜିଲ୍ଲାର ମୋଟୁ ତହସିଲର ୧୫ଟି ରାଜସ୍ୱ ଗ୍ରାମ ଓ ୧୦ଟି ପଡ଼ା ଜଳମଗ୍ନ
ହେବ। ମୋଟ ଉପରେ ୨୫ଟି ଗ୍ରାମର ୬୮୧୮ ଲୋକ ବିସ୍ଥାପିତ ହେବେ, ଯେଉଁଥିରେ ୫୯୧୬ ଜଣ ଆଦିବାସୀ ଅନ୍ତର୍ଭୁକ୍ତ।
ଏଥିରେ ୭୬୫୬ ହେକ୍ଟର ଚାଷ ଓ ଜଙ୍ଗଲ ଜମି ବୁଡ଼ିଯିବ। ଓଡ଼ିଶାର ଜନଜାତିଙ୍କ ଜୀବନ ଏବଂ ଜୀବିକା ଉପରେ ଏହାର ପ୍ରଭୂତ
ପ୍ରତିକୂଳ ପ୍ରଭାବ ପଡ଼ିବ।
ଏ ସଂପର୍କରେ ଓଡ଼ିଶା ସରକାର ବାରମ୍ବାର ପତ୍ରଲେଖି ପୋଲାଭରମ୍‌ ପ୍ରକଳ୍ପର ପୁନର୍ବିଚାର ପାଇଁ ଅନୁରୋଧ କରିଥିଲେ।
ପୋଲାଭରମ୍‌ ପ୍ରସଂଗରେ ରାଜ୍ୟ ସରକାର କେନ୍ଦ୍ରକୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଥିଲେ ଯେ ପ୍ରସ୍ତାବିତ ପ୍ରକଳ୍ପରେ ଗୋଦାବରୀ
ଜଳ ବିବାଦ ଟି୍ରବୁ୍ୟନାଲ୍‌ ଆଦେଶ ଓ ଜାତୀୟ ମାନକଗୁଡିକୁ ଉଲ୍ଲଂଘନ କରାଯାଇଛି। ଆଶ୍ଚର୍ଯ୍ୟ କଥା ଯେ ପ୍ରକଳ୍ପଟି ଆଦିବାସୀ
ଅଧୁ୍ୟଷିତ ଅଞ୍ଚଳରେ ହୋଇଥିବାରୁ ଓ ବହୁସଂଖ୍ୟାରେ ଆଦିବାସୀ ଏହାଦ୍ୱାରା ପ୍ରଭାବିତ ହେଉଥିବାରୁ କେନ୍ଦ୍ର ଆଦିବାସୀ ବ୍ୟାପାର
ମନ୍ତ୍ରାଳୟର ଅନୁମତି ବାଧ୍ୟତାମୂଳକ ହୋଇଥିଲେ ମଧ୍ୟ ତାହା ନିଆଯାଇନାହିଁ ଏବଂ ସେହି ଅଞ୍ଚଳରେ ପଲ୍ଲୀସଭା, ଯାହାକି ନିହାତି
ଆବଶ୍ୟକ ତାହା କରାଯାଇ ନାହିଁ। ଏହି ସମସ୍ତ ବିଷୟକୁ ଉଲ୍ଲେଖ କରି ଓଡ଼ିଶା ସରକାର ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୩୧
ଆଧାରରେ ୯.୧୦.୨୦୦୭ରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟଙ୍କୁ କରିଥିବା ଆବେଦନରେ ଓଡ଼ିଶା ସରକାର
ଦର୍ଶାଇଥିଲେ ଯେ ପୋଲାଭରମ୍‌ ପ୍ରକଳ୍ପ ଦ୍ୱାରା ଓଡ଼ିଶାର ବହୁ ଅଞ୍ଚଳ ଜଳମଗ୍ନ ହେଉଥିବାରୁ ଓ ଅନେକ ଲୋକ ପ୍ରଭାବିତ ହେଉଥିବାରୁ
ଏହାକୁ ରାଜ୍ୟ ବିରୋଧ କରୁଛି।
ଓଡ଼ିଶାବାସୀଙ୍କ ସ୍ୱାର୍ଥର ପରିପନ୍ଥୀ ଏହି ପ୍ରକଳ୍ପ ପ୍ରଚଳିତ ନିୟମର ଉଲ୍ଲଂଘନ କରୁଥିବାରୁ ପ୍ରକଳ୍ପ ପାଇଁ ଭାରତ ସରକାର ପ୍ରଦାନ
କରିଥିବା ପରିବେଶ ମଞ୍ଜୁରୀ ରଦ୍ଦ କରାଯାଉ। ଏହାସହିତ ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ଦେଇଥିବା ଅନୁମୋଦନକୁ ମଧ୍ୟ ରଦ୍ଦ
କରାଯାଉ। ପ୍ରକଳ୍ପର ଉଚ୍ଚତା ହ୍ରାସ କରାଯାଉ। ବୈଷୟିକ ମାନ ଓ ତଥ୍ୟ ଉଲ୍ଲଂଘନ କରୁଥିବାରୁ କେନ୍ଦ୍ର ସରକାରଙ୍କ କେନ୍ଦ୍ରୀୟ ଜଳ
ଆୟୋଗଙ୍କ ଦ୍ୱାରା ଅନୁମୋଦିତ ଆଡ଼ିବନ୍ଧ ଯୋଜନାକୁ ରଦ୍ଦ କରାଯାଉ।
ଏହାପରେ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ଏକ ମଧ୍ୟବର୍ତ୍ତୀକାଳୀନ ଦରଖାସ୍ତ ଦେଇ ପ୍ରକଳ୍ପ ବିରୋଧରେ ପୁଣି ନିଜର
ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। କେନ୍ଦ୍ରୀୟ ଜଳ ଆୟୋଗଙ୍କ ଦ୍ୱାରା ମଞ୍ଜୁର ପରାମର୍ଶ କମିଟିର ଅନୁମୋଦନ ଓ ଜଙ୍ଗଲ ମଞ୍ଜୁରୀକୁ ରଦ୍ଦ
କରାଯିବା ସହିତ ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପ ଘୋଷଣା ଉପରେ ନିଷେଦ୍ଧାଜ୍ଞା ଜାରି କରିବା ପାଇଁ ମଧ୍ୟବର୍ତ୍ତୀକାଳୀନ ଦରଖାସ୍ତରେ
ଆବେଦନ କରାଯାଇଥିଲା। ଏହାପରେ ୨୨.୭.୨୦୧୩ରେ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ବୈଠକରେ ଯୋଗଦେଇ ଓଡ଼ିଶା
ସରକାର ପୋଲାଭରମ୍‌ ପ୍ରକଳ୍ପର ପ୍ରତିକୂଳ ଦିଗ ସଂପର୍କରେ ଅବଗତ କରାଇଥିଲେ। ଏହାଦ୍ୱାରା ଗୋଦାବରୀ ଜଳ ବିବାଦ ଟ୍ରିବୁ୍ୟନାଲ୍‌
ଆଦେଶ ଉଲ୍ଳଂଘନ ହେଉଥିବା ମଧ୍ୟ ଅବଗତ କରାଇଥିଲେ। ସେହିଦିନ ପ୍ରସ୍ତାବିତ ପ୍ରକଳ୍ପର କାର୍ଯ୍ୟ ସ୍ଥଗିତ ରଖିବା ପାଇଁ ଓଡ଼ିଶା
ସରକାର ସୁପ୍ରିମକୋର୍ଟରେ ପୁଣି ଏକ ଆବେଦନ କରିଥିଲେ। ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ଥିବାସତ୍ତ୍ୱେ କେନ୍ଦ୍ର ସରକାର
ସେଥିପ୍ରତି ଭ୍ରୂକ୍ଷେପ ନକରି ପୋଲାଭରମ୍‌ ପ୍ରକଳ୍ପ କର୍ତ୍ତୃପକ୍ଷ (ପିପିଏ) ଗଠନ ପାଇଁ ଅନୁମୋଦନ ଦେଇଛନ୍ତି।
୨୦୧୪ ଜୁଲାଇ ୨୮ରେ ଓଡିଶା ବିଧାନସଭାରେ ପୋଲାଭରମ୍‌ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ସର୍ବସମ୍ମତ
ପ୍ରସ୍ତାବ ଗୃହୀତ ହୋଇଥିଲା। ଏଥିରେ ନିଷ୍ପତ୍ତି ହୋଇଥିଲା ଯେ ପୋଲାଭରମ୍‌ ପ୍ରକଳ୍ପ ରାଜ୍ୟର ଆଦିବାସୀଙ୍କ ସ୍ୱାର୍ଥ ବିରୋଧୀ।
ସେମାନଙ୍କ ସ୍ୱାର୍ଥକୁ ରକ୍ଷା କରିବା ପାଇଁ କେନ୍ଦ୍ର ସରକାର ଏହି ପ୍ରକଳ୍ପ ସଂପର୍କରେ ପୁନର୍ବିଚାର କରିବା ସହ ପୋଲାଭରମ୍‌ ନିର୍ମାଣ ବନ୍ଦ
କରିବାକୁ ଅନୁରୋଧ କରାଯିବ। ଜଳସଂପଦ ବିଭାଗ କେନ୍ଦ୍ରକୁ ସ୍ମାରକପତ୍ର ଦେବାକୁ ସ୍ଥିର ହୋଇଥିଲା। ତେବେ ଏ ସଂକ୍ରାନ୍ତ ଗୃହ
କମିଟି ସେ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଅନୁମତି ପାଇଲେ ନାହିଁ। ପଞ୍ଚଦଶ ବିଧାନସଭାର ତୃତୀୟ ଅଧିବେଶନରେ
ପୋଲାଭରମ୍‌ ସଂକ୍ରାନ୍ତ ଗୃହ କମିଟି ଗଠନ କରିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଗତ ଜୁନ୍‌ ୧୮ ତାରିଖରେ କମିଟିର ବୈଠକ
ଅନୁଷ୍ଠିତ ହୋଇଥିଲା। ଏ ସମସ୍ତ ତଥ୍ୟକୁ ଆଧାର କରି ଓଡ଼ିଶା ସରକାର ସୁପି୍ରମକୋର୍ଟରେ ଗତ ୬.୧୧.୨୦୧୫ରେ ଏକ
ସଂଶୋଧିତ ମାମଲା ଦାୟର କରିଛନ୍ତି। ଗତ ବିଧାନସଭା ଅଧିବେଶନରେ ଓଡ଼ିଶାର ସ୍ୱାର୍ଥକୁ ଉପେକ୍ଷା କରି କେନ୍ଦ୍ର ସରକାର
ପୋଲାଭରମ୍‌ ପ୍ରକଳ୍ପ ଲାଗି ଆନ୍ଧ୍ରକୁ ଆଖିବୁଜା ସମର୍ଥନ କରୁଥିବା ପ୍ରତିବାଦରେ ବିଜେଡି ବିଧାୟକମାନେ ରାଜ୍ୟପାଳଙ୍କୁ ଭେଟି
ରାଷ୍ଟ୍ରପତିଙ୍କ ଉଦେ୍ଦଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ସ୍ମାରକପତ୍ରରେ ବିଭିନ୍ନ ସମୟରେ ପ୍ରସ୍ତାବିତ ପ୍ରକଳ୍ପ ବିରୋଧରେ
ଉଠିଥିବା ବିବାଦର ସମାଧାନ ନହେବା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଉପରେ ସ୍ଥଗିତାଦେଶ ପ୍ରଦାନ କରିବା, ଅବିଭକ୍ତ ଆନ୍ଧ୍ର ଓ ଓଡ଼ିଶା
ମଧ୍ୟରେ ୧୯୭୮ ଡିସେମ୍ବର ୧୫ତାରିଖରେ ହୋଇଥିବା ରାଜିନାମା ଅନୁଯାୟୀ ବନ୍ଧର ଉଚ୍ଚତା ୧୫୦ ଫୁଟରେ ସୀମିତ ରଖିବା,
ବିବାଦର ସମାଧାନ ନହେବା ପର୍ଯ୍ୟନ୍ତ ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ବାତିଲ କରିବା, ବୈଷୟିକ ମାନ ଓ ପ୍ରଭାବ ଯାଞ୍ଚ ବିନା ପ୍ରକଳ୍ପ
ନିର୍ମାଣ ବାରଣ କରିବା, ପ୍ରସ୍ତାବିତ ପ୍ରକଳ୍ପରୁ ଜାତୀୟ ମାନ୍ୟତା ପ୍ରତ୍ୟାହାର କରିବା, ପ୍ରକଳ୍ପର ସଂଶୋଧିତ ଖର୍ଚ୍ଚ ୧୭,୦୦୦ କୋଟି
ଟଙ୍କା ପାଇଁ ବୈଷୟିକ କମିଟି ଦେଇଥିବା ସୁପାରିସ ବାତିଲ କରିବା, ସୁପ୍ରିମକୋର୍ଟଙ୍କ ରାୟ ପରେ ଜନଶୁଣାଣି ପ୍ରସ୍ତାବ, ଟେଣ୍ଡର
ପ୍ରକ୍ରିୟା ଆଦି ବାତିଲ ପାଇଁ ବିଜେଡି ପକ୍ଷରୁ ଦାବି ଉପସ୍ଥାପନ କରାଯାଇଛି। ୨.୪.୧୯୮୦ ମସିହାରେ ଗୋଦାବରୀ ଜଳ ବିବାଦ
ଟି୍ରବୁ୍ୟନାଲ୍‌ର ନିଷ୍ପତ୍ତି କାର୍ଯ୍ୟକାରୀ କରିବା ପାଇଁ ଦଳ ପକ୍ଷରୁ ଦାବି କରାଯାଉଛି। ଏଥିରେ ଯେଉଁ ନିଦେ୍ର୍ଦଶନାମା ଦିଆଯାଇଥିଲା;
ତାହାର ଉଲ୍ଲଂଘନ କରାଯିବା ସହ ଆଦେଶର ପରିପାଳନ କରାଯାଇନାହିଁ।
ସ୍ୱାଧୀନତା ପରଠାରୁ କ୍ରମାଗତ ଭାବରେ କେନ୍ଦ୍ରୀୟ ଅବହେଳାର ଶିକାର ହୋଇ ଆସୁଥିବା ଓଡ଼ିଶା ଉପରେ ପୁଣି ପୋଲାଭରମ
ପ୍ରକଳ୍ପର ଦୁଃସହ ବୋଝ ଲଦି ଦିଆଯାଇଛି। ଏପରିକି ପୋଲାଭରମ୍‌ ପ୍ରକଳ୍ପ ବିବାଦ ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ସତ୍ତ୍ୱେ
କେନ୍ଦ୍ର ସରକାର ସେଥିପ୍ରତି ଭ୍ରୂକ୍ଷେପ କରୁନାହାନ୍ତି। ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ସବୁ ପ୍ରକାର ନୀତି ନିୟମକୁ ଜଳାଞ୍ଜଳି ଦିଆଯାଉଛି।
ସବୁଠାରୁ ଉଦ୍‌ବେଗଜନକ ପ୍ରସଂଗ ହେଉଛି ଯେ ଏହି ପ୍ରକଳ୍ପ ଯୋଗୁ ହଜାର ହଜାର ଏକର ଜମି ଓ ଶତାଧିକ ଗାଁ ଗଣ୍ଡା ବୁଡ଼ିଯିବା ନିଶ୍ଚିତ
ଥିଲେ ମଧ୍ୟ ସେଥିପ୍ରତି କେନ୍ଦ୍ର ସରକାର ତିଳେ ହେଲେ ବି ଚିନ୍ତିତ ଥିବାଭଳି ଜଣାପଡୁ ନାହାନ୍ତି। ଆଦିବାସୀଙ୍କ ସ୍ୱାର୍ଥ ପାଇଁ ଡିଣ୍ଡିମ ପିଟୁଥିବା

କେନ୍ଦ୍ର ସରକାର ଏହି ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ହେବାକୁ ଥିବା ଗରିବ ଆଦିବାସୀଙ୍କ ଜୀବନ ଜୀବିକା ପ୍ରତି ଆଖି ବୁଜି ଦେଇଛନ୍ତି।
ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସରକାର ୨୦୦୬ ମସିହାରୁ ତକ୍ରାଳୀନ ଆନ୍ଧ୍ର ସରକାର ଓ
କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ, ଜଳ ସଂପଦ ମନ୍ତ୍ରାଳୟ, ଯୋଜନା କମିଶନ ଏବଂ ପ୍ରଧାନମନ୍ତ୍ରୀଙ୍କ ନିକଟରେ
ଦାବି ଉପସ୍ଥାନ କରି ସୁପ୍ରିମକୋର୍ଟଙ୍କ ବିଚାରାଧୀନ ପୋଲାଭରମ୍‌ ପ୍ରକଳ୍ପକୁ ବିରୋଧ କରିଆସିଛନ୍ତି। ଆନ୍ଧ୍ରର ସ୍ୱାର୍ଥ ରକ୍ଷା ଲାଗି
ପୋଲାଭରମ୍‌ ପ୍ରକଳ୍ପର ସଂଶୋଧିତ ନକ୍ସାକୁ କେନ୍ଦ୍ରୀୟ ଜଳ କମିଶନ ଏକତରଫା ଭାବେ ଅନୁମୋଦନ କରିଛନ୍ତି, ଯାହା ଗୋଦାବରୀ
ଜଳ ବିବାଦ ଟ୍ରିବୁ୍ୟନାଲ୍‌ ରାୟର ପରିପନ୍ଥୀ। ସେହିପରି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଓଡ଼ିଶାର ଜଙ୍ଗଲ ସଂପଦ କ୍ଷୟକ୍ଷତି ପ୍ରତି
ଦୃଷ୍ଟି ନଦେଇ ପୋଲାଭରମ୍‌ ପ୍ରକଳ୍ପକୁ ପରିବେଶ ଅନୁମତି ଦେବା ଦୁର୍ଭାଗ୍ୟଜନକ।
ଓଡ଼ିଶା ଭାରତର ଅଂଶ ବିଶେଷ ହୋଇଥିଲେ ବି କେନ୍ଦ୍ର ସରକାର ଓଡ଼ିଶାବାସୀଙ୍କ ଦୁଃଖ ବୁଝିବାକୁ ନାରାଜ। ପୋଲାଭରମ୍‌
ପ୍ରସଂଗରେ ଓଡ଼ିଶା ଲୋକଙ୍କ ବିପତ୍ତି କେନ୍ଦ୍ର ସରକାରଙ୍କୁ ଦେଖାଯାଉନି। କଂଗ୍ରେସ ନେତୃତ୍ୱାଧୀନ ସରକାର ବେଳେ ସ୍ଥିତି ଯାହା ଥିଲା
ବିଜେପି ନେତୃତ୍ୱାଧୀନ ସରକାରରେ ଦୁଃଖ ବଳିଗଲା। ପୂର୍ବରୁ କେନ୍ଦ୍ରରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ଥିବାବେଳେ
ଆଖିବୁଜି ଆନ୍ଧ୍ରର କଂଗ୍ରେସ ସରକାର ପାଇଁ ପୋଲାଭରମ୍‌ ପ୍ରକଳ୍ପକୁ ମଞ୍ଜୁରୀ ଦେଇଥିଲେ। ଏପରିକି ସେହି ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପ
ରୂପେ ଘୋଷଣା କରିବାକୁ କେନ୍ଦ୍ର ସରକାର ବିଧିବଦ୍ଧ ସ୍ୱୀକୃତି ମଧ୍ୟ ପ୍ରଦାନ କରିଥିଲେ। ପୋଲାଭରମ୍‌ ପ୍ରକଳ୍ପ ଦ୍ୱାରା ଓଡ଼ିଶାର ପ୍ରଭୂତ
ଅଞ୍ଚଳ କ୍ଷତି ହେଉଥିବା ଜାଣି ମଧ୍ୟ ଏବର ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଆନ୍ଧ୍ରରେ ବିଜେପି ସମର୍ଥôତ ଟିଡିପି ସରକାରକୁ
ପ୍ରୋତ୍ସାହନ ଦେବା ପାଇଁ ଅଣ୍ଟା ଭିଡ଼ିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ସେପ୍ଟେମ୍ବର ୮ ତାରିଖରେ ଆନ୍ଧ୍ର ବିଭାଜନର ପ୍ୟାକେଜ୍‌
ଘୋଷଣା କଲାବେଳେ ପୋଲାଭରମ୍‌ ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପର ମାନ୍ୟତା ଦେଇ ୨୦୧୪ ମସିହା ଏପ୍ରିଲ ମାସରୁ ପ୍ରକଳ୍ପର ସମସ୍ତ
ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବ ବୋଲି ଘୋଷଣା କରି ଓଡ଼ିଶାବାସୀଙ୍କୁ ପ୍ରତାରିତ କରିଛନ୍ତି। ପରେ ପରେ କେନ୍ଦ୍ର ସହରାଞ୍ଚଳ
ବିକାଶ ମନ୍ତ୍ରୀ ଭେଙ୍କିୟା ନାଇଡୁ ଓଡ଼ିଶା ଗସ୍ତରେ ଆସି ପୋଲାଭରମ୍‌ ପ୍ରକଳ୍ପକୁ ଅନୁଦାନ ଦେବା ପାଇଁ ସୁପ୍ରିମକୋର୍ଟ ମନା କରିନାହାନ୍ତି
ବୋଲି କହିବା ସହିତ ଆଇନ୍‌ର ବ୍ୟବସ୍ଥା ମଧ୍ୟରେ ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି ବୋଲି କହି ଓଡ଼ିଶାବାସୀଙ୍କ କଟା ଘା’ରେ
ଚୂନ ଦେବା କାର୍ଯ୍ୟ କରିଛନ୍ତି। କେନ୍ଦ୍ର ସରକାରଙ୍କର ଏଭଳି ଓଡ଼ିଶା ବିରୋଧୀ ଆଭିମୁଖ୍ୟକୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ତୀବ୍ର
ପ୍ରତିକ୍ରିୟା ପ୍ରକାଶ ପାଇଛି।
ମାଲାକାନଗିରି ଓ ରାୟଗଡ଼ା ଜିଲ୍ଳାର କିଛି ଅଂଶରେ ସ୍ଥାନୀୟ ଅଧିବାସୀ ଓ ବିଶେଷକରି ଆଦିବାସୀଙ୍କୁ ବାସଚୁ୍ୟତ କରିବା
ପାଇଁ ଆନ୍ଧ୍ର ଓ କେନ୍ଦ୍ର ସରକାର ଯେଉଁ ଭିତିରିଆ ଯୋଜନା ଚଳାଇଛନ୍ତି ତାହାର ଦୃଢ଼ ଜବାବ ଦେବା ପାଇଁ ବିଜୁ ଜନତା ଦଳ ପକ୍ଷରୁ
ଆଜି ଦକ୍ଷିଣ ଓଡ଼ିଶାର ୬ଟି ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସ୍‌ ସମ୍ମୁଖ ଏବଂ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରସ୍ଥିତ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ
ଅଫିସ୍‌ ସମ୍ମୁଖରେ ଧାରଣା ଓ ଗଣବିକ୍ଷୋଭ କରାଯିବା ସହିତ ବିବାଦୀୟ ପୋଲାଭରମ୍‌ ପ୍ରସଂଗରେ ଭାରତବର୍ଷର ମହାମହିମ ରାଷ୍ଟ୍ରପତି
ମହୋଦୟ ତୁରନ୍ତ ହସ୍ତକ୍ଷେପ କରି କେନ୍ଦ୍ର ସରକାରଙ୍କୁ ଓଡ଼ିଶା ସ୍ୱାର୍ଥ ବିରୋଧୀ କାର୍ଯ୍ୟରୁ ନିବୃତ ରହିବା ପାଇଁ ନିଦେ୍ର୍ଦଶ ଦେବା ଲାଗି
ଦଳ ପକ୍ଷରୁ ଏକ ସ୍ମାରକପତ୍ର ମାଧ୍ୟମରେ ବିନମ୍ର ଅନୁରୋଧ କରାଯାଇଛି। ଓଡ଼ିଶାର ସ୍ୱାର୍ଥ ବିରୋଧୀ ପୋଲାଭରମ୍‌ ପ୍ରକଳ୍ପ ନିର୍ମାଣ
କାର୍ଯ୍ୟ ବନ୍ଦ କରାଯିବା ପର୍ଯ୍ୟନ୍ତ ସ୍ୱାଭିମାନୀ ଓଡ଼ିଶାବାସୀ ଦୃଢ଼ପ୍ରତିଜ୍ଞ ଭାବରେ ବିକ୍ଷୋଭ ଓ ଧାରଣାରେ ସାମିଲ ହୋଇ ଆନେ୍ଦାଳନାତ୍ମକ
କାର୍ଯ୍ୟକ୍ରମକୁ ଅବ୍ୟାହତ ଜାରି ରଖିବେ।

Share in top social networks!