ଆର୍ନ୍ତଜାତୀୟ ମହିଳା ଦିବସ ଅବସରରେ ହିଂସା ମୁକ୍ତ ପଞ୍ଚାୟତ ଗଠନ ପାଇଁ ଆହ୍ୱାନ

pecuc୮ ମାର୍ଚ୍ଚ ୨୦୧୫ ଦିନ ଆର୍ନ୍ତଜାତୀୟ ମହିଳା ଦିବସ ଅବସରରେ ପିପୁଲସ୍ କଲଚରାଲ ସେଣ୍ଟର (ପିକକ୍), ଦି ହଙ୍ଗର ପ୍ରୋଜେକ୍ଟ, ଅଲିଭା ମହିଳା ପଞ୍ଚାୟତ ପ୍ରତିନିଧି ମହାସଂଘ ଓ ରୋଟାରି କ୍ଲବ୍ ଅଫ ଭୁବନେଶ୍ୱର ହେରିଟେଜର ମିଳିତ ଆନୂକୁଲ୍ୟରେ ଏକ କର୍ମ ଶାଳା ଓ ଦସ୍ତଖତ ଅଭିଯାନ ପ୍ରତାପଶାସନ ପଞ୍ଚାୟତ ସଭାଗୃହରେ ଅନୁଷ୍ଠିତ ହୋଇଯାଇଅଛି । ଏହି ପରିପ୍ରେକ୍ଷିରେ ଉପସ୍ଥିତ ଅତିଥି ବୃନ୍ଦ ଯେଉଁମାନେ ଆଜି ଆମ ଗହଣରେ ନାହାନ୍ତି ସେମାନଙ୍କ ସ୍ମୃତିରେ ପ୍ରଦ୍ୱିପ ପ୍ରଜ୍ୱୋଳନ କରି ଦସ୍ତଖତ ଅଭିଯାନରେ ମହିଳାମାନଙ୍କ ଉଦେ୍ଧଶ୍ୟରେ ନିଜର ମତ ପ୍ରକାଶ କରିଥିଲେ ।
ପିକକ୍ର କାର୍ଯ୍ୟକାରୀ ନିଦେ୍ର୍ଧଶିକା ଶ୍ରୀମତି ଅନୁରାଧା ମହାନ୍ତି ସ୍ୱାଗତ ଭାଷଣ ସହିତ ଏହି କର୍ମଶାଳାର ଆଭିମୁଖ୍ୟ ଉପସ୍ଥାପନ କରି କହିଥିଲେ ଯେ ପରିବର୍ତ୍ତନ ସମସ୍ତଙ୍କୁ ପ୍ରେରଣା ଦିଏ । ମହିଳା ମାନଙ୍କପ୍ରତି ହେଉଥିବା ହିଂସାକୁ ରୋକିବା ଦିଗରେ ସେ ଆଲୋକପାତ କରିଥିଲେ ।
ସତ୍ୟରଞ୍ଜନ ସାହୁ, ଉପଜିଲ୍ଲାପାଳ ଖୋର୍ଦ୍ଧା କହିଥିଲେଯେ ମହିଳା ମାନଙ୍କ ପ୍ରତି ହେଉଥିବା ହିଂସା ରୋକିବା ପାଇଁ ଜନ ସାଧାରଣ ମଧ୍ୟରେ ସଚେତନତା ବୃଦ୍ଧି ଦିଗରେ ସମାଜରେ ଉଭୟ ମହିଳା ଓ ପୁରୁଷ ତପôର ହେବା ସହ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତୋ ଳନ କରିବା ପାଇଁ ମତ ପ୍ରକାଶ କରିଥିଲେ ।
ଶ୍ରୀମତୀ ରଶ୍ମିପ୍ରଭା ମିଶ୍ର, ପୋଟେକସନ ଅଫିସର, ଖୋର୍ଦ୍ଧା, କହିଲେ ଯେ ମହିଳାମାନଙ୍କୁ ସାମାଜିକ, ଅର୍ଥନୈତିକ ତଥା ରାଜନୈତିକ ଦିଗରେ ସଶକ୍ତ କରିବାର ଆବଶ୍ୟକତା ରହିଛି । ପ୍ରତ୍ୟେକଟି ବ୍ୟକ୍ତିର ସମାଜରେ ସମ୍ମାନର ସହ ବଞ୍ଚିବାର ଅଧିକାର ରହିଛି ।
ଶ୍ରୀମତି ଅନାମିକା ଅଧିକାରୀ , ବାଲିଅନ୍ତା ବ୍ଲକ୍ ବିଡିଓ କହିଲେ ଯେ ବ୍ୟକ୍ତିଗତ ସ୍ତରରୁ ଆରମ୍ଭ କରି ପଞ୍ଚାାୟତ, ବ୍ଲକ ତଥା ଜିଲ୍ଲା ସ୍ତରରେ ମହିଳାମାନଙ୍କ ପ୍ରତି ହେଉଥିବା ହିଂସା ରୋକିବାକୁ ସମସ୍ତେ ଯନôବାନ ହେବା ଉଚିତ ।
ଶ୍ରୀ ଯୁକ୍ତ ସ୍ୱେତ କୁମାର ଦାଶ ତହସିଲ ଦାର ବାଲିଅନ୍ତା କହିଲେ ଯେ ମହିଳାମାନଙ୍କ ପାଇଁ ଏକ ସୁସ୍ଥ ଓ ସୁରକ୍ଷିତ ସମାଜ ଗଠନ କରିବା ଦିଗରେ ଯନôବାନ ହେବା ଆବଶ୍ୟକ ।
ଶ୍ରୀମତୀ କବିତା ମଞ୍ଜରୀ ପରିଡା, ଚେୟାରମ୍ୟାନ୍ ବାଲିଅନ୍ତା କହିଲେ ଯେ ମହିଳା ମାନେ ନିଜର ଅଧିକାର ସାବ୍ୟସ୍ତ କରିବା ସହିତ ସମ୍ମାନର ସହ ବଚିଂବା ଦରକାର ।
ଶ୍ରୀମତୀ ପୁଷ୍ପଲତା ମଲ୍ଲିକ, ଭାଇସ୍ଚୟୋରମ୍ୟାନ ବାଲିଅନ୍ତା,ଶ୍ରମତି ସୁଲୋଚନା ଭୋଇ,ସରପଞ୍ଚ, ପ୍ରତାପଶାସନ, ଅର୍ଚ୍ଚନା ସାହୁ,ଅଲିଭା ମହିଳା ପଞ୍ଚାୟତ ପ୍ରତିନିଧି ମହାସଂଘ, ବାଲିଅନ୍ତା ବ୍ଲକ୍ କହିଥିଲେ ଯେ ମହିଳା ମାନେ କିପରି ନିଶାଦ୍ରବ୍ୟର ବହୁଳ ବ୍ୟବହାର ଉପରେ କଟକଣା ଲଗାଇଲେ ମହିଳା ମାନଙ୍କ ପ୍ରତି ହେଉଥିବା ହିଂସାକୁ ବହୁ ମାତ୍ରାରେ ରୋକାଯାଇପାରିବ ତଥା ନାରୀ ନିର୍ଯ୍ୟାତନା ବିରୋଧରେ ସମସ୍ତେ ସ୍ୱର ଉତୋଳନ କରିବା ଉଚିତ୍ । ଏହି ଅଭିଯାନକୁ ପରିବାର ତଥା ନିଜ ଅଞ୍ଚାଳରୁ ଆରମ୍ଭ କରିବା ପାାଇଁ ସେ ଅହ୍ୱାନ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ବାଲିଅନ୍ତା ବ୍ଲକର ୮୦ରୁ ଉଦ୍ଧ୍ୱର୍ ଅଲିଭା ମହିଳା ପଞ୍ଚାୟତ ପ୍ରତିନିଧି ଯୋଗ ଦେଇଥିଲେ । ଶେଷରେ ଏହି କାର୍ଯ୍ୟକ୍ରମରେ ପିକକ୍ ଜ୍ୟୋତିମହାପାତ୍ର ଜ୍ୟୋତିଶଂକର ମହାନ୍ତି, ଅନିସା ମିତ୍ର, ଉପମା ମହାନ୍ତି, ସୁରେନ୍ଦର ଦାଶ, ଲିତା ପଟ୍ଟନାୟକ, ଲିପ୍ସାରାଣି ବାରିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ

Share in top social networks!

ଶିଶୁ ଅଧିକାର ସୁରକ୍ଷା କ୍ଷେତ୍ରରେ ଗଣ ମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ

02 STATE LEVEL WORKSHOP ON MEDIA ROLE PROTECTION AND PROMOTION OF CHILD RIGHTS (1)ସମାଜର ମୁଖ୍ୟସ୍ରୋତ ବାହାରେ ରହି ନିଜର ଅଧିକାରରୁ ବଞ୍ଚିତ ଥିବା ଶିଶୁ ମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା କ୍ଷେତ୍ରରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏଥିପାଇଁ ବ୍ଲକ,ଜିଲ୍ଲା ଓ ରାଜ୍ୟସ୍ତରର ଗଣମାଧ୍ୟମ ପ୍ରତିନିଧୀମାନେ ଆନ୍ତରିକତାର ସହ ଆଗେଇ ଆସିବାକୁ ବିଶିଷ୍ଠ ବକ୍ତା ମାନେ ଆହ୍ଵାନ ଦେଇଛନ୍ତି । ସମାଜର ମୁଖ୍ୟସ୍ରୋତ ବାହାରେ ରହିଯାଇଥିବା ଶିଶୁମାନଙ୍କର ଅଧିକାର ସୁରକ୍ଷା କ୍ଷେତ୍ରରେ ଗଣମାଧ୍ୟମର ଭୂମିକା ଶୀର୍ଷକ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ରରେ ଏହିମତ ପ୍ରକାଶ ପାଇଛି ।

ଆନ୍ତର୍ଜାତୀୟ ସଂଗଠନ ସେଭ ଦି ଚିଲଡ୍ରେନ ର ସହଯୋଗ ଏବଂ ପିକକ,ସିସିଡବ୍ଲ୍ୟୁ ଡି ,ଆଇନା,ରେଆର,ସୋଭା ଦ୍ଵାରା ଆୟୋଜିତ ଏହି କର୍ମ ଶାଳାରେ ଇଣ୍ଡୋଏସିଆନ ନ୍ୟୁଜ ସର୍ଭିସ ର ସମ୍ପାଦକ ତରୁଣବସୁ ,ଦୈନିକ ଭାସ୍କରର ଉପ ସମ୍ପାଦିକା ଶ୍ରୀମତୀ ଭିଣିତା ପାଣ୍ଡେ ,ରାଜନୀତି ବିଶେଷଜ୍ଞ ପ୍ରଫେସର ବିଜୟ ବହିଦାର,ଉତ୍କଳ ବିଶ୍ଵମହାବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପିକା ଶ୍ରୀମତୀ ରୀତା ରାୟ,ପିକକର ସମ୍ପାଦକ ରଞ୍ଜନ କୁମାର ମହାନ୍ତି ,ସେଭ ଦି ଚିଲଡ୍ରେନ ର ରାଜ୍ୟ କାର୍ଯ୍ୟକ୍ରମ ମୁଖ୍ୟ ଶଶାଙ୍କ କୁମାର ପାଢୀ ,ସାଞ୍ଜୋଜିକା ଭାରତିଚକ୍ର ଉପସ୍ଥିତ ଥିବା ବେଳେ ସାମ୍ବାଦିକ ମଣିପଦ୍ମା ଜେନା ଏଥିରେ ଅଧ୍ୟକ୍ଷତା କରିଥିଲେ । ପିକକର ସମ୍ପାଦକ ରଞ୍ଜନମହାନ୍ତି ସ୍ଵାଗତ ଭାଷଣ ଦେବା ସହିତ ଅତିଥି ପରିଚୟ ପ୍ରଦାନ କରି କହିଥିଲେ ଯେ ସଇସବକୁ ଉପଭୋଗ କରିବା ପ୍ରତ୍ୟକ ଶିଶୁର ଅଧିକାର । ଶ୍ରୀ ବସୁ କହିଥିଲେ ଯେ ସାମାଜିକ ବ୍ୟବସ୍ଥାରେ ଗଣ ମାଧ୍ୟମର କାର୍ଯ୍ୟଧାରା ଅତ୍ୟନ୍ତ ବ୍ୟାପକ । ଆମ ଦେଶର ଜନସଙ୍ଖ୍ୟାର ଏକ ତୃତୀୟାଂଶ ହେଉଛନ୍ତି ଶିଶୁ । ସେମାନେ ଆମ ଦେଶର ଭବିଷ୍ୟତ । ତେଣୁ ଗଣ ମାଧ୍ୟମ ସେମାନଙ୍କୁ ଅଣଦେଖା କରିବା ଅନୁଚିତ । ସେ କହିଥିଲେ ଯେ ବର୍ତ୍ତମାନ ଆମ ଦେଶରେ ଶିଶୁ ମାନଙ୍କର ହାର ହ୍ରାସ ପାଉଥିବାବେଳେ କନ୍ୟାଶିଶୁ ହ୍ରାସ ହାର ଅତ୍ୟନ୍ତ ଉଦ ବେଗ ଜନକ ।

ଦେଶରେ ୨୦୧୧ ରେ ୩ ନିୟୁତ ଝିଅ ଓ ୨ନିୟୁତପୁଅ ନିଖୋଜ ହୋଇଯାଉଥିବା ବେଳେ ପ୍ରତି ୮ମିନିଟରେ ଜଣେ ଶିଶୁ ନିଖୋଜ ର ରିପୋର୍ଟ ହେଉଛି । ପ୍ରତି ୩ ଜଣରେ ଜଣେ ଶିଶୁ ପୁଷ୍ଟି ହୀନତା ର ଶିକାର ହେଉଥିବା ବେଳେ ୫୩ ପ୍ରତିଶତ ଶିଶୁ ଯୌନ ଶୋଷଣର ଶିକାର ହେଉଛନ୍ତି । ଶିଶୁଙ୍କ ପାଇଁ ଆମ ସମ୍ବିଧାନରେ ଅନେକ ଆଇନ ଥିବାବେଳେ ଓ ଦେଶରେ ୧୭ଟି ବୃହତ ଯୋଜନା କାର୍ଯ୍ୟକାରୀ ହେଉଛି । ଶ୍ରୀମତୀ ପାଣ୍ଡେ କହିଥିଲେ ଯେ ସମ୍ବାଦ ପରିବେଷଣ ବେଳେ ପିଲାମାନଙ୍କୁ ଭୁଲିଯିବା ଉଚିତ ନୁହେଁ । ସେଭ ଦି ଚିଲଡ୍ରେନ ର ଶ୍ରୀ ପାଢି କହିଥିଲେ ଯେ ତାଙ୍କ ସଂସ୍ଥା ରାଜ୍ୟର ୧୦ଟି ଜିଲ୍ଲାରେ କାର୍ଯ୍ୟ କରୁଥିବା ବେଳେ ପ୍ରତ୍ୟକ୍ଷ ଭାବେ ୪୭ହଜାର ଓ ପରୋକ୍ଷ ଭାବେ ୭୦ହଜାରରୁ ଅଧିକ ପିଲାଙ୍କ ସହିତ ଜଡିତ ରହିଛି । ପ୍ରଫେସର ବହିଦାର ପାଠ୍ୟକ୍ରମ ଅନୁଷ୍ଠାନ ଗୁଡିକରେ ଧର୍ମ ନାମରେ ବିଭେଦ ସୃଷ୍ଟି କରିବା ଅନୁଚିତ ବୋଲି କହିଥିଲେ । ଶ୍ରୀମତୀ ରାୟ ସମାଜର ଶିଶୁ ମାନଙ୍କର ଅଧିକାର ସୁରକ୍ଷା ପାଇଁ ଆଗେଇ ଆସିବାକୁ ଆହ୍ଵାନ ଦେଇଥିଲେ ।

Share in top social networks!