ଓଡିଶା ବିକାଶ କନକ୍ଲେଭ ପରେ ଆଂଚଳିକ ସ୍ତରରେ ହେବ ଏଭଳି କାର୍ଯ୍ୟକ୍ରମ – ଜଗଦାନନ୍ଦ

pradeep
- ତୃଣମୂଳ ସ୍ତରର ଲୋକଙ୍କ ଆଶା, ଆକାଂକ୍ଷା ନୀତି ନିର୍ଧାରକ ମାନେ ବୁଝିବା ଦରକାର
- ଜନ ସଚେତନତା ଦୁର୍ନୀତିକୁ ରୋକି ପାରିବ
ନିକଟରେ ଶେଷ ହୋଇଥିବା ଓଡିଶା ବିକାଶ କନକ୍ଲେଭର ସଫଳତା ପରେ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ଓ ଆଂଚଳିକ ସ୍ତରରେ ବିକାଶ କନକ୍ଲେଭ ମାନ ଆୟୋଜନ କରିବା ପାଇଁ ଯୋଜନା କରାଯାଉଥିବା ଏହି କନକ୍ଲେଭର ମୁଖ୍ୟ ଆୟୋଜକ ତଥା ସିୱାଇଏସଡିର ମାର୍ଗଦର୍ଶକ ଜଗଦାନନ୍ଦ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଶ୍ରୀ ଜଗଦାନନ୍ଦ କହିଛନ୍ତି ଯେ ରାଜ୍ୟର ତୃଣମୂଳ ସ୍ତରରେ ଲୋକ ମାନଙ୍କର ଆଶା, ଆକାଂକ୍ଷା, ସୁବିଧା, ଅସୁବିଧା, ବ୍ୟବସ୍ଥାକୁ ପ୍ରଶଂସା ବା ସମାଲୋଚନା ଏହାର ପ୍ରକୃତ ଚିତ୍ର ତୃଣମୂଳ ସ୍ତରର ଲୋକ ମାନଙ୍କର ସହଭାଗିତା ବିନା ସମ୍ଭବ ନୁହେଁ।
ଜିଲ୍ଲା ଓ ଆଂଚଳିକ ସ୍ତରର ବିକାଶ କନକ୍ଲେଭ ଗୁଡିକ ତୃଣମୂଳ ସ୍ତରରେ ଯୋଜନାର ସଫଳତା, ବିଫଳତା ତଥା ଉପଯୁକ୍ତ କ୍ରିୟାନ୍ୱୟନ ସାମନାରେ ଥିବା ଆହ୍ୱାନ ଓ ଏହାର ସମାଧାନର ଦିଗ ଉପରେ ଯୋଜନା ଯେଉଁ ମାନଙ୍କ ପାଇଁ ଉଦ୍ଦିଷ୍ଟ ସେମାନଙ୍କର ଅନୁଭବ ଓ ମତକୁ ଏପରି କାର୍ଯ୍ୟକ୍ରମ ପରିପ୍ରକାଶ କରି ସମାଧାନର ରାସ୍ତା କାଢିବାରେ ସହାୟକ ହେବ ବୋଲି ଶ୍ରୀ ଜଗଦାନନ୍ଦ କହିଛନ୍ତି।
ଗତ କିଛି ବର୍ଷ ଧରି ଅର୍ଥନୈତିକ ଅଭିବୃଦ୍ଧି ହାର ବଢିବା ସହ ସରକାର ମାନଙ୍କର ବଜେଟ ଆକାର ମଧ୍ୟ ବହୁ ବଡ ହୋଇଛି। ନୂଆ ନୂଆ ଯୋଜନା ତିଆରି ହୋଇଛି । ଏହା ସହ ଦୁର୍ନୀତିର ମାତ୍ରା ମଧ୍ୟ ବଢିଛି। ବିକାଶ ସିଡିର ଶେଷ ପାହାଚରେ ଥିବା ବ୍ୟକ୍ତିଟି ପାଖରେ ଯୋଜନାର ସୁଫଳ ପହଂଚାଇବା ଏକ ବଡ ଆହ୍ୱାନର ରୂପ ନେଇଛି।
ଏହି ପରିପ୍ରେକ୍ଷୀରେ ତୃଣମୂଳ ସ୍ତରରେ ଲୋକ ମାନେ ହିଁ ବ୍ୟବସ୍ଥାର ଉତରଦାୟିତ୍ୱ ସୁନିଶ୍ଚିତ କରି ପାରିବେ। ସେଥିପାଇଁ ସାଧାରଣ ଲୋକ ମାନଙ୍କୁ ବିକାଶର ଅଙ୍ଗ ଭାବରେ ସେମାନଙ୍କର ଅଧିକାର ଓ ଦାୟିତ୍ୱ ସମ୍ପର୍କରେ ସଚେତନ କରାଯିବ ବୋଲି ଶ୍ରୀ ଜଗଦାନନ୍ଦ କହିଛନ୍ତି।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ଗତ ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ଓଡିଶା ବିକାଶ କନକ୍ଲେଭ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ନୀତି ଆୟୋଗର ଉପାଧ୍ୟକ୍ଷ ଡ. ଅରବିନ୍ଦ ପାନାଗାରିଆଙ୍କ ସମେତ କେନ୍ଦ୍ର ଓ ରାଜ୍ୟର ମନ୍ତ୍ରୀ,ଓଡିଶା ତଥା ଓଡିଶା ବାହାରୁ ପ୍ରଶାସକ, ବିଶେଷଜ୍ଞ, ସାମାଜିକ କାର୍ଯ୍ୟକର୍ତା ଓ କର୍ପୋରେଟ ସେକ୍ଟର ପ୍ରତିନିଧି ଯୋଗ ଦେଇଥିଲେ। ୧୧ଟି ବିଭିନ୍ନ ସ୍ଥାନରେ ବିକାଶର ପ୍ରମୁଖ ବିଷୟକୁ ନେଇ ଚର୍ଚା ଆଲୋଚନା କରାଯିବା ପରେ ଏହି ପ୍ରସଙ୍ଗ ଗୁଡିକରେ ସରକାରଙ୍କ ପାଇଁ ସୁପାରିଶ ପ୍ରସ୍ତୁତ କରାଯାଇଥିଲା।
ରାଜ୍ୟର ଦୂରଦୂରାନ୍ତରୁ ଆସିଥିବା ଏବଂ ତୃଣମୂଳ ତଥା ଦୁର୍ଗମ ଅଂଚଳରେ କାର୍ଯ୍ୟରତ ସାମାଜିକ କର୍ମୀ ମାନଙ୍କୁ ସେମାନଙ୍କର ସକ୍ରିୟ ଯୋଗଦାନ ପାଇଁ ସେ ଧନ୍ୟବାଦ ଜଣାଇଛନ୍ତି।

Share in top social networks!

ଓଡିଶା ବିକାଶ କନ୍କ୍ଲେଭର ଦ୍ୱିତୀୟ ଦିନ ଆର୍ଥିକ ଓ ସାମାଜିକ ଦୃଷ୍ଟିରୁ ତଳେ ଥିବା ଲୋକଟି ପାଖରେ ଯୋଜନାର ସୁଫଳ ପହଂଚିବା ଉପରେ ଗୁରୁତ୍ୱ

foodnutritionତଳ ସ୍ତରର ଲୋକଟି ପାଖରେ ବିକାଶ ପହଂଚି ନ ପାରିଲେ ବିକାଶର କିଛି ମାନେ ନାହିଁ। ଓଡିଶାର ବିକାଶ ପାଇଁ କୃଷି, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଜରୁରୀ। ଜଳବାୟୁ ପରିବର୍ତନ ପ୍ରଭାବକୁ ପାରିବାରିକ ସ୍ତରରେ ମୁକାବିଲା ପାଇଁ କୌଶଳ ଗ୍ରହଣ କରିବା ଆବଶ୍ୟକ। ମର୍ଯ୍ୟାଦା ଓ ସମ୍ମାନର ସହିତ ସ୍ଥାନାନ୍ତର ହେଉଥିବା ଶ୍ରମିକ ମାନଙ୍କ ଜୀବିକାକୁ ନିଶ୍ଚିତ କରାଯିବା ଆବଶ୍ୟକ। ସ୍ଥାନାନ୍ତରୀ ଶ୍ରମିକଙ୍କ ପାଇଁ ଭ୍ରାମ୍ୟମାଣ ସାଧାରଣ ବଂଟନ ବ୍ୟବସ୍ଥା, ପ୍ରାଥମିକ ଶିକ୍ଷା ଏବଂ ସମନ୍ୱିତ ଶିଶୁ ବିକାଶ ଯୋଜନାର ନିଶ୍ଚିତତା କରାଯିବା ଆବଶ୍ୟକ। ଦାନ ଅପେକ୍ଷା ଯୋଜନାର ସୁଫଳ ତାକୁ ସଶକ୍ତିକରଣ କରିଲେ ରାଜ୍ୟ ଆଗେଇ ପାରିବ ବୋଲି ଓଡିଶା ବିକାଶ କନକ୍ଲେଭର ପ୍ଲାନେରୀ ଅଧିବେଶନରେ ଯୋଗ ଦେଇ ବହୁ ବକ୍ତା କହିଛନ୍ତି।
ବୁଧବାର ଓଡିଶା ବିକାଶ କନକ୍ଲେଭରେ ୧୧ଟି ପୃଥକ ପ୍ରସଙ୍ଗକୁ ନେଇ ସମାନ୍ତରାଳ ଅଧିବେଶନ ମାନ ଆୟୋଜିତ ହୋଇଥିଲା। ସ୍ଥାନୀୟ ଏକ ହୋଟଲ ପରିସରରେ ଡିଜାଷ୍ଟର ଆଣ୍ଡ କ୍ଲାଇମେଟ ଆକ୍ସନ ଶୀର୍ଷକ ଆଲୋଚନାରେ ଆରସିଡିସି କାର୍ଯ୍ୟ ନିର୍ବାହୀ ନିର୍ଦେଶକ କୈଳାଶ ଚନ୍ଦ୍ର ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ଆଇଏଜିର ଦେବବ୍ରତ ପାତ୍ର ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ ର କମଲ କିଶୋର, ଆସାମ, ସିକିମ, ବିହାର ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ ପକ୍ଷରୁ ଭାସ୍କର ବରୁଆ, ଅନିଲ ସିହ୍ନା, ସ୍ୱତନ୍ତ୍ର ରିଲିଫକମିଶନର ପ୍ରଦୀପ୍ତ ମହାପାତ୍ର, ଅରବିନ୍ଦ ବେହେରା, ପ୍ରଫେସର ରାଧାମୋହନ, ଅମ୍ବିକା ନନ୍ଦ, ପ୍ରମୁଖ ପ୍ରାକୃତିକ ବିପର୍ଯ୍ୟୟର ଅତୀତ, ବର୍ତମାନ , ବିପଦ ସଂକୁଳତାର ବିଶ୍ଲେଷଣ, ରିଲିଫ ଓ ଉଦ୍ଧାର ନୀତି ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ।
ଆରଏମଏନଏଚ ପରିସରରେ ଜଳ, ପରିମଳ ଓ ପରିଛନ୍ନତା ପ୍ରସଙ୍ଗରେ ପ୍ରଫୁଲ୍ଲ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ବାଟର ଏଡର ବିଶାଖା ଭଂଜ, ତପନ ପାଢୀ, ଅଭୟ ବିଶ୍ୱାଳ, ଦେବୀ ମିଶ୍ର, ଜୋ ମାଡିୟତ, ବିରୁପାକ୍ଷ ଶତପଥୀ, ମାନସ ରଥ, ମମତା ଦାସ ପ୍ରମୁଖ ଜଳ ପରିମଳ ଓ ପରିଛନ୍ନତା ବିକାଶର ଏକ ପ୍ରମୁଖ ଅଂଗ ବୋଲି ଦର୍ଶାଇଥିଲେ ଓ ଜଳ ଉପରେ ଅଧିକାର ସଂକୁଚିତ ହେବା ପୂର୍ବରୁ ଏହାର ସୁରକ୍ଷା ଓ ସଂରକ୍ଷଣ ପାଇଁ ଦୃଷ୍ଟି ଦେବାକୁ କହିଥିଲେ।
ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ପ୍ରତିଷ୍ଠାନରେ ଆଦିବାସୀ ସଶକ୍ତିକରଣ ଓ ବିକାଶ, ହୋଟେଲ ସାଂଡି ଟାବାର ପରିସରରେ ସ୍ୱାସ୍ଥ୍ୟ, ଇଗ୍ନୋ ଆଂଚଳିକ କେନ୍ଦ୍ରରେ ବିଦ୍ୟାଳୟ ଶିକ୍ଷା ଓ ଗୁଣାତ୍ମକ ପାଠପଢା, ହୋଟେଲ ସୂର୍ଯ୍ୟାଂଶ ଠାରେ ଆର୍ଥିକ ଅନ୍ତର୍ଭୁକ୍ତିକରଣ, ଜାଭିୟର ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଂଟ ପରିସରରେ ନିଯୁକ୍ତି, ସାମର୍ଥ ଓ ସ୍ଥାନାନ୍ତର,ସିବାଇଏସଡି ପରିସରରେ ଖାଦ୍ୟ ଓ ପୁଷ୍ଟି ନିରାପତା, ଏନସିଡିଏସ ପରିସରରେ ବୃଷ୍ଟି ପୁଷ୍ଟ କୃଷି, ମେ ଫେୟାର ଠାରେ ଚିରନ୍ତନ ବିକାଶ ଓ ସୁଶାସନ ଓ ଆର୍ଥିକ ପରିଚାଳନା ଥିମକୁ ନେଇ ଆଲୋଚନା କରାଯାଇଥିଲା। ଆଲୋଚକ ମାନେ ସାଂପ୍ରତିକ ସମୟରେ ଅଷ୍ଟମ ଶ୍ରେଣୀ ଛାତ୍ର ଟିଏ ପଂଚମ ଶ୍ରେଣୀ ପାଠ ପଢି ପାରୁ ନାହିଁ। ଇଂଜିନିୟରିଂରେ ହଜାର- ହଜାର ସିଟ ଖାଲି ପଡୁଛି। ଓଡିଶାର ଯୁବକ ମାନଙ୍କର ସାମର୍ଥ ନ ଥିବା ଦର୍ଶାଇ କର୍ପୋରେଟ ନିଯୁକ୍ତି ଦେଉ ନାହିଁ। ନିୟମିତ ବ୍ୟବଧାନରେ ସଂଗଠିତ ହେଉଛି ବିପର୍ଯ୍ୟୟ। ପାରିବାରିକ ପ୍ରସ୍ତୁତି କୌଶଳ ଯୋଜନାରେ ରୂପାୟିତ ହେବା ଆବଶ୍ୟକତା ବୋଲି ଅଂଶଗ୍ରହଣକାରୀ ମାନେ ଦର୍ଶାଇଥିଲେ।
ଅପରାହ୍ନରେ ଆରଏମଏନଏଚ ପରିସରରେ ଆୟୋଜିତ ପ୍ଲାନେରୀ ଅଧିବେଶନରେ ଅଗ୍ରଗାମୀର ମୁଖ୍ୟ ଅଚ୍ୟୁତ ଦାସ ଅଧ୍ୟକ୍ଷତା କରିଥିଲେ। ସମ୍ବାଦର ସମ୍ପାଦକ ସୌମ୍ୟ ରଂଜନ ପଟ୍ଟନାୟକ ଏଥିରେ ଯୋଗ ଦେଇ ରାଜ୍ୟର ସ୍ୱାସ୍ଥ୍ୟ ସୂଚକ ଦାନ ମାଝୀ, ଗୁମଡୁମାହା ଓ ନଗଡା କି ବୋଲି ପ୍ରଶ୍ନ ପଚାରିଥିଲେ। ସମାଜସେବୀ ଶୃତି ମହାପାତ୍ର, ମୟୁରଭଂଜ ଜିଲ୍ଲାପାଳ ରାଜେଶ ପ୍ରଭାକର ପାଟିଲ, ଶିକ୍ଷା ସଚିବ ସୁଭାଷ ଖୁଂଟିଆ, ଲକ୍ଷ୍ମୀଧର ମିଶ୍ର, ବସନ୍ତ କର ପ୍ରମୁଖ େ ଯାଗ ଦେଇ ଶେଷ ତମ ଲୋକ ଟି ପାଖରେ ଯୋଜନା ପହଂଚିବାର ମାର୍ଗ ସମ୍ପର୍କରେ ଉପସ୍ଥାପନା କରିଥିଲୋ
ବୁଧବାର ଅପରାହ୍ନ ଯାଏ ଏହି ସମ୍ମିଳନୀ ଚାଲୁ ରହିବ। ଉଦଯାପନୀ ଦିବସରେ ଅଂଶଗ୍ରହଣକାରୀ ମାନେ ଓଡିଶା ବିକାଶର ରୋଡ ମ୍ୟାପ ସରକାରଙ୍କ ଉଦେ୍ଦଶ୍ୟରେ ପ୍ରଦାନ କରିବେ।

Share in top social networks!

ଓଡିଶାର କୃଷି ଶିଳ୍ପ ଓ ବେଳାଭୂମିକୁ ପ୍ରଗତିର ଭିତିଭୂମି କରି ହେବ – ଡ. ପାନଗାରିଆ

ovc2ଓଡିଶାର ଦାରିଦ୍ର୍ୟ କୃଷି ଉପରେ ନିର୍ଭର କରୁଥିବା ମାତ୍ରାଧିକ ଜନ ସାଧାରଣ ଓ ରାଜ୍ୟର ଜିଡିପିରେ କୃଷି ସମୁଦାୟର ସବୁଠାରୁ କମ ଯୋଗଦାନ ମୂଳତଃ ଦାୟୀ ବୋଲି ନୀତି ଆୟୋଗ ଉପାଧ୍ୟକ୍ଷ ଡ. ଅରବିନ୍ଦ ପାନାଗାରିଆ କହିଛନ୍ତି। ଓଡିଶା ବିକାଶ କନକ୍ଲେଭର ଉଦଘାଟନ କରି ଡ. ପାନାଗାରିଆ ଏହା କହିଛନ୍ତି।
ପାନଗାରିଆ କହିଛନ୍ତି ଯେ ରାଜ୍ୟର ୫୬ ପ୍ରତିଶତ ଲୋକ ସିଧା ସିଧା କୃଷି କ୍ଷେତ୍ରରେ କାମ କରୁଥିବା ବେଳେ ଜିଏସଡିପିରେ ଯୋଗଦାନ ମାତ୍ର ୧୮ ପ୍ରତିଶତ। ତେଣୁ ଓଡିଶାର ଦାରିଦ୍ର୍ୟ ଓଡିଶାର କୃଷକ ମାନଙ୍କ ମଧ୍ୟରେ ଅତ୍ୟନ୍ତ ଗଭୀଭାବରେ ରହିଛି ବୋଲି ସେ କହିଛନ୍ତି।
ସେ କହିଛନ୍ତି ଯେ ଓଡିଶାଭଳି ରାଜ୍ୟରେ ରାଜ୍ୟର ବଜେଟ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ପରିଛନ୍ନତା ପାଇଁ ବହୁତ କମ ବୋଲି ଅଭିଯୋଗ ହେଉଛି। ମାତ୍ର ଓଡିଶାର ଜିଡିପି ନ ବଢିଲେ ରାଜ୍ୟର ଟିକସ ବଢିବ ନାହିଁ। ଟିକସ ନ ବଢିଲେ ଶିକ୍ଷା, ସ୍ୱାସ୍ଥ୍ୟ ବଜେଟ ବଢି ପାରିବ ନାହିଁ। ସମାଧାନର ରାସ୍ତା ବାହାର କରି ଶ୍ରୀ ପାନଗାରିଆ କହିଛନ୍ତି ଯେ କୃଷି ଉପରେ ନିର୍ଭରଶୀଳ ଲୋକ ମାନଙ୍କୁ ଶିଳ୍ପ ଓ ସେବା କ୍ଷେତ୍ରକୁ ନେବାର ପ୍ରକ୍ରିୟା ତିଆରି କରିବା ଅତ୍ୟନ୍ତ ଜରୁରୀ। ଓଡିଶାରେ କୃଷି ପ୍ରକ୍ରିୟାକରଣ ଶିଳ୍ପ ବିକାଶ ପାଇଁ ପ୍ରଶସ୍ତ ସୁଯୋଗ ରହିଛି। କୃଷିରୁ ଲୋକ ଅତି ସହଜରେ କୃଷି ଆଧାରିତ ଶିଳ୍ପକୁ ଆସିବେ। କୃଷି ଓ ଶିଳ୍ପର ଉଭୟ ସମୃଦ୍ଧ ହେବ।
ଓଡିଶାର ବିସ୍ତିର୍ଣ ବେଳାଭୂମିକୁ ଓଡିଶାର ଅମୂଲ୍ୟ ସମ୍ପଦ ବୋଲି କହିଥିଲେ ଶ୍ରୀ ପାନଗାରିଆ। ତାଇବାନ, ସାଉଥ କୋରିଆ ଓ ଚୀନର ଉଦାହରଣ ଦେଇ ଶ୍ରୀ ପାନଗାରିଆ କହିଥିଲେ ଯେ ଏହି ଦେଶ ଗୁଡିକର ବିକାଶ ସେମାନଙ୍କର ବେଳାଭୂମି ଆଧାରିତ ବିକାଶ ହୋଇଛି .ା ଶିଳ୍ପ ପର୍ଯ୍ୟଟନ, ଅନ୍ତରରଷ୍ଟ୍ରୀୟ ବାଣିଜ୍ୟ ସମୁଦ୍ର ପଥରେ ସମ୍ଭବ ହୋଇଛି। ଭାରତର ମହାରଷ୍ଟ୍ର ଓ ଗୁଜରାଟ ମଧ୍ୟ ସମୁଦ୍ର ଆଧାରିତ ଅର୍ଥନୀତି ମାଧ୍ୟମରେ ବିକାଶ କରିଛନ୍ତି।
ଓଡିଶାକୁ ତାର ଏହି ଅମୂଲ୍ୟ ସଂପଦର ସଦୁପଯୋଗ କରିବାକୁ ରାସ୍ତା ବାଛିବାକୁ ପଡିବ। କୃଷି ଆଧାରିତ ଶିଳ୍ପ ଓ ବେଳାଭୂମି ଆଧାରିତ ଅର୍ଥନୀତି ସାଧାରଣ ଲୋକଂକର ମୁଂଡ ପିଛା ଆୟକୁ ବୃଦ୍ଧି କରିବ। ତାହା ରାଜ୍ୟର ଜିଡିପିକୁ ବଢାଇବ। ଏହା ଦ୍ୱାରା ଲୋକ ତାଙ୍କର ପକେଟରୁ ବଜାରରେ ଖର୍ଚ କରିବେ। ଅର୍ଥନୀତି ରିଲିଫ ମଡେଲ ଉପରେ ନିର୍ଭର କରିବାକୁ ପଡିବ ନାହିଁ। ରାଜ୍ୟର ରାଜକୋଷକୁ ଅର୍ଥ ଯିବ। ଶିକ୍ଷା, ସ୍ୱାସ୍ଥ୍ୟ ଓ ଭିତିଭୂମି ସରକାର ଯୋଗାଇ ଦେଲେ ଅର୍ଥନୀତି ଆହୁରି ଗତିଶୀଳ ହେବ। ଓଡିଶାର ଅମାପ ସମ୍ଭାବନା କୁ ପ୍ରଗତିର ରୂପ ଦେବା ପାଇଁ ଏହା ପ୍ରକୃଷ୍ଟ ସମୟ ବୋଲି ସେ କହିଛନ୍ତି।
ଉତ୍ସବରେ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶାର କୋଣ ଅନୁକୋଣରେ କାମ କରୁଥିବା ଉପାନ୍ତ ଅଂଚଳରେ ବର୍ଷ ବର୍ଷ ଧରି କାମ କରୁଥିବା ସାମାଜିକ କାର୍ଯ୍ୟକର୍ତା ମାନଙ୍କର ଅନୁଭବକୁ ଶୁଣିବା ପାଇଁ ବିକାଶ କନକ୍ଲେଭର ଏକ ସୁଯୋଗ ଦେଇଥିବାରୁ ଆୟୋଜକ ମାନଙ୍କୁ ଧନ୍ୟବାଦ ଦେଇଥିଲେ। ବିକାଶ କନକ୍ଲେଭର ସୁପାରିଶ ଗୁଡିକୁ ଧରି ସାମାଜିକ ସଂଗଠନ ଗୁଡିକର ପ୍ରତିନିଧି ମାନେ ନୂଆଦିଲ୍ଲୀ ଠାରେ ଓଡିଶାର ବିକାଶ ରୋଡ ମ୍ୟାପ ଉପସ୍ଥାପନା କରିବା ଆବଶ୍ୟକ ଓ ନୀତି ଆୟୋଗର ଉପାଧ୍ୟ କ୍ଷ ଏହାକୁ ଶୁଣିବା ଦରକାର।
ଚତୁର୍ଦଶ ଅର୍ଥ କମିଶନରେ ୧୧ ପ୍ରତିଶତ ଅଧିକ କେନ୍ଦ୍ରୀୟ ଟିକସ ରାଜ୍ୟକୁ ଆସିଥିବା ବେଳେ ୭ ହଜାର କୋଟି ଟଙ୍କାର କାମ୍ପା ପାଂଠି ଓଡିଶା ପାଇଛି ଯାହା ଅନ୍ୟ ରାଜ୍ୟ ତୁଳନାରେ ସର୍ବାଧିକ।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କୃଷି ଓ ଜଳ ସେଚନକୁ ଅଧିକ ପାଂଠି ପ୍ରଦାନର ଆବଶ୍ୟକତା ରହିଥିବା ଦର୍ଶାଇଥିଲେ।
ନାଲକୋ ସିଏମଡି ତଥା ସିଆଇଆଇ ଓଡିଶା ଚାପ୍ଟରର ମୁଖ୍ୟ ତପନ ଚାନ୍ଦ ଏହି ଅବସରରେ ଉଦବୋଧନ ଦେଇଥିଲେ। କାର୍ଯ୍ୟକ୍ରମର ପରିଚାଳନା ସିବାଇଏସଡିର ସଦସ୍ୟ ସଚିବ ଜଗଦାନନ୍ଦ କରିଥିଲେ।
ସୂଚନା ଯୋଗ୍ୟ ଯେ ଆର୍ଥôକ ଅନ୍ତର୍ଭୁକ୍ତିକରଣ, ଖାଦ୍ୟ ଓ ପୁଷ୍ଟି ନିରାପତା, ବୃଷ୍ଟିପୁଷ୍ଟ କୃଷି, ବିଦ୍ୟାଳୟ ଶିକ୍ଷା ଏବଂ ଗୁଣାତ୍ମକ ପାଠପଢ଼ା, ସ୍ୱାସ୍ଥ୍ୟ, ଜଳ, ପରିମଳ ଓ ପରିଚ୍ଛନ୍ନତା, ଆଦିବାସୀ ବିକାଶ ଓ ସଶକ୍ତିକରଣ, ଚିରନ୍ତନ ବିକାଶର ଅଂଶୀଦାର ବିପର୍ଯ୍ୟୟ ଏବଂ ଜଳବାୟୁ ପରିବର୍ତନ ପ୍ରଭାବର ମୁକାବିଲା ଏବଂ ନିଯୁକ୍ତି, ଦକ୍ଷତା ଏବଂ ସ୍ଥାନାନ୍ତର ଆଦି ୧୧ଟି ପୃଥକ ପୃଥକ ଥିମ୍କୁ ନେଇ ରାଜଧାନୀର ବିଭିନ୍ନ ସ୍ଥାନରେ ମଙ୍ଗଳବାର ଦିନ ସାରା ସମାନ୍ତର ଅଧିବେଶନର ଆୟୋଜନ କରାଯିବ।
ସିୱାଇଏସ୍ଡି, ଆର୍ସିଡିସି, ଏଚ୍ଡିଏଫ୍ ବସୁନ୍ଧରା, ଲିଭିଂ ଫାର୍ମ, ପ୍ରାକ୍ଟିକାଲ୍ ଆକ୍ସନ, ପିଏଚଏଫଆଇ, ଏଡ ଆଟ ଆକ୍ସନ, ସିଡିମାସ, ଗ୍ରାମ ବିକାଶ, ଏସଏଲସିଏସ, ଓଡିଶା ଆରଟିଇ ଫୋରମ ଏବଂ ସିଆଇଆଇ ଭଳି ସାମାଜିକ ସଙ୍ଗଠନର ମିଳିତ ଉଦ୍ୟମରେ ଆୟୋଜିତ ବିକାଶ କନ୍କ୍ଲେଭର ଦ୍ୱିତୀୟ ଦିନରେ ସମାନ୍ତର ଅଧିବେଶନମାନ ହୋଟେଲ୍ ସୂର୍ଯ୍ୟାଂଶ, ସିୱାଇଏସ୍ଡି, ଏନ୍ସିଡିଏସ୍, ଇଗ୍ନୋ, ହୋଟେଲ୍ ସାଣ୍ଡି ଟାୱାର, ରିଜିଓନାଲ୍ ମୁ୍ୟଜିୟମ୍ ଅଫ୍ ନ୍ୟାଚୁରାଲ୍ ହିଷ୍ଟି୍ର, ଅନୁସୂଚିତ ଜାତି ଓ ଜନଜାତି ପ୍ରଶିକ୍ଷଣ ପ୍ରତିଷ୍ଠାନ, ଜାଭିୟର୍ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମ୍ୟାନେଜ୍ମେଂଟ ଏବଂ ସ୍ୱସ୍ତି ପ୍ରିମିୟମ୍ ଠାରେ ଆୟୋଜିତ ହେବ । ରାଜ୍ୟ ତଥା ଜାତୀୟ ସ୍ତରର ବହୁ ଅଭିଜ୍ଞ ସମାଜସେବୀ, ପଦାଧିକାରୀ, ନୀତି ନିର୍ଦ୍ଧାରକ, ଗବେଷକ ଓ ବିଶେଷଜ୍ଞମାନେ ଏଥିରେ ଯୋଗଦାନ କରୁଛନ୍ତି।

Share in top social networks!

ଓଡ଼ିଶା ବିକାଶ କନ୍‌କ୍ଲେଭରେ ରାଜ୍ୟ ଜନଜାତି ସମସ୍ୟା ଉପରେ ହେବ ବ୍ୟାପକ ଆଲୋଚନା

ovcସେପ୍ଟେମ୍ବର ୧୯ରୁ ୨୧ ତିନି ଦିନ ବ୍ୟାପି ଆୟୋଜିତ ହେବାକୁ ଯାଉଥିବା ଓଡ଼ିଶା ବିକାଶ କନ୍‌କ୍ଲେଭରେ ରାଜ୍ୟର ଜନଜାତି ବିକାଶ ପ୍ରସଙ୍ଗକୁ ଅଗ୍ରାଧିକାର ଦିଆଯାଇ ବ୍ୟାପକ ଚର୍ଚ୍ଚା ହେବ ଏବଂ ଏହାର ନିସ୍କର୍ଷ ନୀତି ନିର୍ଦ୍ଧାରକ ମାନଙ୍କୁ ଅବଗତ କରାଯିବ ବୋଲି ଆୟୋଜକ ସାମାଜିକ ସଂଗଠନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ସଚିବ ସୁରେନ୍ଦ୍ର କୁମାର, ନୀତି ଆୟୋଗ ବିଶେଷଜ୍ଞ କମିଟିର ଅଧ୍ୟକ୍ଷ ଡଃ ଟି ହକ୍‌, କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଅଖିଳ ବିହାରୀ ଓତା, ଜାତୀୟ ସ୍ତରର ଗଣ୍ୟମାନ୍ୟ ସମାଜସେବୀ ପ୍ରଦୀପ ପ୍ରଭୁ, ବସୁନ୍ଧରାର ସଭାପତି ମଧୁସୋରେନ, ଟିଡିସିସିର ପରିଚାଳକ ସୁଶାନ୍ତ ନନ୍ଦ, ମହାରାଷ୍ଟ୍ର ସରକାରଙ୍କ ଡେପୁଟି ସେକ୍ରେଟାରୀ ପରିମଳ ସିଂ ଓ ୟୁଏନଏଫପିର ଦୀପା ପ୍ରସାଦ ପ୍ରମୁଖ ଆଲୋଚକ ଭାବେ ଯୋଗଦେବେ ।
ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବହୁ ପାରମ୍ପାରିକ ବନବାସିନ୍ଦା, ବିପଦ ସଂକୁଳ ଆଦିମ ଜନଜାତି, ଅନୁସୂଚିତ ଜାତି ଓ ଜନଜାତିଙ୍କ ମୁରବି ତଥା ସାମାଜିକ ସଂଗଠନଗୁଡ଼ିକର ପ୍ରତିନିଧିମାନେ ଯୋଗଦେଇ ରାଜ୍ୟର ଜନଜାତିମାଙ୍କର ସ୍ଥିତି ସଂପର୍କରେ ଆଲୋଚନା କରିବେ ।
ରାଜ୍ୟରେ ୬୨ ପ୍ରକାରର ଜନଜାତି ବାସ କରନ୍ତି । ସେମାନେ ହେଉଛନ୍ତି ମୋଟ ଜନସଂଖ୍ୟାର ୨୨ପ୍ରତିଶତରୁ ଅଧିକ । ୮୦ପ୍ରତିଶତ ଜନଜାତି ଏବେ ବି ଜଙ୍ଗଲ ଓ ପ୍ରକୃତି କୋଳରେ ପ୍ରକୃତି ଉପରେ ନିର୍ଭର କରି ରହନ୍ତି । ପ୍ରାକୃତିକ ପରିସ୍ଥିତି ବିଗୁଡ଼ୁଥିବା ବେଳେ ସରକାରୀ ଯୋଜନା ସେମାନଙ୍କ ପାଖରେ ପହଞ୍ଚି ପାରୁ ନାହିଁ ବୋଲି ବର୍ଷ ବର୍ଷ ଧରି ଅଭିଯୋଗ ହୋଇ ଆସୁଛି ।
ଓଡ଼ିଶା ବିକାଶ ସମ୍ମିଳନୀରେ ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପାରିକ ବନବାସିନ୍ଦାଙ୍କ ପାଇଁ ଉଦ୍ଦିଷ୍ଟ ଜଙ୍ଗଲ ଅଧିକାର ଆଇନ, ଜଙ୍ଗଲ ଭିତ୍ତିକ ଜୀବିକା ବିଶେଷକରି ଲଘୁ ବନଜାତ ଦ୍ରବ୍ୟ କାରବାର ଜନିତ ସ୍ଥିତି, ସ୍ୱଶାସନ ବ୍ୟବସ୍ଥା, ଅନୁସୂଚିତ ଅଂଚଳରେ ପଞ୍ଚାୟତିରାଜ ସଂପ୍ରସାରଣ ବ୍ୟବସ୍ଥା ଓ କାର୍ଯ୍ୟକାରୀତା ତଥା ଆଦିବାସୀ ଉପଯୋଜନାର କାର୍ଯ୍ୟକାରୀତାକୁ ନେଇ ବ୍ୟାପକ ଆଲୋଚନା କରାଯିବ ବୋଲି ପୂର୍ବତନ ସୂଚନା କମିଶନର ତଥା ସମ୍ମିଳନୀର ଆବାହକ ଜଗଦାନନ୍ଦ, ଏଫଇଏସ୍‌ର ମୀନା ଦାସ ମହାପାତ୍ର ଓ ବସୁନ୍ଧରାର ୱାଇ ଗିରି ରାଓ, ଆରସିଡିସିର ଜଗନ୍ନାଥ ଚାଟାର୍ଜି ପ୍ରମୁଖ ସୂଚନା ଦେଇଛନ୍ତି ।

Share in top social networks!