ଓଡ଼ିଆ ଭାଷାଭାଷୀ ବିଚ୍ଛିନ୍ନାଞ୍ଚଳ ମଞ୍ଜୁଷା, ଟେକାଲି ଓ ବିଶାଖାପାଟଣାରେ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟ

13-7-2017=15ଜଗନ୍ନାଥ ସଂସ୍କୃତି ଏବଂ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ବହୁବିଧ ପଦକ୍ଷେପ ନେଉଛନ୍ତି । ଏହାର ଅଂଶସ୍ୱରୂପ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରତିବର୍ଷ ବିଛିନ୍ନାଞ୍ଚଳ ଷଢେ଼ଇକଳା ଓ ଖରସୁଆଁର ଓଡ଼ିଆ ଭାଷାଭାଷୀ ଜଗନ୍ନାଥ ସଂସ୍କୃତିପ୍ରେମୀଙ୍କ ଉଦ୍ଦେଶ୍ୟରେ ଉତ୍କଳ ପ୍ରସଙ୍ଗ ଓ
ଓଡ଼ିଶା ରିଭୁ୍ୟ ରଥଯାତ୍ରା ବିଶେଷାଙ୍କ ବିତରଣ ବ୍ୟବସ୍ଥା କରିଆସୁଛି । ଚଳିତ ବର୍ଷ ପ୍ରଥମ କରି ରାଜ୍ୟର ଦକ୍ଷିଣାଞ୍ଚଳରେ ଥ#ବା ଓଡ଼ିଆ ଭାଷାଭାଷୀ ଅଞ୍ଚଳ ମଞ୍ଜୁଷା, ଟେକାଲି ଓ ବିଶାଖାପାଟଣାକୁ ରଥଯାତ୍ରା ସ୍ୱତନ୍ତ୍ର ସଂଖ୍ୟା ବିତରଣ ପାଇଁ ପଠାଯିବାର ବ୍ୟବସ୍ଥା କରାଯାଇଛି ।

ଏଥ#ସହିତ ବିଶାଖାପାଟଣାସ୍ଥିତ ଓଡ଼ିଆ ସମାଜର ଅନୁରୋଧ କ୍ରମେ ସେମାନଙ୍କ ଉଦ୍ଦେଶ୍ୟରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ସଂଖ୍ୟା ପଠାଯାଇଅଛି । ଏଥ#ନିମନ୍ତେ ବିଭାଗ ପକ୍ଷରୁ ପୂର୍ବ ପ୍ରସ୍ତୁତି ପୂର୍ବକ ତା.୧୩.୦୭.୨୦୧୭ରିଖ ଗୁରୁବାର ଦିନ ପୂର୍ବାହ୍ନ ୧୦.୦୦ ଘଟିକା ସମୟରେ ଉକ୍ତ ଅଞ୍ଚଳକୁ ସ୍ୱତନ୍ତ୍ର ସଂଖ୍ୟା ନେଇ ଯାଉଥ#ବା ବିଭାଗୀୟ ଯାନକୁ ପତାକା ଦେଖାଇ ନିର୍ଦ୍ଦେଶକ ଶ୍ରୀ ଲକ୍ଷ୍ମୀଧର ମହାନ୍ତି ଶୁଭାରମ୍ଭ କରିଥ#ଲେ । ଅନ୍ୟମାନଙ୍କ ମଧ୍ୟରେ ଉକ୍ତ ପତ୍ରିକାଦ୍ୱୟର ସମ୍ପାଦକ ଡ. ଲେନିନ୍ ମହାନ୍ତି, ଯୁଗ୍ମ
ନିର୍ଦ୍ଦେଶକ ଶ୍ରୀ ନିରଞ୍ଜନ ସେଠୀ, ଉପନିର୍ଦ୍ଦେଶକ ଶ୍ରୀ ବିବେକାନନ୍ଦ ବିଶ୍ୱାଳ, ଉତ୍କଳସମ୍ମିଳନୀର ଅଦେ୍ୱðତ ପାତ୍ର, ଶ୍ରୀ ଦେବାଶିଷ ପଟ୍ଟନାୟକ, ଶ୍ରୀ ହେମନ୍ତ କୁମାର ସାହୁ ଏବଂ ଅନେକ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁରୁଖୁରୁରେ ସଞ୍ଚାଳନ କରିଥ#ଲେ । ପୂର୍ବରୁ ଜାରୀ ରହିଥ#ବା ରାଜ୍ୟ ସରକାରଙ୍କ ଏହି ଉଦ୍ୟମକୁ ବିଛିନ୍ନାଞ୍ଚଳବାସୀ
ଭୂୟସୀ ପ୍ରଶଂସା କରିବା ସହ ଜଗନ୍ନାଥ ସଂସ୍କୃତି ସମ୍ପର୍କୀତ ବିଭିନ୍ନ ତଥ୍ୟ ଆହରଣ କରି ଏଥ#ନିମନ୍ତେ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ସାଧୁବାଦ ଜଣାଉଛନ୍ତି ।

ସୁନାମଧନ୍ୟ ଜଗନ୍ନାଥ ସଂସ୍କୃତି ଗବେଷକଙ୍କ ତତ୍ତ୍ୱଭିତ୍ତିକ ଲେଖାରେ ସମୃଦ୍ଧ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟ ବିଚ୍ଛିନ୍ନାଞ୍ଚଳର ଓଡ଼ିଆ ଭାଷାଭାଷୀ ଜନସାଧାରଣଙ୍କ ମଧ୍ୟରେ ନିଜ ଭାଷା ସଂସ୍କୃତି ପ୍ରତି ଆତ୍ମୀୟତା ଆଣିବାରେ ବେଶ୍ ସହାୟକ ହେବ ବୋଲି ଆଶା ପୋଷଣ କରାଯାଉଛି ।

Share in top social networks!

ସଢେଇକଳା ଓ ଖରସୁଆଁବାସୀଙ୍କ ପାଇଁ “ଉତ୍କଳ ପ୍ରସଙ୍ଗ’ର ରଥଯାତ୍ରା ସ୍ୱତନ୍ତ୍ର ସଂଖ୍ୟା ପ୍ରେରଣ

iprଓଡ଼ିଆ ଜାତିର ଆରଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ଓ ମହିମାର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ରଥଯାତ୍ରାରେ ପ୍ରକାଶ ପାଇଥ#ବା “ଉତ୍କଳ ପ୍ରସଙ୍ଗ’ ଓ “ଓଡ଼ିଶା ରିଭୁ୍ୟ’ର ରଥଯାତ୍ରା ସ୍ୱତନ୍ତ୍ର ସଂଖ୍ୟା ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଦିଗ୍ଦର୍ଶନରେଓଡ଼ିଶାର ବିଚ୍ଛିନ୍ନାଞ୍ଚଳ ସଢେଇକଳା ଓ ଖରସୁଆଁବାସୀଙ୍କ ଉଦ୍ଦେଶ୍ୟରେ ଆଜି ପୂର୍ବାହ୍ନରେ ଏକ ସ୍ୱତନ୍ତ୍ର ବିଭାଗୀୟ ଯାନକୁ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସୁଶୀଲ କୁମାର ଦାସ ପତାକା ଦେଖାଇ ପ୍ରେରଣ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ କ୍ରମାଗତ ତୃତୀୟ ବର୍ଷ ପାଇଁ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ସଢେଇକଳା ଓ ଖରସୁଆଁର ଓଡ଼ିଆ ଭାଷୀ ଜଗନ୍ନାଥପ୍ରେମୀମାନେ ଓଡ଼ିଶା ସରକାରଙ୍କ ଏହି ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିବା ସହ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମ୍ବନ୍ଧୀୟ ବିଭିନ୍ନ ତଥ୍ୟମୂଳକ ପ୍ରବନ୍ଧ ପାଠ କରି ଜଗନ୍ନାଥ ସଂସ୍କୃତି
ଏବଂ ମହିମା ସମ୍ବନ୍ଧରେ ବହୁତ କିଛି ଜାଣିବାକୁ ପାଉଛନ୍ତି ବୋଲି ମତ ଦେଇଛନ୍ତି ।

ସଂପାଦକ ଡ. ଲେନିନ ମହାନ୍ତିଙ୍କ ସଂପାଦକୀୟରେ ଚଳିତ ରଥଯାତ୍ରା ସ୍ୱତନ୍ତ୍ର ସଂଖ୍ୟା ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟରେ ଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରା ସମ୍ବନ୍ଧୀୟ ସ୍ୱାନମଧନ୍ୟ ଲେଖକଙ୍କ ଦ୍ୱାରା ବହୁ ଉଚ୍ଚକୋଟୀର ଲେଖାମାନ ପ୍ରକାଶ ପାଇଛି । ଏହି ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟର ରଥଯାତ୍ରା ସ୍ୱତନ୍ତ୍ର ସଂଖ୍ୟା, ଶ୍ରୀଜଗନ୍ନାଥ ଭଜନ ପୁସ୍ତିକା ଇତିମଧ୍ୟରେ ପୁରୀ ସମେତ ଓଡ଼ିଶାର ସମସ୍ତ ଜିଲ୍ଲାରେ ବଣ୍ଟନ କରାଯିବାର ବ୍ୟବସ୍ଥା କରାଯାଇଛି । ଆଜିର ଏହି ଅବସରରେ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟର ସଂପାଦକ ଡ. ଲେନିନ ମହାନ୍ତି, ମ୍ୟାନେଜର ଶ୍ରୀ ପ୍ରଫୁଲ କୁମାର ମଲ୍ଲିକ, ଶ୍ରୀ ଦେବାଶିଷ ପଟ୍ଟନାୟକ ଓ ବିଭାଗୀୟ ବରିଷ୍ଠ ଅଧ#କାରୀମାନେ ଉପସ୍ଥିତ ଥ#ଲୋ

Share in top social networks!