ଗୁଣାତ୍ମକ ବିଦ୍ୟୁତ ଯୋଗାଣ ଉପରେ ଶକ୍ତିମନ୍ତ୍ରୀଙ୍କ ଗୁରୁତ୍ଵ ଆରୋପ

DSC00104ବିଦ୍ୟୁତ ଭିତ୍ତିଭୂମିର ଉନ୍ନୟନ ଓ ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଣ ନିମନ୍ତେ ପଦକ୍ଷେପ ନିବାକୁ ଶକ୍ତି ମନ୍ତ୍ରୀ ଅରୁଣ କୁମାର ସାହୁ ସେସୁକୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ସଚିବାଳୟଠାରେ ସେସୁର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଲିଂ ଓ ଦେୟ ଆଦାୟ କ୍ଷେତ୍ରରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବାକୁ ସମୁଚିତ ପଦକ୍ଷେପ ନେବାକୁ କୁହାଯାଇଛି । ସେହିପରି ସାମଗ୍ରୀକ ବାଣିଜ୍ୟିକ ଓ ବଣ୍ଟନ କ୍ଷତିକୁ ହ୍ରାସ କରିବା ପାଇଁ ବିଶେଷ ବ୍ୟବସ୍ଥା କରାଯିବ ।

ବିଦ୍ୟୁତ ଚୋରୀ ରୋକିବାକୁ ଧରପଗଡକୁ ବ୍ୟାପକ କରାଯିବ । ଉଚ୍ଚମୂଲ୍ୟର ବିଦ୍ୟୁତ ଉପଭୋକ୍ତାଙ୍କ କ୍ଷେତ୍ରରେ ବିଶେଷ ଦ୍ରୁଷ୍ଟି ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ବିଦ୍ୟୁତ ଭିତ୍ତିଭୂମିର ଉନ୍ନୟନ ପାଇଁ ସରକାର ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି । ଦେଶୀ କାର୍ଯ୍ୟକ୍ରମରେ ସେସୁକୁ ପ୍ରାୟ ୬୭ କୋଟି ଟଙ୍କା ଦିଆଯାଇଛି । ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ସେସୁକୁ କୁହାଯାଇଛି । ସେହିପରି କ୍ୟାପେକ୍ସ କାର୍ଯ୍ୟକ୍ରମରେ ସେସୁର ଅଗ୍ରଗତି ଉତ୍ସାହଜନକ ହୋଇ ନଥିବାରୁ ଏହାର ସଫଳ ରୂପାୟନ ନିମନ୍ତେ ମନ୍ତ୍ରୀ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜୀବ ଗାନ୍ଧୀ ଗ୍ରାମୀଣ ବିଦ୍ୟୁତକରଣ ଯୋଜନା,ବିଜୁ ଗ୍ରାମ୍ୟ ଜ୍ୟୋତି ଯୋଜନା ଓ ବିଜୁ ସହରାଞ୍ଚଳ ବିଦ୍ୟୁତ କରଣ ଯୋଜନାର ଅଗ୍ରଗତିର ସମୀକ୍ଷା କରାଯାଇଥିଲା । ଏହି ବୈଠକରେ ଶକ୍ତି ସଚିବ ପ୍ରଦୀପ ଜେନା,ସେସୁର ମୁଖ୍ୟ ନିର୍ବାହୀ ସୁଦର୍ଶନ ନାୟକଙ୍କ ସମେତ ଶକ୍ତି ବିଭାଗ ଓ ସେସୁର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Share in top social networks!