ସାମ୍ବାଦିକ କଲ୍ୟାଣ ପାଣ୍ଠିର ଆକାର ୫କୋଟି ଟଙ୍କାକୁ ବୃଦ୍ଧି ହେଉ: ଓୟୁଜେ

oujjରାଜ୍ୟରେ କର୍ତ୍ତବ୍ୟରତ ସାମ୍ବାଦିକମାନଙ୍କ ସାମାଜିକ ନିରାଶ | ସଂପୂର୍ଣ୍ଣ ବିପନ୍ନ ହୋଇପଡିଥିବାରୁ ଓଡିଶା ସାମ୍ବାଦିକ ୟୁନିଅନ (ଓୟୁଜେ) ଗଭୀର ଉଦବେଗ ପ୍ରକାଶ କରିଛି | ଏହି ପରିପ୍ରେକ୍ଷୀ ରେ ସାମ୍ବାଦିକମାନକୁ ଚିକିତ୍ସାକାଳୀନ ସହାୟତା ଲାଗି ଉଦ୍ଦିଷ୍ଟ ସାମ୍ବାଦିକ କଲ୍ୟାଣ ପାଣ୍ଠିର ଆକାରକୁ ତୁରନ୍ତ ୫କୋଟି ଟଙ୍କାକୁ ବୃଦ୍ଧି କରି ଆବେଦନକାରୀ ସାମ୍ବାଦିକମାନଙ୍କୁ ତୁରନ୍ତ ସହାୟତା ଯୋଗାଇଦେବା ଲାଗି ୟୁନିଅନ ଦାବି କରିଛି |
ଓୟୁଜେ ସଭାପତି ପ୍ରସନ୍ନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ବୁଧବାର ଦିନ ଓୟୁଜେ କାର୍ଯ୍ୟାଳୟଠାରେ ଅନୁଷ୍ଠିତ କର୍ମକର୍ତ୍ତା ମାନଙ୍କ ବୈଠକରେ ସାମ୍ବାଦିକମାନଙ୍କ ସାମାଜିକ ନିରାଶ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା | ଚିକିତ୍ସା ଅବହେଳାରୁ ବହୁ ସାମ୍ବାଦିକ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବାରୁ ରାଜ୍ୟ ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଥିଲା |

ସାମ୍ବାଦିକମାନକୁ ମାଗଣା ସ୍ୱାସ୍ଥ୍ୟ ଯୋଗାଇଦେବା ଲାଗି ପୂର୍ବରୁ ରାଜ୍ୟ ସରକାର ଜାରି କରିଥିବା ବିଜ୍ଞପ୍ତିକୁ ସାନି କାର୍ଯ୍ୟକ୍ଷମ କରାଇବା ଲାଗି ବୈଠକରେ ଦାବି ହେବା ସହ ଆଇନଜୀବୀ କଲ୍ୟାଣ ପାଣ୍ଠି ଭଳି ସାମ୍ବାଦିକ କଲ୍ୟାଣ ପାଣ୍ଠିକୁ ସରକାର ତୁରନ୍ତ ଅନ୍ୟୁନ ୫କୋଟି ଟଙ୍କା ପ୍ରଦାନ କରି ଏହାର କଳେବର ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଥିଲା | ଏହି ମର୍ମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୟୁନିଅନ ପକ୍ଷରୁ ଚିଠି ଲେଖି ଦାବି ଜଣାଇବାକୁ ସ୍ଥିର ହୋଇଛି | ତୁରନ୍ତ ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ଗ୍ରହଣ ନକଲେ ୟୁନିଅନ ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି |

ବରିଷ୍ଠ ସଦସ୍ୟ ନିମାଇଁ ଚରଣ ମହାନ୍ତି, ସାଧାରଣ ସମ୍ପାଦକ କୈଳାସ ଚନ୍ଦ୍ର ନାୟକ, ଉପସଭାପତି ଅଜୟ ସାହୁ, ଲୋକନାଥ ସିଂ, ସମ୍ପାଦକ ଆଚାର୍ଯ୍ୟ ବିଶ୍ଵରଞ୍ଜନ, କିଷାନ ରାଉତ ଓ କୋଷାଧ୍ୟକ୍ଷ ସୁରେଶ ଦାଶ ଓ କାର୍ଯ୍ୟାଳୟ ସମ୍ପାଦକ ସୁଧାଂଶୁ ଶେଖର ପରିଡା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ସାମ୍ବାଦିକମାନଙ୍କର ଗୋଟିଏ ହେଲେ ଦାବି ପୂରଣ ହୋଇ ନଥିବାରୁ ଉଦବେଗ ପ୍ରକାଶ କରିଥିଲେ |

Share in top social networks!

ଓୟୁଜେର ୨୧ ତମ ଦ୍ଵିବାର୍ଷିକ ଅଧିବେଶନ ଆସନ୍ତା ୬ ତାରିଖ ଦିନ ଅନୁଷ୍ଠିତ ହେବ

ଓଡିଶା ସାମ୍ବାଦିକ ଯୁନିଅନ (ଓୟୁଜେ)ର ୨୧ ତମ ଦ୍ଵିବାର୍ଷିକ ଅଧିବେଶନ ଓ ସାଧାରଣ ପରିଷଦ ବୈଠକ ଆସନ୍ତା ୬ ତାରିଖ (ରବିବାର) ଦିନ ସ୍ଥାନୀୟ ଜୟଦେବ ଭବନ ଠାରେ ଅନୁଷ୍ଠିତ ହେବ | ବିଶିଷ୍ଟ ଅତିଥିଙ୍କ ଉପସ୍ଥିତି ରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ଅଧିବେଶନ ରେ ରାଜ୍ୟର ବିଭିନ୍ନ ଭାଗରୁ ଏକ ହଜାରରୁ ଅଧିକ ସମ୍ବାଦିକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି |

images (8)ପୂର୍ବାହ୍ନ ୧୧ଟାରେ ଉଶ୍ଚବ ଉଦ୍ଘାଟନ ହେବ | ଏଥିରେ ସମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନିୟ କାର୍ଯ୍ୟ ପାଇଁ ‘ଓୟୁଜେ ମିଡିଆ ସମ୍ମାନ ୨୦୧୩’ ପ୍ରଦାନ କରାଯିବ | ଅପରାହ୍ନରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ଅଧିବେଶନରେ ବିଭିନ୍ନ ଗୁରୁତ୍ଵପୂର୍ଣ ପ୍ରସ୍ତାବ ଆଲୋଚନା କରାଯାଇ ପ୍ରସ୍ତାବ ଗ୍ରହଣ କରାଯିବ |ପରେ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ | ଏହି ଅବସରରେ ୨୦୧୩-୧୪ ପାଇଁ ନୃତନ କର୍ମକର୍ତ୍ତା ନିର୍ବାଚନର ଫଳାଫଳ ଘୋଷଣା କରାଯିବ |

ଦେଶ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଓୟୁଜେ ର ସମସ୍ତ ସଦସ୍ୟ ଯୋଗଦେବା ଲାଗି ସଭାପତି ପ୍ରସନ୍ନ ମହାନ୍ତି ଓ ସାଧାରଣ ସମ୍ପାଦକ କୈଳାସ ଚନ୍ଦ୍ର ନାୟକ ଜଣାଇଛନ୍ତି |

Share in top social networks!