ଓଡିଶା ଜେଇଇ -୨୦୧୩ ପାଇଁ ଅନ୍ ଲାଇନ୍ ରେଜିଷ୍ଟ୍ରେସନ୍ ଅପ୍ରେଲ-୨ ତାରିଖ ପର୍ଯ୍ୟନ୍ତ ଘୁଞ୍ଚିଲା

08 MINISTER PRATAP KESHARI DEB JOIN AT SECRETERIATE.ASHOK୨୦୧୩ମସିହା ଓଡିଶା ଜେ.ଇ.ଇ ପାଇଁ ଅନ୍ ଲାଇନ୍ ଆବେଦନ ତାରିଖ ୨୦ ମାର୍ଚ୍ଚ ପରିବର୍ତ୍ତେ ଅପ୍ରେଲ-୨ ତାରିଖକୁ ଘୁଞ୍ଚାଇ ଦିଆଯାଇଛି ବୋଲି ନିଯୁକ୍ତି,ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ମନ୍ତ୍ରୀ ପ୍ରତାପ କେସରୀ ଦେବ ସୂଚନା ଦେଇ ଛନ୍ତି । ଗତକାଲି ଅର୍ଥାତ ମାର୍ଚ୍ଚ ୧୭ତାରିଖ ସୁଦ୍ଧା ଅନ୍ –ଲାଇନ୍ ମାଧ୍ୟାମରେ ୧ଲକ୍ଷ,୧୦ହଜାର ୩୯୦ଟି ଆବେଦନ ହସ୍ତଗତ ହୋଇଛି । ୨୦୧୨ମସିହା ଓଡିଶା ଜେ.ଇ.ଇ ପାଇଁ ଉଭୟ ଅଫ୍ ଲାଇନ ଓ ଅନ୍-ଲାଇନ୍ ଆବେଦନର ବ୍ୟବସ୍ଥା ଥିଲା ବେଳେ ଚଳିତ ଶିକ୍ଷା ବର୍ଷରେ କେବଳ ଅନ୍-ଲାଇନ୍ ବ୍ୟବସ୍ଥା ପ୍ରଚଳନ କରାଯାଇଛି । ଏହି ଯୁଗ୍ମ ପ୍ରବେଶିକା ପରୀକ୍ଷା ଇଞ୍ଜିନିୟରିଂ /ଟେକ୍ ନୋଲୋଜି /ଫାର୍ମାସୀ /ଆର୍କିଟେକ୍ଟ /ହୋମେଓପାଥି/ଆୟୁର୍ବେଦ /ଏମ୍.ସି.ଏ .ର ଡିଗ୍ରୀ କୋର୍ସର ପ୍ରଥମ ବର୍ଷ ଏବଂ ଆପ୍ଳାଏଡ୍ ମ୍ୟାନେଜମେଣ୍ଟ୍ /ପି.ଜି.ଏ. ଟି (ଏମ୍ .ଟେକ୍)/ଏମ୍.ଆର୍କ /ଏମ୍.ଫାର୍ମ /କମ୍ପୁଟର ଆପ୍ଲିକେସନ / ବିଜିନେସ୍ ଆଡ୍ ମିନିଷ୍ଟ୍ରେସନ ର ମାଷ୍ଟର ଡିଗ୍ରୀ କୋର୍ସର ପ୍ରଥମ ବର୍ଷ ଓ ଇଞ୍ଜିନିୟରିଂ /ଟେକ୍ ନୋଲୋଜି /ଫାର୍ମାସୀ/ଆର୍କିଟେକ୍ଟ୍ /କମ୍ପ୍ୟୁଟର ଆପ୍ଲିକେସନ୍ (ଏମ୍.ସି.ଏ)ଇତ୍ୟାଦି କୋର୍ସ ପାଇଁ ୨ଯ ବର୍ଷ ପାଇଁ ଡିଗ୍ରୀ କୋର୍ସର ଲାଟେରାଲ ଏଣ୍ଟ୍ରି ପାଇଁ ଅନୁଷ୍ଠିତ ହେବ । ଓ.ଜେ.ଇ.ଇ -୨୦୧୩ ପାଇଁ ରାଜ୍ୟ ଭିତରେ ପାଖାପାଖି ୧୪୫ଟି କେନ୍ଦ୍ର ହେବା ପାଇଁ ନିଷ୍ପତି ନିଆଯାଇଛି । ତନ୍ମଧ୍ୟରୁ ପ୍ରମୁଖ ସ୍ଥାନ ଗୁଡିକ ହେଲା

ଅନୁଗୁଳ,ବାଲେଶ୍ଵର,ବରଗଡ,ବାରିପଦା,ଭବାନୀପାଟଣା,ବ୍ରହ୍ମପୁର,ଭଦ୍ରକ,ଭୁବନେଶ୍ଵର,ବଲାଙ୍ଗୀର,ବୌଦ୍ଧ,ବୁର୍ଲା,କଟକ,ଛତ୍ରପୁର,ଦେବଗଡ,ଢେଙ୍କାନାଳ,ଜଗତସିଂପୁର,ଯାଜପୁର,ଜୟପୁର,ଝାରସୁଗୁଡା,କେନ୍ଦ୍ରାପଡା,କେଉଁଝର,କୋରାପୁଟ,ମାଲକାନଗିରି,ନବରଙ୍ଗପୁର,ନୟାଗଡ,ନୂଆପଡା,ପାରଳାଖେମୁଣ୍ଡି,ଫୁଲବାଣୀ,ପୁରୀ,ରାୟଗଡା,ରାଉରକେଲା,ସମ୍ବଲପୁର,ସରାଙ୍ଗ,ସୁବର୍ଣ୍ଣପୁରଓ ସୁନ୍ଦର ଗଡ । ରାଜ୍ୟର ବାହାରେ ୩୫ଟି କେନ୍ଦ୍ରରେ ପରୀକ୍ଷା ପରିଚାଳନା କରାଯିବ । ତେବେ ପ୍ରମୁଖ ସ୍ଥାନ ଗୁଡିକ ହେଲା

ଅହମ୍ମଦବାଦ,ବାଙ୍ଗାଲୋର,ଚେନ୍ନାଇ,ଗୌହାଟି,ହାଇଦ୍ରାବାଦ,ଜାମସେଦପୁର,ଖଡଗପୁର,କୋଲକାତା,ମୁମ୍ବାଇ,ନୂଆଦିଲ୍ଲୀ,ରାୟପୁର,ପାଟଣା,ରାଞ୍ଚି ଓ ଭାଇଜାଗ୍ । ପରୀକ୍ଷା ପରିଚାଳନା ସମ୍ବନ୍ଧରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ଦେବ କହିଛନ୍ତି ଯେ ଗତଥର ଏକ ସ୍ତରୀୟ ପରୀକ୍ଷା ନିରିକ୍ଷକ ବ୍ୟବସ୍ଥା ଥିବାବେଳେ ଚଳିତ ବର୍ଷ ଏହାକୁ ଦ୍ଵିସ୍ତରୀୟ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଖ୍ୟାତନାମ ଶିକ୍ଷାନୁଷ୍ଠାନଗୁଡିକର ବଛାବଛା ବୈଜ୍ଞାନିକ/ବିଶେଷଜ୍ଞ ବା ବରିଷ୍ଠ ଫାକଲଟି ମେମ୍ବର ମାନଙ୍କୁ ନିଆଯାଇ ଗୋଟିଏ ଗୋଟିଏ ଟିମ୍ ଗଠିତ ହେବ ଓ ୨ୟ ପର୍ଯ୍ୟାୟରେ ସରକାରଙ୍କର ବିଭିନ୍ନ ବିଭାଗର ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ ଦିଆଯିବ ।ଏହି ଦ୍ଵି-ସ୍ତରୀୟ ବ୍ୟବସ୍ଥାରେ ପରୀକ୍ଷା ଶୃଙ୍ଖଳିତ ଭାବରେ ସମ୍ପାଦନ କରିବାର ଗୁରୁଦାୟିତ୍ଵ ବହନ କରିବା ଦାହ ସେମାନେ ନିଜର ମତାମତ ରଖିବେ ଓ ଆବଶ୍ୟକସ୍ଥଳେ କାର୍ଯ୍ୟନୁଷ୍ଠାନ ପାଇଁ ନିଷ୍ପତ୍ତି ନେବେ ।

ପରୀକ୍ଷା ଦିନ ରାଜ୍ୟର ବରିଷ୍ଠ ପ୍ରଶାସନିକ ଷ୍ଟଫକୁ ନେଇ ଗଠିତ ହୋଇଥିବା ଜୋନାଲ-ଅଫିସର୍ ଗୃପ୍ ପରୀକ୍ଷା କେନ୍ଦ୍ର ତଦାରଖ କରିବେ । ପରୀକ୍ଷା ସମୟରେ ଗୋଟିଏ ସେଣ୍ଟ୍ରାଲ୍ କଣ୍ଟ୍ରୋଲ ରୁମ୍ ଖୋଲିବ । ଏହାର ଯଥେଷ୍ଟ ପୂର୍ବରୁ ସ୍ଥିରୀକୃତ ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟମାନଙ୍କୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ନିରାପଦ ପରୀକ୍ଷା ପରିଚାଳନା ପାଇଁ ଡିଜିପି,ଓଡିଶା ରାଜ୍ୟର ଡିଜିପି,ପୋଲିସ କମିଶନର,ଜିଲ୍ଲାପାଳ,ଏସପି ଗୃହ ବିଭାଗ,ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚବିଭାଗର କର୍ମ କର୍ତ୍ତାଙ୍କ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତହେବ । ଅପ୍ରେଲ ୬ ତାରିଖରେ ଛାତ୍ରଛାତ୍ରୀମାନେ ଜେ.ଇ.ଇ ସେଲ୍ ରୁ ସେମାନଙ୍କ ଆବେଦନର କନ୍ ଫର୍ମ୍ ମେସନ୍ ପାଇପାରିବେ ।

ସେହିପରି ୨୦୧୩ଡିପ୍ଲୋମା ପ୍ରବେଶିକା ପରୀକ୍ଷା ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ଦେବ କହିଥିଲେ ଯେ ଆସନ୍ତା ମଇ ୫ତାରିଖ ଦିନ ଡିପ୍ଲୋମା ଇଞ୍ଜିନିୟରିଂ ଓ ନନ୍ ଇଞ୍ଜିନିୟରିଂ ପାଠ୍ୟକ୍ରମ ପାଇଁ ପ୍ରବେଶିକା ଅନୁଷ୍ଠିତ ହେବ । ଉଭୟ ଅନ୍ ଓ ଅଫ୍ ଲାଇନରେ ଆବେଦନ ଗ୍ରହଣ କରାଯିବ । ପୂର୍ବରୁ ସ୍ଥିରୀକୃତ ଅନ୍-ଲାଇନ୍ ର ଆବେଦନ ତାରିଖ ୧୫ମାର୍ଚ୍ଚ ହୋଇଥିବା ବେଳେ ଏହାକୁ ୨୩ମାର୍ଚ୍ଚ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ପାଖାପାଖି ୨୨ହଜାର ପରୀକ୍ଷାର୍ଥୀ ଅନ୍ –ଲାଇନ୍ ମାଧ୍ୟମରେ ଆବେଦନ କରିଥିବା ବେଳେ ୨୫ହଜାର ପରୀକ୍ଷାର୍ଥୀ ଅଫ୍ –ଲାଇନ୍ ରେ ଆବେଦନ କରିଛନ୍ତି । ଅଫ୍-ଲାଇନ ଆବେଦନର ଶେଷ ତାରିଖ ମାର୍ଚ୍ଚ ୩୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି ।

Share in top social networks!

ଓ-ଜେଇଇରୁ ଉଠିଲା ମାଇନସ୍ ମାର୍କିଂ

19 DAME AND DEAF STUDENTS H.S.C EXAM.ASHOK୨୦୧୩-୧୪ ଶିକ୍ଷା ବର୍ଷରେ ଓଜେଇଇ ଏଣ୍ଟ୍ରାନ୍ସ ଦେବାକୁ ଥିବା ଛାତ୍ରଛାତ୍ରୀଙ୍କର ମାଇନସ୍ ମାର୍କିଂ ହେବ ନାହିଁ | ଏହି ନିଷ୍ପତ୍ତି ଜେଇଇ ର କୋର୍ କମିଟି ବୈଠକରେ ନିଆଯାଇଛି | ମାଇନସ୍ ମାର୍କିଂ ହେବାରୁ ପ୍ରତିବର୍ଷ ଅର୍ଦ୍ଧାଧିକ ଛାତ୍ରଛାତ୍ରୀ ଠାରୁ କମ୍ ନମ୍ବର ରଖୁଛନ୍ତି | ଏପରିକି ମାଇନସ୍ ମାର୍କିଂ ଦ୍ଵାରା ପ୍ରାୟ ୭୫ ପ୍ରତିଶତ ପିଲାଙ୍କର ମୋଟ୍ ନମ୍ବର ୧୦ନମ୍ବର ଭିତରେ ରହୁଛି |

ଏହା ପିଲାଙ୍କର ଦକ୍ଷତା ଏବଂ ଆମର ଶିକ୍ଷା ବ୍ୟବସ୍ଥା ଉପରେ କୁପ୍ରଭାବ ପକାଉଥିବାରୁ ଏଣିକି ଆଉ ମାଇନସ୍ ମାର୍କିଂ ହେବନାହିଁ ବୋଲି ଜେଇଇ କର୍ତୁପକ୍ଷ କହିଛନ୍ତି | ଏହା ଜେଇଇ ଅଧୀନରେ ହେଉଥିବା ସମସ୍ତ ବିଷୟ ପାଇଁ ଲାଗୁ ହେବ |

Share in top social networks!

ଚଳିତବର୍ଷ ଠାରୁ ଗ୍ରିନ୍ ଓଜେଇଇ କରିବାକୁ ଜେଇଇ କତ୍ତୃପକ୍ଷଙ୍କ ନିଷ୍ପତି

ଚଳିତବର୍ଷ ଠାରୁ ଗ୍ରିନ୍ ଓଜେଇଇ କରିବାକୁ ଜେଇଇ କତ୍ତୃପକ୍ଷ ନିଷ୍ପତି ନେଇଛନ୍ତି | ଅଧିକ କାଗଜ ନଷ୍ଟ ହେବନି କି ପରିବେଶ ପ୍ରଦୂଷଣ ହେବନି | ସବୁ କାମ ହେବ ଅନଲାଇନ୍ | କେବକ ପରୀକ୍ଷା ସମୟରେ ଓଏମ୍ଆର୍ ଉତ୍ତର ଖାତାରେ ପେନସିଲ୍ ରେ ଗୋଲେଇ ବୁଲା ହେବ |

ojee-2008ଏନେଇ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଚୁଡାନ୍ତ ନିଷ୍ପତ୍ତି ନିଆଯିବା ପରେ ବିଜ୍ଞପ୍ତି ପ୍ରକାଶ ପାଇବ | ଜେଇଇ ସମ୍ପାଦକ ପ୍ରିୟବ୍ରତ ସାହୁଙ୍କ ସୂଚନା ମୁତାବକ ଗତଥର ଠାରୁ ଅନଲାଇନ୍ ରେ ଫୋରମ ବିକ୍ରି ହୋଇଥିବାବେଳେ ଏଥର ଠାରୁ ଆଡ଼ମିଟ୍ କାର୍ଡ, ଇଣ୍ଟିମେସନ୍ ଲେଟର ଆଦି ଜେଇଇ ୱେବସାଇଟ୍ ରେ ଉପଲବ୍ଧ ହେବ |ପୂର୍ବ ପରି ଇ-କାଉନସେଲିଂ ମଧ୍ୟ ହେବ |

କୌଣସି କାର୍ଡ ପୋଷ୍ଟାଲ ରେ ପଠାଯିବନି | ଗତ ଥର କୋରାପୁଟ, ମାଲକାନଗିରି ଅଞ୍ଚଳର ବହୁ ଛାତ୍ରଛାତ୍ରୀ ଅନଲାଇନ୍ ରେ ଆବେଦନ କରିଥିଲେ | ଏବେ ପ୍ରତି ପଞ୍ଚାୟତରେ ସରକାରଙ୍କ ତରଫରୁ ଇଣ୍ଟରନେଟ୍ ସୁବିଧା ଉପଲବ୍ଧ ହେଉଥିବାରୁ କୌଣସି ଅସୁବିଧା ହେବ ନାହିଁ ବୋଲି ଶ୍ରୀ ସାହୁ କହିଛନ୍ତି |

Share in top social networks!