ଅଗଷ୍ଟ ୧ ତାରିଖରୁ ୧୬ ଟି ଜିଲ୍ଲାରେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ।

MAP-9ରାଜ୍ୟର ସରକାରଙ୍କର ଯୁବନୀତି -୨୦୧୩ ର ଆଧାରରେ ରାଜ୍ୟର ବିଭିନ୍ନ କଲେଜରୁ ଆସିଥିବା ଛାତ୍ରୀମାନେ ଭୁବନେଶ୍ଵରସ୍ଥ କଳିଙ୍ଗ ଷ୍ଟାଡିୟମରେ ରାଜ୍ୟ ସ୍ତରୀୟ ଶିବିରରେ ପ୍ରଶିକ୍ଷଣ ଗ୍ରହଣ କରିବା ପରେ ସେମାନଙ୍କ ଜିଲ୍ଲାର ଜଲେଜ ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳ ସମ୍ପର୍କରେ ପ୍ରଶିକ୍ଷଣ ଦେବା ନିମନ୍ତେ ଅଗଷ୍ଟ ୧ ତାରିଖ ରୁ ୧୬ ଟି ଜିଲ୍ଲାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଉଛି ।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସ୍ତରୀୟ ଶିବିରରୁ ପ୍ରଶିକ୍ଷଣ ଲାଭ କରିଥିବା ୧୧୭ ଜଣ ଛାତ୍ରୀ ମାଷ୍ଟର ଟ୍ରେନର ରୂପେ ସେମାନଙ୍କ ଜିଲ୍ଲାର କଲେଜ ଛାତ୍ରୀମାନଙ୍କୁ ଅଗଷ୍ଟ ୧ ତାରିଖରୁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଦେବେ । ଆସନ୍ତା କଳିଠାରୁ ବାଲେଶ୍ଵର,ଭଦ୍ରକ,ବଲାଙ୍ଗିର,କଟକ,ଗଞ୍ଜାମ,ଜଗତସିଂହପୁର,ଝାରସୁଗୁଡା,କନ୍ଧମାଳ,କେନ୍ଦ୍ରାପଡା,କେନ୍ଦୁଝର,ଖୋର୍ଦ୍ଧା,କୋରାପୁଟ,ମୟୂରଭଞ୍ଜ,ନୟାଗଡ,ସମ୍ବଲପୁର ଏବଂ ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ମାନଙ୍କରେ ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳ ପ୍ରଦାନ କରାଯାଉଛି ବୋଲି ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଦୁର୍ଗାପ୍ରସାଦ ବେହେରା ପ୍ରକାଶ କରିଛନ୍ତି ।

ଅବଶିଷ୍ଟ ୧୪ ଟି ଜିଲ୍ଲା ପାଇଁ ଦ୍ଵିତୀୟ ପର୍ଯ୍ୟାୟରେ ଛାତ୍ରୀମାନଙ୍କୁ ମାଷ୍ଟର ଟ୍ରେନର ରୂପେ ପ୍ରଶିକ୍ଷଣ ପ୍ରଦାନ କରାଯାଊଛି । ସେମାନଙ୍କ ପ୍ରଶିକ୍ଷଣ ସଂପୂର୍ଣ୍ଣ ହେବା ପରେ ଏହି ଜିଲ୍ଲା ମାନକରେ ଅନ୍ୟ ଛାତ୍ରୀମାନଙ୍କୁ ପ୍ରଶିକ୍ଷିତ କରାଯିବ । ରାଜ୍ୟ ସରକାର ଚଳିତ ବର୍ଷ ମୋଟ ୩ ଲକ୍ଷ ଛାତ୍ରୀଙ୍କୁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ପ୍ରଦାନ କରିବାର ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି ।

Share in top social networks!