ମାତୃଭାଷା ଭିତ୍ତିକ ଶିକ୍ଷା ପ୍ରତି ଆଦିବାସୀ ଶିଶୁର ମୌଳିକ ଅଧିକାର: ଓଡିଶା ଆଦିବାସୀ ମଞ୍ଚ

11 ADIBASHI MANCHA SEMINAR (7)ରାଜ୍ୟର ୧.୪ ନିୟୁତରୁ ଅଧିକ ଆଦିବାସୀ ଶିଶୁଙ୍କ ପ୍ରାକ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ମାତୃଭାଷା ଭିତ୍ତିକ ବହୁଭାଷୀ ଶିକ୍ଷାର ଆବଶ୍ୟକତା ରହିଛି ଏବଂ ଏହା ସେମାନଙ୍କ ମୌଳିକ ଅଧିକାର । ଏଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କର୍ମଶାଳାରେ ଓଡିଆ ଆଦିବାସୀ ମଞ୍ଚାର ରାଜ୍ୟସ୍ତରୀୟ ନେତା ମାନେ ଏହା କହିଛନ୍ତି । ଏହି କର୍ମଶାଳାକୁ ମାନ୍ୟବର ରାଜ୍ୟପାଳ ଶ୍ରୀ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ଉଦ୍ ଘାଟନ କରିବା ସହ କହିଛନ୍ତି ଯେ,ସମ୍ବିଧାନ ଅନୁଯାୟୀ ପ୍ରତି ଶିଶୁର ନିଜ ମାତୃଭାଷାର ଶିକ୍ଷାଲାଭ କରିବାର ଅଧିକାର ରହିଛି ।

ଏଣୁ କୌଣସି ଭି କାରଣୁ ଆଦିବାସୀ ଶିଶୁ ଏଥିରୁ ବଞ୍ଚିତ ହେବା ଉଚିତ୍ ନୁହେଁ । ଏ ଅବସରରେ ଓଡିଶା ଆଦିବାସୀ ମଞ୍ଚ ତରଫରୁ ୨ଟି ସ୍ମାରକ ପତ୍ର ରାଜ୍ୟପାଳଙ୍କୁ ଓ ଗୋଟିଏ ବିଧାୟକ ପ୍ରତାପ ଷଡଙ୍ଗୀଙ୍କୁ ପ୍ରଦାନ କରଯାଇଥିଲା । ରାଜ୍ୟପାଳ ଏ ଅବସରରେ ଏକ ଆଦର୍ଶ ଶିଶୁ ବିକାଶ କେନ୍ଦ୍ରକୁ ଉଦ୍ ଘାଟନ କରିବା ସହ ଏପରି ଏକ ଉଦ୍ୟମ ପାଇଁ ଓଡିଶା ଆଦିବାସୀ ମଞ୍ଚକୁ ସାଧୁବାଦ ଜଣାଇଥିଲେ । ରାଜ୍ୟପାଳଙ୍କ ସମ୍ମୁଖରେ ସୁଦୂର ଆଦିବାସୀ ଅଞ୍ଚଳରୁ ଆସିଥିବା ୪-୮ବର୍ଷର ପିଲାମାନେ ସଉରା,ଓଡିଆ,ହିନ୍ଦୀ ତଥା ଇଂରାଜୀ ଭାଷାରେ ବିଭିନ୍ନ ରାଇମ୍ ଓ ଲୋକ ଗୀତଗାଇ ସମବେତ ଜନତାଙ୍କୁ ଆଭିଭୂତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଏ ଅବସରରେ ନିଜର ପୁରୁଣା ଅଭିଜ୍ଞତା ବଖାଣି କହିଥିଲେ ଯେ ଆଦିବାସୀ ପିଲା ମାନେ ମୁଖ୍ୟସ୍ରୋତରୁ ବାହାରେ ନୁହନ୍ତି ଯେ ବରଂ ନିଜ ମାତୃଭାଷାରେ ଶିକ୍ଷାଲାଭ କରିବା ସେମାନଙ୍କର ମୌଳିକ ଅଧିକାର ।

ବିଧାୟକ ପ୍ରତାପ ଷଡଙ୍ଗୀ ମଧ୍ୟରେଭ ରାଜ୍ୟରେ ଆଦିବାସୀ ଶିଶୁ ଅବହେଳିତ ଅବସ୍ଥାରେ ଥିବା କଥାକୁ ଯୋର ଦେଇ ବିଶେଷକରି ସେମାନଙ୍କ ମାତୃଭାଷା ଭିତ୍ତିକ ବହୁଭାଷୀ ଶିକ୍ଷା ପ୍ରଦାନ କରିବାର ଅଧିକାରକୁ ସାବ୍ୟସ୍ତ କରିବାର ସମୟ ଉପନୀତ ବୋଲି ସେ ଯୁକ୍ତି ଉପସ୍ଥାପନ କରିଥିଲେ । ଓପେପା ସହକାରୀ ନିର୍ଦ୍ଦେଶକ ବସନ୍ତ ମଞ୍ଜରି ଆଚାର୍ଯ୍ୟ ମଧ୍ୟ ଏ ଅବସରରେ ଆଦିବାସୀ ପିଲାଙ୍କ ପାଇଁ ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯାଉଥିବା କଥା ସୂଚନା ଦେଇଥିଲେ । ବିଶିଷ୍ଟ ସିପିଆଇଏମ ନେତା ସାଲୋ ମାରାଣ୍ଡି ମଧ୍ୟ ଆଦିବାସୀ ଶିଶୁଙ୍କ ଶିକ୍ଷାଗତ ଅଧିକାର ନେଇ ବହୁଭାଷୀ ଆଦ୍ୟ ଶୈଶବ ଶିକ୍ଷାର ଆବଶ୍ୟକତା ନେଇ ସରକାରଙ୍କ ଆଭିମୁଖ୍ୟକୁ ଆହୁରି ସ୍ପଷ୍ଟ କରିବାକୁ ସେ ନିଜର ମତାପ୍ରକାଶ କରିଥିଲେ । ନେଦରଲ୍ୟାଣ୍ଡର ସ୍ଵେଛାସେବୀ ସଂସ୍ଥା ବର୍ଣ୍ଣାଡ ଭାନ ଲିୟର ଫାଉଣ୍ଡେସନର ଭାରତ ପ୍ରତିନିଧି ଶ୍ରୀମତୀ ଧରିତ୍ରୀ ପଟ୍ଟନାୟକ ଏ ଅବସରରେ ନିଜର ବିଭିନ୍ନ ଅଞ୍ଚଳ ପରିଦର୍ଶନର ଅଭଜ୍ଞତା ବଖାଣିବା ସହିତ ସେହି ଅଞ୍ଚଳର ପିଲାମାନେ କିପରି ଅଧିକ ସଂବେଦନଶୀଳ ଏବଂ ଉପଯୁକ୍ତ ମାତୃଭାଷା ଭିତିକ ଶିକ୍ଷାର ଆବଶ୍ୟକତା ନେଇ ଯୁକ୍ତି ଉପସ୍ଥାପନା କରିଥିଲେ ।

ନିକଟ ଅତୀତରେ ଓଡିଶା ସରକାର ୧୦ଟି ଆଦିବାସୀ ଭାଷାକୁ ମାନ୍ୟତା ଦେଇ ପ୍ରାକ ପ୍ରାଥମିକ ଓ ପ୍ରାଥମିକ ସ୍ତରରେ ଶିଶୁଙ୍କ ପାଇଁ ଶିକ୍ଷା ପ୍ରଣିତ କରିବାକୁ ନିର୍ଦ୍ଦେଶାନାମା ଜାରିକରିଛନ୍ତି । ପ୍ରଚଳିତ ଅରୁଣିମାକୁ ସଂଶୋଧନ ପାଇଁ ଓପେପା କୁ ନିର୍ଦେଶ ଦେଇଛନ୍ତି । ଓଡିଶା ଆଦିବାସୀ ମଞ୍ଚ ଓ ବହୁ ଆଦିବାସୀ ସଂଗଠନ ଏହି ପଦକ୍ଷେପକୁ ସ୍ଵାଗତ କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଭିତିଭୂମିର ବିକାଶ ପାଇଁ ଆଗାମୀ ଦିନରେ ୫୦ହଜାର ଅଙ୍ଗନବାଡି ଗୃହା ନିର୍ମାଣ ପାଇଁ ନିଷ୍ପତି ନେଇ ତୃଣମୂଳ ସ୍ତରରେ ଏହାକୁ ତ୍ୱରାନ୍ୱିତ କରିଛନ୍ତି ।

Share in top social networks!