ଦୁବଘାସ

grass
କବି ସରୋଜ କୁମାର ସାହୁ
ଦୁବଘାସର ଅର୍ଥ କେହି ବୁଝେନା

ମଣିଷ ସମାଜରେ ତା’ର ମୂଲ୍ୟ

କେହି ଭାବନ୍ତି ନାହିଁ ପାଦରେ ଦଳିତ

ଦ୍ରୁମଟିଏ ହେଲେବି ଈଶ୍ଵରଙ୍କ କାର୍ଯ୍ୟ

ବଞ୍ଚିତ ହୁଏ ନାହିଁ ସେହି ଦ୍ରୁମଟି

କିନ୍ତୁ ନର ଶୋଷଣ କରି ଚାଲେ

ଝଡ ଆସେ ତାହାରି ଉପର ଦେଇ

ଗତି କରି ଯାଏ ରାତି ଆସେ

ପୁଣି ସକାଳ ହୁଏ ନୂତନ ସୂର୍ଯ୍ୟ

ଆଗମନକୁ ଅପେକ୍ଷା କରେ

ତାହାରି କିରଣରେ ହସିହସି ତାକୁ

କିନ୍ତୁ ତା’ର ମନରେ ଗର୍ବର ଚିହ୍ନ

ଅହଙ୍କାରର ରୂପରେଖ ନ ଥାଇ

ସିଏ ଉଦୟମାନ ଏ ଧରା ପୃଷ୍ଠାରେ

ମାତ୍ର ବୁଝନ୍ତି ନାହିଁ କେହି ନା କବି

ନା ଲେଖକ ନା, ଏ ଜନ ସମାଜର ବଡବଡ ନେତା

ଶାନ୍ତି ନ ଥାଇ ଜୀବନଟା

ଦୁବ ଘାସ ପରି ମର୍ମାହତ ହୁଏ

ଦୁବଘାସ ହିଁ ଦୁବଘାସ ହୋଇ ରହିଯାଏ

ଶାନ୍ତିର ରୁପେଲି ପରଦାର ଚିହ୍ନ ହୋଇ

ଯାହା ଅବର୍ଣ୍ଣନୀୟ ହୋଇ ମଧ୍ୟ

ଉଙ୍କି ମରି ଉଠେ ଏହି କ୍ଷୁଦ୍ର ମନରେ ।

Share in top social networks!

କବି ପଣ

320066_138732892887885_7822018_n
କବି ପଣ ଯୋଦି ଦେଖାଇବା ପାଇଁ
ଲେଖୁଅଛ ବାଜେ କବିତା.
ଫୁଲତୋଡା ନୁହେଁ ଫୁଲକୋବି ଦେଇ
ସମାଜ ଦେବ ମାନ୍ୟତା..
ଶୁଣିବ ସବୁରି ତୁଣ୍ଡରୁ
କବି କହିବେନି ….. ଗଧ କହିବେ..
ଅଳିଆ ଲେଖୁଛି ଘରର ସମସ୍ୟା..
ମନଛୁଆଁ ଲେଖା, ସ୍ବର ଓ ମଧୁର
ଶ୍ରୁତିକୁ ଲାଗିବ ସୁନ୍ଦର
ସବୁ ବାଜେ ଲେଖା ନୁହେଁ କବିତା
ଜ୍ଞାନି ଗୁଣିଜନ କହିବେ
କବି ଟେ ଲେଖୁଚି କବିତା……………..

ଶ୍ରୀମନ୍ତ

Share in top social networks!

ସୁଖ….ଶାନ୍ତି….ସନ୍ତୋଷ…ଏକ ପ୍ରଶ୍ନବାଚୀ

ବବି ଅନସୂୟା

ସତରେ….ସୁଖ କେଉଁଠି ଥାଏ ?
ପ୍ରାପ୍ତିରେ ନା ମୁକ୍ତିରେ…
ଅପମାନରେ ନା ଅଭିମାନରେ
ଭଲପାଇବାରେ ନା ଘୃଣା କରିବାରେ
ଇର୍ଷ୍ୟ।ରେ ନା ଜ୍ବଳନରେ …
ଜାଣେନା…ସୁଖ କେଉଁଠି ଥାଏ ?

ଜାଣ କି ତୁମେ ଶାନ୍ତି କେଉଁଠି ଥାଏ ?
ଜିତିବାରେ କି ହାରିବାରେ…
ପଳାତକ ସାଜିବାରେ ସଂଗ୍ରାମ କରିବାରେ
କଷ୍ଟ ଦେବାରେ କି ସହିବାରେ
ଉନ୍ନତିରେ ଅବା ଅବନ୍ନତିରେ….
କହିପାରିବ…ଶାନ୍ତି କେଉଁଠି ଥାଏ ?

ପଚାରିପାରେ କି ସନ୍ତୋଷ କେଉଁଠି ଥାଏ ?
ସବୁକିଛି ପାଇ ହରେଇଦେବାରେ
ନା ସବୁ ହରେଇ ନିଃସ୍ବ ପାଲଟିଯିବାରେ
ନିଃସଂଗତାରେ ନା ଲୋକାରଣ୍ୟରେ
ପ୍ରାସାଦରେ ନା କୁଟୀରରେ
ସତରେ…..ସନ୍ତୋଷ କେଉଁଠି ଥାଏ ?

Share in top social networks!