ପରିବେଶ ଉପରେ ପୁସ୍ତକ ଉନ୍ମୋଚିତ

pustakenvପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ କଳିଙ୍ଗ ଔଷଧୀୟ ଉଦ୍ଭିଦ ମେଳା-୨୦୧୩ ଅବସରରେ ଗବେଷଣାଧର୍ମୀ ପୁସ୍ତକ ‘ଲେଖ୍ପତି ବନୋ’ ର ଓଡିଆ ଅନୁବାଦ ପୁସ୍ତକ ଉନ୍ମୋଚିତ ହୋଇଯାଇଛି | ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ଶାସନ ସଚିବ ଆର.କେ.ଶର୍ମା, ଓଡିଶା ମୁଖ୍ୟ ବନ୍ୟ ସଂରକ୍ଷକ ପି.ଏନ.ପାଢୀଙ୍କ ଉପସ୍ଥିତିରେ ଏହି ପୁସ୍ତକ ଉନ୍ମୋଚିତ ହୋଇଥିଲା | ଡଃ ପି.କେ.ଉପାଧ୍ୟାୟଙ୍କ ମୂଳ ହିନ୍ଦୀ ଭାଷାରେ ଲିଖିତ ଏହି ପୁସ୍ତକର ଓଡିଆ ଅନୁବାଦ କରିଛନ୍ତି ଡଃ ଶ୍ରୀକାନ୍ତ ପଟ୍ଟନାୟକ |

ଏଥିରେ ପୃଥିବୀରେ ବଢି ଚାଲିଥିବା ପ୍ରଦୂଷଣର ମୂଳୋତ୍ପାଟନ ଓ ଏଥିପାଇଁ ଜଣସଚେତନତା, ନବଗ୍ରହ ଅନୁମୋଦିତ ନଅ ପ୍ରକାର ବୃକ୍ଷ, ଏହି ପ୍ରକାର ବୃକ୍ଷ ରୋପଣ କରି ଜନସାଧାରଣ କିପରି ଦେବଦେବୀଙ୍କ କୃପା ଲାଭ କରିପାରିବେ, ରାଶିଚଳନ ଯୋଗୁ ଦୁଷ୍ଟ ଗ୍ରହମାନଙ୍କ ହାନୀକାରକ ପ୍ରଭାବରୁ କିଭଳି ରକ୍ଷା ମିଳିପାରିବ, ତାହା ଏହି ପୁସ୍ତକରେ ବିଷାଦ ଭାବେ ବର୍ଣନା କରାଯାଇଛି | ଏତଦ୍ ବ୍ୟତୀତ ଉକ୍ତ ପୁସ୍ତକକୁ ବ୍ଯ୍ବହାର କରି ଜଣସାଧାରଣ ପ୍ରତ୍ୟେକ ଦିନ, ମାସ ଓ ବାର୍ଷିକ ଭାଗ୍ୟଫଳ ନିଜ ଜାତକ ଅନୁସାରେ ଦେଖିପାରିବେ |

Share in top social networks!

ବହି: ଓଡିଶା ଶିଶୁ ସାହିତ୍ୟର ସୃଜନ ବଳୟରେ କବି ନନ୍ଦକିଶୋର ବଳ

ବହି: ଓଡିଶା ଶିଶୁ ସାହିତ୍ୟର ସୃଜନ ବଳୟରେ କବି ନନ୍ଦକିଶୋର ବଳ
ଲେଖିକା:ପ୍ରବୀଣା ପରିଡା
ପ୍ରକାଶକ:ସୁବର୍ଣଶ୍ରୀ ପ୍ରକାଶିନୀ ଶ୍ରୀକଣ୍ଠପୁର,ବାଲେଶ୍ଵର
ଓଡିଆ ଶିଶୁସାହିତ୍ୟ ପ୍ରତି କବି ନନ୍ଦକିଶୋର ବଳଙ୍କ ଅବଦାନ ଅତୁଳନୀୟ ତାଙ୍କର ସୃଷ୍ଟିରେ ପ୍ରକୃତି ଯେପରି ଜୀବନ୍ତ ମନେହୁଏ,ଗାଁ ଟିଏ ସେପରି ଆକର୍ଷିତ କରେ ପାଠକଙ୍କୁ |ପଲ୍ଲୀର ଶବ୍ଦଚିତ୍ର ଅଙ୍କିବାରେ ନନ୍ଦକିଶୋରଙ୍କ ଚମତ୍କାରିତା ତାଙ୍କୁ ପଲ୍ଲିକବି ଭାବେ ପରିଚିତ କରାଇଛି| “ଡାମରା କଉରେ ଡାମରା କାଉ/ଉଚ୍ଚପରବତେ ବୋବାଉଥାଉ/ଉଚପରବତ କୁଞ୍ଚିକୁଞ୍ଚିକା /ତହିଁରେ ବସିଛି ତିନିମଞ୍ଜିକା”ପରି ତାଙ୍କର ଅନେକ କବିତା ଅନେକଙ୍କର ମୁଖସ୍ଥ ହୋଇରହିଛି |ଲେଖିକାଙ୍କ ଭାଷାରେ,ଶିଶୁମାନଙ୍କ ମାଧ୍ୟମରେ ସେ ନିଜ ଅନ୍ତରର ବାଣିକୁବ୍ୟକ୍ତ କରିବାକୁ ପ୍ରୟାସ କରିଛନ୍ତି|ସ୍ମୃତି,ଅନୁଭୂତି,ମନସ୍ଥାତ୍ୟୁକତା,ପଲ୍ଲୀପ୍ରାଣତା,ଶିଶୁଶୁଲଭତା ସର୍ବୋପରି ବିଭୁପ୍ରାଣତାର ସ୍ପର୍ଶରେ କବିଙ୍କର ରଚନାଗୁଡିକରେ କାଳଜୟୀ ଗୌରବ ଲାଭ କରିଛି |ଏହିପୁସ୍ତକଟିର ପଞ୍ଚୋଟିଅଧ୍ୟାୟରେ ଶିସୁସାହିତ୍ୟର ସଙ୍ଗୟା ସ୍ଵରୂପ ଓ ବିକାଶଧାରା ,ନନ୍ଦକିଶୋରଙ୍କ ଜୀବନୀ ଓ ରଚନାବଳି,ନନ୍ଦକିଶୋରଙ୍କରଚିତ ଶିଶୁସାହିତ୍ୟର ବୈଶିଷ୍ଟ୍ୟ,ପାରବର୍ତୀ ଶିଶୁସାହିତିକଙ୍କ ଉପରେ ନନ୍ଦକିଶୋରଙ୍କ ପ୍ରଭାବ,ଶିଶୁସାହିତିକ ଭାବେ କବି ନନ୍ଦକିଶୋରବଳଙ୍କର ଓଡିଆସାହିତ୍ୟରେ ସ୍ତାନନିରୂପନକରି ପ୍ରସଙ୍ଗ ଗୁଡିକ ଉପରେ ଲେଖିକା ଆଲୋଚନା କରିଛନ୍ତି|ଭାଷାସାହିତ୍ୟର ପାଠକ ଏବଂ ଗବେଷକଙ୍କ ପାଇଁପୁସ୍ତକଟି ଗ୍ରହଣଯୋଗ୍ୟ ମନେହୁଏ|

Share in top social networks!