ମୁଖ୍ୟମନ୍ତ୍ରୀଙ୍କ ସହିତ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସଦସ୍ୟଙ୍କ ଆଲୋଚନା

tn_12-3-2013=2ଜାତୀୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷର ସଦସ୍ୟ ଶ୍ରୀ ଭି.କେ .ଡୁଗଲ ଓ ଶ୍ରୀ କେ.ଏମ୍ ସିଂ ଆଜି ସଚିବାଳୟ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ସାକ୍ଷାତ କରି ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ଦିଗରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ ।

ଏହି ଆଲୋଚନା ସମୟରେ ମୁଖ୍ୟତଃ National Cyclone Risk Mitigation Project ଉପରେ ଗୁରୁତ୍ଵ ଦିଆଯାଇଥିଲା । ଏହି ପ୍ରକଳ୍ପ କେନ୍ଦ୍ରୀୟ ସହାୟତାରେ କାର୍ଯ୍ୟକାରୀ କରାଯାଉଛି ଏବଂ ଏଥିରେ ୬୧୫କୋଟି ଟଙ୍କା ବିନିଯୋଗ କରାଯାଉଛି । ଏହି ଆଲୋଚନା ସମୟରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟର ମୁକାବେଲା ପାଇଁ ଗ୍ରହଣକରାଯାଇଥିବା ପ୍ରାକ୍ ସଂସ୍କୃତିର ଶ୍ରୀ ଡୁଗଲ ଓ ଶ୍ରୀ ସିଂ ଉଚ୍ଚ ପ୍ରଶଂସା କରିଥିଲେ ।

NCRMAP ପ୍ରକଳ୍ପ କାର୍ଯ୍ୟ ରାଜ୍ୟରେ ତ୍ୱରାନ୍ୱିତ କରିବା ଏବଂ ଏହାକୁ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଶେଷ କରିବା ପାଇଁ ପଦକ୍ଷେପ ନିଆଳାଇଛି ବୋଲି ମୁଖ୍ୟମନ୍ତ୍ରୀ ଆଲୋଚନା ସମୟରେ ପ୍ରକାଶ କରିଥିଲେ । ରାଜ୍ୟରେ ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ NDMA ର ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟ ବାଦ ଜଣାଇବା ସହିତ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ପ୍ରକାଶ କରିଥିଲେ । ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢୀ ସ୍ଵତନ୍ତ୍ର ରିଲିଫ କମିଶନର ଶ୍ରୀ ପି.କେ ମହାପାତ୍ର ଏବଂ NDMA ର ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।

Share in top social networks!