ଏନ୍ ସିସି ଏୟାର ୱିଙ୍ଗ୍ ବାର୍ଷିକ ପ୍ରଶିକ୍ଷଣ ଶିବିର -୨୦୧୩

ncc-odishaଦେଶଗଠନ, ସମାଜସେବା, ନେତୃତ୍ଵ ବିକାଶ ପ୍ରତ୍ୟେକ କ୍ଷେତ୍ରରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଉଲ୍ଲେଖଯୋଗ୍ୟ ଭୂମିକା ରହିଆସିଛି । ଏହି ଉଦ୍ଦେଶ୍ୟରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଏନ୍ ସିସି ସ୍ଥାପନ କରାଯାଇଛି । ଏନ୍ ସିସି କ୍ୟାଡେଟ୍ ମାନଙ୍କ ମଧ୍ୟରେ ସୁସ୍ଥ ସହଯୋଗିତା ପୂର୍ଣ୍ଣ ବାତାବରଣ ସୃଷ୍ଟିକରି ସେମାନଙ୍କୁ ଗଠନ ମୂଳକ କାର୍ଯ୍ୟରେ ସୁବିନିଯୋଗ କରାଇବା ଲକ୍ଷ୍ୟରେ ପ୍ରତ୍ୟେକ ବର୍ଷ ବାର୍ଷିକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଆସୁଛି ।

ଏହି କ୍ରମରେ, ଏନସିସି ଏୟାର ୱିଙ୍ଗ୍ ର ବାର୍ଷିକ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ଡିଏଭି ପବ୍ଲିକ୍ ସ୍କୁଲ , ୟୁନିଟ୍-୮ , ଭୁବନେଶ୍ଵର ପରିସରରେ ଜୁନ୍ ୧ ରୁ ଜୁନ୍ ୧୦ ଯାଏ ଦଶ ଦିନ ବ୍ୟାପୀ ଆୟୋଜିତ ହୋଇଛି । ଗତ ୧ ତାରିଖ ରେ ଏହି ଶିବିରକୁ ଗୃପ୍ କ୍ୟାପ୍ଟେନ୍ ଏ.କେ ପ୍ରଧାନ ଆୟୋଜକ ବିଦ୍ୟାଳୟର ଅଧ୍ୟକ୍ଷା ଡ. ଭାଗ୍ୟବତି ନାୟକଙ୍କ ଉପସ୍ଥିତିରେ ଉଦଘାଟନ କରିଥିଲେ । ଶିବିରରେ ବନ୍ଧୁକଚାଳନା, ବିମାନଚାଳନା,ଏରୋମଡେରିଙ୍ଗ୍,ବେସାମରିକ ପ୍ରତିରକ୍ଷା,ସମାଜସେବାଧର୍ମୀ ସଚେତନତା ,ନେତୃତ୍ଵ ବିକାଶ ଆଦି ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଉଛି । ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ ବିଚିତ୍ରା ପରିବେଷିତ ହେବା ସହ କ୍ୟାଡେଟ୍ ମାନଙ୍କ ବୈଦ୍ଧିକ ବିକାଶ ନିମିତ୍ତ ବକ୍ତୃତା , ଦେଶାତ୍ମବୋଧକ ସଂଗୀତ, ସାଧାରଣ ଜ୍ଞାନ, କୁଇଜ୍ ଆଦି ପ୍ରତିଯୋଗୀତା କରାଯାଉଛି ।

ୱିଙ୍ଗ୍ କମାଣ୍ଡର ବିକାଶ କାନୁନ୍ ଗୋ ଙ୍କ ନେତୃତ୍ଵରେ ପରିଚାଳିତ ଏହି ପ୍ରଶିକ୍ଷଣ ଶିବିରରେ ୪୧ଟି ବିଦ୍ୟାଳୟ , ୭ଟି ମହାବିଦ୍ୟାଳୟର ସମୁଦାୟ ୫୪୧ଜଣ କ୍ୟାଡେଟ୍ ଓ ସେମାନଙ୍କର ଏନ୍ ସିସି ଶିକ୍ଷକଶିକ୍ଷୟିତ୍ରୀ ବୃନ୍ଦ ଯୋଗଦେଇଛନ୍ତି । ଆସନ୍ତା ୯ ତାରିଖ ସନ୍ଧ୍ୟାରେ ପୁରସ୍କାର ବିତରଣୀ ତଥା ଉଦଯାପନୀ ସମାରୋହର ଆୟୋଜନ କରାଯାଇଛି ।

Share in top social networks!

ସମୁଦ୍ରରେ ଏନ୍ସିସି ନାଭାଲ କ୍ୟାଡେଟ୍; ୪୩୦ କିମିର ଦୁଃସାହସିକ ନୌଚାଳନା

nouchalanaଗୋପାଳପୁର ଭାୟା ପୁରୀରୁ ଅସ୍ତରଙ୍ଗ ଉପକୂଳ ସମୁଦ୍ରରେ ତିରିଶ ଜଣ ଏନ୍ସିସି ନାଭାଲ କ୍ୟାଡେଟ୍ ହାତ ଚଳିତ ଫାଇବର ବୋଟରେ ନୌଯାତ୍ରା କରୁଛନ୍ତି | ଗତ ୩୦ ତାରିଖରୁ ଗୋପାଳପୁରରୁ ବାହାରିଥିବା ଏହି କ୍ୟାଡଟ୍ ମାନେ ଆଜି ଅପରାହ୍ନ ତିନିଟାରେ ପୁରୀ ସମୁଦ୍ରରେ ପହଞ୍ଚିବା ପରେ ପୁରୀ ସ୍ଥିତ ଷଷ୍ଠ ଏନ୍ସିସି ବାଟାଲିୟନର ଚିଫ୍ ଅଫିସର କିଶୋର କୁମାର ମିଶ୍ର ଗଭୀର ସମୁଦ୍ରରେ ସ୍ଵାଗତ କରିଥିଲେ |

ଯିବା ଆସିବାରେ ଏହି କ୍ୟାଡେଟ୍ ମାନେ ଅନ୍ୟୁନ୍ ୪୫୦ କିମି ସମୁଦ୍ର ପଥ ଅତିକ୍ରମ କରିବେ | ଗତ କାଲି ଏହି କ୍ୟାଡେଟ୍ ମାନେ ଚିଲିକା ମୁହାଁଣରେ କ୍ୟାମ୍ପ ପକାଇଥିଲେ | ଆଜି ପୁରୀରେ ରାତି ଯାପନ କରିଛନ୍ତି | ଆସନ୍ତା କାଲି କୋଣାର୍କ ଚନ୍ଦ୍ରଭାଗା ଅଭିମୁଖେ ଯାତ୍ରା କରିବେ |

Share in top social networks!