ଗଜପତିଙ୍କୁ ଭେଟିବେ ମୋଦୀ

narendra modiବିଜେପିର ରାଷ୍ଟ୍ରୀୟ ନିର୍ବାଚନ ପ୍ରଚାର କମିଟି ଅଧ୍ୟକ୍ଷ ଗୁଜୁରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୬ ତାରିଖ ଦିନ ପୁରୀ ଆସୁଛନ୍ତି । ଦଳର ରାଜ୍ୟ ଶାଖା ପକ୍ଷରୁ ମିଳିଥିବା ସୂଚନା ମୁତାବକ ସେଦିନ ପ୍ରଥମେ ସେ ଶ୍ରୀମନ୍ଦିର ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ । ତାଙ୍କର ସ୍ଵପ୍ନର ‘ଏକ ଭାରତ ଶ୍ରେଷ୍ଠ ଭାରତ’ଗଢିବା ପାଇଁ ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିବେ ।

ପରେ ଗଜପତି ମହାରାଜଙ୍କୁ ସାକ୍ଷାତ କରିସାରି ମହାପ୍ରସାଦ ସେବନ କରିବେ । ମୋଦୀଙ୍କ ଓଡିଶା ଗସ୍ତକୁ ସଫଳ କରିବା ସକାଶେ ଆକାଜି ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ଜିଲ୍ଲା ସଭାପତିତ୍ଵରେ ଏକ ପ୍ରସ୍ତୁତି ବୈଠକ ବସିଥିଲା । ଦଳର ସଂଗଠନ ସଂପାଦକ ପ୍ରସନ୍ନ କୁମାର ମିଶ୍ର,ଦଳୀୟ ନେତା ମନମୋହନ ସାମଲ,ନୟନ କିଶୋର ମହାନ୍ତି,ପୃଥ୍ଵୀରାଜ ହରିଚନ୍ଦନ,ଭୃଗୁ ବକ୍ସିପାତ୍ର ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ।

Share in top social networks!

୧୬ ରେ ଓଡିଶା ଆସିବେ ନରେନ୍ଦ୍ର ମୋଦୀ

narendra modiଭାରତୀୟ ଜନତା ପାର୍ଟିର ନିର୍ବାଚନ ପ୍ରଚାର କମିଟି ଅଧ୍ୟକ୍ଷ ତଥା ଗୁଜୁରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୬ ତାରିଖରେ ଓଡିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି ବୋଲି ବିଜେପି ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂହ ଦେଓ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି । ଏହି ଗସ୍ତକାଳରେ ପୁରୀ ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବେ ।

ବିଜେପି ନିର୍ବାଚନ ପ୍ରଚାର କମିଟିର ଅଧ୍ୟକ୍ଷ ଦାୟିତ୍ଵ ନେବା ପରେ ଏହା ହେଉଛି ଶ୍ରୀ ମୋଦୀଙ୍କର ପ୍ରଥମ ଓଡିଶା ଗସ୍ତ । ଗୋଆଠାରେ ଅନୁଷ୍ଠିତ ଜାତୀୟ କାର୍ଯ୍ୟକାରିଣୀ ବୈଠକ ସମୟରେ ରାଜ୍ୟ ବିଜେପି ପକ୍ଷରୁ ଓଡିଶା ଆସିବା ପାଇଁ ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା ବୋଲି ଶ୍ରୀ ସିଂହଦେଓ ସୂଚନା ଦେଇଛନ୍ତି ।

Share in top social networks!