ନାଲ୍କୋର ନୂତନ ଏ.ଏ.୩୧୦୫ ଆଲୟ ନାମକ ଏକ ନୂତନ ଉପôାଦ ପ୍ରସ୍ତୁତ କରିଛି

nalcoproudct ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଆଧାରରେ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲ୍କୋ) ଏ.ଏ.୩୧୦୫ ଆଲୟ (ଆଲୁମିନିୟମ୍, ମଙ୍ଗାନିଜ୍ ଓ ମ୍ୟାଗ୍ନେସିୟମ୍ ଉପାଦାନ ସମ୍ବଳିତ) ନାମକ ଏକ ନୂତନ ଉପôାଦ ପ୍ରସ୍ତୁତ କରିଛି । ନାଲ୍କୋର ସ୍ମେଲ୍ଟର୍ ଅନ୍ତର୍ଗତ ରୋଲିଂ ପ୍ଲାଣ୍ଟ୍ରେ ଏହି ଉପôାଦକୁ ବିକଶିତ କରାଯାଇଛି । ଫ୍ୟାନ୍ ବ୍ଲେଡ୍ ତିଆରିରେ ଏହି ଆଲୟର ବ୍ୟାପକ ଆବଶ୍ୟକତା ରହିଛି । ସଂପ୍ରତି, ରୋଲିଂ ପ୍ଲାଣ୍ଟ୍ରୁ ଉପôାଦିତ ଅନ୍ୟ ଉପôାଦସମୂହ ମଧ୍ୟରେ ଏହି ଆଲୟର ପ୍ରମୁଖ ଗୁରୁତ୍ୱ ରହିଛି । ଫ୍ୟାନ୍ ଉପôାଦନକାରୀ କମ୍ପାନୀଗୁଡ଼ିକ ଏହି ଆଲୟର ମୁଖ୍ୟ କ୍ରେତା । ୨୪ ଜୁଲାଇ ୨୦୧୭ ରୁ ଏହାର ବ୍ୟବସାୟିକ ଉପôାଦନ ଆରମ୍ଭ ହୋଇଛି ।
ଏହି ପରିପ୍ରେକ୍ଷୀରେ ନାଲ୍କୋ ସମୂଦାୟକୁ ଅଭିନନ୍ଦନ ଜଣାଇ କମ୍ପାନୀର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ କହିଛନ୍ତି ଯେ ଏହି ଉପôାଦ ଜରିଆରେ ନାଲ୍କୋ ମୂଲ୍ୟଭିତ୍ତିକ ଉପôାଦ ପ୍ରସ୍ତୁତି କ୍ଷେତ୍ରରେ ନିଜକୁ ଅଧିକ ସମୃଦ୍ଧ କରିବା ସହ ମେକ୍ ଇନ୍ ଇଣ୍ଡିଆ ଅଭିଯାନରେ ସକ୍ରିୟ ଭୂମିକା ଗ୍ରହଣ କରିବ । ଆହୁରି ମଧ୍ୟ, ନାଲ୍କୋର ଏହି ମୂଲ୍ୟଯୁକ୍ତ ଉପôାଦ ବୈଦୁ୍ୟତିକ ଉପକରଣ ଉପôାଦନକାରୀ ଅନୁଷଙ୍ଗିକ ଶିଳ୍ପକୁ ଅଧିକ ସମୃଦ୍ଧ କରିବା ସହ ଓଡ଼ିଶାର ବଜାର ପାଇଁ ଜିଏସ୍ଟି ନିୟମ ଅଧିନରେ ଲାଭଜନକ ସାବ୍ୟସ୍ତ ହେବ ବୋଲି ମଧ୍ୟ ଡଃ ଚାନ୍ଦ ମତ ବ୍ୟକ୍ତ କରିଥିଲେ ।

Share in top social networks!

ନାଲ୍କୋକୁ ସମ୍ମାନଜନକ ସ୍କୋପ୍ ଏକ୍ସିଲେନ୍ସ ପୁରସ୍କାର

nalcoscope

ନାଲ୍କୋକୁ ସମ୍ମାନଜନକ ସ୍କୋପ୍ ତରଫରୁ ଉକôର୍ଷତା ଏବଂ ଲୋକଉଦ୍ୟୋଗ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଇନ୍ଷ୍ଟିଚୁ୍ୟସନାଲ୍ ବର୍ଗ (ମହାରତ୍ନ ଓ ନବରତ୍ନ ଲୋକଉଦ୍ୟୋଗ) ରେ ପୁରସ୍କୃତ କରାଯାଇଛି । ଏପ୍ରିଲ୍ ୧୧ ତାରିଖରେ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ଆୟୋଜିତ ଲୋକଉଦ୍ୟୋଗ ଦିବସ ପାଳନ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନାଲ୍କୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ ଭାରତର ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ । ଏହି ଅବସରରେ, ବୃହତ୍ ଉଦ୍ୟୋଗ ଏବଂ ଲୋକ ଉଦ୍ୟୋଗ ବିଭାଗର ମନ୍ତ୍ରୀ ଶ୍ରୀ ଅନନ୍ତ ଗୀତେ, ବୃହତ୍ ଉଦ୍ୟୋଗ ଏବଂ ଲୋକ ଉଦ୍ୟୋଗ ବିଭାଗର ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ବାବୁଲ୍ ସୁପ୍ରିଓ, ଡିପାର୍ଟ୍ମେଣ୍ଟ୍ ଅଫ୍ ପବ୍ଲିକ୍ ଏଣ୍ଟର୍ପ୍ରାଇଜେସ୍ର ସଚିବ ଏବଂ ଅନେକ ବରିÂ ଅଧିକାରୀ ଓ ମାନେଜ୍ମେଣ୍ଟ୍ ବିଶେଷଜ୍ଞ ଉପସ୍ଥିତ ଥିଲେ । ନାଲ୍କୋକୁ ସିଏସ୍ଆର୍ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ମଧ୍ୟ ପୁରସ୍କୃତ କରାଯାଇଛି, ସ୍କୋପ୍ ତରଫରୁ ଦୁଇଟି ବିଭାଗରେ ପୁରସ୍କୃତ ହୋଇଥିବା ଦୁଇଟି ଶ୍ରେÂ ମହାରତ୍ନ / ନବରତ୍ନ କମ୍ପାନୀ ମଧ୍ୟରେ ନାଲ୍କୋ ସ୍ଥାନିତ ହୋଇପାରିଛି ।
ଏହି ସମ୍ମାନଜନକ ପୁରସ୍କାର ପାଇଁ ଡିଲୋଏଟ୍ ଟଚ୍ ତୋହମାତ୍ସୁ ଇଣ୍ଡିଆ ଏଲ୍ଏଲ୍ପି (ଊରକ୍ଷକ୍ଟସଗ୍ଧଗ୍ଧର ଞକ୍ଟଙ୍କମଷର ଞକ୍ଟଷଜ୍ଞବଗ୍ଧଗ୍ଦଙ୍କ ଓଦ୍ଭୟସବ ଖଖଚ) ଏବଂ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନେଇ ଗଠିତ ବିଚାରକମଣ୍ଡଳୀଙ୍କ ଦ୍ୱାରା ଯୋଗ୍ୟ ବ୍ୟକ୍ତି ଓ ଅନୁÂାନକୁ ଚୟନ କରାଯାଇଥିଲା । ଏହି ବିଚାରକମଣ୍ଡଳୀରେ ଭାରତର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଆର୍.ସି. ଲାହୋତି, ଭାରତ ସରକାରଙ୍କ ପୂର୍ବତନ ସଚିବ ପଦ୍ମ ଭୂଷଣ ଶ୍ରୀ ମୂସା ରଜା, ପ୍ରସିଦ୍ଧ ମ୍ୟାନେଜ୍ମେଣ୍ଟ ପରାମର୍ଶଦାତା ପଦ୍ମ ଭୂଷଣ ଡଃ ଏମ୍.ବି. ଆଥେୟା, ସେଲ୍ର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଅରବିନ୍ଦ ପାଣ୍ଡେ ଏବଂ ପି.ଇ.ଏସ୍.ବି.ର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ସି. ଫୁନ୍ସୋଗ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ଆର୍ଥôକ ବର୍ଷରେ ଉଭୟ ଉପôାଦନ ଓ ବିକ୍ରୟ କ୍ଷେତ୍ରରେ ନାଲ୍କୋ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି । ୨୦୧୬-୧୭ ଆର୍ଥôକ ବର୍ଷରେ ବକ୍ସାଇଟ୍ ଉପôାଦନ କ୍ଷେତ୍ରରେ କମ୍ପାନୀ ୭.୬୫ ପ୍ରତିଶତ ଅଭିବୃଦ୍ଧି ହାସଲ କରି ୬୮.୨୫ ଲକ୍ଷ ଟନ୍ ବକ୍ସାଇଟ୍ ଉପôାଦନ କରିଛି, ଯାହା କି କମ୍ପାନୀ ଆରମ୍ଭ ହେବା ଦିନ ଠାରୁ ସର୍ବାଧିକ । ନାଲ୍କୋର ରିଫାଇନେରୀ ମଧ୍ୟ ଉଚ୍ଚ ପ୍ରଦର୍ଶନ ଜାରୀ ରଖି ଚଳିତ ବର୍ଷ ୭.୫୩ ପ୍ରତିଶତ ବୃଦ୍ଧି ସହ ୨୧ ଲକ୍ଷ ଟନ୍ ଆଲୁମିନା ହାଇଡ୍ରେଟ୍ ଉପôାଦନ କରିଛି । ଅନଗୁଳ ସ୍ଥିତ କମ୍ପାନୀର ସ୍ମେଲ୍ଟର୍ ୪.୦୩ ପ୍ରତିଶତ ଅଭିବୃଦ୍ଧି ସହ ୩.୮୭ ଲକ୍ଷ ଟନ୍ ଧାତୁ ଉପôାଦନ କରିଛି । ସେହିପରି, ବିଦୁ୍ୟତ୍ ଉପôାଦନ କ୍ଷେତ୍ରରେ ୩.୮୫ ପ୍ରତିଶତ ବୃଦ୍ଧି ସହ ନାଲ୍କୋ ୬୦୬୬ ନିୟୁତ ୟୁନିଟ୍ ବିଦୁ୍ୟତ ଉପôାଦନ କରିଛି । ଏଥି ସହିତ, କମ୍ପାନୀ କେମିକାଲ୍ ବିକ୍ରୟ କ୍ଷେତ୍ରରେ ୬.୧୫ ପ୍ରତିଶତ, ଧାତୁ ରପ୍ତାନୀରେ ୬.୩୨ ପ୍ରତିଶତ ଏବଂ ଘରୋଇ ବଜାରରେ ଧାରର ବିକ୍ରୟ କ୍ଷେତ୍ରରେ ୨.୫୨ ପ୍ରତିଶତ ବୃଦ୍ଧି ହାସଲ କରିଛି । ଉଲ୍ଲେଖଯୋଗ୍ୟ ଯେ, ଆନ୍ତର୍ଜାତୀୟ ବଜାରରେ ମାନ୍ଦାବସ୍ଥା ସତ୍ତେ୍ୱ ଗତ ଦୁଇ ବର୍ଷ ଧରି ନାଲ୍କୋ ଉପôାଦନ କ୍ଷେତ୍ରରେ କ୍ରମାଗତ ସଫଳତା ହାସଲ କରିଆସୁଛି ।

Share in top social networks!

ନାଲ୍କୋ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ୪୦୩.୬୨ କୋଟି ଟଙ୍କାର ଆନ୍ତରୀଣ ଡିଭିଡେଣ୍ଡ୍ ପ୍ରଦାନ

nalcocmdକେନ୍ଦ୍ର ସରକାରଙ୍କ ଖଣି ମନ୍ତ୍ରାଳୟ ଅଧିନସ୍ଥ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲ୍କୋ) ପକ୍ଷରୁ ୨୦୧୬-୧୭ ଆର୍ଥôକ ବର୍ଷ ପାଇଁ ୫୪୧.୨୨ କୋଟି ଟଙ୍କା ଲାଭାଂଶ (ଡିଭିଡେଣ୍ଡ୍) ପ୍ରଦାନ କରାଯିବା ବିଷୟ ଘୋଷଣା କରାଯାଇଛି । ଏହା କମ୍ପାନୀ ପକ୍ଷରୁ ଏଯାବତ୍ ଘୋଷିତ ହୋଇଥିବା ସର୍ବାଧିକ ଡିଭିଡେଣ୍ଡ୍ ଅଟେ । ଏହା କମ୍ପାନୀର ୯୬୬.୪୬ କୋଟି ଟଙ୍କା ମୂଲ୍ୟର ପେଡ୍-ଅପ୍ ଇକ୍ୱିଟୀ କ୍ୟାପିଟାଲ୍ର ୫୬% ଅଟେ । ଏହି ଡିଭିଡେଣ୍ଡ୍ରୁ ଭାରତ ସରକାରଙ୍କ ଅଂଶ (୭୪.୫୮%) ବାବଦରେ ୪୦୩.୬୨ କୋଟି ଟଙ୍କା ମୂଲ୍ୟର ଆନ୍ତରୀଣ ଡିଭିଡେଣ୍ଡ୍ର ଚେକ୍, କେନ୍ଦ୍ର ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ପିୟୁଷ ଗୋୟଲଙ୍କୁ ନାଲ୍କୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ ମାର୍ଚ୍ଚ ୨୧ ତାରିଖରେ ନୂଆଦିଲ୍ଲୀ ଠାରେ ପ୍ରଦାନ କରିଥିଲେ । ଏହି ଅବସରରେ, ଖଣି ମନ୍ତ୍ରାଳୟର ସଚିବ, ଶ୍ରୀ ଅରୁଣ କୁମାର, ଆଇ.ଏ.ଏସ୍. ଏବଂ ଯୁଗ୍ମ ସଚିବ ଶ୍ରୀ ସୁଭାଷ ଚନ୍ଦ୍ର, ଆଇ.ଏଫ୍.ଏସ୍. ଉପସ୍ଥିତ ଥିଲେ । ଆନ୍ତର୍ଜାତୀୟ ବଜାରରେ ମାନ୍ଦାବସ୍ଥା ଜାରୀ ରହିଥିବା ବେଳେ ନିରନ୍ତର ସଫଳତା ବଜାୟ ରଖିଥିବାରୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗୋୟଲ ନାଲ୍କୋର ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ, ଖଣି ମନ୍ତ୍ରାଳୟ ଏବଂ ନାଲ୍କୋର ବରିÂ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।
୧୯୮୭ ମସିହାରେ ବ୍ୟବସାୟିକ କାର୍ଯ୍ୟ ଆରମ୍ଭ କରିଥିବା ନାଲ୍କୋ, ୧୯୯୨ ମସିହା ପର ଠାରୁ ପ୍ରତି ଆର୍ଥôକ ବର୍ଷରେ ଡିଭିଡେଣ୍ଡ୍ ପ୍ରଦାନ କରିଆସୁଛି । ୨୦୧୫-୧୬ ଆର୍ଥିକ ବର୍ଷରେ କମ୍ପାନୀ ମୋଟ ୪୬୭.୧୩ କୋଟି ଟଙ୍କାର ଡିଭିଡେଣ୍ଡ୍ ଘୋଷଣା କରିଥିଲା । ନାଲ୍କୋ ଏ ଯାବତ୍ ସମୂଦାୟ ୬୩୬୫ କୋଟି ଟଙ୍କା ଡିଭିଡେଣ୍ଡ୍ ଆକାରରେ ପ୍ରଦାନ କରିଛି, ସେଥି ମଧ୍ୟରୁ ୫୩୭୧ କୋଟି ଟଙ୍କା କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯାଇଛି ।

Share in top social networks!

ନାଲ୍‍କୋ ପକ୍ଷରୁ ବସନ୍ତ ପୁଷ୍ପ ପ୍ରଦର୍ଶନୀ

nalcochandନ୍ୟାସନାଲ୍‍ ଆଲୁମିନିୟମ୍‍ କମ୍ପାନୀ ଲିମିଟେଡ୍‍ (ନାଲ୍‍କୋ) ପକ୍ଷରୁ ଜାନୁୟାରୀ ୨୮ ଓ ୨୯ ତାରିଖରେ ଭୁବନେଶ୍ୱର ସ୍ଥିତ ନାଲ୍‍କୋ ନଗର ପରିସରରେ ବାର୍ଷିକ ବସନ୍ତ ପୁଷ୍ପ ପ୍ରଦର୍ଶନୀ ଅୟୋଜିତ ହୋଇଥିଲା । ଚଳିତ ବର୍ଷ, ୧୨ ଟି ଅନୁÂାନ ଏବଂ ୬୫ ଜଣ ବ୍ୟକ୍ତିଗତ ଭାବେ ବିଭିନ୍ନ ବିଭାଗରେ ଅନୁÂିତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।
ଗତ କାଲି ଆୟୋଜିତ ଉଦ୍‍ଯାପନ ଉସôବରେ ନାଲ୍‍କୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ, ନାଲ୍‍କୋ ମହିଳା ସମିତିର ଅଧ୍ୟକ୍ଷା ଶ୍ରୀମତୀ ପ୍ରୀତି ରାୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଜେତାମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ, କମ୍ପାନୀର ମହାପ୍ରବନ୍ଧକ (ମାନବସମ୍ବଳ ଓ ପ୍ରଶାସନ) ଶ୍ରୀ ଅମୀୟ ପଟ୍ଟନାୟକ ଏବଂ ନାଲ୍କୋ ମହିଳା ସମିତିର ସଦସ୍ୟା ଶ୍ରୀମତୀ ସବିତା ପଟ୍ଟନାୟକ ଉପସ୍ଥିତ ଥିଲେ ।
ଅନୁÂାନଗୁଡିକ ମଧ୍ୟରେ ସିଭି ରମଣ କଲେଜ୍‍ ଅଫ୍‍ ଇଞ୍ଜିନିୟରିଂ ଚାମ୍ପିଅନ୍‍ ଆଖ୍ୟା ଲାଭ କରିଥିବା ବେଳେ ଖୁଣ୍ଟିଆ ନିବାସକୁ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା । ବ୍ୟକ୍ତିଗତ ବର୍ଗରେ ଭୁବନେଶ୍ୱରର ବିଜୟଲକ୍ଷ୍ମୀ ମହାରଣା ବିଜେତା ଭାବେ ପୁରସ୍କୃତ ହୋଇଥିଲେ ।
ଏହା ପୂର୍ବରୁ, ନିଦେ୍ର୍ଧଶକ (ମାନବସମ୍ବଳ ଓ ପ୍ରଶାସନ) ଶ୍ରୀ ବି.କେ. ଠାକୁର ଆନୁÂାନିକ ଭାବେ ଏହି ପ୍ରଦର୍ଶନୀର ଉଦ୍‍ଘାଟନ କରିଥିଲେ । ବରିÂ ପ୍ରବନ୍ଧକ ଶ୍ରୀ ଆର୍.କେ. ପ୍ରଧାନ ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।

Share in top social networks!

ଓଡ଼ିଶାରେ ଦକ୍ଷତା ବିକାଶ ଅଭିଯାନରେ ନାଲ୍କୋର ଭୂମିକା ପ୍ରଶଂସନୀୟ : କେନ୍ଦ୍ର ଖଣି ସଚିବ

nrtcnalcoଓଡ଼ିଶାରେ ଦକ୍ଷତା ବିକାଶ ଅଭିଯାନରେ ନାଲ୍କୋ ଶିଳ୍ପାନୁÂାନଗୁଡ଼ିକ ମଧ୍ୟରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ବୋଲି କେନ୍ଦ୍ର ଖଣି ସଚିବ ଶ୍ରୀ ବଲବିନ୍ଦର କୁମାର, ଆଇ.ଏ.ଏସ୍. କହିଛନ୍ତି । ନାଲ୍କୋ ଗତ ବର୍ଷ ୧୬,୦୦୦ ରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କୁ ଦକ୍ଷତା ବିକାଶ ପାଇଁ ତାଲିମ ପ୍ରଦାନ କରିଥିବା ବେଳେ ୨୦୧୬-୧୭ରେ ୧୮,୦୦୦ ବ୍ୟକ୍ତିଙ୍କୁ ତାଲିମ ପ୍ରଦାନ କରିବାର ଲକ୍ଷ୍ୟ ରଖିଛି ବୋଲି ଶ୍ରୀ କୁମାର କହିଥିଲେ । ୮ ଜାନୁୟାରୀରେ ଗୋଠପାଟଣା ଠାରେ ଦକ୍ଷତା ବିକାଶ ପାଇଁ ଉଦ୍ଧିଷ୍ଟ ନାଲ୍କୋର ଉକôର୍ଷତା କେନ୍ଦ୍ର (ଉରଦ୍ଭଗ୍ଧrର କ୍ଟଲ ଋଙ୍ଘମରକ୍ଷକ୍ଷରଦ୍ଭମର) ର ଉଦ୍ଘାଟନ କରି ଶ୍ରୀ କୁମାର ଏହା କହିଥିଲେ । ଦକ୍ଷତା ବିକାଶ ଦ୍ୱାରା ଦେଶର ଯୁବଗୋÂୀଙ୍କୁ ବଳିÂ କରିବା ପାଇଁ ନାଲ୍କୋ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରି ଶ୍ରୀ କୁମାର କମ୍ପାନୀର ଏହି ନୂତନ କେନ୍ଦ୍ରଟି ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ହେବ ବୋଲି କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ନ୍ୟାସନାଲ୍ ସ୍କିଲ୍ ଡେଭେଲପ୍ମେଂଟ କର୍ପୋରେସନ୍ (ଏନ୍.ଏସ୍.ଡି.ସି.) ଏବଂ ନ୍ୟାସନାଲ୍ ସ୍କିଲ୍ ଡେଭେଲପ୍ମେଂଟ ଫଣ୍ଡ୍ (ଏନ୍.ଏସ୍.ଡି.ଏଫ୍.) ସହିତ ନାଲ୍କୋ ପକ୍ଷରୁ ସ୍ୱାକ୍ଷରିତ ବୁଝାମଣାପତ୍ର ଆଧାରରେ ଏହି ଉକôର୍ଷତା କେନ୍ଦ୍ରଟିର ପ୍ରତିÂା କରାଯାଇଛି । ଏହି ଅବସରରେ ନାଲ୍କୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ କହିଲେ ଯେ ସଂପ୍ରତି ଭାରୀ ଯନ୍ତ୍ରକୁ ଚାଳନା କରୁଥିବା ଅପରେଟର୍ମାନଙ୍କ ସଂଖ୍ୟା ଅବଶ୍ୟକତା ତୁଳନାରେ କମ୍ ଅଛି ଏବଂ ଆଗାମୀ ୩ ରୁ ୪ ବର୍ଷ ମଧ୍ୟରେ ଏହି ଅପରେଟର୍ଙ୍କ ଆବଶ୍ୟକତା ପ୍ରାୟ ୩୦,୦୦୦ ହେବ । ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ ନାଲ୍କୋ ପକ୍ଷରୁ ତାଲିମ ପ୍ରଦାନର ବ୍ୟବସ୍ଥା କରାଯାଉଛି ବୋଲି ଡଃ ଚାନ୍ଦ ସୂଚନା ଦେଇଥିଲେ ।
ଏହି ଅବସରରେ, ଖଣି ସଚିବ, ନାଲ୍କୋର ଏନ୍.ଆର୍.ଟି.ସି. ଠାରେ ଏକ ୫୦ କିଲୋୱାଟ୍ କ୍ଷମତା ବିଶିଷ୍ଟ ରୁଫ୍ଟପ୍ ସୌରବିଦୁ୍ୟତ ବ୍ୟବସ୍ଥାର ଲୋକାର୍ପଣ ମଧ୍ୟ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ନାଲ୍କୋର ନିଦେ୍ର୍ଧଶକବୃନ୍ଦ ଏବଂ ବରିÂ ଅଧିକାରୀମାନେ ଉପସ୍ଥିତ ଥିଲେ ।

Share in top social networks!

ଆଦିବାସୀ ଛାତ୍ରୀଛାତ୍ରଙ୍କୁ ନେଇ ନାଲ୍‌କୋର ‘ଇନ୍ଦ୍ରଧନୁଷ’ କାର୍ଯ୍ୟକ୍ରମ

nalcoo“ମାଓବାଦୀ ପ୍ରଭାବିତ ତଥା ଆଦିବାସୀ ଅଧ୍ୟୁସିତ କୋରାପୁଟ ଜିଲ୍ଲାର ବିଭିନ୍ନ ସୁବିଧାସୁଯୋଗରୁ ବଞ୍ଚିତ ପିଲାମାନଙ୍କୁ ଶିକ୍ଷା ମାଧ୍ୟମରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ନାଲ୍‌କୋ ପ୍ରତିଶ୍ରୁତିବଦ୍ଧ। ଆହୁରି ମଧ୍ୟ, ସେମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ବାର୍ଷିକ ପୁରସ୍କାର ବ୍ୟବସ୍ଥା ମଧ୍ୟ କରାଯିବ।” ରବିବାର ଦିନ ନବରତ୍ନ କମ୍ପାନୀ ନାଲ୍‌କୋ ପକ୍ଷରୁ ଆୟୋଜିତ ‘ଇନ୍ଦ୍ରଧନୁଷ’ କାର୍ଯ୍ୟକ୍ରମ ଅବସରରେ କମ୍ପାନୀର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ ଏହି ଘୋଷଣା କରିଥିଲେ। ନାଲ୍‌କୋ ଫାଉଣ୍ଡେସନ୍‌ର ପ୍ରୋସôାହନ ଓ ସହାୟତାରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଇନ୍‌ଷ୍ଟିଚୁ୍ୟଟ୍‌ ଅଫ୍‌ ସୋସିଆଲ୍‌ ସାଇନ୍ସେସ୍‌ (କିସ୍‌) ରେ ପଢୁଥିବା ୧୬୨ ଜଣ ଛାତ୍ରୀଛାତ୍ରଙ୍କ ପାଇଁ ଏହି କାର୍ଯ୍ୟକ୍ରମଟି ଆୟୋଜିତ ହୋଇଥିଲା।
ଉଲ୍ଲେଖଯୋଗ୍ୟ ଯେ ନାଲ୍‌କୋ ଫାଉଣ୍ଡେସନ୍‌ ପକ୍ଷରୁ ଦାମନଯୋଡ଼ି ପାଶ୍ୱବର୍ତ୍ତୀ ଗ୍ରାମଗୁଡ଼ିକରୁ ୬୫୫ ଜଣ ଶିଶୁଙ୍କୁ ଭୁବନେଶ୍ୱରର କିସ୍‌, ଜୟପୁରର କୋରାପୁଟ ଡେଭେଲପ୍‌ମେଣ୍ଟ ଫାଉଣ୍ଡେସନ୍‌ ଏବଂ କୋରାପୁଟର ବିକାଶ ବିଦ୍ୟାଳୟ ଠାରେ ଆବାସିକ ଆନୁଷ୍ଠାନିକ ଶିକ୍ଷା ପ୍ରଦାନ କରାଯାଉଛି। ସେମାନଙ୍କ ମଧ୍ୟରୁ କିସ୍‌ରେ ପଢୁଥିବା ୧୬୨ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଏହି ପାରସ୍ପରିକ ଭାବ ଆଦାନପ୍ରଦାନଭିତ୍ତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଚଳିତ ଶିକ୍ଷା ବର୍ଷ ଠାରୁ ପଟ୍ଟାଙ୍ଗୀ ଅଞ୍ଚଳର ଆହୁରି ୧୦୦ ଜଣ ପିଲାଙ୍କୁ ଏହି ବ୍ୟବସ୍ଥାରେ ସାମିଲ କରାଯିବ ବୋଲି ଡଃ ଚାନ୍ଦ ସୂଚନା ଦେଇଥିଲେ। ଏହି ଛାତ୍ରୀଛାତ୍ରଙ୍କ ମଧ୍ୟରୁ ଉଭୟ ଶିକ୍ଷା ଓ ଆନୁଷଙ୍ଗିକ ବିଷୟରେ ଉକôର୍ଷତା ହାସଲ କରୁଥିବା ୪ ଜଣଙ୍କୁ ପ୍ରତି ବର୍ଷ ନାଲ୍‌କୋର ପ୍ରତିଷ୍ଠା ଦିବସ ଅବସରରେ ପୁରସ୍କୃତ କରାଯିବ। ଏହି କ୍ରମରେ, ପ୍ରତି ବିଜେତାଙ୍କୁ ୨୫,୦୦୦ ଟଙ୍କା ଲେଖାଏଁ ଦିଆଯିବ।
ଏହି ଅବସରରେ, କମ୍ପାନୀର ନିଦେ୍ର୍ଦଶକ (ମାନବସମ୍ବଳ) ଶ୍ରୀ ବସନ୍ତ କୁମାର ଠାକୁର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ନାଲ୍‌କୋ ମହିଳା ସମିତିର ଅଧ୍ୟକ୍ଷା ଶ୍ରୀମତୀ ପ୍ରୀତି ରାୟ ପିଲାମାନଙ୍କୁ ଉଦ୍‌ବୋଧନ ଦେଇ ଉସôାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ, ନାଲ୍‌କୋର ନିଦେ୍ର୍ଦଶକ (ପି ଆଣ୍ଡ୍‌ ଟି) ଶ୍ରୀ ଏନ୍‌.ଆର୍‌. ମହାନ୍ତି, ନିଦେ୍ର୍ଦଶିକା (ବାଣିଜ୍ୟ) ଶ୍ରୀମତୀ ସୋମା ମଣ୍ଡଳ, ନିଦେ୍ର୍ଦଶକ (ଉତ୍ପାଦନ) ଶ୍ରୀ ଭି. ବାଲସୁବ୍ରମଣ୍ୟମ, ନାଲ୍‌କୋ ମହିଳା ସମିତିର ସଦସ୍ୟା ଏବଂ କାଦମ୍ବିନୀର ସମ୍ପାଦିକା ଡଃ ଇତି ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ନାଲ୍‌କୋ ଫାଉଣ୍ଡେସନ୍‌ର ସି.ଓ.ଓ. ଶ୍ରୀ ପ୍ରତାପାଦିତ୍ୟ ମିଶ୍ରଙ୍କ ସଂଚାଳନାରେ ପିଲାମାନେ ଅଧ୍ୟକ୍ଷ ଡଃ ଚାନ୍ଦ ଏବଂ ଅନ୍ୟ ଅଧିକାରୀମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ପିଲାମାନଙ୍କ ମନୋରଞ୍ଜନ ପାଇଁ ସଙ୍ଗୀତ, ନୃତ୍ୟ ଏବଂ ମ୍ୟାଜିକ୍‌ ଆଦି କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Share in top social networks!

ଜାତୀୟ ବିକାଶ ନିମନ୍ତେ ନାଲ୍‌କୋର ଅଧ୍ୟକ୍ଷଙ୍କୁ ଉକôଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଡି.ଲିଟ୍‌

cmd“ଜାତୀୟ ବିକାଶରେ ଅବଦାନ” ନିମନ୍ତେ ନବରନô ସରକାରୀ ଉଦ୍ୟୋଗ ନାଲ୍‌କୋର ଅଧ୍ୟକ୍ଷ ଶ୍ରୀ ତପନ କୁମାର ଚାନ୍ଦଙ୍କୁ ଉକôଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡି.ଲିଟ୍‌ ଡିଗ୍ରୀ ପ୍ରଦାନ କରାଯିବ । ଉକôଳ ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ୍‌ ଏବଂ ଚାନ୍ସଲର୍‌ଙ୍କ ପକ୍ଷରୁ ଗତକାଲି ଏକ ଆନୁଷ୍ଠାନିକ ପତ୍ର ଜରିଆରେ କୁଳପତି ଏହି ଘୋଷଣା କରିଛନ୍ତି । ଆସନ୍ତା ୧୬ ଫେବୃୟାରୀରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱବିଦ୍ୟାଳୟର ୪୭ତମ ସମାବର୍ତ୍ତନ ଉସôବ ଅବସରରେ ଶ୍ରୀ ଚାନ୍ଦଙ୍କୁ ଏହି ଡିଗ୍ରୀ ପ୍ରଦାନ କରାଯିବ । ଉଲ୍ଲେଖଯୋଗ୍ୟ ଯେ ଶ୍ରୀ ଚାନ୍ଦ ଉକôଳ ବିଶ୍ୱବିଦ୍ୟାଳୟରୁ ଶ୍ରେଷ୍ଠ ସ୍ନାତକ ଭାବେ ସ୍ୱର୍ଣ୍ଣ ପଦକର ଅଧିକାରୀ ହୋଇଥିଲେ ।
ବିଭିନ୍ନ ଖଣି ଓ ଧାତୁ ଉଦ୍ୟୋଗର ନିଦେ୍ର୍ଦଶକ ଭାବେ ୮ ବର୍ଷର ଅଭିଜ୍ଞତା ସହ ଶ୍ରୀ ଚାନ୍ଦ ତିନି ଦଶନ୍ଧିରୁ ଉଦ୍ଧ୍ୱର୍ ସମୟର ସମୃଦ୍ଧ ଅଭିଜ୍ଞତାର ଅଧିକାରୀ । ତାଙ୍କ କାର୍ଯ୍ୟଦକ୍ଷତା ବଳରେ ସେ ଉତ୍ପାଦନ, ଉତ୍ପାଦକତା, ବ୍ୟବସାୟିକ ଅଭିବୃଦ୍ଧି ସହ ନୂତନ ବ୍ୟବସାୟିକ ମଡେଲ୍‌ର ବିକାଶ କରିଛନ୍ତି । ଏତଦ୍‌ବ୍ୟତୀତ, କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ ଓ ସାମଗ୍ରିକ ବିକାଶ କ୍ଷେତ୍ରକୁ ନିଜର ଅବଦାନ ମାଧ୍ୟମରେ ସମୃଦ୍ଧ କରିଛନ୍ତି । ଶ୍ରୀ ଚାନ୍ଦ, ପଶ୍ଚିମ ୟୁରୋପ୍‌ରେ ସ୍ଥିତ ଆଇ.ସି.ପି.ଇ (ଓଉଚଋ) ଏବଂ ଅଷ୍ଟ୍ରେଲିଆର କ୍ୱିନ୍ସଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟରୁ ପ୍ରଶିକ୍ଷଣ ହାସଲ କରିଛନ୍ତି । ଓ.ଇ.ସି.ଡି. (ଙଋଉଊ) ପକ୍ଷରୁ ପ୍ୟାରିସ୍‌ ଠାରେ ଅନୁଷ୍ଠିତ ବୈଠକରେ ସେ ଭାରତୀୟ ଇସ୍ପାତ ଶିଳ୍ପର ପ୍ରତିନିଧିତ୍ୱ କରିଥିଲେ । କର୍ପୋରେଟ୍‌ ଗଭର୍ଣ୍ଣାନ୍ସ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ସେ ସ୍କୋପ୍‌ ଏବଂ ଭାରତ ସରକାରଙ୍କ ଡିପାର୍ଟ୍‌ମେଣ୍ଟ ଅଫ୍‌ ପବ୍ଲିକ୍‌ ଏଣ୍ଟର୍‌ପ୍ରାଇଜେସ୍‌ ପକ୍ଷରୁ ସମ୍ମାନିତ ହୋଇଛନ୍ତି । ନିକଟରେ, ସେ ଆସୋଚାମ୍‌ର ମାଇନ୍ସ ଓ ମିନେରାଲ୍ସ କାଉନ୍ସିଲ୍‌ର ଜାତୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ କମ୍ପାନୀର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବାର କେବଳ ୬ ମାସ ମଧ୍ୟରେ ଶ୍ରୀ ଚାନ୍ଦ ନାଲ୍‌କୋର ଭାବମୂର୍ତ୍ତି ପରିବର୍ତ୍ତନ, ପୁଞ୍ଜିନିବେଶକୁ ତ୍ୱରାନ୍ୱିତ କରିବା ଏବଂ କୋଇଲା ଓ ବକ୍ସାଇଟ୍‌ ଖଣି ହାସଲ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । ଆର.୍‌ଆଇ.ଏନ୍‌.ଏଲ.୍‌ ଏବଂ ନାଲ୍‌କୋ ଭଳି ଭାରତୀୟ କମ୍ପାନୀକୁ ବିଶ୍ୱ ଔଦ୍ୟୋଗିକ ମାନଚିତ୍ରରେ ଏକ ବଳିଷ୍ଠ ସ୍ଥାନ ପ୍ରଦାନ କରିବା ଦିଗରେ ଶ୍ରୀ ଚାନ୍ଦ ଅନେକ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥି ସହିତ, ଇଣ୍ଡଷ୍ଟ୍ରୀ-ଇନ୍‌ଷ୍ଟିଚୁ୍ୟସନ୍‌ ଇଣ୍ଟର୍‌ଫେସ୍‌ କାର୍ଯ୍ୟକ୍ରମ ମାଧ୍ୟମରେ ସେ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ବିଶ୍ୱସ୍ତରୀୟ ଅଭିଜ୍ଞତା ଏବଂ ମାନ୍ୟତା ପ୍ରଦାନ କରିବା ଦିଗରେ ମଧ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି ।
ଶ୍ରୀ ଚାନ୍ଦଙ୍କ ଏହି ଉପଲବ୍ଧି ସମ୍ପର୍କରେ ସୂଚନା ପାଇ ବିଭିନ୍ନ ଅନୁଷ୍ଠାନର ପ୍ରତିନିଧି ତଥା ସିଆଇଆଇ, ଉକôଳ ଚାମ୍ବର ଅଫ୍‌ କମର୍ସ୍‌ ଏବଂ ଆସୋଚାମ୍‌ ଭଳି ସଂସ୍ଥା ସମେତ ସମାଜର ବିଭିନ୍ନ ବର୍ଗରୁ ବ୍ୟକ୍ତିବିଶେଷ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଜଣେ ଅଗ୍ରଣୀ ଔଦ୍ୟୋଗିକ ବ୍ୟକ୍ତିତ୍ୱଙ୍କୁ ଏପରି ଏକ ସମ୍ମାନ ପ୍ରଦାନ ଦ୍ୱାରା ରାଜ୍ୟ ଶିଳ୍ପ ଜଗତର ବିକାଶ ତ୍ୱରାନ୍ୱିତ ହେବ ବୋଲି ଅନେକ ମତ ପ୍ରକାଶ କରିଛନ୍ତି ।

Share in top social networks!

ଓଡ଼ିଶାର ଲୋକ କଳାକାରଙ୍କୁ ପ୍ରୋଚ୍ଛାହୀତ କରିବ ନାଲ୍‍କୋ : ଅଧ୍ୟକ୍ଷ ଶ୍ରୀ ତପନ କୁମାର ଚାନ୍ଦ

nalco-cmddhnk“କଳା ଓ ସଂସ୍କୃତିର ବିକାଶ ପାଇଁ କଳାକାରମାନଙ୍କୁ ଉସôାହିତ କରିବା ଏବଂ କଳାକୁ ପ୍ରୋସôାହିତ କରିବାର ଆବଶ୍ୟକତା ରହିଛି ।” ଗତ କାଲି, ପଞ୍ଚଦଶ ନିମାପଡ଼ା ମହୋସôବର ଉଦ୍‍ଯାପନ ଅବସରରେ ଉଦ୍‍ବୋଧନ ଦେଇ ନାଲ୍‍କୋର ଅଧ୍ୟକ୍ଷ ଶ୍ରୀ ତପନ କୁମାର ଚାନ୍ଦ ଏହା ଉଲ୍ଲେଖ କରିଛନ୍ତି ।

ଏହି ଅବସରରେ, ଓଡ଼ିଶାର କଳା ଓ ସଂସ୍କୃତିର ବିକାଶ ପାଇଁ ନାଲ୍‍କୋର ପ୍ରତିବଦ୍ଧତାକୁ ଦୋହରାଇ ଶ୍ରୀ ଚାନ୍ଦ, କମ୍ପାନୀ ପକ୍ଷରୁ ଏହାର ପ୍ରତିଷ୍ଠା ଦିବସରେ ରାଜ୍ୟର ଶ୍ରେଷ୍ଠ ଲୋକ କଳାକାରଙ୍କୁ ପୁରସ୍କୃତ କରାଯିବ ବୋଲି ଘୋଷଣା କରିଥିଲେ ।
ଏହି ଅବସରରେ, ସାଂସଦ ଶ୍ରୀ ତଥାଗତ ଶତପଥୀ, ନିମାପଡ଼ାର ବିଧାୟକ ଶ୍ରୀ ସମୀର ରଞ୍ଜନ ଦାସ ଏବଂ ଏନ୍‍ଏମ୍‍ ଗ୍ରୁପ୍‍ ଅଫ୍‍ ଇନ୍‍ଷ୍ଟିଚୁ୍ୟସନ୍‍ସର ଅଧ୍ୟକ୍ଷ ଶ୍ରୀ ରମେଶ ଚନ୍ଦ୍ର ପଣ୍ଡା ପ୍ରମୁଖ ଶ୍ରୀ ଚାନ୍ଦଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

Share in top social networks!

ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନ ନିୟନ୍ତ୍ରଣ ଦିଗରେ ପଦକ୍ଷେପ ନିମନ୍ତେ ନାଲ୍‍କୋ ପୁରସ୍କୃତ

nalcocarbonଅନଗୁଳ ଠାରେ ଅବସ୍ଥିତ ନ୍ୟାସନାଲ୍‍ ଆଲୁମିନିୟମ୍‍ କମ୍ପାନୀ ଲିମିଟେଡ୍‍ (ନାଲ୍‍କୋ)ର ତାପଜ ବିଦୁ୍ୟତ ଉପôାଦନ କେନ୍ଦ୍ର, ପରିବେଶ ସୁରକ୍ଷା ଦିଗରେ ଏହାର ଉଲ୍ଲଖନୀୟ ପଦକ୍ଷେପ ପାଇଁ ‘ପ୍ରୋଆକ୍ଟିଭ୍‍ କ୍ଲାଇମେଟ୍‍ ଚେଞ୍ଜ୍‍’ ପୁରସ୍କାର ହାସଲ କରିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦେଶର ପ୍ରଥମ କମ୍ପାନୀ ଭାବେ ନାଲ୍‍କୋର ନିଜସ୍ୱ ବିଦୁ୍ୟତ ଉପôାଦନ କେନ୍ଦ୍ର, ସ୍ୱତନ୍ତ୍ର ପ୍ରଜାତିର ଶୈବାଳ ଉପôାଦନ ଜରିଆରେ ଅଙ୍ଗାର ନିର୍ଗମନକୁ ପ୍ରତିରୋଧ କରିବା ପାଇଁ କାର୍ବନ୍‍ ସିକ୍କେଷ୍ଟ୍ରେସନ୍‍ ପ୍ରକଳ୍ପ କାର୍ଯ୍ୟକାରୀ କରୁଛି ।
ଆଜି ଭୁବନେଶ୍ୱର ଠାରେ ‘ମାଇକ୍ରୋଆଲ୍‍ଜି ଇନ୍‍ ଡେଭେଲପିଂ ଏ ସଷ୍ଟେନେବଲ୍‍ ସୋସାଇଟୀ’ ଶୀର୍ଷକ ଏକ ଆଲୋଚନାଚକ୍ର ଅବସରରେ ନାଲ୍‍କୋକୁ ଏହି ମର୍ଯ୍ୟାଦାପୂର୍ଣ୍ଣ ପୁରସ୍କାର ପ୍ରଦାନ କରାଯାଇଥିଲା । ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ୍‍, ଇଣ୍ଡୋକ୍ୟାନ୍‍ ଟେକ୍ନୋଲୋଜୀ ସଲୁ୍ୟସନ୍ସ, ଦି ଇନ୍‍ଷ୍ଟିଚୁ୍ୟଟ୍‍ ଅଫ୍‍ ଇଞ୍ଜିନିୟର୍ସ୍‍ (ଇଣ୍ଡିଆ) ଏବଂ ଇନ୍‍ଷ୍ଟିଚୁ୍ୟଟ୍‍ ଫର୍‍ ଆପ୍ଲାଏଡ୍‍ ଏନ୍‍ଭାରନ୍‍ମେଣ୍ଟାଲ୍‍ ବାୟୋଟେକ୍ନୋଲୋଜୀ ଇନୋଭେସନ୍‍ ପକ୍ଷରୁ ମିଳିତ ଭାବେ ଏହି ଆଲୋଚନାଚକ୍ର ଆୟୋଜିତ ହୋଇଥିଲା ।
ଏହି ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ନାଲ୍‍କୋର ଅଧ୍ୟକ୍ଷ ଶ୍ରୀ ତପନ କୁମାର ଚାନ୍ଦ ଯୋଗ ଦେଇଥିଲେ । ଉପସ୍ଥିତ ଗବେଷକ, ଶିକ୍ଷାବିତ୍‍ ଏବଂ ପରିବେଶବିତ୍‍ମାନଙ୍କୁ ଉଦ୍‍ବୋଧନ ଦେଇ ଶ୍ରୀ ଚାନ୍ଦ ପ୍ରତିଶ୍ରୁତି ଦେଇଥିଲେ ଯେ ଏଯାବତ୍‍ କାର୍ବନ୍‍ ସିକ୍କେଷ୍ଟ୍ରେସନ୍‍ ଦିଗରେ ନାଲ୍‍କୋ ହାସଲ କରିଥିବା ସଫଳତାକୁ ଆଖିରେ ରଖି, ଖୁବ୍‍ ଶୀଘ୍ର ଏହି ପାଇଲଟ୍‍ ପ୍ରକଳ୍ପକୁ ଏକ ବ୍ୟବସାୟିକ ପ୍ରକଳ୍ପ ଭାବେ ପ୍ରତିଷ୍ଠିତ କରାଯିବ ।
ନାଲ୍‍କୋ ପକ୍ଷରୁ, ନିଦେ୍ର୍ଧଶକ (ଉପôାଦନ) ଶ୍ରୀ ଭି.ବାଳସୁବ୍ରମଣ୍ୟମ ଏବଂ ସହାୟକ ମହାପ୍ରବନ୍ଧକ (ଏସ୍‍.ଏଚ୍‍. ଆଣ୍ଡ୍‍ ଇ.) ଶ୍ରୀ ଏସ୍‍.କେ. ନାଏକ, ଏହି ପୁରସ୍କାର ଗ୍ରହଣ କରିଥିଲେ । ଶିଳ୍ପାନୁଷ୍ଠାନ ବ୍ୟତୀତ, ବ୍ୟକ୍ତିଗତ ବର୍ଗରେ, ଅତିରିକ୍ତ ପିସିସିଏଫ୍‍ (ନୋଡାଲ୍‍) ଶ୍ରୀ ସିଦ୍ଧାନ୍ତ ଦାସ, ଆଇଏଫ୍‍ଏସ୍‍ଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା ।
କାର୍ଯର୍୍ୟକ୍ରମର ଉଦ୍‍ଘାଟନ ଅବସରରେ, ଅନ୍ୟମାନଙ୍କ ମଧ୍ୟରେ, ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ୍‍ର ସଦସ୍ୟ ସମ୍ପାଦକ ଶ୍ରୀ ରାଜୀବ କୁମାର, ଆଇଏଫ୍‍ଏସ୍‍; ଟାଟା ଷ୍ଟିଲ୍‍ର ପରାମର୍ଶଦାତା ଡକ୍ଟର୍‍ ଟି. ବେଣୁଗୋପାଳନ୍‍ ଏବଂ ଇଣ୍ଡୋକ୍ୟାନ୍‍ ଟେକ୍ନୋଲୋଜୀ ସଲୁ୍ୟସନ୍ସର ପ୍ରଫେସର୍‍ ରଞ୍ଜନ ପ୍ରଧାନ ପ୍ରମୁଖ ଉଦ୍‍ବୋଧନ ଦେଇଥିଲେ ।
ଏଠାରେ ଉଲ୍‍ଲେଖଯୋଗ୍ୟ ଯେ, ରାଜ୍ୟର ପରିବେଶ ସୁରକ୍ଷା ଏବଂ ଜଳବାୟୁ ପରିବର୍ତ୍ତନ ନିୟନ୍ତ୍ରଣ ଦିଗରେ ଅନ୍ୟତମ ପ୍ରମୁଖ ଯୋଜନା ଭାବେ ଓଡ଼ିଶା, ଶୈବାଳ ଚାଷ ମଧ୍ୟମରେ କାର୍ବନ୍‍ ସିକ୍କେଷ୍ଟ୍ରେସନ୍‍କୁ କାର୍ଯ୍ୟକାରୀ କରିବାକୁ ଯାଉଛି । ମିଳିତ ଜାତିସଂଘର ପ୍ୟାରିସ୍‍ ଠାରେ ଅନୁଷ୍ଠିତ ସମ୍ମେଳନରେ ମଧ୍ୟ ଜୀବବିଜ୍ଞାନର ଉପଯୋଗ କରି ଜଳବାୟୁ ପରିବର୍ତ୍ତନ ନିୟନ୍ତ୍ରଣ ଏବଂ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା ।

Share in top social networks!

ନାଲ୍‍କୋ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

intwomenଆନ୍ତର୍ଜାତୀୟ ମହିଳା ଦିବସ ଅବ୍ୟବହିତ ପୂର୍ବରୁ ମାର୍ଚ୍ଚ୍‍ ୭ ତାରିଖରେ, ନ୍ୟାସନାଲ୍‍ ଆଲୁମିନିୟମ୍‍ କମ୍ପାନୀ ଲିମିଟେଡ୍‍ (ନାଲ୍‍କୋ) ପକ୍ଷରୁ ଭୁବନେଶ୍ୱର ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ, ମହିଳା, ଶିଶୁ ଓ ଭିନ୍ନକ୍ଷମଙ୍କ ବିକାଶ ନିମନ୍ତେ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଇନାର ସମ୍ପାଦିକା ଶ୍ରୀମତୀ ସ୍ନେହମଞ୍ଜରୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥରଲେ । ନାଲ୍‍କୋର ଅଧ୍ୟକ୍ଷ ତଥା ପରିଚାଳନା ନିଦେ୍ର୍ଧଶକ ଶ୍ରୀ ଅଂଶୁମାନ ଦାସ, ନିଦେ୍ର୍ଧଶକ (ମାନବସମ୍ବଳ) ଶ୍ରୀ ଏସ୍‍.ସି. ପାଢୀ ଓ କାର୍ଯ୍ୟନିର୍ବାହୀ ନିଦେ୍ର୍ଧଶକ (ମାନବସମ୍ବଳ ଓ ପ୍ରଶାସନ) ଶ୍ରୀ ଏ.କେ. ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଆନ୍ତର୍ଜାତୀୟ ମହିଳା ଦିବସର ଗୁରୁତ୍ୱ ତଥା ମହିଳା ସଶକ୍ତିକରଣ ସମ୍ପର୍କରେ ସେମାନଙ୍କ ମତାମତ ଉପସ୍ଥାପନ କରିଥିଲେ ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ, ସିନିଅର୍‍ ମ୍ୟାନେଜର୍‍ (ଏଚ୍‍ଆର୍‍ଡି) ଶ୍ରୀମତୀ ଗୀତା ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ନିଦେ୍ର୍ଧଶକ (ବାଣିଜ୍ୟ) ଶ୍ରୀମତୀ ସୋମା ମଣ୍ଡଳଙ୍କ ଅନୁପସ୍ଥିତିରେ ଶୁଭଦର୍ଶିନୀ ସେନାପତି ତାଙ୍କ ବାର୍ତ୍ତା ପାଠ କରିଥିଲେ । ଶ୍ରୀମତୀ ନୀଳିମା କଙ୍ଗାରୀ ଧନ୍ୟବାଦ ଜ୍ଞାପନ କରିଥିଲେ । ଉର୍ମି ଅଧିରା ରାୟ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ଶେଷରେ, ନାରୀ ସଶକ୍ତିକରଣ ଉପରେ ଆଧାରିତ ଏକ କ୍ଷୁଦ୍ର ନାଟିକା ‘ଯୁଗରୁ ଯୁଗାନ୍ତ, ନାରୀ ଅପରାଜେୟ’ ପରିବେଷିତ ହୋଇଥିଲା ।

Share in top social networks!