ନବକଳେବର ରଥଯାତ୍ରା ଉପଲକ୍ଷେ ମେଗା ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଦର୍ଶନୀ ଉଦ୍ଘାଟିତ

puriiiମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବକଳେବର ଓ ପବିତ୍ର ରଥଯାତ୍ରା ଉପଲକ୍ଷେ ରାଜ୍ୟ ବୟନ, ହସ୍ତତନ୍ତ ଏବଂ ହସ୍ତଶିଳ୍ପ ବିଭାଗ ତରଫରୁ ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ (ଉତ୍କଳିକା) ଦ୍ୱାରା ପୁରୀ ନୀଳାଚଳ ଅର୍ବାନ ହାଟରେ ଏକ ମେଗା ହସ୍ତତନ୍ତ ଏବଂ ହସ୍ତଶିଳ୍ପ ପ୍ରଦର୍ଶନୀ ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛିା ଏହି ପ୍ରଦର୍ଶନୀ ଚଳିତ ମାସ ୧୫ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛିା ସମୁଦାୟ ୪୦ଟି ଷ୍ଟଲରେ ବୁଣାକାର ଏବଂ କାରିଗରମାନଙ୍କ ଦ୍ୱାରା ଓଡ଼ିଶା ହସ୍ତତନ୍ତ ଏବଂ ହସ୍ତଶିଳ୍ପ ସାମଗ୍ରୀ ବିକ୍ରୟ କରାଯାଉଛିା

ଏତଦ୍ବ୍ୟତୀତ ଉତ୍କଳିକା, ବୟନିକା, ଅମ୍ଳାନ ଏବଂ ସମ୍ବଲପୁରୀ ବସ୍ତ୍ରାଳୟ ମଧ୍ୟ ଏହି ପ୍ରଦର୍ଶନୀରେ ଅଂଶଗ୍ରହଣ କରିଛନ୍ତିା ଓଡ଼ିଶା ହସ୍ତତନ୍ତ ଏବଂ ହସ୍ତଶିଳ୍ପର ସର୍ବୋତ୍କୃଷ୍ଟ ପ୍ରଦର୍ଶନ ମାଧ୍ୟମରେ ଏହି ପ୍ରଦର୍ଶନୀକୁ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ଏହି ମେଳା ଆୟୋଜନର ଉଦ୍ଦେଶ୍ୟା
ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଉତ୍କୃଷ୍ଟ ହସ୍ତଶିଳ୍ପ ସାମଗ୍ରୀ ଯଥା ପଥର ଖୋଦେଇ, ପଟ୍ଟଚିତ୍ର,ଚାନ୍ଦୁଆ, କଂସା ଓ ପିତ୍ତଳ, କାଠ ଖୋଦେଇ ଏବଂ ତାରକାସୀ ସାମଗ୍ରୀ ପ୍ରଭୃତି ଏହି ମେଳାରେ ଉପଲବ୍ଧ ହେଉଛିା ଏଥ# ସହିତ ରାଜ୍ୟ ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଖ୍ୟାତି
ସମ୍ପନ୍ନ ବୁଣାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତତନ୍ତ ସାମଗ୍ରୀ ପ୍ରଦର୍ଶିତ ହୋଇଛିା ଏହି ମେଳାରେ ସ୍ୱତନ୍ତ୍ର ରିହାତି ବ୍ୟବସ୍ଥା ରହିଛିା ପୁରୀ, କଟକ, କେଉଁଝର, ଢେଙ୍କାନାଳ, ଗଞ୍ଜାମ, କଳାହାଣ୍ଡି ଏବଂ ବରଗଡର କାରିଗର ଓ ବୁଣାକାରମାନେ ମେଳାରେ
ଅଂଶଗ୍ରହଣ କରିଛନ୍ତିା

ଆଜିର ଏହି ଉଦ୍ଘାଟନୀ ସମାରୋହରେ ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଚିତ୍ରା ଆରୁମୁଗମ୍, ବୟନ ଶିଳ୍ପ, ନିର୍ଦ୍ଦେଶକ ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ, ହସ୍ତଶିଳ୍ପ ନିର୍ଦ୍ଦେଶିକା ସଂଘମିତ୍ରା କାନୁନ୍ଗୋ ପ୍ରମୁଖ ଉପସ୍ଥିତ ଥ#ଲୋ ଉଦ୍ଘାଟନୀ ସନ୍ଧ୍ୟାରେ ବିଶିଷ୍ଟ କ=ଶିଳ୍ପୀ ସୌରଭ ନାୟକ ଏବଂ ସାଥୀ କଳାକାରମାନଙ୍କ ଦ୍ୱାରା ଭଜନ ପରିବେଷଣ ହୋଇଥ#ଲାା

ଏହି ମେଳାରେ ପ୍ରାୟ ତିନିଲକ୍ଷ ଜନସମାଗମ ହେବା ସହ ୧ କୋଟି ଟଙ୍କାର ବ୍ୟବସାୟ ହେବା ଆଶା କରାଯାଏ ବୋଲି ଉତ୍କଳିକାର ପରିଚାଳନା ନିର୍ଦ୍ଦେଶିକା ଗାୟତ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତିା

Share in top social networks!

କାହିଁକି ଭାଙ୍ଗୁଛି ଜଗନ୍ନାଥଙ୍କ ପରମ୍ପରା?

nabakalebarଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ
ନବକଳେବର-୨୦୧୫ ସମ୍ଭବତଃ ‘ବିପର୍ଯ୍ୟସ୍ତ ପରମ୍ପରା’ ପାଇଁ ଇତିହାସ ସୃଷ୍ଟି କରିବ । ଆରମ୍ଭରୁ ବନଯାଗ ଯାତ୍ରାକୁ ନେଇ ଦୁଇଟି ପରମ୍ପରା ଭାଙ୍ଗିବାର ଦେଖାଯାଉଛି । ପ୍ରଥମଟି ହେଲା ଦାରୁ ଚୟନ ଏବଂ ଦ୍ୱିତୀୟଟି ହେଲା ଦାରୁ ଚୟନ ଘୋଷଣା ।
ପ୍ରଥମେ ଦାରୁ ଚୟନକୁ ନିଆଯାଉ । ମଙ୍ଗଳାଙ୍କ ମନ୍ଦିରକୁ ସୂର୍ଯେ୍ୟାଦୟ ପୂର୍ବରୁ ବନଯାଗ ଯାତ୍ରୀ ଦଳ ଆସିନ୍ତି ଓ ମାଙ୍କର ପୂଜାର୍ଚ୍ଚନା ଆରମ୍ବ ହୁଏ । ଚଣ୍ଡୀପାଠ ଏବଂ ସ୍ୱପ୍ନାଦେଶ ଏହି ଉସôବର ପ୍ରମୁଖ ଘଟଣା । ୧୯୭୭ ମସିହାର ନବକଳେବର ସମୟରେ ଏହି ଲେଖକ ଦୂରଦର୍ଶନରେ କାର୍ଯ୍ୟ କରୁଥିଲା ଏବଂ ଦେଉଳି ମଠରେ ବନଯାଗ ଯାତ୍ରୀ ଦଳର ପ୍ରବେଶ ସହିତ ମଙ୍ଗଳା ମନ୍ଦିର ଛାଡିବା ପର୍ଯ୍ୟନ୍ତ କାର୍ଯ୍ୟକ୍ରମର ଭାରପ୍ରାପ୍ତ ପ୍ରଯୋଜକ ରୂପେ କାର୍ଯ୍ୟ କରିଥିଲା । ଚଣ୍ଡୀପାଠରେ ପଣ୍ଡିତ ସଦାଶିବ ରଥ ଶର୍ମା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଆମେ ତାଙ୍କର ମଧ୍ୟ ଏକ କ୍ଷୁଦ୍ର ସାକ୍ଷାତକାର ନେଇଥିଲୁ । ଏହି ଦିନ ମା’ ମଙ୍ଗଳାଙ୍କ ସମ୍ମୁଖରେ ଅଧ୍ୟା ପଡିଥିବା ଚାରିବାଡର ଦଇତାପତି ମାନଙ୍କୁ ସ୍ୱପ୍ନା ଦେଶ ହୁଏ ଏବଂ ସେମାନେ ସେହି ସ୍ୱପ୍ନ କଥା କାହା ନିକଟରେ ପ୍ରକାଶ କରନ୍ତି ନାହିଁ । ସେହି ଦିନ ପୂଜାପାଠ ପରେ ମଙ୍ଗଳା ମନ୍ଦିରରୁ ବନଯାଗ ଯାତ୍ରୀ ଦଳ ଚାରି ଭାଗ ହୋଇ ପୃଥକ ପୃଥକ ଦିଗରେ ଯାତ୍ରାରମ୍ଭ କରନ୍ତି । ସେମାନେ ପଦବ୍ରଜରେ ଯାଇ ବିଭିନ୍ନ ବିଗ୍ରହଙ୍କର ଦାରୁ ନିକଟରେ ପହଞ୍ଚିଥାନ୍ତି । ଏହି ସ୍ୱପ୍ନାଦେଶକୁ ଭକ୍ତମାନେ ସହଜ ଭାବେ ଜଗନ୍ନାଥ ତଥା ମା ମଙ୍ଗଳାଙ୍କ କୃପା ଓ ଦୈବୀଶକ୍ତିର ଚମକôାରିତା ଭାବେ ଗ୍ରହଣ କରିଥାନ୍ତି । କିନ୍ତୁ ଗଲା କିଛି ଦିନ ଭିତରେ ଯାହାସବୁ ଘଟୁଛି ତାହା ଭକ୍ତମାନଙ୍କର ସରଳ ବିଚାର ଓ ଭକ୍ତିଭାବନାକୁ ଦୋହଲାଇ ଦେଇଛି । ଏବେ ଦାରୁ ନିର୍ବାଚନ ପାଇଁ ଦଇତାପତି ମାନଙ୍କର ଗୋପନ ବୈଠକ, ବିଭିନ୍ନ ସୂତ୍ରରୁ ଦାରୁ ସମ୍ପର୍କିତ ଖବରର ସମୀକ୍ଷା, ଓ ସେଥିରୁ ୪ ଦିଅଙ୍କ ପାଇଁ ୪ ଟି ଦାରୁ ନିର୍ବାଚନ କରିବା ପ୍ରଭୃତି ସମ୍ବାଦ ଜଗନ୍ନାଥ ପ୍ରେମୀ ମାନଙ୍କୁ ବ୍ୟଥିତ କରିଛି । ଅନ୍ୟ ଭାଷାରେ କହିଲେ ଏହା ସ୍ୱପ୍ନାଦେଶ ପରମ୍ପରାକୁ ନୂ୍ୟନ କରିଦେଇଛି ।
ଜଗନ୍ନାଥ ବହୁ ଗୋପନ ସେବା ଓ ରହାସ୍ୟାଚ୍ଛନ୍ନ ପରମ୍ପରା ପାଇଁ ବିଖ୍ୟାତ । ଅଣସର ଘରେ ଜଗନ୍ନାଥ ସ୍ନାନ ପୂର୍ଣ୍ଣିମା ଦିନ ଶୀତଳ ଜଳରେ ସ୍ନାନ ଜନିତ ଅସୁସ୍ଥତା ଯୋଗୁଁ ବିଶ୍ରାମ ନେଉଥିବା କଥା ବିଶ୍ୱାସ କରାଯାଏ । କିନ୍ତୁ ଏହି ଦିନମାନଙ୍କରେ ବିଗ୍ରହମାନଙ୍କର ଦାରୁ ଦେହକୁ ମରାମତି କରାଯାଉଥିବା କଥା କେହି କହେନାହିଁ । ସେହିଭଳି ଦାରୁ ନିର୍ବାଚନକୁ ନେଇ ଆଲୋଚ୍ୟ କଥାଟି ହୁଏତ ସତ୍ୟ କିନ୍ତୁ ଜଗନ୍ନାଥଙ୍କ ବହୁ ରହସ୍ୟକୁ ଗୋପନ ରଖିବାତ ଆମର ପରମ୍ପରା । ଯଦି ଏସବୁ ଏଭଳି ଭାବେ ପ୍ରକାଶ କରାଯିବ ଏବଂ ଏ ସବୁ ବିଷୟର ଗୋପନ ପରମ୍ପରାକୁ ଯେଉଁମାନେ ଗୋପନ ରଖିବା କଥା ସେମାନେ ଯଦି ପ୍ରକାଶ କରି ବାହା ବାହା ନେବେ ତେବେ ଅଯଥା ମଙ୍ଗଳା ମନ୍ଦିରକୁ ଆସି ସ୍ୱପ୍ନାଦେଶର ପ୍ରହସନ କାହିଁକି? ‘ସ୍ୱପ୍ନାଦେଶର’ ପରମ୍ପରା ପ୍ରତି ଏହା ଏକ ଆହ୍ୱାନ ଏବଂ ସରଳ ବିଶ୍ୱାସୀ ଭକ୍ତମାନଙ୍କ ଧର୍ମୀୟ ଭାବନା ଉପରେ ଏହା ଏକ ଶକ୍ତ ପ୍ରହାର ।

ଦ୍ୱିତୀୟ କଥାଟି ହେଲା ଦାରୁ ନିର୍ବାଚନ ସମ୍ପର୍କିତ ଘୋଷଣା କାହାର ଅଧିକାର ଭୁକ୍ତ ? ଚାରିବାଡର ବାଡଗ୍ରହୀ ଦଇତାପତିମାନଙ୍କର ନା ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକଙ୍କର? ଆମେ ଯେତୋଟି ନବକଳେବର ଦେଖି ଆସିଲେଣି କୌଣସି ଗୋଟିକରେ ମନ୍ଦିରର ମୁଖ୍ୟ ପ୍ରଶାସକ ଏହି ଦାୟୀତ୍ୱ ନିଜ ଉପରକୁ ନେଇ ନଥିଲେ । ସବୁ ନବକଳେବରରେ ବନଯାଗ ଯାତ୍ରୀ ଦଳ ଚତୁର୍ଦ୍ଧା ମୂର୍ତ୍ତିଙ୍କର ୪ ଦାରୁ ପାଖରେ ପହଞ୍ଚିବା ପରେ ସେଇମାନେ ହିଁ ଘୋଷଣା କରିଛନ୍ତି । ଏବେ ଆଇନ ଶୃଙ୍ଖଳାର ଦ୍ୱାହି ଦେଇ ମୁଖ୍ୟ ପ୍ରଶାସକ ଦାରୁ ନିର୍ବାଚନ ସମ୍ପର୍କରେ ଚୂଡାନ୍ତ ଘୋଷଣା ନିଜେ କରୁଛନ୍ତି? ପରମ୍ପରା ଭାଙ୍ଗିବାର ଅଧିକାର ତାଙ୍କୁ କିଏ ଦେଇଛି? ଆମ ଜୀବନ କାଳ ଭିତରେ ଭଲଭାବେ ଆମେ ଦୁଇଟି ନବକଳେବର ଦେଖିସାରିଲେଣି । କୌଣସିଠାରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିବା କଥା ଆମକୁ ଜଣା ନାହିଁ । ସ୍ୱତଃ ପ୍ରବୃତ ଭାବେ ବନଯାଗ ଯାତ୍ରୀ ଦଳ ଯେଉଁଠି ପହଞ୍ଚନ୍ତି ସେଠାରେ ନାମ ସଂକୀର୍ତ୍ତନ ଦଳ ରୁଣ୍ଡ ହୋଇଯାନ୍ତି । ସ୍ଥାନୀୟ ପୋଲିସ ସଜାଗ ଥାନ୍ତି । ଦାରୁ ପାଖରେ ପହଞ୍ଚିବାପରେ ଦଇତାପତିମାନଙ୍କର ନିଦେ୍ର୍ଧଶରେ ଦାରୁ ଚର୍ତୁପାଶ୍ୱରେ ଅତିକମରେ ଶହେ ଫୁଟ ବ୍ୟାସାର୍ଦ୍ଧ ପରିମିତ ଅଞ୍ଚଳରେ ବାଉଁସରେ ବ୍ୟାରିକେଡ ହୋଇଯାଏ ଏବଂ ଆହୋରାତ୍ର ଏହି ବ୍ୟାରିକେଡ ବାହାରେ ନାମ ସଂକୀର୍ତ୍ତନ ଚାଲିଥାଏ । ହଜାର ହଜାର ଲୋକ ଦିନରାତି ଆସୁଥାନ୍ତି । ଦୋକାନ ବଜାର ବସେ ଏବଂ ସ୍ଥାନୀୟ ପୋଲିସ ଶାନ୍ତି ଶୃଙ୍ଖଳା ଦାୟୀତ୍ୱରେ ରହନ୍ତି । କିନ୍ତୁ ଚଳିତ ବର୍ଷରେ କାହିଁକି ଦଇତାପତି ମାନେ ନିଜ ଅଧିକାରକୁ ମୁଖ୍ୟ ପ୍ରଶାସକଙ୍କ ହାତକୁ ଟେକି ଦେଇଛନ୍ତି ? ଏହା କାହା ସ୍ୱାର୍ଥରେ କାହିଁକି କରାଯାଇଛି ?
ପରମ୍ପରାର କେତୋଟି ବିଶେଷ ଦିଗ ଆମର ଆଧ୍ୟାତ୍ମିକ ବିଚାର ଓ ଧର୍ମୀୟ ବିଶ୍ୱାସ ସହିତ ଜଡିତ । ଜଗନ୍ନାଥଙ୍କର ବହୁ ଗୋପନ ସେବା ନେପଥ୍ୟରେ ଥିବା ବହୁ ସମ୍ଭାବ୍ୟ ସତ୍ୟ ଆଜି ମଧ୍ୟ ଅନୁଦ୍ଘାଟିତ । ତେଣୁ ଆମ ବିଚାରରେ କାହାରି ସ୍ୱାର୍ଥ ବା ଅଧିକାରକୁ ପ୍ରତିଷ୍ଠା ପାଇଁ ପରମ୍ପରା ନଭାଙ୍ଗୁ । ଗୋପନ ସତ୍ୟ ସେହିଭଳି ଗୋପନ ରହୁ । ରହସ୍ୟମୟତା ହିଁ ଆଧ୍ୟାତ୍ମିକ ବିଚାର ବିଳାସ, ଏହା ଆମେ ଯେପରି ବିସ୍ମୃତ ନହେଉ ।

Share in top social networks!

ନବକଳେବର ସମୟରେ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟସରକାର ଏକହଜାର କୋଟି ଟଙ୍କା ଖର୍ଚ୍ଚ କରିବେ

tn_12-2-2013=2 (1)ଭିତ୍ତିଭୂମିର ବିକାଶ ଓ ଯାତ୍ରୀକ ସୁବିଧା ପାଇଁ ରାଜ୍ୟସରକାର ଏକହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ।୨୦୧୫ ରେ ଶ୍ରୀ ଜଗର୍ନ୍ନାଥଙ୍କ ନବକଳେବର ସମୟରେ ଭିତ୍ତିଭୂମିର ବିକାଶ ଏବ ତୀର୍ଥଯାତ୍ରୀଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବିକାଶ ପାଇଁ ରାଜ୍ୟ ସରକାର ଏକହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ।

ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତିଗ୍ରହଣ କରାଯାଇଛି। ପୁରୀ ସହରକୁ ଯାଇଥିବା ସମସ୍ତ ରାସ୍ତାର ପ୍ରଶାସ୍ତ୍ରୀକରଣ ସହିତ ପୁରୀ ସହରର ବିଭିନ୍ନ ପ୍ରଶାସ୍ତ୍ରୀକାରଣ ଓ ବିକାଶ,ପିଇବାପାଣି,ନର୍ଦମାଜଳ ନିଷ୍କାସନ ଗ୍ରୀଡ,ସବଷ୍ଟେସନ ଗୁଡିକର ସଂପ୍ରସାରଣ ଏବଂ ବିଦ୍ୟୁତ ବଣ୍ଟନ ବ୍ୟବସ୍ଥାର ସୁଦୃଢୀକାରଣ ପୁରୀ ସହର ପୁରୀ- ଭୁବନେଶ୍ଵର ରାସ୍ତାରେ ଥିବା ବିଭିନ୍ନ ଡାକ୍ତରଖାନା ଓ କୋଣାର୍କ ଡାକ୍ତରଖାନା ଗୁଡିକର ଉନ୍ନତିକରଣ କାର୍ଯ୍ୟ ହାତକୁ ନିଆଯିବ । । ଏତଦବ୍ୟତୀତ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ମାନଙ୍କ ରହଣି ତଥା ସେମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବିକାଶପାଇଁ ମଧ୍ୟ ସ୍ଵତନ୍ତ୍ର ଧ୍ୟାନ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନବକଳେବରକୁ ଶୃଙ୍ଖଳିତ ଏବଂ ଶାନ୍ତିପୂର୍ଣ୍ଣ ଭାବରେ ସମ୍ପାଦିତ କରିବା ପାଇଁ ଉପୋରକ୍ତ କାର୍ଯ୍ୟକ୍ରମକୁ ଅତ୍ୟନ୍ତ ଗୁରୁତ୍ଵର ସହିତ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ସଂପୃକ୍ତବିଭାଗ ମାନଙ୍କୁ ପରାମର୍ଶ ଦେଇଥିଲେ ।

ନବକଳେବର ସମୟରେ ଯାତ୍ରୀ ପରିବାହନରେ ରେଳବାଇର ବିଶେଷ ଭୂମିକା ଥିବାରୁ ଖୋର୍ଦ୍ଧା ରୋଡ -ପୁରୀ ରେଳପଥର ଦୋହରୀ କରଣ କାର୍ଯ୍ୟ ଡିସେମ୍ବର ୨୦୧୪ ସୁଦ୍ଧା ଶେଷ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା । ପୁରୀ ରେଳଷ୍ଟେସନରେ ଭିଡ ନିୟନ୍ତ୍ରଣ ପରିଚାଳନା ଦକ୍ଷତା ଦେଢ ଲକ୍ଷକୁ ବୃଦ୍ଧି କରିବା ପାଇଁ ରେଳବାଇ,ପଦକ୍ଷେପ ଦେବା ବୋଲି ବୈଠକରେ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଥିଲା । ସେହିପରି ବସ ଯୋଗେ ଯାଉଥିବା ଯାତ୍ରୀମାନଙ୍କ ସୁବିଧା ପାଇଁ ମାଳତୀପାଟପୁର ଠାରେ ନୂଆ ବସ ଷ୍ଟାଣ୍ଡ ନିର୍ମାଣ କରାଯିବ । ଯାତ୍ରୀ ପରିବହନ ବ୍ୟବସ୍ତାକୁ ସୁସଙ୍ଗଠିତ କରିବାପାଇଁ ବିସ୍ତ୍ରୁତ କାର୍ଯ୍ୟ ଯୋଜନା କରାଯିବ ଏବଂ NH ୨୦୩ ଜାତୀୟ ରାଜପଥରେ Buffer parking place ର ବିକାଶ କରାଯିବ।

Share in top social networks!