ଉତ୍ତରାଖଣ୍ଡରୁ ଉଦ୍ଧାର କରାଯାଇଥିବା ଚିକିଟିର ୨ ଜଣଙ୍କୁ ମନ୍ତ୍ରୀ ଊଷାଦେବୀଙ୍କ ସ୍ଵାଗତ

Odishan-MAP-9ଉତ୍ତରାଖଣ୍ଡର ମହାପ୍ରଳୟକୁ ସାମ୍ନା କରିଥିବା ଗଞ୍ଜାମ ଜିଲ୍ଲା ଚିକିଟିର ସ୍ନେହଲତା ପଣ୍ଡା ଓ ତାଙ୍କ ପୁତ୍ର ହନୁମାନ ପ୍ରସାଦ ପଣ୍ଡା ରାଜ୍ୟ ସରକାରଙ୍କ ଦ୍ଵାରା ଉଦ୍ଧାର ହୋଇ ଦିଲ୍ଲୀରେ ଚିକିତ୍ସିତ ହେଉଥିଲେ । ବୁଧବାର (ଜୁନ୍ ୨୫ ତାରିଖ)ଦିନ ରାତି ୧୦ ଟା ୧୫ ରେ ସେମାନେ ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଥିଲେ ।

ବିମାନବନ୍ଦର ଠାରେ ତାଙ୍କୁ ରାଜ୍ୟ ମହିଳା ଓ ଶିଶୁବିକାଶ ମନ୍ତ୍ରୀ ତଥା ଚିକିଟି ବିଧାୟକ ଶ୍ରୀମତୀ ଊଷାଦେବୀ ସ୍ଵାଗତ ଜଣାଇ ପାଛୋଟି ଆଣିଥିଲେ । ପ୍ରକାଶ ଯୋଗ୍ୟ ଯେ,ଚାରିଧାମ ଦର୍ଶନରେ ଯାଇଥିବା ଏହି ୫ ଜଣିଆ ଟ୍ରୁପରେ ୩ ଜଣ ଜୀବନ ବଞ୍ଚାଇ ପାରିଥିବା ବେଳେ ଏବେ ବି ହନୁମାନ ପ୍ରସାଦଙ୍କ ବାପା ଓ ବଡ ମା’ ନିଖୋଜ ଅଛନ୍ତି । ସେମାନଙ୍କର ଏ ପର୍ଯ୍ୟନ୍ତ କୌଣସି ପତ୍ତା ମିଳିପାରି ନାହିଁ ।

Share in top social networks!

ବୟନିକାର ହସ୍ତତନ୍ତ ପ୍ରଦର୍ଶନୀ

ରାଜଧାନୀରେ ବୟନିକାର ଆଉ ୪ଟି ଷ୍ଟଲ ଖୋଲିବାରା ଯୋଜନା ରହିଛି। ସେଥିପାଇଁ ଜାଗା ଚିହ୍ନଟ ହୋଇନଥିବା ବେଳେ ପୋଖରୀପୁଟରେ ଗୋଟିଏ, ଚନ୍ଦ୍ରଶେଖରପୁରରେ ୨ଟି ଓ ଭୁବନେଶ୍ଵରରୁ ଜଟଣୀ ମଧ୍ୟରେ ଗୋଟିଏ ଖୋଲିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ହସ୍ତତନ୍ତ ଏବଂ ହସ୍ତଶିଳ୍ପ ମନ୍ତ୍ରୀ ଉଷା ଦେବୀ କହିଛନ୍ତି। ଶୁକ୍ରବାର ସ୍ଥାନୀୟ ଚନ୍ଦ୍ରଶେଖରପୁରରେ ବୟନିକା ପକ୍ଷରୁ ଏକ ହସ୍ତତନ୍ତ ପ୍ରଦର୍ଶନୀ ଏବଂ ମେଳା ଉଦଘାଟିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ଏହା କହିଥିଲେ। ରାଜ୍ୟର ବିଭିନ୍ନ ଗାଁ ଗହଳିରେ ଉତ୍ପାଦନ ହେଉଥିବା ଟସରରେ ତିଆରି ସାମଗ୍ରୀକୁ ଲୋକଙ୍କ ପାଖରେ ସୁଲଭ ଦରରେ ପହଞ୍ଚାଇବା ହେଉଛି ବୟନିକାର କାମ। ଦେଶ ଭିତରେ ଓ ବାହାରେ କିପରି ଓଡ଼ିଶା ହସ୍ତତନ୍ତର ପ୍ରସାର ଓ ପ୍ରଚାର ହୋଇପାରିବ ସେଥିପାଇଁ ଉଦ୍ୟମ କରାଯାଉଛି। ଭୁବନେଶ୍ଵରରେ ଆଉ ୪ଟି ଷ୍ଟଲ ପାଇଁ ସରକାର ଟଙ୍କା ଯୋଗାଇସାରିଛନ୍ତି। ସର୍ଭେ କରାଯାଉଛି, ଏହାପରେ ଜାଗା ଚିହ୍ନଟ କରାଯିବ। ଏବେ ଓଡ଼ିଶାରେ ବୟନିକାର ୩୬ଟି ସେଣ୍ଟର ରହିଛି। ରାଜ୍ୟ ବାହାରେ ସେଣ୍ଟର ଖୋଲାଯିବା ପାଇଁ ଯୋଜନା କରାଯାଉଛି। ଗତ ବର୍ଷ ବୟନିକା ୩୬ କୋଟି ଟଙ୍କାର ବ୍ୟବସାୟ କରିଥିଲା। ଏ ବର୍ଷ ୫୨ କୋଟି ଟଙ୍କାର ବ୍ୟବସାୟ କରିଛି। ଆସନ୍ତା ୩ ବର୍ଷ ମଧ୍ୟରେ ୨୦୦ କୋଟି ଟଙ୍କାର ବ୍ୟବସାୟ କରିବାକୁ ଲକ୍ଷ୍ୟ ରଖାଯାଇଛି। ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଏହି ପ୍ରଦର୍ଶନୀ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତିଦିନ ପୂର୍ବାହ୍ନ ୧୧ଟାରୁ ରାତି ୯ଟା ପର୍ଯ୍ୟନ୍ତ ଏହା ଖୋଲା ରହିବ।

Share in top social networks!

ଖୋଲିବ ବୟନିକାର ଆଉ ୪ଟି ଷ୍ଟଲ

ରାଜଧାନୀରେ ବୟନିକାର ଆଉ ୪ଟି ଷ୍ଟଲ ଖୋଲିବାରା ଯୋଜନା ରହିଛି। ସେଥିପାଇଁ ଜାଗା ଚିହ୍ନଟ ହୋଇନଥିବା ବେଳେ ପୋଖରୀପୁଟରେ ଗୋଟିଏ, ଚନ୍ଦ୍ରଶେଖରପୁରରେ ୨ଟି ଓ ଭୁବନେଶ୍ଵରରୁ ଜଟଣୀ ମଧ୍ୟରେ ଗୋଟିଏ ଖୋଲିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ହସ୍ତତନ୍ତ ଏବଂ ହସ୍ତଶିଳ୍ପ ମନ୍ତ୍ରୀ ଉଷା ଦେବୀ କହିଛନ୍ତି। ଶୁକ୍ରବାର ସ୍ଥାନୀୟ ଚନ୍ଦ୍ରଶେଖରପୁରରେ ବୟନିକା ପକ୍ଷରୁ ଏକ ହସ୍ତତନ୍ତ ପ୍ରଦର୍ଶନୀ ଏବଂ ମେଳା ଉଦଘାଟିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ଏହା କହିଥିଲେ। ରାଜ୍ୟର ବିଭିନ୍ନ ଗାଁ ଗହଳିରେ ଉତ୍ପାଦନ ହେଉଥିବା ଟସରରେ ତିଆରି ସାମଗ୍ରୀକୁ ଲୋକଙ୍କ ପାଖରେ ସୁଲଭ ଦରରେ ପହଞ୍ଚାଇବା ହେଉଛି ବୟନିକାର କାମ। ଦେଶ ଭିତରେ ଓ ବାହାରେ କିପରି ଓଡ଼ିଶା ହସ୍ତତନ୍ତର ପ୍ରସାର ଓ ପ୍ରଚାର ହୋଇପାରିବ ସେଥିପାଇଁ ଉଦ୍ୟମ କରାଯାଉଛି। ଭୁବନେଶ୍ଵରରେ ଆଉ ୪ଟି ଷ୍ଟଲ ପାଇଁ ସରକାର ଟଙ୍କା ଯୋଗାଇସାରିଛନ୍ତି। ସର୍ଭେ କରାଯାଉଛି, ଏହାପରେ ଜାଗା ଚିହ୍ନଟ କରାଯିବ। ଏବେ ଓଡ଼ିଶାରେ ବୟନିକାର ୩୬ଟି ସେଣ୍ଟର ରହିଛି। ରାଜ୍ୟ ବାହାରେ ସେଣ୍ଟର ଖୋଲାଯିବା ପାଇଁ ଯୋଜନା କରାଯାଉଛି। ଗତ ବର୍ଷ ବୟନିକା ୩୬ କୋଟି ଟଙ୍କାର ବ୍ୟବସାୟ କରିଥିଲା। ଏ ବର୍ଷ ୫୨ କୋଟି ଟଙ୍କାର ବ୍ୟବସାୟ କରିଛି। ଆସନ୍ତା ୩ ବର୍ଷ ମଧ୍ୟରେ ୨୦୦ କୋଟି ଟଙ୍କାର ବ୍ୟବସାୟ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଏହି ପ୍ରଦର୍ଶନୀ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତିଦିନ ପୂର୍ବାହ୍ନ ୧୧ଟାରୁ ରାତି ୯ଟା ପର୍ଯ୍ୟନ୍ତ ଏହା ଖୋଲା ରହିବ।

 

Share in top social networks!