ରାଜ୍ୟରେ ନୂତନ ମେଡିକାଲ କଲେଜ ପ୍ରତିଷ୍ଠା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ବୈଠକ

tn_26-7-2013=3ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ସଚିବାଳୟଠାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟରେ ନୂତନ ମେଡିକାଲ କଲେଜ ପ୍ରତିଷ୍ଠା ସମ୍ପର୍କରେ ଆଲୋଚନା କରିଥିଲେ । ଆଲୋଚନାରୁ ଜଣାଯାଇଇଛି ଯେ ରାଜ୍ୟରେ ବର୍ତମାନ ତିନୋଟି ମେଡିକାଲ କଲେଜ ଏବଂ ପାଞ୍ଚଗୋଟି ବେସରକାରୀ ମେଡିକାଲ କାର୍ଯ୍ୟ କରୁଛି । ଏଥିରେ ସର୍ବମୋଟ ୧୦୫୦ ଟି ସିଟ୍ ରହିଛି । ତନ୍ମଧ୍ୟରୁ ସରକାରୀ କଲେଜ ମାନଙ୍କରେ ୫୫୦ ଟି ସିଟ୍ ରହିଛି ।

ତନ୍ମଧ୍ୟରୁ ବେସରକାରୀ ସ୍ତରରେ ୩୬୨ ଟି ମେଡିକାଲ ରହିଛି । ତନ୍ମଧ୍ୟରୁ ୧୨ ଟି ମେଡିକାଲ କଲେଜରେ ୨୫୦ ଟି ସିଟ୍ ରହିଛି ଏବଂ ସେଥିରୁ କଟକର ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଅନ୍ୟତମ । ବର୍ତ୍ତମାନ ଓଡିଶାରେ ଆଉ ୧୧ ଟି ମେଡିକାଲ କଲେଜ ପ୍ରତିଷ୍ଠା କରାଯିବାର ପ୍ରସ୍ତାବ ରହିଛି । ବାଲେଶ୍ଵର ବାରିପଦା,କୋରାପୁଟ ଓ ବଲାଙ୍ଗିର ଠାରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଭାତ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା ।

ବଲାଙ୍ଗୀର ଠାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରାଯାଇଥିବା ବିଷୟ ଜଣାଯାଇଛି । ଏତଦ ବ୍ୟତୀତ ନାଲକୋ,ଏନଟିପିସି ଏବଂ ଏମସିଏଲ ପକ୍ଷରୁ ମେଡିକାଲ କଲେଜ ପ୍ରତିଷ୍ଠା ଏବଂ ରାଜ୍ୟରେ ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା କରଯାଇଥିଲା । ଏହି ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ଡାଃ ଦାମୋଦର ରାଉତ,ମୁଖ୍ୟଶାସନ ସଚିବ ଶ୍ରୀ ଆଦିତ୍ୟ ପତି,ସ୍ଵାସ୍ଥ୍ୟବିଭାଗର ପ୍ରମୁଖ ସଚିବ ଶ୍ରୀ ପ୍ରଦୀପ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!