ବାହୁଡ଼ାରେ କମିଲା ଭକ୍ତଙ୍କ ଭିଡ଼

ଲସ୍କର-ଏ-ତୋଏବାର ଟାର୍ଗେଟରେ ଓଡ଼ିଶା। ତେଣୁ ଓଡ଼ିଶା ଉପରେ ଆତଙ୍କବାଦୀ ହାମଲା ହୋଇପାରେ। ଏହି ଖବର ଗଣମାଧ୍ୟମ ଜରିଆରେ ପ୍ରଚାର ହେବା ପରେ ଏହାର ପ୍ରଭାବ ବାହୁଡା ଯାତ୍ରାକୁ ଆସିବାକୁ ଥିବା ଭକ୍ତଙ୍କ ଉପରେ ପଡ଼ିଛି। ଦୂରଦୂରାନ୍ତରୁ ଆସିବାକୁ ଥିବା ଭକ୍ତମାନଙ୍କ ସଂଖ୍ୟା କମିଛି। ରଥଯାତ୍ରା ଦିନ ୧୦ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା। ତେବେ ବାହୁଡ଼ା ଯାତ୍ରା ଦିନ ମଧ୍ୟ ପାଖାପାଖି ୭ରୁ ୮ ଲକ୍ଷ ଲୋକଙ୍କ ସମାଗମ ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ବିଶେଷ କରି ପୁରୀ ଏବଂ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ଲସ୍କର ଟାର୍ଗେଟରେ ରହିଥିବା ଆଶଙ୍କା କରାଯାଉଛି, ଏହି ଖବର ପ୍ରଚାର ହେଲା ପରେ ଭକ୍ତଙ୍କ ସମାଗମ କମିଛି।

ରଥଯାତ୍ରା ଚାଲିଛି, ଏପରି ସମୟରେ କିଛି ବି ଘଟିପାରେ। ରଥଯାତ୍ରା ପୂର୍ବରୁ ଏପରି ସୂଚନା ମିଳିଥିଲା ରାଜ୍ୟ ପୋଲିସକୁ। ତେଣୁ ହଡ଼ବଡ଼ାଇ ରଥଯାତ୍ରା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ କେତେ ଅତିରିକ୍ତ ପଦକ୍ଷେପ ନିଆଯାଇଥିଲା। ଆସାମ ପୋଲିସ ଡିଜି ଜୟନ୍ତ ନାରାୟଣ ଚୌଧୁରୀ ପୁଣି ଏହି ଆଶଙ୍କା ଥିବା କଥା ଦୋହରାଇଥିଲେ। କହିଥିଲେ ଓଡ଼ିଶା ଓ ଉତ୍ତରପୂର୍ବ ରାଜ୍ୟରେ ହମଲା ରଚାଇବାକୁ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବା ଏମିତି ଯୋଜନା କରିଛି। ଏଥିପାଇଁ ଓଡ଼ିଶାର କେତେକ ଧର୍ମପୀଠ ଓ ସମ୍ବେଦନଶୀଳ ଜାଗାକୁ ଚିହ୍ନଟ କରିସାରିଛି। ଆସାମ ପୋଲିସର ଏହି ଗୁଇନ୍ଦା ତଥ୍ୟ ଓଡ଼ିଶା ପୋଲିସର ନିଦ ହଜାଇ ଦେଇଥିଲା । ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ଜରୁରୀ ଚିଠି ଦେଇଥିଲା ସତର୍କ ରୁହ, ସମ୍ବେଦନଶୀଳ ସ୍ଥଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କର। ତେଣୁ ଏଥରକ ରଥଯାତ୍ରା ଓ ବାହୁଡ଼ା ଯାତ୍ରାରେ ପୋଲିସ ପକ୍ଷରୁ ତ୍ରିସ୍ତରୀୟ ଯାଞ୍ଚ ବ୍ୟବସ୍ଥା କରଯାଇଛି। ଏଥର ପୁରୀ ବଡ଼ ଦାଣ୍ଡକୁ ସେକ୍ଟରରେ ବିଭକ୍ତ କରାଯାଇଛି। ପ୍ରତି ସେକ୍ଟରରେ ୨ ସେକ୍ସନ ସଶସ୍ତ୍ର ପୋଲିସ ଫୋର୍ସ ସମେତ ଜଣେ ଇନ୍ସପେକ୍ଟର ଓ ଜଣେ ଏସଆଇ ରହିଛନ୍ତି।

Share in top social networks!

ଲସ୍କର ଟାର୍ଗେଟରେ ଓଡ଼ିଶା

ଆସାମ ପୋଲିସର ଗୁଇନ୍ଦା ତଥ୍ୟ “ଓଡ଼ିଶା ଉପରେ ଆତଙ୍କବାଦୀ ହାମଲା ହୋଇପାରେ। ଦୁର୍ଦାନ୍ତ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବା ଏମିତି ଯୋଜନା କରିଛି। ଏଥିପାଇଁ ଓଡ଼ିଶାର କେତେକ ଧର୍ମପୀଠ ଓ ସମ୍ବେଦନଶୀଳ ଜାଗାକୁ ଚିହ୍ନଟ କରିସାରିଛି। ବିଶେଷ କରି ପୁରୀ ଏବଂ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ଲସ୍କର ଟାର୍ଗେଟରେ ରହିଥିବା ଆଶଙ୍କା କରାଯାଉଛି”। ଏହି କଥା ଏବେ ଓଡ଼ିଶା ପୋଲିସର ନିଦ ହଜାଇ ଦେଇଛି। ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ଜରୁରୀ ଚିଠି ଦେଇଛି ସତର୍କ ରୁହ, ସମ୍ବେଦନଶୀଳ ସ୍ଥଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କର, ରଥଯାତ୍ରା ଚାଲିଛି, ଏପରି ସମୟରେ କିଛି ବି ଘଟିପାରେ। ରଥଯାତ୍ରା ପୂର୍ବରୁ ଏପରି ସୂଚନା ମିଳିଥିଲା ରାଜ୍ୟ ପୋଲିସକୁ। ଆତଙ୍କବାଦୀ ଆକ୍ରମଣ ଓଡ଼ିଶା ପାଇଁ ନୂଆ କଥା। ଏହାକୁ କିପରି ମୁକାବିଲା କରାଯାଏ ସେକଥା ବି ପୋଲିସକୁ ମାଲୁମ ନାହିଁ। ହାଡ଼ବଡ଼ାଇ ରଥଯାତ୍ରା ପାଇଁ କେତେ ଅତିରିକ୍ତ ପଦକ୍ଷେପ ନିଆଯାଇଥିଲା। ତେବେ ଆସାମ ପୋଲିସ ଡିଜି ଜୟନ୍ତ ନାରାୟଣ ଚୌଧୁରୀ ପୁଣି ଏହି ଆଶଙ୍କା ଥିବା କଥା ଦୋହରାଇଛନ୍ତି। ସେ ଗୌହାଟୀରେ କହିଛନ୍ତି ଯେ ଓଡ଼ିଶା ଓ ଉତ୍ତରପୂର୍ବ ରାଜ୍ୟରେ ହମଲା ରଚାଇବାକୁ ଲସ୍କର ଯୋଜନା କରିଥିବା ଜଣାପଡ଼ିଛି।

Share in top social networks!