କନକବର୍ଦ୍ଧନ ହେଲେ ରାଜ୍ୟ ବିଜେପି ସଭାପତି

39961ସମସ୍ତ କଲ୍ପନାଜଳ୍ପନାର ଅବସାନ ଘଟି, ରାଜ୍ୟ ବିଜେପି ସଭାପତି ଭାବେ ପାଟଣାଗଡ ବିଧାୟକ କନକବର୍ଦ୍ଦନ ସିଂଦେଓ ନିଯୁକ୍ତି ପାଇଛନ୍ତି । ଆଜି ଏଥିନେଇ ବିଧିବଦ୍ଧ ଭାବେ ଜଣାପଡିଛି । ଏଥିନେଇ ଦଳର ରାଷ୍ଟ୍ରୀୟ ଅଧ୍ୟକ ରଜନାଥ ସିଂଙ୍କ ରାଜ୍ୟ କାର୍ଯ୍ୟଳୟକୁ ଫ୍ଯାକ୍ସ କରିଛନ୍ତି । ଦଳର ସମସ୍ତ କର୍ମକର୍ତ୍ତା ମାନେ ଏହି ନିଷ୍ପତିକୁ ସ୍ଵାଗତ କରିଛନ୍ତି ।

ମୋଟ ଉପରେ ଗତ ଡିସେମ୍ବର ମାସରୁ ରାଜ୍ୟ ସଭାପତି ନିର୍ବାଚନ ନେଇ ଏକ ପ୍ରକାର ଟଣାଉଟରା ଚାଲିଥିବାବେଳେ ଏଥିରେ ପୂର୍ଣ୍ଣଛେଦ ପଡିଛି । ସୂଚନାଯୋଗ୍ୟ ଯେ ରାଜ୍ୟ ବିଜେପି ସଭାପତି କିଏ ହେବ ଏହାକୁ ନେଇ ବେଶ ଟଣାଉଟରା ଚାଲିଥିଲା । ତେବେ ଏହି ପଦବୀରେ ଅଧିତିଷ୍ଠ ହେବା ନେଇ ବହୁ ନେତାଙ୍କ ନାକ ଶୁଣିବାକୁ ମିଳିଥିଲା । ଏହାପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ରହିଥିବା ନିତିନ ଗଡକରି ପରେ ରାଜନାଥ ସିଂ ସଭାପତି ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ । ଏହାପରେ ଦଳର ନେତାମାନେ ଦିଲ୍ଲୀଯାଇ ସଭାପତିଙ୍କୁ ଭେଟ କରିବା ସହିତ ତୁରନ୍ତ ରାଜ୍ୟ ସଭାପତି ନିର୍ବାଚନ ନେଇ ପ୍ରକ୍ରିୟା ଆରମ୍ଭ କରିବାକୁ ମତ ଦେଇଥିଲେ । ବର୍ତମାନର ବିଧାୟକ ତଥା ବିଜେପି ବିଧାୟକ କନକବର୍ଦ୍ଧନ ସିଂ ଦେଓ ପରବର୍ତ୍ତୀ ରାଜ୍ୟ ବିଜେପି ସଭାପତି ହେବାନେଇ ଏବେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

Share in top social networks!