ଜାତିସଂଘ ଅନୁ ମହାସଚିବଙ୍କ କିସ୍ ଓ କିଟ୍ ପରିଦର୍ଶନ

IMG_8258a ଜାତିସଂଘର ଅନୁମହାସଚିବ ତଥା ଜାତିସଂଘ ପରିବେଶ ବିଭାଗର କାର୍ଯ୍ୟନିର୍ବାହୀ ନିଦେ୍ର୍ଧଶକ ଏରିକ୍ ସୋଲେମ୍ ଶୁକ୍ରବାର କଳିଙ୍ଗ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ସୋସିଆଲ୍ ସାଇନ୍ସେସ୍ (କିସ୍) ଓ କିଟ୍ ପରିଦର୍ଶନ କରିଛନ୍ତି । ସୋଲେମ୍ ଓ ତାଙ୍କ ସହ ଆସିଥିବା ଏକ ପ୍ରତିନିଧିମଣ୍ଡଳ କିଟ୍ର ବିଭିନ୍ନ କ୍ୟାମ୍ପସ୍ ବୁଲି ଦେଖିବା ସହ କିସ୍ର ବିଭିନ୍ନ ବିଭାଗ
ଅନୁଧ୍ୟାନ କରିଥିଲେ । ଏହି ଅବସରରେ କିସ୍ର ୨୫ହଜାର ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ସୋଲେମ୍ କହିଥିଲେ ଯେ, କିସ୍ହେ ଉଛି ବିଶ୍ୱର ଏକ ମାତ୍ର ସ୍ଥାନ ଯେଉଁଠି ୨୫ହଜାର ଛାତ୍ରଛାତ୍ରୀ ଗୋଟିଏ ପରିସରରେ ଏକାଠି ରହୁଛନ୍ତି ।

କିସ୍ର ପରିବେଶ ବିଶ୍ୱର ଅନ୍ୟ କୌଣସି ସ୍ଥାନରେ ମୁଁ ଦେଖିନାହିଁ ବୋଲି ସେ କହିଥିଲେ । କିଟ୍ ଓ କିସ୍ ଭଳି ଦୁଇଟି ବିଶାଳ ଅନୁÂାନ ପ୍ରତିÂା
କରିଥିବା ଅଚୁ୍ୟତ ସାମନ୍ତ ଆମ ସମସ୍ତଙ୍କ ପାଇଁ ହିରୋ ବୋଲି ସୋଲେନ୍ କହିଥିଲେ । ବିଶ୍ୱବାସୀଙ୍କ ଆଦର୍ଶ ମହାତ୍ମାଗାନ୍ଧୀ
ଯେଉଁ ଚାରୋଟି ସ୍ୱପ୍ନ ଦେଖିଥିଲେ ତାହା କିସ୍ରେ ପ୍ରତିଫଳିତ ହୋଇଛି ବୋଲି ସେ କହିଥିଲେ । ଦାରିଦ୍ର୍ୟମୁକ୍ତ ସମାଜ, ସୁରକ୍ଷିତ ପ୍ରକୃତି, ନିର୍ମଳ ଭାରତ ଗାନ୍ଧୀଜୀଙ୍କର ସ୍ୱପ୍ନ ଥିଲା । ଗାନ୍ଧୀଜୀଙ୍କର ଏହି ସବୁ ସ୍ୱପ୍ନକୁ ସାକାର କରିବାପାଇଁ ସେ ପିଲାମାନଙ୍କୁ ଆହ୍ୱାନ ଦେଇଥିଲେ । ଆମକୁ ୨୦୩୦ ମସିହା ସୁଦ୍ଧା ବିଶ୍ୱରୁ ଦାରିଦ୍ର୍ୟ ଦୂର କରିବାର ଅଛି । ଏଥିପାଇଁ ଆମକୁ ଦାରିଦ୍ର୍ୟ ବିରୋଧରେ ଲଢିବାକୁ ପଡ଼ିବ ବୋଲି ସେ ଛାତ୍ରଛାତ୍ରୀମାନଙ୍କୁ ସେ କହିଥିଲେ । ଗାନ୍ଧୀଜୀ ସବୁବେଳେ ପ୍ରକୃତିକୁ ଭଲ ପାଉଥିଲେ । ତାଙ୍କର ପ୍ରକୃତି ଉପରେ ବିଶ୍ୱାସ ରହିଥିଲା । ତୁମମାନଙ୍କୁ ପ୍ରକୃତିର ସୁରକ୍ଷା ଦିଗରେ କାର୍ଯ୍ୟ କରିବାକୁ ପଡ଼ିବବୋଲି ସେ ଛାତ୍ରଛାତ୍ରୀଙ୍କୁ କହିଥିଲେ । ଗାନ୍ଧୀଜୀ ସବୁବେଳେ କହୁଥିଲେ ଯେ ସ୍ୱଚ୍ଛତା ହେଉଛି ଭଗବତ୍ସତ୍ତା ସଦୃଶ ।

ଗାନ୍ଧୀଜୀଙ୍କର ଏହି ସବୁ ସ୍ୱପ୍ନକୁ ସାକାର କରିବା ସହ ନିଜର ପିତାମାତା, ସମାଜ, ରାଜ୍ୟ, ଦେଶ ଓ ବିଶ୍ୱର ଟେକ ରଖିବାପାଇଁ
ଚେଷ୍ଟିତ ହେବାକୁ ସୋଲେମ୍ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ । ଜାତିସଂଘ ଶତତ ବିକାଶ ୨୦୩୦ ଲକ୍ଷ୍ୟର ବରିÂ
ପରାମର୍ଶଦାତା ସତ୍ୟ ଏସ୍. ତ୍ରିପାଠୀ, ବିଏନ୍ପି ପରିବାସ୍ ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଜୁରିସ୍ ଡ଼ିରେକ୍,
ମାଇକ୍ରୋଫାଇନାନ୍ସ ଇନ୍ଷ୍ଟିଚୁସନ୍ ନେଟ୍ୱାର୍କଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ରତ୍ନା ଧରାଶ୍ରୀ ପ୍ରମୁଖ ଏହି ପ୍ରତିନିଧି ମଣ୍ଡଳରେ
ଆସିଥିଲେ । କାର୍ଯ୍ୟକ୍ରମରେ ପ୍ରତିÂାତା ଅଚୁ୍ୟତ ସାମନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କିଟ୍ ଓ କିସ୍ର ସମ୍ପାଦକ
ଆର. ଏନ୍. ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Share in top social networks!

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ କିସ୍ ଓ କିଟ୍ ପରିଦର୍ଶନ ।

kissjualbhaiକେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ତାଙ୍କ ୪ ଦିନିଆ ଓଡ଼ିଶା ଗସ୍ତର ଶେଷ ଦିବସରେ ଭୁବନେଶ୍ୱର ଠାରେ ବିଶ୍ୱବିଖ୍ୟାତ ଆଦିବାସୀ ଆବାସିକ ଶିକ୍ଷାନୁଷ୍ଠାନ କିସ୍ (କଓଝଝ)ପରିଦର୍ଶନ କରିଥିଲେ । ଅନୁଷ୍ଠାନର ପ୍ରାୟ ୨୨ ହଜାର ଛାତ୍ରଛାତ୍ରୀ ତଥା ଶିକ୍ଷାନୁଷ୍ଠାନର ବିଭିନ୍ନ ପଦାଧିକାରୀ, କର୍ମଚାରୀ ଓ ଶିକ୍ଷକଶିକ୍ଷୟତ୍ରୀମାନଙ୍କ ଗହଣରେ ଅନୁଷ୍ଠାନର ପ୍ରତିଷ୍ଠାତା ଡ଼ଃ. ଅଚୁ୍ୟତ ସାମନ୍ତ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମଙ୍କୁ ଭବ୍ୟସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ । ପ୍ରଥମେ ଶ୍ରୀ ଓରାମ କିଟ୍ ଓ କିସ୍ର ବିଭିନ୍ନ ବିଭାଗର ପରିସର ବୁଲି ଦେଖିବା ସହିତ କିସ୍ର କଇର୍ୁପକ୍ଷଙ୍କ ଠାରୁ ବିଭିନ୍ନ ତଥ୍ୟ ପଚାରି ବୁଝିଥିଲେ ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମଙ୍କ ପାଇଁ ଏକ ଭବ୍ୟ ସମ୍ବର୍ନ୍ଧନା ସଭା କିଟ୍ ଓ କିସ୍ର ପ୍ରତିଷ୍ଠାତା ଡ଼ଃ. ଅଚୁ୍ୟତ ସାମନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ନିଜର ସ୍ବାଗତ ଅଭିଭାଷଣରେ ଡ଼ଃ. ସାମନ୍ତ କହିଲେ ଯେ, ଶ୍ରୀ ଜୁଏଲ ଓରାମ ୧୯୬୧ ମସିହାରେ ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଅଐଳର
ଦୁର୍ଗମ କେନ୍ଦୁଡ଼ିହି ଗ୍ରାମର ଏକ ଗରୀବ ଆଦିବାସୀ ପରିବାରରେ ଜନ୍ମନେଇ ନିଜର କଠୋର ପରିଶ୍ରମ ,ଅଧ୍ୟବସ୍ୟାୟ ତଥା ବିଭିନ୍ନ ପ୍ରତିକୂଳ
ପରିସ୍ଥିତିରେ ସଂଗ୍ରାମ କରି ପ୍ରଥମେ ଜଣେ ଇଂଜିନିୟର ଓ ପରେ ନିଜ ସମାଜର ଉନ୍ନତି ଓ ବିକାଶ ଲକ୍ଷ୍ୟରେ ରାଜନୀତିରେ ଯୋଗଦେଇ
ଆଜି ୨ଥର ଦେଶର କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ ପଦ ଅଳଙ୍କୃତ କରିଛନ୍ତି ।

ଶ୍ରୀ ଓରାମ ଜଣେ ଆଦିବାସୀ ହୋଇଥିବାରୁ ସେ ଆଦିବାସୀ ମାନଙ୍କର ବିଭିନ୍ନ ସମସ୍ୟା ଓ ଦୁଃଖକଷ୍ଟ ଅେଙ୍ଗ ନିଭାଇଛନ୍ତି ଓ ସେମାନଙ୍କର ଉନ୍ନତି ତଥା ବିକାଶ ପାଇଁ ମଧ୍ୟ ସେ ମୂଳରୁ ନିଜର ସଂଗ୍ରାମ ଜାରି ରଖିଛନ୍ତି । ଏଥିପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀ ଅଟଳ ବିହାରି ବାଜପେୟୀ ଓ ବଇର୍ମାନର ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀ ନରେନ୍ଦ୍ର ଭାଇ ମୋଦି ତାଙ୍କୁ ଦେଶର ଆଦିବାସୀ ବ୍ୟାପାର ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ୱ ଦେଇଛନ୍ତି । କିସ୍ଠା ରେ ଏହି ନୂତନ ଶିକ୍ଷାବର୍ଷର ତଥା ନୂତନ କେନ୍ଦ୍ର ସରକାରର ପ୍ରଥମ କେନ୍ଦ୍ରମନ୍ତ୍ରୀଭାବେ ଶ୍ରୀ ଓରାମ କିଟ୍ ଓ କିସ୍ ପରିଦର୍ଶନ କରିଥିବାରୁ
ଡ଼ଃ. ସାମନ୍ତ ତାଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଏହି ସମ୍ବର୍ନ୍ଧନା ସଭାରେ ନିଜର ବକ୍ତବ୍ୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ କିସ୍ର ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟତ୍ରୀ, କର୍ମଚାରୀ ତଥା
ଅନ୍ୟାନ୍ୟ ପଦାଧିକାରମାନଙ୍କ ସହ ଡ଼ଃ. ସାମନ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଶୃଙ୍ଖଳିତ ଛାତ୍ରଛାତ୍ରୀମାନେ ଯେଉଁଭଳି ଭାବରେ ଆବେଗପୂର୍ଣ୍ଣ
ସ୍ବାଗତ ସମ୍ବର୍ଦ୍ଧନା ଜଣାଇଲେ ସେଥିରେ ଭାବବିହ୍ୱଳ ହୋଇ ଶ୍ରୀ ଓରାମ କହିଥିଲେ ଯେ , କିସ୍ ଏଭଳି ଏକ ଅନୁଷ୍ଠାନ ଯାହା
ଛାତ୍ରଛାତ୍ରୀମାନଙ୍କୁ କେବଳ ଶିକ୍ଷାଦାନ କରୁନାହିଁ ବଂର ସେମାନଙ୍କୁ ଶୃଙ୍ଖଳିତ, ସମୟାନୁବଇର୍ୀ ଏବଂ ଆମ୍ôନିର୍ଭରଶୀଳ କରାଇବା ଦିଗରେ
ଅଗ୍ରଣୀ ଭୂମିକା ଗ୍ରହଣ କରୁଛି । ଛାତ୍ରଛାତ୍ରୀମାନଙ୍କୁ ଚରିତ୍ରବାନ, ସମୟାନୁବଇର୍ୀ ଓ ସଚ୍ଚୋଟ କର୍ମଠ ହେବାକୁ ସେ ଉପଦେଶ ଦେଇଥିଲେ ।

ନିଜ ଜୀବନର ଉଦାହରଣ ଦେଇ ଶ୍ରୀ ଓରାମ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ ଯେ ପ୍ରତିକୂଳ ପରିସ୍ଥିତ ଓ ଦାରିଦ୍ର୍ୟ ସେଇ୍ୱ ନିଜର ଇଛାଶକ୍ତି,
ଆତ୍ମବିଶ୍ୱାସ ଓ ପରିଶ୍ରମ ବଳରେ ଯେକୌଣସି ଲକ୍ଷ୍ୟ ହାସଲ କରାଯାଇପାରେ । କିସ୍ ରେ ଥିବା ପ୍ରାୟ ୨୨ ହଜାର ଛାତ୍ରଛାତ୍ରୀ ଭାଗ୍ୟବାନ
ଯେ ତାଙ୍କୁ ଯେଉଁସବୁ ସୁବିଧାସୁଯୋଗ ମିଳିପାରୁଛି ସେଥିରୁ ଅନେକ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ହୋଇ
ବାହାରିବେ । ଡ଼ଃ. ସାମନ୍ତଙ୍କର ପ୍ରଚେଷ୍ଠା ଓ କିସ୍ କାର୍ଯ୍ୟକଇର୍ାମାନଙ୍କ ଉଦ୍ୟମକୁ ମନ୍ତ୍ରୀ ଶ୍ରୀ ଓରାମ ଭୂୟଂସୀ ପ୍ରଶଂସା କରିଥିଲେ ଓ ସମସ୍ତ
ଛାତ୍ରଛାତ୍ରୀମାନଙ୍କୁ ଆନ୍ତରିକ ଧନ୍ୟବାଦ ଦେଇଥିଲେ ।

ଏହି ସଭାରେ କିଟ୍ ଓ କିସ୍ର ସଂପାଦକ ଶ୍ରୀ ଆର.ଏନ.ଦାଶ ତାଙ୍କ ବ୍ୟକ୍ତବ୍ୟରେ ଶ୍ରୀ ଓରାମଙ୍କୁ ଜଣେ ସର୍ବଭାରତୀୟ ସ୍ତରରେ
ଖବ୍ ଜନପି୍ରୟ, ପ୍ରତିଷ୍ଠିତ ଜନନେତା ଭାବରେ ପରିଚିତ ବୋଲି କହିଥିଲେ । ଶ୍ରୀ ଓରାମ ପ୍ରତ୍ୟେକ ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ପାଇଁ
ଜଣେ ଶ୍ରେଷ୍ଠ ଆଦର୍ଶ ଭାବେ ଅବିହିତ କରିଥିଲେ । କେବଳ ଜଣେ ରାଜନେତା ନୁହେଁ ଶ୍ରୀ ଓରାମ ଜଣେ ଇଂଜିନୟର ଓ ଦକ୍ଷ ପ୍ରଶାସକ
ଭାବେ ପ୍ରତିଷ୍ଠିତ ବୋଲି କହିଥିଲେ । kissjualbhaiଶେଷରେ କିସ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ପ୍ରଶାନ୍ତ କୁମାର ରାଉତରାୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମଙ୍କ ସମେତ ଉପସ୍ଥିତ ସମସ୍ତଙ୍କୁ
ଧନ୍ୟବାଦ ଅର୍ପଣ କରିଥିଲେ ।

Share in top social networks!