ଜାତିସଂଘ ଅନୁ ମହାସଚିବଙ୍କ କିସ୍ ଓ କିଟ୍ ପରିଦର୍ଶନ

IMG_8258a ଜାତିସଂଘର ଅନୁମହାସଚିବ ତଥା ଜାତିସଂଘ ପରିବେଶ ବିଭାଗର କାର୍ଯ୍ୟନିର୍ବାହୀ ନିଦେ୍ର୍ଧଶକ ଏରିକ୍ ସୋଲେମ୍ ଶୁକ୍ରବାର କଳିଙ୍ଗ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ସୋସିଆଲ୍ ସାଇନ୍ସେସ୍ (କିସ୍) ଓ କିଟ୍ ପରିଦର୍ଶନ କରିଛନ୍ତି । ସୋଲେମ୍ ଓ ତାଙ୍କ ସହ ଆସିଥିବା ଏକ ପ୍ରତିନିଧିମଣ୍ଡଳ କିଟ୍ର ବିଭିନ୍ନ କ୍ୟାମ୍ପସ୍ ବୁଲି ଦେଖିବା ସହ କିସ୍ର ବିଭିନ୍ନ ବିଭାଗ
ଅନୁଧ୍ୟାନ କରିଥିଲେ । ଏହି ଅବସରରେ କିସ୍ର ୨୫ହଜାର ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ସୋଲେମ୍ କହିଥିଲେ ଯେ, କିସ୍ହେ ଉଛି ବିଶ୍ୱର ଏକ ମାତ୍ର ସ୍ଥାନ ଯେଉଁଠି ୨୫ହଜାର ଛାତ୍ରଛାତ୍ରୀ ଗୋଟିଏ ପରିସରରେ ଏକାଠି ରହୁଛନ୍ତି ।

କିସ୍ର ପରିବେଶ ବିଶ୍ୱର ଅନ୍ୟ କୌଣସି ସ୍ଥାନରେ ମୁଁ ଦେଖିନାହିଁ ବୋଲି ସେ କହିଥିଲେ । କିଟ୍ ଓ କିସ୍ ଭଳି ଦୁଇଟି ବିଶାଳ ଅନୁÂାନ ପ୍ରତିÂା
କରିଥିବା ଅଚୁ୍ୟତ ସାମନ୍ତ ଆମ ସମସ୍ତଙ୍କ ପାଇଁ ହିରୋ ବୋଲି ସୋଲେନ୍ କହିଥିଲେ । ବିଶ୍ୱବାସୀଙ୍କ ଆଦର୍ଶ ମହାତ୍ମାଗାନ୍ଧୀ
ଯେଉଁ ଚାରୋଟି ସ୍ୱପ୍ନ ଦେଖିଥିଲେ ତାହା କିସ୍ରେ ପ୍ରତିଫଳିତ ହୋଇଛି ବୋଲି ସେ କହିଥିଲେ । ଦାରିଦ୍ର୍ୟମୁକ୍ତ ସମାଜ, ସୁରକ୍ଷିତ ପ୍ରକୃତି, ନିର୍ମଳ ଭାରତ ଗାନ୍ଧୀଜୀଙ୍କର ସ୍ୱପ୍ନ ଥିଲା । ଗାନ୍ଧୀଜୀଙ୍କର ଏହି ସବୁ ସ୍ୱପ୍ନକୁ ସାକାର କରିବାପାଇଁ ସେ ପିଲାମାନଙ୍କୁ ଆହ୍ୱାନ ଦେଇଥିଲେ । ଆମକୁ ୨୦୩୦ ମସିହା ସୁଦ୍ଧା ବିଶ୍ୱରୁ ଦାରିଦ୍ର୍ୟ ଦୂର କରିବାର ଅଛି । ଏଥିପାଇଁ ଆମକୁ ଦାରିଦ୍ର୍ୟ ବିରୋଧରେ ଲଢିବାକୁ ପଡ଼ିବ ବୋଲି ସେ ଛାତ୍ରଛାତ୍ରୀମାନଙ୍କୁ ସେ କହିଥିଲେ । ଗାନ୍ଧୀଜୀ ସବୁବେଳେ ପ୍ରକୃତିକୁ ଭଲ ପାଉଥିଲେ । ତାଙ୍କର ପ୍ରକୃତି ଉପରେ ବିଶ୍ୱାସ ରହିଥିଲା । ତୁମମାନଙ୍କୁ ପ୍ରକୃତିର ସୁରକ୍ଷା ଦିଗରେ କାର୍ଯ୍ୟ କରିବାକୁ ପଡ଼ିବବୋଲି ସେ ଛାତ୍ରଛାତ୍ରୀଙ୍କୁ କହିଥିଲେ । ଗାନ୍ଧୀଜୀ ସବୁବେଳେ କହୁଥିଲେ ଯେ ସ୍ୱଚ୍ଛତା ହେଉଛି ଭଗବତ୍ସତ୍ତା ସଦୃଶ ।

ଗାନ୍ଧୀଜୀଙ୍କର ଏହି ସବୁ ସ୍ୱପ୍ନକୁ ସାକାର କରିବା ସହ ନିଜର ପିତାମାତା, ସମାଜ, ରାଜ୍ୟ, ଦେଶ ଓ ବିଶ୍ୱର ଟେକ ରଖିବାପାଇଁ
ଚେଷ୍ଟିତ ହେବାକୁ ସୋଲେମ୍ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ । ଜାତିସଂଘ ଶତତ ବିକାଶ ୨୦୩୦ ଲକ୍ଷ୍ୟର ବରିÂ
ପରାମର୍ଶଦାତା ସତ୍ୟ ଏସ୍. ତ୍ରିପାଠୀ, ବିଏନ୍ପି ପରିବାସ୍ ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଜୁରିସ୍ ଡ଼ିରେକ୍,
ମାଇକ୍ରୋଫାଇନାନ୍ସ ଇନ୍ଷ୍ଟିଚୁସନ୍ ନେଟ୍ୱାର୍କଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ରତ୍ନା ଧରାଶ୍ରୀ ପ୍ରମୁଖ ଏହି ପ୍ରତିନିଧି ମଣ୍ଡଳରେ
ଆସିଥିଲେ । କାର୍ଯ୍ୟକ୍ରମରେ ପ୍ରତିÂାତା ଅଚୁ୍ୟତ ସାମନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କିଟ୍ ଓ କିସ୍ର ସମ୍ପାଦକ
ଆର. ଏନ୍. ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Share in top social networks!

ଆଦିବାସୀ ସମ୍ବନ୍ଧୀୟ ସମସ୍ୟା ଉପରେ ଦୁଇ ଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମଙ୍କ ଦ୍ୱାରା ଉଦ୍ଘାଟିତ

jualbhaiଆଦିବାସୀ ସମ୍ବନ୍ଧୀୟ ସମସ୍ୟା ଉପରେ ଏକ ଦୁଇଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ଆଜି ଭୁବନେଶ୍ୱରସ୍ଥିିତ କିଟ୍ ବିଶ୍ୱବିଦ୍ୟାଳୟ ଠାରେ କଳିଙ୍ଗ ଇନିଷ୍ଟ୍ର୍ୟଚ୍ ଅଫ ସୋସିଆଲ ସାଇନ୍ସି ଓ କିଟ୍ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଏହାକୁ ଉଦ୍ଘାଟନ କରି କହିଲେ ଯେ, ଭାରତୀୟ ସମ୍ବିଧାନରେ ସଦ୍ୟ ସଂଶୋଧିତ ଧାରା ୨୧ (କ) ଅନୁଯାୟୀ ୬ ବର୍ଷ ବୟସରୁ ୧୪ ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁମାନଙ୍କୁ ବାଧ୍ୟତାମୂଳକ ନିଶୁଃଳ୍ପ ଶିକ୍ଷା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି ; ଯଦ୍ଧ୍ୱାରା ଆଦିବାସୀ ପରମ୍ପରାରେ ବଢ଼ିଥିବା ବାଳିକାମାନଙ୍କ ପାଇଁ ଅସୁବିଧା ସୃଷ୍ଟି ହୋଇଛି । ଏ ପ୍ରକାର ଅସୁବିଧାର ମୁକାବିଲା କରିବା ପାଇଁ ଆଦିବାସୀ ବାଳିକାମାନଙ୍କ ନିମନ୍ତେ ସ୍ୱତନ୍ତ୍ର ଛାତ୍ରାବାସ, ପ୍ରାକମେଟ୍ରିକ ଏବଂ ମେଟି୍ରକ ପର କ୍ଳାସରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ମେଧାବୀ ବୃତି ବ୍ୟବସ୍ଥା ତଥା ଉଚ୍ଚସ୍ତରୀୟ ଶିକ୍ଷାନୁଷ୍ଠାନରେ ଶିକ୍ଷାଗ୍ରହଣ ତଥା ରାଷ୍ଟ୍ରବାହାରେ ପଢ଼ୁଥିବା ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଶେଷ ମେଧାବୀ ବୃତିର ବ୍ୟବସ୍ଥା କରାଯାଇଛି ।
ଆଦିବାସୀ ଅଧ୍ୟୁଷିତ ଅଂଚଳରେ ବିଶେଷକରି କେତୋଟି ଡ଼ିଆଁ ରୋଗ, ବଂଶଗତ ରୋଗ ଏବଂ ଭିଟାମିନ୍ ଅଭାବଜନିତ ରୋଗ ପରିଲକ୍ଷିତ ହୁଏ । ଏ ସମସ୍ତ ସମସ୍ୟାର ପ୍ରତିକାର ବ୍ୟବସ୍ଥା ପାଇଁ କେନ୍ଦ୍ର ସରକାର ବିଶେଷ ପଦକ୍ଷେପ ଗ୍ରହଣ କରିଛନ୍ତି । ଉଦ୍ୟୋଗୀକରଣ ହେତୁ ଦେଶର ବିଭିନ୍ନ ସ୍ଥାନରେ ଜଙ୍ଗଲାଚଂଳ ବହୁ ପରିମାଣରେ କମିଯାଉଛି । ଆଦିବାସୀ ପରିବାରମାନେ ବିଶେଷକରି ଜଙ୍ଗଲ ଉପଜାତ ଦ୍ରବ୍ୟ ଉପରେ ନିର୍ଭର କରି ଜୀବନ ନିର୍ବାହ କରନ୍ତି । ପୁରୁଣାକାଳିଆ କୃଷି ବ୍ୟବସ୍ଥାରୁ ମୁକ୍ତ କରି ଆଧୁନିକ ଚାଷ ପ୍ରଣାଳୀ କ୍ଷେତ୍ରରେ ସେମାନଙ୍କୁ ଉପଯୁକ୍ତ ଶିକ୍ଷା ଦେଇ ସେମାନଙ୍କ ଜୀବନ ପ୍ରଣାଳୀକୁ ଆହୁରି ସରଳ ଓ ସହଜ କରିବା ପାଇଁ କେନ୍ଦ୍ର ସରକାର ପ୍ରତିଶୃତିବଦ୍ଧ । ସର୍ବାଧିକ ଲଘୁବନଜାତ ଦ୍ରବ୍ୟ ମୂଲ୍ୟ (ଏମ.ଏଫ.ପି ଏବଂ ଏମ୍.ଏସ.ପି) ସାହାଯ୍ୟରେ ସେମାନଙ୍କ ଜୀବନଧାରାକୁ ଆହୁରି ସହଜ କରିବାପାଇଁ କେନ୍ଦ୍ର ସରକାର ବିଶେଷ ଯତ୍ନବାନ । ପାର୍ବତ୍ୟ ଅଂଚଳ ତଥା ଆଦିବାସୀ ଅଧୁ୍ୟଷିତ ଇଲାକାରେ ମାଓବାଦୀ-ସନ୍ତ୍ରାସବାଦ ଗତ ଦୁଇ ଦଶନ୍ଧିରେ ବହୁ ପରିମାଣରେ ବୃଦ୍ଧି ପାଇଛି । ଉକ୍ତ ଅଂଚଳମାନଙ୍କରେ ବିକାଶର ଧାରା ବ୍ୟାହାତ ହୋଇଛି । ସରକାରଙ୍କ ତରଫରୁ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସଂଗେସଂଗେ ଆଦିବାସୀ ଜନତାଙ୍କ ଭିତରେ ଉପଯୁକ୍ତ ଜାଗରଣ ସୃଷ୍ଟି କରି ଶିକ୍ଷା ଏବଂ ଶ୍ରମ ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଏ ସମସ୍ତ ଦିଗରେ କେନ୍ଦ୍ର ସରକାର ଓøଦ୍ୟୋଗିକ ସଂସ୍ଥାମାନଙ୍କର ଦାୟିତ୍ୱକୁ ବଢ଼ାଇବା ପାଇଁ ସ୍ୱତନ୍ତ୍ର କାନୁନ୍ ପ୍ରସ୍ତୁତ କରିଛନ୍ତି ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ଭାଇ ମୋଦିଜୀ ଏ ଦିଗରେ ବିଶେଷ ଉତ୍ସାହ ପ୍ରଦର୍ଶନ କରିଛନ୍ତି ।
ଭୁବନେଶ୍ୱରର କିଟ୍ ଓ କିସ୍ ଆନୁକୂଲ୍ୟରେ ଆଦିବାସୀ ବ୍ୟାପାରକୁ କେନ୍ଦ୍ର କରି ଆର୍ନ୍ତରାଷ୍ଟୀୟ ସମ୍ମିଳନୀ ଆୟୋଜନ କରିଥିବାରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ ଅନୁଷ୍ଠାନର ଉଦ୍ୟୋକ୍ତାମାନଙ୍କୁ ବିଶେଷ ସାଧୁବାଦ ଜଣାଇଥିଲେ ।
ଏହି ଆନ୍ତର୍ଜାତୀୟ ସମ୍ମିଳନୀରେ ନାଇଜେରିଆ, କଲମ୍ବିଆ, କ୍ରୋସିଆ, ଚେକ୍ ରିପବ୍ଳିକ, ଇଥିଓପିଆ, ଗୁଆଟାମାଲା, ଉଗାଣ୍ଡା, ବୁରୁଣ୍ଡି ତଥା ସେନେଗାଲ୍ ଭଳି ୨୩ଟି ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଓ ବୈଦେଶିକ ବିଭାର ବରିଷ୍ଠ କର୍ମକର୍ତାଙ୍କ ସମେତ ୟୁ.ଏନ.ଏଫ.ପି.ଏ , ୟୁ.ଏନ.ଡ଼ି.ପି, ଆଇ.ଏଲ୍.ଓ ଭଳି ଆର୍ନ୍ତରାଷ୍ଟ୍ରୀୟ ସଂଗଠନର ମୁଖ୍ୟ ପ୍ରତିନିଧି ଓ ଦିଲ୍ଲୀ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଆନନ୍ଦ କୁମାର ଏବଂ ମହାରାଷ୍ଟ ସରକାରଙ୍କ ଟି.ଆର.ଟି.ଆଇ. କମିଶନର ଶ୍ରୀ ଏସ.ଏମ୍. ସରକୁଣ୍ଡେ ଓ ବହୁ ବୁଦ୍ଧିଜୀବି ପ୍ରମୁଖ ଯୋଗଦେଇଥିଲେ ।

Share in top social networks!