କଳିଙ୍ଗ ଷ୍ଟାଡିୟମରେ ହେବ ନୂଆ ସୁଇମିଂ ପୁଲ୍

ksଭୁବନେଶ୍ଵରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଥିବା ବିଜୁ ପଟ୍ଟନାୟକ ସୁଇମିଂ ପୁଲ୍ ପରିସରରେ ଆଉ ଏକ ନୂତନ ସୁଇମିଂ ପୁଲ୍ ପ୍ରତିଷ୍ଠା କରାଯିବ । କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ରମେଶ ଚନ୍ଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବିଜୁ ପଟ୍ଟନାୟକ ସୁଇମିଂ ପୁଲ୍ ର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଦିନକୁଦିନ ସୁଇମିଂ ପୁଲ୍ ର ଲୋକପ୍ରିୟତା ବୃଦ୍ଧି ପାଉଥିବା ଏବଂ କିଶୋର ବର୍ଗର ସନ୍ତରଣକାରୀଙ୍କ ସଂଖ୍ୟା ବୃଦ୍ଧି ହେଉଥିବା ଦୃଷ୍ଟିକୋଣରୁ ଏହି ନିଷ୍ପତ୍ତି ଗ୍ରହଣକରାଯାଇଛି । ପୂର୍ବରୁ ରହିଥିବା ସୁଇମିଂପୁଲ୍ ରେ ପେଏଣ୍ଡ ପ୍ଲେ ସ୍କିମ୍ ରେସନ୍ତରଣକାରୀଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଥିଲା । ଆଗକୁ ଏହାର ଚାହିଦା ଯଥେଷ୍ଟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

ତେବେ ଏହାର ସ୍ୱଳ୍ପ ଗଭୀର ସୁଇମିଂ ପୁଲ୍ ହେବ ଏବଂ ଏହାକୁ ସନ୍ତରଣକାରୀଙ୍କ ଶରୀରର ଉଷ୍ମତାବୃଦ୍ଧି ନିମନ୍ତେ ବ୍ୟବହାର କରାଯିବ ବୋଲି ଜଣାପଡିଛି । ଡାଇଭିଙ୍ଗ ପ୍ରଶିକ୍ଷଣ ପାଇଁ ଅସ୍ଥାୟୀଭାବେ ଭୁବନେଶ୍ଵରସ୍ଥିତ କେନ୍ଦ୍ରୀୟ ରିଜର୍ଭ ପୋଲିସର ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଶ୍ରୀମତୀ ରସମିତା ଦାସଙ୍କୁ କୋଚ୍ ଭାବେ ନୁଯୁକ୍ତି କରାଯାଇଛି । ସେହିଭଳି ବୈଠକରେ ସନ୍ତରଣର ବିଭିନ୍ନ ଭାଗରେ କାର୍ଯ୍ୟକରୁଥିବା ସପୋର୍ଟ ଷ୍ଟାଫ୍ ଙ୍କ ପାରିଶ୍ରମିକକୁ ବୃଦ୍ଧି କରିବା ପାଇଁ ମଧ୍ୟ ନିଷ୍ପତ୍ତି ଗ୍ରହଣ କରାଯାଇଛି । ତତ୍ ବ୍ୟତୀତ ସୁଇମିଂ ପୁଲ୍ ର ବାର୍ଷିକ ଆଯ ବ୍ୟୟ ବୈଠକରେ ଉପସ୍ଥାପନ କରାଯାଇ ତାର ଅନୁମୋଦନ କରାଯାଇଥିଲା । ଆଗାମୀଦିନରେ ତାଲିମ ପ୍ରାପ୍ତ ସନ୍ତରଣ ପ୍ରଶିକ୍ଷଣ ନିଯୁକ୍ତି ଉପରେ କମିଟି ଶୀଘ୍ର ନିଷ୍ପତ୍ତି ନେବ ବୋଲି ବିଭାଗୀୟ ମନ୍ତ୍ରୀ ପ୍ରକାଶ କରିଛନ୍ତି ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ା ଓ ଯୁବସେବା ବିଭାଗ କମିଶନର ତଥା ସଚିବ ଶ୍ରୀ ହୃଷୀକେଶ ତ୍ରିପାଠୀ,କ୍ରୀଡ଼ା ନିର୍ଦ୍ଦେଶକ ଶ୍ରୀ ଡି.ଭି.ସ୍ଵାମୀ,ଓଡିଶା ସୁଇମିଂ ଆସୋସିଏସନର ସଂପାଦକ ଶ୍ରୀ ପୀତାମ୍ବର ଜେନା,ଇଡକୋର ମୁଖ୍ୟ ସାଧାରଣ ପରିଚାଳକ ଓ ଅନ୍ୟାନ୍ୟ କ୍ରୀଡ଼ାସଂଘର କର୍ମକର୍ତ୍ତା,କ୍ରୀଡ଼ା ପ୍ରଶାସକ ପ୍ରମୁଖ ଯୋଗ ଦେଇଥିଲେ ।

Share in top social networks!

କଳିଙ୍ଗ ଷ୍ଟାଡିୟମ୍ ସୌନ୍ଦର୍ଯ୍ୟକରଣ : ଖର୍ଚ୍ଚ ହେବ ୪.୪ କୋଟି ଟଙ୍କା

Kalinga Stadium, Bhubaneswar, Orissaଭୁବନେଶ୍ଵର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ର ଖାଲିରହିଥିବା ପାଖାପାଖି ୧୬ ଏକର ଜମିର ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ କରାଯିବାକୁ କ୍ରୀଡା ଓ ଯୁବସେବା ବିଭାଗ ଦ୍ଵାରା ୪.୪୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏଥିରେ ଲ୍ୟାଣ୍ଡ ସ୍କେପିଂ , କୃତ୍ରିମ ଝରଣା ,କ୍ଷୁଦ୍ର ପ୍ରାଚୀର ,ଉଦ୍ୟାନ ,ଜଳ ସିଞ୍ଚନ ବ୍ୟବସ୍ଥା ,ଗଭୀର ନଳକୂପ ଖନନ ଭଳି ସୌନ୍ଦର୍ଯ୍ୟ କରଣ ପ୍ରସାଧାନ ଗୁଡିକର ବ୍ୟବସ୍ଥା କରାଯିବ । ଏହି କାର୍ଯ୍ୟ ୨୦୧୩ ମସିହା ଡିସେମ୍ବର ସୁଦ୍ଧା ଶେଷ କରାଯିବାକୁ ଲକ୍ଷ ଧାର୍ଯ୍ୟ କରାଯାଇଛି ।

ଏହାକୁ ଓଡିଶା ଉଦ୍ୟାନ କୃଷି ବିକାଶ ସମିତି ଦ୍ଵାରା କରାଯିବ । ସମିତି ନିର୍ମାଣ ପରେ ଏକ ବର୍ଷ ପାଇଁ ଏଗୁଡ଼ିକର ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ଵ ତୁଲାଇବେ ବୋଲି ଚୁକ୍ତି କରାଯାଇଛି । ପୁରବାରୁ କ୍ରୀଡା ନିମନ୍ତେ ୧୭କୋଟି ଟଙ୍କା ବ୍ୟୟ ଅଟକଳରେ ଷ୍ଟାଡିୟମ୍ ପରିସରରେ ବହୁମୂଖୀ ଇନ୍ ଡୋର ହଲ ନିର୍ମାଣ କରାଯାଇଛି । ସେହିପରି ସାଢେ ଚାରିକୋଟି ଟଙ୍କା ବ୍ୟୟରେ ହକି ଟର୍ଫ ,ସିନ୍ଥେଟିକ୍ ଟର୍ଫ, ଫ୍ଲଡ୍ ଲାଇଟ ପ୍ରଭୃତି ଖଞ୍ଜାଯାଇଛି ।

ଷ୍ଟାଡିୟମରେ ଏଣିକି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ବିଭିନ୍ନ କ୍ରୀଡାର ଆୟୋଜନ କରାଯାଇପାରିବ । ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମ ପରେ ଏହା କେବଳ ରାଜଧାନୀ ବାସୀ ଙ୍କ ପାଇଁ ନୁହଁ ବରଂ ସମଗ୍ର ରାଜ୍ୟର ଏକ ପ୍ରମୁଖ କ୍ରୀଡାସ୍ଥଳ ଭାବେ ବିବେଚିତ ହେବା ସହ ଆନ୍ତର୍ଜାତୀୟ ସ୍ତରର ଷ୍ଟାଡିୟମ୍ ଭାବେ ମାନ୍ୟତା ପାଇ ପାରିବ ବୋଲି ବିଭାଗୀୟ ମନ୍ତ୍ରୀ ଶ୍ରୀ ରମେଶ ଚନ୍ଦ୍ର ମାଝୀ ପ୍ରକାଶ କରିଛନ୍ତି । ସମ୍ପ୍ରତି ଷ୍ଟାଡିୟମ୍ କୁ ଖେଳାଳିଙ୍କ ବ୍ୟତୀତ ବହୁ ସଂଖ୍ୟାରେ ସାଧାରଣ ଜନତା ପ୍ରାତଃ ଭ୍ରମଣ ଏବଂ ସନ୍ତରଣ ନିମନ୍ତେ ବ୍ୟବହାର କରୁଛନ୍ତି ।

Share in top social networks!