କୈଳାସ ସତ୍ୟାର୍ଥୀଙ୍କ ଭାରତ ଯାତ୍ରା ଅଭିଯାନ ଭାରତର ଶିଶୁଙ୍କୁ ସୁରକ୍ଷା ପ୍ରଦାନ କରିବ: ରାଷ୍ଟ୍ରପତି

Nobel Laureate Kailash Satyarthi and President of India Ram Nath Kovindନୋବେଲ ଶାନ୍ତି ପୁରସ୍କାର ବିଜେତା ଶ୍ରୀ କୈଳାସ ସତ୍ୟାର୍ଥୀ ଦେଶରେ ହେଉଥିବା ଶିଶୁ ଯୌନ ଉପôୀଡନ ଏବଂ ଶିଶୁ ଚାଲାଣ ବିରୋଧରେଆରମ୍ଭ କରିଥିବା ଭାରତ ଯାତ୍ରା ଅଭିଯାନ ଦେଶର ଶିଶୁଙ୍କୁ ସୁରକ୍ଷା ପ୍ରଦାନ କରିବ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି । କୈଳାସ ସମାଜରେ ଶିଶୁଙ୍କ ପ୍ରତି ହେଉଥିବା ଅତ୍ୟାଚର ବିରୋଧରେ ସ୍ୱର ଉତୋଳନ କରି ନୀରବତା ଭ୍ଗ କରିଛନ୍ତି । ଏହା ଦ୍ୱାରା ଦେଶର ଜନସାଧାରଣ ସଚେତନ ହୋଇପାରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୨ ସୁଦ୍ଧା ନୂଆ ଭାରତ ନିର୍ମାଣ ଲକ୍ଷ୍ୟ ରଖିଛନ୍ତି । ସେହିପରି ଏହି ବର୍ଷ ଭାରତ ୭୫ତମ ସ୍ୱାଧୀନତା ଦିବସ ପାଳନ କରିବ । ତେଣୁ ଏହା ବିଶେଷ ମହତ୍ୱ ରଖୁଛି । କୈଳାସ ଏହି ମର୍ମରେ ୫ ବର୍ଷିଆ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିଛନ୍ତି । ଆଇଏଲଓ ପକ୍ଷରୁ ୧୩୮ ଏବଂ ୧୮୨ ଅଧିବେଶନରେ ୨୦୨୫ ସୁଦ୍ଧା ଶିଶୁ ଶ୍ରମିକ ସମସ୍ୟାର ନିରାକରଣ ପାଇଁ ଲକ୍ଷ୍ୟ ଉପସ୍ଥାପନ କରିଛି ।

କୈଳାସ ନିଜର ୩୫ ଦିନିଆ ଭାରତ ଯାତ୍ରାରେ ୧୧ ସେପ୍ଟେମ୍ବରଠାରୁ ୧୬ ଅକ୍ଟୋବର ମଧ୍ୟରେ ବିଭିନ୍ନ ରାଜ୍ୟ ସରକାର, ଆଇନ ବ୍ୟବସ୍ଥା ସହିତ ଜଡିତଥବବା ବ୍ୟକ୍ତି ବିଶେଷ, କର୍ପୋରେଟ୍ ସଂସ୍ଥା, ସେଲିବ୍ରିଟି ଆଦିଙ୍କୁ ସାକ୍ଷାତ କରି ଏହା ନିରାକରଣର ପଥ ଖୋଜିଛନ୍ତି । ଇତିମଧ୍ୟରେ ଏହି ଅଭିଯାନକୁ ୬ କୋଟି ଲୋକ ଓ ଶିଶୁଙ୍କ ସମର୍ଥନ ମିଳିସାରିଛି ।

ଶିଶୁଙ୍କ ପାଇଁ ଭାରତ ସରକାର ଅଧିକ ବଜେଟ୍ ରଖିବା ଆବଶ୍ୟକ । ସମ୍ପ୍ରତି ଏହା ୪ ପ୍ରତିଶତ ରହିଛି । ସେହିପରି ଆଂଟି-ଟ୍ରାଫିକିଙ୍ଗ୍ ନିୟମର ପ୍ରଣୟନ ଦ୍ୱାରା ଶିଶୁ ସୁରକ୍ଷିତ ରହିପାରିବେ । ଏସମ୍ପର୍କିତ ବିଲ୍ ସଂସଦର ଆଗାମୀ ଅଧିବେଶନରେ ଅଣାଯିବାର ୍ରଆଶା ରହିଛି ।

ଭାରତ ଯାତ୍ରା ଅଭିଯାନ ଦେଶର ୨୨ ରାଜ୍ୟସରକାରଙ୍କୁ ଉତ୍ସାହିତ କରିଛି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ଏପରି ଅପରାଧୀଙ୍କୁ ମୃତୁ୍ୟଦଣ୍ଡ ଦିଆଯିବା ଉଚିତ ବୋଲି କହିଛନ୍ତି । ସେହିପରି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି ଯେ, ରାଜ୍ୟରେ ସତ୍ୟାର୍ଥୀଙ୍କ ତତ୍ୱାବଧାନରେ ଶିଶୁ ସୁରକ୍ଷା ଆଇନ୍ ପ୍ରସ୍ତୁତ କରାଯିବ ।

୫ମ ସପ୍ତାହରେ ପହଂଚିଛି । ଇତିମ୍ମରେ ଏହି ଅଭିଯାନକୁ ଏକ କୋଟି ଲୋକଙ୍କ ସମର୍ଥନ ମିଳିସାରିଛି । ବିଭିନ୍ନ ରାଜ୍ୟ ସରକାର, ଆଇନ ବ୍ୟବସ୍ଥା ସହିତ ଜଡିତଥବବା ବ୍ୟକ୍ତି ବିଶେଷ, କର୍ପୋରେଟ୍ ସଂସ୍ଥା, ସେଲିବ୍ରିଟି, ଛୋଟ ପିଲା, ଯୁବବର୍ଗ ତଥା ସାଧାରଣ ନାଗରିକଙ୍କ ବିପୁଳ ସମର୍ଥନ ମିଳିଛି ।

ସେପ୍ଟେମ୍ବର ୧୧ ତାରିଖରୁ ଆରମ୍ଭ ହୋଇଥିବା ୧୧,୦୦୦ କିଲୋମିଟର ଭାରତ ଯାତ୍ରା ଅଭିଯାନ ଦେଶର ୨୨ ରାଜ୍ୟସରକାରଙ୍କୁ ଉତ୍ସାହିତ କରିଛି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ଏପରି ଅପରାଧୀଙ୍କୁ ମୃତୁ୍ୟଦଣ୍ଡ ଦିଆଯିବା ଉଚିତ ବୋଲି କହିଛନ୍ତି । ସେହିପରି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି ଯେ, ରାଜ୍ୟରେ ସତ୍ୟାର୍ଥୀଙ୍କ ତତ୍ୱାବଧାନରେ ଶିଶୁ ସୁରକ୍ଷା ଆଇନ୍ ପ୍ରସ୍ତୁତ କରାଯିବ ।

ଏହି ଅଭିଯାନକୁ କର୍ଣ୍ଣାଟକର ବିଦର ସାଂସଦ ବଗୱାନ୍ତ କୁମ୍ଭ, ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ, କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ସମର୍ଥନ ମିଳିଛି ।

ସେହିପରି ଯାତ୍ରାକୁ ଅମିତାଭ ବଚ୍ଚନ, ଅନୁପମ୍ ଖେର, ଇଲିୟାରାଜା, ଆମଲା ଆଖିନି, ବିବେକ ଓବରାଇ ଆଦି ସେଲିବ୍ରିଟିଙ୍କ ସମର୍ଥନ ମିଳିଛି ।

Share in top social networks!