ଜୟନ୍ତୀ ପଟ୍ଟନାୟକଙ୍କ ସୂଚନା ମୁଁ ସକ୍ରିୟ ରାଜନୀତିରେ ରହିଛି

ନୂଆବର୍ଷ ପାଇଁ ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କ ଘରେ ହୋଇଥିବା ଭୋଜି ରେ ବହୁ କଂଗ୍ରେସ ନେତାମାନଙ୍କର ଯୋଗଦାନକୁ ନେଇ ରାଜନୀତି ପାଣିପାଗ ସରଗରମ ରହିଥିବାବେଳେ ଆଜି ଏହି ଘଟଣାକୁ ନେଇ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି ଶ୍ରୀମତୀ ପଟ୍ଟନାୟକ |
Untitled-1-copy9-303x240
ଏକ ଚ୍ୟାନେଲ ରେ ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ଏବେବି ମୁଁ ସକ୍ରିୟ ରାଜନୀତିରେ ରହିଛି | ନୂଆବର୍ଷ ପାଇଁ ଭୋଜିଭାତର ଆୟୋଜନ କରାଯାଇଥିଲା | ଏଥିରେ ବହୁ ବରିଷ୍ଠ ନେତାମାନେ ଯୋଗଦାନ କରିଥିଲେ | ତେଣୁ ଏହିପରି ଘଟଣା କୁ ନେଇ ରାଜନୀତିର ରଙ୍ଗଦିଆଯିବା ଠିକ ନୁହେଁ | ମୁଁ ଏବେବି କଂଗ୍ରେସ ଦଳ ରେ ଅଛି | ଆବଶ୍ୟକ ପଡିଲେ ୨୦୧୪ ସାଧାରଣ ନିର୍ବାଚନ ରେ ଲଢିବି | କଟକ ଲୋକମାନେ ବାଧ୍ୟକରୁଛନ୍ତି |

ସେଥିପାଇଁ ଆବଶ୍ୟକ ପଡିଲେ ମୁଁ ନିର୍ବାଚନ ଲଢିବି ବୋଲି ଶ୍ରୀମତୀ ପଟ୍ଟନାୟକ ପ୍ରକାଶ କରିଛନ୍ତି | ଅନ୍ୟପକ୍ଷରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କ ପତ୍ରିକ୍ରିୟା ରେ କହିଛନ୍ତି ଯେ ଯେଉଁମାନଙ୍କର କୌଣସି କାମ ନାହିଁ ସେମାନେ ଏପରି ବିଷାକ୍ତ ମନୋଭାବ ନେଇ କାର୍ଯ୍ୟକରୁଛନ୍ତି | ଏଠାରେ ସୂଚନାଯୋଗ୍ୟ ଯେ ନୂଆବର୍ଷ ପାଇଁ ଶ୍ରୀମତୀ ପଟ୍ଟନାୟକଙ୍କ ଘରେ ଭୋଜିଭାତର ଆୟୋଜନ କରାଯାଇଥିଲା | ଏଥିରେ ପିସିସି ସଭାପତିଙ୍କ ସମେତ ଦଳର ବହୁ ବରିଷ୍ଠ ନେତାମାନେ ଯୋଗଦାନ କରିଥିଲେ |

Share in top social networks!