ଉତ୍ତରାଖଣ୍ଡ ପୀଡିତଙ୍କ ପାଇଁ ଇମ୍ଫା କର୍ମଚାରୀଙ୍କ ର ୭୫ ଲକ୍ଷ ଟଙ୍କା ସହାୟତା

42244ଗତ ମାସରେ ଉତ୍ତରାଖଣ୍ଡରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାଦ୍ୱାରା ପୀଡିତ ଲୋକଙ୍କର ଦୀର୍ଘମିଆଦୀ ଥଇଥାନ ବ୍ୟବସ୍ଥା ଉଦ୍ଦେଶ୍ୟରେ ଇମ୍ଫା କର୍ମଚାରୀମାନେ ପ୍ରଧାନ ମନ୍ତ୍ରୀ ରିଲିଫ ଫଣ୍ଡ୍ କୁ ସେମାନଙ୍କର ଗୋଟିଏ ଦିନର ଦରମା ଦାନ କରିଛନ୍ତି । ଏହାର ପରିମାଣ ହାରାହାରି ୧୮ ଲକ୍ଷ ତାଙ୍କା ହୋଇଥିବାବେଳେ ତାହା ସହିତ କମ୍ପାନୀର ଅଂଶଦାନକୁ ମିଶାଇ ସର୍ବମୋଟ ୭୫ ଲକ୍ଷ ଟଙ୍କା ପ୍ରଧାନ ମନ୍ତ୍ରୀ ରିଲିଫ୍ ଫଣ୍ଡକୁ ଦାନ କରାଯାଉଛି ।

Share in top social networks!

ଇମ୍ଫାର ନିଜସ୍ଵ ୧୨୦ ମେଗାୱାଟ ପାୱାର ପ୍ଲାଣ୍ଟର ଦ୍ଵିତୀୟ ୟୁନିଟ୍ ଚାଲୁ

42244ଭାରତର ଅଗ୍ରଣୀ ତଥା ପୂର୍ଣ୍ଣ ଏକୀକୃତ ମୂଲ୍ୟଯୁକ୍ତ ଫେରୋକ୍ରୋମ ଉତ୍ପାଦନ କାରୀ କମ୍ପାନୀ ଇଣ୍ଡିଆନ ମେଟାଲ୍ସ ଆଣ୍ଡ ଫେରୋଆଲଏଜ୍ କମ୍ପାନୀ ଏହାର ଚୌଦ୍ଵାର ସ୍ଥିତ ୨x୬୦ ମେଗାୱାଟ ପାୱାର ପ୍ଳାଣ୍ଟ ର ଦ୍ଵିତୀୟ ୟୁନିଟ୍ କାର୍ଯ୍ୟକାରୀ ହେବାର ଘୋଷଣା କରିଛି । ଏହାର ପ୍ରଥମ ୟୁନିଟଟି ଚଳିତ ବର୍ଷ ଜାନୁଆରୀ ମାସରେ ଚାଲୁ ହୋଇଥିଲା । ଦ୍ଵିତୀୟ ୟୁନିଟ କାର୍ଯ୍ୟକାରୀ ହେବା ଦ୍ଵାରା କମ୍ପାନୀର ନିଜସ୍ଵ ଶକ୍ତି ଉତ୍ପାଦନ କ୍ଷମତା ବାର୍ତ୍ତମାନ ୨୫୮ ମେଗାୱାଟ ରେ ପହଞ୍ଚିଛି ।

ହାରାହାରି ୬୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ୧୨୦ ମେଗାୱାଟ ପାୱାର ପ୍ଳାଣ୍ଟ ମୁଖ୍ୟତଃ ଇମ୍ଫାର ଫେରୋକ୍ରୋମ୍ ଉତ୍ପାଦନ ପାଇଁ ନିଜସ୍ଵ ବିଦ୍ୟୁତ ଆବଶ୍ୟକତାକୁ ପୂରଣ କରିବ । ତେବେ,ବଳକା ବିଦ୍ୟୁତ ଗ୍ରୀଡକୋ କିମ୍ବା ତୃତୀୟ ପକ୍ଷକୁ ବିକ୍ରୀ କରାଯାଇପାରିବ ,ଯାହାକି ଭୁବନେଶ୍ଵର-କଟକ ଦ୍ଵିତନଗରୀରେ ଉନ୍ନତମାନର ବିଦ୍ୟୁତ ଯୋଗାଣରେ ସହାୟକ ହେବ । ଅତ୍ୟାଧୁନିକ ସିଏଫବିସି ବଏଲର ଗୁଡିକ ୱାସେରୀ ରିଜେକ୍ଟ ସହିତ ବିଭିନ୍ନ ଶ୍ରେଣୀରେ କୋଇଲା ଉପଯୋଗରେ ଅତି ଦକ୍ଷ ଓ ସମର୍ଥ ହୋଇଥିବାରୁ ଉତ୍ପାଦନ ଖର୍ଚ୍ଚ ହ୍ରାସରେ ସହାୟକ ହେବ ।

ଏହି ଅଗ୍ରଗତି ଉପରେ ନିଜର ମତାବତ ଦେଇ କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟର ଶୁଭ୍ରକାନ୍ତ ପଣ୍ଡା କହିଲେ, “ଆମର ବିଦ୍ୟୁତ ଉତ୍ପାଦନ କ୍ଷମତା ପାଖାପାଖି ଦ୍ଵିଗୁଣିତ ହୋଇଥିବାରୁ ୧୨୦ ମେଗାୱାଟ ନିଜସ୍ଵ ପାୱାର ପ୍ଲାଣ୍ଟର ଦ୍ଵିତୀୟ ୟୁନିଟ କାର୍ଯ୍ୟକ୍ଷମ ହେବା ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଏବଂ ବର୍ତ୍ତମାନ ଆମେ ଆମର ଫେରୋକ୍ରୋମ୍ ସ୍ମେଲଟିଙ୍ଗ କ୍ଷମତାକୁ ବୃଦ୍ଧି କରିବା ପାଇଁ ଆଶା ରଖିଛୁ,ଯାହାକି ସକ୍ରିୟ ବିଚାରାଧୀନ ରହିଛି । ସମସ୍ତଙ୍କର ସମର୍ପଣ ଭାବ ଓ ଅକ୍ଲାନ୍ତ ଉଦ୍ୟମ ପାଇଁ ମୁଁ ସଂପୂର୍ଣ୍ଣ ଇମ୍ଫା ଟିମ୍ ନିକଟରେ କୃତଜ୍ଞ।”

Share in top social networks!