୨୦୧୩/୧୪ ରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ୧୦୦୦ ହଷ୍ଟେଲ ନିର୍ମାଣ ହେବ

tn_13-3-2013=1ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟ ଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ବିଭିନ୍ନ ଆଇନ ଓ ଯୋଜନାରେ ଆଦିବାସୀମାନଙ୍କୁ ଜମିପ୍ରଦାନ କାର୍ଯ୍ୟକ୍ରମ ଓ ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ନିର୍ମାଣ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଛନ୍ତି । ଜମି ସମ୍ପର୍କରେ ଆଦିବାସୀମାନଙ୍କ ଆବେଦନକୁ ତୁରନ୍ତ ଫଇସାଲା କରି କାମତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ବୈଠକରେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବୈଠକର ସୂଚନା ଅନୁଯାୟୀ ଜଙ୍ଗଲ ଜମି ଅଧିକାର ଆଇନ ରେ (FRA) ବର୍ତ୍ତମାନ ସୁଦ୍ଧା ୩,୨୭,୪୯୬ଜଣ ବ୍ୟକ୍ତିଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଇଛି । ଖୁବ୍ ଶୀଘ୍ର ଆଉ ୨୩ହଜାର ବ୍ୟକ୍ତିକୁ ପଟ୍ଟା ପ୍ରଦାନ କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା ।

ସୂଚନାଯୋଗ୍ୟ ଜଙ୍ଗଲ ଜମି ଅଧିକାର ଆଇନ୍ ରେ ଫଇସଲା ଓ ପଟ୍ଟା ପ୍ରଦାନରେ ଓଡିଶା ସମଗ୍ର ଦେଶରେ ଏକ ନମ୍ବର ସ୍ଥାନରେ ରହିଛି । ସେହିପରି OTELP ଯୋଜନାରେ ବର୍ତ୍ତମାନସୁଦ୍ଧା ୧୨ହଜାର ପରିବାରକୁ ଜମିପଟ୍ଟା ଦିଆଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ଭୂମିହିନ ଆଦିବାସୀଙ୍କୁ ଚିହ୍ନଟ କରିବା ପାଇଁ OTELP ଯୋଜନାର ୩୦ଟି ବ୍ଲକ୍ ରେ ୫୫୦ଜଣ କମ୍ୟୁନିଟି ରିସୋର୍ସପରସନ ନିଯୁକ୍ତି କରାଯାଇଛି ଏବଂ ସେମାନେ ୨୬ହଜାର ଭୂମିହିନ ଆଦିବାସୀ ପରିବାର ଚିହ୍ନଟ କରୁଛନ୍ତି ।

ଏହି ଯୋଜନାରେ ବସୁନ୍ଧରା,ମୋ ଜମି ମୋ ଡିହ ,OPLE ଓ OGLS ପ୍ରଭୃତି କାର୍ଯ୍ୟକ୍ରମର ଭୂମିହିନ ଆଦିବାସୀଙ୍କୁ ଜମି ପ୍ରଦାନ କରାଯାଇଛି । ୨୦୧୬-୧୭ସୁଦ୍ଧା ୧୧୮ଟି ଉପଯୋଜନା ବ୍ଲକ ଅନ୍ତର୍ଗତ ୧୮ହଜାର ଗ୍ରାମର ୫ଲକ୍ଷ ଆଦିବାସୀଙ୍କୁ ଜମି ଯୋଗାଇ ଦେବାର ଲକ୍ଷ୍ୟ ରହିଛି । ସେହିପରି ୧୭,୭୦୬ ଟି ଆଦିମ ଜନଜାତି ପରିବାରକୁ ଜମିପଟ୍ଟା ଦିଆଯାଇଛି ଓ ସେମାନଙ୍କୁ ୨୬,ହଜାର୯୦୦ଏକର ଜାକି ଯୋଗାଇଦିଆଯାଇଛି ବୋଲି ବୈଠକରେ ସୁଚନା ଦିଆଯାଇଥିଲା । ଜମି ପାଇଥିବା ବ୍ୟକ୍ତି ମାନଙ୍କୁ ବିଭିନ୍ନ ଯୋଜନାରେ ଘର ଓ ଜମି ବିକାଶର ସୁବିଧା କରାଯାଉଛି । ସେମାନଙ୍କୁ ଇନ୍ଦିରା ଆବାସ ଓ ମୋ କୁଡିଆ ରେ ଘର ଦିଆଯାଉଥିବା ବେଳେ ମୋପୋଖରୀ,MGNQEGS,ବାଉଁଶ ମିସନ ଓ ଅନ୍ୟାନ୍ୟ ଯୋଜନାରେ ଜମିର ଉନ୍ନତି କରଣ କରାଯାଉଛି ।

ସେହିପରି ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ପାଇଁ ହଷ୍ଟେଲ ନିର୍ମାଣ କାର୍ଯ୍ୟକ୍ରମରେ ୨୦୧୧-୧୨ ରେ୩୭୯ ଟି ହଷ୍ଟେଲ ନିର୍ମାଣ କାମ ସଂପୂର୍ଣ୍ଣ ହୋଇଛି ଏବଂ ୬୨୧ଟି ହଷ୍ଟେଲ ନିର୍ମାଣ କାର୍ଯ୍ୟ ଚାଲିଛି । ୩୫୦ଟି ହଷ୍ଟେଲ ର ନିର୍ମାଣ କାର୍ଯ୍ୟ ଆସନ୍ତା ଶିକ୍ଷା ବର୍ଷ ପୂର୍ବରୁ ସଂପୂର୍ଣ୍ଣ ହେବ ବୋଲି ବୈଠକରେ ସୁଚନା ଦିଆଯାଇଥିଲା । ୨୦୧୩-୧୪ ବର୍ଷରେ ୧୦୦୦ଟି ହଷ୍ଟେଲ ନିର୍ମାଣ ହେବ ଏବଂ ଏଥିମଧ୍ୟରୁ ୧୦୦ଟି କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ନିର୍ମିତ ହେବ । ବୈଠକରେ ସୂଚନା ଦିଆଯାଇଥିଲା ଯେ ରାଉରକେଲା ,ଭୁବନେଶ୍ଵର ଓ ବ୍ରହ୍ମପୁର ରେ ୫ଟି ଅର୍ବାନ ହଷ୍ଟେଲ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ବୈଠକରେ ଅନୁସୂଚିତ ଜନଜାତି ଓ ଜାତି ବିକାଶ ବିଭାଗ ମନ୍ତ୍ରୀ ଶ୍ରୀ ଲାଲବିହାରୀ ହିମିରିକା ,ମୁଖ୍ୟ ଶାସନ ସଚିବ ଶ୍ରୀ ବିଜୟ କୁମାର ପଟ୍ଟନାୟକ,ଉନ୍ନୟନ କମିଶନର ଶ୍ରୀ ଯୁଗଳ କିଶୋର ମହାପାତ୍ର,ବିଭାଗୀୟ ସଚିବ ଶ୍ରୀ ସନ୍ତୋଷ ଷଡଙ୍ଗୀ ଓ ନିର୍ଦ୍ଦେଶକ ଶ୍ରୀ ଅଖିଳ ବିହାରୀ ଓଝା ପ୍ରମୁଖ ଉପସ୍ଥିତ ଥିଲେ

Share in top social networks!