HDFC ବ୍ୟାଙ୍କ ପକ୍ଷରୁ ଓଡ଼ିଶାରେ ‘ଧନ ଚାହତ୍- ପାଂଚ କାଏଦେ କି ପାଂଚ ଫାଏଦେ’ର ଶୁଭାରମ୍ଭ

hdfcଦେଶର ଅଗ୍ରଣୀ ଘରୋଇ ବ୍ୟାଙ୍କ, ଏଚ୍ଡିଏଫ୍ସି ବ୍ୟାଙ୍କ ଲିଃ. ପକ୍ଷରୁସ୍ୱଚ୍ଛ ବ୍ୟାଙ୍କିଙ୍ଗ୍ ସିଏସ୍ଆର୍ ଅଭିଯାନ ଅନ୍ତର୍ଗତ ଗ୍ରାମୀଣ ଜନତାଙ୍କୁ ଆର୍ଥିକ ଅନ୍ତର୍ଭୁକ୍ତିକରଣ ତଥା ବ୍ୟାଙ୍କିଙ୍ଗ୍ର ସୁବିଧା ସମ୍ପର୍କରେ ଶିକ୍ଷା ପ୍ରଦାନ ନିମନ୍ତେ ‘ଧନଚାହତ୍-ପାଂଚ କାଏଦେ କି ପାଂଚ୍ ଫାଏଦେ’ ନାମକ ସୂଚନାତ୍ମକ ଫିଲ୍ମ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମ ଭୁବନେଶ୍ୱରରୁ ଆରମ୍ଭ ହୋଇଥିବାବେଳେ ଏହା ମାଧ୍ୟମରେ ଗ୍ରାମୀଣ ଜନତାଙ୍କୁ ସେମାନଙ୍କର ବ୍ୟାଙ୍କ ଆକାଉଂଟ୍ ବ୍ୟବହାର କରିବା ପାଇର୍ ପ୍ରେରିତ କରିବ ।
ଏହି ଫିଲ୍ମକୁ ସ୍ୱଚ୍ଛ ବ୍ୟାଙ୍କିଙ୍ଗ୍ ସିଏସ୍ଆର୍ ପ୍ରୟାସ ଅନ୍ତର୍ଗତ ପ୍ରସ୍ତୁତ କରାଯାଇଥିବାବେଳେ ଏହା ମାଧ୍ୟମରେ ବ୍ୟାଙ୍କିଙ୍ଗ୍ କ୍ଷେତ୍ର ସମ୍ପର୍କରେ ବିଶଦ ବିବରଣୀ ଉପଲବ୍ଧ କରାଯାଇପାରିବ । ଧନ ଚାହତ୍-ପାଂଚ୍ କାଏଦେ କି ପାଂଚ୍ ଫାଏଦେ ଫିଲ୍ମ ସହାୟତାରେ ଗ୍ରାମୀଣ ଜନତାଙ୍କୁ ସଂଚୟ, ନିବେଶ ଏବଂ ମୋବାଇଲ୍ ବ୍ୟାଙ୍କିଙ୍ଗ୍ର ଗୁରୁତ୍ୱ ସମ୍ପର୍କରେ ଅବଗତ କରାଯିବା ସହିତ ସେମାନଙ୍କର ଜୀବନଧାରଣ ମାନକୁ ବିକଶିତ କରିବାର ଲକ୍ଷ୍ୟ ରଖାଯାଇଛି ।
ଧନ ଚାହତ୍-ପାଂଚ୍ କାଏଦେ କି ପାଂଚ୍ ଫାଏଦେ ଫିଲ୍ମ ବ୍ୟାଙ୍କ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଦ୍ୱିତୀୟ ସୂଚନାତ୍ମକ ଫିଲ୍ମ । ଏହି ଫିଲ୍ମକୁ ଆର୍ଥିକ ଅନ୍ତର୍ଭୁକ୍ତି କରଣ ହାସଲ ଲକ୍ଷ୍ୟରେ ମୁଖ୍ୟତଃ ଅନ୍-ବ୍ୟାଙ୍କଡ୍ ଏବଂ ଅଣ୍ଡର ବ୍ୟାଙ୍କଡ୍ ଜନତାଙ୍କୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି । ଗତ ବର୍ଷ ବ୍ୟାଙ୍କ ପକ୍ଷରୁ ଧନ ଚାହତ୍ ସୂଚନାତ୍ମକ ଫିଲ୍ମର ନିର୍ମାଣ କରାଯାଇଥିଲା । ଏହି ଫିଲ୍ମରେ ଅଣ-ସଂଗଠିତ ଆର୍ଥିକ କ୍ଷେତ୍ରରୁ ଋଣ ଆଣିବାର ଅସୁବିଧା ସମ୍ପର୍କରେ ସଚେତନ କରାଯାଇଥିଲା ।

ଗତ ବର୍ଷ ଠାରୁ ଏଚ୍ଡିଏଫ୍ସି ବ୍ୟାଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଧାରା ଅନ୍ତର୍ଗତ ଚଳିତ ବର୍ଷର ଧନ ଚାହତ୍-ପାଂଚ୍ କାଏଦେ କି ପାଂଚ୍ ଫାଏଦେ ଭିଡ଼ିଓ ଭ୍ୟାନ୍ ଦେଶବ୍ୟାପି ପୂର୍ବ, ପଶ୍ଚିମ, ଉତର, ଦକ୍ଷିଣ ତଥା କେନ୍ଦ୍ରୀୟ ଅଂଚଳରେ ଥିବା ଗ୍ରାମ ଗୁଡିକ ଭ୍ରମଣ କରିବା ଅବସରରେ ହାଟ, ବଜାର, ମେଳା ଏବଂ ଗ୍ରାମ ପଂଚାୟତ ପ୍ରଭୃତି ଗହଳିପୂର୍ଣ୍ଣ ସ୍ଥାନରେ ରହି ସୂଚନାତ୍ମକ ବିବରଣୀ ପ୍ରଦର୍ଶିତ କରାଇବ ।

ଭୁବନେଶ୍ୱରରେ ଧନ ଚାହତ୍-ପାଂଚ୍ କାଏଦେ କି ପାଂଚ୍ ଫାଏଦେ ଭିଡ଼ିଓ ଭ୍ୟାନ୍କୁ ପତାକା ଦେଖାଇ ଆର୍ବିଆଇର ଜିଏମ୍(ଏଫ୍ଆଇଡିଡି) ଶ୍ରୀ ଏସ୍.ପି ମହାନ୍ତି ଶୁଭାରମ୍ଭ କରିଥିବାବେଳେ ଏହି ଅବସରରେ ଓଡ଼ିଶା ଏଚ୍ଡିଏଫ୍ସି ବ୍ୟାଙ୍କ ଜୋନାଲା ମୁଖ୍ୟ ଶ୍ରୀ ଦେବାଶିଷ ସେନାପତି, ଆରବିଆଇ ଏଜିଏମ୍(ଏଫ୍ଆଇଡିଡି) ଶ୍ରୀ ତାପସ ବିଶ୍ୱାସ, ଏଚ୍ଡିଏଫ୍ସି ବ୍ୟାଙ୍କ ପୂର୍ବାଚଂଳ ଅଡିଟ୍ ମୁଖ୍ୟ ଶ୍ରୀ ବାଦଲ ମହାନ୍ତି ଏବଂ ବ୍ୟାଙ୍କର ବରିÂ କର୍ମକର୍ତା ଉପସ୍ଥିତ ଥିଲେ ।
ଏହି ଅନନ୍ୟ ଅଭିଯାନର ଦ୍ୱିତୀୟ ବର୍ଷରେ ଓଡ଼ିଶାରେ ବ୍ୟାଙ୍କ ପକ୍ଷରୁ ଏଭଳି ପ୍ରୟାସର ଆରମ୍ଭ କରାଯାଇଛି । ଏହା ରାଜସ୍ଥାନ, ପଞ୍ଜାବ, ଗୁଜୁରାଟ ଏବଂ ବିହାରରେ ଆରମ୍ଭ ହୋଇସାରିଛି । ଧନ ଚାହତ୍-ପାଂଚ୍ କାଏଦେ କି ପାଂଚ୍ ଫାଏଦେ ଓଡ଼ିଶାର ୧୯୧ଟି ଗ୍ରାମ ଭ୍ରମଣ କରିବ । ଏହା ଗତ ବର୍ଷ ରାଜ୍ୟର ୧୫୫ଟି ଗ୍ରାମ ଭ୍ରମଣ କରିଥିଲା ।
ଏହି ଅବସରରେ ଓଡ଼ିଶା ଏଚ୍ଡିଏଫ୍ସି ବ୍ୟାଙ୍କ ଜୋନାଲ୍ ମୁଖ୍ୟ ଶ୍ରୀ ଦେବାଶିଷ ସେନାପତି କହିଲେ, “ ଏଚ୍ଡିଏଫ୍ସି ବ୍ୟାଙ୍କ ଆର୍ଥିକ ଅନ୍ତର୍ଭୁକ୍ତି କରଣ କ୍ଷେତ୍ରରେ ସଫଳତା ହାସଲ ପାଇଁ ପ୍ରୟାସ ଜାରି କରିଛି । ଅନ୍-ବ୍ୟାଙ୍କଡ୍ ଗ୍ରାମୀଣ କ୍ଷେତ୍ରରେ କେବଳ ବ୍ୟାଙ୍କ ଆକାଉଂଟ୍ ଖୋଲିବା ଦ୍ୱାରା ବୋର୍ଡର ଅନ୍ତର୍ଭୁକ୍ତି କରଣ ବିକାଶ ଲକ୍ଷ୍ୟ ହାସଲ କରାଯାଇପାରିବ ନାହିଁ । ବ୍ୟାଙ୍କ ଆକାଉଂଟ୍ ଖୋଲିବା ପରେ ଗ୍ରାମୀଣ ଜନତାଙ୍କୁ ସେମାନଙ୍କର ବ୍ୟାଙ୍କ ଆକାଉଂଟ୍ର ବ୍ୟବହାର ଏବଂ ଏ ସମ୍ପର୍କିତ ଉପଯୁକ୍ତ କାର୍ଯ୍ୟପନ୍ଥା ସମ୍ପର୍କରେ ସଚେତନ କରାଇବା ପାଇଁ ବ୍ୟାଙ୍କ ପକ୍ଷରୁ ଏହି ପ୍ରୟାସ ଆରମ୍ଭ କରାଯାଇଛି । ସେମାନଙ୍କୁ ସହାୟତା ପାଇଁ ଧନ ଚାହତ୍-ପାଂଚ୍ କାଏଦେ କି ପାଂଚ୍ ଫାଏଦେର ଆରମ୍ଭ କରାଯାଇଥିବାବେଳେ ଏହା ଦ୍ୱାରା ଆର୍ଥିକ ଅନ୍ତର୍ଭୁକ୍ତି କରଣ ଲକ୍ଷ୍ୟ ହାସଲ କରାଯାଇ ପାରିବ ।”

ଜାତୀୟସ୍ତରରେ ସରକାରଙ୍କ ଆର୍ଥିକ ଅନ୍ତର୍ଭୁକ୍ତି କରଣ ଲକ୍ଷ୍ୟ ହାସଲ ପାଇଁ ବ୍ୟାଙ୍କ ପକ୍ଷରୁ ୬,୬୫୦ ଗ୍ରାମ ଭ୍ରମଣ କରାଯାଇ ସ୍ଥାନୀୟ ଜନତାଙ୍କୁ ସଂଗଠିତ ବ୍ୟାଙ୍କିଙ୍ଗ୍ ସେକ୍ଟରରେ ଯୋଗଦେବା ପାଇଁ ପ୍ରୋତ୍ସାହିତ କରାଯିବ ।

Share in top social networks!

HDFC Bank ଭୁବନେଶ୍ୱରରେ ଏହାର ୧୩ତମ ଶାଖାର ଉଦ୍ଘାଟନ କରିଛି

hdfccଏଚ୍ଡିଏଫ୍ସି ବ୍ୟାଙ୍କ ଲି. ଏହାର ଏକ ନୂତନ ଶାଖାକୁ କିଟ୍ ୟୁନିଭର୍ସିଟି, ଭୁବନେଶ୍ୱରଠାରେ ଉଦ୍ଘାଟନ କରିଛି । ଏହି ନୂତନ ଶାଖାଟି ସ୍ଥାନୀୟ ଲୋକଙ୍କୁ ବିଶ୍ୱ-ଶ୍ରେଣୀୟ ବ୍ୟାଙ୍କିଂ ସୁବିଧା ପ୍ରଦାନ କରିବ । ଏହି ଶାଖାକୁ ମିଶାଇ ବର୍ତ୍ତମାନ ସହରରେ ୧୩ଟି ଶାଖା ରହିଛି । ଏହି ନୂତନ ଶାଖାଟି କିଟ୍ ୟୁନିଭର୍ସିଟିର, କ୍ୟାମ୍ପସ-୩ରେ ରହିଛି । ଏହା ସପ୍ତାହକୁ ଛଅ ଦିନ ଖୋଲା ରହିବ ତଥା ଲୋକମାନଙ୍କୁ ସେମାନଙ୍କର ସୁବିଧା ଅନୁଯାୟୀ ସେବା ପ୍ରଦାନ କରିବ ।
ଏହି ନୂତନ ଶାଖାଟି ଶ୍ରୀ ଦେବାଶିସ୍ ସେନାପତି, ଜୋନାଲ୍ ହେଡ୍, ଶ୍ରୀଯୁକ୍ତ ଅର୍ଜୁନନ୍ଦ ବାଘ, କ୍ଲଷ୍ଟର ହେଡ୍, ଓ ସୌଭାଗ୍ୟ ମଂଜରୀ ସାହୁ, ଶାଖା ପ୍ରବନ୍ଧକଙ୍କ ଉପସ୍ଥିତିରେ କିଟ୍ ୟୁନିଭର୍ସିଟିର ପ୍ରତିଷ୍ଠାତା ଡ. ଅଚୁ୍ୟତ ସାମନ୍ତଙ୍କ ଦ୍ୱାରା ଉଦ୍ଘାଟନ କରାଯାଇଥିଲା ।
ଏହି ନୂତନ ଶାଖାର ଉଦ୍ଘାଟନ ଅବସରରେ ଶ୍ରୀଯୁକ୍ତ ଦେବାଶିଷ୍ ସେନାପତି, ଜୋନାଲ୍ ହେଡ୍, ଏଚ୍ଡିଏଫ୍ସି ବ୍ୟାଙ୍କ କହିଥିଲେ ଯେ ଆମର ବ୍ୟାପକ ବ୍ୟାଙ୍କିଂ ନେଟ୍ୱର୍କ ସାରା ଓଡ଼ିଶାରେ ବ୍ୟାଙ୍କିଂ ସେବା ପ୍ରଦାନ କରିବାର ପ୍ରତିଶୃତିକୁ ପୁଣିଥରେ ଦୋହରାଇଛି । ଏହା ସହିତ ଆମେ ଆମର ଗ୍ରାହକଙ୍କର ଆହୁରି ନିକଟତର ହୋଇପାରିଛୁ ଓ ସେମାନଙ୍କୁ ଉନ୍ନତମାନର ବ୍ୟାଙ୍କି ସେବା ଯୋଗାଇ ଦେଉଛୁ ।
ଏହି ଶାଖାର ଶୁଭାରମ୍ଭ ସହିତ ବର୍ତ୍ତମାନ ଓଡ଼ିଶାରେ ଏହାର ୯୯ଟି ଶାଖା ରହିଛି । ସେପ୍ଟେମ୍ବର ୩୦, ୨୦୧୪ ସୁଦ୍ଧା ବ୍ୟାଙ୍କ ଡିଷ୍ଟି୍ରବୁ୍ୟସନ ନେଟ୍ୱର୍କରେ ୨୨୭୨ ଟି ସହର/ଟାଉନ୍ରେ ୩୬୦୦ଟି ଶାଖା ଓ ୧୧୫୧୫ଟି ଏଟିଏମ୍ ରହିଛି । ଜାତୀୟ ସ୍ତରରେ ବ୍ୟାଙ୍କର ୫୬% ଶାଖା ଅର୍ଦ୍ଧ ସହରାଞ୍ଚଳ ତଥା ଗ୍ରାମାଞ୍ଚଳରେ ରହିଛି ଏବଂ କ୍ରମାଗତ ଭାବରେ ଏହା ବୃଦ୍ଧି ପାଇବାରେ ଲାଗିଛି ।
ଏହି ନୂତନ ଶାଖାଟି ତାର ଗ୍ରାହକମାନଙ୍କୁ ଗୋଟିଏ ଛାତ ତଳେ ବିଶ୍ୱ ଶ୍ରେଣୀୟ ବ୍ୟାଙ୍କିଂ ସେବା ଯଥା ସେଭିଂସ୍ ଆକାଉଣ୍ଟ, ଫିକ୍ସଡ୍ ଡିପୋଜିଟ୍, କରେଣ୍ଟ ଆକାଉଣ୍ଟ, ମୁ୍ୟଚୁଆଲ୍ ଫଣ୍ଡ, ଏନ୍ଆରଆଇ, ଇନ୍ସୁ୍ୟରାନ୍ସ, ଦୁଇ-ଚକିଆ ବାହନ ଋଣ, ଅଟୋ ଲୋନ ତଥା ଏଟିଏମ୍, ଫୋନ୍ ବ୍ୟାଙ୍କିଂ, ନେଟ୍ ବ୍ୟାଙ୍କିଂ ଓ ଇଣ୍ଟରନାସ୍ନାଲ୍ କ୍ରେଡିଟ୍ ଓ ଡେବିଟ୍ କାର୍ଡ଼ର ସୁବିଧା ପ୍ରଦାନ କରୁଛି ।

Share in top social networks!