ଆସନ୍ତାକାଲି ଭୋଟ ଗଣତି

49020୨୦୧୪ ସାଧାରଣ ନିର୍ବାଚନ ପାଇଁ ଓଡିଶାରେ ୨ଗୋଟି ପର୍ଯ୍ୟାୟ ରେ ଉଭୟ ଲୋକସଭା ଓ ବିଧାନସଭା ପାଇଁ ଅନୁଷ୍ଠିତ ହୋଇଥିବା ନିର୍ବାଚନର ଭୋଟଗଣତି ଆସନ୍ତାକାଲି ମଇ ୧୬ତାରିଖ ,(ଶୁକ୍ରବାର) ଅନୁଷ୍ଠିତ ହେଉଛି । ୬୪ଟି ଗଣତି କେନ୍ଦ୍ରର ୧୫୯ଟି ହଲରେ ୧୨୦୦୦ କର୍ମଚାରୀ/ଅଧିକାରୀଙ୍କ ଦ୍ଵାରା ଏହା ସମ୍ପନ୍ନ ହେବ । ରାଜ୍ୟର୨କୋଟି୧୪ଲକ୍ଷ ଭୋଟର ଏହି ଫଳାଫଳ ଜାଣିବା ପାଇଁ ଉତ୍କଣ୍ଠାର ସହିତ ଅପେକ୍ଷା କରିଥିବାବେଳେ ୧,୬୧୬ ଜଣ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ପରୀକ୍ଷାର ଫଳ ଜଣାପଡିବ । ଆସନ୍ତାକାଲି ସକାଳ ୬ ଘଟିକା ସମୟରେ ପର୍ଯ୍ୟବେକ୍ଷକ ଙ୍କ ଉପସ୍ଥିତିରେ ତୃତୀୟ ତଥା ଶେଷ ପର୍ଯ୍ୟାୟ ଗଣତି କର୍ମଚାରୀଙ୍କ ବିକ୍ଷିପ୍ତିକରଣ ହେବା ସହ ସେମାନଙ୍କୁ ଟେବୁଲ ବଣ୍ଟାଯିବ । ନିର୍ଦ୍ଧାରିତ ସମୟରେ ପ୍ରାର୍ଥୀ ବା ସେମାନଙ୍କର election agent, ପର୍ଯ୍ୟବେକ୍ଷକ ଓ ରିଟର୍ଣ୍ଣିଂ ଅଫିସରଙ୍କ ଉପସ୍ଥିତିରେ ଇଭିଏମ୍ ରଖାଯାଉଥିବା ଷ୍ଟ୍ରଙ୍ଗରୁମ ଗୁଡିକ ଖୋଲାଯିବ । ସକାଳ ୮ ଘଟିକାରେ ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ଆରମ୍ଭ ହେବ । ପୋଷ୍ଟାଲ ବାଲଟ କାଉଣ୍ଟିଂର ଅଧଘଣ୍ଟାପରେ ଇଭିଏମ୍ କାଉଣ୍ଟିଂ ଆରମ୍ଭ ହେବ । କିନ୍ତୁ ପୋଷ୍ଟାଲ ବାଲଟ କାଉଣ୍ଟିଂ ଶେଷ ହେବା ପରେ ଇଭିଏମ୍ ର ଦ୍ଵିତୀୟ ରାଉଣ୍ଡ ଗଣତି ଆରମ୍ଭ ହେବ । ଓଡିଶାରେ ପାଖାପାଖି ୪୦୦୦୦ ପୋଷ୍ଟାଲ ବାଲାଟ ମାଧ୍ୟମରେ ମତଦାନ ହୋଇଥିବା ସୂଚନା ମିଳିଛି । ଭୋଟ ଗଣତି ବ୍ୟବସ୍ଥା,ମିଡିଆ ସେଣ୍ଟର ଓ ତ୍ରିସୁରକ୍ଷା ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଡଃ ମୋନା ଶର୍ମା କହିଛନ୍ତି ଯେ,ପ୍ରତ୍ୟେକ ହଲରେ ୧୪ଟି ଟେବୁଲ ପଡିବାର ବ୍ୟବସ୍ଥା ଅଛି । ଗୋଟିଏ ପଟରେ ୭ଟି ଟେବୁଲ ଓ ଅନ୍ୟପଟେ ମଧ୍ୟ ୭ଟି ଟେବୁଲ ପଡିବ । ପ୍ରତି ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର ,ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟ ଓ ଜଣେ ମାଇକ୍ରୋ ଅବଜଭର ରହିବେ । ଏହାସହ ୮୩ଜଣ ସାଧାରଣା ପର୍ଯ୍ୟବେକ୍ଷକ ୬୪ଟି କେନ୍ଦ୍ର ଦାୟିତ୍ଵ ରେ ରହିବେ । ସମୁଦାୟ ୪୮ଜଣ ଭାରତ ଇଲେକ୍ଟ୍ରିକାଲ ଲିମିଟେଡ଼ର ଇଞ୍ଜିନିୟର ବିଭିନ୍ନ କେନ୍ଦ୍ର ଓ ହଲ ବୁଲି କଣ୍ଟ୍ରୋଲ ୟୁନିଟ୍ ରେ କିଛି ସମସ୍ୟା ଦେଖାଯାଏ ତାହାକୁ ଅନ୍ୟତ୍ର ରଖି ଗଣତି ଆଗେଇ ନିଆଯିବ । କମିଶନଙ୍କ ଆବଶ୍ୟକ ନିର୍ଦ୍ଦେଶ କ୍ରମେ ସମସ୍ୟା ଥିବା କଣ୍ଟ୍ରୋଲ ୟୁନିଟ୍ ର ଗଣତି ପରେ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି । ଫାକ୍ସ,ଫୋନ ଓ ଇଣ୍ଟରନେଟ ତଥା ମାଇକ ଦ୍ଵାରା ଜନସାଧାରଣ ଙ୍କୁ ପ୍ରତ୍ୟେକ ଗଣତି ରାଉଣ୍ଡ ଶେଷରେ ଫାଳଫଳ ଜଣାଇଦିଆଯିବ । ମିଡିଆ ସେଣ୍ଟର ନିକଟରେ information system management cell ଖୋଲାଯିବ । କାଉଣ୍ଟିଂ ହଲରୁ ସିଧା କ୍ମିସନଙ୍କୁ ଫଳାଫଳ କମ୍ପ୍ୟୁଟର ମାଧ୍ୟମରେ ପଠାଇବାର ଏହି ବ୍ୟବସ୍ଥା କରାଯାଇଛି । ୩୦ରୁ୩୫ ରାଉଣ୍ଡ ଗଣତି ମଧ୍ୟରେ ଭୋଟ ଗଣତି ସରି ଫଳାଫଳ ଜଣାପଡିବ । । ଏଥିପାଇଁ ୬ରୁ୮ ଘଣ୍ଟା ସମୟ ଲାଗିବ । ଫଳାଫଳ ଘୋଷଣାରେ ଯଦି କୌଣସି controversy ନ ଥାଏ ରିଟର୍ଣ୍ଣିଂ ଅଫିସର ନିଜେ ଫଳ ଘୋଷଣା କରିପାରିବେ । ନତୁବା କମିଶନଙ୍କ ଦୃଷ୍ଟିକୁ ନିଆଯିବ ବୋଲି ଶ୍ରୀମତୀ ମୋନା ଶର୍ମା କହିଛନ୍ତି ।

Share in top social networks!

ଭୋଟର ତାଲିକାରେ ତ୍ରୁଟି ମାମଲା କେନ୍ଦ୍ର ମାନବାଧିକାର ରାଜ୍ୟ ସରକାରଙ୍କୁ ନୋଟିସ

MAP-5
ରାଜ୍ୟର ବିଭିନ୍ନ ସ୍ଥାନରେ ଭୋଟର ତାଲିକା ସଂଶୋଧନରେ ତ୍ରୁଟି ଯୋଗୁଁ ବହୁ ଭୋଟରଙ୍କ ନାମ ଭୋଟର ତାଲିକାରୁ କଟି ଯାଇଛି । ଫଳରେ ପରାଇ ବୁଥର ବହୁ ସଂଖ୍ୟକ ଭୋଟର ଗତ ନିର୍ବାଚନରେ ଭୋଟ ଦେଇ ପାରିନାହାନ୍ତି । ରାଜ୍ୟ ସରକାର ଓ ରାଜ୍ୟ ନିର୍ବାଚନ କମିଶନରଙ୍କ ଏହି ବିଫଳତା ଓ ପରିଚାଳନାଗତ ତ୍ରୁଟିକୁ ବିରୋଧ କରି ଜାତୀୟ ମାନାବାଧିକାର କମିଶନଙ୍କ ପଦକ୍ଷେପ ଲୋଡିଥିଲେ ବରିଷ୍ଠ ମାନବାଧିକାର କର୍ମୀ ତଥା ସାମ୍ବାଦିକ ଏନ୍.ଶାହାଃ ଅନସାରୀ । ଶ୍ରୀ ଅନସାରୀଙ୍କର ଏହି ଅଭିଯୋଗକୁ ବିଚାରକୁ ନେଇ ଜାତୀୟ ମାନବାଧିକାର କମିଶନ କେଶ୍ ନଂ ୧୯୪୮/୧୮/୨୦୧୪ ରୁଜୁ କରି ୮ସପ୍ତାହ ମଧ୍ୟରେ ପଦକ୍ଷେପ ନେଇ କମିଶନଙ୍କୁ ରିପୋର୍ଟ ଦେବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟନା ଲୋକ ଲୋଚନକୁ ଆସିବା ପରେ ଏବେ ଜିଲ୍ଲାର ନିର୍ବାଚନ ଅଧିକାରୀଙ୍କ ମଧ୍ୟରେ ଛନକା ପସିଛି । କାରଣ ଶ୍ରୀ ଅନସାରୀ ଏହି ଅଭିଯୋଗରେ ପୁରୀ ଜିଲ୍ଲାର ନିର୍ଦ୍ଧିଷ୍ଟ କିଛି ପୋଲିଙ୍ଗ ବୁଥର ଉଦାହରଣ ଦେଇଛନ୍ତି । ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ଶେଷତମ ଭୋଟର ତାଲିକା ଯୋଗାଇଦେବା ଓ ସଠିକ ଭାବେ ସଂଶୋଧନ କରିବାରେ ପ୍ରଶାସନିକ ବିଫଳତା ହେତୁ ଏପରି ପରିସ୍ଥିତି ଉପୁଜିଛି ବୋଲି ଶ୍ରୀ ଅନସାରୀ ତାଙ୍କ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ଏହି ନିର୍ଦ୍ଦେଶ କ୍ରମେ ବିଧିବଦ୍ଧ ତଦନ୍ତ ସହ ସଠିକ ପଦକ୍ଷେପ ନିଆଗଲେ ଭୋଟ ଅଧିକାର ହରାଇଥିବା ଭୋଟରମାନେ ଉପକୃତ ହୋଇପାରିବେ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

Share in top social networks!

ମଇ ୧୬ ତାରିଖ ଭୋଟ ଗଣତି ପାଇଁ ବ୍ୟାପକ ପ୍ରସ୍ତୁତି

Chief-Election-Commissioner
ସମଗ୍ର ଦେଶରେ ଆସନ୍ତା ମଇ ୧୬ ତାରିଖ (ଶୁକ୍ରବାର) ଦିନ ଭୋଟ ଗଣତି ହେବା ସହ ରାଜ୍ୟରେ ୬୪ଟି କେନ୍ଦ୍ରର ୧୬୦ଟି ହଲରେ ୧୨,୦୦୦ କର୍ମଚାରୀଙ୍କ ଦ୍ଵାରା ଏହି ସାମ୍ବିଧାନିକ ପ୍ରକ୍ରିୟାଟି ସମ୍ଭବ ହେବ । କାମିଶନଙ୍କ ନିର୍ଦ୍ଦେଶାବଳି ଅନୁସାରେ ଭୋଟ ଗଣତି କାର୍ଯ୍ୟ ଯେପରି ନିର୍ଭୁଲ ଓ ନିରେପେକ୍ଷ ଭାବରେ ସମ୍ଭବ ହୋଇପାରିବ ସେଥିପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଡଃ ମୋନା ଶର୍ମା ସମସ୍ତ ରିଟର୍ଣ୍ଣିଂ ଅଫିସରଙ୍କ ସହ ଭିଡିଓ କନଫରେନସିଂ ମାଧ୍ୟମରେ ସମୀକ୍ଷା କରିଛନ୍ତି । ଆସନ୍ତା ୧୨ ତାରିଖରେ ମଧ୍ୟ ନିର୍ବାଚନ କମିଶନ ଦିଲ୍ଲୀରୁ ଜିଲ୍ଲା ନିର୍ବାଚନ ଅଧିକାରୀ ଓ ବିଧାନସଭା ପାଇଁ ମନୋନୀତ ରିଟର୍ଣ୍ଣିଂଅଫିସରମାନଙ୍କ ସହ vc ମାଧ୍ୟମରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ସୂଚନା ମୁତାବକ ଭୋଟ ଗଣତି ପାଇଁ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗଣତି କେନ୍ଦ୍ରର ୧୦୦ମି ଦୂରରୁ ବ୍ୟାରୀକେଡିଂ କରାଯିବା ସହ ଏହାକୁ ପାଦଚଲା ଜୋନ୍ ଏବଂ ପ୍ରଥମ କର୍ଡନ ଭାବରେ ଚିହ୍ନିତ କରାଯିବ । ପ୍ରଥମ ବାରିକେଡ ଦ୍ଵିତୀୟ ଓ ତୃତୀଯରେ ସ୍ଥାନୀୟ ପୋଲିସ ବାହିନୀ ଓ କେନ୍ଦ୍ରରେ ସଶସ୍ତ୍ର ବାହିନୀକୁ ମୁତୟନ କରାଯିବ । ମହିଳାଙ୍କ ପାଇଁ ମହିଳା ପୋଲିସ ବ୍ୟବସ୍ଥା କରାଯାଇଛି । ଗଣତି କେନ୍ଦ୍ରରେ ସାଧାରଣ ପର୍ଯ୍ୟବେକ୍ଷକ ଙ୍କ ବ୍ଯତୀତ କୌଣସି ଅଧିକାରୀ, ରିଟର୍ଣ୍ଣିଂ ଅଫିସର ,ସାମ୍ବାଦିକ,ପ୍ରାର୍ଥୀ ବା ସେମାନଙ୍କ ଏଜେଣ୍ଟ ମୋବାଇଲ ବ୍ୟବହାର କରିପାରିବେ ନାହିଁବୋଲି କମିଶନର ମୋନା ଶର୍ମା କହିଛନ୍ତି । ସକାଳ ୮ ଟାରୁ ଗ୍ବାତି ଆରମ୍ଭ ହେଉଥିବାବେଳେ ପ୍ରଥମେ ପୋଷ୍ଟର ବାଲାତ ଓ ପରେ ବିଧାନସଭା ପାଇଁ ବ୍ୟବହୃତ ହୋଇଥିବା ଇଭିଏମ୍ ଭୋଟ ଗଣତି କରାଯିବ । ଅପରାହ୍ନରେ ଲୋକସଭା ଆସନର ଭୋଟ ଗଣତି କରାଯିବ । ତେବେ ବିଧାନସଭା ପାଇଁ ୭ଟି ଓ ଲୋକସଭା ପାଇଁ ୭ଟି ଟେବୁଲରେ ଗଣତି କରାଯିବ । ପ୍ରତି ଟେବୁଲରେ ଜଣେ କାଉଣ୍ଟିଂସୁପରଭାଇଜର ,ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟ,ଓ ଜଣେ ମାଇକ୍ରୋ ଅବଜଭର ଓ ପ୍ରତି ହଲରେ ଜଣେ ପର୍ଯ୍ୟବେକ୍ଷକ ନିଯୁକ୍ତ ହେବେ । ତେବେ କୌଣସି ନିର୍ବାଚିତ ପ୍ରତିନିଧିଙ୍କୁ ପ୍ରାର୍ଥୀମାନେ ଏଜେଣ୍ଟରୂପେ ନିଯୁକ୍ତ କରିପାରିବେ ନାହିଁ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ପ୍ରତ୍ୟେକ ଗଣତି କେନ୍ଦ୍ର ପାଖରେ ମିଡିଆ ସେଣ୍ଟର ପ୍ରତିଷ୍ଠା ହେବ, ଗଣମାଧ୍ୟମ ପ୍ରତିନିଧୀମାନେ ସେହିଠାରୁ ତଥ୍ୟ ସଂଗ୍ରହ ବ୍ୟବସ୍ଥା ହୋଇଛି ।

Share in top social networks!