ଭୁବନେଶ୍ଵରକୁ ଦେଶର ଅଗ୍ରଣୀ ଆଇଟି କେନ୍ଦ୍ରରେ ପରିଣତ କରାଯିବ- ମୁଖ୍ୟମନ୍ତ୍ରୀ

6-3-2013=1ଦେଶର ଟାୟାର-2 ସହରମାନଙ୍କ ମଧ୍ୟରେ ଭୁବନେଶ୍ଵରକୁ ଏକ ନମ୍ବର IT କ୍ଷେତ୍ରରେ ପରିଣତ କରିବା ପାଇଁ ପ୍ରଚେଷ୍ଟା ଚାଲିଛି । ଦେଶର IT ଶିଳ୍ପ ଓ ବିଦେଶୀ କମ୍ପାନୀ ପକ୍ଷରୁ ଓଡ଼ିଶାକୁ ଅଧିକ ପୁଞ୍ଜି ଆସିବା ପାଇଁ ରାଜ୍ୟ ସରକାର କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି । ଏଥିପାଇଁ ଭୁବନେଶ୍ବରର ଇନିଫୋସିଟି ଓ ଇନ୍ ଫୋଭାଲୀ ଠାରେ IT SEZ ଗଠନ କରାଯାଇଛି ଏବଂ ରାଜ୍ୟ ସରକାର ଏକ IT ଇନଭେଷ୍ଟମେଣ୍ଟ ରିଜିଆନର ମଧ୍ୟ ବିକାଶ କରୁଛନ୍ତି । ଆଜି ସ୍ଥାନୀୟ ସ୍ଵସ୍ତି ପ୍ରିମିୟମ ଠାରେ ଆୟୋଜିତ ଇ-ଓଡିଶା ସମ୍ମିଳନୀ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ,IT ବିପ୍ଳବରେ ଓଡିଶା ଅଗ୍ରଣୀ ରହିବା ରାଜ୍ୟସରକାରଙ୍କ ଲକ୍ଷ୍ୟ । ଭୁବନେଶ୍ଵରରେ TCS,Infosys,wipoo ଓ ମହିନ୍ଦ୍ର ସତ୍ୟମ୍ ପରି ବୃହତ୍ତ IT କମ୍ପାନୀ ମାନେ ସେମାନଙ୍କର କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି । ୨୦୧୧-୧୨ ରାଜ୍ୟରୁ ୧୬୦୦କୋଟି ଟଙ୍କାର IT ରପ୍ତାନି ହୋଇଛି । ଏହା ପୂର୍ବ ବର୍ଷ ଠାରୁ ୧୭ପ୍ରତିଶତ ଅଧିକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଭୁବନେଶ୍ଵରର STPI ଦେଶର ଏକ ଅଗ୍ରଣୀ କେନ୍ଦ୍ର ଭାବେଭଲ କାମ କରୁଛି ଏବଂ ବ୍ରହ୍ମପୁର ଓ ରାଉରକେଲାଠାରେ ଥିବା STPI ମଧ୍ୟ କାମ କରୁଛି ।

ରାଜ୍ୟ ସରକାର ଅନେକ ସଫଳ ଇ-ପ୍ରଶାସନ ପଦକ୍ଷେପ ନେଇଛନ୍ତି । ସେଗୁଡିକ ହେଲା ଇ-ପଞ୍ଜୀକରଣ,ଇ-ଟ୍ରେଜରୀ,ଇ-ବାଣିଜ୍ୟକର,ଇ-ଅଭିଯୋଗ,SAMS,ଇ-ଜିଲ୍ଲା,ଇ-ଡ଼େସପାଚ,ଇ-ମ୍ୟୁନିସିପାଲିଟି ଏବଂ ଆହୁରି ଅନେକ ଇ ପଦକ୍ଷେପ । ଏହି ସମ୍ମିଳନୀରେ ରାଜ୍ୟରେ IT କ୍ଷେତ୍ରରେ ଉନ୍ନତି ପାଇଁ ଅନେକ ସୁନିଶ୍ଚିତ ଉପାୟ ବାହାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ । ଏହି ସମ୍ମିଳନୀରେ ସୂଚନା ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ଶ୍ରୀ ରଘୁନାଥ ମହାନ୍ତି,ଶ୍ରୀ ଆର.ଏସ୍ ଶର୍ମା,ଆଇଟି ବିଭାଗ ସଚିବ ଶ୍ରୀ ମଧୁ ସୂଦନ ପାଢୀ ପ୍ରମୁଖ ନିଜର ମତବ୍ୟକ୍ତ କରିଥିଲେ ।

Share in top social networks!

ଇ-ଓଡିଶା ସମ୍ମିଳନୀ ଆସନ୍ତା March 6ରେ ଅନୁଷ୍ଠିତ ହେବ

39226ଓଡିଶା ସରକାରଙ୍କ ସୂଚନା ପ୍ରଯୁକ୍ତି ବିଭାଗ ଆନୁକୂଲ୍ୟରେ ଇଲେଟ୍ସ୍ ଟେକ୍ନୋମେଡିଆ ସହାୟତାରେ ଇ-ଓଡିଶା ସମ୍ମିଳନୀ ନାମକ ଏକ ବୃହତ ସୂଚନା ପ୍ରଯୁକ୍ତି କାର୍ଯ୍ୟକ୍ରମ ହୋଟେଲ ସ୍ଵସ୍ତି ପ୍ରିମିୟମ ଠାରେ ଆସନ୍ତା ୦୬.୦୩.୨୦୧୩ରିଖରେ ଅନୁଷ୍ଠିତ ହେବ | ଏହି ସମ୍ମିଳନୀ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଉଦ୍ଘାଟିତ ହେବ | ଏଥିରେ ମାନ୍ୟବର ସୂଚନା ପ୍ରଯୁକ୍ତି, ଗୃହ ଓ ନଗର ଉନ୍ନୟନ, ଆଇନ ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ରଘୁନାଥ ମହାନ୍ତି ଏବଂ ଓଡିଶାର ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ବିଜୟ କୁମାର ପଟ୍ଟନାୟକ ସମ୍ମନିତ ଅତିଥି ଭାବରେ ଯୋଗଦେବେ | ଭରତ ସରକାର ଏବଂ ଅନ୍ୟ ରାଜ୍ୟ ସରକାରଙ୍କର ସୂଚନା ପ୍ରଯୁକ୍ତି ବିଭାଗର ସଚିବମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ |

ଏହି ଇ-ଓଡିଶା ସମ୍ମିଳନୀ ମୁଖ୍ୟତଃ ସୂଚନା ପ୍ରଯୁକ୍ତି ଶାସନ ପ୍ରଣାଳୀ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ସୂଚନା ପ୍ରଯୁକ୍ତିର ପ୍ରୟୋଗ ସମ୍ବନ୍ଧୀୟ ବିଷୟବସ୍ତୁ ଉପରେ ପର୍ଯ୍ୟବେଶିତ | ଏହି ସମ୍ମିଳନୀରେ ତିନୋଟି ବିଷୟବସ୍ତୁ ଯଥା-ସକ୍ରିୟ ଆଲୋଚନା, ପ୍ରଦର୍ଶନୀ ଏବଂ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଉପସ୍ଥାପନ କରାଯିବ | ପୁରସ୍କାର ଗୁଡିକ ଶ୍ରେଷ୍ଠ ରାଜ୍ୟ ଇ-ଚମ୍ପିୟନ୍, ସରକାରଙ୍କ ଠାରୁ ବ୍ୟବସାୟୀ (G2B), ସରକାରଙ୍କ ଠାରୁ ନାଗରିକ (G2C), ସୂଚନା ଯୋଗାଯୋଗ ପ୍ରଯୁକ୍ତି ଉନ୍ନୟନ, ସାଧାରଣ ଉଦ୍ୟୋଗରେ ସୂଚନା ଯୋଗାଯୋଗ ପ୍ରଯୁକ୍ତିର ପ୍ରଚଳନ, ଆର୍ଥିକ କ୍ଷେତ୍ର, ସହରାଞ୍ଚଳ ଉନ୍ନୟନ, ସୂଚନା ଯୋଗାଯୋଗ ପ୍ରଯୁକ୍ତି ସମର୍ଥ ବିଦ୍ୟାଳୟ, ସୂଚନା ଯୋଗାଯୋଗ, ପ୍ରଯୁକ୍ତି ସମର୍ଥ ଓଡିଶାର ଉଚ୍ଚଶିକ୍ଷା ଅନୁଷ୍ଠାନ/ବିଶ୍ଵବିଦ୍ୟାଳୟ, ଓଡିଶା ସରକାରଙ୍କ ଦ୍ଵାରା ଶିକ୍ଷା କ୍ଷେତ୍ରରେ ସୂଚନା ଯୋଗାଯୋଗ ପ୍ରଯୁକ୍ତି, ସ୍ୱାସ୍ଥ୍ୟ ସଚେତନା କ୍ଷେତ୍ରରେ ସୂଚନା ଯୋଗାଯୋଗ ପ୍ରଯୁକ୍ତି ଏବଂ ଆହୁରି ଅନେକ କ୍ଷେତ୍ରରେ ପ୍ରଦାନ କରାଯିବ |

ଏହି ଏକଦିବାସୀୟ ସମ୍ମିଳନୀରେ ଓଡିଶା ତଥା ସମଗ୍ର ଦେଶର ସରକାରୀ, ସୂଚନା ଯୋଗାଯୋଗ ପ୍ରଯୁକ୍ତି ଶିଳ୍ପ, ଶିକ୍ଷାବିତ୍ ତଥା ଉନ୍ନୟନ ସଂସ୍ଥା ମାନଙ୍କରୁ ୪୦୦ ରୁ ଊର୍ଦ୍ଧ୍ଵ ଉଚ୍ଚସ୍ତରୀୟ ପ୍ରତିନିଧି ଯୋଗ ଦେବେ | ଏହି ସମ୍ମିଳନୀ ପ୍ରତିନିଧି ମାନଙ୍କ ମଧ୍ୟରେ ଅନୁଭୂତି ଏବଂ ବିଚାର, ସୁଯୋଗ ଏବଂ ଆହ୍ଵାନ ବିନିମୟ କ୍ଷେତ୍ରରେ ପ୍ରକୃଷ୍ଟ ମଞ୍ଚ ହେବ | ଏହି ବିଷୟବସ୍ତୁ ପର୍ଯ୍ୟବେସିତ ଅଧିବେଶନରେ ଓଡିଶାରେ ଆର୍ଥିକ କ୍ଷେତ୍ର, ଟିକସ, ଅବକାରୀ ଆୟ, ସହରାଞ୍ଚଳ ପ୍ରଶାସନ ଏବଂ ଭିତ୍ତିଭୂମି, ଶକ୍ତି, ନାଗରିକ ସେବା ସଂସ୍ଥା ପ୍ରଭୃତି କ୍ଷେତ୍ରରେ ଇ-ଗଭର୍ଣ୍ଣାନ୍ନ୍ସ ର ପ୍ରଚାଳନ ସମ୍ପର୍କରେ ଆଲୋଚନା କରାଯିବ |

Share in top social networks!