ମହାନଦୀ ଜଳବିବାଦ କୌଣସି ଦଳର ନୁହଁ, ରାଜ୍ୟବାସୀଙ୍କ ପାଇଁ ବିପଦର କାରଣ

damodarଉତ୍ତପ୍ତ ବିଶ୍ୱ, ପାଗ ପରିବର୍ତ୍ତନ ଏବଂ ଉତ୍ତରମେରୁରେ ବରଫ ତରଳିବା ଫଳରେ ସମୁଦ୍ର ଜଳପତ୍ତନର ଉତ୍ତୋଳନ ଯେତେବେଳେ ସମଗ୍ର ବିଶ୍ୱକୁ ଆତଙ୍କିତ କରୁଛି ଏବଂ ବିଶ୍ୱର ସମୁଦ୍ର ତଟବର୍ତ୍ତୀ ରାଷ୍ଟ୍ରମାନଙ୍କର ସମୁଦ୍ରରେ ଲୀନ ହେବାର ଆଶଙ୍କା ଦେଖାଦେଇଛି ଓ ପରିବେଶ ଅସନ୍ତୁଳନ ଆଦି ଅନାହୂତ ଆଶଙ୍କା ବିଶ୍ୱରେ ଖାଦ୍ୟ ସଂକଟ ଘଟିବ ବୋଲି ଖାଦ୍ୟ ନିରାପତ୍ତା ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ ଆଦି ଘଟଣାବଳୀ ମଣିଷର ମାନସିକ ଅସନ୍ତୁଳନକୁ ବଢାଇ ଦେଇଛି, ଠିକ୍ ସେତିକିବେଳେ ଛତିଶଗଡର ରାଜ୍ୟ ବିଜେପି ସରକାର କିମ୍ବା ଆନ୍ଧ୍ରର କଂଗ୍ରେସ ରାଜ୍ୟ ସରକାର ସଂକୀର୍ଣ୍ଣ ଦଳୀୟ ସ୍ୱାର୍ଥ ଏବଂ ରାଜନୈତିକ ସ୍ୱାର୍ଥକୁ ଦୃଷ୍ଟିରେ ରଖ# ଓଡ଼ିଶା ଭଳି ଏକ ସମୁଦ୍ର ତଟବର୍ତ୍ତୀ ରାଜ୍ୟର ଜନଜୀବନକୁ ଆତଙ୍କିତ କରୁଛିା ମହାନଦୀର ଉପରମୁଣ୍ଡରେ ଏକ ତରଫା ବ୍ୟାରେଜ ନିର୍ମାଣ କରି ଶିଳ୍ପ ପାଇଁ ମହାନଦୀ ଜଳକୁ ଅବରୋଧ କରୁଛନ୍ତିା

ହୀରାକୁଦ ଜଳଭଣ୍ଡାରକୁ ନିର୍ଦ୍ଧାରିତ ଅଣମୌସୁମୀ ସମୟରେ ପାଣି ନ ଛାଡିବାରୁ ବିଦୁ୍ୟତ ଉତ୍ପାଦନ ଘୋରତର ବ୍ୟାହତ ହେବା ସଙ୍ଗେ ସଙ୍ଗେ ଆବଶ୍ୟକ ଜଳର ସ୍ୱଳ୍ପତା ହେତୁ ମରୁଡିର ଆଶଙ୍କା ଯେତିକି ଦେଖା ଦେଇଛି ତା’ଠାରୁ ଅଧ#କ ଭୟଙ୍କର ଅବସ୍ଥା ସୃଷ୍ଟି କରିବାକୁ ଯାଉଛିା ଶିଳ୍ପରୁ ନିର୍ଗତ ଦୂଷିତ ଜଳ ହୀରାକୁଦ ତଳମୁଣ୍ଡରେ ଥ#ବା ମହାନଦୀ ଓ ଏହାର ଶାଖା ନଦୀଗୁଡିକରେ ପ୍ରବାହିତ ହେବା ଜଳଜୀବମାନେ ମୃତୁ୍ୟବରଣ କରିବୋ ଏହି ମହାନଦୀର ଅବବାହିକାରେ ଲକ୍ଷ ଲକ୍ଷ ମତ୍ସ୍ୟଜୀବୀ ପରିବାର ବୃତ୍ତି ହରେଇବୋ ଶିଳ୍ପ ନିର୍ଗତ ଦୂଷିତ ଜଳରାଶିକୁ ବ୍ୟବହାର କରି ଭୟଙ୍କର ରୋଗ ସଂକ୍ରମଣ ଘଟିବା ଏବେ ଦେଖାଯାଉଛି ପାରାଦ୍ୱୀପ ସମୁଦ୍ର କୂଳରେ ଗଢି ଉଠିଥ#ବା ତୈଳ ବିଶୋଧନାଗାରରୁ ନିର୍ଗତ ଦୂଷିତ ଜଳ ଯୋଗୁଁ ସମୁଦ୍ର ତଟବର୍ତ୍ତୀ ହଜାର ଲକ୍ଷ ସଂଖ୍ୟାରେ ମାଛ ମରି ଭାସୁଛନ୍ତିା

ଏ ତ ସମୁଦ୍ର ତଟବର୍ତ୍ତୀ କଥାା କିନ୍ତୁ ଯଦି ହୀରାକୁଦଠାରୁ ନଦୀ ମୁହାଣ ପର୍ଯ୍ୟନ୍ତ ଜଳରାଶି ଭୟଙ୍କର ଭାବେ ଦୂଷିତ ହେବ ତା’ର କୁପ୍ରଭାବ ରାଜ୍ୟର ଜନଜୀବନକୁ ଆନ୍ଦୋଳିତ କରିବ ତାହା ଆଶଙ୍କାର କାରଣ ହୋଇଛିା ସେହିଭଳି ଭାବେ ଛତିଶଗଡ ସରକାର ବହୁ ସଂଖ୍ୟକ ବ୍ୟାରେଜ ନିର୍ମାଣ କରି ଶିଳ୍ପ ପାଇଁ ଜଳ ସଂରକ୍ଷଣ କରୁଥ#ବା ବେଳେ ସେ ଅଞ୍ଚଳର ଯଦି ପର୍ଯ୍ୟାପ୍ତ ପରିମାଣରେ ବର୍ଷା ହୁଏ, ଏବଂ ବର୍ଷାଜଳ ଯଦି ବ୍ୟାରେଜର ଜଳପତ୍ତନକୁ ଅତ୍ୟଧ#କ ବୃଦ୍ଧି କରିଦିଏ, ସେତେବେଳେ ନିଜର ବ୍ୟାରେଜ୍କୁ ନିରାପଦ ରଖ#ବା ପାଇଁ ଛତିଶଗଡ ସରକାର ହଠାତ୍ ଲକ୍ଷ ଲକ୍ଷ କୁ୍ୟସେକ୍ ପାଣି ଛାଡି ଦିଅନ୍ତି ଓ ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳପତ୍ତନ ୬୨୯ ଫୁଟ ହୋଇ ଗଲେ ହୀରାକୁଦ ଆନିକଟର ସ୍ଥିିତି ବିପଦଜନକ ଅବସ୍ଥାକୁ ଆସି ଯଦି ବନ୍ଧ ଭାଙ୍ଗିଯାଏ, ତେବେ ୧୫ଟି ଜିଲ୍ଲା ବିଶେଷ କରି ଅବିଭକ୍ତ କଟକ ଜିଲ୍ଲାରେ କି ପ୍ରଳୟ ଘଟିବ? ଧନଜନ କେତେ ସଂଖ୍ୟାରେ ସମୁଦ୍ର ଭିତରକୁ ଭାସିଯିବେ ତାହା କଳନା କରିହେବ ନାହିାଁ ପ୍ରଖ୍ୟାତ ଇଂଜିନିୟର ସ୍ୱର୍ଗତ ବିଶେ୍ୱଶ୍ୱରାୟଙ୍କ ୧୯୪୮ ମସିହାର ସମ୍ଭାବନା ରିପୋର୍ଟକୁ ନେଇ ଏକ ଜାତୀୟ ପ୍ରକଳ୍ପ ଭାବେ ମହାନଦୀର ହୀରାକୁଦଠାରେ ଆନିକଟ ନିର୍ମାଣ କରାଯାଇଥ#ଲାା ଉଦ୍ଦେଶ୍ୟ ଥ#ଲା ଜାତୀୟ ବିକାଶ କ୍ଷେତ୍ରରେ ଜଳବିଦୁ୍ୟତର ଉପଯୋଗ ଏବଂ ହୀରାକୁଦ ତଳମୁଣ୍ଡରେ ଅବସ୍ଥିତ ଓଡ଼ିଶାର ବନ୍ୟା ନିୟନ୍ତ୍ରଣ, ଜଳସେଚନ ଆଦି କରାଯାଇ ପ୍ରାକୃତିକ ସଂପଦ ଭରା ଓଡ଼ିଶାର ଦାରିଦ୍ର୍ୟକୁ ଉପଶମ କରିବାା

ସେଥ#ପାଇଁ ତତ୍କାଳୀନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଦିଲ୍ଲୀକୁ ଡକାଇ ସମସ୍ତ କଥା ଅବଗତ କରାଇଥ#ଲେ ଏବଂ ସହମତିରେ ଓଡ଼ିଶାର ହୀରାକୁଦଠାରେ ହିଁ ମହାନଦୀର ସ୍ରୋତକୁ ଅବରୋଧ କରି ଜାତୀୟ ଏବଂ ଦରିଦ୍ରତମ ରାଜ୍ୟ ଓଡ଼ିଶାର ବିକାଶ କ୍ଷେତ୍ରରେ ସହାୟକ ହେବ ବୋଲି ବୁଝାଇଥ#ଲୋ ବିିହାର ରାଜ୍ୟର ଲୁହାପଥରକୁ ବ୍ୟବହାର କରି ଓ ଓଡ଼ିଶାର ଅମାପ ଖଣିଜ ସଂପଦକୁ ବିନିଯୋଗ କରି ରାଉରକେଲାଠାରେ ଇସ୍ପାତ୍ କାରଖାନା ପ୍ରତିଷ୍ଠା ହୋଇଥ#ଲାା ସେଥ#ପାଇଁ କୁହାଯାଏ ଜଳସଂପଦ, ଜଙ୍ଗଲ ସଂପଦ, ଖଣିଜ ସଂପଦ ଏବଂ ସାଗର ସଂପଦ ଯେଉଁ ରାଜ୍ୟରେ ଥାଉ ନା କାହିଁକି ସେସବୁ ଜାତୀୟ ସଂପଦା ରାଜ୍ୟଗୁଡିକର ସମବିକାଶ ଜରିଆରେ ଭାରତୀୟ ଉପମହାଦେଶକୁ ଏକ ସମୃଦ୍ଧ ଏବଂ ଶକ୍ତିଶାଳୀ ରାଜ୍ୟରେ ପରିଣତ କରିବା ଲକ୍ଷ୍ୟ ହେବା ଉଚିତା କେନ୍ଦ୍ରରେୟୁନିୟନ୍ ସରକାରର ଯିଏ ପ୍ରଧାନମନ୍ତ୍ରୀ ହେବେ ସେ ନିର୍ବାଚିତ ହୋଇଥ#ବା ତାଙ୍କ ଦଳ କିମ୍ବା ନିଜ ରାଜ୍ୟର ପ୍ରଧାନମନ୍ତ୍ରୀ ନହୋଇ ସମଗ୍ର ଭାରତୀୟ ଉପମହାଦେଶର ଜନସାଧାରଣଙ୍କର ପ୍ରଧାନମନ୍ତ୍ରୀ ହେବୋ ଏବଂ ପ୍ରଧାନମନ୍ତ୍ରୀଙ୍କ ରାଷ୍ଟ୍ରୀୟ ଭାବନାରେ ଦେଶ ପରିଚାଳିତ ହେବା ଆମେରିକା ମହାଦେଶର ରାଷ୍ଟ୍ରଗୁଡିକୁ ନେଇ ଯୁକ୍ତରାଷ୍ଟ୍ର ଆମେରିକା ଗଠିତ ହୋଇଛିା ମାତ୍ର ଯୁକ୍ତରାଷ୍ଟ୍ରର ସମସ୍ତ କ୍ଷମତା ରାଷ୍ଟ୍ରପତିଙ୍କ ହାତରେ ଦିଆଯାଇଛିା ସେହି ଢାଞ୍ଚାରେ ଆମ ଦେଶର ସମ୍ବିଧାନ ତିଆରି ହୋଇଛିା ଏହା ଏକ ସଂଘୀୟ ରାଷ୍ଟ୍ର ଏବଂ ଏ ରାଷ୍ଟ୍ରର କ୍ଷମତା ପ୍ରଧାନମନ୍ତ୍ରୀଙ୍କ ପାଖରେ କେନ୍ଦ୍ରୀଭୂତା ଏହି ଯୁକ୍ତ ଭାରତବର୍ଷରେ ରାଜ୍ୟଗୁଡିକ ସମଭାବରେ ଶକ୍ତିଶାଳୀ ନ ହେଲେ ଦେଶକୁ ଶକ୍ତିଶାଳୀ ରାଷ୍ଟ୍ର ଭାବରେ ଗଢିହେବ ନାହିାଁ ସେ ବିଚାରରେ ପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦି ଓ ତାଙ୍କ ମନ୍ତ୍ରୀସଭାର ସଦସ୍ୟମାନେ ଯେଭଳି ସଂକୀର୍ଣ୍ଣ ଦଳୀୟ ସ୍ୱାର୍ଥ ଏବଂ ଆଞ୍ଚଳିକ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରୁଛନ୍ତି ତାହା ପ୍ରାକୃତିକ ସଂପଦରେ ଭରା ଓଡ଼ିଶା ଭଳି ଦାରିଦ୍ର୍ୟ ନିପୀଡିତ ରାଜ୍ୟଗୁଡିକୁ ତଳିତଳାନ୍ତ କରିବାକୁ ଯାଉଛିା ସବୁଠାରୁ ପରିତାପର ବିଷୟ ଓଡ଼ିଶା ମାଟିରେ ଜନ୍ମ ନେଇଥ#ବା ଓଡ଼ିଶା ପାଣିପବନରେ ପରିପୁଷ୍ଟ ହୋଇଥ#ବା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିହାର ରାଜ୍ୟରୁ ରାଜ୍ୟସଭାକୁ ଯାଇ ଜନ୍ମମାଟିକୁ ଭୁଲିଯାଇ ବିଜେପି ଦଳୀୟ ସ୍ୱାର୍ଥ ଏବଂ ଦଳୀୟ ଓ ଆଞ୍ଚଳିକ ଭାବନାରେ ପରିପୁଷ୍ଟ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଆନୁଗତ୍ୟ ଏବଂ ବିହାର ରାଜ୍ୟର ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ ଛତିଶଗଡ ବିଜେପି ସରକାରର ଓଡ଼ିଶା ସ୍ୱାର୍ଥ ବିରୋଧୀ ଘଟଣା ପ୍ରତି ଯେଭଳି ସମର୍ଥନ ଜ୍ଞାପନ କରିଚାଲିଛନ୍ତି ତାହା ରାଜ୍ୟବାସୀ ଅବଶ୍ୟ ଅବଗତ ଅଛନ୍ତିା ମୋଟ ଉପରେ ଛତିଶଗଡ ବିଜେପି ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କ ସହିତ ବୁଝାମଣା କରି ପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦି ଓ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଧମେନ୍ଦ୍ର ପ୍ରଧାନ ଓଡ଼ିଶାର ଚାରିକୋଟି ୨୦ ଲକ୍ଷ ଲୋକଙ୍କର ଭାଗ୍ୟ ବିପର୍ଯ୍ୟୟ କରିବା ପାଇଁ ଯେଉଁ ଷଡଯନ୍ତ୍ର ରଚନା କରିଛନ୍ତି ତାହା ଅତ୍ୟନ୍ତ ଦୁଃଖଦ ଏବଂ ହୀନମାନ୍ୟତାର ପରିଚାୟକ କହିଲେ ଅତୁ୍ୟକ୍ତି ହେବ ନାହିାଁ

ମୌସୁମୀ ପ୍ରବାହଜନିତ ବୃଷ୍ଟିପାତ ଏବେ ପ୍ରାୟତଃ ଅନିୟମିତା ଦକ୍ଷିଣ-ପଶ୍ଚିମ ମୌସୁମୀ ଉପରେ ଭରସା କରିହେଉ ନାହିାଁ ଉତ୍ତରପଶ୍ଚିମ ମୌସୁମୀ ବାୟୁ ଶିମିଳିପାଳରେ ବାଧାପ୍ରାପ୍ତ ହୋଇ ଯେଭଳି ରବି ଋତୁରେ ରବି ଫସଲକୁ ସହାୟତା କରୁଥ#ଲା ତାହା ଏବେ ଆଉ ହେଉ ନାହିାଁ ଏତ ଗଲା ମୌସୁମୀ ବାୟୁ ପ୍ରବାହର କଥା କିନ୍ତୁ ଲଘୁଚାପଜନିତ ବର୍ଷା ଓଡ଼ିଶା ପାଇଁ ଅଧ#କ ଦୁଃଖଦ ପରିସ୍ଥିତି ସୃଷ୍ଟି କରିଥାଏା ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରୁ ୨୦୦ ନଟିକାଲ ମାଇଲ ଦୂରରେ ପ୍ରଶାନ୍ତ ମହାସାଗରରେ ଆବହମାନ କାଳରୁ ବର୍ଷକୁ ହାରାହାରି ଦୁଇଥର ଲଘୁଚାପ ସୃଷ୍ଟି ହେଲେ ସମୁଦ୍ରରେ ଲଘୁଚାପ ସୃଷ୍ଟି ହୋଇ ବାତ୍ୟାଜନିତ ପବନ ହୁଏା ଏହି ବାତ୍ୟାଜନିତ ପବନ ଉପକୂଳରୁ ଗତିକଲା ବେଳେ ଉପକୂଳରେ ଝଡ ସୃଷ୍ଟି ହୁଏା ଅଧ#କ ଘନିଭୂତ ହେଲେ ବେଳେବେଳେ ମହାବାତ୍ୟାରେ ପରିବର୍ତ୍ତନ ହୁଏା ୧୯୬୭, ୧୯୭୧, ୧୯୮୧ରେ ଏବଂ ୧୯୯୯ ମସିହାରେ ଲଘୁଚାପଜନିତ ବାତ୍ୟାପବନ ମହାବାତ୍ୟାରେ ପରିଣତ ହୋଇ ଯେଭଳି ସମୁଦ୍ରକୂଳର ଢେଉ ଓଡ଼ିଶାର ଆଭ୍ୟନ୍ତରକୁ ପ୍ରବେଶ କରିବା ସଙ୍ଗେ ସଙ୍ଗେ ମୁଷଳଧାରାରେ ବର୍ଷା ହେଲା ଓ ବନ୍ୟା ପ୍ଲାବନ ସୃଷ୍ଟି କରିଥ#ଲା, ସେ କଥା କାହାକୁ ଅଛପା ନାହିାଁ

୨୦୧୪ ମସିହାରେ ଫାଇଲିନ୍ ବାତ୍ୟା ଚିଲିକା ମୁହାଣ ଏବଂ ଋଷିକୂଲ୍ୟା ମୁହାଣର ମଧ୍ୟସ୍ଥଳରେ ପ୍ରବେଶ କରି ଗୋପାଳପୁର ଏବଂ ଗଞ୍ଜାମ ଜିଲ୍ଲାର ଯେପରି କ୍ଷୟକ୍ଷତି ଘଟାଇଲା ତା’ର ପୁନନିର୍ମାଣ ଏବେ ଯାଏ ଶେଷ ହୋଇନାହିାଁ ଏବଂ ଏହି ଘନିଭୂତ ଫାଇଲିନ୍ ବାତ୍ୟା ଓ ପବନ ଓଡ଼ିଶାର ପଶ୍ଚିମରେ ଅବସ୍ଥିତ ଛତିଶଗଡରେ ବର୍ଷା ନହୋଇ ଝାଡଖଣ୍ଡ ରାଜ୍ୟରେ ପ୍ରବଳ ବୃଷ୍ଟିପାତ କରିବା ଫଳରେ ଝାଡଖଣ୍ଡରୁ ବନ୍ୟାସ୍ରୋତ ଶିମିିଳିପାଳ ଦେଇ ବାରିପଦା ସହରକୁ ଖ#ନ୍ଭିନ୍ କରିଦେଇଥ#ଲାା ଦୀର୍ଘ ୪୦ ବର୍ଷ ପରେ ୨୦୧୪ ମସିହାର ବନ୍ୟା ବିଭୀଷିକା କେବଳ ବାରିପଦା ଓ ମୟୁରଭଞ୍ଜ ଜିଲ୍ଲାର ବିପୁଳ କ୍ଷତି ଘଟାଇଲା ନାହିଁ ବରଂ ଉତ୍ତର ବାଲେଶ୍ୱର, ବସ୍ତା, ବାଲିଆପାଳ, ଭୋଗରାଇ ଅଞ୍ଚଳରେ ସୁବର୍ଣ୍ଣରେଖାର ବନ୍ୟା ପ୍ରଭୂତ ପରିମାଣରେ କ୍ଷୟକ୍ଷତି ଘଟାଇଲାା ସେହିଭଳି ଭାବରେ ସମୁଦ୍ରରେ ଲଘୁଚାପଜନିତ ପ୍ରବଳ ବର୍ଷା ଓଡ଼ିଶାକୁ ବନ୍ୟାପ୍ଳାବିତ କରି ଯଦି ଅମରକଣ୍ଟକ ପର୍ବତମାଳାରୁ ଧାବମାନ ହୁଏ ସେଠାରେ ଛତିଶଗଡ ସରକାର ନିର୍ମାଣ କରୁଥ#ବା ବ୍ୟାରେଜ୍ଗୁଡିକ ଉଛୁଳି ପଡିବ ଏବଂ ବ୍ୟାରେଜଗୁଡିକୁ ରକ୍ଷା କରିବାକୁ ଯାଇ ଛତିଶଗଡ ସରକାର ହଠାତ୍ ଉଦ୍ବୃତ୍ତ ଜଳରାଶିକୁ ହୀରାକୁଦ ଜଳଭଣ୍ଡାରକୁ ଛାଡିବେ ଏବଂ ହୀରାକୁଦ ଜଳଭଣ୍ଡାର ଜଳପତ୍ତନ ୬୨୯ ଫୁଟକୁ ଅତିକ୍ରମ କରିଯାଏ ତେବେ ହୀରାକୁଦ ବନ୍ଧକୁ ରକ୍ଷା କରିବା ସମ୍ଭବପର ହେବ ତ? ଯଦି ଅଘଟଣ ଘଟେ ଓଡ଼ିଶାର ୧୫ଟି ଜିଲ୍ଲା ଏବଂ ବିଶେଷ କରି ଅବିଭକ୍ତ କଟକ ଜିଲ୍ଲାର ଅବସ୍ଥା କ’ଣ ହେବ?

ଏ ସମସ୍ତ କଥାକୁ ଚିନ୍ତା କରି ଓଡ଼ିଶାର ଜନସାଧାରଣ ବିଭିନ୍ନ ଦଳରେ ବିଭକ୍ତ ହୋଇ କେବଳ ସଂକୀର୍ଣ୍ଣ ଦଳୀୟ ସ୍ୱାର୍ଥକୁ ଆଧାର ନକରି ସମ୍ମିଳିତ ପ୍ରତିବାଦର ସ୍ୱର ଉତ୍ତୋଳନ କରନ୍ତୁା ସଂଖ୍ୟା ଗରିଷ୍ଠ ମତରେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲାପରେ ସମଗ୍ର ରାଜ୍ୟବାସୀଙ୍କର ସ୍ୱାର୍ଥ ହେଉଛି ତାଙ୍କର ଦାୟିତ୍ୱ ଏବଂ ଛତିଶଗଡର ବିଜେପି ସରକାର ବିରୁଦ୍ଧରେ ସେ ଯେଉଁ ସ୍ୱର ଉତ୍ତୋଳନ କରୁଛନ୍ତି ତାହା ଓଡ଼ିଶାବାସୀଙ୍କ ସ୍ୱାର୍ଥରକ୍ଷା ପାଇଁ ବୋଲି ବୁଝିବାକୁ ହେବା ତା’ ନହେଲେ ଦଳୀୟ ଭାବନା ଏବଂ ଦଳୀୟ ସ୍ୱାର୍ଥକୁ ଆଧାର କରି ବିଖଣ୍ଡିତ ପରସ୍ପର ବିରୋଧୀ ମତ ସୃଷ୍ଟିକରି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରି ଭାଷଣବାଜୀ କଲେ ଓଡ଼ିଶାର ସ୍ୱାର୍ଥ ସୁରକ୍ଷିତ ହୋଇପାରିବ ନାହିାଁ ତେଣୁ ସାଂପ୍ରତିକ ପରିସ୍ଥିତିରେ ଦଳମତ ନିର୍ବିଶେଷରେ ସମସ୍ତଙ୍କର ଭାବନାକୁ ନେଇ ଆଗେ ମାଟି ପରେ ପାର୍ଟିା ଜନ୍ମ ମାଟି ଆମର ମା’ା ଗଣତାନ୍ତ୍ରିକ ବ୍ୟବସ୍ଥାରେ ପାର୍ଟି ହେଉଛି ଗୋଟିଏ ରାହାା ପାର୍ଟି ବିଚାରରେ ମାଟି ମା’ ପ୍ରତି ଅହେତୁକ ବିପଦ ସୃଷ୍ଟିକୁ କେହି ଆମନ୍ତ୍ରଣ କରନ୍ତୁ ନାହିାଁ ଏହା ହିଁ ସାଂପ୍ରତିକ ସ୍ଥିତିରେ ଏକ ମାର୍ମିକ ନିବେଦନା

Share in top social networks!

ଧର୍ମେନ୍ଦ୍ରଙ୍କ ଆରୋପ-”ଚୋର କହୁଛି ଚୋର ପଳେଇଲା’ ଭଳି: Dr. Damodar Rout

damodar“ସୁଆଙ୍ଗ କରୁଛି ବିଜେଡି’, ଏ କଥା କହୁଛନ୍ତି ଧର୍ମେନ୍ଦ୍ର ପ୍ରଧାନା ତାଙ୍କଠାରୁ ଏ ଉକ୍ତି ଶୁଣିଲା ପରେ ମନେ ହେଉଛି “ଚୋର କହୁଛି ଚୋର ପଳେଇଲାା’ ପୂର୍ବରୁ କେନ୍ଦ୍ରର ଉପା ସରକାର ଏବଂ ଏବର ନରେନ୍ଦ୍ର ମୋଦୀଙ୍କ ବିଜେପି ସରକାର ଓଡ଼ିଶାର ମାଟି ଏବଂ ୪ କୋଟି ୧୯ ଲକ୍ଷ ଓଡ଼ିଆଙ୍କ ସ୍ୱାର୍ଥ ବିରୁଦ୍ଧରେ ଷଡଯନ୍ତ୍ର କଲାଭଳି କାର୍ଯ୍ୟ କରୁଛନ୍ତିା ପୋଲାଭରମ୍ ପ୍ରକଳ୍ପରେ ଆମର ପାହାଡ ପର୍ବତରୁ ପାଣି ଗୋଦାବରୀ ନଦୀରେ ପ୍ରବାହିତ ହୋଇ ସମୁଦ୍ରକୁ ଯାଉଛିା ଏହାର ଉଭୟ ପାଖରେ ଓଡ଼ିଶା ଓ ଛତିଶଗଡର ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଆନ୍ଧ୍ରର କଂଗ୍ରେସ ରାଜ୍ୟ ସରକାର ଏକତରଫା ଭାବେ ପୋଲାଭରମ୍ ପ୍ରକଳ୍ପ ଆରମ୍ଭ କଲୋ

ଏ କଥା ଜାଣିଲା ପରେ ଓଡ଼ିଶା ସରକାର ୨୦୦୩ ମସିହାରୁ ଏ ଯାବତ୍ ପ୍ରତିବାଦ କରିଚାଲିଛନ୍ତିା ସଂପ୍ରତି ମାନ୍ୟବର ସୁପ୍ରିମ୍ କୋର୍ଟରେ ଓଡ଼ିଶା ସରକାରଙ୍କ ଦରଖାସ୍ତ ବିଚାରାଧୀନ ଅଛିା ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଜାତୀୟ ପ୍ରକଳ୍ପ ଘୋଷଣା କରି ନିର୍ମାଣ ଖର୍ଚ୍ଚ ବହନ କରିବାକୁ ଘୋଷଣା କରିଛନ୍ତିା ଏବେ ମହାନଦୀ ପାଣିକୁ ନେଇ ଖେଳ ଖେଳୁଛି ଛତିଶଗଡର ବିଜେପି ରାଜ୍ୟ ସରକାରା ହୀରାକୁଦ ଉପରମୁଣ୍ଡରେ ୨୦୦୬ ମସିହାରେ ଯେତେବେଳେ ଛତିଶଗଡ ସରକାର ଏକତରଫା ପ୍ରକଳ୍ପ ଆରମ୍ଭ କଲେ କେନ୍ଦ୍ରର ଉପା ସରକାର ଚୁପ୍ ରହିଲୋ ଏବେ ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଖୋଲା ସମର୍ଥନରେ ଛତିଶଗଡ ସରକାର ବ୍ୟାରେଜ୍ ପରେ ବ୍ୟାରେଜ୍ ନିର୍ମାଣ କରିଚାଲିଛନ୍ତିା ଧର୍ମେନ୍ଦ୍ର ବାବୁ ନିଶ୍ଚୟ ବୁଝିଥ#ବେ ନଦୀର ଧର୍ମ ଉପରମୁଣ୍ଡରୁ ପ୍ରବାହିତ ହୋଇ ସମୁଦ୍ରରେ ଲୀନ ହେବାା

ତେବେ ଅମରକଣ୍ଟକ ପର୍ବତମାଳାର ଲକ୍ଷାଧ#କ ବର୍ଗ କିଲୋମିଟର ଅଞ୍ଚଳରେ ଯେଉଁ ବର୍ଷା ହୁଏ ସେ ପାଣି ନିମ୍ନକୁ ପ୍ରବାହିତ ହେଲେ ତାହା ଏକ ନଦୀ ପାଲଟିଯାଏା ଏବଂ ସେ ନଦୀର ନା ହେଉଛି ମହାନଦୀା ଓଡ଼ିଶା ସୀମା ଭିତରେ ତା’ର ଅବସ୍ଥିତି ହେଉଛି ପ୍ରାୟ ୪୩୦ କିଲୋମିଟରା ଅବଶିଷ୍ଟ ଅଂଶ ହେଉଛି ମଧ୍ୟପ୍ରଦେଶ ଓ ଛତିଶଗଡରା ମହାନଦୀର ସମୁଦାୟ ଜଳସ୍ରୋତ ଛତିଶଗଡର ନୁହେଁ କି ଓଡ଼ିଶାର ନୁହୋଁ ତେଣୁ ଏ ଜଳସଂପଦ ଦୁଇ ରାଜ୍ୟରେ ପ୍ରବାହିତ ହେଉଥ#ଲେ ମଧ୍ୟ ଏହା ଜାତୀୟ ସଂପଦା ଜାତୀୟ ସଂପଦକୁ କିଭଳି ଭାବରେ ବିନିଯୋଗ କରାଯିବ, ଯେପରି ଏହା ଜାତୀୟ ବିକାଶରେ ସହାୟକ ହେବ ଏବଂ ସଂପୃକ୍ତ ରାଜ୍ୟର ବିକାଶରେ ସହାୟକ ହୋଇ ବନ୍ୟାବିତ୍ପାତ ଏବଂ ମରୁଡି ଯୋଗୁଁ କ୍ଷତିଗ୍ରସ୍ତ ହେବ ନାହିଁ, ଏ ସମସ୍ତ କଥା ବିଚାର କରିବା ପାଇଁ ଜାତୀୟ ଜଳ କମିଶନ ଓ କେନ୍ଦ୍ରରେ ସଂଘୀୟ ସରକାରର ପ୍ରଧାନମନ୍ତ୍ରୀ ଅଛନ୍ତି ନିଷ୍ପତ୍ତି ନେବା ପାଇାଁ ସଂଘୀୟ ସରକାରଙ୍କର ଏହା ସାମ୍ବିଧାନିକ ଓ ନୈତିକ ଦାୟିତ୍ୱା ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳରୁ ନିର୍ବାଚିତ ହେଲେ ମଧ୍ୟ ଓଡ଼ିଶାର ସମଗ୍ର ଜନସାଧାରଣଙ୍କର ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀା ଓଡ଼ିଶା ରାଜ୍ୟ ଏବଂ ରାଜ୍ୟବାସୀଙ୍କର ସ୍ୱାର୍ଥ ବିରୁଦ୍ଧରେ କିଛି ଘଟଣା ଘଟିଲେ ତା’ର ପ୍ରତିରୋଧ କରିବା ଏବଂ ପ୍ରତିବାଦ କରିବା ଦାୟିତ୍ୱ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କରା ଯେମିତି ବିଜେପି ଦଳରୁ ନିର୍ବାଚିତ ରମଣ ସିଂ ଛତିଶଗଡର

ମୁଖ୍ୟମନ୍ତ୍ରୀା ତେବେ ଛିତିଶଗଡର ସାମୂହିକ ସ୍ୱାର୍ଥର ଦ୍ୱାହି ଦେଇ ପଡୋଶୀ ରାଜ୍ୟ ଓଡ଼ିଶାର ଯେଉଁ କ୍ଷତି ଘଟାଇଛନ୍ତି ତାକୁ ଦିଲ୍ଲୀର ସଂଘୀୟ ସରକାର ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମର୍ଥନ କଲାବେଳେ ଦଳମତ ନିର୍ବିଶେଷରେ ଛତିଶଗଡ ଜନସାଧାରଣ ସମର୍ଥନ କରୁଛନ୍ତିା

ତେବେ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ମାଟିରେ ଜନ୍ମ ହୋଇ ବିହାରରୁ ବିଜେପି ଟିକେଟରେ ରାଜ୍ୟସଭାକୁ ଗଲାପରେ ମନ୍ତ୍ରୀ ହୋଇଛନ୍ତିା ଜନ୍ମମାଟି କଥା ଭୁଲିଯାଇ ଓଡ଼ିଶା ବିରୋଧୀ କାର୍ଯ୍ୟରେ ନରେନ୍ଦ୍ର ମୋଦୀ ଓ ରମଣ ସିଂଙ୍କୁ ସମର୍ଥନ ଢାଳି ଦେଉଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅକ୍ଷେପ କରି ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ ଦେଉଛନ୍ତି ଜନସଂପର୍କ ପଦଯାତ୍ରା ଏବଂ ଜନତାଙ୍କ ପ୍ରତିବାଦକୁ ଏକ ସୁଆଙ୍ଗର ଆଖ୍ୟା ଦେଉଛନ୍ତିା ତାଙ୍କର ଏ ଭାଷା “ଗୁଞ୍ଜାରୁଅ ଓ ପୋଷିଆଁପୁଅ’ର ଚରିତ୍ର ଭଳି
ଜଣାପଡୁଛିା

ବିଗତ ୧୬ ବର୍ଷର ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଓଡ଼ିଶାର ବିକାଶ ଘଟିଛି କି ନାହିଁ ସେ କଥା ଧର୍ମେନ୍ଦ୍ରବାବୁ ବେଶ୍ ଜାଣିଛନ୍ତିା ତା’ ନ ହୋଇଥ#ଲେ ନିଜ ଜନ୍ମାମାଟିରେ ନିର୍ବାଚନରେ ପ୍ରତ୍ୟାଖାତ ହେଲା ପରେ ସେ ବିହାର ରାଜ୍ୟରୁ ରାଜ୍ୟସଭାକୁ ଯାଇ ନଥାନ୍ତୋ ଧର୍ମେନ୍ଦ୍ରବାବୁଙ୍କୁ ଏତିକି କହିବି ଆଗେ ମାଟି ପରେ ପାର୍ଟିା ମାଟି ଆମର ମା’ା ପାର୍ଟିି ଆମର ଏକ ରାହାା ପାର୍ଟି ନ୍ୟାୟରେ ମାଟି ମା’ କୋଳରେ ଜନ୍ମ ନେଇଥ#ବା ମଣିଷମାନଙ୍କ ତଣ୍ଟି କାଟ ନାହିାଁ

Share in top social networks!

ତ୍ରିସ୍ତରୀୟ ପଞ୍ଚାୟତିରାଜ ଓ ବିଜୁବାବୁ

damodarଡା. ଦାମୋଦର ରାଉତ

ଉପନିବେଶ ଶାସନରୁ ମୁକ୍ତି ମିଳିବ ଏବଂ ସ୍ୱାଧୀନତା ଯେ ଆସନ୍ନ ପ୍ରାୟ ଏହା ହୃଦବୋଧ ହେଲା ପରେ ଜାତିର ଜନକ ମହାତ୍ମାଗାନ୍ଧୀ ମୁକ୍ତ ଭାରତର ଚିତ୍ର କଅଣ ହେବ ସେଥ#ପ୍ରତି ଚିନ୍ତନ ଆରମ୍ଭ କରିଥ#ଲେ । ୫ ଲକ୍ଷ ଗାଁକୁ ନେଇ ଭାରତବର୍ଷା ଦିଲ୍ଲୀ, କଲିକତା, ବମ୍ବେ ନଗରୀକୁ ନେଇ ଭାରତବର୍ଷ ନୁହେଁ ଏହା ସେ ନିଜର ଅନୁଗାମୀ ସଂଗ୍ରାମୀ ନେତାମାନଙ୍କୁ ବୁଝାଇବା ଆରମ୍ଭ କରିଥ#ଲେ । ସେଥ#ପାଇଁ ବିଶ୍ୱର ବୃହତ୍ତମ ଗଣତନ୍ତ୍ର ଭାରତବର୍ଷରେ ସାମାଜିକ, ଅର୍ଥନୈତିକ ଓ ବୌଦ୍ଧିକ ବିକାଶ ନିମନ୍ତେ ଯେଉଁ ସ୍ୱପ୍ନ ଦେଖ#ଥ#ଲେ ତାହାକୁ ଭିତ୍ତିକରି ସମ୍ବିଧାନ ପ୍ରଣୟନ କରିବା ପାଇଁ ପରାମର୍ଶ ଦେଇଥ#ଲେ । ଦୀର୍ଘକାଳର ପରାଧୀନତା ଫଳରେ ଏକଦା ସୁନାର ଭାରତର ୫ ଲକ୍ଷ ଗାଁର ରହୁଥ#ବା ଅଗଣିତ ମଣିଷ ଦାରିଦ୍ର୍ୟ, ନିରକ୍ଷରତା ଏବଂ ବ୍ୟାଧ#ରେ ସଢ଼ୁଥ#ଲେ । ଏଥ#ରୁ ମୁକ୍ତ ହେବା ପାଇଁ ସେ ପଞ୍ଚାୟତ ଶାସନ ବ୍ୟବସ୍ଥା ଏବଂ ସମବାୟ ଆନ୍ଦୋଳନକୁ ନୂଆ ସମ୍ବିଧାନରେ ସ୍ଥାନିତ କରିବା ପାଇଁ ପରାମର୍ଶ ଦେଇଥ#ଲେ । ଲୋକଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତିରେ ଏବଂ ପାରସ୍ପରିକ ସହଯୋଗରେ ସାମାଜିକ, ଅର୍ଥନୈତିକ ଏବଂ ବୌଦ୍ଧିକ ବିକାଶ ସମ୍ଭବପର ହେବ । ଗ୍ରାମାଞ୍ଚଳରେ ଭରି ରହିଥ#ବା କ୍ଷୁଧା, ବ୍ୟାଧ# ଓ ନିରକ୍ଷରତା ଆଦି ଦୂର ହୋଇପାରିବ ଏହା ଥ#ଲା ତାଙ୍କ ବିଶ୍ୱାସ ।
ସ୍ୱାଧୀନତା ପ୍ରାପ୍ତି ହେଲା ଅଗଷ୍ଟ ୧୫, ୧୯୪୭ ମସିହାରେ । ସମ୍ବିଧାନ ଗୃହୀତ ହେଲା ୧୯୫୦ ମସିହା ଜାନୁଆରୀ ୨୬ ତାିଖରେ । ପଞ୍ଚାୟତି ବ୍ୟବସ୍ଥା ଏବଂ ସମବାୟ ଆନ୍ଦୋଳନ ବ୍ୟବସ୍ଥା ସମ୍ବିଧାନରେ ସ୍ଥାନ ପାଇଲା ମାତ୍ର ଏହା ରହିଲା ରାଜ୍ୟ ବିଷୟ ଭାବରେ । ୧୯୫୨ ମସିହାରେ ସାଧାରଣ ନିର୍ବାଚନରେ ଗଠିତ ହେଲା ବିଶ୍ୱର ବୃହତ୍ତମ ଗଣତନ୍ତ୍ରା ଭାରତବର୍ଷର ସଂସଦୀୟ ବ୍ୟବସ୍ଥା ଭିତ୍ତିରେ ଗଢ଼ା ହେଲା ଜବାହରଲାଲ ନେହେରୁଙ୍କ ନେତୃତ୍ୱରେ ସରକାର । ପଞ୍ଚାୟତ ବ୍ୟବସ୍ଥାର ରୂପରେଖ କ’ଣ ହେବ ତାହା ଅନୁଧ୍ୟାନ କରି ରିପୋର୍ଟ ଦେବା ପାଇଁ ବଳବନ୍ତ ରାୟ କମିଶନ ଗଠନ କରାଗଲାା କମିଶନ ରିପୋର୍ଟ ଦେଲେ ୧୯୫୭ ମସିହାରେ । ସରକାର କମିଶନଙ୍କ ରିପୋର୍ଟକୁ ଗ୍ରହଣ କଲେ ଏବଂ ୧୯୫୯ ଅକେଫାବର ୨ ତାରିଖ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଜନ୍ମଦିନରେ ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁ ପ୍ରଦୀପ ଜାଳି ରାଜସ୍ଥାନରେ ତି୍ରସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଶୁଭାରମ୍ଭ କଲେ ।
ପଞ୍ଚାୟତିରାଜ ବ୍ୟବସ୍ଥା ଏକ ରାଜ୍ୟ ବିଷୟ ହୋଇଥ#ବାରୁ ସବୁ ରାଜ୍ୟ ଏହାକୁ କାର୍ଯ୍ୟକାରୀ କଲେ ନାହିଁ । ତେବେ ଯେଉଁ କେତୋଟି ରାଜ୍ୟରେ ତି୍ରସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା କାର୍ଯ୍ୟକାରୀ କରାଗଲା ସେଥ#ରୁ ଓଡ଼ିଶା ଥ#ଲା ଅନ୍ୟତମ ଏବଂ ମୁଖ୍ୟମନ୍ତ୍ରୀ ହେଲେ ସ୍ୱର୍ଗତ ବିଜୁ ପଟ୍ଟନାୟକ । ୧୯୬୧ ମସିହା ନିର୍ବାଚନ ପରେ ୧୯୬୨ ମସିହାରୁ ତୃତୀୟ ପଞ୍ଚମ ବାର୍ଷିକ ଯୋଜନା ଆରମ୍ଭ ହେଲା । ସ୍ୱର୍ଗତ ବିଜୁ ପଟ୍ଟନାୟକ ତି୍ରସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଉଲ୍ଲାସ ଉଦ୍ଦୀପନା ମଧ୍ୟରେ କାର୍ଯ୍ୟକାରୀ କଲେ । ସେତେବେଳେ ସେ କହିଲେ ରାଜ୍ୟବାସୀ ମତଦାନ ଜରିଆରେ ମୋତେ ଯେଭଳି ମୁଖ୍ୟମନ୍ତ୍ରୀ କରିଛନ୍ତି ଏବଂ ମୁଁ ସେମାନଙ୍କ ପାଇଁ କିଛି କରୁଛି, ସେଭଳି ଗୋଟିଏ ପଞ୍ଚାୟତର ଲୋକେ, ସେହି ପଞ୍ଚାୟତ ସରପଞ୍ଚ ହେଉ କି ସମିତି ସଭ୍ୟଙ୍କୁ ମତଦାନ କରି ନିିର୍ବାଚିତ କରନ୍ତିା ଏହି ପଞ୍ଚାୟତି ବ୍ୟବସ୍ଥା ଦ୍ୱାରା ଗ୍ରାମାଞ୍ଚଳରୁ କ୍ଷୁଧା, ବ୍ୟାଧ# ଏବଂ ନିରକ୍ଷରତା ଦୂର ହେବା ସମ୍ଭବ ଏବଂ ଲୋକଙ୍କର ପ୍ରତ୍ୟକ୍ଷ ସମ୍ପୃକ୍ତିରେ ସାମାଜିକ, ଅର୍ଥନୈତିକ ଓ ବୌଦ୍ଧିକ ବିକାଶ ଦ୍ରୁତତର ହୋଇପାରିବ, ଏଥ#ନିମନ୍ତେ ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲ୍ଲା ପରିଷଦ ସ୍ୱୟଂଶାସିତ ଗଣତାନ୍ତ୍ରିକ ଅନୁଷ୍ଠାନ ଭାବରେ ଘୋଷଣା କରିଥ#ଲେ । ତିନି ସ୍ତରରେ ଏହି ନିର୍ବାଚିତ ସ୍ୱୟଂଚାଳିତ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକୁ କ୍ଷମତା ଅର୍ପଣ କରାଗଲା । ନୂଆ ଆଶା, ନୂଆ ଉଦ୍ଦୀପନା ନେଇ ଏହି ତି୍ରସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ବେଶ୍ ସଫଳତାର ସହିତ ଆଗେଇ ଚାଲିଲା । ୧୯୬୪ ମସିହାରେ ଭୁବନେଶ୍ୱରଠାରେ ଯେତେବେଳେ ଅଖ#ଳ ଭାରତ କଂଗ୍ରେସ ସମ୍ମିଳନୀ ହେଲା ତାହା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଏକକ ଦାୟିତ୍ୱରେ ଅନୁଷ୍ଠିତ ହୋଇଥ#ଲାା ଭୁବନେଶ୍ୱରର ଗୋପବନ୍ଧୁ ନଗରରେ ଅଧ#ବେସନ ବସିଥ#ଲା । ଅବଶ୍ୟ ସେତେବେଳକୁ ବିଜୁବାବୁ ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇ ସାରିଥ#ଲେ କାମରାଜ ଯୋଜନାରେ । ସେହି ଅଖ#ଳ ଭାରତ କଂଗ୍ରେସ ଅଧ#ବେଶନରେ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ନିଜର ଅଭିଭାଷଣରେ ସ୍ପଷ୍ଟ ଭାବେ ଘୋଷଣା କଲେ ଯେ ଦେଶର ଯେଉଁ କେତୋଟି ରାଜ୍ୟରେ ତି୍ରସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି ସେଥ#ରେ ବିଜୁବାବୁଙ୍କ ପଞ୍ଚାୟତିରାଜ ବ୍ୟବସ୍ଥା ସବୁଠାରୁ ଉତ୍ତମ, ପ୍ରଗତିଶୀଳ ଏବଂ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ସ୍ୱପ୍ନର ଭାରତକୁ ବାସ୍ତବ ରୂପ ଦେବା ପାଇଁ ବେଶ୍ ସହାୟକ ହେବ ।
ଦୁଃଖ ଏବଂ ପରିତାପର ବିଷୟ ୧୯୬୭ ମସିହାରେ ସ୍ୱତନ୍ତ୍ର ଜନକଂଗ୍ରେସ ସରକାର ଅମଳରେ ଜିଲ୍ଲା ପରିଷଦକୁ ଉଠାଇ ଦିଆଗଲା । ଯଦିଓ ପଞ୍ଚାୟତ ସମିତି ଓ ଗ୍ରାମ ପଞ୍ଚାୟତ ତିଷ୍ଠି ରହିଲା ତେବେ ସେତେବେଳର ବିଭାଗୀୟ ମନ୍ତ୍ରୀ ଅନନ୍ତ ନାରାୟଣ ସିଂହଦେଓଙ୍କ ଜିଦ୍ ଫଳରେ ଏହି ଦୁଇ ଅନୁଷ୍ଠାନକୁ ପୂର୍ବରୁ ଯେଉଁ କ୍ଷମତା ପ୍ରଦାନ କରାଯାଇଥ#ଲା ତାହା ବହୁ ପରିମାଣରେ ସଂକୁଚିତ କରି ଦିଆଗଲାା ତେବେ ୧୯୭୭ ମସିହାରେ ପ୍ରଥମ ଥର ପାଇଁ ଦିଲ୍ଲୀରେ ସ୍ୱର୍ଗତ ମୋରାର୍ଜୀ ଦେଶାଇଙ୍କ ନେତୃତ୍ୱରେ ଅଣକଂଗ୍ରେସ ସରକାର ପ୍ରତିଷ୍ଠା କରାଗଲାା ପୁଣି ଥରେ ଗାନ୍ଧୀ ବିଚାରଧାରାକୁ ସ୍ମରଣ କରି କେନ୍ଦ୍ର ସରକାର ଅଶୋକ ମେହେଟ୍ଟା କମିଶନ ବସାଇଲୋ ମେହେଟ୍ଟା କମିଶନ ତି୍ରସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାକୁ ନୂଆ ରୂପ ଦେଇ ରିପୋର୍ଟ ପ୍ରଦାନ କରିଥ#ଲୋ ମାତ୍ର ଏହି ରିପୋର୍ଟ ଉପରେ କେନ୍ଦ୍ର ସରକାର ବିଚାରବିମର୍ଶ କରି ନିଷ୍ପତ୍ତି ନେବା ପୂର୍ବରୁ ସରକାର ଭାଙ୍ଗିଗଲାା ଶ୍ରୀମତୀ ଇନ୍ଦିରା ଗାନ୍ଧୀ ପୁଣି ଥରେ ପ୍ରଧାନମନ୍ତ୍ରୀ ହେଲୋ ପଞ୍ଚାୟତିରାଜ ବ୍ୟବସ୍ଥା ଉପରେ ଗୁରୁତ୍ୱ ନ ଦେଇ ଦାରିଦ୍ର୍ୟ ଦୂରୀକରଣ ପାଇଁ ବିଂଶସୂତ୍ରୀ କାର୍ଯ୍ୟକ୍ରମ ଘୋଷଣା କଲୋ ଏହି ବିଂଶସୂତ୍ରୀ କାର୍ଯ୍ୟକ୍ରମ ଚାଲିଥ#ଲା ବେଳେ ଶ୍ରୀମତୀ ଗାନ୍ଧୀଙ୍କର ଦେହାନ୍ତ ହେଲାା ତାଙ୍କ ଅନ୍ତେ ସ୍ୱର୍ଗତ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଲୋ ବିଂଶସୂତ୍ରୀ ଦାରିଦ୍ର୍ୟ ଦୂରୀକରଣ ଯୋଜନାର ୫ ବର୍ଷ ପୂରିଗଲାା ଏଥ#ରେ ପୁଞ୍ଜି ବିନିଯୋଗ ହେଲା ୨୫ ହଜାର କୋଟି ଟଙ୍କାା ଏତେ ବିପୁଳ ଅର୍ଥ ଦେଶ ଭିତରୁ ଓ ଦେଶ ବାହାରୁ ଋଣ କରଜ କରି ବ୍ୟୟ କରାଗଲାା ଏଥ#ରୁ ସଫଳତା କେତେ ମିଳିଛି, ଦାରିଦ୍ର୍ୟ କେତେ ପରିମାଣରେ କମିଛି ତାହା ଅନୁଶୀଳନ କରିବା ପାଇଁ ରାଜୀବ ଗାନ୍ଧୀ ଯୋଜନା କମିଶନଙ୍କୁ ନିର୍ଦ୍ଦେଶ ଦେଲୋ ଅର୍ଥନୀତିଜ୍ଞ, ସମାଜବିଜ୍ଞାନୀ, ରାଜନେତା ଏବଂ ଖ୍ୟାତନାମା ସମାଜସେବୀମାନଙ୍କୁ ନେଇ ଯୋଜନା କମିଶନ ଏକ ସମୀକ୍ଷା କଲେ ଏବଂ ଶେଷରେ ରିପୋର୍ଟ ଦେଲୋ ଏହି ରିପୋର୍ଟରେ ଯାହା ମତ ରଖ#ଲେ ତାହା ଥ#ଲା ଅତ୍ୟନ୍ତ ଉଦ୍ବେଗଜନକା ଏହି ରିପୋର୍ଟରେ ସ୍ପଷ୍ଟ ମତ ରହିଲା ଯେ ୫ ବର୍ଷରେ ବିନିଯୋଗ ହୋଇଥ#ବା ୨୫ ହଜାର କୋଟି ଟଙ୍କାର ୮୫ ଭାଗ ବାଟମାରଣା ହୋଇଛିା ତା’ର ଅର୍ଥ ହେଲା ଯେ ଗାଁରେ ରହୁଥ#ବା ଗୋଟିଏ ଗରିବ ଲୋକ ପାଇଁ ସରକାର ଯଦି ୧୦୦ ଟଙ୍କା ଦେଇଛନ୍ତି ସେ ପାଇଛି ମାତ୍ର ୧୫ ଟଙ୍କାା ତେବେ ଏ ସିଂହଭାଗ ବାଟମାରଣା କିଏ କଲା? ଏ ପ୍ରଶ୍ନ ଯୁବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ମନକୁ ଆନ୍ଦୋଳିତ କଲାା ସେ ସାରା ଦେଶ ଘୂରି ବୁଲିଲୋ ପ୍ରତ୍ୟେକ ରାଜ୍ୟକୁ ଯାଇ ଜିଲ୍ଲାପାଳମାନଙ୍କୁ ଡାକି ବୈଠକ କଲୋ ପ୍ରଶାସନିକ ବ୍ୟବସ୍ଥାରେ କେଉଁଠି ଦୋଷତ୍ରୁଟି ରହିଲା ଯେଉଁଥ# ପାଇଁ ଲୋକଙ୍କ ଦ୍ୱାରା ଗଠିତ ଲୋକଙ୍କ ସରକାର ଲୋକଙ୍କ ଦାରିଦ୍ର୍ୟ ହଟାଇବା ପାଇଁ ଯାହା ଅନୁଦାନ ଦେଲେ ତା’ର ୮୫ ଭାଗ କିଏ ବାଟମାରଣା କଲା? ସମାଜବିଜ୍ଞାନୀ, ବିଶ୍ୱସ୍ତରୀୟ ଅର୍ଥନୀତିଜ୍ଞ, ସମାଜସେବୀ, ସ୍ୱାଧୀନତା ସଂଗ୍ରାମୀ, ସେବା ଓ ତ୍ୟାଗର ପ୍ରତୀକ ଜନନେତାମାନଙ୍କଠାରୁ ପରାମର୍ଶ ନେଲୋ ଏ ସମସ୍ତ ମତାମତକୁ ଶୁଣି ଗାନ୍ଧୀ ବିଚାରକୁ ପୁଣି ଫେରିଯିବାକୁ ହେବ ଏହା ତାଙ୍କର ହୃଦବୋଧ ହେଲାା ସାରା ଦେଶରେ ସବୁ ରାଜ୍ୟମାନଙ୍କ ପାଇଁ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିବା ପାଇଁ ୭୩ତମ ସମ୍ବିଧାନ ସଂଶୋଧନ ବ୍ୟତୀତ ଅନ୍ୟ ପନ୍ଥା ନାହିଁ ବୋଲି ବିଚାର କଲେ ଏବଂ ପାର୍ଲାମେଣ୍ଟରେ ବିଧେୟକ ଆଣି ଦୁଇତୃତୀୟାଂଶ ସମର୍ଥନରେ ଆନନ୍ଦଉଲ୍ଲାସ ଭିତରେ ଏହି ସମ୍ବିଧାନ ସଂଶୋଧନ ବିଲ୍କୁ ପାରିତ କଲୋ ମାତ୍ର ଏଥ#ରେ ରାଜ୍ୟର କିଛି କ୍ଷମତାକୁ କେନ୍ଦ୍ର ହାତକୁ ନେଇଥ#ବାରୁ ଏହା ରାଜ୍ୟ ସଭାରେ କାଟ ଖାଇଗଲାା ରାଜୀବ ଗାନ୍ଧୀଙ୍କ ମୃତୁ୍ୟ ଘଟିଲାା ଭି. ପି. ସିଂହ ପ୍ରଧାନମନ୍ତ୍ରୀ ହେଲୋ ୧୯୯୦ ମସିହା ସେପେଫମ୍ବର ୯ ତାରିଖରେ ଭି.ପି. ସିଂହ ଜଏଣ୍ଟ ପାର୍ଲାମେଣ୍ଟ କମିଟି ଦ୍ୱାରା ସଂଶୋଧ#ତ ସମ୍ବିଧାନ ସଂଶୋଧନ ବିଲ୍ ଉପସ୍ଥାପନ କଲୋ ସେହିଦିନ ଏହା ସିଲେକଫ କମିଟିକୁ ଯାଉ ବୋଲି ପ୍ରସ୍ତାବିତ ହେଲାା କେବେ ଏ ରିପୋର୍ଟ ଆସିବ ତାହା ଅନିଶ୍ଚିତତା ଭିତରେ ରହିଲାା
ସେତେବେଳକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁବାବୁ, ସମ୍ବିଧାନ ସଂଶୋଧନ ବିଲ୍ର ଏହି ଅବସ୍ଥା ଦେଖ# ବିଚଳିତ ହେଲୋ କହିଲେ-”ମୁଁ ଆଉ ଅପେକ୍ଷା କରିପାରିବି ନାହିାଁ ସଂକୀର୍ଣ୍ଣମନା ରାଜନେତା ଏବଂ କ୍ଷମତାଲିପ୍ସୁ ପ୍ରଶାସକ ଓ ଅମଲା କ୍ଷମତା ଛାଡିବାକୁ ଚାହାନ୍ତି ନାହିାଁ ଲୋକଙ୍କ ହାତକୁ କ୍ଷମତା ନଗଲା ଯାଏଁ ଲୋକମାନଙ୍କ ପତ୍ୟକ୍ଷ ସଂପୃକ୍ତିରେ ଲୋକେ ତାଙ୍କର ସମସ୍ୟାର ସମାଧାନ ପାଇଁ ଚିନ୍ତା ନ କଲେ ବିକାଶ ସମ୍ଭବ ନୁହୋଁ ଗ୍ରାମାଞ୍ଚଳରୁ ଦାରିଦ୍ର୍ୟ, କ୍ଷୁଧା, ନିରକ୍ଷରତା ଏବଂ ବ୍ୟାଧ# ଦୂର ହୋଇପାରିବ ନାହିାଁ’ ସେଥ#ପାଇଁ ରାଜ୍ୟ ଆଇନ ବ୍ୟାପକତର ସଂଶୋଧନ କରାଇଲୋ ସେତେବେଳକୁ ବିଜୁବାବୁ ମତେ ପଞ୍ଚାୟତିରାଜ ମନ୍ତ୍ରୀ ଭାବେ ଦାୟିତ୍ୱ ଦେଇଥାଆନ୍ତିା ନିର୍ଦ୍ଦେଶ ଦେଲେ ରାଜ୍ୟ ପଞ୍ଚାୟତ ଆଇନର ବ୍ୟାପକତର ସଂଶୋଧନ କରା
ଏହି ସଂଶୋଧ#ତ ବ୍ୟବସ୍ଥାରେ ୩୩ ଭାଗ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ କରାଗଲା ଏବଂ ଯଦି ମହିଳା ଜଣେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ହୁଅନ୍ତି ତେବେ ଜଣେ ପୁରୁଷ ପ୍ରତିନିଧ# ଉପାଧ୍ୟକ୍ଷ ହେବେ ଓ ଯଦି ସେହିଭଳି ଜଣେ ପୁରୁଷ ପ୍ରତିନିଧ# ଅଧ୍ୟକ୍ଷ ହୁଅନ୍ତି, ଜଣେ ମହିଳା ପ୍ରତିନିଧ# ଉପାଧ୍ୟକ୍ଷା ହେବୋ ଏହି ନୀତି ପଞ୍ଚାୟତ ସମିତି ଓ ଗ୍ରାମ ପଞ୍ଚାୟତରେ ଲାଗୁ କରାଗଲା । ଏହା ସହିତ ପଞ୍ଚାୟତର ଓ୍ୱାର୍ଡମେମ୍ବର, ସମିତିିି ସଭ୍ୟ ସରପଞ୍ଚ ନିର୍ଦଳୀୟ ଭାବେ ନିର୍ବାଚିତ ହେବା ପାଇଁ ଆଇନ କରାଗଲା । ତାଙ୍କର ଭାଷା ଥ#ଲା ୧୯୪୭ ମସିହାରୁ ଦେଶ ସ୍ୱାଧୀନ ହେଲା ଏବଂ ଆମର ସ୍ୱାଧୀନତା ୪୩ ବର୍ଷରେ ପହଞ୍ଚିଲାଣି । ଆମର ପଞ୍ଚବାର୍ଷିକ ଯୋଜନା ଚାରି ଦଶନ୍ଧି ହୋଇ ଗଲାଣି । ମାତ୍ର ଗାଁର ଚିତ୍ର ବଦଳୁ ନାହିଁ । ପ୍ରକୃତ ଅର୍ଥରେ ବିକାଶର ଚିହ୍ନବର୍ଣ୍ଣ ନାହିଁ । ଦାରିଦ୍ର୍ୟ ବଢ଼ୁଛି ସିନା କମୁ ନାହିଁ । ରାଜନୀତି ନାଁରେ, ଦଳ ନାଁରେ, ଗାଁ ନାଁରେ ବିଭେଦ, ବିଦେ୍ୱଷ । ସରକାର ବିକାଶ ପାଇଁ, ଲୋକଙ୍କ କଲ୍ୟାଣ ପାଇଁ, ଯାହା କିଛି ଅନୁଦାନ ବରାଦ କଲେ ତାହା ବାଟମାରଣା ହେଲା, ଅପବ୍ୟୟ ହେଲା । ଅମଲା ଅଧ#କାରୀ ଏବଂ ଦଳୀୟ ଭାବନାକୁ ଆଧାର କରୁଥ#ବା ତୃଣମୂଳ ସ୍ତରର ପ୍ରତିନିଧ#ମାନେ ବାଟମାରଣା କରୁଛନ୍ତି । ଅପବ୍ୟୟ ହେଉଛି, ସେଥ#ପାଇଁ ନିଜକୁ ତୃଣମୂଳ ସ୍ତରରେ ଦଳୀୟ ରାଜନୀତିକୁ ଊ–ର୍ରେ ରଖ# ଲୋକଙ୍କୁ ସୁଯୋଗ ଦିଅ, ସେ ଭଲ ଲୋକ ଦେଖ# ଭୋଟ ଦିଅନ୍ତୁ । ଗାଁର ଓ୍ୱାର୍ଡ ମେମ୍ବର ହେଉ କିମ୍ବା ପଞ୍ଚାୟତର ସରପଞ୍ଚ କିମ୍ବା ପଞ୍ଚାୟତ ସମିତିର ସମିତି ସଭ୍ୟ କିମ୍ବା ଅଧ୍ୟକ୍ଷ, ଅଧ୍ୟକ୍ଷା ହୁଅନ୍ତୁ ସେମାନେ ଭଲ ଲୋକ ଭାବେ ଦରଦୀ ମଣିଷର ଭାବେ ଲୋକଙ୍କ ଦ୍ୱାରା ନିର୍ବାଚିତ ହୁଅନ୍ତୁ ଏବଂ ଲୋକଙ୍କ ପାଇଁ କାମ କରନ୍ତୁ । ୭୩ତମ ସମ୍ବିଧାନ ସଂଶୋଧନ ହେବା ପ୍ରାୟ ୩ ବର୍ଷ ଆଗରୁ ରାଜ୍ୟ ଆଇନକୁ ସଂଶୋଧ#ତ କଲେ ଏବଂ ୧୯୯୨ ମସିହା ସୁଦ୍ଧା ନିର୍ବାଚନ ସାରି ଦେଲେ । ସାରା ଦେଶରେ ଲୋକଙ୍କ ହାତକୁ କ୍ଷମତା ପ୍ରଦାନ, ଜନସଂଖ୍ୟାର ୫୦ ଭାଗ ମହିଳାମାନଙ୍କୁ ସାମ୍ବିଧାନିକ କ୍ଷମତା ଅର୍ପଣରେ ବିଜୁବାବୁ ହେଲେ ଦେଶରେ ପ୍ରଥମ । ୧୯୮୦ ମସିହାରେ ଦକ୍ଷିଣ ଏସିଆ ମହାଦେଶର ଉପନିବେଶ ଶାସନରୁ ମୁକ୍ତିଲାଭ କରିଥ#ବା ରାଷ୍ଟ୍ରମୁଖ୍ୟମାନଙ୍କୁ ନେଇ ଶିଖର ସମ୍ମିଳନୀରେ ଯେଉଁ ସଂକଳ୍ପ ଘୋଷଣା କରାଯାଇଥ#ଲା, ସେଥ#ରେ ଏହି ଦେଶମାନେ ମହିଳାମାନଙ୍କୁ ପୁରୁଷମାନଙ୍କ ସହିତ ସମାନ ଭାବେ ସମାଜରେ, ସମ୍ବିଧାନରେ, ଲୋକ ପ୍ରତିନିଧ# ଶାସନ ବ୍ୟବସ୍ଥାରେ ସ୍ଥାନିତ କରିବା ପାଇଁ ପଦକ୍ଷେପ ନେବେ । ମାତ୍ର ୧୦ ବର୍ଷ ଭିତରେ ଭାରତବର୍ଷରେ ଏ ସମ୍ପର୍କରେ କିଛି କରାଯାଇ ନ ଥ#ଲା । ସେଥ#ପାଇଁ କୁହାଯାଏ ନାରୀ ମୁକ୍ତି ଆନ୍ଦୋଳନର ପ୍ରବକ୍ତା ହେଉଛନ୍ତି ସ୍ୱର୍ଗତ ବିଜୁ ପଟ୍ଟନାୟକ ଏବଂ ଲୋକଙ୍କ ହାତକୁ କ୍ଷମତା ପ୍ରଦାନରେ ସାରା ଦେଶରେ ମୁଖ୍ୟମନ୍ତ୍ରୀ ଭାବରେ ବିଜୁବାବୁ ସମସ୍ତଙ୍କ ଆଗରେ । ସେଥ#ପାଇଁ ୧୯୭୩ ମସିହାରେ ପ୍ରାୟ ୨୭ ହଜାର ନିର୍ବାଚିତ ପଞ୍ଚାୟତ ପ୍ରତିନିଧ#ମାନଙ୍କ ସମ୍ମିଳନୀରେ ଦେଶର ଜଣେ ବିଖ୍ୟାତ ଅର୍ଥନୀତିଜ୍ଞ ଓ ଯୋଜନା କମିଶନର ସଦସ୍ୟ ଏଲ୍. ସି. ଜୈନ ବିଜୁବାବୁଙ୍କ ଜନ୍ମଦିନକୁ ପଞ୍ଚାୟତିରାଜ ଦିବସ ଭାବରେ ପାଳନ କରିବାକୁ ପ୍ରସ୍ତାବ ଆଣିଥ#ଲେ ଏବଂ ଜାତୀୟସ୍ତରରେ ସ୍ୱୀକୃତ ସେବା ଅନୁଷ୍ଠାନ “ଇଣ୍ଡିଆନ୍ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ସୋସିଆଲ୍ ସାଇନ୍ସ’ର ଅଧ୍ୟକ୍ଷ ଡ. ଜର୍ଜ ମାଥୁ୍ୟ ଏହି ପ୍ରସ୍ତାବକୁ ସମର୍ଥନ ଜଣାଇଥ#ଲେ ଏବଂ ଏହି ସମ୍ମିଳନୀରେ ଏହା ସର୍ବସମ୍ମତ ଭାବେ ଗୃହୀତ ହୋଇଥ#ଲା ।
ଆଉ କେଇ ମାସ ପରେ ଆମେ ତି୍ରସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତିପର୍ବ ଆରମ୍ଭ କଲୁଣି । ସବୁ ରାଜନୈତିକ ଦଳ ନିଜ ଦଳର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଯୋରଦାର କସରତ ଆରମ୍ଭ କରି ଦେଇଛନ୍ତି । ଏବେଠାରୁ ନିର୍ବାଚନରେ ଦଳୀୟ ଗନ୍ଧ ବେଶ୍ ବାରି ହୋଇ ପଡ଼ିଲାଣି । ଦଳୀୟ ଭିତ୍ତିରେ ଯେଉଁମାନେ ନିର୍ବାଚିତ ହେବେ ସେମାନେ ଭଲ ଲୋକ ହୋଇଥ#ବେ କି ସ୍ୱାର୍ଥପର ଲୋକ ହୋଇଥ#ବେ ତାହା ଭବିଷ୍ୟତ ହିଁ କହିବ । ଲୋକଙ୍କ ଦ୍ୱାରା ପ୍ରତିଷ୍ଠିତ, ଲୋକଙ୍କ ସରକାର ଲୋକଙ୍କର କ୍ଷୁଧା, ବ୍ୟାଧ#, ନିରକ୍ଷରତା ଦୂର କରିବା ପାଇଁ ଯାହା ଦେବେ ଗୋଟିଏ ପାଖରେ ବେତନଭୋଗୀ ଅଧ#କାରୀ, ଅମଲା ଏବଂ ଲୋକଙ୍କ ଦ୍ୱାରା ନିର୍ବାଚିତ ତୃଣମୂଳ ସ୍ତରର ପଞ୍ଚାୟତ ପ୍ରତିନିଧ#ମାନେ ନିରପେକ୍ଷ ଭାବେ ଲୋକଙ୍କ ପାଖରେ ତାହା ପହଞ୍ଚାଇବେ ତ? ଏବଂ ସ୍ୱାଧୀନତାର ୭୦ ବର୍ଷ ପରେ ଭାରତୀୟ ଗଣତନ୍ତ୍ରରେ ଲୋକଙ୍କ ଦ୍ୱାରା ଗଠିତ, ଲୋକଙ୍କ ସରକାର ଲୋକଙ୍କ ହିତ ପାଇଁ ଯାହା ଦେଉଛନ୍ତି ତାହା ଯେ ଲୋକଙ୍କ ହକ୍ ଏ ବାବଦରେ ଆମେ ଲୋକଙ୍କୁ ସଚେତନ କରାଇ ପାରିଛୁ କି ? ଏ ପ୍ରଶ୍ନ ଦଳମତ ନିର୍ବିଶେଷରେ ନୀତି ନିଷ୍ପତ୍ତି ନେଉଥ#ବା ସବୁ ରାଜନେତାମାନଙ୍କ ପାଇଁ ଏକ ଅନୁଚିନ୍ତାର ବିଷୟ ହେବ କି ?

Share in top social networks!

ବିଧର୍ମୀ ଧର୍ମେନ୍ଦ୍ର

damodarଡା.ଦାମୋଦର ରାଉତ
ଏବେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହୁଛନ୍ତି ପୋଲାଭରମ୍ ପ୍ରକଳ୍ପ ହେଲେ ଓଡ଼ିଶାର କ୍ଷତି ଘଟିବ । କିନ୍ତୁ ତାଙ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାକୁ ଆସିବାକ୍ଷଣି ପୋଲାଭରମ୍କୁ ଜାତୀୟ ପ୍ରକଳ୍ପ ଘୋଷଣା କଲେ ଏବଂ ପ୍ରକଳ୍ପ ନିର୍ମାଣ ପାଇଁ ସମସ୍ତ ଅର୍ଥ ଦେବା ପାଇଁ ଘୋଷଣା କଲେ । ତେବେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥ#ବା ଧର୍ମେନ୍ଦ୍ର ଏବେ କହୁଛନ୍ତି ପୋଲାଭରମ୍ ପ୍ରକଳ୍ପ ଯୋଗୁଁ ଓଡ଼ିଶାର କ୍ଷତି ହେବ ଏବଂ ତାଙ୍କ ଦଳ ବିଜୁ ଜନତା ଦଳ ସହିତ ମିଶି ସରକାର କରିଥ#ବା ବେଳେ ୨୦୦୩ ମସିହାରୁ ୨୦୦୯ ମସିହା ପର୍ଯ୍ୟନ୍ତ ପୋଲାଭରମ୍କୁ ବିରୋଧ କରୁଥ#ଲେ । ସେତେବେଳେ କଂଗ୍ରେସ ନେତୃତ୍ୱରେ କେନ୍ଦ୍ରରେ ଉପା ସରକାର ଥ#ଲା । ତେଣୁ ଧର୍ମେନ୍ଦ୍ର ବାବୁଙ୍କ ଦଳ କଂଗ୍ରେସକୁ ବିରୋଧ ନ କରୁ ସେହି ଆଶାରେ ଛତିଶଗଡ଼ର ବି.ଜେ.ପିି. ରାଜ୍ୟ ସରକାର ୨୦୦୬ ମସିହାରେ ମହାନଦୀ ଉପରେ ଓଡ଼ିଶାର ସ୍ୱାର୍ଥହାନୀ ଘଟାଇବା ପାଇଁ ଯେତେବେଳେ କେଲୋ ପ୍ରୋଜେକଫ ଆରମ୍ଭ କଲେ କେନ୍ଦ୍ରର କଂଗ୍ରେସ ସରକାର ନୀରବ ରହି ତାଙ୍କୁ ସମର୍ଥନ ଜଣାଇଲେ ।
ଏବେ ବି କେନ୍ଦ୍ରୀୟ କଂଗ୍ରେସ ନେତାମାନେ ତାହା କରୁଛନ୍ତି । ପୋଲାଭରମ୍ କ୍ଷେତ୍ରରେ ଓଡ଼ିଶାର ପ୍ରଭୂତ କ୍ଷତି ଘଟୁଥ#ବା ବେଳେ ସଂଘୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାକୁ ଜାତୀୟ ପ୍ରକଳ୍ପ ଘୋଷଣା କଲେ କିନ୍ତୁ ଧର୍ମେନ୍ଦ୍ର ବାବୁଙ୍କ ପାଟି ଫିଟିଲା ନାହିଁ । ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼ର ବି.ଜେ.ପି ସରକାର ଡଜନ ଡଜନ ପ୍ରକଳ୍ପ ନିର୍ମାଣ କରି ଚାଲିଥ#ଲା ବେଳେ ଧର୍ମେନ୍ଦ୍ର ବାବୁ ତାକୁ ସମର୍ଥନ କରୁଛନ୍ତି । ଛତିଶଗଡ଼ ଓଡ଼ିଶା ବିରୋଧୀ କାର୍ଯ୍ୟକୁ ବିହାର ରାଜ୍ୟର ସାଂସଦ ଭାବରେ ସେ ସମର୍ଥନ ଅଜାଡ଼ି ଦେଉଥ#ବା ବେଳେ ପୋଲାଭରମ୍ କ୍ଷେତ୍ରରେ ନିଜକୁ ଓଡ଼ିଶା ମାଟିର ପୁଅ ହିସାବରେ ଓଡ଼ିଶାର କ୍ଷତି ହେବ ବୋଲି କହୁଛନ୍ତି । ମୁଁ ତ ଭାବୁଛି ଏହା ତାଙ୍କର ଦେ୍ୱðତ ଆନୁଗତ୍ୟ ଏବଂ ତାଙ୍କ ପ୍ରଧାନମନ୍ତ୍ରଙ୍କ ଧର୍ମରୁ ବିଚୁ୍ୟତ ଜଣେ ବିଧର୍ମୀ ଧର୍ମେନ୍ଦ୍ର ।

Share in top social networks!

ନିଜ ମାଟିର ସ୍ୱାର୍ଥ ଏବଂ ଜାତିର ସ୍ୱାଭିମାନ ଦଳମତ ନିର୍ବିଶେଷରେ ସମସ୍ତଙ୍କ ଧ୍ୟେୟ ହେଉା

damodarଡା. ଦାମୋଦର ରାଉତ
ହୀରାକୁଦ ଉପର ମୁଣ୍ଡରେ ଛତିଶଗଡ଼ ସରକାର ଏକତରଫା ଭାବେ ଅନେକଗୁଡ଼ିଏ ଆନିକଟ ନିର୍ମାଣକୁ ନେଇ ଓଡ଼ିଶାବାସୀଙ୍କ ମନରେ ଯେଉଁ ଆଶଂକା ସୃଷ୍ଟି ହୋଇଛି ସେ ସମ୍ପର୍କରେ ରାଜ୍ୟ ସରକାର ଏବଂ ବିଜୁ ଜନତା ଦଳ ଯେଉଁ ପ୍ରତିବାଦ ବିକ୍ଷୋଭ କରି ଚାଲିଛନ୍ତି ସେଥ#ରେ ଦୁଇ ଜାତୀୟ ବିରୋଧ# ଦଳ କଂଗ୍ରେସ ଏବଂ ଭାରତୀୟ ଜନତା ପାର୍ଟି କେବଳ ରାଜନୈତିକ ଫାଇଦା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରି ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଯେଉଁ ପ୍ରକାର ଭାଷଣବାଜିରେ ଲିପ୍ତ ରହିଛନ୍ତି ସେଥ#ରୁ ଜଣାପଡ଼ୁଛି ଏହି ଦୁଇ ଜାତୀୟ ଦଳ ଭିତରେ ଭିତରେ କୋଳାକୋଳି ଏବଂ ବାହାରେ ଲୁଚକାଳି ଖେଳ ଖେଳୁଛନ୍ତି । ପୋଲାଭରମ୍ ଇସୁ୍ୟରେ କଂଗ୍ରେସ ଯେଉଁ ଭୂମିକା ଗ୍ରହଣ କରିଥ#ଲା ଏବଂ ଉପା ସରକାର ଓଡ଼ିଶା ସ୍ୱାର୍ଥ ପ୍ରତି ଯେଭଳି ଆଖ#ବୁଜି ଦେଇଥ#ଲେ ପରେ ଭାରତୀୟ ଜନତା ପାର୍ଟି ସରକାର କ୍ଷମତାକୁ ଆସିଲା ପରେ ଓଡ଼ିଶାର ଅସମାହିତ ପ୍ରତିବାଦ ପ୍ରତି ଦୃଷ୍ଟି ନଦେଇ ଏହାକୁ ଜାତୀୟ ପ୍ରକଳ୍ପ ଭାବେ ଘୋଷଣା କରିଦେଲେ । ଏବେ କେଲୋ ପ୍ରକଳ୍ପକୁ ଏକତରଫା ଭାବେ ଛତିଶଗଡ଼ ସରକାର ଆରମ୍ଭ କଲାବେଳେ ଦିଲ୍ଲୀର ଉପା ସରକାର ଏବଂ ଜାତୀୟ ଜଳ ଆୟୋଗ ଯେଭଳି ଆଚରଣ ପ୍ରଦର୍ଶନ କରିଥ#ଲେ, ଏବେ ରାଜ୍ୟ କଂଗ୍ରେସ ଦଳ ରାଜ୍ୟର ସ୍ୱାର୍ଥ ପାଇଁ ରାଜ୍ୟ ସରକାରଙ୍କ ପ୍ରତିବାଦ ପ୍ରତି ସାମାନ୍ୟ ସହଯୋଗ ନଦେଇ କେବଳ ରାଜ୍ୟ ସରକାରଙ୍କୁ ନିନ୍ଦିତ କରିବା ପାଇଁ ତତ୍ପର ହୋଇ ଉଠିଛନ୍ତି । ଏଥ#ରୁ ସ୍ପଷ୍ଟ ପ୍ରତୀକ ହେଉଛି ଯେ, ରାଜ୍ୟର ଉଭୟ କଂଗ୍ରେସ ଏବଂ ଭାରତୀୟ ଜନତା ପାର୍ଟିର ରାଜ୍ୟ ନେତାମାନେ ସେମାନଙ୍କ ଜାତୀୟ ନେତା ଅନ୍ୟ ଅର୍ଥରେ ହାଇ କମାଣ୍ଡଙ୍କ ଉତ୍ସର୍ଗୀକୃତ ଆଜ୍ଞାବହ ପାଲଟିଛନ୍ତି । ନିଜର ଜନ୍ମମାଟି ପ୍ରତି ସାମାନ୍ୟତମ ମମତା ପ୍ରକଟ ନକରି କେବଳ ଦିଲ୍ଲୀରେ ରହୁଥ#ବା ସେମାନଙ୍କ ନେତାଙ୍କର ଚାଟୁକାର ପାଲଟିଛନ୍ତି ।
ଆମ ସଂସଦୀୟ ଗଣତନ୍ତ୍ରରେ ଅର୍ନ୍ତନିହିତ ସଂକଳ୍ପ ହେବା ଉଚିତ୍ “”ଆଗେ ହେଉଛି ମାଟି, ପରେ ହେଉଛି ପାର୍ଟି । ମାଟି ହେଉଛି ମାଆ, ପାର୍ଟି କେବଳ ରାହା ମାତ୍ର” । କାରଣ ଆମର ସଂଘୀୟ ବ୍ୟବସ୍ଥାରେ ଦେଶର ପ୍ରଧାନମନ୍ତ୍ରୀଙ୍କର ଦଳୀୟ ପ୍ରୀତି, ଆଞ୍ଚଳିକ ଭାବନା ପରିବର୍ତ୍ତେ ରାଜ୍ୟ ରାଜ୍ୟ ମଧ୍ୟରେ ସମବିକାଶ ଏବଂ ରାଷ୍ଟ୍ରୀୟ ଭାବନା ପରିପୂର୍ଣ୍ଣ ହୋଇ ରହିବା କଥା । ମାତ୍ର ବିଗତ କେତେ ବର୍ଷ ଭିତରେ ପ୍ରଧାନମନ୍ତ୍ରୀମାନେ ନିଜ ଦଳ ଓ ରାଜ୍ୟର ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ ଚାଲିଛନ୍ତି । ଫଳରେ କଂଗ୍ରେସ ହେଉ କି ବି.ଜେ.ପି. ହେଉ ରାଷ୍ଟ୍ର ପ୍ରତି ଏବଂ ରାଷ୍ଟ୍ରକୁ ଶକ୍ତିଶାଳୀ କରିବା ପାଇଁ ରାଜ୍ୟ ରାଜ୍ୟ ଭିତରେ ସୌହାର୍ଦ୍ଦ୍ୟ ଏବଂ ପାରସ୍ପରିକ ସହଯୋଗ ପରିବର୍ତ୍ତେ କେବଳ କ୍ରୋଧ ଏବଂ ବିଦେ୍ୱଷକୁ ପ୍ରୋତ୍ସାହିତ କରୁଛନ୍ତି । ଫଳରେ ଦେଶରେ ଆଭ୍ୟନ୍ତରିଣ କନ୍ଦଳ ବଢ଼ି ବଢ଼ି ଯାଉଛି, ସମବିକାଶ ପରିବର୍ତ୍ତେ ଦୁର୍ନୀତି ଏବଂ ଦାରିଦ୍ର୍ୟକୁ ସଂପ୍ରସାରିତ କରି ଦେଶକୁ ଦୁର୍ବଳ କରାଉଛି । ଶରୀରକୁ ସୁସ୍ଥ ସବଳ ରଖ#ବା ପାଇଁ ଅଙ୍ଗପ୍ରତ୍ୟଙ୍ଗକୁ ସୁସ୍ଥ ନ ରଖ#ଲେ ଶରୀର ଯେଭଳି ଦୁର୍ବଳ ହୋଇଯାଏ, ସେହିଭଳି ସଭ୍ୟଭୁକ୍ତ ରାଜ୍ୟମାନଙ୍କ ମଧ୍ୟରେ ସମବିକାଶ ନ ହେଲେ ଦେଶ ମଧ୍ୟ ଦୁର୍ବଳ ଓ ଶକ୍ତିହୀନ ହୋଇଯିବ । ଏ କଥାକୁ ଯଦି ରାଷ୍ଟ୍ରୀୟ ନେତାମାନେ ନିଜ ନିଜର ଧ୍ୟାନ ଧାରଣାକୁ ନ ନେବେ ବିଶ୍ୱର ବୃହତ୍ତମ ଗଣତନ୍ତ୍ର ଆମ ଦେଶ ଦୁର୍ବଳ ଓ ଶକ୍ତିହୀନ ହୋଇ ପଡ଼ିବାର ନିଶ୍ଚିତ ସମ୍ଭାବନା ଦେଖା ଦେବ ଏବଂ ଦେଶର ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି ହେବ । ସେହିଭଳି ଯେକୌଣସି ରାଜ୍ୟରେ ଆମ ଗଣତାନ୍ତ୍ରିକ ବ୍ୟବସ୍ଥାରେ ବହୁ ରାଜନୈତିକ ଦଳ ସୃଷ୍ଟି ହୋଇଥାଏା ମାତ୍ର ରାଜ୍ୟ ଭିତରେ ସବୁ ଦଳ ନିଜର ମାଟି ମାଆର ସ୍ୱାର୍ଥ ପାଇଁ ସମ୍ମିଳିତ ସ୍ୱର ଉତ୍ତୋଳନ ନକଲେ ପ୍ରତିପକ୍ଷ ତା’ର ସୁବିଧା ନେବୋ ଯାହା ଜଣାପଡୁଛି ଓଡ଼ିଶାର ଦୁଇ ପ୍ରମୁଖ ଜାତୀୟ ଦଳର ସଭ୍ୟଭୁକ୍ତ ରାଜନେତାମାନେ ଯେଉଁ ଭାଷଣବାଜି ଆରମ୍ଭ କରୁଛନ୍ତି, ଗୋଟିଏ ଲକ୍ଷ୍ୟରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ନିନ୍ଦିତ କରିବା ଏବଂ ବିଜୁ ଜନତା ଦଳ ବିରୁଦ୍ଧରେ କାରଣ ନଥାଇ ବିଷ ଉଦ୍ଗାର କରିବା ଓ ସଂପୂର୍ଣ୍ଣ ଦଳୀୟ ସ୍ୱାର୍ଥ ଏବଂ ଦିଲ୍ଲୀରେ ରହୁଥ#ବା ସେମାନଙ୍କର ନେତାଙ୍କ ପ୍ରତି ଆନୁଗତ୍ୟ ଏବଂ ତୋଷାମଦି ଚାଲୁ ରହିବ ଏହା ନିଜ ମାଟି ମାଆ ପ୍ରତି ବିଶ୍ୱାସଘାତକତା ଏବଂ ବିଦ୍ରୁପ ବୋଲି ବୁଝିବାକୁ ହେବା
ଆମ ରାଜ୍ୟ ଓଡ଼ିଶା ଏକ ସ୍ୱଳ୍ପ ବୃଷ୍ଟିର ରାଜ୍ୟ ନୁହୋଁ ହୀରାକୁଦ ବନ୍ଧର ନିମ୍ନ ଭାଗରୁ ମୁହାଣ ପର୍ଯ୍ୟନ୍ତ ଦୂରତା ପ୍ରାୟ ୩୩୦ କି.ମି.ା ତେବେ ଏହି ପର୍ଯ୍ୟାପ୍ତ ଅଞ୍ଚଳରେ ବର୍ଷକୁ ହାରାହାରି ୧୪୮୨ ମିଲିମିଟର ବୃଷ୍ଟିପାତ ହୋଇଥାଏା ସେଥ#ରେ ହୀରାକୁଦ ଆନିକଟରୁ ନିର୍ଗତ ଛତିଶଗଡର ଜଳ ମିଶ୍ରଣ ହେଲେ ରାଜ୍ୟ ଏକ ଜଳବହୁଳ ଅଞ୍ଚଳ ବୋଲି ବୁଝାଯାଏ ଏବଂ ଓଡ଼ିଶା ରାଜ୍ୟର ଜଳସଂପଦ ଜାତୀୟ ଜଳସଂପଦର ପ୍ରାୟ ୧୧ ପ୍ରତିଶତ ଏବଂ ଏହି ଜଳସଂପଦର ପ୍ରାୟ ୬୭ରୁ ୭୦ ଭାଗ ଜଳ ଜଳସେଚନ କିମ୍ବା ଶିଳ୍ପ କ୍ଷେତ୍ରରେ ବିନିଯୋଗ ନହୋଇ ସମୁଦ୍ରକୁ ଚାଲିଯାଏା ତେବେ ମହାନଦୀ ସମେତ ଅନ୍ୟ ଯେତେଗୁଡିଏ ନଦୀ ଆନ୍ତରାଜ୍ୟ ମଧ୍ୟରେ ପ୍ରବାହିତ ଜଳ ଓଡ଼ିଶାକୁ ଆସିଥାଏ ବେଳେବେଳେ ତାହା ବନ୍ୟା ବିଭିଷିକାରେ ପରିଣତ ହୁଏା ସେଥ#ପାଇଁ ଏବେ ସମୟ ଉପଗତା ଏହି ଚିରସ୍ରୋତା ନଦୀଗୁଡିକ ପ୍ରବାହିତ ଜଳସଂପଦ ବିପଦର କାରଣ ନହୋଇ ବିକାଶ କ୍ଷେତ୍ରରେ କିଭଳି ସଦ୍ବିନିଯୋଗ ହୋଇପାରିବ ତା’ର ଚିନ୍ତା କରାଯାଉା ମୁଁ ଭାବୁଛି ବିଶେଷଜ୍ଞମାନଙ୍କ ମତାମତ ଏବଂ ରାଜ୍ୟ ସରକାରଙ୍କ ଇଚ୍ଛାଶକ୍ତି ଏ କଥାକୁ ଅଗ୍ରାଧ#କାର ଦିଅନ୍ତୁା ରାଜ୍ୟବାସୀଙ୍କ ମନରେ କେବଳ କ୍ରୋଧ ଏବଂ ସହନଶୀଳତାର ଅଭାବ ନ ଘଟାଇ ନିଜ ଜନ୍ମମାଟି ପ୍ରତି ସମ୍ୟକ୍ ଦୃଷ୍ଟି ଦିଆଯାଉା ଏକଥା ସତ୍ୟ ଯେ ହୀରାକୁଦ ବନ୍ଧ ନିର୍ମାଣ ହେବା ପୂର୍ବରୁ ମହାନଦୀର ପ୍ରବଳ ଜଳସ୍ରୋତ ଓଡ଼ିଶାର ପ୍ରାୟ ଦୁଇ-ତୃତୀୟାଂଶ ଅଞ୍ଚଳକୁ ମହାବନ୍ୟାରେ ପ୍ଳାବିତ କରି ଜନଜୀବନକୁ କ୍ଷତବିକ୍ଷତ କରିବା ସଙ୍ଗେ ସଙ୍ଗେ ରାଜ୍ୟର ଅର୍ଥନୀତିକୁ ଭୟଙ୍କର ଭାବେ ପ୍ରଭାବିତ କରୁଥ#ଲା ଏବଂ ବନ୍ୟା ପରବର୍ତ୍ତୀ କାଳରେ ଉଭୟ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏବଂ ଉତ୍ତର-ପଶ୍ଚିମ ମୌସୁମୀ ବାୟୁ ସ୍ୱାଭାବିକ ଭାବେ ଜଳ ବୃଷ୍ଟି ନ କରାଇଲେ ଘୋର ମରୁଡି ଦେଖା ଦେଇଥାଏା ପୁଣି ବେଳେବେଳେ ପ୍ରଶାନ୍ତ ମହାସାଗରରେ ଲଘୁଚାପ ସୃଷ୍ଟି ହେଲେ ମହାବାତ୍ୟା ବୋଝ ଉପରେ କୋରଡା ମାଡ ଭଳି କାରୁଣ୍ୟ ସୃଷ୍ଟି କରିଥାଏା ସେଥ#ପାଇଁ ଯୁଗ ଯୁଗ ଧରି କଥା ରହି ଆସିଛି-ବାତ୍ୟା, ବନ୍ୟା, ମରୁଡି ଓଡ଼ିଶାର ଚିର ସହଚର ଏବଂ ଅଭାବ ଅନଟନ ଜନଜୀବନ ଧ୍ୱଂସର କାରଣ ହୋଇଥାଏା ଆମ ରାଜ୍ୟ ଏକ ସମୁଦ୍ର ତଟବର୍ତ୍ତୀ ରାଜ୍ୟା ୪୮୦ କି.ମି.ରୁ ଅଧ#କ ହେଉଛି ଏହାର ଉପକୂଳ ଏବଂ ଦକ୍ଷିଣ ଏବଂ ପଶ୍ଚିମାଞ୍ଚଳ ରାଜ୍ୟଗୁଡିକର ପାହାଡ ପର୍ବତରୁ ଯେଉଁ ନଦୀ ଧାର ସୃଷ୍ଟି ହୋଇଥାଏ ତାହା ଆମ ରାଜ୍ୟ ଦେଇ ସମୁଦ୍ରକୁ ବୋହିଯାଇଥାଏା ତେବେ ମହାନଦୀ, ସୁବର୍ଣ୍ଣରେଖା, ଇନ୍ଦ୍ରାବତୀ ଆଦି ଚିରସ୍ରୋତା ଏବଂ ଖରସ୍ରୋତା ନଦୀଗୁଡିକରୁ ବୋହି ଆସୁଥ#ବା ଅମାପ ଜଳରାଶିକୁ ଯଦି ଠିକଣା ଭାବେ ନିୟନ୍ତ୍ରଣ ଏବଂ ଉପଯୋଗ କରା ନଯାଏ ଓଡ଼ିଶାରୁ ଦାରିଦ୍ର୍ୟ ହଟିବ ନାହିଁ ବରଂ ବିକାଶ ପାଇଁ ସକଳ ସଂକଳ୍ପ ସମାହିତ ହୋଇ ରହିଯିବା ଏହାର କରୁଣ ଅନୁଭୂତି ହେଉଛି ନ’ଅଙ୍କ ଦୁର୍ଭିକ୍ଷା ୧୮୬୬ ମସିହାରେ ଏହିଭଳି ବନ୍ୟା ବିଭିଷିକା ଏବଂ ପରେ ପରେ କରାଳ ମରୁଡି ଯୋଗୁଁ ଲକ୍ଷାଧ#କ ଲୋକଙ୍କର ଜୀବନ ନାଶର କାରଣ ହୋଇଥ#ଲାା ସେ ସମୟର ବ୍ରିଟିଶ ପ୍ରଶାସକ ରେଭେନ୍ସା ସାହେବଙ୍କ ଆତ୍ମଜୀବନୀ ପଢିଲେ ତା’ର ନିଖୁଣ ଚିତ୍ର ମିଳିଥାଏା
ରେଭେନ୍ସା ସାହେବଙ୍କ ଆତ୍ମଜୀବନୀରେ ଅଧ#କାରୀ ଏବଂ ଅମଲାମାନଙ୍କର ଚରିତ୍ର ଏବଂ ଦାୟିତ୍ୱବୋଧ କିଭଳି ଥ#ଲା ତାହା ସେ ଦୁଃଖର ସହିତ ବର୍ଣ୍ଣନା କରିଯାଇଛନ୍ତିା ବି୍ରଟିଶ ଉପନିବେଶ ଶାସନ ଆସିଲା ପରେ ଅମଲା ଓ ଅଧ#କାରୀଙ୍କୁ ନେଇ ଅମଲାତନ୍ତ୍ର ସୃଷ୍ଟି ହୋଇଥ#ଲା ଏବଂ ସେ ଅମଲାତନ୍ତ୍ର ଶାସିତମାନଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ନଥାଇ କେବଳ ବିଦେଶୀ ଶାସକମାନଙ୍କ ତୁଷ୍ଟିକରଣ ପାଇଁ ସୃଷ୍ଟି ହୋଇଥ#ଲାା ତେବେ ସ୍ୱାଧୀନତାର ୬୯ ବର୍ଷ ପରେ ଅମଲାତନ୍ତ୍ରର ଚରିତ୍ର ଏବଂ ଆଭିମୁଖ୍ୟରେ କେତେ ପରିବର୍ତ୍ତନ ଘଟିଛି ତା’ର ସମୀକ୍ଷା କଲେ ବେଶ୍ ଜଣାପଡିବା ଆଜି ଗୋରା ସାହେବଙ୍କ ବଦଳରେ କଳା ସାହେବଙ୍କ ରାଜୁତିା ତେବେ ଶାସକ ଏବଂ ପ୍ରଶାସକମାନଙ୍କର ଦାୟିତ୍ୱ ଏବଂ ଅଭିମୁଖ୍ୟରେ ଗୁଣାତ୍ମକ ପରିବର୍ତ୍ତନ ହୋଇଛି କି ନାହିଁ ଏବଂ ଶାସକବର୍ଗ ଏବେ ଅମଲାତନ୍ତ୍ରର ସେହି କଳା ପ୍ରଶାସକଙ୍କ କବଳରୁ ମୁକ୍ତ ହୋଇଛନ୍ତି କି ନାହିଁ ତା’ର ଏକ ବ୍ୟାପକ ସମୀକ୍ଷା ଆଜିର ରାଜନୀତିରେ ସଂଶ୍ଳିଷ୍ଟ ନଥ#ବା ବିଜ୍ଞ ବୈଷୟିକ ଜ୍ଞାନ ସଂପନ୍ନ ବୁଦ୍ଧିଜୀବୀମାନେ ନିଜକୁ ବିନିଯୋଗ କଲେ ଦେଶରେ ଏବଂ ରାଜ୍ୟରେ ଗୁଣାତ୍ମକ ପରିବର୍ତ୍ତନ ଅବଶ୍ୟ ସମ୍ଭବ ହୁଅନ୍ତାା ଦେଶର ତଥା ରାଜ୍ୟମାନଙ୍କର ଭୌଗୋଳିକ ସ୍ଥିତି, କର୍ମାଭ୍ୟାସ, ଖାଦ୍ୟାଭ୍ୟାସ, Cଶ୍ୱରବିଶ୍ୱାସ ଏବଂ ସାମାଜିକ ଚଳଣି ସାରା ଦେଶରେ ଏକ ପ୍ରକାର ନୁହୋଁ ରାଜ୍ୟ ରାଜ୍ୟ ଭିତରେ ସଂପ୍ରଦାୟ ମଧ୍ୟରେ, ଆଞ୍ଚଳିକ ଭିତ୍ତିରେ ଉପରୋକ୍ତ କ୍ଷେତ୍ରରେ ବିଭିନ୍ନତା ପୂରି ରହିଛିା ଏହାକୁ ଅନୁଭବ କରିନଥ#ବା କିମ୍ବା ରାଜ୍ୟମାନଙ୍କରେ ରହିଥ#ବା ଏହି ସ୍ୱାଭାବିକ ବିିଭିନ୍ନତା ଉପରେ ଧାରଧାରଣା ନଥ#ବା ପ୍ରଶାସକମାନେ ନିଜ ଅନୁମାନରେ ଯେଉଁ ବିକାଶର ଯୋଜନା ତିଆରି କରିବେ ଏବଂ ତାକୁ ଠିକଣା ବାଟରେ ନେବା ପାଇଁ ଅନୁଭବୀ ରାଜନେତାମାନେ ସେମାନଙ୍କର ଇଚ୍ଛାଶକ୍ତିକୁ ଯଦି ବିନିଯୋଗ ନ କରିବେ ତେବେ ୧୮୬୬ ମସିହାର କରୁଣ ଚିତ୍ର ଅବଶ୍ୟ ପୁନରାବୃତ୍ତି ହେବାର ସମ୍ଭାବନାକୁ ଏଡାଇ ଦେଇ ହେବ ନାହିାଁ ଏବେ ଠୁଁ “ସାଧୁ ସାବଧାନ’ା
ଆମ ଜନ୍ମମାଟି ମାଆର ସ୍ୱାର୍ଥ ଓ ଓଡ଼ିଆ ଜାତିର ସ୍ୱାଭିମାନ ରକ୍ଷା ପାଇଁ ଦଳମତ ନିର୍ବିଶେଷରେ ଏକ ସମ୍ମିଳିତ ସ୍ୱର ପ୍ରକଟିତ ହେଉା

Share in top social networks!

ବିଶ୍ୱନିୟନ୍ତା ମହାପ୍ରଭୁ ଶ୍ରୀ ଜଗନ୍ନାଥ କାହାର?

jagaaଡାଃ ଦାମୋଦର ରାଉତ

ଶ୍ରୀକ୍ଷେତ୍ରରେ ବିଜେ ଜଗତର ନାଥ ଜଗନ୍ନାଥ କାହାର? କେବଳ ସେବାୟତମାନଙ୍କର ନା ବିଶ୍ୱବାସୀଙ୍କର ତାହା ଜାଣିବା ମୁସ୍କିଲ ହୋଇଗଲାଣିା ଗତବର୍ଷ ନବକଳେବର ପାଇଁ ତିନୋଟି ଜାଗାରୁ ଦାରୁ ଚିହ୍ନଟ କରାଗଲାା ଦାରୁ ଛେଦନ ପୂର୍ବରୁ ସେହିସବୁ ଜାଗାରେ ଶବର ପଲ୍ଲୀ ନିର୍ମାଣ କରାଗଲାା ସେବାୟତମାନଙ୍କ ଭିତରେ ଗୋଷ୍ଠୀକନ୍ଦଳ ଅଛି ବୋଲି ଗୋଟିଏ ଶବରପଲ୍ଲୀ ପରିବର୍ତ୍ତେ ଦୁଇଟି ଶବରପଲ୍ଲୀ ନିର୍ମାଣ କରାଗଲା ଏବଂ ଦୁଇ ଗୋଷ୍ଠୀର ସେବାୟତମାନଙ୍କ ପାଇଁ ସେଠାରେ ରହିବା ଏବଂ ଖାଇବା ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଗଲାା ଗୋଟିଏ ପ୍ରଶ୍ନ ହେଉଛି ଏ ଶବରପଲ୍ଲୀର ଅର୍ଥ କ’ଣ? ଏବେ ଯେଉଁମାନେ ନିଜକୁ ତ୍ରିକାଳଦର୍ଶୀ ବୋଲି କହୁଛନ୍ତି-ଜଗନ୍ନାଥଙ୍କୁ କୁ„ାଇ ପାରିବେ, ବଡ ଦାଣ୍ଡରେ ରଥ ଚାଲିଲା ବେଳେ ରଥ ଉପରେ ସେବାୟତ ଏବଂ ତାଙ୍କର ସହଯୋଗୀମାନେ ଘେରି ରହିବୋ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଭକ୍ତ ରାଜ୍ୟ ଏବଂ ରାଜ୍ୟ ବାହାର ଅଞ୍ଚଳରୁ ରଥ ଉପରେ ଶ୍ରୀ ବିଗ୍ରହଙ୍କୁ ଦର୍ଶନ କରିବାକୁ ଆସିଥାନ୍ତିା ଖରାରେ, ବର୍ଷାରେ ବଡଦାଣ୍ଡରେ ଆକୁଳ ନୟନରେ ଚାହିଁଥାନ୍ତି ମହାପ୍ରଭୁଙ୍କର ମୁଖ ଦର୍ଶନ କରିବା ପାଇାଁ ଆକୁଳ ନୟନରେ ହାତଟେକି ଚାହିଁଥାନ୍ତି ତାଙ୍କୁ ଦର୍ଶନ ଟିକେ କରିବା ପାଇାଁ ସୁଯୋଗ ଟିକେ ମିଳେ ନାହିାଁ ଶ୍ରୀଜିଉମାନେ ଯଦି ସେବାୟତମାନଙ୍କର ସଂପତ୍ତି ତେବେ ତାଙ୍କୁ ରଥ ଉପରକୁ ଅଣାଯାଏ କାହିଁକି? ଯୁଗଯୁଗ ଧରି କିମ୍ବଦନ୍ତୀ ରହିଆସିଛି-ମହାପ୍ରଭୁ ବିଶ୍ୱନିୟନ୍ତା ଶ୍ରୀଜଗନ୍ନାଥା ଶ୍ରୀ ମନ୍ଦିରରେ ବିଜେ ହେବା ପରେ ପରେ କୁଆଡେ ଘୋଷଣା କରିଥ#ଲେ “”ବର୍ଷକରେ ଗୋଟିଏ ଦିନ ଶ୍ରୀ ଗୁଣ୍ଡିଚାା ସେଦିନ ରନ# ସିଂହାସନ ଛାଡିବି-ସିଂହଦ୍ୱାରକୁ ଆସିବିା ଚଉ ବାହାମେଲି ରଥାରୁଢ ହେବିା ହେ ବିଶ୍ୱମାନବ ସମାଜ! ମୋତେ ଦର୍ଶନ କରି ପାପାଚାରରୁ ଉଦ୍ଧାର ପାଆ ମୁକ୍ତ
ହୋଇଯାଆ ଜାତି, ବର୍ଣ୍ଣ, ଧର୍ମ ବିଚାର କର ନାହିାଁ ତଥାପି ଯଦି ମନ ନ ବୁଝୁଛି ଭିଡ ଠେଲି ମୋ ରଥ ଦଉଡିକୁ ଛୁଇଁ ଦିଅ”ା ମାତ୍ର କେଉଁଠି କହି ନାହାନ୍ତି ଯେ “ମୋ ରଥ ଛୁଅଁ- ମୋ ରଥ ଉପରକୁ ଆସ, ସେବାୟତମାନଙ୍କୁ ପାଉଣା ଦେଇ ମୋ ଶରୀରକୁ ମଧ୍ୟ ଛୁଇଁ ଯାଆ’
ଦ୍ୱାପର ଯୁଗରେ ସେଇ ପରମେଶ୍ୱର ସୃଷ୍ଟିକର୍ତ୍ତା ଶ୍ରୀକୃଷ୍ଣଙ୍କ ଶରୀରରେ ପ୍ରବେଶ କରି ଧରାଧାମକୁ ଆସିଥ#ଲୋ ବିଶ୍ୱମାନବ ସମାଜରୁ ଅହଂକାର ପାପାଚାର, ଦୁର୍ବଳ ଉପରେ ସବଳର ଅତ୍ୟାଚାରର ଯେତେବେଳେ ସୀମା ଲଂଘନ କରେ ସେତେବେଳେ ସୃଷ୍ଟି କର୍ତ୍ତା ତାକୁ ଦେଖ#ପାରନ୍ତି ନାହିଁ କି ସହିପାରନ୍ତି ନାହିାଁ ଦାନବ ପ୍ରବୃତ୍ତିର ମାତ୍ର କତିପୟ ମଣିଷ ମାନବଧର୍ମୀ ଅଗଣିତ ନିରୀହ ମଣିଷ ଉପରେ ଏ ଅତ୍ୟାଚାରକୁ ସୃଷ୍ଟିକର୍ତ୍ତା ବା ସହିପାରନ୍ତେ କେମିତି? ଏହାର ନିରାକରଣ ପାଇଁ ମାନବ ସମାଜରେ ଶାନ୍ତି ଫେରାଇ ଆଣିବା ପାଇଁ ସେ କାହାର ନା କାହାର ଶରୀରରେ ପ୍ରବେଶ କରି ଧରାଧାମକୁ ଆସିଥାନ୍ତି ଏବଂ ତାକୁ ହିଁ ଯୁଗଧର୍ମ ବୋଲି କୁହାଯାଏା ସେଇ ପ୍ରକ୍ରିୟାରେ ଦ୍ୱାପର ଯୁଗରେ ଧରାଧାମକୁ ଆସିଥ#ଲେ ଭଗବାନ କୃଷ୍ଣା ଭଗବାନ କୃଷ୍ଣ ଶବରକୂଳରେ ଜନ୍ମ ହେଲୋ କଂସ ଭୟରେ ବସୁଦେବ ଘୋର ଝଡବର୍ଷାକୁ ନ ଡରି ନବଜାତ ପୁତ୍ରକୁ ଆଣି ଗୋପପୁରରେ ନନ୍ଦରାଜାଙ୍କ ପନ#ୀ ଯଶୋଦାଙ୍କ କୋଳରେ ସମର୍ପଣ କରିଦେଲୋ କୌରବ ଶହେ ଭାଇଙ୍କ ଅତ୍ୟାଚାର ସହି ନପାରି ଯେତେବେଳେ ହସ୍ତିନାପୁରବାସୀ ହା ହା କାର କରୁଥ#ଲେ, ମଥୁରା ରାଜା କଂସର ରଡି ଶୁଣି ମଥୁରାର ପ୍ରଜାକୂଳ ଯେତେବେଳେ ମୂର୍ଚ୍ଛା ଯାଉଥ#ଲେ, ନଷ୍ଟ ଚରିତ୍ରର ନାରୀ ଦାନବୀୟ ପ୍ରବୃତ୍ତିକୁ ଚରିତାର୍ଥ କରିବା ପାଇଁ କୋମଳମତି ଶିଶୁମାନଙ୍କର ରକ୍ତ ଶୋଷି ଖାଉଥ#ଲା, କୁରୁସଭା ତଳେ ମହାସତୀ ଦ୍ରୌପଦୀଙ୍କର ବସ୍ତ୍ରହରଣ କରାଯାଉଥ#ଲା, ଏ ପ୍ରକାର ବ୍ୟଭିଚାର ଓ ଅତ୍ୟାଚାରକୁ ସହି ନପାରି ସାଧାରଣ ମଣିଷ ଯେତେବେଳେ ରାହା ଖୋଜୁଥ#ଲା ସେତେବେଳେ ଭଗବାନ ଶ୍ରୀକୃଷ୍ଣ ସେଥ#ରୁ ମାନବ ସମାଜକୁ ରକ୍ଷା କରିଥ#ଲୋ ଲୀଳା ଖେଳା ଶେଷ କରି ଯେତେବେଳେ ଯିବାକୁ ଚାହିଁଲେ ଧର୍ମରାଜ ଯୁଧ#ଷ୍ଠିରଙ୍କୁ ରାଜ୍ୟ ଶାସନ ଅର୍ପଣ କଲୋ ନିରୀହ ନିଷ୍କପଟ, Cଶ୍ୱର ବିଶ୍ୱାସୀ ପାଣ୍ଡବ ପାଞ୍ଚ ଭାଇଙ୍କୁ ସହାୟତା ଦେବାକୁ ଯାଇ ଅକ୍ଷଅଣି ସେନା ବା ଯଦୁବଂଶକୁ ସୃଷ୍ଟି କରିଥ#ଲୋ ମହାଭାରତ ଯୁଦ୍ଧ ସରିଲା ପରେ ଦାନବ ମୂଳୋତ୍ପାଟନ କଲାପରେ ଫେରିବାକୁ ଚାହିଁଲୋ ଯଦୁବଂଶକୁ ଧ୍ୱଂସ କଲୋ ଏ ଧ୍ୱଂସ ପ୍ରକ୍ରିୟାରେ ସବା ଶେଷରେ ଆସିଥ#ଲେ ତାଙ୍କର କନିଷ୍ଠ ପୁତ୍ର ପ୍ରଦୁ୍ୟମ୍ନା ପିତା ହିସାବରେ ଶ୍ରୀକୃଷ୍ଣ କନିଷ୍ଠ ପୁତ୍ର ଭାବେ ପ୍ରଦୁ୍ୟମ୍ନଙ୍କୁ ଅଧ#କ ସ୍ନେହ କରନ୍ତିା
ପ୍ରଦୁ୍ୟମ୍ନଙ୍କୁ ପାଖକୁ ଡାକିଲେ-କୁଶଳ ଜିଜ୍ଞାସା କଲେ, ସେଇ ଅବସରରେ ଶୂନ୍ୟକୁ ହାତ ବଢାଇଲୋ ଅଦୃଶ୍ୟରେ ସୁଦର୍ଶନ ଚକ୍ର ଆସି ପ୍ରଦୁ୍ୟମ୍ନଙ୍କୁ ଖଣ୍ଡ ଖଣ୍ଡ କରି କାଟିଲାା ସେହି କାଟିବା ପ୍ରକ୍ରିୟାରେ ପ୍ରଦୁ୍ୟମ୍ନଙ୍କ ଉରୁ ବା ଜ^ ଖଣ୍ଡିକ ଛିଟିକି ଆସି ପଡ଼ିଲା ମହୋଦଧ#ରେ । ସେ ହେଲେ ନୀଳଶୈଳ । ଶିଆଳି ଲଟା ତଳେ ଶୋଇଲେ । ଜରା ଶବର ଶରବିଦ୍ଧ କଲା । ପିଣ୍ଡରୁ ପ୍ରାଣ ଅଲଗା ହେଲା । ଦାରୁ ହୋଇ ଭାସି ଭାସି ଆସି ଲାଗିଲେ ବାଙ୍କୀ ମୁହାଣରେ । ତାଙ୍କୁ ପାଇଲା ଆଉ ଜଣେ ବିଶ୍ୱାବସୁ ଶବର । ସମୁଦ୍ର ପତନଠାରୁ ୨୮ ଫୁଟ ଗଭୀରରେ ଘଞ୍ଚ ଜଙ୍ଗଲ ଭିତରେ ଦାରୁ ଦେବତାଙ୍କୁ ଲୁଚାଇ ରଖ#ଲା ବିଶ୍ୱାବସୁ ଶବର । ଏହା କିପରି ସମ୍ଭବ ହେଲା? ତାହା ହିଁ ବିଶ୍ୱ ନିୟନ୍ତାଙ୍କୁ ଜଣାା ତା’ପରେ ରାଜା ଇନ୍ଦ୍ରଦୁ୍ୟମ୍ନଙ୍କୁ କ’ଣ ସ୍ୱପ୍ନ ହେଲା? ବିଦ୍ୟାପତିଙ୍କୁ ଖୋଜିବାକୁ ନିର୍ଦ୍ଦେଶ ଦିଆଗଲା ଏବଂ ଦାରୁ ଦେବତା ଉପରକୁ ଆସିଲେ କେମିତି? ନିବୁଜ ଘର ଭିତରେ ସ୍ୱୟଂ ବିଶ୍ୱକର୍ମା ଛଦ୍ମବେଶରେ ଆସି ବିଗ୍ରହ ନିର୍ମାଣ କଲେ କେମିତି ଏବଂ ରାଜା ଦେଇଥ#ବା ସର୍ତ୍ତ ଅନୁସାରେ କଣ୍ଟ ପୂରିବାର ଅବଧ# ଶେଷ ନହେଉଣୁ ସେ ପୁଣି ଉଭେଇ ଗଲେ କେମିତି ଏବଂ ରାଣୀ ଗୁଣ୍ଡିଚାଙ୍କ ବାଧ୍ୟବାଧ୍ୟକତାରେ ରାଜା ଦ୍ୱାର ଖୋଲିଲେ ଏବଂ ତିନି ବିଗ୍ରହଙ୍କୁ ଦେଖ#ଲୋ ହାତ ନାହିଁ, ଗୋଡ ନାହିଁ ଏବଂ ଚକା ଚକା ଆଖ# ସେଥ#ରେ ପଲକ ପଡୁ ନାହିାଁ ସେଇ ତ କଳା ଠାକୁରା ଆଜି ଶ୍ରୀମନ୍ଦିରରେ ବିରାଜିତ, ସେ କାହାର? ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସମଗ୍ର ବିଶ୍ୱବାସୀଙ୍କର ନା କେତେଜଣ ଲୋଭୀ ସେବାୟତଙ୍କରା କିମ୍ବଦନ୍ତୀ ଅଛି-ବେଳେ ବେଳେ ସ୍ୱ-ଇଚ୍ଛାରେ ମହାପ୍ରଭୁ ପାତାଳି ହୋଇଯାଆନ୍ତିା ଚତୁର୍ଥ ଶତାବ୍ଦୀ ବେଳକୁ କଙ୍ଗୋଦର ରାଜା ଜନ୍ମେଞ୍ଜୟ ତ୍ରି-କଳିଙ୍ଗ ବିଜୟ କଲାପରେ ତାଙ୍କୁ ଦୈବୀ ନିର୍ଦ୍ଦେଶ ହେଲା ସମତଳ ଅଞ୍ଚଳରେ ରାଜଧାନୀ ପ୍ରତିଷ୍ଠା କରିବା ପାଇାଁ ସେ ପର୍ଯ୍ୟନ୍ତ ଉଡ୍ର ଦେଶର ସବୁ ରାଜାମାନେ ପ୍ରାୟତଃ ପାହାଡ ଉପରେ ରାଜଧାନୀ ପ୍ରତିଷ୍ଠା କରି ରାଜ୍ୟ ଶାସନ କରୁଥ#ଲୋ ଲୋକେ ପାହାଡ ଉପରେ ରହୁଥ#ଲୋ କାଳକ୍ରମେ ଦକ୍ଷିଣ ଏବଂ ପଶ୍ଚିମ ଅଞ୍ଚଳରୁ ମାଟି ଧୋଇ ହୋଇ ନଦୀ ଜଳରେ, ବନ୍ୟା ସ୍ରୋତରେ ଖସିଆସି ସମତଳ ଅଞ୍ଚଳ ସୃଷ୍ଟି ହେଲା ଏବଂ ବୌଦ୍ଧ ଗ୍ରନ୍ଥରେ ଥ#ବା ୧୦ଟି ବୌଦ୍ଧ ସ୍ତୁପ ଯାହା ଉଲ୍ଲେଖ ଅଛି ତାହା ଆଜିର ଯାଜପୁର ଜିଲ୍ଲାରେ ଅବସ୍ଥିତା ସେହି ୧୦ଟି ବୌଦ୍ଧ ସ୍ତୁପ ହେଉଛି ୧୦ଟି ପାହାଡା ଲଳିତଗିରି, ଉଦୟଗିରି ସେଇଠି ଅବସ୍ଥିତା ଗୌତମ ବୁଦ୍ଧ ଚାରଣ ଭଳି ବୁଲି ବୁଲି ଯେତେବେଳେ ତାଙ୍କର ଶାନ୍ତି ବାଣୀ ପ୍ରଚାର କରୁଥ#ଲେ ଏହି ସ୍ଥାନକୁ ଆସିଥ#ଲୋ ଏ ଇତିହାସର ତଥ୍ୟ କାହାର ମୁଖନିସୃତ କାହାଣୀ ନୁହେଁ-ଏହା ଇତିହାସର କଥାା
ତେବେ ରାଜା ଜନ୍ମେଞ୍ଜୟ ଯେତେବେଳେ ଯାଜପୁରରେ ରାଜଧାନୀ କରିବାକୁ ଚାହୁଁଥ#ଲେ ସେତେବେଳେ ପୁଣି ତାଙ୍କୁ ଦୈବୀବାଣୀ ହେଲା- “”ଯେବେ ଯାଜପୁରରେ ରାଜଧାନୀ ପ୍ରତିଷ୍ଠା କରିବ ପ୍ରଥମେ ସେଠାରେ ଏକ ଦେବୀପୀଠ ସ୍ଥାପନ କର”ା ଦେବୀପୀଠ ସ୍ଥାପନ କରିବାକୁ ହେେଲ ମହାପ୍ରଭୁ ଜଗନ୍ନାଥଙ୍କର ଆଜ୍ଞା ଆଣିବାକୁ ହେବା ସେତେବେଳକୁ ପୁରୋହିତବାଦ ସୃଷ୍ଟି ହେଲାଣିା ସେଥ# ପାଇଁ ମହାପ୍ରଭୁଙ୍କ ଆଜ୍ଞା ଆଣିବାକୁ ହେଲେ ପୁରୋହିତ ବା ବ୍ରାହ୍ମଣଙ୍କର ଆବଶ୍ୟକତା ଅଛିା ରାଜା ଜନ୍ମେଞ୍ଜୟ ନିଜର ନାମ ପରିବର୍ତ୍ତନ କରି ନିଜକୁ ଯଯାତିକେଶରୀ ପ୍ରଥମ ଭାବେ ପରିଚୟ ଦେଲେ ଏବଂ କାଣ୍ୟକୁବ୍ଜା ବା କନୌଜ୍ରୁ ବ୍ରାହ୍ମଣମାନଙ୍କୁ ନିମନ୍ତ୍ରଣ କରି ଆଣିଲୋ ଦୁଇ ଜଣ ବ୍ରାହ୍ମଣଙ୍କୁ ସାଙ୍ଗରେ ଧରି ଚାଲି ଚାଲି ଶ୍ରୀକ୍ଷେତ୍ରରେ ପହଞ୍ଚ#ଲୋ ସେ ସମୟରେ ଶ୍ରୀକ୍ଷେତ୍ର ବା ପୁରୁଷୋତ୍ତମ କ୍ଷେତ୍ର ଏକ ସନ୍ତସନ୍ତିଆ ପଙ୍କ କାଦୁଅ ଭରା ସମୁଦ୍ରକୂଳା କାଆଁ ଭାଁ ଜନବସତିା ମହାପ୍ରଭୁଙ୍କର ଦେଉଳ ନାହିାଁ ତେବେ ଅଛନ୍ତି କେଉଁଠି? ଲୋକମୁଖରୁ ଶୁଣିଲେ ରକ୍ତବାହୁ ଯବନ ଠାକୁରଙ୍କୁ ନେବା ପାଇଁ ଆକ୍ରମଣ କରିବାକୁ ଆସୁଛିା ସେଥ#ରେ ଭୟଭୀତ ହୋଇ ରାଜା ଠାକୁରଙ୍କୁ କେଉଁଠି ନେଇ ଲୁଚାଇଛନ୍ତିା କେଉଁଠି ଲୁଚାଇଛନ୍ତି ତାହା ଜଣା ନାହିାଁ କଥାରେ ଅଛି- “”Cଶ୍ୱର ଦଉଡି ମଣିଷ ଗାC-ଯେଣିକି ଟାଣଇ ତେଣିକି ଯାଇ”ା ରାଜା ଯଯାତିକେଶରୀ ପ୍ରଥମ ହାତଯୋଡି ଠାକୁରଙ୍କୁ ମନଭିତରେ ଡାକି ଡାକି ଚାଲିଲୋ କୁଆଡେ ଯାଉଛନ୍ତି ଜଣାନାହିାଁ ବାଟଘାଟ ଦେଖ# ନାହାନ୍ତିା ତେବେ ଚାଲି ଚାଲି ଆଜିର ବୀରମହାରାଜପୁର ଅନ୍ତର୍ଗତ ଉଲୁଣ୍ଡା ବ୍ଲକ୍ର କୋଟ ସମଲାଇ ଗାଁରେ ଯାଇ ପହଞ୍ଚ#ଲୋ ସେଇଠି ପାହାଡ ଗୁମ୍ଫାରେ ମହାପ୍ରଭୁଙ୍କୁ ପାଇଲେ ଏବଂ ଆଣି ଆସିଲା ବେଳେ ୪ ଜଣ ଶବର ତାଙ୍କ ସାଙ୍ଗରେ ଆସିଥ#ଲୋ ନିଜେ ଭଗବାନ ଶ୍ରୀକୃଷ୍ଣ ମଥୁରାରେ ଶବର ଘରେ ଜନ୍ମ ହୋଇଥ#ଲୋ ତେଣୁ ୪ ଜଣ ଶବରଙ୍କ ସହାୟତାରେ ଯଯାତିକେଶରୀ ପ୍ରଥମ ତାଙ୍କୁ ଶ୍ରୀକ୍ଷେତ୍ରକୁ ଫେରାଇ ଆଣିଥ#ବା କଥା କୁହାଯାଏା କିମ୍ବଦନ୍ତୀ ଅଛି – ପ୍ରାୟ ୧୪୪ ବର୍ଷ ବିଶ୍ୱ ନିୟନ୍ତା ଏହି ମହାପ୍ରଭୁ ଶ୍ରୀଜଗନ୍ନାଥ କୋଟ ସମଲାଇର ସେଇ ସୁ-ଉଚ୍ଚ ଅପହଞ୍ଚ ପାହାଡ ଗ&ୁମ୍ଫାରେ ପାତାଳି ହୋଇଥ#ଲୋ ସେଇ ଠାକୁର ପରବର୍ତ୍ତୀ କାଳରେ ଶ୍ରୀ ମନ୍ଦିରରେ ବିରାଜିତା ତେବେ ଶବର ପଲ୍ଲୀରେ ଅସ୍ଥାୟୀ ଭାବରେ ଯେଉଁ ଦଇତାପତିମାନେ ଦାରୁ ଛେଦନ ବେଳେ ବାସ କରୁଛନ୍ତି ସେମାନେ କିଏ ? ସ୍ୱୟଂ ବିଶ୍ୱନିୟନ୍ତାଙ୍କୁ ନିଜର ସଂପତ୍ତି ବୋଲି ଭାବି ଯେଭଳି ଚାହୁଁଛନ୍ତି ଯେଭଳି ସେବା ଦେଉଛନ୍ତିା ଯାହା ହଜାର ହଜାର ବର୍ଷ ଧରି ପରମ୍ପରାକୁ ଲଂଘନ କରୁଛିା ଜଗନ୍ନାଥ ଧର୍ମ ହେଉଛି ସନାତନ ଧର୍ମା ଏଇ ସନାତନ ଧର୍ମ ହେଉଛି ଅନନ୍ତ ଅକ୍ଷୟା ସେ ଧର୍ମରେ ସାଂପ୍ରଦାୟିକତାର ଚିହ୍ନ ନାହିାଁ ଛୁଆଁ ଅଛୁଆଁର ପ୍ରଶ୍ନ ନାହିାଁ ତେବେ ଧର୍ମ ହେଉଛି ଏକ ବିଶ୍ୱାସା ସନାତନ ଧର୍ମକୁ ଶ୍ରୀଜଗନ୍ନାଥଙ୍କୁ ଯିଏ ଯେମିତି ଜାଣିଛି ସିଏ ସେଭଳି ଭାବେ ତାଙ୍କୁ ଡାକୁଛିା ଅନ୍ଧ ୬ ଜଣ ହାତୀ ଦେଖ#ବା ଭଳି ସେଇ ଅନ୍ଧ ମଣିଷମାନେ ନିଜ ନିଜର ବିଶ୍ୱାସକୁ ପାଥେୟ କରି ବିଭିନ୍ନ ସଂପ୍ରଦାୟରେ ବିଭକ୍ତ ହୋଇଛନ୍ତିା
ଏହି କାରଣରୁ ଏକ ସମୟରେ ଅଲୌକିକ ବୁ୍ୟତ୍ପତ୍ତିରେ ମୂର୍ତ୍ତିମନ୍ତ ପ୍ରତୀକ ଦକ୍ଷିଣ ଭାରତରେ ଜନ୍ମ ନେଇଥ#ବା ଆଦିି ଶଙ୍କରାଚାର୍ଯ୍ୟ ସନାତନ ଧର୍ମରେ ଯେଉଁ ସଂସ୍କାର ଆଣିଲେ ପରେ ସେଇ ସନାତନ ଧର୍ମ ହିନ୍ଦୁ ଧର୍ମରେ ପରିଣତ ହେଲା ଏବଂ ପରେ ପରେ ଇସ୍ଲାମ୍ ଧର୍ମ, ଖ୍ରୀଷ୍ଟଧର୍ମ, ଶିଖଧର୍ମ, ବୌଦ୍ଧଧର୍ମ ଆଦି ବହୁ ଧର୍ମ ସୃଷ୍ଟି ହୋଇଛି ଏବଂ ହିନ୍ଦୁମାନେ ହିନ୍ଦୁ ଧର୍ମରେ ବିଶ୍ୱାସ କରୁଥ#ବା ମଣିଷମାନେ ତାଙ୍କର ବୋଲି ଭାବୁଛନ୍ତିା କିନ୍ତୁ ସେ ତ ବିଶ୍ୱନିୟନ୍ତାା ଜାତି, ଧର୍ମ ନିିର୍ବିଶେଷରେ ସେ ହେଉଛନ୍ତି ସମଗ୍ର ବିଶ୍ୱ ମାନବ ସମାଜର ଦେବତାା ତେବେ ଆଜି ଶ୍ରୀମନ୍ଦିରରେ ଯାହା ସବୁ ଘଟୁଛି ତାହା କେବଳ ଦୁଃଖଦାୟକ ନୁହେଁ ବରଂ ଚରମ ଜଗନ୍ନାଥ ଧର୍ମଦ୍ରୋହର ଏକ କରୁଣ ପରିଣତିା ସ୍କନ୍ଧ ପୁରାଣରେ ବର୍ଣ୍ଣିତ ମହାପ୍ରଭୁଙ୍କ ସେବାପୂଜା ନିୟନ୍ତ୍ରଣ କରିବାର ଅଧ#କାର କେବଳ ଶଙ୍କରାଚାର୍ଯ୍ୟ ଏବଂ ଗଜପତିଙ୍କ ଉପରେ ନ୍ୟସ୍ତା ଗଜପତି ହିଁ ପ୍ରଥମ ସେବକା ଧର୍ମଗୁରୁ ଶଙ୍କରାଚାର୍ଯ୍ୟ ଏବଂ ପ୍ରଥମ ସେବକ ଗଜପତି ମହାରାଜାଙ୍କୁ ଯେଉଁ ଦଇତାପତିମାନେ କଟୁ ଭାଷାରେ ସମାଲୋଚନା କରୁଛନ୍ତି ତାଙ୍କ ପ୍ରତି ମୋର ଉତ୍ତର ନାହିାଁ ସେଇଭଳି ମନ୍ଦିର ପ୍ରଶାସକ ଏବଂ ଏହାର ଅଧ୍ୟକ୍ଷ ସେବାପୂଜାରେ ହସ୍ତକ୍ଷେପ କରିପାରିବେ ନାହିାଁ ମହାପ୍ରଭୁଙ୍କର ରାତ୍ରିମଣୋହିରେ ତାମ୍ବୁଳ ସେବନ କରିବାକୁ ଦିଆଯାଏା ପାନପତ୍ରରେ ଯାହାସବୁ ଦେବାର ବିଧ# ବ୍ୟବସ୍ଥା ରହିଛି ସେଥ#ରେ ଜାଇଫଳ ବା ଜାଇତ୍ରିର ମୂଲ୍ୟ ଅଧ#କ ପଡୁଛି ବୋଲି ମିତବ୍ୟୟତା ଅବଲମ୍ବନ କରିବାକୁ ଯାଇ ଜାଇତ୍ରି ବଦଳରେ ଗୋପଳ ଜର୍ଦ୍ଦା ଦେବା ପାଇଁ ଆଜିର ପ୍ରଶାସକ କିମ୍ବା ଏହାର ଅଧ୍ୟକ୍ଷଙ୍କର କୌଣସି କ୍ଷମତା ନାହିାଁ ଏହା ମନେ ରଖ#ବାକୁ ହେବା ଏହା ଏକ ମହାନ ପରମ୍ପରାର ଉଲଂଘନ ବୋଲି ବୁଝିବାକୁ ହେବା ଏ ସଂପର୍କରେ ଏକଦା ଜାମ୍ମୁକାଶ୍ମୀରର ରାଜା ହରିସିଂହଙ୍କର ବୈଷ୍ଣବ ଦେବୀ ହୁଅନ୍ତୁ, କିମ୍ବା ଦକ୍ଷିଣ ଭାରତରେ ତିରୁପତି କିମ୍ବା ମଦୁରାଇର ମିନାକ୍ଷୀ ଦେବୀଙ୍କର ପୂଜାପାଠର ବିଧ# ବିଧାନ ପ୍ରତି ଦୃଷ୍ଟି ଦିଅନ୍ତୁା

Share in top social networks!

ଅଗଷ୍ଟ ପହିଲାରୁ ସଚେତନାତା ପକ୍ଷ ପାଳନ ; ପଞ୍ଚାୟତ ପ୍ରତିନିଧି ତଥା ସାଧାରଣ ଲୋକଙ୍କୁ ସାମିଲ କରାଯିବା ଉପରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗୁରୁତ୍ଵ

damababuବର୍ଷାଦିନରେ ସାଧାରଣତଃ ବୃଦ୍ଧି ପାଉଥିବା ମ୍ୟାଲେରିଆ ,ଡେଙ୍ଗୁ ,ଡାଇରିଆ ଓ ଅନ୍ୟ ଜଳବାହିତ ରୋଗର ପାଦୁର୍ଭାବ ରୋକିବା ସହିତ ଏ କ୍ଷେତ୍ରରେ ସଚେତନତା ସୃଷ୍ଟି ଲାଗି ସରକାର ସଚେତନତା ପକ୍ଷ ପାଳନ କରିବାକୁ ଯାଉଛନ୍ତି । ଆସନ୍ତା ଅଗଷ୍ଟ ୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଏହି ସଚେତନତା ପକ୍ଷ ପାଳନ କରାଯିବ । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାଃ ଦାମୋଦର ରାଉତ ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଗତ ଶୁକ୍ରବାରଦିନ ଅନୁଷ୍ଠିତ ହୋଇଥିଲା ।

ବୈଠକରେ ନିଷ୍ପତ୍ତି ଅନୁଯାୟୀ ଅଗଷ୍ଟ ପହିଲାରୁ ୧୫ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ କରାଯିବ ।ଏ ନେଇ ଜିଲ୍ଲା ସ୍ତରୀୟ ଆକ୍ସନ କମିଟି ବୈଠକ ଏବଂ ବ୍ଲକ୍ ସ୍ତରୀୟ କମିଟି ବୈଠକ ମାନ ଅନୁଷ୍ଠିତ ହେବ ।ଜିଲ୍ଲା ସ୍ତରରେ ବିଭିନ୍ନ ସ୍ଵେଚ୍ଛାସେବୀ ସଂଗଠନ ଗୁଡିକୁ ସାମିଲ କରାଯିବ ।ଏହି ପକ୍ଷ ପାଳନ ସମୟରେ ପ୍ରତ୍ୟେକ ଗ୍ରାମରେ ସାଧାରଣ ଲୋକ ତଥା ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସାମିଲ କରାଯିବ । ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ବାର୍ତ୍ତା ପ୍ରଚାର କରାଯିବ ।ଭାରତ ସରକାରଙ୍କ ସଂଗୀତ ନାଟକ ପ୍ରଭାଗ,ରାଜ୍ୟ ସଂସ୍କୃତି ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ନାଟକ,ପାଲା,ଦାଶକାଠିଆ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ରେଡିଓ,ଟିଭି, ଏବଂ ଖବରକାଗଜ ମାଧ୍ୟମରେ ବିଜ୍ଞାପନ ମାଧ୍ୟମରେ ସ୍ୱାସ୍ଥ୍ୟ ଶିକ୍ଷା ସୂଚନା ବାର୍ତ୍ତା ପ୍ରଚାର ଓ ପ୍ରସାର କରାଯିବ ।ଗାଁ କଲ୍ୟାଣ ସମିତିକୁ ସକ୍ରିୟ ସାହାଯ୍ୟ ଓ ସହଯୋଗ ପାଇଁ ନିବେଦନ କରାଯାଇଛି ।

ଅଗଷ୍ଟ ୧ ତାରିଖ ଦିନ ରାଜ୍ୟସ୍ତରୀୟ ,ଜିଲ୍ଲା ଏବଂ ବ୍ଲକ୍ ସ୍ତରରେ ଉଦଘାଟନୀ ଉତ୍ସବମାନ ଆୟୋଜିତ ହେବ । ୧୫ ତାରିଖ ପବିତ୍ର ସ୍ଵାଧୀନତା ଦିବସ ପାଳନ ଅବସରରେ ସମଗ୍ର ରାଜ୍ୟ ରେ ସଫେଇ ଅଭିଯାନ କରାଯିବା ପାଇଁ ସ୍ଥିର ହୋଇଛି । ଏହି ସଚେତନତା ଅଭିଯାନ ମାଧ୍ୟମରେ ସାଧାରଣ ଲୋକଙ୍କୁ ବର୍ଷାଦିନିଆ ରୋଗ ବିଶେଷ କରି ମ୍ୟାଲେରିଆ,ଡେଙ୍ଗୁ ଓ ଡାଇରିଆ ଆଦି ଭଳି ରୋଗର ପ୍ରତିକାର ଓ ପ୍ରତିଷେଧକ ଉପରେ ସ୍ୱାସ୍ଥ୍ୟ ଶିକ୍ଷା ସୂଚନା ମାଧ୍ୟମରେ ସଚେତନ କରାଯାଇ ଏହି ସବୁ ରୋଗର ପ୍ରାଦୁର୍ଭାବ ହ୍ରାସ କରିବାର ଲକ୍ଷ୍ୟ ରଖାଯାଇଛି ।

ଏହି ପକ୍ଷ ପାଳନ ଅବସରରେ ସ୍ୱାସ୍ଥ୍ୟ,ଶିକ୍ଷା ସୂଚନା ବ୍ୟବସ୍ଥାକୁ ବ୍ୟାପକ ତଥା ଫଳପ୍ରଦ କରିବା ପାଇଁ ନିର୍ବାଚିତ ପଞ୍ଚାୟତରାଜ ପ୍ରତିନିଧିମାନଙ୍କ ସମେତ ସାଧାରଣ ଲୋକଙ୍କୁ ସାମିଲ କରାଯିବା ଉପରେ ସ୍ଵାସ୍ଥ୍ୟମନ୍ତ୍ରୀ ଡାଃ ରାଉତ ଗୁରୁତ୍ଵ ଆରୋପ କରି ପରାମର୍ଶ ଦେଇଛନ୍ତି । ରାଜ୍ୟର ବିଭିନ୍ନ ଅଞ୍ଚଳର ଭାଷା,ସାମାଜିକ ଚଳନି ଆଡିକୁ ଦୃଷ୍ଟିରେ ରଖି ପ୍ରଚାର ପତ୍ର ଗୁଡିକ ସେହି ଅଞ୍ଚଳର ଭାଷା ରେ ପ୍ରସ୍ତୁତ କରିବାକୁ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକୁ ସେହି ଭାଷାରେ ପରିବେଷଣ କରିବାକୁ ଡାଃ ରାଉତ ନିର୍ଦ୍ଦେଶ ଦେଇଛନ୍ତି । ସଚେତନତା ପକ୍ଷ ପାଳନକୁ ସଫଳକରାଇବା ନିମନ୍ତେ ସେ ସମସ୍ତ ପଞ୍ଚାୟତିରାଜ ପ୍ରତିନିଧିଙ୍କ ସହିତ ମଧ୍ୟ ନିବେଦନ କରିବେ ।

ପ୍ରତ୍ୟେକ ଜିଲ୍ଲାରେ ବିଡିଓ,ଡାକ୍ତର ଏବଂ ପଞ୍ଚାୟତିରାଜ ପ୍ରତିନିଧି ମାନଙ୍କ ମିଳିତ ବୈଠକ କରାଯିବା ଉପରେ ମଧ୍ୟ ଗୁରୁତ୍ଵ ଆରୋପ କରାଯାଇଛି ।ଜିଲ୍ଲା ଓ ବ୍ଲକ ସ୍ତରରେ ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ମୁଖ୍ୟ ଶାସନ ସଚିବ ମଧ୍ୟ ପରାମର୍ଶ ଦେବେ ।ଗତ ବର୍ଷ ଭଳି ମିଳିତ ସଚେତନତା ଅଭିଯାନ ସମୟରେ ନିଧି ମଉସା ରଥ ମଧ୍ୟ ବାହାର କରାଯିବ।ଗତବର୍ଷ ଏହି ପକ୍ଷ ପାଳନ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଯୋଗୁଁ ବର୍ଷାଦିନିଆ ରୋଗ ଜନିତ ମୃତାହତଙ୍କ ସଂଖ୍ୟା ଯଥେଷ୍ଟ ରୋକାଯାଇପାରିଥିଲା ।

ତେବେ ଚଳିତ ବର୍ଷ ମଧ୍ୟ ଆକ୍ରାନ୍ତ ଓ ମୃତାହତ ସଂଖ୍ୟାକୁ ବହୁ ଭାବେ ହ୍ରାସ କରାଯାଇପାରିବ ବୋଲି ବିଭାଗ ତରଫରୁ ଆଶାକରାଯାଇଛି । ଉକ୍ତ ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ,ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିସନ କମିଶନର ତଥା ନିର୍ଦ୍ଦେଶକ ଡାଃ ପ୍ରମୋଦ ମେହେର୍ଦ୍ଦା ,ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଡାଃ ଏନ୍.କେ ଦାସ, ଆର.ଏମ୍.ଆର.ସି ନିର୍ଦ୍ଦେଶକ ଡାଃ ଶାନ୍ତନୁ କର ,ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନ ନିର୍ଦ୍ଦେଶକ ବିଜୟିନୀ ଜନସ୍ୱାସ୍ଥ୍ୟ ଅତିରିକ୍ତ ନିର୍ଦ୍ଦେଶକ ଡାଃ ନିର୍ମଳା ଦେଇ,ଯୁଗ୍ମ ନିର୍ଦ୍ଦେଶକ ଡାଃ ବିକାଶ ପଟ୍ଟନାୟକ,ମ୍ୟାଲେରିଆ ଉପନିର୍ଦ୍ଦେଶକ ଡାଃ ମଦନ ମୋହନ ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଯୋଗ ଦେଇଥିଲେ।

Share in top social networks!