ମହା ଖଣି ଦୁର୍ନୀତି ମାମଲାରେ ରାୟ ଆସିବା ପରେ ରାଜ୍ୟ ସରକାର ଅସାଧୁ ଖଣି ମାଲିକ ମାନଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଛି : ବିଜେପି

 ରାଜ୍ୟ ସରକାର ଅସାଧୁ ଖଣି ମାଲିକ ମାନଙ୍କୁ ୫୯ ହଜାର କୋଟି ଟଙ୍କା ପୈଠ ପାଇଁ ନୋଟିସ ପଠାଇଥିବା ଏବେଏହି ଖଣି ଦୁର୍ନୀତିର ମୂଲ୍ୟ ୧୭-୧୮ ହଜାର କୋଟି ଟଙ୍କା ହେବ ବୋଲି ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲିକ ବୟାନ ଏହାର ପ୍ରମାଣ
 ଅସାଧୁ ଖଣି ମାଲିକ ଓ ଓଡିଶା ସରକାର ବିଶେଷ ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ନିବିଡ ସମ୍ପର୍କର ପର୍ଦାଫାଶ କରୁଛି
 ପିନାକୀ ମିଶ୍ର ଓ ଅଶୋକ ପରିଜା ମୁଖ୍ୟମନ୍ତ୍ରୀଙ୍କ ଓକିଲ ଓ ଅସାଧୁ ଖଣି ମାଲିକଙ୍କର ମଧ୍ୟ ଓକିଲ
 ଏହି ଦୁଇ ଓକିଲ ଅସାଧୁ ଖଣି ମାଲିକ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଯୋଗସୂତ୍ରକାରୀ
 ତୃତୀୟ ମହଲାର ନିର୍ଦେଶରେ ବେଆଇନ ଭାବେ ୪୦-୬୦ ସୂତ୍ରରେ ଖଣି ସବ ଲିଜ ଦିଆ ଯାଇ ହଜାର ହଜାର କୋଟିର ଲାଂଚ ତୃତୀୟ ମହଲାକୁ ଯାଇଛି
 ମୁଖ୍ୟମନ୍ତ୍ରୀଙ୍କ ନାମରେ ଗୁରୁତର ଅଭିଯୋଗ ପରିପ୍ରେକ୍ଷୀରେ ସେ ତୁରନ୍ତ ସ୍ପଷ୍ଟୀକରଣ ଦିଅନ୍ତୁ
PC_05

ସୁପ୍ରିମକୋର୍ଟଙ୍କ ଓଡିଶା ମହା ଖଣି ଦୁର୍ନୀତି ମାମଲାରେ ରାୟ ଆସିବା ପରେ ରାଜ୍ୟ ସରକାର ଅସାଧୁ ଖଣି ମାଲିକ ମାନଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଛି ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ଅଭିଯୋଗ କରିଛନ୍ତି ।
ଗୋଟିଏ ପଟେ ରାଜ୍ୟ ସରକାର ଅସାଧୁ ଖଣି ମାଲିକ ମାନଙ୍କୁ ୫୯ ହଜାର କୋଟି ଟଙ୍କା ପୈଠ ପାଇଁ ନୋଟିସ ପଠାଇଥିବା ବେଳେ ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଏହି ଖଣି ଦୁର୍ନୀତିର ମୂଲ୍ୟ ୧୭-୧୮ ହଜାର କୋଟି ଟଙ୍କା ହେବ ବୋଲି ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲିକ ସାର୍ବଜନୀନ ବୟାନ ଦେଇଛନ୍ତି ।
ଶ୍ରୀ ବକ୍ସିପାତ୍ର ରାଜ୍ୟ ସରକାରଙ୍କୁ ମନେ ପକାଇ ଦେଇ କହିଛନ୍ତି ଯେ, ଖୋଦ ରାଜ୍ୟ ସରକାର କୋଇଡା ସର୍କଲରେ ୧୩ ହଜାର କୋଟି, ଯୋଡାରେ ୪୪ ହଜାର, କେନ୍ଦୁଝରରେ ୧୦୬୫ କୋଟି କୋରାପୁଟରେ ୪୪ ଲକ୍ଷ, ବାରିପଦାରେ ୪୬୭ କୋଟି ଆଦି ନୋଟିସ ଇସ୍ୟୁ କରି ସାରିବା ପରେ ଏହି ଦୁର୍ନୀତିକୁ ୧୭-୧୮ ହଜାର କୋଟି ଟଙ୍କାକୁ ଖସାଇ ଦେଇ କାହାକୁ ସୁରକ୍ଷା ଦେବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ଶ୍ରୀ ବକ୍ସିପାତ୍ର ପ୍ରଶ୍ନ କରିଛନ୍ତି ।
ଅସାଧୁ ଖଣି ମାଲିକ ଓ ଓଡିଶା ସରକାର ବିଶେଷ ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ନିବିଡ ସମ୍ପର୍କର ପର୍ଦାଫାଶ କରୁଛି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।
ଶ୍ରୀ ବକ୍ସିପାତ୍ର କହିଛନ୍ତି ଯେ ଖଣି ମାଲିକଙ୍କ ଓକିଲ ଭାବେ ବିଜେଡିର ସାଂସଦ ପିନାକୀ ମିଶ୍ର ଅଛନ୍ତି । ଏହି ପିନାକୀ ବାବୁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପାଣ୍ଠି ଭୁଲ ସତ୍ୟପାଠ ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ରାଜନୈତିକ ସୁରକ୍ଷା ଦେଉଛନ୍ତି ।
ମାନ୍ୟବର ସୁପ୍ରିମକୋର୍ଟରେ ଖଣି ମାଲିକ ମାନଙ୍କର ଅନ୍ୟତମ ଓକିଲ ହେଉଛନ୍ତି ଅଶୋକ ପରିଜା । ଏହି ଆଇନଜୀବୀ ମୁଖ୍ୟମନ୍ତ୍ରୀଙ୍କ ମିଥ୍ୟା ସତ୍ୟପାଠ ମାମଲାର କେସ ଲଢୁଛନ୍ତି ।
(ପୃÂା: ୧/୨)

ନବୀନ ପଟ୍ଟନାୟକଙ୍କ ରାଜନୈତିକ ଓ ଆଇନଗତ ଓକିଲ ଖଣି ମାଲିକ ମାନଙ୍କର ମଧ୍ୟ ଆଇନଗତ ସୁରକ୍ଷା ପ୍ରଦାନକାରୀ । ଏହା କେବଳ ସଂଯୋଗ ନୁହେଁ ଅସାଧୁ ଖଣି ମାଲିକ ଓ ଏହି ଦୁଇ ଓକିଲ ରାଜ୍ୟର ମହାଖଣିଦୁର୍ନୀତିରେ ମୁଖ୍ୟମନ୍ତ୍ରୀ ଓ ଖଣି ମାଲିକଙ୍କ ସଂଯୋଗକାରୀ ବୋଲି ଶ୍ରୀ ବକ୍ସିପାତ୍ର ଅଭିଯୋଗ କରିଛନ୍ତି ।
ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲିକ ନିଜ ଇଚ୍ଛାରେ ନୁହେଁ, ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ଅସାଧୁ ଖଣି ମାଲିକଙ୍କୁ ସୁରକ୍ଷା ଦେବାର ରାସ୍ତା କାଢୁଛନ୍ତି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।
ଏହା ସହ ନିୟମ ଅନୁସାରେ ଖଣି ଲିଜଧାରୀମାନେ ଏହାକୁ ସବଲିଜ ସୂତ୍ରରେ କାହାକୁ ଦେଇ ପାରିବେ ନାହିଁ ବୋଲି ସ୍ପଷ୍ଟ ନିୟମ ଥିବା ବେଳେ ୪୦-୬୦ ସୂତ୍ରରେ ରାଜ୍ୟରେ ଯେଉଁ ପ୍ରମୁଖ ଖଣି ଖନନ କରାଯାଇଛି, ସଚିବାଳୟର ତୃତୀୟ ମହଲାର ମୁଖ୍ୟ ଭାଗିଦାରୀ ରହିଛି ବୋଲି ଶ୍ରୀ ବକ୍ସିପାତ୍ର ଅଭିଯୋଗ କରି ଏହି ମହାଦୁର୍ନୀତିର ମହାନାୟକ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାୟୀ କରିଛନ୍ତି । ଏତେ ବଡ ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କ ନାମରେ ଆସୁଥିବା ବେଳେ ଏ ସମ୍ପର୍କରେ ସେ ତୁରନ୍ତ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଶ୍ରୀ ବକ୍ସିପାତ୍ର ଦାବି କରିଛନ୍ତି ।

Share in top social networks!

ମୋଦି ଓ ନବୀନଙ୍କ ମଧ୍ୟରେ ଭିତିରି ବୁଝାମଣା ରହିଛି : ଅମି୍ରନ୍ଦର ସିଂ ରାଜା ବ୍ରାର

ଓଡ଼ିଶାର ବେକାରୀ ସମସ୍ୟା ବୃଦ୍ଧି ପାଇଁ ବିଜେଡ଼ି, ବିଜେପି ଦାୟୀ : ଲୋକନାଥ ମହାରଥି

youthcongress
ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ଲୋକନାଥ ମହାରଥିଙ୍କ ନେତୃତ୍ୱରେ ଲୋୟର ପିଏମଜି, ଭୁବନେଶ୍ୱର ଠାରେ “ଯୁବ ଅଧିକାର” ସମାବେଶ ଆୟୋଜିତ ହୋଇଯାଇଛି । ଅଖିଳ ଭାରତ ଯୁବ କଂଗ୍ରେସ ସଭାପତି ଶ୍ରୀ ଅମି୍ରନ୍ଦର ସିଂ ରାଜା ବ୍ରାରଙ୍କୁ ଏକ ବିରାଟ ମୋଟର ସାଇକେଲ ଶୋଭାଯାତ୍ରାରେ ଭୁବନେଶ୍ୱର ବିମାନ ବନ୍ଦର ରୁ ସଭାସ୍ଥଳ ପର୍ଯ୍ୟନ୍ତ ଅଣାଯାଇଥିଲା । ଶ୍ରୀ ବ୍ରାର ତାଙ୍କ ଉଦ୍ବୋଧନରେ କହିଥିଲେ ଯେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଭିତ୍ତିରି ବୁଝାମଣା ରହିଛି । ସିବିଆଇ ତଦନ୍ତରୁ ରକ୍ଷା ପାଇବା ପାଇଁ ମୋଦିଙ୍କ ପାଖରେ ନବୀନ ଶରଣ ପସିଛନ୍ତି । ମୋଦିଙ୍କ ଚାପ ଫଳରେ ଓଡ଼ିଶାରେ ସିବିଆଇ ଦ୍ୱାରା ଚିଟ୍ଫଣ୍ଡ ତଦନ୍ତ ଶିଥିଳ ପଡ଼ିଯାଇଛି । ଯାହାଫଳରେ ରାଜ୍ୟ ସରକାର ଓଡ଼ିଶାର ନ୍ୟାର୍ଯ୍ୟ ଦାବି କେନ୍ଦ୍ର ସରକାରଙ୍କ ପାଖରେ ଉପସ୍ଥାପନ କରିବାରେ ଅକ୍ଷମ ହେଉଛନ୍ତି । ଅନ୍ୟପକ୍ଷରେ ମୋଦି-ଅମିତ ଶାହା ଯୋଡ଼ିକୁ ଶ୍ରୀ ବ୍ରାର ରାଙ୍ଗାବିଲା ଯୋଡ଼ି ବୋଲି କହିଛନ୍ତି । ଏହି ଯୋଡ଼ି ଦେଶକୁ ଲୁଟିବା ପାଇଁ ଶପଥ ନେବା ସହ ଦେଶରେ ଧାର୍ମିକ ଅସହିସ୍ନୁୂତା ବୃଦ୍ଧିପାଇଁ ଚକ୍ରାନ୍ତ କରୁଛନ୍ତି । ବେକାରୀ ସମସ୍ୟା ପ୍ରତି ଉଦାସୀନ ରାଜ୍ୟର ବିଜେଡ଼ି ସରକାର ଓ କେନ୍ଦ୍ରର ବିଜେପି ସରକାର ବିରୁଦ୍ଧରେ ପ୍ରତି ପଞ୍ଚାୟତରୁ ବିପ୍ଳବ କରିବାକୁ ଓଡ଼ିଶାର ଯୁବସମାଜକୁ ଶ୍ରୀ ବ୍ରାର ଆହ୍ୱାନ ଦେଇଛନ୍ତି । ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ଲୋକନାଥ ମହାରଥି କହିଲେ ଯେ, ବିଜେଡ଼ି ସାଙ୍ଗରେ ୯ବର୍ଷ ଶାସନରେ ଭାଗୁଆଳି ହୋଇ ବିଜେପି ଦଳ ଆଜି ଦୁର୍ନୀତି ଓ ଅପାରଗତାର ଅଠା କେବଳ ବିଜେଡ଼ି ମୁଣ୍ଡରେ ବୋଳି ଦେଉଛି । ମୋଦିଙ୍କର ବର୍ଷକୁ ୧ କୋଟି ଓ ନବୀନଙ୍କର ବର୍ଷକୁ ୧ ଲକ୍ଷ ନିଯୁକ୍ତି ସ୍ୱପ୍ନ କେବଳ ନିର୍ବାଚନୀ ଧୂଆଁବାଣ ଥିଲା । ଓଡ଼ିଶାର ଯୁବ ସମାଜକୁ ମୋଦି ଓ ନବୀନ ବିଭ୍ରାନ୍ତ କରିଛନ୍ତି । ମିଛ କଥା କହି ଭୋଟ ନେବାପରେ ଯୁବସମାଜର ସ୍ୱାର୍ଥକୁ ଭୁଲି ଯାଇଛନ୍ତି । ଯୁବ କଂଗ୍ରେସ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ମୋଦି ଓ ନବୀନ ସରକାରଙ୍କ ଯୁବ ବିରୋଧି ନୀତି ବିରୁଦ୍ଧରେ ଦୁର୍ବାର ଆନେ୍ଦାଳନ କରିବ । ପ୍ରତାରିତ ଯୁବ ସମାଜକୁ ଏକତ୍ରିତ କରାଯାଇ ରାଜ ରାସ୍ତ୍ରାରେ ସରକାର ବିରୁଦ୍ଧରେ ଲଢେ଼ଇ ହେବ । ପିସିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ କହିଲେ ଯେ, କୋଟି ବାହାପିଆ ମୋଦି ଓ ଲକ୍ଷେ ବାହାପିଆ ନବୀନଙ୍କୁ ଓଡ଼ିଶାର ଯୁବ ସମାଜ ଚିହ୍ନିରଖନ୍ତୁ । ବେକାରୀ ସମସ୍ୟା ବିରୁଦ୍ଧରେ ଯୁବ କଂଗ୍ରେସର ଆନେ୍ଦାଳନକୁ ତୀବ୍ରତର କରାଯିବ । ଯୁବକମାନଙ୍କୁ ଭୂଆଁ ବୁଲାଇଥିବା ବିଜେଡ଼ି ଓ ବିଜେପି ସରକାରର ପତନ ପାଇଁ ଯୁବ ସମାଜ ଅଣ୍ଟାଭିଡ଼ିବାକୁ ଶ୍ରୀ ହରିଚନ୍ଦନ ଆହ୍ୱାନ ଦେଇଥିଲେ । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଯୁବ କଂଗ୍ରେସ କର୍ମୀ ଶୋଭାଯାତ୍ରା କରି ସଭାସ୍ଥଳକୁ ପ୍ରବେଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତ ଯୁବ କଂଗ୍ରେସ ସଂପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ବରିÂ କଂଗ୍ରେସ ନେତା ଶ୍ରୀ ଜୟଦେବ ଜେନା, ଶ୍ରୀ ଶରତ ପଟ୍ଟନାୟକ, ଶ୍ରୀ ଭକ୍ତଚରଣ ଦାସ, ଶ୍ରୀ ସୁରେଶ କୁମାର ରାଉତରାୟ, ଶ୍ରୀ ତାରାପ୍ରସାଦ ବାହିନୀପତି, ଶ୍ରୀ ଦେବାଶିଷ ପଟ୍ଟନାୟକ, ଶ୍ରୀ ସଂଗ୍ରାମ କେଶରୀ ଜେନା, ଶିବାନନ୍ଦ ରାୟ, ସମୀର କୁମାର ରାଉତରାୟ, ଶରତ ରାଉତ, ଶ୍ରୀ ଗୁରୁପଦ ନନ୍ଦ, ଶ୍ରୀ ଗଣେଶ୍ୱର ବେହେରା, ଶ୍ରୀ ପ୍ରଦୀପ ମାଝୀ, ଶ୍ରୀମତୀ ସସ୍ମିତା ବେହେରା, ଶ୍ରୀ ବିଶ୍ୱ ମହାନ୍ତି, ସୁଲୋଚନା ଦାସ ପ୍ରମୁଖ ବେକାରୀ ସମସ୍ୟା ନିୟନ୍ତ୍ରଣରେ ବିଫଳ ନବୀନ ସରକାର ଓ ମୋଦି ସରକାରର କଟୁ ସମାଲୋଚନା କରିଥିଲେ । ବିକ୍ଷୋଭରତ ଯୁବ କଂଗ୍ରେସ ସଭାପତି ଓ କର୍ମୀମାନଙ୍କୁ ପୋଲିସ୍ ଘଟଣା ସ୍ଥଳରେ ଗିରଫ କରି ଅଟକ ରଖିଥିଲା । ଏହି କାର୍ଯ୍ୟକ୍ରମରେ ରାଜୀବ ପଟ୍ଟନାୟକ, ଆଲୋକ ଲେଙ୍କା, ଅଜୟ ସାହୁ, ସନ୍ତୋଷ ଲେଙ୍କା, ସେକ୍ ଅମିର ମହମ୍ମଦ, ରଞ୍ଜିତ ପାତ୍ର, ସ୍ୱାଗତ କର, ନୀଳମାଧବ ପଣ୍ଡା, ସଂକୁନା କହଁର, ପ୍ରଫୁଲ ଦାସ, ସେକ୍ ସଫିକଉଦିନ୍, ପ୍ରଦୁ୍ୟମ୍ନ ତ୍ରିପାଠୀ,କମଳ ତାଣ୍ଡି, ସ୍ମୃତି ରଞ୍ଜନ ଲେଙ୍କା, ତୁଳେଶ୍ୱର ନାୟକ, ରୁପେଶ ବେହେରା, ଯ୍ୟୋତିପ୍ରକାଶ ଆ•ର୍ଯ୍ୟ, ଦେବାଶିଷ ମହାପାତ୍ର, ଇତିଶ ପ୍ରଧାନ, କୃଷ୍ଣ ମହାନ୍ତି, ୟାସିର ନୱାଜ, ବିରେନ୍ଦ୍ର ବାଗ, ବିରଞ୍ଚô ବାରିକ, ପ୍ରତାପ ରାଉତରାୟ, ମାନସ ଆ•ର୍ଯ୍ୟ, ବଟକୃଷ୍ଣ ରାଉତରାୟ, ଲିଙ୍ଗରାଜ ସାହୁ, ମନୋଜ ମହାପାତ୍ର, ପ୍ରବୋଧ ଦାସ, ଭବାନୀ ଜେନା, ପିଣ୍ଟୁ ସାହୁ, ରାକେଶ ସିଂ, ବିଶ୍ୱପ୍ରକାଶ ସାମଲ, ଆଶୁତୋଷ ସ୍ୱାଇଁ, ବିମଳ ବେହେରା, ସତ୍ୟ ସାମଲ, ସ୍ମୃତି ରଞ୍ଜନ ରାଉତ, ଅରଜିତ୍ ଘୋଷାଲ, ପ୍ରେମଜିତ ମହାନ୍ତି, ବଳରାମ ନନ୍ଦ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Share in top social networks!

୨୦୦ଊଦ୍ଧ୍ୱର୍ ସମର୍ଥକଙ୍କ ସହ ବିଜେଡି ଛାଡି କଂଗ୍ରେସରେ ଯୋଗଦେଲେ କେନ୍ଦ୍ରାପଡାର ଟାଣୁଆ ନେତା ବିଜୟ ପ୍ରଧାନ

congressbijayଅଖିଳଭାରତ କଂଗ୍ରେସ କମିଟି ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ ଓ ଉପାଧ୍ୟକ୍ଷ ଶ୍ରୀ ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ଦୃଢ ଆସ୍ଥା ପ୍ରକଟ କରିବା ସହ ପ୍ରଦେଶ କଂଗ୍ରେସ କମିଟି ସଭାପତି ପ୍ରସାଦ ହରିଚନ୍ଦନଙ୍କ କାର୍ଯ୍ୟଧାରାରେ ପୂର୍ଣ୍ଣ ବିଶ୍ୱାସ ବ୍ୟକ୍ତ କରି କେନ୍ଦ୍ରାପଡାର ଟାଣୁଆ ନେତା ଶ୍ରୀ ବିଜୟ
ପ୍ରଧାନ ବିଜୁ ଜନତା ଦଳ ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି । ଶ୍ରୀ ପ୍ରଧାନ ଓ ଅନ୍ୟତମ ଟାଣୁଆ ନେତା ଶରତ ସାହୁ ୨୦୦ରୁ ଊଦ୍ଧ୍ୱର୍ ସମର୍ଥକଙ୍କ ସହ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି ।

ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟଠାରେ ପିସିସି ସଭାପତି ଶ୍ରୀ ହରିଚନ୍ଦନ ଶ୍ରୀ ପ୍ରଧାନ ଓ ଶ୍ରୀ ସାହୁଙ୍କ ସମେତ ସମସ୍ତ କର୍ମୀଙ୍କୁ କଂଗ୍ରେସ ଦଳରେ ସ୍ୱାଗତ କରିବା ସହ ଏମାନଙ୍କ ଯୋଗ ଦାନ କେନ୍ଦ୍ରାପଡା ଜିଲ୍ଲାରେ କଂଗ୍ରେସ ସ୍ଥିତିକୁ ଆହୁରି ମଜଭୁତ କରିବ । ଖାସ କରି ମହାକାଳପଡା ନିର୍ବାଚନମଣ୍ଡଳୀରେ କଂଗ୍ରେସ ଦଳର ଶକ୍ତି ଓ ସାମର୍ଥ୍ୟକୁ ବହୁଗୁଣିତ କରିବ । ରାଜ୍ୟରେ ଯେଉଁଭଳି ଭାବେ ବିଜେଡି ଦୁର୍ନୀତିରେ
ବୁଡ଼ି ରହିଛି ଓ ରାଜ୍ୟ ଓ ରାଜ୍ୟବାସୀଙ୍କ ଭବିଷ୍ୟତକୁ ଅନିଶ୍ଚିତତା ଭିତରକୁ ଠେଲି ଦେଇଛି ସେଭଳି ପରିସ୍ଥିତିରେ ଆଗାମୀ ପଂଚାୟତ ନିର୍ବାଚନରେ ଏହାର କଡା ଜବାବ ଦେବାକୁ ପଡିବ । ସମସ୍ତେ ଏକାଠି କଂଗ୍ରେସ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଦୃଢ ସଂକଳ୍ପର ସହ କାର୍ଯ୍ୟ କରିବେ ବୋଲି ଶ୍ରୀ ହରିଚନ୍ଦନ ଆହ୍ୱାନ ଜଣାଇଥିଲେ ।

ଶ୍ରୀ ପ୍ରଧାନ ପୂର୍ବରୁ ଅବିଭକ୍ତ କଟକ ଜିଲ୍ଲା କଂଗ୍ରେସର ଉପସଭାପତି ଥିବା ବେଳେ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସର ସଭାପତି ରହି ଆସିଥିଲେ । ହେଲେ ସେ କଂଗ୍ରେସ ଦଳ ଛାଡି ବିଜେଡି ଚାଲି ଯାଇଥିବା ବେଳେ ଆଜି ତାଙ୍କର କଂଗ୍ରେସକୁ ପ୍ରତ୍ୟାବର୍ତନ ଘରବାହୁଡା ସଦୃଶ
ଓ ଏହା କଂଗ୍ରେସର ଶକ୍ତିକୁ କେନ୍ଦ୍ରାପଡା ଜିଲ୍ଲାରେ ଅଧିକ ବୃଦ୍ଧି କରିବା ସହ ଆଗାମା ପଂଚାୟତ ନିର୍ବାଚନରେ କଂଗ୍ରେସ ଦଳ ମହାକାଳପଡା ନିର୍ବାଚନରେ ଉଲ୍ଲେଖନୀୟ ସଫଳତା ପାଇପାରିବ ବୋଲି ଶ୍ରୀ ହରିଚନ୍ଦନ ଦୃଢ ଆଶା ପୋଷଣ କରିଛନ୍ତି । ଯୋଗଦାନ ପରେ ଶ୍ରୀ ପ୍ରଧାନ ଜିଲ୍ଲାରେ ଖାସ କରି ମହାକାଳପଡା ନିର୍ବାଚନମଣ୍ଡଳୀରେ କଂଗ୍ରେସକୁ ମଜଭୁତ କରିବା ପାଇଁ କାର୍ଯ୍ୟ କରିବେ ବୋଲି ଦୃଢ ପ୍ରତିଶ୍ରୁତି ଦେଇଥିଲେ।

ଏହି ଯୋଗଦାନ କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଭାଗବତ ପ୍ରସାଦ ମହାନ୍ତି, ଜିଲ୍ଲା ସଭାପତି ତଥା ବିଧାୟକ ଶ୍ରୀ ଦେବେନ୍ଦ୍ର ନାଥ ଶର୍ମା, ପିସିସି ମୁଖପାତ୍ର ସୁଲୋଚନା ଦାସ, ସୌଗତ ମହାନ୍ତି, ଗିରିଜା ଶଙ୍କର ଦାଶ, ଦେବାଶୀଷ ଭୂୟାଁ, ସୁଶାନ୍ତ ତ୍ରିପାଠୀ, ଜିଲ୍ଲାର କଂଗ୍ରେସ ନେତା ଶ୍ରୀ ଉମାକାନ୍ତ ନାୟକ, ଶ୍ରୀ ବିଭ୍ରାଂଶୁ ଲେଙ୍କା, ଶ୍ରୀ ଧରିତ୍ରୀ ଜେନା, ଶ୍ରୀ ବସନ୍ତ ସେଠୀ, ଆକବର ଅଲ୍ଲୀ, ମନୋଜ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!