ଆଗାମୀ ସେପ୍ଟେମ୍ବର ଶେଷ ସୁଦ୍ଧା ସବୁ ପରିବାର ପାଖରେ ପହଞ୍ଚିବ କମ୍ୟୁନିଟି ପୋଲିସ ସେବା

COMUNITY POLICING REVEWପୋଲିସ ଓ ଜନତା ମଧ୍ୟରେ ଦୂରତାକୁ ହାର କରି ପୋଲିସ କୁ ଜନତାର ବନ୍ଧୁ ଭାବରେ ପରିଚିତ କରିବା ପାଇଁ ରାଜ୍ୟରେ ଆରମ୍ଭ କରାଯାଇଛି । କମ୍ୟୁନିଟି ପୋଲିସ ବ୍ୟବସ୍ଥା । ବାର୍ତ୍ତାମାନ ସୁଦ୍ଧା ରାଜ୍ୟର ୩୪ ଟି ପୋଲିସ ଜିଲ୍ଲାରେ ଅନ୍ତତଃ ପକ୍ଷେ ଗୋଟିଏ ଥାନାରେ କମ୍ୟୁନିଟି ପୋଲିସିଂ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଏଥିପାଇଁ ୩୭୯ ଟି ବିଟ୍ ଦାୟିତ୍ଵରେ ASI/habildar/constable ଆଦି ପାହ୍ୟାର ପୋଲିସ ଅଧିକାରୀଙ୍କୁ ରଖାଯାଇଛି । ସେମାନେ ସେମାନଙ୍କ ଅଧୀନରେ ଥିବା ବିଟ୍ ର ପ୍ରତି ଘରକୁ ଭୁଲି ଲୋକଙ୍କ ସହିତ ସଂପର୍କ ରକ୍ଷା କରିବା ସହିତ ସେ ଅଞ୍ଚଳର ସୁବିଧା ଅସୁବିଧା ବିଷୟରେ ଖବର ରଖୁଛନ୍ତି ଏବଂ ଆବଶ୍ୟକ ସ୍ଥଳେ ସହାୟତା ମଧ୍ୟ ଯୋଗାଇଦେଉଛନ୍ତି ।

ରାଜ୍ୟରେ ଥିବା ୩,୩୪,୧୫୫ ପରିବାର ମଧ୍ୟରୁ ୬୨୭୯୬ ପରିବାର ଅର୍ଥାତ ୧୯%ପରିବାରକୁ କମ୍ୟୁନିଟି ପୋଲିସ ସେବା ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରୁ ଜଣାଯାଇଛି । ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୩ ଟି ଜିଲ୍ଲାର ଥାନା ମାନଙ୍କରେ ଆମ ପୋଲିସ ସମିତି ଗଠନ କରାଯାଇ ସ୍ଥାନୀୟ ଅଞ୍ଚଳରେ ଥିବା ବିଭେଦ ହାର କରିବା ପାଇଁ ପଦକ୍ଷେପ ନିଆଯାଇଛି । ଜୁନ ଶେଷ ସୁଦ୍ଧା ରାଜ୍ୟର ସବୁ ଜିଲ୍ଲାର ଥାନା ମାନଙ୍କରେ ଆମ ପୋଲିସ ସମିତି ଗଠନ କରିବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ଏହି ଆମ ପୋଲିସ ସମିତି ଜରିଆରେ ନବରଙ୍ଗ ପୁର,ଗଞ୍ଜାମ ଏବଂ ନୂଆପଡା ଜିଲ୍ଲାରେ ଗ୍ରାମ୍ୟ ବିବାଦକୁ ସଫଳତାର ସହ ସମାଧାନ କରାଯାଇପାରିଛି ବୋଲି ବୈଠକରେ ସୂଚନା ଦିଆଯାଇଛି ।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ବିଜୟ କୁମାର ପଟ୍ଟନାୟକ,ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ପ୍ରକାଶ ମିଶ୍ର,ଉନ୍ନୟନ କମିଶନର ଶ୍ରୀ ଯୁଗଳ କିଶୋର ମହାପାତ୍ର,ସ୍ଵରାଷ୍ଟ୍ର ବିଭାଗର ପ୍ରମୁଖ ସଚିବ ଶ୍ରୀ ଉପେନ୍ଦ୍ର ବେହେରା ଏବଂ ପୋଲିସର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟଯେ ଗତ ଏପ୍ରିଲ ପହିଲାରୁ ରାଜ୍ୟରେ କମ୍ୟୁନିଟି ପୋଲିସ ବ୍ୟବସ୍ଥା ଆରମ୍ଭ କରାଯାଇଛି ।

Share in top social networks!

୨୪ ଘଣ୍ଟାରେ ଯେପରି ଲୋକମାନେ ଏଫଆଇଆର କପି ପାଇବେ ସେଥିପ୍ରତ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ

tn_12-3-2013=3ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ଅଭିଯୋଗ କାରୀ ଯେପରି ଏଫଆଇଆର କପି ପାଇପାଇବ ସେଥିପ୍ରତି ସ୍ଵତନ୍ତ୍ର ଦ୍ରୁଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜିଲା ପୋଲିସ ଅଧ୍ୟକ୍ଷ ଙ୍କ ପଖକୁ ନିର୍ଦେଶ ଦେଇଛନ୍ତି । ଆଜି ସଚିବାଳୟରେ ଜିଲ୍ଲା ଏସ. ପି ମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ଭିଡିଓ କନ୍ଫୋରେସନ ଜରିଆରେ “ଆମ ପୋଲିସ କାର୍ଯ୍ୟକ୍ରମ”ନକ୍ସଲ ସମସ୍ୟା ଜନସେବା ଅଧିକାର ଆଇନ ଅଭିଯୋଗ ଶୁଣାଣି ତଥା ମହିଳା ଓ ଦୁର୍ବଳ ଶ୍ରେଣୀୟ ଲୋକଙ୍କ ସୁରକ୍ଷା ଆଦି ବିଭିନ୍ନ ବିଷୟରେ ଆଲୋଚାନା କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଥାନା ମାନକରେ ପିଇବା ପାଣି ,ବିଶ୍ରାମ ସ୍ଥାନ ସୁବିଧା ଉପରେ ମଧ୍ୟ ଗୁରୁତ୍ଵ ଦିଆଯିବା ଆବଶ୍ୟକ । ଅପ୍ରେଲ ପହିଲାରୁ ଆରମ୍ଭକରାଯାଇଥିବା ‘ଆମପୁଲିସ ବ୍ୟବସ୍ଥା ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଲେଯେ ଏହି ନୂତନ ବ୍ୟବସ୍ଥା ପୁଲିସ ଓ ଜନସାଧାରଣଙ୍କ ମଧ୍ୟରେ ଏକ ସେତୁ ଭାବରେ କାମ କରିବା । ଏହି ନୂତନ ବ୍ୟବସ୍ଥା ସମ୍ପର୍କରେ ପୋଲିସ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଆବଶ୍ୟକ ତାଲିମ ନେବା ଓ ଏସଂପର୍କରେ ଏସ୍ପି ମାନେ ସମ୍ପ୍ରସାରିତ ହୋଇପାରିବ ସେଥିପାଇଁ ନିର୍ଦ୍ଧିଷ୍ଟ ସମୟ ସୀମା ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏସ୍ପି ମାନଙ୍କୁ ପରାମର୍ଶ ଦେଇଥିଲେ ।

ଆମ ପୁଲିସ ବ୍ୟବସ୍ଥା ଲୋକଙ୍କ ଭିତରେ ବହୁତ ଆଗ୍ରହ ସୃଷ୍ଟି କରିଛି । ଅବସରପ୍ରାପ୍ତ କର୍ମଚାରୀ ଓ ବାରିଷ୍ଟ ନାଗରିକ ମାନେ ଏହା ବହୁତ ଉତ୍ସାହ ଜଣକ ବୋଲି ଏସ୍ପି ମାନେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତକରିଥିଲେ । ଏହି ନୂତନ ବ୍ୟବସ୍ଥା ଦ୍ଵାରା ପୋଲିସ କର୍ମଚାରୀ ମାନେ ଘରକୁ ଘର ବୁଲି ଲୋକଙ୍କ ସହିତ ଆବଶ୍ୟକ ସ୍ଥଳେ ପୋଲିସ ସହାୟତା ଯୋଗାଇଦେବ । ମହିଳା ଓ ଦୁର୍ବଳ ଶ୍ର୍ତେନୀୟ ଲୋକଙ୍କ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଥିଲେ ପୋଲିସ ସେମାନଙ୍କ ସମସ୍ୟାକୁ ଆଷ୍ୟନ୍ତ ଗମ୍ଭୀରତା ସହ ସେମାନଙ୍କ ଅଭିଯୋଗ ଶୁଣିବା ଓ ତୁରନ୍ତ ପଦକ୍ଷେପ ନେବା ଜରୁରୀ ଏତଡ ବ୍ୟତୀତ ଆବଶ୍ୟକ ସ୍ଥଳେ ମୋକଦ୍ଦମା ଋଜୁକରି ୯୦ ଦିନ ମଧ୍ୟରେ ତୁରନ୍ତ କାର୍ଯ୍ୟ ସେସ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବଦେଇଥିଲେ ।

ସରକାର ଆତ୍ମ ସମର୍ପଣ ନୀତି ସମ୍ପର୍କରେ ବ୍ୟାପକ ପ୍ରଚାରକରାଯିବା ସହିତ ନକ୍ସଲ ଆଞ୍ଚଳରେ ବିକାଶ ପ୍ରକ୍ରିୟାରେ ସାମିଲ ହେବାପାଇଁ ମୁଖ୍ୟମନ୍ତ୍ରୀ ପୋଲିସକୁ ପରାମର୍ଶ ଦେଇଥିଲେ । ଅନ୍ୟାନ୍ୟ ବିଷୟମାନଙ୍କ ମଧ୍ୟରେ ସୋମବାର ଦିନ ଅନୁଷ୍ଠିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଏସ୍ପି ମାନେ ଅଂଶଗ୍ରହଣ ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ଵ ଦେଇଥିଲେ । ଏହି ବୈଠକରେ ମୁଖ୍ୟଶାସନ ସଚିବ ,ଉନ୍ନୟନ କମିଶନର,ପୋଲିସ ମହାନିର୍ଦେଶକ ସ୍ବରାଷ୍ଟ୍ରବୁଭାଗର ପ୍ରମୁଖସଚିବା ଏବଂ ବରିଷ୍ଟ ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।

Share in top social networks!