କାର୍ତ୍ତିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

C.M-FELECEATING-kartikମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଚ୍ଚିବାଳୟଠାରେ କାର୍ତ୍ତିକ ମହାରଣାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅପରାଧୀକୁ ଧରିବାରେ ତାଙ୍କର ସାହାସର ଉଚ୍ଚପ୍ରଶଂସା କରିଥିଲେ । ସୂଚନାଯୋଗ୍ୟ ଯେ କିଛିଦିନ ତଳେ ଭୁବନେଶ୍ଵରର ନାଗେଶ୍ଵର ଟାଙ୍ଗୀରେ ଏକ ଅପରାଧୀକୁ ଧରିବାକୁ ଯାଇ ଗୁଳିମାଡର ଶିକାର ହୋଇଥିଲେ । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସାଂସଦ ତଥାଗତ ଶତପଥି ବିଧାୟକ ଏକାମ୍ର ଶ୍ରୀ ଆଶୋକ ପଣ୍ଡା ଏବଂ ସ୍ଥାନୀୟ କର୍ପୋରେଟର ଉପସ୍ଥିତ ଥିଲେ ।

Share in top social networks!