ଲାଗୁ ହେଲା ଐତିହାସିକ ଓଡିଶା ଜନସେବା ଅଧିକାର ଆଇନ୍

ବହୁ ପ୍ରତିକ୍ଷୀତ ଓଡିଶା ଜନସେବା ଅଧିକାର ଆଇନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ବୁଧବାର ଶୁଭାରମ୍ଭ ହୋଇଛି | ମୟୂରଭଞ୍ଜର ୩୫ଜଣ, ସୁନ୍ଦରଗଡର ୧୦ଜଣ, କୋରାପୁଟର ୨୦ଜଣ, କନ୍ଧମାଳର ୩ଜଣଙ୍କୁ ତତ୍କାଳ ସେବା ଭିଡିଓ କନଫରେନସିଂ ମଧ୍ୟମରେ ନିଜେ ମୁଖ୍ୟମନ୍ତ୍ରୀ ଯୋଗାଇ ଦେଇଛନ୍ତି | ଆନୁଷ୍ଠାନିକ ଉଦ୍ଘାଟନ ରେ ମୁଖ୍ୟମନ୍ତ୍ରୀ ଭାଷଣ ଦେଇ କହିଲେଯେ ଗୁରୁତ୍ଵପୂର୍ଣ୍ଣ ସେବାକୁ ନିର୍ଦ୍ଧିଷ୍ଟ ସମୟ ସୀମା ଭିତରେ ଦେବା ଉତ୍ତମ ସରକାରର ଲକ୍ଷଣ |
02-ODISHA-RIGHT-TO-PUBLIC--PUBLIC-SERVICE-ACT-(1)
ସରକାର ଏହା ମାଧ୍ୟମରେ ସରକାରୀ କାଳରେ ସ୍ଵଚ୍ଛତା ଆଣିବା ପାଇଁ ପ୍ରୟାସ କରୁଛି | ଜନମଙ୍ଗଳ ରାଷ୍ଟ୍ରରେ ସହଜ ସରକାରୀ ସେବା ଉପଲବ୍ଧ କରାଇବା ସରକାରଙ୍କର ମୌଳିକ କର୍ତ୍ତବ୍ୟ | ବିଭିନ୍ନ ସୁବିଧା ସୁଯୋଗରୁ ବଞ୍ଚିତ ଲୋକୋମାନଙ୍କୁ ଗୁଣାତ୍ମକ ସେବା ଯୋଗାଇ ସେମାନଙ୍କର ଜୀବନ ସ୍ତରରେ ଉନ୍ନତି ପାଇଁ ସରକାର ଯୋଜୋନା କରିଛନ୍ତି |

ଏବେ ଲୋକ ମାନଙ୍କରସରକାରୀ ବ୍ୟବସ୍ଥା ଉପରେ ଆସ୍ଥା ବଢିବା ସହ ବିଭିନ୍ନ ସେବା ଉପରେ ସେମାନଙ୍କର ହକ ଜାହିର କରିବାପାଇଁ ଅବସର ମିଳି ପାରିବ | ଏହା ଦ୍ଵାରା ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ଓ ସିଭିଲ ସୋସାଇଟି ର ଲୋକୋମାନଙ୍କୁ ଜନତାଙ୍କ ସେବା କରିବା ପାଇଁ ଅବସର ମିଳିପାରିବ |

Share in top social networks!