ଜଙ୍ଗଲ ଅଧିକାର ଆଇନର କାର୍ଯ୍ୟକାରିତା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟ ଠାରେ ଜଙ୍ଗଲ ଜମି ଅଧିକାର ଆଇନର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିଥିଲେ | ସମୀକ୍ଷାରୁ ଜଣାଯାଇଛି ଯେ ଜଙ୍ଗଲ ଜମି ଅଧିକାର ଆଇନ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଓଡିଶା ସାରା ଦେଶରେ ପ୍ରଥମ ସ୍ଥାନରେ ରହିଛି | ବର୍ତ୍ତମାନ ସୁଦ୍ଧା ମିଳିଥିବା ୫,୩୭୪୨୯ ଟି ଆବେଦନର ବିଚାର କରି ୩,୨୫,୦୮୭ ଜଣଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଇଛି3-1-2013=3| ଏହି ପ୍ରକ୍ରିୟା ରେ ମୋଟ ୪,୯୮,୩୦୭ ଏକର ଜମି ହିତାଧିକାରୀ ମାନଙ୍କୁ ପ୍ରଦାନ କରାଯାଇଛି | ଏହି ହିତାଧିକାରୀ ମାନଙ୍କ ମଧ୍ୟରେ ୧୭,୨୨୯ ଜଣ ଆଦିମ ଜନଜାତିର ହିତାଧିକାରୀ ମଧ୍ୟ ଅନ୍ତର୍ଭୁକ୍ତ |

ଜଙ୍ଗଲ ଜମି ଅଧିକାର ଆଇନର ହିତାଧିକାରୀ ମାନଙ୍କୁ ଏକଲକ୍ଷ ଇନ୍ଦିରା ଆବାସ ଘର ଆବଣ୍ଟନ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୯୫,୭୮୬ ଜଣ ହିତାଧିକାରୀଙ୍କୁ ଗୃହ ଆବଣ୍ଟନ କରାଯାଇ ସାରିଛି ଏବଂ ଅବଶିଷ୍ଟ ଇନ୍ଦିରା ଆବାସ ଘର ଜାନୁଆରୀ ୧୫ ତାରିଖ ସୁଦ୍ଧା ବଣ୍ଟନ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା |

ସେହିପରି ବର୍ତ୍ତମାନ ସୁଦ୍ଧା ଏହି ଆଇନ ଅନୁଯାୟୀ ଗୋଷ୍ଠୀ ଅଧକାର କମ୍ୟୁନିଟି କ୍ଲେମ୍ ପାଇଁ ୫,୩୮୪ ଟି ଆବେଦନ ଆସିଥିବା ବେଳେ ୨୯୦୦ଟି ଆବେଦନ ଫଏସଲା କରାଯାଇଛି | ଗୋଷ୍ଠୀ ଅଧକାର ପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଚଳିତ ଜାନୁଆରୀ ମାସରୁ ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିଲେ |

ଏହି ବୈଠକ ରେ ଉନ୍ନୟନ କମିଶନର ଶ୍ରୀ ଯୁଗଳ କିଶୋର ମହାପାତ୍ର ରାଜସ୍ୱ ମୁଖ୍ୟ ଶ୍ରୀ ତାରାଦତ୍ତ, ମୁଖ୍ୟମନ୍ତ୍ରୀ ଙ୍କ ସଚିବ ଶ୍ରୀ ଆଦିତ୍ୟ ପାଢୀ, ପଞ୍ଚାୟତ ରାଜ ସଚିବ ଶ୍ରୀମତୀ ଅପରାଜିତା ଷଡଙ୍ଗୀ, ତଫସିଲଭୁକ୍ତ ଜାତି ଉପଜାତି ଉନ୍ନୟନ ବିଭାଗ ସଚିବ ଶ୍ରୀ ସନ୍ତୋଷ ଷଡଙ୍ଗୀ ଏବଂ ବିଭାଗୀୟ ନିର୍ଦେଶକ ଡକ୍ଟର ଓତା ପ୍ରମୁଖ ଉପସ୍ଥିତ ଥିଲେ |

Share in top social networks!