ମହା ଖଣି ଦୁର୍ନୀତି ମାମଲାରେ ରାୟ ଆସିବା ପରେ ରାଜ୍ୟ ସରକାର ଅସାଧୁ ଖଣି ମାଲିକ ମାନଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଛି : ବିଜେପି

 ରାଜ୍ୟ ସରକାର ଅସାଧୁ ଖଣି ମାଲିକ ମାନଙ୍କୁ ୫୯ ହଜାର କୋଟି ଟଙ୍କା ପୈଠ ପାଇଁ ନୋଟିସ ପଠାଇଥିବା ଏବେଏହି ଖଣି ଦୁର୍ନୀତିର ମୂଲ୍ୟ ୧୭-୧୮ ହଜାର କୋଟି ଟଙ୍କା ହେବ ବୋଲି ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲିକ ବୟାନ ଏହାର ପ୍ରମାଣ
 ଅସାଧୁ ଖଣି ମାଲିକ ଓ ଓଡିଶା ସରକାର ବିଶେଷ ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ନିବିଡ ସମ୍ପର୍କର ପର୍ଦାଫାଶ କରୁଛି
 ପିନାକୀ ମିଶ୍ର ଓ ଅଶୋକ ପରିଜା ମୁଖ୍ୟମନ୍ତ୍ରୀଙ୍କ ଓକିଲ ଓ ଅସାଧୁ ଖଣି ମାଲିକଙ୍କର ମଧ୍ୟ ଓକିଲ
 ଏହି ଦୁଇ ଓକିଲ ଅସାଧୁ ଖଣି ମାଲିକ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଯୋଗସୂତ୍ରକାରୀ
 ତୃତୀୟ ମହଲାର ନିର୍ଦେଶରେ ବେଆଇନ ଭାବେ ୪୦-୬୦ ସୂତ୍ରରେ ଖଣି ସବ ଲିଜ ଦିଆ ଯାଇ ହଜାର ହଜାର କୋଟିର ଲାଂଚ ତୃତୀୟ ମହଲାକୁ ଯାଇଛି
 ମୁଖ୍ୟମନ୍ତ୍ରୀଙ୍କ ନାମରେ ଗୁରୁତର ଅଭିଯୋଗ ପରିପ୍ରେକ୍ଷୀରେ ସେ ତୁରନ୍ତ ସ୍ପଷ୍ଟୀକରଣ ଦିଅନ୍ତୁ
PC_05

ସୁପ୍ରିମକୋର୍ଟଙ୍କ ଓଡିଶା ମହା ଖଣି ଦୁର୍ନୀତି ମାମଲାରେ ରାୟ ଆସିବା ପରେ ରାଜ୍ୟ ସରକାର ଅସାଧୁ ଖଣି ମାଲିକ ମାନଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଛି ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ଅଭିଯୋଗ କରିଛନ୍ତି ।
ଗୋଟିଏ ପଟେ ରାଜ୍ୟ ସରକାର ଅସାଧୁ ଖଣି ମାଲିକ ମାନଙ୍କୁ ୫୯ ହଜାର କୋଟି ଟଙ୍କା ପୈଠ ପାଇଁ ନୋଟିସ ପଠାଇଥିବା ବେଳେ ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଏହି ଖଣି ଦୁର୍ନୀତିର ମୂଲ୍ୟ ୧୭-୧୮ ହଜାର କୋଟି ଟଙ୍କା ହେବ ବୋଲି ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲିକ ସାର୍ବଜନୀନ ବୟାନ ଦେଇଛନ୍ତି ।
ଶ୍ରୀ ବକ୍ସିପାତ୍ର ରାଜ୍ୟ ସରକାରଙ୍କୁ ମନେ ପକାଇ ଦେଇ କହିଛନ୍ତି ଯେ, ଖୋଦ ରାଜ୍ୟ ସରକାର କୋଇଡା ସର୍କଲରେ ୧୩ ହଜାର କୋଟି, ଯୋଡାରେ ୪୪ ହଜାର, କେନ୍ଦୁଝରରେ ୧୦୬୫ କୋଟି କୋରାପୁଟରେ ୪୪ ଲକ୍ଷ, ବାରିପଦାରେ ୪୬୭ କୋଟି ଆଦି ନୋଟିସ ଇସ୍ୟୁ କରି ସାରିବା ପରେ ଏହି ଦୁର୍ନୀତିକୁ ୧୭-୧୮ ହଜାର କୋଟି ଟଙ୍କାକୁ ଖସାଇ ଦେଇ କାହାକୁ ସୁରକ୍ଷା ଦେବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ଶ୍ରୀ ବକ୍ସିପାତ୍ର ପ୍ରଶ୍ନ କରିଛନ୍ତି ।
ଅସାଧୁ ଖଣି ମାଲିକ ଓ ଓଡିଶା ସରକାର ବିଶେଷ ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ନିବିଡ ସମ୍ପର୍କର ପର୍ଦାଫାଶ କରୁଛି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।
ଶ୍ରୀ ବକ୍ସିପାତ୍ର କହିଛନ୍ତି ଯେ ଖଣି ମାଲିକଙ୍କ ଓକିଲ ଭାବେ ବିଜେଡିର ସାଂସଦ ପିନାକୀ ମିଶ୍ର ଅଛନ୍ତି । ଏହି ପିନାକୀ ବାବୁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପାଣ୍ଠି ଭୁଲ ସତ୍ୟପାଠ ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ରାଜନୈତିକ ସୁରକ୍ଷା ଦେଉଛନ୍ତି ।
ମାନ୍ୟବର ସୁପ୍ରିମକୋର୍ଟରେ ଖଣି ମାଲିକ ମାନଙ୍କର ଅନ୍ୟତମ ଓକିଲ ହେଉଛନ୍ତି ଅଶୋକ ପରିଜା । ଏହି ଆଇନଜୀବୀ ମୁଖ୍ୟମନ୍ତ୍ରୀଙ୍କ ମିଥ୍ୟା ସତ୍ୟପାଠ ମାମଲାର କେସ ଲଢୁଛନ୍ତି ।
(ପୃÂା: ୧/୨)

ନବୀନ ପଟ୍ଟନାୟକଙ୍କ ରାଜନୈତିକ ଓ ଆଇନଗତ ଓକିଲ ଖଣି ମାଲିକ ମାନଙ୍କର ମଧ୍ୟ ଆଇନଗତ ସୁରକ୍ଷା ପ୍ରଦାନକାରୀ । ଏହା କେବଳ ସଂଯୋଗ ନୁହେଁ ଅସାଧୁ ଖଣି ମାଲିକ ଓ ଏହି ଦୁଇ ଓକିଲ ରାଜ୍ୟର ମହାଖଣିଦୁର୍ନୀତିରେ ମୁଖ୍ୟମନ୍ତ୍ରୀ ଓ ଖଣି ମାଲିକଙ୍କ ସଂଯୋଗକାରୀ ବୋଲି ଶ୍ରୀ ବକ୍ସିପାତ୍ର ଅଭିଯୋଗ କରିଛନ୍ତି ।
ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲିକ ନିଜ ଇଚ୍ଛାରେ ନୁହେଁ, ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ଅସାଧୁ ଖଣି ମାଲିକଙ୍କୁ ସୁରକ୍ଷା ଦେବାର ରାସ୍ତା କାଢୁଛନ୍ତି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।
ଏହା ସହ ନିୟମ ଅନୁସାରେ ଖଣି ଲିଜଧାରୀମାନେ ଏହାକୁ ସବଲିଜ ସୂତ୍ରରେ କାହାକୁ ଦେଇ ପାରିବେ ନାହିଁ ବୋଲି ସ୍ପଷ୍ଟ ନିୟମ ଥିବା ବେଳେ ୪୦-୬୦ ସୂତ୍ରରେ ରାଜ୍ୟରେ ଯେଉଁ ପ୍ରମୁଖ ଖଣି ଖନନ କରାଯାଇଛି, ସଚିବାଳୟର ତୃତୀୟ ମହଲାର ମୁଖ୍ୟ ଭାଗିଦାରୀ ରହିଛି ବୋଲି ଶ୍ରୀ ବକ୍ସିପାତ୍ର ଅଭିଯୋଗ କରି ଏହି ମହାଦୁର୍ନୀତିର ମହାନାୟକ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାୟୀ କରିଛନ୍ତି । ଏତେ ବଡ ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କ ନାମରେ ଆସୁଥିବା ବେଳେ ଏ ସମ୍ପର୍କରେ ସେ ତୁରନ୍ତ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଶ୍ରୀ ବକ୍ସିପାତ୍ର ଦାବି କରିଛନ୍ତି ।

Share in top social networks!

ନବୀନ-ହାୱାଲା-ଘୋଟାଲା ମାମଲାରେ ବିଜେଡ଼ି ବିରୁଦ୍ଧରେ ବିଜେପିର ଗୁରୁତର ଅଭିଯୋଗ

ନବୀନ ବାବୁଙ୍କ ବିଧାୟକ ପଦ ବଂଚାଇବା ପାଇଁ ବିଜେଡ଼ି ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ମଧ୍ୟ ଅପମାନିତ କରିବା ପାଇଁ ପ୍ରସ୍ତୁତ
• ଗଣମାଧ୍ୟମ ବିଜେଡି ବିରୁଦ୍ଧରେ ରିପୋର୍ଟ ପ୍ରସ୍ତୁତ କଲେ ଏହି ଗଣମାଧ୍ୟମ ଗୁଡ଼ିକୁ ବିରୋଧୀ ଦଳର ହାତ ବାରିସି କହି ଗଣତାନ୍ତ୍ରିକ ମର୍ଯ୍ୟାଦାର ଉଲ୍ଲଂଘନ କରୁଛି ବିଜେଡ଼ି
• ଦଳର ଆର୍ଥିକ ଅନିୟମିତତା ଓ ମୁଖ୍ୟମନ୍ତ୍ରୀଙ୍କ ମିଥ୍ୟା ସତ୍ୟପାଠ ମାମଲା ଉଠାଇଲେ ସାମ୍ବାଦିକଙ୍କୁ ବ୍ଲାକମେଲର କହୁଛି ବିଜେଡ଼ି
• ମାନ୍ୟବର ହାଇକୋର୍ଟ ରିଟ୍ପିଟିସନ୍କୁ ଗ୍ରହଣ କରି ନିର୍ବାଚନ କମିଶନଙ୍କୁ ନୋଟିସ ଇସୁ୍ୟ କରିସାରିବା ପରେ ମଧ୍ୟ ଏହି ରିଟ୍ଟି ଅଳିଆ ଗଦାକୁ ଫୋପାଡ଼ିବା ଯୋଗ୍ୟ କାଗଜ ବୋଲି କହୁଛି ବିଜେଡ଼ି
• ରାଜ୍ୟର ମୁଖ୍ୟ ବିରୋଧୀଦଳ କଂଗ୍ରେସକୁ ଯୋଜନାବଦ୍ଧ ଭାବରେ ନିଷ୍କି୍ରୟ କରିରଖିବାର ଷଡ଼ଯନ୍ତ୍ରରେ ସଫଳ ହୋଇ ରାଜନୈତିକ କଡ଼ା ବିରୋଧର କେବେ ସାମ୍ନା କରିନି ବିଜେଡ଼ି
• ମିଥ୍ୟା ସତ୍ୟପାଠ ମାମଲାରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ ନବୀନ ପଟ୍ଟନାୟକଙ୍କୁ ପ୍ରଥମେ ଇସ୍ତପା ଦେବାକୁ ଆହ୍ୱାନ ଦେଇଛନ୍ତି- ନବୀନ ତୁରନ୍ତ ଏହାର ଉତର ଦିଅନ୍ତୁ
PC_SameerMohanty_30
• ଦୁର୍ନୀତି ମାମଲାରେ ନିଜର ସ୍ୱାର୍ଥ ସାଧନ ପାଇଁ ନବୀନ ପଟ୍ଟନାୟକଙ୍କର ଦୋମୁହାଁ ଆଭିମୁଖ୍ୟ ରହିଛି
• ନବୀନ ବାବୁ ଇସ୍ତଫା ବିଷୟରେ ସ୍ପଷ୍ଟ ନ କଲେ, ବିଜେଡି ନେତା ଓ ପ୍ରବକ୍ତାମାନଙ୍କର ସାମ୍ବିଧାନିକ ବିଧିବ୍ୟବସ୍ଥାକୁ ଅପମାନିତ କରିବା ପ୍ରସଙ୍ଗକୁ ଜନତା ଦରବାରକୁ ନେଇ ନବୀନ ପଟ୍ଟନାୟକଙ୍କ ମୁଖା ଖୋଲି ତାଙ୍କ ବିରୂୁଦ୍ଧରେ ଜନମତ ତିଆରି କରିବା ପାଇଁ ଜନଆନେ୍ଦାଳନ ରାସ୍ତାକୁ ଯିବ ବିଜେପି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ୱଚ୍ଛ ଓ ତାଙ୍କର ଭାବମୂର୍ତିକୁ ଜନମାନସରେ ଭଲ ବୋଲି ପାଇଁ ବିଜୁଜନତା ଦଳ ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ମଧ୍ୟ ଅପମାନିତ କରିବା ପାଇଁ ପ୍ରସ୍ତୁତ, ନବୀନ-ହାୱାଲା-ଘୋଟାଲା ମାମଲାରେ ଦଳର ଆଭିମୁଖ୍ୟ ଏହା ସ୍ପଷ୍ଟ କରୁଛି ବୋଲି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ବିଜେପି ରାଜ୍ୟରେ ଏକ ଦାୟିତ୍ୱସମ୍ପନ୍ନ ବିରୋଧୀ ଦଳ ଭାବରେ ବିଜେପି ରାଜ୍ୟ ଶାସକ ବିଜେଡ଼ିର ସମ୍ବିଧାନ ବିରୋଧୀ ଓ ଅହଂକାରୀ ଆଭିମୁଖ୍ୟକୁ ଜନତାର ଦରବାରକୁ ନେଇଯିବ । ନବୀନ ପଟ୍ଟନାୟକଙ୍କ ଭାବମୂର୍ତିକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଦଳୀୟ ନେତାମାନଙ୍କର ବକ୍ତବ୍ୟର ଜନତା ସାମ୍ନାରେ ବ୍ୟାଖ୍ୟା କରି ନବୀନ ବାବୁଙ୍କ ଚେହେରା ଉପରୁ ପରଦା ହଟାଇ ତାଙ୍କର ଅସଲ ମୁଖା ଖୋଲିଦେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ହୋଇଥିବାବେଳେ ବିଜେଡି ବିରୋଧରେ ସେମାନେ ରିପୋର୍ଟ ପ୍ରସ୍ତୁତ କଲେ ଏହାକୁ ଗଣତାନ୍ତ୍ରିକ ଭାବନାରେ ନିଜର ଭିନ୍ନ ମତ ବଦଳରେ ବିଜେଡି ଏହି ଗଣମାଧ୍ୟମ ଗୁଡ଼ିକୁ ବିରୋଧୀ ଦଳର ହାତ ବାରିସି କହି ଗଣତାନ୍ତ୍ରିକ ମର୍ଯ୍ୟାଦାର ଉଲ୍ଲଂଘନ କରୁଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ବିଜେଡିର ଆର୍ଥିକ ଅନିୟମିତତା ଓ ମୁଖ୍ୟମନ୍ତ୍ରୀଙ୍କ ମିଥ୍ୟା ସତ୍ୟପାଠରେ କିଏ ଗଣମାଧ୍ୟମରେ ପ୍ରକାଶ କଲେ ତାଙ୍କୁ ବ୍ଲାକମେଲର ଭାବେ ବର୍ଣ୍ଣନା କରି ବିଜେଡି ନିଜର କୁତ୍ସିତ ମାନସିକତା ପରିଚୟ ଦେଉଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ବିଜେଡ଼ି ନବୀନ ପଟ୍ଟନାୟକଙ୍କର ଛବିକୁ ନିର୍ମଳ ପ୍ରମାଣିତ କରିବା ପାଇଁ ଦେଶର ନ୍ୟାୟ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ ଚିହ୍ନ ଲଗାଇବା ପାଇଁ ପଛାଉନାହିଁ । ମାନ୍ୟବର ହାଇକୋର୍ଟ ରିଟପିଟିସନ୍କୁ ଗ୍ରହଣ କରି ନିର୍ବାଚନ କମିଶନଙ୍କୁ ନୋଟିସ ଇସୁ୍ୟ କରିସାରିବା ପରେ ମଧ୍ୟ ଏହି ରିଟ୍ଟି ଅଳିଆ ଗଦାକୁ ଫୋପାଡ଼ିବା ଯୋଗ୍ୟ କାଗଜ କହି ବିଜେଡ଼ି ନ୍ୟାୟଳୟକୁ ଅପମାନିତ କରିବାର ଅପଚେଷ୍ଟା କରୁଛି କି ନାହିଁ ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ନବୀନ ପଟ୍ଟନାୟକ ଗତ ୧୭ ବର୍ଷରେ କେବଳ ନିଃରକୁଶ ସଂଖ୍ୟାଗରିÂତାର ଅଧିକାରୀ ହୋଇନାହାଁନ୍ତି ବରଂ ରାଜ୍ୟର ମୁଖ୍ୟ ବିରୋଧୀ ଦଳକୁ ଯୋଜନାବଦ୍ଧ ଭାବରେ ନିଷ୍କି୍ରୟ କରିରଖିବାର ଷଡ଼ଯନ୍ତ୍ରରେ ସଫଳ ହୋଇ ରାଜନୈତିକ କଡ଼ା ବିରୋଧର କେବେ ସାମ୍ନା କରିନାହାଁନ୍ତି । ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ଦୋଷତୃଟି ଜନଆନେ୍ଦାଳନର ରୂପ ନନେବା ପଛରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସର ପ୍ରାୟୋଜିତ ବିଫଳତା ମୁଖ୍ୟ କାରଣ ।
ଶ୍ରୀ ମହାନ୍ତି କହିଛନ୍ତି ମିଥ୍ୟା ସତ୍ୟପାଠ ମାମଲାରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ ନବୀନ ପଟ୍ଟନାୟକଙ୍କୁ ପ୍ରଥମେ ଇସ୍ତପା ଦେବାକୁ ଆହ୍ୱାନ ଜଣାଇଛନ୍ତି । ନବୀନବାବୁଙ୍କ ବିରୁଦ୍ଧରେ ପ୍ରାଥମିକ ତଦନ୍ତରୁ ଅଭିଯୋଗ ସତ୍ୟର ଆଭାସ ମିଳିଥିବାବେଳେ ମୁଖ୍ୟମନ୍ତ୍ରୀ କାହିଁକି ଇସ୍ତଫା ଦେଉନାହାଁନ୍ତି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଚେହେରା ତଳେ ଏକ କଦାକାର ଅସଲ ରୂପ ଲୁଚି ରହିଛି । ଛଳନା ଭଣ୍ଡାମି ଓ ଓଡ଼ିଆ ଲୋକଙ୍କୁ ବୋକା ବନାଇ ସ୍ୱଚ୍ଛ ଭାବମୂର୍ତିର ଡିଣ୍ଡିମ ପିଟିଛନ୍ତି । ତାଙ୍କ ମନ୍ତ୍ରିମଣ୍ଡଳରୁ ଛାୟା ଦୁର୍ନୀତିର ଅଭିଯୋଗରେ ବାହାର କରିଥିବା ୩ ମନ୍ତ୍ରୀ ସ୍ୱର୍ଗତ ନଳିନୀ ମହାନ୍ତି, କମଳା ଦାସ ଓ ପ୍ରଶାନ୍ତ ନନ୍ଦଙ୍କ ବିରୁଦ୍ଧରେ ଦୁର୍ନୀତିର କ’ଣ ଅଭିଯୋଗ ଥିଲା ସେ କାର୍ଯ୍ୟାନୁÂାନ ନେଇଛନ୍ତି କି? ଅପରପକ୍ଷରେ ପ୍ରଶାନ୍ତ ନନ୍ଦ ଭଳି ବ୍ୟକ୍ତିତ୍ୱଙ୍କୁ ଦୁର୍ନୀତି ଅଭିଯୋଗରେ ମନ୍ତ୍ରିମଣ୍ଡଳରୁ କାଢି ଏବେ ଦଳର ମୁଖପାତ୍ର କରିଛନ୍ତି । ଏହା ନବୀନ ପଟ୍ଟନାୟକ ଜଣେ ଦୋମୁହାଁ ବ୍ୟକ୍ତିତ୍ୱ ସତ୍ୟକୁ ପ୍ରମାଣିତ କରୁଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ବିଜେପି ରାଜ୍ୟରେ ଏକ ସକି୍ରୟ ବିରୋଧୀ ଦଳର ଭୂମିକା ନେଇ ରାଜ୍ୟ ସରକାରଙ୍କ ସ୍ଥାଣୁତା ଅପାରଗତା ବିରୁଦ୍ଧରେ ଜନଆନେ୍ଦାଳନ ଗଢିତୋଳୁଛି । ଏହା ସହ ବିଜେଡି ନେତା ଓ ପ୍ରବକ୍ତାମାନଙ୍କର ମୁଖ୍ୟମନ୍ତ୍ରୀଙ୍କର ଭାବମୂର୍ତିକୁ ସୁରକ୍ଷା ଦେବା ପାଇଁ ସାମ୍ବିଧାନିକ ବିଧିବ୍ୟବସ୍ଥାକୁ ମଧ୍ୟ ଅପମାନିତ କରିବା ପ୍ରସଙ୍ଗକୁ ନବୀନ ପଟ୍ଟନାୟକଙ୍କ ମୁଖା ଖୋଲି ତାଙ୍କ ବିରୂୁଦ୍ଧରେ ଜନମତ ତିଆରି କରି ଜନଆନେ୍ଦାଳନ ଗଢି ତୋଲିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଗୋଲକ ମହାପାତ୍ର, ରାଜ୍ୟ ସମ୍ପାଦକ କାଲନ୍ଦି ସାମଲ ଓ ଦିଲିପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!

ଲୋକ ଲୋଚନକୁ ଆସିବାର ଦୀର୍ଘ ଦିନ ପରେ ବି ବଦଳିନି ନଗଡାର ଚିତ୍ର: ବିଜେପି ପ୍ରତିନିଧି ମଣ୍ଡଳୀ

• ମାନସୀର ମୃତ୍ୟୁ ଅପପୃଷ୍ଟି ଓ ଅବହେଳା ଜନିତ
• ଶ୍ରୀ ଗମାଙ୍ଗଙ୍କ ନଗଡା ଗସ୍ତକୁ ବିରୋଧ କରି ବିଜେଡି ଆଦିବାସୀ ଓ ଗରୀବ ବିରୋଧୀ ଚରିତ୍ରକୁ ସ୍ପଷ୍ଟ କରିଛି
• ବିଜେଡି ଗଣତନ୍ତ୍ର ଓ ବିକାଶ ଉଭୟର ବିରୋଧୀ
PC_Photo_28 ଯାଜପୁର ଜିଲ୍ଲାର ନଗଡ଼ା ଗ୍ରାମ ପରିଦର୍ଶନରେ ଯାଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିÂ ନେତା ଗିରିଧର ଗମାଙ୍ଗଙ୍କ ନେତୃତ୍ୱରେ ଯାଇଥିବା ବିଜେପି ପ୍ରତିନିଧି ମଣ୍ଡଳ ଭୁବନେଶ୍ୱର ଫେରିବା ପରେ ରାଜ୍ୟ ସରକାର ଓ ବିଜୁ ଜନତା ଦଳ ଉପରେ ବର୍ଷିଛନ୍ତି ।
ରାଜ୍ୟ ସରକାରଙ୍କର ସ୍ଥାଣୁତା ଓ ଅପାରଗତା କାରଣରୁ ସରକାରଙ୍କର ମାଳ ମାଳ ଯୋଜନା ସତ୍ୱେ ଶିଳ୍ପ ସମୃଦ୍ଧ ଓ ଖଣିଜ ସମ୍ପଦରେ ଭରପୁର ଯାଜପୁର ଜିଲ୍ଲାରେ ନଗଡା ଭଳି ଗ୍ରାମ ରହିଛି । ଗଣମାଧ୍ୟମ ଯୋଗୁ ଏହି ଗାଁ ଲୋକ ଲୋଚନକୁ ଆସିଲା । ୧୭ ବର୍ଷ ଶାସନ ପରେ ବି ନଗଡାରେ ଅପପୃଷ୍ଟିର ଶୀକାର ହୋଇ ଶିଶୁ ମଡକ ଘଟଣା ସମଗ୍ର ଦେଶରେ ଓଡିଶାର ମାନ ସମ୍ମାନକୁ ଧୁଳିସାତ କଲା । ଏହି ଶିଶୁ ମଡକର ଚେହେରା ସାଜିଥିବା ଦୁଇ ବର୍ଷର ଝିଅ ମାନସୀର ଗତ କିଛି ଦିନ ତଳେ ମୃତ୍ୟୁ ପ୍ରମାଣିତ କରିଛି ରାଜ୍ୟ ସରକାର ନଗଡା ନେଇ ଡିଣ୍ଡିମ ପିଟୁଥିଲେ ମଧ୍ୟ ସରଜମିନ ସ୍ଥିତିରେ ସେମିତି ବଡ ପରିବର୍ତନ ଆସି ନାହିଁ ।
ନଗଡା ଗାଁରେ ଲୋକ ମାନଙ୍କୁ ସିଧା ସାକ୍ଷାତ କରି ସେମାନଙ୍କ ସହିତ ଦୁଃଖ ସୁଖ ହେବା ପାଇଁ ବିଜେପିର ପ୍ରତିନିଧି ମଣ୍ଡଳକୁ ବଳ ପୂର୍ବକ ଅଟକାଇବା ପାଇଁ ବିଜେଡି ଚେଷ୍ଟା କଲା । ବିଜୁ ଜନତା ଦଳ ଗରୀବ ଲୋକଙ୍କର ବିକାଶ କରିବାରେ ବିଫଳ ହୋଇଛି । ଏହି ବିଫଳତା ଲୋକ ଲୋଚନକୁ ନ ଯାଉ ଏଥି ପାଇଁ ବଳ ପ୍ରୟୋଗ କରି ଘଟଣାକୁ ଚପାଇ ଦେଉଛି । ବିକାଶ ଓ ଗଣତନ୍ତ୍ର ଉଭୟର ବିରୋଧୀ ରାଜ୍ୟର ଶାସକ ବିଜେଡି ଦଳ ବୋଲି ବିଜେପି ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଛନ୍ତି ।
ଶ୍ରୀ ଶର୍ମା କହିଛନ୍ତି ଯେ ଶ୍ରୀ ଗମାଙ୍ଗ ଦେଶର ଆଗ ଧାଡିର ଆଦିବାସୀ ନେତା ଓ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ । ଗଣତନ୍ତ୍ରରେ ବ୍ୟକ୍ତି ସ୍ୱାଧୀନତା ଓ ଅଭିବ୍ୟକ୍ତିର ସ୍ୱାଧୀନତା ଅପରିହାର୍ଯ୍ୟ ଅଙ୍ଗ । ନିଜର ଅପାରଗତାକୁ ଲୁଚାଇବା ପାଇଁ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସମ୍ମାନ ନ ଦେବା ଓ ଦେଶର ଜଣେ ବରିÂ ଆଦିବାସୀ ନେତାଙ୍କୁ ଅପମାନିତ କରିବାକୁ ଚେଷ୍ଟା କରିବା ବିଜେଡିର ଆଦିବାସୀ ଓ ଗରୀବ ବିରୋଧୀ ଚେହେରାକୁ ସ୍ପଷ୍ଟ କରୁଛି ବୋଲି ସେ କହିଛନ୍ତି ।
ଉକ୍ତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପ ସଭାନେତ୍ରୀ ସୁକେଶୀ ଓରାମ, ପୂୁର୍ବତନ ବିଧାୟକ ମୋହାନ ଚରଣ ମାଝି , ରାଜ୍ୟ ସମ୍ପାଦକ ଶିଶିର ଗମାଙ୍ଗଙ୍କ ଉପସ୍ଥିତ ଥିଲେ ।

Share in top social networks!

ନିର୍ବାଚନ ପାଣ୍ଠି ଅନିୟମିତତା ନେଇ ବିଜେପି ଲୋକଙ୍କୁ ଭୂଆଁ ବୁଲାଉଛି ବିଜେପି ବିନା ଅନୁସନ୍ଧାନରେ ଅଭିଯୋଗ କରୁଛି, କ୍ଷମା ମାଗୁ: ବିଜେଡି

4ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା
ଦଳର ସାଂସଦ ପିନାକୀ ମିଶ୍ର ଓ ରାଜ୍ୟସଭା ସାଂସଦ ତଥା ମୁଖପାତ୍ର ପ୍ରତାପ କେଶରୀ ଦେବ କହିଛନ୍ତି ଯେ ବିଜୁ ଜନତା ଦଳର ନିର୍ବାଚନକାଳୀନ
ଖର୍ଚ୍ଚ ସଂପର୍କରେ ବିଜେପି ଯେଉଁ ଅଭିଯୋଗ ଆଣିଛି ତାହା କେବଳ ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ଉଦ୍ଧିଷ୍ଟ । କୌଣସି ଅନୁସନ୍ଧାନ କରି
ବିଜେପି ଅଯଥାରେ ବିଜୁ ଜନତା ଦଳ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନାଁରେ ଅପପ୍ରଚାର କରୁଛି । ନବୀନ ପଟ୍ଟନାୟକଙ୍କ
ସ୍ୱଚ୍ଛ ଭାବମୂର୍ତ୍ତିକୁ ମଳିନ କରିବା ଉଦେ୍ଧଶ୍ୟରେ ବିଜେପିର ଏହା ଏକ ଅପପ୍ରଚାର । ବ୍ୟାଙ୍କ ମାଧ୍ୟମରେ ହୋଇଥିବା ଅଣନଗଦ ଦେଣନେଣକୁ
ବେଆଇନ୍‍ କହିବା ହାସ୍ୟାସ୍ପଦ । ଚେକ୍‍ ଦେବା ଓ ନେବାରେ କୌଣସି ଅନିୟମିତତା ହୋଇନାହିଁ ବୋଲି ଆଜି ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ବିଜେପି ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ଗଣମାଧ୍ୟମରେ ରଖୁଥିବା ଅଭିଯୋଗକୁ ଦଳ ପକ୍ଷରୁ ସଂପୂର୍ଣ୍ଣ ତଥ୍ୟ ପାୱାର ପଏଣ୍ଟ ଉପସ୍ଥାପନା
ଜରିଆରେ ମିଥ୍ୟା ବୋଲି ପ୍ରମାଣିତ କରାଯାଇଛି । ଲୋକଲୋଚନରେ ଏଭଳି ସଂପୂର୍ଣ୍ଣ କପୋଳକଳ୍ପିତ ଓ ଉଦେ୍ଧଶ୍ୟ ପ୍ରଣୋଦିତ ତଥ୍ୟ ଉପସ୍ଥାପନ
କରୁଥିବା ବିଜେପି ଏ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କୁ କ୍ଷମା ମାଗୁ ବୋଲି ଦଳ ପକ୍ଷରୁ କୁହାଯାଇଛି । ସ୍ୱେଚ୍ଛାସେବୀ ସୁବାଷ ମହାପାତ୍ର
୧୮.୭.୨୦୧୬ରେ ହାଇକୋର୍ଟରେ ଏ ବିଷୟରେ ରିଟ୍‍ ଫାଇଲ୍‍ କରିଥିଲେ । ଗୋଟିଏ ବର୍ଷ ପର୍ଯ୍ୟନ୍ତ ଏହି ରିଟ୍‍ ପିଟିସନ୍‍ ପଡିରହିଲା, ଅର୍ଥାତ୍‍
୧୮.୭.୨୦୧୭ରେ ଏହି ପିଟିସନ୍‍ ଉଠିଲା । ଏଥିରୁ ଅନୁମାନ କରିହେବ ଯେ କେତେ ହାସ୍ୟାସ୍ପଦ ହୋଇଥିବ ଏହି ଅଭିଯୋଗ । ନିଜେ
ଆବେଦନକାରୀ ଗୋଟିଏ ବର୍ଷ ପର୍ଯ୍ୟନ୍ତ କୋର୍ଟରେ ଉଠାଇଲେ ନାହିଁ । ପରେ ଏହା ବର୍ତ୍ତମାନ କୋର୍ଟ ନିର୍ବାଚନ କମିଶନଙ୍କୁ ନୋଟିସ୍‍ କଲା,
କିନ୍ତୁ ମୁଖ୍ୟମନ୍ତ୍ରୀ କଲା ନାହିଁ । ଏହିଭଳି ଏକ ରିଟ୍‍ ପିଟିସନ୍‍କୁ ନେଇ ବିଜେପିର ଅମୂଳକ ଅଭିଯୋଗ । ୨୦୧୪ ନିର୍ବାଚନର ୩ବର୍ଷରେ ପରେ
କୌଣସି ଅନୁସନ୍ଧାନ କରି ବିଜେପି ଏହି ଅଭିଯୋଗ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି, ଯାହା ଏକ ଦୁର୍ଭାଗ୍ୟଜନକ ।
ବିଜେପି ଅଭିଯୋଗ ଅନୁଯାୟୀ ଦୁଇଜଣଙ୍କୁ କିପରି ଗୋଟିଏ ଚେକ୍‍ ନମ୍ବରରେ ପାଣ୍ଠି ଦିଆଗଲା । ଏଠାରେ ଦଳ ପାଣ୍ଠି ନିଜେ ନଦେଇ
ବ୍ୟାଙ୍କକୁ କହିଥିଲା ଦେବାକୁ । ବ୍ୟାଙ୍କ ଗୋଟିଏ ଚେକ୍‍ (ନମ୍ବର ୪୪୧୬୧୯) ନମ୍ବରରେ ୪ଜଣଙ୍କୁ ବାଣ୍ଟିଛି । ଏହା ବ୍ୟାଙ୍କର ତରଫରୁ
ଦିଆଯାଇଥିବା ଚେକ୍‍ ନମ୍ବର, ଦଳ ତରଫରୁ ନୁହେଁ ।
ପୁନଶ୍ଚ ଅଭିଯୋଗ ଅନୁଯାୟୀ, ଚେକ୍‍ ନମ୍ବର ୪୪୧୬୧୯, ତାରିଖ ୩୦.୩.୨୦୧୪ରେ ୧୦ଲକ୍ଷ ଏବଂ ଦ୍ୱିତୀୟ ଚେକ୍‍ ନମ୍ବର
୭୯୫୦୩୬, ତାରିଖ ୧୫.୬.୨୦୧୪ରେ ୬ଲକ୍ଷ ୪୮ ହଜାର ୩୨୦ ଟଙ୍କା ନବୀନ ପଟ୍ଟନାୟକଙ୍କୁ ଦିଆଯାଇଛି । ଏଠାରେ ସୂଚନାଯୋଗ୍ୟ,
୭୯୫୦୩୬ ନମ୍ବର ଚେକ୍‍ରେ ୬୪୮୩୨୦ ଟଙ୍କା ଆକାଉଣ୍ଟରେ ଜମା ହୋଇଛି । ତେଣୁ ନବୀନ ପଟ୍ଟନାୟକ ଏହି ଚେକ୍‍ରେ ଟଙ୍କା ଖର୍ଚ୍ଚ
ନକରି ଦଳକୁ ଫେରାଇଛନ୍ତି । ସାମାନ୍ୟତମ ଅନୁସନ୍ଧାନ ନକରି ଏହା ହେଉଛି ବିଜେପି ହାସ୍ୟାସ୍ପଦ ଅଭିଯୋଗ । ବିଜେପିର ୮୦ ପ୍ରତିଶତ
ସାଂସଦଙ୍କର ନିର୍ବାଚନ ହିସାବରେ ତ୍ରୁଟି ରହିଛି, ଯାହା ଖୁବ୍‍ଶୀଘ୍ର ଗୁମର ଫିଟିବ ବୋଲି ସାଂସଦ ଶ୍ରୀ ମିଶ୍ର କହିଛନ୍ତି ।
ଏଡିଆର ରିପୋର୍ଟ ଅନୁଯାୟୀ ବିଜେପି ୨୦୧୪ ନିର୍ବାଚନରେ ୫୮୮ କୋଟି ଟଙ୍କା ପାଇଥିଲା, ସେଥିରୁ ୨୭୨ କୋଟି ଟଙ୍କା ନଗଦ
ଆକାରରରେ ପାଇଥିଲା । କିନ୍ତୁ ନିର୍ବାଚନରେ ଖର୍ଚ୍ଚ କଲେ ୮୭୨ କୋଟି ଟଙ୍କା, ବାକି ଟଙ୍କା କେଉଁଠୁ ଆସିଲା? ରିପୋର୍ଟ ଅନୁଯାୟୀ ଅଜଣା
ସୂତ୍ରରୁ ୧୦୭୩ କୋଟି ଟଙ୍କା ନିର୍ବାଚନରେ ଖର୍ଚ୍ଚ ହୋଇଛି ବୋଲି ସାଂସଦ ପ୍ରତାପ କେଶରୀ ଦେବ ସୂଚନା ଦେଇଥିଲେ । ଏହି ସାମ୍ବାଦିକ
ସମ୍ମିଳନୀରେ ବିଜୁ ଜନତା ଦଳ ଆଇନ୍‍ ସାମ୍ମୁଖ୍ୟ ଆବାହକ ମିଲନ୍‍ କାନୁନ୍‍ଗୋ ଓ ଉପଦେଷ୍ଟା ଅସିତ ଅମିତାଭ ଦାସ ଉପସ୍ଥିତ ଥିଲେ ।

Share in top social networks!

ନଗଡା ପରିଦର୍ଶନରେ ଯାଉଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଗିରିଧର ଗମାଙ୍ଗଙ୍କ ଉପରେ ବିଜେଡି ଆକ୍ରମଣକୁ ବିଜେପିର ଦୃଢ଼ ବିରୋଧ

 ଆକ୍ରମଣ ସରକାରୀ ପ୍ରାୟୋଜିତ
 ବିଜେଡି ରକ୍ତମୁଖା ହୋଇଛି
 ଗୋଡତଳୁ ମାଟି ଖସୁଥିବାରୁ ବିଜେଡି ଗଣତାନ୍ତ୍ରୀକ ଅଧିକାରକୁ ସ୍ୱୀକାର କରୁନି
 ଆଦିବାସୀ ଓ ଗରିବଙ୍କ ସ୍ୱାର୍ଥର ଲଢେଇ କରିବ ବିଜେପି
 ନଗଡାର ନକ୍ସା ବଦଳିବା ଦାବି ସତ୍ୱେ ସ୍ଥିତିରେ ଆଖିଦୃଶିଆ ଉନ୍ନତି ହୋଇନି
PC_27

ଯାଜପୁର ଜିଲ୍ଲାର ନଗଡ଼ା ଗ୍ରାମ ପରିଦର୍ଶନରେ ଯାଉଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିÂ ନେତା ଶ୍ରୀଯୁକ୍ତ ଗିରିଧର ଗମାଙ୍ଗଙ୍କ ଉପରେ ସରକାର ପ୍ରାୟୋଜିତ ବିଜେଡି ଆକ୍ରମଣର କଟୁ ଶବ୍ଦରେ ସମାଲୋଚନା କରିଛନ୍ତି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ।
ଶ୍ରୀ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ନଗଡାରେ ମା’ ଓ ଶିଶୁଙ୍କ ଅପପୁଷ୍ଟି ଓ ଶିଶୁ ମଡକ ସାରା ଦେଶରେ ନବୀନ ସରକାରଙ୍କର ସ୍ଥାଣୁତା ଓ ଅପାରଗତାର ଚିତ୍ରକୁ ସ୍ପଷ୍ଟ କରିଥିଲା । ରାଜ୍ୟ ସରକାର ନଗଡାର ଅବସ୍ଥା ବଦଳେଇବା ନେଇ ବାହାବାହା ନେଉଥିବା ବେଳେ ଏହି ଅପପୁଷ୍ଟିର ଚେହେରା ବନିଥିବା ୨ ବର୍ଷର ଝିଅ ମାନସୀର ନିକଟ ଅତୀତରେ ମୃତୁ୍ୟ ଘଟିଛି ।
ନଗଡା ଯାଇ ସରଜମିନ୍ ଘଟଣାକୁ ସ୍ୱଚକ୍ଷୁରେ ଦେଖିବା ସହ ଓ ସେମାନଙ୍କର ଦୁଃଖ ଦୁର୍ଦ୍ଧଶାରେ ଭାଗିଦାରୀ ହେବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଗମାଙ୍ଗୋ ନଗଡା ଯାଇଥିଲେ । ଲୋକ ସମସ୍ୟା ବିଶେଷ ଭାବରେ ଗରିବ ଲୋକଙ୍କ ସମସ୍ୟାକୁ ଲୋକଲୋଚନକୁ ଆଣିବା ଗଣତନ୍ତ୍ରରେ ବିରୋଧୀ ଦଳର ସାମ୍ବିଧାନିକ ଦାୟିତ୍ୱ ।
ଶ୍ରୀ ମହାନ୍ତି କହିଛନ୍ତି ଯେ, ବିଜେଡିର ଗୋଡ ତଳୁ ମାଟି ଖସୁଥିବା କାରଣରୁ ଦଳ ରକ୍ତମୁଖା ହୋଇ ଶ୍ରୀଯୁକ୍ତ ଗମାଙ୍ଗ ଓ ବିଜେପି ପ୍ରତିନିଧି ମଣ୍ଡଳ ଉପରେ ମରଣାନ୍ତକ ଆକ୍ରମଣ କରିବାକୁ ପଛାଇ ନାହାନ୍ତି ।
୧୭ ବର୍ଷର ନବୀନ ଶାସନରେ ଓଡିଶାର ବିକାଶର ଆଶା ସମ୍ପୂର୍ଣ୍ଣ ରୂପେ ଧୂଳିସାତ ହୋଇଛି । ବିଜେଡି ସରକାରର ସ୍ଥାଣୁତା ଓ ଅପାରଗତାର ନମୁନା ରହିଛି ନଗଡା । ନବୀନଙ୍କର ଦୃଢ଼ ପ୍ରତିଶ୍ରୁତି ପରେ ନଗଡାରେ ପୁଣି ମାନ୍ସୀ ପରି ଶିଶୁ ମୃତୁ୍ୟ ରାଜ୍ୟ ସରକାରଙ୍କ ଦାବୀକୁ ସଂପୂର୍ଣ୍ଣ ରୂପେ ଭୁଲ୍ ପ୍ରମାଣିତ କରିଛି ।
ନିଜର ଅପାରଗତାକୁ ଲୁଚାଇବା ପାଇଁ ପୋଲିସ୍ ପ୍ରଶାସନର ସହାୟତାରେ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଦେଶର ଆଗଧାଡିର ଆଦିବାସୀ ନେତା ଶ୍ରୀଯୁକ୍ତ ଗିରିଧର ଗମାଙ୍ଗଙ୍କୁ ଜାଣିଶୁଣି ଅପମାନିତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ରାଜ୍ୟର ଆଦିବାସୀ ଓ ଗରିବ ଲୋକମାନଙ୍କର ସ୍ୱାର୍ଥର ଲଢେଇ ବିଜେପି ଲଢିବ ଓ ବିଜେଡି ଗୁଣା ଓ ପୋଲିସ୍ ପ୍ରଶାସନର ନାଲି ଆଖିକୁ ଦଳ ଖାତିର କରିବ ନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହି ଅବସରରେ ରାଜ୍ୟ ସଂପାଦକ ଶ୍ରୀ କାଳନ୍ଦୀ ସାମଲ ଉପସ୍ଥିତ ଥିଲେ ।

Share in top social networks!

ନଗଡା ଅପପୃଷ୍ଟିଜନିତ ଶିଶୁମୃତୁ୍ୟ ଘଟଣା ଘଟିବାର ବର୍ଷେ ବିତିଯାଇଥିଲେ ସୁଦ୍ଧା ସ୍ଥିତିର କୈାଣସି ସୁଧାର ନଆସିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ : ବିଜେପି

 ମାନସୀର ମୃତୁ୍ୟ ଅପାରଗ ରାଜ୍ୟ ସରକାରର ଜ୍ୱଳନ୍ତ ଉଦାହରଣ
 ଆସନ୍ତା କାଲି ଗିରିଧର ଗମାଙ୍ଗୋଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ନଗଡା ଅଂଚଳ ଗସ୍ତ କରିବେ

ସ୍ଥାଣୁ ପାଲଟିଥିବା ଅପାରଗ ରାଜ୍ୟ ସରକାର ପାଇଁ ଓଡିଶା ବିଶ୍ୱ ଦରବାରରେ ବାରମ୍ବାର ଲଜ୍ଜିତ ହେଉଛି । ମାତ୍ର ରାଜ୍ୟ ସରକାର ଏ ସମସ୍ତ ଘଟଣାରୁ ଶିକ୍ଷା ପାଇ ନିଜକୁ ସୁଧାରି ପାରୁନାହାନ୍ତି । ବିଶେଷ କରି ନଗଡା ଅପପୃଷ୍ଟିଜନିତ ଶିଶୁ ମୃତୁ୍ୟ ଘଟଣା ପାଇଁ ରାଜ୍ୟ ଲଜ୍ଜିତ ହେବା ସହ ନିନ୍ଦିତ ହୋଇଛି । ଏହି ଘଟଣା ଘଟିବାର ବର୍ଷେ ବିତିଯାଇଥିଲେ ସୁଦ୍ଧା କୈ÷ାଣସି ସୁଧାର ଆଣି ନପାରିବା ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବର ପରିଚୟ ଏବଂ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ନଗଡା ଅପପୃଷ୍ଟିକୁ ଲୋକଲୋଚନକୁ ଆଣିଥିବା ବହୁ ଚର୍ଚ୍ଚିତ ମାନସୀର ଗତ ସପ୍ତାହରେ ମୃତୁ୍ୟବରଣ କରିବା ଏହାକୁ ପ୍ରମାଣିତ କରୁଛି ବିଜେପି ଅଭିଯୋଗ କରିଛି ।
ଏହି ପ୍ରସଙ୍ଗରେ ସମୀକ୍ଷା କରିବା ସହ ବାସ୍ତବ ଚିତ୍ରକୁ ଅନୁଧ୍ୟାନ କରିବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଗିରିଧର ଗମାଙ୍ଗୋଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆସନ୍ତା କାଲି ନଗଡା ଗସ୍ତ କରିବେ ବୋଲି ରାଜ୍ୟ କାର୍ଯ୍ୟାଳୟ ସୁତ୍ରରୁ ପ୍ରକାଶ ପାଇଛି ।
ଏହି ପ୍ରତିନିଧି ଦଳରେ ରାଜ୍ୟ ଉପ ସଭାନେତ୍ରୀ ସୁକେଶୀ ଓରାମ, ସାଧାରଣ ସଂପାଦକ ଅନନ୍ତ ନାୟକ, ରାଜ୍ୟ ସଂପାଦିକା ସୀମନ୍ତିନୀ ଜେନା, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା ଏବଂ ପୂର୍ବତନ ବିଧାୟକ ମୋହନ ମାଝୀ ପ୍ରମୁଖ ସଦସ୍ୟ ଅଛନ୍ତି ।

Share in top social networks!

ବେନାମୀ ସଂଦିଗ୍ଧ ଆକାଉଂଟ ନେଇ ବିଜେଡି ସ୍ପଷ୍ଟୀକରଣକୁ ପାଲଟା ପ୍ରଶ୍ନ କଲା ବିଜେପି

- ବିଜେଡି ଆକାଉଂଟ ନମ୍ବର ୧୦୦୯୧୮୦୫୫୭୩ ସମ୍ବନ୍ଧରେ ପ୍ରଶ୍ନ ପଚାରି ନାହିଁ କି ବ୍ୟାଙ୍କ ଏହି ଆକାଉଂଟ ସମ୍ପର୍କରେ ଉତର ଦେଇ ନାହିଁ
- ଆଇନଗତ କାର୍ଯ୍ୟାନୁÂାନର ନାଲି ଆଖି ଦେଖାଇ ବିଜେଡି ମୂଳ ପ୍ରସଙ୍ଗରୁ ମୁହଁ ବୁଲାଇ ପାରିବ ନାହିଁ
- ସଚିବାଳୟରୁ ବୟାନ ରଖି ବିଜେଡି ମୁଖପାତ୍ର ତୃତୀୟ ମହଲାର କିରାଣୀଙ୍କ ନିର୍ଦେଶରେ କାମ କରୁଛନ୍ତି

Photo_PC
ନବୀନ ହାବାଲା ଘୋଟାଲା ମାମଲାରେ ଆୟ କର ବିଭାଗର ହସ୍ତକ୍ଷେପ ଲୋଡିବା ଲାଗି ବିଜେଡି ମୁଖପାତ୍ର ତଥା ରାଜ୍ୟ ସଭା ସାଂସଦ ପ୍ରତାପ ଦେବଙ୍କ ପ୍ରତିକ୍ରିୟା ମୂଳ ପ୍ରଶ୍ନକୁ ଉତର ନ ଦେଇ ରାଜନୈତିକ ପଇଁତରାବାଜି ବୋଲି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଗଣମାଧ୍ୟମକୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।
ଶ୍ରୀ ପ୍ରତାପ ଦେବ ସଚିବାଳୟ ଠାରେ ତୃତୀୟ ମହଲାର କିରାଣୀଙ୍କ ନିର୍ଦେଶରେ ବିବୃତି ରଖିଛନ୍ତି ବୋଲି ଶ୍ରୀ ମହାନ୍ତି ପାଲଟା ଅଭିଯୋଗ କରିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ ବିଜେଡି ମୁଖପାତ୍ର ଏସବିଆଇ ଉତର ନାମରେ ବିଭ୍ରାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏସବିଆଇକୁ ବିଜେଡି ଏହାର ଚିଠିରେ କଣ ତଥ୍ୟ ମାଗିଥିଲା ବୋଲି ପ୍ରତାପ ଦେବ ସ୍ପଷ୍ଟ କରି ନାହାନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ବିଜେଡି ତରଫରୁ ଗଣ ମାଧ୍ୟମରେ ବିତର୍କିତ ହୋଇଥିବା ଆକାଉଂଟ ନମ୍ବର ୧୦୦୯୧୮୦୫୫୭୩ ସମ୍ବନ୍ଧରେ ବିଜେଡି ଏସବିଆଇକୁ ସ୍ପଷ୍ଟୀକରଣ ମାଗି ନାହିଁ ବା ଏସବିଆଇ ଏହି ନିର୍ଦିଷ୍ଟ ଆକାଉଂଟ ସମ୍ବନ୍ଧିତ କୌଣସି ତଥ୍ୟ ଦେଇ ନାହାନ୍ତି । ଏହି ଆକାଉଂଟ ନମ୍ବରଟି ବେନାମୀ ଓ ଏହି ଆକାଉଂଟରୁ ବିଜେଡିର ଆକାଉଂଟକୁ କୋଟି କୋଟି ଟଙ୍କା ଟ୍ରାନସଫର ହୋଇଛି କି ନାହିଁ ଏହାର ତଦନ୍ତ କରିବାକୁ ବିଜେପି ଆଜି ଆୟ କର ବିଭାଗର ହସ୍ତକ୍ଷେପ ଲୋଡିଛି ।
ତଦନ୍ତର ସାମନା କରିବା ପରିବର୍ତେ ବିଜେଡି ମୁଖପାତ୍ର ଆଇନଗତ କାର୍ଯ୍ୟାନୁÂାନର ନାଲି ଆଖି ଦେଖାଇ ମୂଳ ପ୍ରସଙ୍ଗରୁ ମୁହଁ ବୁଲାଇ ପାରିବେ ନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁÂିତ ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଏବଂ ରାଷ୍ଟ୍ରୀୟ ଉପସଭାପତି ଯୁବମୋର୍ଚ୍ଚା ଠାକୁର ରଣଜିତ ଦାସ ଉପସ୍ଥିତ ଥିଲେ ।

Share in top social networks!

ନବୀନ ହାୱାଲା ଘୋଟାଲା ମାମଲାରେ ମୁଖ୍ୟମନ୍ତ୍ରୀ ଖୋଦ୍ ସ୍ପଷ୍ଟୀକରଣ ଦେବାକୁ ବିଜେପିର ଆହ୍ୱାନ

ବିଜେଡିର ବ୍ୟାଙ୍କ ଖାତାର ସବୁ ନେଣ ଦେଣକୁ ସାର୍ବଜନୀନ
କରିବା ସହ ଦଳକୁ ଆସିଥିବା ଅର୍ଥର ଉତ୍ସକୁ ମଧ୍ୟ ସ୍ପଷ୍ଟ କରନ୍ତୁ
• ଏସବିଆଇ ଖାତା ନମ୍ବର ୧୦୦୯୧୭୫୫୨୪୬ରୁ କୋଟି କୋଟି ଟଙ୍କା ବିଜେଡିର ଖାତାକୁ ଟ୍ରାନସଫର ହେବା ଓ ଏହି ସନ୍ଦିଗ୍ଧ ଖାତା ବେନାମୀ ଓ ଚଂଚକତା କରି ଏଥିରେ ଅର୍ଥ ଆଣି ଏହାକୁ ବିଜେଡି ବ୍ୟାଙ୍କ ଖାତାକୁ ନେବା ପଛରେ କଣ ରହସ୍ୟ ରହିଛି
• ଗୋଟିଏ ଆରଟିଜିଏସ ନମ୍ବର ୫୩୮୯୭୬୨୮୮ରେ ଏକାଧିକ ନେଣଦେଣ ଦଳର ମୁଖା ଖୋଲିବ
• ମୁଖ୍ୟମନ୍ତ୍ରୀ କେବଳ ଦୁର୍ନୀତି ବିରୋଧରେ ଆନ୍ତରିକ ଉଦ୍ୟମ ନୁହଁ, ଡ୍ରାମା ଓ ସୁଆଙ୍ଗ କରୁଛନ୍ତି
• ବିଜେଡିର ବ୍ୟାଙ୍କ ଖାତାକୁ ଯାଇଥିବା ଅର୍ଥର ଉତ୍ସ ସ୍ପଷ୍ଟ ହେଲେ ନବୀନ ପଟ୍ଟନାୟକଙ୍କ ପ୍ରକୃତ ମୁଖା ଖୋଲିବ
PC_22
ନବୀନ ହାୱାଲା ଘୋଟାଲା ମାମଲାରେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି । ବିଜୁ ଜନତା ଦଳର ବ୍ୟାଙ୍କ ଖାତାର ସବୁ ନେଣ ଦେଣକୁ ସାର୍ବଜନୀନ କରିବା ସହ ଦଳକୁ ଆସିଥିବା ଅର୍ଥର ଉତ୍ସକୁ ମଧ୍ୟ ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି ।
ପୂର୍ବରୁ ରାଜ୍ୟରେ ବହୁ ବାର ବିତର୍କିତ ବିଜେଡି ବ୍ୟାଙ୍କ ଖାତାରେ ସଂଦିଗ୍ଧ କାରବାରକୁ ନେଇ ବିଜେଡିର ସ୍ୱଚ୍ଛତାକୁ ନେଇ ବାରମ୍ବାର ପ୍ରଶ୍ନ ଉଠିଥିବା ବେଳେ ଏହି ପ୍ରସଙ୍ଗରେ ଜାତୀୟ ଗଣମାଧ୍ୟମରେ ଓ ନେଇ ଅନୁସନ୍ଧାନ ନୂଆ ଫର୍ଦ ଯୋଡୁଛି ବୋଲି ଶ୍ରୀ ମହାନ୍ତି ଏହି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ ବିଜେଡିର ବ୍ୟାଙ୍କ ଖାତାରେ ଜମା ହୋଇଥିବା କୋଟି କୋଟି ଟଙ୍କାର ନଗଦ ଜମା ବାବଦରେ ନିର୍ବାଚନ କମିଶନଙ୍କୁ ସୂଚିତ କରା ନ ଯିବା ଓ ଏ ନେଇ ମାନ୍ୟବର କୋର୍ଟରେ ସାଧାରଣ ଲୋକ ଦ୍ୱାରସ୍ଥ ହେବା ପରେ ମାସକ ମଧ୍ୟରେ ତଦନ୍ତ କରି କାର୍ଯ୍ୟାନୁÂାନ ନେବାକୁ ନିର୍ବାଚନ କମିଶନଙ୍କୁ ମାନ୍ୟବର କୋର୍ଟଙ୍କ ନିର୍ଦେଶ ବିଜେଡିର ବେଆଇନ ଅର୍ଥ ଜମାର ଗୁମର ଫିଟାଉଛି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ ଏସବିଆଇ ଖାତା ନମ୍ବର ୧୦୦୯୧୭୫୫୨୪୬ରୁ କୋଟି କୋଟି ଟଙ୍କା ବିଜେଡିର ଖାତାକୁ ଟ୍ରାନସଫର ହେବା ଓ ଏହି ସନ୍ଦିଗ୍ଧ ଖାତା ବେନାମୀ ଓ ଚଂଚକତା କରି ଏଥିରେ ଅର୍ଥ ଆଣି ଏହାକୁ ବିଜେଡି ବ୍ୟାଙ୍କ ଖାତାକୁ ନେବା ପଛରେ କଣ ରହସ୍ୟ ରହିଛି ତାହା ଓଡିଶାର ଲୋକଙ୍କର ଜାଣିବା ପାଇଁ ଉତ୍ସୁକତା ଅଛି । ଏହି ବ୍ୟାଙ୍କ ଖାତାକୁ କେଉଁ କେଉଁ ସ୍ଥାନରୁ କେତେ କେତେ ଅର୍ଥ ଆସିଛି ଓ ଏଥିରେ କଣ ପାଇଁ ବିଜେଡି ଖାତାକୁ ଅଜସ୍ର ଅର୍ଥ ଟ୍ରାନସଫର ହୋଇଛି ତାହାର ସତ୍ୟାସତ୍ୟ ଜନ ସାଧାରଣଙ୍କ ସାମନାରେ ସ୍ପଷ୍ଟ ହେବା ଉଚିତ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି ।
(ପୃÂା: ୧/୨)

ଗୋଟିଏ ଆରଟିଜିଏସ ନମ୍ବର ୫୩୮୯୭୬୨୮୮ରେ ଏକାଧିକ ନେଣ ଦେଣ ହେବା ଓ ଏଥିରେ ଖୋଦ ନବୀନ ପଟ୍ଟନାୟକ ଓ ଚିଟ ଫଣ୍ଡ କେଳେଙ୍କାରୀରେ ସଂପୃକ୍ତ ମୟୁରଭଂଜ ସାଂସଦଙ୍କ ବ୍ୟାଙ୍କ ଖାତା ମଧ୍ୟ ସାମିଲ ଥିବା ଅଭିଯୋଗ ସଂଗୀନ ଓ ଏହା ସତ୍ୟ ହୋଇଥିଲେ ମୁଖ୍ୟମନ୍ତ୍ରୀଙ୍କ ଦୁର୍ନୀତି ବିରୋଧୀ ଚେହେରାର ମୁଖା ଖୋଲି ଦେବା ପରି ତଥ୍ୟ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଠାରୁ ସ୍ପଷ୍ଟୀକରଣ ଦାବି କରିବା ସହ ତାଙ୍କ ଦଳ ନିର୍ବାଚନ କମିଶନର, ଆୟ କର ବିଭାଗ, ହାବାଲା ଓ ବେନାମୀ ନେଣ ଦେଣ ପାଇଁ ପ୍ରବର୍ତନ ନିର୍ଦେଶାଳୟର ଦ୍ୱାରସ୍ଥ ହେବ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି ।
ରାଜ୍ୟରେ ନବୀନ ପଟ୍ଟନାୟକ ଓ ତାଙ୍କ ସରକାର ଦୁର୍ନୀତିରେ ବୁଡି ରହିଛନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିବା ସହ ମୁଖ୍ୟମନ୍ତ୍ରୀ କେବଳ ଦୁର୍ନୀତି ବିରୋଧରେ ଆନ୍ତରିକ ଉଦ୍ୟମ ନୁହଁ, ଡ୍ରାମା ଓ ସୁଆଙ୍ଗ କରୁଛନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି । ତୁରନ୍ତ ନିଜ ଦଳର ବ୍ୟାଙ୍କ ଖାତାକୁ ଯାଇଥିବା ଅର୍ଥର ଉତ୍ସ ସ୍ପଷ୍ଟ ହେଲେ ନବୀନ ପଟ୍ଟନାୟକଙ୍କ ପ୍ରକୃତ ମୁଖା ଖୋଲିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଉକ୍ତ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଗୋଲକ ମୋହାପାତ୍ର ଉପସ୍ଥିତ ଥିଲେ ।

Share in top social networks!

ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଓଡ଼ିଶାରେ ତି୍ରଦିବସୀୟ “ମୋ ବୁଥ୍ ସବୁଠୁ ମଜବୁତ୍” ଅଭିଯାନ ଗସ୍ତସୂଚୀ ଘୋଷଣା କଲେ ରାଜ୍ୟ ସଭାପତି ବସନ୍ତ ପଣ୍ଡା

 ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ବ୍ଲକର ହୁଙ୍ଗୁଳାପଡ଼ା ଗ୍ରାମରେ ବୁଥ୍ ସ୍ତରୀୟ କାର୍ଯ୍ୟକର୍ତାଙ୍କ ସହ ସାକ୍ଷାତ ଆଲୋଚନା
 ଯାଜପୁର ଜିଲ୍ଲାର ବିଂଝାରପୁର ବ୍ଲକ ଅନ୍ତର୍ଗତ ଅରେଇଗାଁ (ବରୁଣେଇଶ୍ୱର)କୁ ଯାଇ ବୁଥ୍ସ୍ତରର କାର୍ଯ୍ୟର ତଦାରଖ
 ୪ ତାରିଖରେ ବ୍ରହ୍ମପୁରର ବିଡ଼ିଏ ପଡ଼ିଆ ଓ ୫ ତାରିଖରେ ଯାଜପୁରର ପାଣିକୋଇଲିଠାରେ ଏକାଧିକ ଜିଲ୍ଲାର ବୁଥ୍ ସ୍ତରୀୟ କାର୍ଯ୍ୟକର୍ତାଙ୍କୁ କରିବେ ସଂବୋଧନ
 ଟିକରପଡ଼ା ପଂଚାୟତ (ଧଉଳି)ର ବସନ୍ତପୁର ଗ୍ରାମରେ ମୋ ବୁଥ୍ ସବୁଠୁ ମଜବୁତ୍ କାର୍ଯ୍ୟକ୍ରମରେ ଯୋଗ ଦେବେ
 ବିଭିନ୍ନ ସ୍ଥାନରେ ଶାହାଙ୍କୁ ଭବ୍ୟ ସ୍ୱାଗତ କରାଯିବ
 ରାଜଧାନୀରେ ପଂଚାୟତ ପ୍ରତିନିଧି, ରାଜ୍ୟ ପଦାଧିକାରୀ, ଜିଲ୍ଲାସଭାପତି ଓ ଅନ୍ୟାନ୍ୟ ବରିଷ୍ଟ କାର୍ଯ୍ୟକର୍ତାଙ୍କ ସହ ବୈଠକ ଆଲୋଚନା
pandaji

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡ଼ିଶା ଗସ୍ତରେ ଆସି ୩ ତାରିଖ ମଧ୍ୟରାତ୍ରିରୁ ୬ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଓଡ଼ିଶାରେ “ମୋ ବୁଥ୍ ସବୁଠୁ ମଜବୁତ୍” କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହି ତି୍ରଦିବସୀୟ ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ୪ ତାରିଖ ଦିନ ଗଞ୍ଜାମ, ୫ ତାରିଖଦିନ ଯାଜପୁର ଓ ୬ ତାରିଖ ଦିନ ଖୋର୍ଦ୍ଧା ଜିଲ୍ଲା ଗସ୍ତ କରିବେ ବୋଲି ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ଆଜି ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି ।
ଶ୍ର୍ରୀ ପଣ୍ଡା କହିଛନ୍ତି ଯେ, ୪ ତାରୁଖରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଶାହା ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ବ୍ଲକର ହୁଙ୍ଗୁଳାପଡ଼ା ଗ୍ରାମକୁ ଯାଇ ବୁଥ୍ ସ୍ତରୀୟ କାର୍ଯ୍ୟକର୍ତାଙ୍କ ସହ ସାକ୍ଷାତ ଆଲୋଚନା କରିବା ସହ ବୁଥ୍ର ପରିବାରକୁ ଜନସମ୍ପର୍କ କରିବା ପାଇଁ ଯିବେ । ଏହି ବୁଥ୍ରେ ଗୋଟିଏ ପରିବାରକୁ ଯାଇ ସେଠାରେ ମଧ୍ୟାହ୍ନ ଭୋଜନ କରିବେ । ଏହା ସହ ୪ଟି ଜିଲ୍ଲାର ବୁଥ୍ କାର୍ଯ୍ୟକର୍ତାମାନଙ୍କର ଏକ ସମ୍ମିଳନୀକୁ ବ୍ରହ୍ମପୁରର ଆମ୍ବପୁଆ ବିବେକ ବିହାରସ୍ଥିତ ବିଡ଼ିଏ ପଡ଼ିଆରେ ସମ୍ବୋଧନ କରିବେ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଶାହାଙ୍କ ଏହି ଦିନିକିଆ ଗଂଜାମ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମର ଦାୟୀତ୍ୱ ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର ଏବଂ ରାଜ୍ୟ ପ୍ରବକ୍ତା ଗୋଲକ ମହାପାତ୍ରଙ୍କୁ ନ୍ୟସ୍ତ କରାଯାଇଥିବା ବେଳେ ରାଜ୍ୟ ସଂପାଦକ ବିଭୁତି ଜେନା ଏବଂ ଜିଲ୍ଲା ସଭାପତି କାହ୍ନୁଚରଣ ପତି ସେମାନଙ୍କୁ ସହଯୋଗ କରିବେ ।
ସେହିପରି ୫ ତାରିଖ ଦିନ ଶ୍ରୀଯୁକ୍ତ ଶାହା ଜିଲ୍ଲାର ବିଂଝାରପୁର ବ୍ଲକ ଅନ୍ତର୍ଗତ ଅରେଇଗାଁ (ବରୁଣେଇଶ୍ୱର)କୁ ଯାଇ ବୁଥ୍ସ୍ତରର କାର୍ଯ୍ୟର ତଦାରଖ କରିବା ସହ କାର୍ଯ୍ୟକର୍ତାମାନଙ୍କ ସହ ବି•ର ଆଲୋଚନା କରିବେ । ପରିବାର ସମ୍ପର୍କ ସହ ଗୋଟିଏ ପରିବାରରେ ମଧ୍ୟ ମଧ୍ୟାହ୍ନ ଭୋଜନ କରିବେ । ଶ୍ରୀ ଶାହା ଜିଲ୍ଲାର ପାଣିକୋଇଲିଠାରେ ୬ଟି ଜିଲ୍ଲାର ବୁଥ୍ ସ୍ତରୀୟ କାର୍ଯ୍ୟକର୍ତା ମାନଙ୍କ ସମ୍ମିଳନୀରେ ଉଦ୍ବୋଧନ ଦେବେ । ଯାଜପୁର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମର ସଫଳତା ପାଇଁ ଅନ୍ୟତମ ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଏବଂ ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କୁ ଦାୟୀତ୍ୱ ନ୍ୟସ୍ତ କରାଯାଇଅଛି । ପୂର୍ବତନ ବିଧାୟିକା ସଂଚିତା ମହାନ୍ତି, ଗୈାତମ ରାୟ ଏବଂ ଅଶୋକ ବଳ ପ୍ରମୁଖ ସେମାନଙ୍କୁ ସହଯୋଗ କରିବେ ।
(ପୃÂା: ୧/୨)

ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଶାହା ୬ ତାରିଖ ଦିନ ସକାଳେ ଭୂବନେଶ୍ୱର ଉପକଣ୍ଠ ଟିକରପଡ଼ା ପଂଚାୟତ (ଧଉଳି )ର ବସନ୍ତପୁର ଗ୍ରାମରେ ମୋ ବୁଥ୍ ସବୁଠୁ ମଜବୁତ୍ କାର୍ଯ୍ୟକ୍ରମରେ ଯୋଗ ଦେବେ ।
ଏହି ତିନି ଜିଲ୍ଲା ଗସ୍ତ ସମୟରେ ଜିଲ୍ଲାର ବିଭିନ୍ନ ଛକ ଜାଗାମାନଙ୍କରେ ଶ୍ରୀ ଶାହାଙ୍କୁ ସ୍ୱାଗତ ସଂବୋଧନା ଜଣାଇବା ପାଇଁ ସାଧାରଣ ଜନତାଙ୍କ ପକ୍ଷରୁ ଆଗ୍ରହ ପ୍ରକାଶ କରାଯାଇଛି । ତିନି ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ୱାଗତ ପାଇଁ ଲୋକମାନଙ୍କ ଆଗ୍ରହ ଓ ପ୍ରସ୍ତୁତି ଦୃଷ୍ଟିରୁ ଶ୍ରୀଯୁକ୍ତ ଶାହା ବିଭିନ୍ନ ସ୍ଥାନରେ ଅଟକି ଲୋକମାନଙ୍କର ଅଭିବାଦନ ଗ୍ରହଣ କରିବେ ବୋଲି ଶ୍ରୀ ପଣ୍ଡା ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି ।
ଏହି ଗସ୍ତ ସମୟରେ ରାଜଧାନୀ ଭୁବନେଶ୍ୱରରେ ଦଳ ତରଫରୁ ଆୟୋଜିତ ପଂଚାୟତ ସମ୍ମିଳନୀକୁ ଶ୍ରୀ ଶାହା ଉଦ୍ବୋଧନ ଦେବା ସହ ପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ । ଏହି ବୈଠକରେ ଜିଲ୍ଲାପରିଷଦ ସଦସ୍ୟ, ବ୍ଲକ ଚେୟାରମ୍ୟାନ ଓ ଭାଇସ୍ ଚେୟାରମ୍ୟାନମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ମୋ ବୁଥ୍ ସବୁଠୁ ମଜବୁତ୍ କାର୍ଯ୍ୟକ୍ରମରେ ସାମିଲ ହୋଇ ପୁରା ସମୟ ଦେଇ କାମ କରିବା ପାଇଁ ବାହାରିଥିବା, ଦଳର ବିସ୍ତାରକ ଯୋଜନାରେ ସାମିଲ କାର୍ଯ୍ୟକର୍ତାମାନଙ୍କ ସହ ଶ୍ରୀ ଶାହା ଉଦ୍ବୋଧନ ଦେଇ ସେମାନଙ୍କୁ ଦାୟିତ୍ୱ ଓ କାମ ବିଷୟରେ ବୁଝାଇବେ । ଶ୍ରୀ ଶାହାଙ୍କ ରହଣୀ କାଳରେ ରାଜ୍ୟ ପଦାଧିକାରୀ, ଜିଲ୍ଲା ପ୍ରଭାରୀ, ଜିଲ୍ଲା ସଭାପତି ଓ ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟମାନଙ୍କ ସହ ବି•ର ଆଲୋଚନା କରିବାର କାର୍ଯ୍ୟକ୍ରମ ଅଛି ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଶାହାଙ୍କ ଏହି ଗସ୍ତ କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ରାଜ୍ୟ ଉପ-ସଭାପତି ସମୀର ମହାନ୍ତିଙ୍କୁ ଦାୟୀତ୍ୱ ନ୍ୟସ୍ତ କରାଯାଇଥିବାବେଳେ ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଏବଂ ରାଜ୍ୟ ପ୍ରବକ୍ତା ଦିଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅମୀୟ ଦାଶ ଏବଂ ଜିଲ୍ଲା ସଭାପତି ହରେକୃଷ୍ନ ଖୁଂଟିଆ ପ୍ରମୁଖ ତାଙ୍କୁ ସହେଯାଗ କରିବେ ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ଅନନ୍ତ ନାୟକ, ମୁଖପାତ୍ର ସଜ୍ଜନ ଶର୍ମା ଏବଂ ସଂପାଦକ ଧୀରେନ ସେନାପତି ଉପସ୍ଥିତ ଥିଲେ ।

Share in top social networks!

ଅମିତ ଶାହଙ୍କ ଗଂଜାମ ଗସ୍ତ ପୂର୍ବରୁ ଜିଲ୍ଲାର ଟାଣୁଆ କଂଗ୍ରେସ ନେତା ଗୋକୁଳାନନ୍ଦ ମଲ୍ଲିକଙ୍କ ବିଜେପିରେ ଯୋଗଦାନ

ଗଂଜାମ ଜିଲ୍ଲାରେ ବିଜେପି ସୁଦୃଢ ହେବ – ଧର୍ମେନ୍ଦ୍ର ପ୍ରଧାନ
• ବିଜେଡି ସରକାର ନିଜର ସ୍ଥାଣୁତା ଓ ଅପାରଗତା ତଥା ନିଜର ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ କେନ୍ଦ୍ରୀୟ
ଅବହେଳାର ଡ୍ରାମା କରୁଛି
• ତ୍ରୟୋଦଶ ଅର୍ଥ କମିଶନ ସମୟରେ କେନ୍ଦ୍ରରୁ ରାଜ୍ୟରୁ ମିଳିଥିବା ୨୨-୨୩ ହଜାର କୋଟି ଟଙ୍କା ଏବେ ୬୫ ହଜାର
କୋଟି ଟଙ୍କାରେ ପହଂଚିଲାଣି
• କୌଣସି ରାଜ୍ୟକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦିଆ ନ ଯିବା ସମ୍ପର୍କରେ ନୀତି ଆୟୋଗ ନିର୍ଣୟରେ ଖୋଦ ମୁଖ୍ୟମନ୍ତ୍ରୀ
ନବୀନ ପଟ୍ଟନାୟକ ସାମିଲ ଥିଲେdpmallick

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କର ମୁଖ୍ୟମନ୍ତ୍ରୀଙ୍କ ଗୃହ ଜିଲ୍ଲା ଗଂଜାମ ଗସ୍ତ ପୂର୍ବରୁ ଗଂଜାମ ଜିଲ୍ଲାର ଟାଣୁଆ କଂଗ୍ରେସ ନେତା ଗୋକୁଳାନନ୍ଦ ମଲ୍ଲିକ ବୁଧବାର ଦିନ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜେପିରେ ଯୋଗ ଦେଇଛନ୍ତି । ଶ୍ରୀ ମଲ୍ଲିକ ତାଙ୍କର
ହଜାରେରୁ ଉର୍ଧ ସମର୍ଥକଙ୍କ ସହିତ ବିଜେପିରେ ସାମିଲ ହୋଇଛନ୍ତି ।

ଗତ ବିଧାନସଭା ନିର୍ବାଚନରେ ପୋଲସରା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରି ପାଖାପାଖି
୪୫ ହଜାର ଭୋଟ ପାଇଥିବା ଗୋକୁଳାନନ୍ଦ ମଲ୍ଲିକଙ୍କ ଯୋଗଦାନ ଦଳକୁ ଶକ୍ତିଶାଳୀ କରିବ ବୋଲି ଶ୍ରୀ ପ୍ରଧାନ
ଆଶାବ୍ୟକ୍ତ କରିଛନ୍ତି । ମଲ୍ଲିକଙ୍କ ଯୋଗଦାନ ଗଂଜାମ ଜିଲ୍ଲା ବିଶେଷ ଭାବେ ଆସିକା ସବଡିଭିଜନରେ ବିଜେପିର ସ୍ଥିତିକୁ
ଆହୁରି ମଜବୂତ କରିବ ଓ ରାଜ୍ୟରେ ସ୍ଥାଣୁ- ଅପାରଗ ସରକାର ବିରୁଦ୍ଧରେ ବିଜେପିର ଲଢେଇକୁ ଜିଲ୍ଲାରେ ନିର୍ଣାୟକ
ମୋଡ ଦେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ନେଇ ବିଜେଡିର କେନ୍ଦ୍ରୀୟ ଅବହେଳା ଅଭିଯୋଗ ସଂକ୍ରାନ୍ତରେ ସାମ୍ବାଦିକ ମାନଙ୍କ ପ୍ରଶ୍ନର
ଉତରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟରେ ବିଜେଡି ସରକାର ନିଜର ସ୍ଥାଣୁତା ଓ ଅପାରଗତା ତଥା ନିଜର ଦୋଷ
ଦୁର୍ବଳତାକୁ ଲୁଚାଇବା ପାଇଁ କେନ୍ଦ୍ରୀୟ ଅବହେଳାର ଡ୍ରାମା କରୁଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ ତ୍ରୟୋଦଶ ଅର୍ଥ କମିଶନ
ସମୟରେ କେନ୍ଦ୍ରରୁ ରାଜ୍ୟରୁ ମିଳିଥିବା ୨୨-୨୩ ହଜାର କୋଟି ଟଙ୍କା ଏବେ ୬୫ ହଜାର କୋଟି ଟଙ୍କାରେ ପହଂଚିଲାଣି
ା ନୀତି ଆୟୋଗ ହେବା ପରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରସଙ୍ଗ ସଂପୂର୍ଣ ରୂପେ ଅପ୍ରାସଙ୍ଗିକ ହୋଇ ଯାଇଛି ।
କୌଣସି ରାଜ୍ୟକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦିଆ ନ ଯିବା ସମ୍ପର୍କରେ ନୀତି ଆୟୋଗ ନିର୍ଣୟରେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ
ପଟ୍ଟନାୟକ ସାମିଲ ଥିଲେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ରାଜ୍ୟ ସରକାରଙ୍କ ଉପରେ ପାଲଟା ପ୍ରଶ୍ନ ଉଠାଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ନଗଡାର ଶିଶୁ ମଡକ କାହା ପାଇଁ ହୋଇଛି ।
କଳାହାଣ୍ଡିର ଦାନ ମାଝୀ କାନ୍ଧରେ ସ୍ତ୍ରୀର ମର ଶରୀର ସତ ନା ମିଛ ବୋଲି ସେ ପ୍ରଶ୍ନ କରିଛନ୍ତି । ନବରଙ୍ଗପୁର ଜିଲ୍ଲାରେ
ମୃତ ଶିଶୁକୁ ବାପା ମା ଧରି ଚାଲି ଚାଲି ତିନି କିମି ଘରକୁ ଯିବା ଖବର ଆଜି ବି ଗଣମାଧ୍ୟମରେ ପ୍ରକାଶିତ ହୋଇଛି ।
ମହାପ୍ରୟାଣ ଗାଡି କୁଆଡେ ଗଲା ବୋଲି ଶ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

Share in top social networks!