ବିଜୁ ଛାତ୍ର ଜନତା ଦଳର ପରିବର୍ତ୍ତିନ

BJD_Odishaବିଜୁ ଛାତ୍ର ଜନତା ଦଳର ରାଜ୍ୟ ଓ ଜିଲ୍ଲାର ପରିବର୍ତ୍ତିତ କମିଟି ଗତ ବୁଧବାର ତା୧୪ ଅଗଷ୍ଟ ୨୦୧୩ ରିଖରେ ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଅନୁମୋଦନ ହେଲାପରେ । ବିଜୁ ଛାତ୍ର ଜନତା ଦଳର ସଙ୍ଗଠନକୁ ଆହୁରି ସୁଦୃଢ କରିବା ପାଇଁ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ବ୍ୟୋମକେଶ ରାୟଙ୍କ ଉପସ୍ଥିତିରେ ରାଜଧାନୀ ଭୁବନେଶ୍ଵରର ଚାରୋଟି ନିର୍ବାଚନ ମଣ୍ଡଳୀରେ ବିଜୁ ଛାତ୍ର ଜନତା ଦଳର ନିର୍ବାଚନ ମଣ୍ଡଳୀ ସଭାପତି ଭାବରେ ଏକାମ୍ର ନିର୍ବାଚନ ମଣ୍ଡଳୀ ପାଇଁ ଶ୍ରୀ କଳ୍ପତରୁ ଓଝା,ମାଧ୍ୟମରେ ଶ୍ରୀ ବିଜୟକେତନ ସାହୁ,ଉତ୍ତରରେ ଶ୍ରୀ ମାଧବ ରାଉତ ଏବଂ ଜୟଦେବରେ ଶ୍ରୀ ସୋଲାର ମିଶ୍ର ଏବଂ ରାଜ୍ୟ ରାଜନୀତିରେ ଅନ୍ୟ ଏକ ପ୍ରାଣକେନ୍ଦ୍ର ବୁଝାଇଥିବା ବେଳେ କଟକ ସହରର ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ମଣ୍ଡଳୀ ସଭାପତି ଭାବେ କଟକ ଚଦୁଆର ପାଇଁ ଶ୍ରୀ ଅଂଶୁମାନ ରଶ୍ମିସାଗର ଏବଂ ବାରବାଟୀ ନିର୍ବାକହନା ମଣ୍ଡଳୀରେ ଶ୍ରୀ ଅମରେଶ ରାଜ୍ ନିର୍ବାଚନ ମଣ୍ଡଳୀ ସଭାପତି ଭାବରେ ମନୋନୀତ ହୋଇଛନ୍ତି ବୋଲି ବିଜୁ ଛାତ୍ର ଜନତା ଦଳର ଉପସଭାପତି ଶ୍ରୀ ସନ୍ତୋଷ ବେଜ ଓ ଅମରେଶ ପତ୍ରି ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି ।

Share in top social networks!

ବିଜୁ ଯୁବ ଜନତା ଦଳ ରାଜ୍ୟ କମିଟି ସମ୍ପ୍ରସାରିତ ଓ ନୂତନ ଜିଲ୍ଲା ସଭାପତି ଘୋଷିତ

bjdyouthwingବିଜୁ ଯୁବ ଜନତା ଦଳକୁ ଅଧିକ କ୍ରିୟାଶୀଳ ଓ ସଙ୍ଗଠନକୁ ସୁଦୃଢ କରିବାକୁ ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜୁ ଯୁବ ଜନତା ଦଳ ରାଜ୍ୟ ସଭାପତି ତଥା ସରକାରୀ ଉପମୁଖ୍ୟ ସଚେତକ ଶ୍ରୀ ସଞ୍ଜୟ କୁମାର ଦାସବର୍ମା ଦଳର ରାଜ୍ୟ କମିଟିକୁ ସମ୍ପ୍ରସାରିତ କରିବା ସହ ଖାଲିଥିବା ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରିଛନ୍ତି ।

ରାଜ୍ୟ କମିଟି ଉପସଭାପତି ଭାବେ ଶ୍ରୀ ସତ୍ୟ ଜେନା,ସାଧାରଣ ସମ୍ପାଦକ ଶ୍ରୀ ଦେବେଶ ଆଚାର୍ଯ୍ୟ ,ଶ୍ରୀ ପ୍ରଣବ ବଳବନ୍ତ ରାୟ ,ଶ୍ରୀ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ,ଶ୍ରୀ ମାରୁତ କୁମାର ପାଳ,ଶ୍ରୀ ମାନଭଞ୍ଜନ ବେହେରା,ସମ୍ପାଦକଭାବେ ଶ୍ରୀ କୃଷ୍ଣ ଦାସ,ଶ୍ରୀ ଲକ୍ଷ୍ମଣ ଚୌଧୁରୀ,ଶ୍ରୀ ମୟୀ ମିଶ୍ର,ଜାନକୀ ଝା,ଶ୍ରୀ ସମୀର ପ୍ରଧାନ,ଶ୍ରୀ ବିଶ୍ଵ ରଞ୍ଜନ ଖଟାଇ,ଶ୍ରୀ କୁନ ବିହାରୀ ଦାସ,ଶ୍ରୀ ସୁଜିତ କୁମାର ସ୍ଵାଇଁ,ଶ୍ରୀ ମନୀନ୍ଦ୍ର ମହାନ୍ତି,ଶ୍ରୀ ଶିଶିର ପରିଜା,ଶ୍ରୀ ବଂଶୀ ଧାରା ମୁଦୁଲି,ଶ୍ରୀ ସଞ୍ଜିତ୍ ମହାନ୍ତି,ସଂଗଠନ ସମ୍ପାଦକ ଭାବେ ଶ୍ରୀ ଉତ୍ତମ କିଷାନ ,ଫୁଲମା ଭ୍ରାତା,ଲକ୍ଷ୍ମୀପ୍ରିୟା ସାଏ,ଶ୍ରୀ ସୁକାନ୍ତ ତ୍ରିପାଠୀ,ଶ୍ରୀ ବିଜୟ ପାଲଟା ସିଂ ମନୋନୀତ ହୋଇଛନ୍ତି । ଜିଲ୍ଲା ସଭାପତି ଭାବେ କଟକ-ଶ୍ରୀ ବିଜୟ କୁମାର ବେହେରା,କାର୍ଯ୍ୟକାରୀ ସଭାପତି ଶ୍ରୀ କୌଶିକ ଜେନା,ଦେଓଗଡ-ଶ୍ରୀ ରୋମାଞ୍ଚ ରଞ୍ଜନ ବିଶ୍ଵାଳ,ସମ୍ବଲପୁର-ଶ୍ରୀ ସୁବାଷ ଚନ୍ଦ୍ର ଜେନା,ବ୍ରହ୍ମପୁର ସିଟି-ଶ୍ରୀ ମୁକୁନ୍ଦ ଗୌଡ,ପୁରୀ-ଶ୍ରୀ ଜୟକୃଷ୍ଣ ଦାସ ମହାପାତ୍ର,କୋରାପୁଟ-ଶ୍ରୀ ଧର୍ମେନ୍ଦ୍ର ଅଧିକାରୀ,ମାଲକାନଗିରି-ଶ୍ରୀ ନିରୋଦ ରାୟ(ଅନୁପ) କାର୍ଯ୍ୟକାରୀ ସଭାପତି ହୃଦାନନ୍ଦ ରାୟ,ରାୟଗଡା-ଶ୍ରୀ ବିନାୟକ କର,ନୂଆପଡା-ଶ୍ରୀ ଭାନୁପ୍ରତାପ ସିଂ,କନ୍ଧମାଳ-ଶ୍ରୀ ପ୍ରଦୀପ କୁମାର ପ୍ରଧାନ,ନୟାଗଡ-ଶ୍ରୀ ରମେଶ ଚନ୍ଦ୍ର ସାହୁ,ଢେଙ୍କାନାଳ-କାର୍ଯ୍ୟକାରୀ ସଭାପତି ଭାବେ ଶ୍ରୀ ଗିରିଜା ପ୍ରସାଦ ମହାନ୍ତି ପ୍ରମୁଖଙ୍କୁ ମନୋନୀତ କରାଯାଇଛି ।

ଏଥି ସହିତ ରାଜ୍ୟ କମିଟିର ଉପ– ସଭାପତି ଶ୍ରୀ ରଞ୍ଜିତ ମହାପାତ୍ର,ଶ୍ରୀ ଅମର ନାୟକ,ସମ୍ପାଦକ ଶ୍ରୀ ରଶ୍ମୀ ରଞ୍ଜନ କାନୁନଗୋ ଙ୍କୁ ଅବ୍ୟାହତ ଦିଆଯାଇଛି ବୋଲି ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ତଥା ମୁଖପାତ୍ର ଶ୍ରୀ ବିଜୟ ନାୟକ ଏକ ପ୍ରେସ୍ ବିଜ୍ଞପ୍ତି ରେ ଜଣାଇଛନ୍ତି ।

Share in top social networks!

ବିଜୁ ଜନତା ଦଳ ତରଫରୁ କୃଷି ଓ କୃଷକ କମିଟି ଗଠିତ

maharathyନବୀନ ପଟ୍ଟନାୟକଙ୍କ ନେତୃତ୍ଵାଧୀନ ବିଜୁ ଜନତା ଦଳ ସରକାରଙ୍କ ତରଫରୁ କୃଷକ ମାନଙ୍କ ପାଇଁ ଇତି ମଧ୍ୟରେ ଗ୍ରହଣ କରାଯାଇଥିବା ବିଭିନ୍ନ କୃଷିହିତୈଷୀ କାର୍ଯ୍ୟକ୍ରମଗୁଡିକୁ କୃଷକ ମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରଦୀପ୍ତ ମହାରଥୀ,ମାନ୍ୟବର ବିଧାୟକଙ୍କ ଅଧ୍ୟକ୍ଷତାରେ ବିଜୁ ଜନତା ଦଳ ତରଫରୁ ଏକ କମିଟି ଗଠନ କରାଯାଇଛି ।

ଏହି କମିଟିରେ ଡଃ.ନୃସିଂହ ସାହୁ,ମାନ୍ୟବର ବିଧାୟକ ଶ୍ରୀ ଦେବୀରାଜ ମହାନ୍ତି,ମାନ୍ୟବର ବିଧାୟକ,ଶ୍ରୀ ଅତନୁ ସବ୍ୟସାଚୀ ନାୟକ,ମାନ୍ୟବର ବିଧାୟକ ଶ୍ରୀ ମନୋହର ରନ୍ଧାରି,ମାନ୍ୟବର ବିଧାୟକ ଶ୍ରୀ ପୁଷ୍ପେନ୍ଦ୍ର ସିଂଦେଓ,ମାନ୍ୟବର ବିଧାୟକ ଶ୍ରୀ ସୁଶାନ୍ତ ସିଂ,ମାନ୍ୟବର ବିଧାକ ଶ୍ରୀ ଭାଗିରଥି ସେଠୀ,ମାନ୍ୟବର ବିଧାୟକ ଶ୍ରୀ ବିଜୟ ନାୟକ ସଦସ୍ୟ ଭାବରେ ଯୋଗଦେଇଥିଲେ । ବିଜୁ ଜନତା ଦଳ ସରକାରଙ୍କ ଦ୍ଵାରା କୃଷିର ଉନ୍ନତି ଓ କୃଷକଙ୍କ କଲ୍ୟାଣ ନିମନ୍ତେ କରାଯାଇଥିବା ବହୁବିଧ କାର୍ଯ୍ୟକ୍ରମ ଗୁଡିକୁ ବହୁଳ ପ୍ରଚାର ତଥା ପ୍ରଚାର ଜରିଆରେ କୃଷକମାନଙ୍କ ନିକଟରେ ପହଞ୍ଚାଇବା,ଯୋଜନା ଉଦ୍ଦିଷ୍ଟ ସୁବିଧା ସୁଯୋଗଗୁଡିକୁ କୃଷକମାନେ କିଭଳି ଭାବରେ ଗ୍ରହଣ କରି ନିଜ କାର୍ଯ୍ୟରେ ଲଗାଇବେ ସେଥିପାଇଁ ଉପରୋକ୍ତ କମିଟି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ ।

ବ୍ଲକ ଓ ଗ୍ରାମ ପଞ୍ଚାଯତ ସ୍ତରରେ ଦଳୀୟ କର୍ମୀ ଏବଂ ନେତୃବର୍ଗ ଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରି ସ୍ଵତନ୍ତ୍ର କୃଷି ବଜେଟ୍,ନୂତନ କୃଷି ନୀତି ଏବଂ ଜଳ ସେଚନ ପାଇଁ ଗ୍ରହଣ କରାଯାଇଥିବା ବହୁବିଧ ଯୋଜନା ଗୁଡିକ ସମ୍ପର୍କରେ ସଭା ସମିତି କାର୍ମଶାଳା ଜରିଆରେ ସଚେତନ ସୃଷ୍ଟି କରିବେ । ସେହିଭଳି ମତ୍ସ୍ୟଚାଷ ଓ ପଶୁ ସମ୍ପଦ ବିକାଶ କ୍ଷେତ୍ରରେ ସ୍ଵତନ୍ତ୍ର ଭାବେ ପ୍ରଚଳନ କରାଯାଇଥିବା ମତ୍ସ୍ୟ ଚାଷୀମାନଙ୍କ ପାଇଁ ପ୍ୟାକେଜ୍,ଭ୍ରାମ୍ୟମାଣ ପଶୁ ସ୍ବାସ୍ଥ୍ୟସେବା ୟୁନିଟ୍ ଏବଂ ଗ୍ରାମପଞ୍ଚାୟତ ସ୍ତରରେ ଆୟୋଜନ କରାଯାଉଥିବା ପଶୁ ସେବା ଶିବିର ସମ୍ପର୍କରେ ସ୍ଵତନ୍ତ୍ର ଧ୍ୟାନଦେଇ ଏସବୁକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରୟାସ କରିବେ ।

ଏହି କମିଟି ଆସନ୍ତା ଦୁଇ ମାସ ମଧ୍ୟରେ ରାଜ୍ୟର ସବୁ ସ୍ଥାନରେ ଦଳୀୟ କର୍ମକର୍ତ୍ତା,କୃଷକ ମଣ୍ଡଳୀ ଓ ଅନ୍ୟାନ୍ୟ ଅନୁଷ୍ଠାନ ଗୁଡିକର କର୍ମକର୍ତ୍ତାମାନଙ୍କୁ ନେଇ ସଭାସମିତି ଆୟୋଜନ କରିବେ ଏବଂ ବିଜୁ ଜନତା ଦଳ ସରକାରଙ୍କର ସମସ୍ତ ଲୋକାଭିମୁଖୀ କୃଷି ତଥା କୃଷକ ହିତୈଷୀ କାର୍ଯ୍ୟକ୍ରମ ଗୁଡିକୁ କୃଷକ ମାନଙ୍କ ନିକଟରେ ପହଞ୍ଚାଇବେ ।

Share in top social networks!