ବିଜେଡି ସାଢେ଼ ଚାରିକୋଟି ଲୋକଙ୍କ ପାଖରେ ଉତ୍ତରଦାୟୀ: ବିଜେଡି

DSC_0899ମିଛ ପ୍ରତିଶ୍ରୁତି ଓ ଅଚ୍ଛେଦିନର ସ୍ୱପ୍ନ ଦେଖାଇ ବିଜେପି ୨୦୧୪ରେ କ୍ଷମତାକୁ ଆସିଥିଲା । ମାତ୍ର ୩ବର୍ଷ ମଧ୍ୟରେ ବିଜେପି ସମଗ୍ର ଭାରତବର୍ଷରେ ତା’ର ଲୋକପ୍ରିୟତା ହରାଇଛି । ଲୋକମାନଙ୍କର ସ୍ୱପ୍ନ ଭଙ୍ଗ ହୋଇଛି । ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି । ଭାଷଣ ପ୍ରିୟ ପ୍ରଧାନମନ୍ତ୍ରୀଙ୍କ ପ୍ରଚାର ସର୍ବସ୍ୱ ସରକାରଙ୍କ କାର୍ଯ୍ୟକ୍ରମକୁ ନେଇ ଲୋକମାନେ ଟାହିଟାପରା କରୁଛନ୍ତି । କେନ୍ଦ୍ରରେ ବିଜେପି ସରକାରର କାଉଣ୍ଟଡାଉନ୍‍ (ଅବଗଣନା) ଆରମ୍ଭ କରାଯାଇଛି । ଏଭଳି ସ୍ଥିତିରେ ବିଜେପି ଲୋକପ୍ରିୟ ନବୀନ ସରକାରଙ୍କୁ ପ୍ରଶ୍ନ କରିବା ଓ ଏହାକୁ ରାଜନୀତିକ ପୁଞ୍ଜି କରିବା ନିହାତି ହାସ୍ୟାସ୍ପଦ । ବିଜେଡି ଓଡ଼ିଶାର ସାଢେ଼ ଚାରିକୋଟି ଲୋକଙ୍କ ପାଖରେ ଉତ୍ତରଦାୟୀ ।

ଓଡ଼ିଶାର ଲୋକମାନଙ୍କର ଆଶା, ଅଭୀପ୍ସା ଓ ସ୍ୱପ୍ନ ପୂରଣରେ ବିଜେଡି ସରକାର ୨୦୦୦ ମସିହାରୁ କାର୍ଯ୍ୟ କରି ଆସିଛି । ଲୋକମାନେ ବିଜେଡି
ସରକାରକୁ ସମର୍ଥନ ଦେଇ ଆସିଛନ୍ତି । ବିଜେଡିର ଲୋକପ୍ରିୟତା ଓ ଗ୍ରହଣୀୟତା ବୃଦ୍ଧି ପାଇବାରେ ଲାଗିଛି । ନବୀନ ସରକାର କଥାରେ ନୁହେଁ,
କାମରେ ବିଶ୍ୱାସ କରେ । ଏହା ଓଡ଼ିଶାବାସୀ ଭଲଭାବେ ଜାଣିଛନ୍ତି । କେନ୍ଦ୍ର ସରକାର ମାତ୍ର ୩ବର୍ଷରେ ଲୋକପ୍ରିୟତା ହରାଇଥିବା ବେଳେ
୧୭ବର୍ଷ ଶାସନରେ ରହି ବିଜେଡି ସରକାର କାହିଁକି ଲୋକପ୍ରିୟତା ଶୀର୍ଷରେ ରହିଛି, ବିଜେପି ଆତ୍ମସମୀକ୍ଷା କରିବା ଦରକାର । ଏହା ନକରି
ବିଜେପି ପାହାଡ଼କୁ ଟେକା ଫିଙ୍ଗୁଛି, ଯେଉଁଥିରେ ବିଜେପି ହିଁ କ୍ଷତାକ୍ତ ହେବ । ବିଜେଡି ସରକାର ଲୋକମାନଙ୍କ ସହ ଅଛି ଓ ରହିବ । କୌଣସି
ଅପପ୍ରଚାରରେ ଓଡ଼ିଶାବାସୀ ଭଳିଯିବେ ନାହିଁ ବୋଲି ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି ।
ବିଜେଡି ସରକାର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଲୋକମାନଙ୍କର ଜୀବନ ଧାରଣର ମାନବୃଦ୍ଧି ଓ ଜୀବିକା ନିର୍ବାହରେ ଉନ୍ନତି ନିମନ୍ତେ ଅନେକ
କାର୍ଯ୍ୟ କରିଛନ୍ତି । ସହରାଞ୍ଚଳରେ ଭୂମିହୀନ ଗରିବମାନଙ୍କୁ ମୁ୍ୟନିସିପାଲିଟିରେ ୪୨୦ ବର୍ଗ ଫୁଟର ଜମି ଓ ଏନ୍‍ଏସିରେ ୬୦୦ ବର୍ଗଫୁଟର ଜମି
ମାଗଣାରେ ଯୋଗାଇବାକୁ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଏହାସହ ସହରାଞ୍ଚଳରେ ମୌଳିକ ସେବା ଯୋଗାଣ ଉପରେ ସରକାର ଗୁରୁତ୍ୱ
ଦେଇଛନ୍ତି । ବିଜେପି ଯେଉଁ ପ୍ରସଂଗ ଉପସ୍ଥାପନ କରିଛି, ତାହାର କୌଣସି ଭିତ୍ତି ନାହିଁ । ବିଜେପି ତୃଣମୂଳ ସ୍ତରକୁ ଯାଉ ଲୋକମାନଙ୍କୁ
ପଚାରିଲେ ସବୁ ବୁଝିପାରିବ । କୌଣସି ଅଞ୍ଚଳରେ ହିତାଧିକାରୀ ଚୟନରେ ଅନିୟମିତତା ହୋଇନାହିଁ । ଆଗକୁ ପୌର ନିର୍ବାଚନ ଥିବାରୁ,
ବିଜେପି ହତାଶ ହୋଇ ଅପ୍ରସଂଗକୁ ପ୍ରସଂଗ କରିବାକୁ ଚେଷ୍ଟା କରୁଛି । ବିଜେପିର ଏଇ ଚାଲାକି, ଛଳନା ଓ କୁମ୍ଭୀର କାନ୍ଦଣାର ଜବାବ ଆଗାମୀ
ନିର୍ବାଚନରେ ମିଳିବ ବୋଲି ଶ୍ରୀ ନାୟକ କହିଛନ୍ତି ।
ବିଜେଡି ସରକାର ଗୃହହୀନଙ୍କୁ ଗୃହ ଯୋଗାଣ, ପ୍ରତ୍ୟେକ ଅଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଓ ମୌଳିକ ନାଗରିକ ସେବା
ଯୋଗାଇବାକୁ ଅଗ୍ରାଧିକାର ଦେଇଛନ୍ତି । ଏଥିନିମନ୍ତେ ଏକାଧିକ କାର୍ଯ୍ୟକ୍ରମ ଓ ଯୋଜନା କରାଯାଇଛି । ସାମଗ୍ରିକ ଭାବରେ କାର୍ଯ୍ୟପନ୍ଥା ସହ
ସ୍ଥାନୀୟ ଆବଶ୍ୟକତା ଭିତ୍ତିରେ ଯୋଜନା କାର୍ଯ୍ୟକାରୀ କରାଯାଉଛି । କୌଣସି ଯୋଗ୍ୟ ହିତାଧିକାରୀ ଯେଭଳି ବାଦ ନପଡନ୍ତି, ସେଥିପାଇଁ ଦୃଷ୍ଟି
ଦେବାକୁ ମୁଖ୍ୟମନ୍ତ୍ରୀ କଡ଼ା ନିଦେ୍ର୍ଧଶ ଦେଇଛନ୍ତି । ବିଜେପିର ଅପପ୍ରଚାର ଓ ଭ୍ରାନ୍ତିର ପ୍ରସାରର କୌଣସି ପ୍ରଭାବ ନାହିଁ ବରଂ ଏହା ବିଜେପି ପାଇଁ
ବୁମେରାଂ ହେବ ବୋଲି ଶ୍ରୀ ନାୟକ କହିଛନ୍ତି ।
ବିଜେପିକୁ ଓଡ଼ିଶା ପ୍ରତ୍ୟାଖ୍ୟାନ କରିଛନ୍ତି । ୨୦୧୪ରେ ବିଜେପି ସାରା ଦେଶରେ ହାୱା ସୃଷ୍ଟି କରିଥିବା ବେଳେ ଓଡ଼ିଶାରେ ତା’ର କୌଣସି
ପ୍ରଭାବ ପଡିନଥିଲା । ଏବେ ସାରା ଦେଶରେ ବିଜେପି ତଡ଼ିବାକୁ ଲୋକମାନେ ମନସ୍ଥିର କରିସାରିଲେଣି । ବିମୁଦ୍ରାକରଣ, ଜିଏସ୍‍ଟି, ପେଟ୍ରୋଲ
ଜାତ ସାମଗ୍ରୀର ଅହେତୁକ ଦରବୃଦ୍ଧି ଆଦି ଅନେକ ପ୍ରସଂଗରେ ବିଜେପିର ଗରିବ ମାରଣ ନୀତି ସ୍ପଷ୍ଟ ହୋଇଛି । ବାସ୍ତବରେ ବିଜେପିର ଗଡ଼
ଉପୁଡୁଥିବା ବେଳେ ବିଜେଡିର ଶକ୍ତି, ସାମର୍ଥ୍ୟ ଓ ଗ୍ରହଣୀୟତା ବୃଦ୍ଧି ପାଇଛି । ବିଜେପିର ଅହଂକାର, ଆସ୍ଫାଳନ, ଛଳନା, ପ୍ରବଞ୍ଚନା ବିରୋଧରେ
ଜନମତରେ ଆକଳନ ନକରି ରାଜ୍ୟ ନେତାମାନେ ପବନରେ ଦୁର୍ଗ ନିର୍ମାଣ କରିବା ଓ ଗଣମାଧ୍ୟମ ସାମ୍ନାରେ ଗର୍ଜନ କରିବାର କୌଣସି ପ୍ରଭାବ
ନାହିଁ ଏବଂ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସରକାର ଦିନକୁ ଦିନ ଶକ୍ତ ଓ ଦୃଢ଼ ହେଉଥିବା ଶ୍ରୀ ନାୟକ ପ୍ରକାଶ କରିଛନ୍ତି ।

Share in top social networks!

ବିଭିନ୍ନ ଦଳର ଅନୁସୂଚିତ ଜାତି ବର୍ଗର ନେତା ଓ କର୍ମୀ ମିଶିଲେ ବିଜେଡିରେ

b (2)
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ କୋରାପୁଟ, ରାୟଗଡ଼ା, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ କଟକ ଜିଲ୍ଲାରୁ ପ୍ରାୟ ୯୨୦ ଜଣ ଅନୁସୂଚିତ ବର୍ଗର ଭାଇଭଉଣୀ ବିଜେପି, ବିଏସ୍‍ପି ଓ କଂଗ୍ରେସ ଦଳ ତ୍ୟାଗ କରି ବିଜେଡି ଦଳିତ ସେଲ୍‍ର ଆବାହକ ତଥା ଯୋଜନା ବୋର୍ଡର ଉପାଧ୍ୟକ୍ଷ ବିଷ୍ଣୁଚରଣ ଦାସଙ୍କ ନେତୃତ୍ୱରେ ଆଜି ବିଜୁ ଜନତା ଦଳରେ ଆନୁÂାନିକ ଭାବେ ସାମିଲ ହୋଇଛନ୍ତି ।

ନବୀନ ନିବାସ ଠାରେ ଆୟୋଜିତ ଏହି ଯୋଗଦାନ ଅବସରରେ ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦଳରେ ସାମିଲ ହୋଇଥିବା ସମସ୍ତ ଦଳିତବର୍ଗର ନେତୃତ୍ୱଙ୍କୁ ସ୍ୱାଗତ କରିବା ସହ କହିଥିଲେ ଯେ ବିଜେଡି ସରକାର ଗରିବ ଓ ସାଧାରଣ ଜନତାଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ସମର୍ପିତ ଭାବେ କାର୍ଯ୍ୟ କରୁଛି । ଯାହାକି ରାଜ୍ୟର ୪ କୋଟିରୁ ଊଦ୍ଧ୍ୱର୍ ଲୋକଙ୍କ ହୃଦୟକୁ ଛୁଇଁ ପାରିଛି ।

କୋରାପୁଟ ଜିଲ୍ଲାରୁ ପ୍ରକାଶ ବାଗ୍‍ ଓ ମନ୍ମଥ ଦାସଙ୍କ ନେତୃତ୍ୱରେ ବିଜେପି, କଂଗ୍ରେସ ଓ ବିଏସ୍‍ପିରୁ ୪୦୦ କର୍ମୀ,
ଭଦ୍ରକ ଜିଲ୍ଲାରୁ ଅଞ୍ଜନ ଦାସ ଓ ହାକିମ୍‍ ଦାସଙ୍କ ନେତୃତ୍ୱରେ କଂଗ୍ରେସ ଓ ବିଜେପିର ୧୫୦ କର୍ମୀ, ଜଗତସିଂହପୁର ଜିଲ୍ଲାରୁ
ରାଜୁ ମଲ୍ଲିକଙ୍କ ନେତୃତ୍ୱରେ କଂଗ୍ରେସର ୫୦ କର୍ମୀ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ କଟକ ଜିଲ୍ଲାରୁ ହେମନ୍ତ ସେଠୀ, କୁନି
ନାଏକ ଓ ରୀନା ନାଏକଙ୍କ ନେତୃତ୍ୱରେ ୩୨୦ଜଣ କର୍ମୀ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ ।
ଏହି ଯୋଗଦାନ ଅବସରରେ ସେଲ୍‍ର ଉପଦେଷ୍ଟା ତଥା ମନ୍ତ୍ରୀ ଶଶୀଭୂଷଣ ବେହେରା, ଉପ-ସଭାପତି ଆଦିକନ୍ଦ
ସେଠୀ, ପୂର୍ବତନ ବିଧାୟକ ସୁରେନ୍ଦ୍ର ପ୍ରସାଦ ପରମାରିକ, ଉପ-ସଭାପତି ଅଶୋକ ଚନ୍ଦ୍ର ମଲ୍ଲିକ, କୃଷ୍ଣଚନ୍ଦ୍ର ସେଠୀ,
ସାଧାରଣ ସଂପାଦକ ନିରଞ୍ଜନ ସେଠୀ, ଭୁବନେଶ୍ୱର ଜିଲ୍ଲା ସଭାପତି ନରେନ୍ଦ୍ର ସେଠୀ, ଢେଙ୍କାନାଳ ଜିଲ୍ଲା ସଭାପତି
କୈଳାସ ନାୟକଙ୍କ ସହ ଅନ୍ୟ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

Share in top social networks!

ଆସନ୍ତା ଅକ୍ଟୋବର ୨ ଗାନ୍ଧି ଜୟନ୍ତୀରୁ ଅକ୍ଟୋବର ୧୧ ଲୋକନାୟକ ଜୟନ୍ତୀ ପର୍ଯ୍ୟନ୍ତ ବିଜେଡିର ଜନସଂପର୍କ ପଦଯାତ୍ରା

DSC_0121ଆଜି ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟାଳୟ ଠାରେ ଜିଲ୍ଲା ପର୍ଯ୍ୟବେକ୍ଷକମାନଙ୍କ ସାଂଗଠନିକ ସମୀକ୍ଷା ବୈଠକ ଅନୁÂିତ ହୋଇଯାଇଛି । ଏହି ଅବସରରେ ସାଂଗଠନିକ କାର୍ଯ୍ୟକ୍ରମ ସଂପର୍କରେ ମତବିନିମୟ ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଅବଗତ କରାଯାଇଥିଲା । ଏଥିରେ
ନିର୍ଦ୍ଧାରିତ ସମୟରେ “ଆମ ଗାଁ ଆମ ବିକାଶ”, ଆମ ସହର ଆମ ଉନ୍ନତି” କାର୍ଯ୍ୟକ୍ରମ ପାଇଁ ସାଂଗଠନିକ ପ୍ରକ୍ରିୟାକୁ ଶେଷ କରିବା ନିମନ୍ତେ ଶ୍ରୀଯୁକ୍ତ ପଟ୍ଟନାୟକ କହିବା ସଂଗେ ସଂଗେ ପ୍ରତିବର୍ଷ ପରି ଚଳିତବର୍ଷ ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀ ଠାରୁ ଅକ୍ଟୋବର ୧୧ ତାରିଖ ଜୟପ୍ରକାଶ ଜୟନ୍ତୀ ଯାଏଁ ଗ୍ରାମାଞ୍ଚଳର ପ୍ରତ୍ୟେକ ଜୋନ୍‍ରେ ଓ ସହରାଞ୍ଚଳର ପ୍ରତ୍ୟେକ ୱାର୍ଡରେ କରାଯିବା ସଂପର୍କରେ ଏବଂ ଏହାକୁ ସଠିକ୍‍ ଭାବେ ରୂପାୟିତ କରିବା ପାଇଁ ଜିଲ୍ଲା ପର୍ଯ୍ୟବେକ୍ଷକ ଓ କ୍ଷେତ୍ରୀୟ ପର୍ଯ୍ୟବେକ୍ଷକମାନଙ୍କ ଭୂମିକା ସଂପର୍କରେ ନିଦେ୍ର୍ଧଶ ଦେଇଥିଲେ । ସ୍ଥାନୀୟ ଲୋକପ୍ରତିନିଧି, କାର୍ଯ୍ୟକର୍ତ୍ତାଙ୍କୁ ନେଇ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଶ୍ରୀଯୁକ୍ତ ପଟ୍ଟନାୟକ ଉଲ୍ଲେଖ କରିଥିଲେ । ଏଥିରେ ସମସ୍ତ ଜିଲ୍ଲାର ପର୍ଯ୍ୟବେକ୍ଷକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ସାଂଗଠନିକ କାର୍ଯ୍ୟର ଅଗ୍ରଗତି ସଂପର୍କରେ ରାଜ୍ୟ ଉପ-ସଭାପତି ତଥା ସଂଯୋଜକ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ରାଜ୍ୟ ସାଧାରଣ ସଂପାଦକ ତଥା ସଂଯୋଜକ ଶ୍ରୀ ଦେବାଶିଷ ସାମନ୍ତରାୟ ସୂଚନା ଦେଇଥିଲେ । ମନ୍ତ୍ରୀ ସର୍ବଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ଉଷା ଦେବୀ, ମହେଶ୍ୱର ମହାନ୍ତି, ପ୍ରଫୁଲ୍ଲ ମଲ୍ଲିକ, ପ୍ରଫୁଲ୍ଲ ସାମଲ, ବିକ୍ରମ କେଶରୀ ଆରୁଖ, ନିରଞ୍ଜନ ପୂଜାରୀ, ଶଶୀଭୂଷଣ ବେହେରା, ପ୍ରତାପ ଜେନା, ନୃସିଂହ ଚରଣ ସାହୁ, ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସଂଜୀବ ସାହୁ, ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ପ୍ରମିଳା ମଲିକ, ଦେବାଶିଷ ନାୟକ, ପ୍ରଣବ ପ୍ରକାଶ ଦାସ, ପୁଷ୍ପେନ୍ଦ୍ର ସିଂହଦେଓ, ସାଂସଦ ପ୍ରସନ୍ନ ଆଚର୍ଯ୍ୟ, ଜିଲ୍ଲା ପର୍ଯ୍ୟବେକ୍ଷକ ରବିନାରାୟଣ ପାଣି, ବିମ୍ବାଧର କୁଅଁର ପ୍ରମୁଖ ତାଙ୍କର ମତାମତ ଉପସ୍ଥାପନ କରିଥିଲେ ।

ଜନସଂପର୍କ ପଦଯାତ୍ରା ସଂପର୍କରେ ଦଳ ତରଫରୁ ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ନିଦେ୍ର୍ଧଶନାମା ପରେ ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତା/ଜିଲ୍ଲା ପର୍ଯ୍ୟବେକ୍ଷକ/ସଂଯୋଜକ/ ବିଧାୟକ,ବିଧାୟିକା/ ସାଂସଦ/ ବିଧାୟକ ପ୍ରାର୍ଥୀ/ଜିଲ୍ଲା ସଭାପତି/ଛାମୁଆ ସଂଗଠନମାନଙ୍କର ରାଜ୍ୟ ସଭାପତି/ ବ୍ଲକ ଓ ନଗର ସଭାପତି/ପର୍ଯ୍ୟବେକ୍ଷକଙ୍କୁ ଆଜି ଅପରାହ୍ଣରେ ଅବଗତ କରାଯାଇଛି ବୋଲି ରାଜ୍ୟ ଉପ-ସଭାପତି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।

Share in top social networks!

ସିବିଆଇ ତଦନ୍ତ ପ୍ରକ୍ରିୟାର ଗତି ଓ ପ୍ରକୃତି ବିଜେପିକୁ ରାଜନୈତିକ ଫାଇଦା ଦେବା ପାଇଁ ଉଦ୍ଧିଷ୍ଟ

ଭୁବନେଶ୍ୱର: ସିବିଆଇ ଚିଟ୍‍ଫଣ୍ଡ ତଦନ୍ତ ବ୍ୟାପାରରେ ଯେଉଁଭଳି ଭାବରେ ଗତି କରୁଛି, ତାହା ସାଧାରଣରେ ସନେ୍ଦହ
ସୃଷ୍ଟି କରୁଛି । ଚିଟ୍‍ଫଣ୍ଡ ଜମାକାରୀଙ୍କ ସ୍ୱାର୍ଥର ସୁରକ୍ଷା ତଥା ସେମାନେ କିଭଳି କଷ୍ଟ ଉପାର୍ଜିତ ଅର୍ଥ ଫେରିପାଇବେ ସେଥିପାଇଁ ସିବିଆଇର କୌଣସି
ନିଘା ନାହିଁ । ଗତ ୩ବର୍ଷ ଧରି ସିବିଆଇର ତଦନ୍ତର ଗତିକୁ ଦେଖିଲେ ଜଣାପଡୁଛି ଯେ ସିବିଆଇ ତଦନ୍ତ କରୁନାହିଁ ବରଂ ରାଜନୈତିକ ଅସ୍ତ୍ର ଭାବରେ
ବ୍ୟବହୃତ ହୋଇଛି । ସାଧାରଣ ଲୋକମାନେ ବର୍ତ୍ତମାନ ପ୍ରଶ୍ନ କରୁଛନ୍ତି, ଗତ ୩ବର୍ଷ ଧରି ସିବିଆଇ ଜମାକାରୀ ତାଙ୍କ ଅର୍ଥ କିଭଳି ଫେରିପାଇବେ
ସେଥିପାଇଁ କରିଛି କ’ଣ? ମୋଟାମୋଟି ଭାବରେ ସିବିଆଇର ତଦନ୍ତ ବାଟବଣା ହୋଇଛି । ଏହା କେବଳ ରାଜନୈତିକ ପ୍ରତିପକ୍ଷଙ୍କୁ ଅସୁବିଧାରେ
ପକାଇବା ପାଇଁ କେନ୍ଦ୍ର ସରକାର ବ୍ୟବହାର କରୁଛନ୍ତି । ଗତକାଲି ସିବିଆଇର ତଦନ୍ତକାରୀ ଦଳ ହାଇକୋର୍ଟର ମାନ୍ୟବର ବିଚାରପତିଙ୍କ ଘରେ
ପଶିବା ସିବିଆଇ ବାଟବଣାର ଅନ୍ୟ ଏକ ଉଦାହରଣ । ଏଭଳି ସ୍ଥିତି ସିବିଆଇଠାରୁ ଆଶା କରାଯାଇ ନପାରେ । ବରଂ ରାଜ୍ୟ ସରକାର ଜମାକାରୀଙ୍କ
ସ୍ୱାର୍ଥର ସୁରକ୍ଷା ତଥା ସେମାନେ କିଭଳି ତାଙ୍କ ଟଙ୍କା ଫେରିପାଇବେ ସେଥିପାଇଁ ଅନେକ କାର୍ଯ୍ୟ କରିଛନ୍ତି । ବାସ୍ତବରେ ଏହି ପ୍ରକ୍ରିୟାରେ ସିବିଆଇ
ବାଧକ ସାଜିଛି । ବର୍ତ୍ତମାନ ସିବିଆଇ ତଥା କେନ୍ଦ୍ର ସରକାର ବିରୋଧରେ ଜନଅସନ୍ତୋଷ ବଢ଼ିବାରେ ଲାଗିଛି । ଏହା ଭବିଷ୍ୟତରେ ବିସ୍ଫୋରକ ରୂପ
ନେଇପାରେ । ତୃଣମୂଳ ବାସ୍ତବତା ପ୍ରତି ଧ୍ୟାନ ନଦେଇ ସିବିଆଇ ଏବଂ ତାଙ୍କର ମାଷ୍ଟର ବିଜେପି ଯେଉଁଭଳି ଆଚରଣ କରୁଛନ୍ତି, ତାହା ଭବିଷ୍ୟତରେ
ସେମାନଙ୍କ ପାଇଁ ଘାତକ ପାଲଟିବ ବୋଲି ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି ।
ନବୀନ ପଟ୍ଟନାୟକ ଜମାକାରୀଙ୍କ ସହିତ ଥିଲେ ଏବେ ବି ଅଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି, ବିଜେପି କାହା ସହିତ ଅଛି? ସୁପ୍ରିମକୋର୍ଟ ସିବିଆଇକୁ
ଦାୟିତ୍ୱ ଦେଇଥିଲେ ଚିଟ୍‍ଫଣ୍ଡ ଅର୍ଥ ଦେଣନେଣ ଠାବ କରିବା ପାଇଁ, କିନ୍ତୁ ୪ବର୍ଷ ମଧ୍ୟରେ ଏଥିରେ କୌଣସି ଆଖିଦୃଶିଆ ଅଗ୍ରଗତି ହୋଇନାହିଁ । ଯଦି
ଉଚିତ୍‍ ପଦକ୍ଷେପ ସିବିଆଇ ଗ୍ରହଣ କରିଥାନ୍ତା, ତେବେ ଜମାକାରୀ ତାଙ୍କ ଅର୍ଥ ଆହୁରି ଶୀଘ୍ର ପାଇପାରିଥାନ୍ତେ । ସେଥିପାଇଁ ଓଡ଼ିଶା ସରକାର ସିବିଆଇ
ତଦନ୍ତ ପାଇଁ ଇଚ୍ଛା ପ୍ରକାଶ କରୁନଥିଲେ । ଲୋକମାନଙ୍କର ଅର୍ଥ ଲୁଟ୍‍ କରିଥିବା ବ୍ୟକ୍ତିମାନେ ଦଣ୍ଡ ପାଇବା ସହିତ ଠକାମୀର ଶିକାର ହୋଇଥିବା
ଲୋକମାନେ କିଭଳି ସେମାନଙ୍କ ଅର୍ଥ ଫେରିପାଇବେ ତାହାହିଁ ଥିଲା ରାଜ୍ୟ ସରକାରଙ୍କ ପ୍ରାଥମିକତା । କିନ୍ତୁ ୪ବର୍ଷ ମଧ୍ୟରେ ସିବିଆଇ ନା ଜଣେ
ଦୋଷୀକୁ ଦଣ୍ଡ ଦେଇପାରିଛି, ନା ଜଣେ ଜମାକାରୀକୁ ତା’ର ଅର୍ଥ ଫେରାଇବାରେ ବ୍ୟବସ୍ଥା କରିଛି । ସିବିଆଇ ତଦନ୍ତ ସଂପୂର୍ଣ୍ଣ ରୂପେ ରାଜନୈତିକ
ଉଦେ୍ଧଶ୍ୟ ପ୍ରଣୋଦିତ ଭାବେ ବ୍ୟବହୃତ ହେଉଛି, ଯାହା ସିବିଆଇର କାର୍ଯ୍ୟକ୍ରମ ଦେଖିଲେ ଜଳ ଜଳ ଦିଶୁଛି । ରାଜ୍ୟ ସରକାର କ୍ରାଇମ୍‍ବ୍ରାଞ୍ଚ ଦ୍ୱାରା ତଦନ୍ତ
ଜରିଆରେ ଦୋଷୀକୁ ଦଣ୍ଡଦେବା ସହିତ ଜମାକାରୀଙ୍କ ଅର୍ଥ ଶୀଘ୍ର ଫେରାଇ ପାରିଥାନ୍ତେ । ଏବେ ସିବିଆଇର ତଦନ୍ତ ପ୍ରକ୍ରିୟାରେ ଯେଉଁ ଅହେତୁକ ବିଳମ୍ବ
ଏବଂ ତଦନ୍ତ ପ୍ରକ୍ରିୟାର ଗତି ଓ ପ୍ରକୃତିକୁ ଅନୁଧ୍ୟାନ କଲେ ଜଣାପଡେ ଏହା କେବଳ ବିଜେପିକୁ ରାଜନୈତିକ ଫାଇଦା ଦେବା ପାଇଁ ଉଦ୍ଧିଷ୍ଟ ବୋଲି ସ୍ପଷ୍ଟ
ହୋଇଯାଇଛି ।
ବିଜେପିର ଅଭିଯୋଗ ଯେ ପ୍ରସନ୍ନ ଆଚାର୍ଯ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଥିବା ବେଳେ ଅନେକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଲୋକମାନଙ୍କୁ ସ୍ୱାସ୍ଥ୍ୟସେବା
ଯୋଗାଇଦେବା ଓ ସ୍ୱାସ୍ଥ୍ୟସେବାର ଉନ୍ନତିକରଣ ପାଇଁ ସରକାର ପିପିପି ମୋଡ୍‍ରେ ଏନ୍‍ଏଚଆର୍‍ଏମ୍‍ଙ୍କ ଗାଇଡ୍‍ ଲାଇନ୍‍ ଅନୁସାରେ ଏମ୍‍ଓୟୁ ସ୍ୱାକ୍ଷର
କରିଥିଲେ । ଯାହା କେନ୍ଦ୍ର ସରକାର ମଧ୍ୟ ସେହି ଗାଇଡ୍‍ ଲାଇନ୍‍ ଅନୁସାରେ ଏମ୍‍ଓୟୁ କରିଥାନ୍ତି । ଏହା କୌଣସି ନୂଆକଥା ନୁହେଁ । କେନ୍ଦ୍ର ସରକାରଙ୍କ
ଦ୍ୱାରା ପ୍ରବର୍ତ୍ତିତ ମାର୍ଗଦର୍ଶିକା ଅନୁସାରେ ସବୁ କାର୍ଯ୍ୟ ହୋଇଛି । ଯେଉଁ ସମୟରେ ଏ କାର୍ଯ୍ୟ ସଂପାଦନ ହୋଇଥିଲା, ସେତେବେଳେ ବିଜେପି
ବିଧାନସଭାରେ କିମ୍ବା ବିଧାନସଭା ବାହାରେ କୌଣସି କଥା ଉତ୍‍ଥାପନ କରିନଥିଲା । ଏବେ ଔଷଧ ବିକଳରେ ତାଟିଆ କାମୁଡ଼ିଲା ପରି ବିଜେପି ଏହାକୁ
ନେଇ ସାଧାରଣରେ ବିଭ୍ରାନ୍ତି ସୃଷ୍ଟି କରିବା ସହ ତିଳକୁ ତାଳ କରିବାକୁ ଉଦ୍ୟମ କରୁଛି । ବିଜେପି ନେତାମାନଙ୍କର ଉଚ୍ଚାରଣରୁ ଜଣାପଡୁଛି ଯେ ବିଜେପି
ସିବିଆଇକୁ ଅସ୍ତ୍ର ଭାବେ ବ୍ୟବହାର କରୁଛି । ଅମିତ ଶାହଙ୍କ ଧମକପୂର୍ଣ୍ଣ ମନ୍ତବ୍ୟ ପରେ ସିବିଆଇ ଅମିତ ଶାହଙ୍କ ଇଙ୍ଗିତରେ କାର୍ଯ୍ୟ କରୁଥିବା ସ୍ପଷ୍ଟ
ହୋଇଛି । ବିଜେପିର ଏଭଳି କ୍ଷମତା ଦଖଲ ନିଶାକୁ ଓଡ଼ିଶାବାସୀ କେବେ ବି ଗ୍ରହଣ କରିବେ ନାହିଁ । ବିଜୁ ଜନତା ଦଳ ଦୁର୍ନୀତିକୁ ପ୍ରଶୟ ଦିଏନାହିଁ,
ସ୍ୱଚ୍ଛତା ହିଁ ନବୀନ ପଟ୍ଟନାୟକ ସରକାରଙ୍କ ମୂଳ ନୀତି ବୋଲି ସମଗ୍ର ଭାରତରେ ମାନ୍ୟତା ପାଇଛି । ନବୀନ ପଟ୍ଟନାୟକଙ୍କ ସରକାରକୁ ଦୁର୍ନୀତିଗ୍ରସ୍ତ
ପ୍ରମାଣ କରିବା ପାଇଁ ବିଜେପି ଯେତେ ଉଦ୍ୟମ କଲେ ମଧ୍ୟ ତାହା କଦାପି ସଫଳ ହେବନାହିଁ । କାରଣ ଓଡ଼ିଶାର ଲୋକମାନେ ନବୀନ ପଟ୍ଟନାୟକଙ୍କୁ
ଭଲ ଭାବରେ ଚିହ୍ନନ୍ତି ଓ ଜାଣନ୍ତି । ସେଥିପାଇଁ ପ୍ରତ୍ୟେକ ନିର୍ବାଚନରେ ବିଜୁ ଜନତା ଦଳ ପୂର୍ବାପେକ୍ଷା ଆହୁରି ଲୋକପ୍ରିୟତା ଓ ଗ୍ରହଣୀୟତା ହାସଲ
କରିଛି । କ୍ଷମତା ଲୋଭରେ ଭାରତୀୟ ଜନତା ପାର୍ଟି ଯେଉଁ ନୀଚ୍ଚ ସ୍ତରକୁ ଖସିଆସି କାମ କରୁଛି ତାହା ରାଜ୍ୟବାସୀ କଦାପି ଗ୍ରହଣ କରିବେ ନାହିଁ ବୋଲି
ଶ୍ରୀ ନାୟକ କହିଛନ୍ତି ।

Share in top social networks!

୧୦ ଲକ୍ଷ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ୨୦ ହଜାର କୋଟି ଟଙ୍କା ସହ ନୁହେଁ, ଚିଟଫଣ୍ଡ ଲୁଟେରାଙ୍କ ସହ ଅଛି ବିଜେଡି : ବିଜେପି

 ପାପ କରିଛନ୍ତି ଅଥଚ ପ୍ରାୟଶ୍ଚିତ କରିବାକୁ ଡରୁଛନ୍ତି
 ପ୍ରଭାତ ବିଶ୍ୱାଳଙ୍କୁ ରାଜରାସ୍ତାରେ ବିଜେଡିର ସମର୍ଥନକୁ ନିନ୍ଦା
 ଚିଟଫଣ୍ଡ ଲୁଟେରାଙ୍କୁ ସାଥ ଦେଉଥିବା ବିଜେଡି ବିରୁଦ୍ଧରେ ଏକାଠି ହୋଇ ସ୍ୱର ଉତୋଳନ କରିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ
 ପ୍ରସନ୍ନ ଆଚାର୍ଯ୍ୟଙ୍କ ସ୍ୱାସ୍ଥ୍ୟମନ୍ତ୍ରୀତ୍ୱ କାଳରେ ଚିଟ୍ଫଣ୍ଡ କମ୍ପାନୀମାନଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅନୁକମ୍ପା ସମ୍ପର୍କରେ ସ୍ପଷ୍ଟିକରଣ ରଖିବାକୁ ଶ୍ରୀ ଆଚାର୍ଯ୍ୟଙ୍କୁ ବିଜେପିର ଆହ୍ୱାନ
 ୨୦୧୨ ରେ ବିଷାକ୍ତ େଓ÷ାଷଧଜନିତ ୧୨ ଜଣଙ୍କ ମୃତୁ୍ୟରେ ତଦନ୍ତ କରିଥିବା ନାୟୁଡୁ କମିଶନ ରିପୋର୍ଟ ଖୁଲାସା କରନ୍ତୁ ରାଜ୍ୟ ସରକାର
Photo_PC_PradeepPurohit_20

ରାମାୟଣ ଯୁଗରେ ପୁତ୍ର ଇନ୍ଦ୍ରଜିତର ମୃତୁ୍ୟରେ ବିଚଳିତ ହୋଇ ରାବଣର ଅଯଥା ଅହଂକାର ପାଇଁ ଯେଉଁ ଭଳି ପତନ ହୋଇଥିଲା, ସେହି ଭଳି ଚିଟ୍ ଫଣ୍ଡ ଦୁର୍ନୀତିରେ ଅଭିଯୁକ୍ତ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଗିରଫଦାରୀରେ ଅହଂକାରୀ ଶାସକ ବିଜେଡିର ପତନ ଘଟିବ । ଧନ, ଜୀବନ ଆଦିକୁ ସୁରକ୍ଷା ଯୋଗାଇ ଦେବା ପାଇଁ ରାଜ୍ୟବାସୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡିକୁ ଶାସନ କ୍ଷମତା ଦେଇଥିଲେ । ସିବିଆଇ ଦ୍ୱାରା ଗିରଫ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ସୁରକ୍ଷା ଦାବୀରେ ରାଜରାସ୍ତାକୁ ବିଜେଡି ବାହାରିବା ପରିପ୍ରେକ୍ଷୀରେ ରାଜ୍ୟର ଶାସକ ଦଳ ଚିଟ ଫଣ୍ଡ କ୍ଷତିଗ୍ରସ୍ତ ୧୦ ଲକ୍ଷ ଗରୀବ ଓଡିଆଙ୍କ ୨୦ ହଜାର କୋଟି ଟଙ୍କା ସହିତ ନା ଚିଟଫଣ୍ଡ ଲୁଟେରାଙ୍କ ସହିତ ଅଛି, ତାହା ସ୍ପଷ୍ଟ କରିବାକୁ ଏକ ସାମ୍ବାଦିକ ସମ୍ମିଳନରେ ବିଜେପି ବିଧାୟକ ପ୍ରଦୀପ ପୁରୋହିତ ପ୍ରଶ୍ନ କରିଛନ୍ତି ।
ପ୍ରଭାତ ବିଶ୍ୱାଳଙ୍କୁ ରାଜନୈତିକ ଓ ନୈତିକ ସମର୍ଥନ ଦେଇ ବିଜୁ ଜନତା ଦଳର ରାଜରାସ୍ତାରେ ବିକ୍ଷୋଭ ଆୟୋଜନକୁ ଦୃଢ ଶବ୍ଦରେ ନିନ୍ଦା କରିଛନ୍ତି ଶ୍ରୀ ପୁରୋହିତ । ଚିଟ ଫଣ୍ଡ ଲୁଟେରାଙ୍କୁ ସୁରକ୍ଷା ଦେବା ଓ ସେମାନଙ୍କ ଅର୍ଥରେ ପ୍ରଚୁର ମାତ୍ରାରେ ଲାଭବାନ ହୋଇଥିବା ଦଳୀୟ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ରାଜ ରାସ୍ତାରେ ସମର୍ଥନ କରି ବିଜେଡି ଚିଟଫଣ୍ଡ ଲୁଟର ଶୀକାର ହୋଇଥିବା ସାଧାରଣ ଗରୀବ ଓଡିଆ ମାନଙ୍କ ସ୍ୱାର୍ଥକୁ କୁଠାରାଘାତ କରିଛନ୍ତି । ନିରୀହ ଜମାକାରୀଙ୍କ ଅର୍ଥକୁ ଲୁଟ୍ କରି ପାପ କରିଥିବାବେଳେ ବର୍ତମାନ ପ୍ରାୟଶ୍ଚିତ କରିବାକୁ କାହିଁକି ଡରୁଛନ୍ତି ବୋଲି ଶ୍ରୀ ପୁରୋହିତ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି ।
ବିଜେଡି ନେତାମାନେ ପ୍ରଭାତ ବିଶ୍ୱାଳ ଚିଟ ଫଣ୍ଡ ଲୂଟରେ ଭାଗିଦାର ନାହାନ୍ତି ବୋଲି କହିବାକୁ ସତସାହାସ କରି ପାରୁ ନାହାନ୍ତି । ମାତ୍ର ରାଜରାସ୍ତାରେ ସମର୍ଥନ କରି ଚିଟଫଣ୍ଡ ଲୂଟର ଶୀକାର ଓଡିଆଙ୍କ ସମର୍ଥନରେ ନୁହେଁ ବରଂ ବିଜେଡି ଚିଟ ଫଣ୍ଡ ଲୁଟେରାଙ୍କ ସାଥିରେ ଅଛି ବୋଲି ପ୍ରମାଣିତ କରୁଛି ।
ଓଡିଶାର ଲକ୍ଷ ଲକ୍ଷ ଚିଟ ଫଣ୍ଡ କ୍ଷତିଗ୍ରସ୍ତମାନେ ବିଜେଡିର ଚିଟ ଫଣ୍ଡ ଲୁଟେରାଙ୍କ ସାଥ ଦେବା ବିରୁଦ୍ଧରେ ଏକାଠି ହୋଇ ସ୍ୱର ଉତୋଳନ କରିବାକୁ ଶ୍ରୀ ପୁରୋହିତ ଆହ୍ୱାନ ଜଣାଇଛନ୍ତି ।
(ପୃÂା: ୧/୨)

ଶ୍ରୀ ପୁରୋହିତ କହିଛନ୍ତି ଯେ, ମୂଳରୁ ଚୁଳ ପର୍ଯ୍ୟନ୍ତ ବିଜୁ ଜନତା ଦଳ ଚିଟ ଫଣ୍ଡ ଦୁର୍ନୀତିରେ ବୁଡି ରହିଛି । ଏହି ଦୁର୍ନୀତି ନବୀନ ନିବାସରୁ ତୃତୀୟ ମହଲା ପର୍ଯ୍ୟନ୍ତ ବ୍ୟାପିଛି । ଓଡିଶାର ସାଧାରଣ ଗରୀବ ଲୋକ ମାନଙ୍କୁ ନ୍ୟାୟ ଦେବା ପାଇଁ ଯେ କେହି ବି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଏହି ମହାଦୁର୍ନୀତିରେ ସାମିଲ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁÂାନ ହେବାର ଆବଶ୍ୟକତା ଅଛି । ଦୋଷୀଙ୍କୁ ସୁରକ୍ଷା ନ ଦେଇ ଗରୀବ ଜମାକାରୀଙ୍କୁ ନ୍ୟାୟ ଦେବା ପାଇଁ ନବୀନ ବାବୁ ଆଗେଇ ଆସନ୍ତୁ ବୋଲି ଶ୍ରୀ ପୁରୋହିତ ପରାମର୍ଶ କରିଛନ୍ତି ।
ବିଜେଡି ସାଂସଦ ତଥା ଚିଟ ଫଣ୍ଡ ମାମଲାରେ ଦଳକୁ ସୁରକ୍ଷା ଦେଉଥିବା ପ୍ରସନ୍ନ ଆଚାର୍ଯ୍ୟଙ୍କୁ କଟୁ ସମାଲୋଚନା କରିଛନ୍ତି ଶ୍ରୀ ପୁରୋହିତ । ଶ୍ରୀ ପୁରୋହିତ କହିଛନ୍ତି ଯେ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଥିବା ବେଳେ ବିଷାକ୍ତ େଓ÷ାଷଧ ସେବନ କାରଣରୁ ୧୨ ଜଣ ପ୍ରାଣ ହରାଇଥିଲେ । ଏହି ଘଟଣାର ତଦନ୍ତ ଦାୟୀତ୍ୱ ଜଷ୍ଟିସ ନାୟୁଡୁଙ୍କ ଦ୍ୱାରା କରାଯାଇଥିଲା । ନାୟୁଡୁ କମିଶନ ୨୦୧୫ ମସିହାରେ ରାଜ୍ୟ ସରକାରଙ୍କୁ ତାଙ୍କ ରିପୋର୍ଟ ପ୍ରଦାନ କରିଥିବା ସତ୍ୱେ ତାହାକୁ ଏ ପର୍ଯ୍ୟନ୍ତ ରାଜ୍ୟ ସରକାର ଚପାଇ ରଖିଛନ୍ତି । ନାୟୁଡୁ କମିଶନଙ୍କ ରିପୋର୍ଟ ଖୁଲାସା ହେଲେ ଶ୍ରୀ ଆଚାର୍ଯ୍ୟଙ୍କ ସମେତ ରାଜ୍ୟ ସରକାରଙ୍କ ପାଇଁଁ ଅସୁବିଧା ସୃଷ୍ଟି ହେବାର ଶଙ୍କା ଘାରିଛି ବୋଲି ଶ୍ରୀ ପୁରୋହିତ କହିଛନ୍ତି । କେଉଁ କେଉଁ ଚିଟ ଫଣ୍ଡ କମ୍ପାନୀ ସହ କଣ କଣ ବୁଝାମଣା ପତ୍ର ହୋଇ କାହାକୁ କେଉଁ କେଉଁ ସୁବିଧା ଦିଆ ଯାଇଛି ଓ ଏଥିରୁ ଶ୍ରୀଯୁକ୍ତ ଆଚାର୍ଯ୍ୟ ବ୍ୟକ୍ତିଗତ ଭାବରେ ଓ ଦଳ ତଥା ଦଳର ନେତା ମାନଙ୍କ ପାଇଁ କଣ କଣ ସୁବିଧା ନେଇଛନ୍ତି ତାହା ସ୍ପଷ୍ଟ କରିବାକୁ ଆହ୍ୱାନ ଜଣାଇବା ସହ ନାୟୁଡୁ କମିଶନଙ୍କ ରିପୋର୍ଟକୁ ଖୁଲାସା କରିବାକୁ ଶ୍ରୀ ପୁରୋହିତ ଦାବୀ କରିଛନ୍ତି ।
ଶ୍ରୀଯୁକ୍ତ ଆଚାର୍ଯ୍ୟ ତାଙ୍କର ସ୍ୱାସ୍ଥ୍ୟମନ୍ତ୍ରିତ୍ୱ କାଳରେ ତାଙ୍କର କଳା କାରନାମା ସମ୍ପର୍କରେ ସ୍ପଷ୍ଟୀକରଣ ନ ରଖିଲେ ତାଙ୍କ ଦଳ ତରଫରୁ ଗଣମାଧ୍ୟମରେ ସ୍ପଷ୍ଟ କରାଯାଇ ଶ୍ରୀ ଆଚାର୍ଯ୍ୟଙ୍କର ମୁଖା ଖୋଲି ଦିଆ ଯିବ ବୋଲି ଶ୍ରୀ ପୁରୋହିତ ଚେତାବନୀ ଦେଇଛନ୍ତି ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ ଦିଲୀପ ମଲ୍ଲିକ ଏବଂ ରାଜ୍ୟ ପ୍ରବକ୍ତା ଦିଲୀପ ମହାନ୍ତି ଉପସ୍ଥିତ ଥିଲେ ।

Share in top social networks!

ସିବିଆଇକୁ ଅସ୍ତ୍ର କରି ବିଜେପି ପ୍ରତିପକ୍ଷକୁ ଆକ୍ରମଣ କରିବା ମହଙ୍ଗା ପଡ଼ିବ

ଅମିତ ଶାହଙ୍କ ୧୨୦ ଆସ୍ଫାଳନ ଓ ବିଜେଡି ନେତାଙ୍କୁ ଜେଲ୍‍ରେ ପୂରାଇବାକୁ ଧମକ, ସ୍ପଷ୍ଟ
କରିଦେଉଛି ଯେ ସିବିଆଇ ତଦନ୍ତ ରାଜନୈତିକ ଅଭିସନ୍ଧି ଆଡକୁ ଗତି କରୁଛି
ବିଜେପିର ଏଭଳି ରାଜନୈତିକ ଚାଲ୍‍କୁ ରାଜନୈତିକ ସ୍ତରରେ ଜବାବ ଦିଆଯିବ
DSC_0148

ସିବିଆଇକୁ ଅତୀତରେ ସୁପ୍ରିମକୋର୍ଟ ପିଞ୍ଜରାବଦ୍ଧ ଶୁଆ ଭାବେ ଅବିହିତ କରିଥିଲେ । ପରବର୍ତ୍ତୀ ସମୟରେ କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ସୁପ୍ରିମକୋର୍ଟଙ୍କ ମନ୍ତବ୍ୟ ବାସ୍ତବତାରେ ପ୍ରତିଫଳିତ ହୋଇଛି । ସିବିଆଇର ଇତିହାସରେ ଏହି ସମୟ ସିବିଆଇର ବିଶ୍ୱସନୀୟତାର ସର୍ବନିମ୍ନ ସ୍ତରକୁ ଆସିଯାଇଛି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । କେନ୍ଦ୍ର ବିଜେପି ସରକାର କେବଳ ସିବିଆଇ ନୁହେଁ, ଇଡି, ଆୟକର ବିଭାଗ ଭଳି କେତେକ କେନ୍ଦ୍ରୀୟ ସଂସ୍ଥାକୁ ନିଜର ରାଜନୈତିକ ସ୍ୱାର୍ଥ ସାଧନ ଓ ପ୍ରତିପକ୍ଷଙ୍କୁ ହଇରାଣ ହରତକ କରିବା ପାଇଁ ବ୍ୟବହାର କରୁଛି । ଏହା ଭାରତ ବିଭିନ୍ନ ଭାଗରେ ପରିଲକ୍ଷିତ ହେଉଛି । ପଶ୍ଚିମବଙ୍ଗରୁ ଆରମ୍ଭ କରି ତାମିଲନାଡୁ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ନିନ୍ଦା କରାଯାଉଛି ।

ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ସିବିଆଇକୁ ଯେଭଳି ଭାବରେ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି ତାହା କେବଳ ସିବିଆଇ ଉପରେ ଥିବା ବିଶ୍ୱାସକୁ ତଳେ ପକାଇନାହିଁ, କେନ୍ଦ୍ର ବିଜେପି ସରକାରଙ୍କ ହୀନ ଅଭିସନ୍ଧିକୁ ପଦାରେ ପକାଇଛି । ସେହିଭଳି ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ଲୋକମାନଙ୍କ ଆସ୍ଥା, ବିଶ୍ୱାସ ଓ ଭରସା ବଢ଼ିଚାଲିଥିବା ବେଳେ ଏଥିରେ
ହତାଶ ହୋଇ ବିଜେପି ସିବିଆଇକୁ ଅସ୍ତ୍ର କରିବା ନିନ୍ଦନୀୟ ଏବଂ ଓଡ଼ିଶାରେ ବିଜେପି ପାଇଁ ଏହା ଘାତକ ସାଜିବ ବୋଲି ବିଜୁ
ଜନତା ଦଳ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳ ଉପ-ସଭାପତି ତଥା ମୁଖପାତ୍ର ପ୍ରସନ୍ନ
ଆଚାର୍ଯ୍ୟ, ପ୍ରତାପ କେଶରୀ ଦେବ, ମନ୍ତ୍ରୀ ମହେଶ୍ୱର ମହାନ୍ତି ଏବଂ ଶଶୀଭୂଷଣ ବେହେରା କହିଛନ୍ତି ।
ଉପ-ସଭାପତି ତଥା ମୁଖପାତ୍ର ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ ଯେ, ଚିଟ୍‍ଫଣ୍ଡ ମାମଲାରେ ସିବିଆଇର ତଦନ୍ତକୁ ପ୍ରଥମଦିନରୁ
ବିଜେଡି ପୂରା ସମର୍ଥନ ଓ ସହଯୋଗ କରିଆସିଛି ଏବଂ ଆଗକୁ ମଧ୍ୟ ବାଧକ ସାଜିବ ନାହିଁ । କିନ୍ତୁ ଗତକାଲିର ଘଟଣା, ବିଧାୟକ
ପ୍ରଭାତ ବିଶ୍ୱାଳଙ୍କୁ ସିବିଆଇ ଯେଭଳି ରାତିରେ ଉଠାଇ ଆଣିଲା ଯାହା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଚିଟ୍‍ଫଣ୍ଡ ମାମଲାରେ ରାଜ୍ୟ
କ୍ରାଇମ୍‍ବ୍ରାଞ୍ଚ ୧୩୨ଟି କେଶ୍‍ ବିଭିନ୍ନ ସଂସ୍ଥା ବା ଲୋକଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ କରୁଥିଲା । କିନ୍ତୁ ଘଟଣାକ୍ରମେ
ଯେତେବେଳେ ମାନ୍ୟବର ସୁପ୍ରିମକୋର୍ଟଙ୍କ ଆଦେଶ ଆସିଲା ଯେ ତଦନ୍ତରେ ରାଜ୍ୟର ଯେଉଁ ସଂସ୍ଥାଗୁଡିକ ସଂପୃକ୍ତି ଅଛି ସେଗୁଡିକ
ସିବିଆଇ ତଦନ୍ତ କରିବ ଏବଂ ପରବର୍ତ୍ତୀ ସମୟରେ ସିବିଆଇ ଯେଉଁ ତଥ୍ୟ ମାଗିଛି ରାଜ୍ୟକୁ ରାଜ୍ୟ ତାହା ଦେଇ ସମସ୍ତ ପ୍ରକାର
ସହଯୋଗ କରିଆସିଛି । ସବୁଠାରୁ ଆଶ୍ଚର୍ଯ୍ୟଘଟଣା ହେଲା ତଦନ୍ତ ଆରମ୍ଭ ହେବାର ୩ବର୍ଷରୁ ଊଦ୍ଧ୍ୱର୍ କାଳ ଅତିକ୍ରାନ୍ତ ହୋଇସାରିଲାଣି ।
ଆମର ପ୍ରଶ୍ନ ହେଲା, ସିବିଆଇ ୩ବର୍ଷ ଧରି ତଦନ୍ତ କରୁଛି, ତାହା ଆଜି ପର୍ଯ୍ୟନ୍ତ କାହିଁକି ଶେଷ ହେଲା ନାହିଁ? ମଝିରେ ମଝିରେ
ସିବିଆଇ ଶୋଇପଡୁଛି ଓ ଉଠିପଡୁଛି । ଏଥିରୁ ଅନୁମାନ କରାଯାଉଛି ଯେ ସିବିଆଇର ତଦନ୍ତ ପ୍ରକି୍ରୟା ପଛରେ ନିଶ୍ଚୟ ରାଜନୈତିକ
ଉଦେ୍ଧଶ୍ୟ ଥିବା ସ୍ପଷ୍ଟ ଜଣାପଡୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ୧୮ଟି କେଶ୍‍ର ତଦନ୍ତ ସିବିଆଇ ସାରିଥିବା ବେଳେ ଅର୍ଦ୍ଧାଧିକ କେଶ୍‍ ବାକି
ରହିଛି । କିନ୍ତୁ ନିର୍ଦ୍ଧିଷ୍ଟ ଭାବେ ପ୍ରଭାତ ବିଶ୍ୱାଳ ଓ ତାଙ୍କ ପନôୀଙ୍କୁ ବାରମ୍ବାର ସିବିଆଇ ଡକାଇ ଜେରା କରିସାରିଛି । ୧୫ରୁ ୧୭ଥର
ସିବିଆଇ ଜେରା କରିସାରିଛି ଏବଂ ସିବିଆଇ ଯାହା କାଗଜପତ୍ର ମାଗିଛି ତାହା ଶ୍ରୀ ବିଶ୍ୱାଳ ଏବଂ ତାଙ୍କ ପନôୀ ସିବିଆଇରେ ଦାଖଲ
କରିସାରିଛନ୍ତି । ତେବେ ଆଜି ପର୍ଯ୍ୟନ୍ତ ସେ କେଶ୍‍ କାହିଁକି ଝୁଲାଇ ରଖାଯାଇଛି, ତାହା ବୁଝାପଡୁନି । ସୁବିଧା ଦେଖି ତଦନ୍ତକୁ ଶିଥିଳ
କରିବା ଏବଂ ସୁବିଧା ଦେଖି ତଦନ୍ତକୁ ସକ୍ରିୟ କରିବା ସିବିଆଇର ଏଭଳି ଟାଳଟୁଳ ନୀତି ସଂପର୍କରେ ଆମେ କହିନୁ, ବିଜେପିର
ଈଓଔଟ ଔଇଘଇଞଇ ଊଇଖ
ଛrଗ୍ଦ. ଘକ୍ଟ. ୬ଜ-୩, ଟଦ୍ଭସଗ୍ଧ-ଠଓ, ଈଷଙ୍କଭବଦ୍ଭରଗ୍ଦଙ୍ଗବr (ଙୟସଗ୍ଦଷବ)
ଚଷ : ୦୬୭୪- ୨୩୯୩୪୬୪
୨୩୯୫୯୭୯
ନେତାମାନେ ମଧ୍ୟ ଏ ସଂପର୍କରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । କେନ୍ଦ୍ରମନ୍ତ୍ରୀ ମାନ୍ୟବର ଜୁଏଲ ଓରାମ ଓ ବିଜେପି ନେତା ବିଜୟ
ମହାପାତ୍ର ମଧ୍ୟ ସିବିଆଇର ତଦନ୍ତ ସଂପର୍କରେ ଖୋଲାଖୋଲି ମନ୍ତବ୍ୟ ଦେଇଛନ୍ତି । ଯାହା ଜଣାପଡୁଛି, ସିବିଆଇ ତଦନ୍ତର ଧାରା ନା
ସୁପ୍ରିମକୋର୍ଟ ନା ସିବିଆଇ, କାହା ଇଙ୍ଗିତରେ ନୁହେଁ ବରଂ ବିଜେପି ଇଙ୍ଗିତରେ ଚାଲିଥିବା ସ୍ପଷ୍ଟ ପ୍ରତୀୟମାନ ହେଉଛି ।
କିଛିଦିନ ତଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶା ଆସି ତାଙ୍କ ଅଭିଭାଷରେ କହିଥିଲେ ଯେ ବିଜେଡିର ନେତାଙ୍କୁ
ଗୋଟିଏ ପରେ ଗୋଟିଏ ଆମେ ଜେଲ୍‍ରେ ପୂରାଇବୁ । ତା’ର କିଛିଦିନ ପରେ ସିବିଆଇ ହଠାତ୍‍ ବିଧାୟକ ଶ୍ରୀ ବିଶ୍ୱାଳଙ୍କୁ ରାତି
ଗୋଟାଏରେ ଡାକି ଗିରଫ କରିଲା । ଅମିତ ଶାହଙ୍କ ଧମକପୂର୍ଣ୍ଣ ବକ୍ତବ୍ୟ ଓ ସିବିଆଇର ନିଦ୍ରାଭଙ୍ଗ କାର୍ଯ୍ୟାନୁÂାନ ମଧ୍ୟରେ ନିଶ୍ଚୟ
ଗୋଟିଏ ସାମଞ୍ଜସ୍ୟ ଅଛି । ଏଥିରୁ ପ୍ରମାଣିତ ହେଉଛି କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥାମାନକୁ ବିଜେପି ରାଜନୈତିକ ଫାଇଦା
ହାସଲ ପାଇଁ କିପରି ଅପବ୍ୟବହାର କରୁଛି । ଅମିତ ଶାହଙ୍କ ୧୨୦ ଉକ୍ତି ଓ ବିଜେଡିର ନେତାଙ୍କୁ ଜେଲ୍‍ ପଠାଇବା ଏହା ସ୍ପଷ୍ଟ
କରିଦେଉଛି ଯେ ତଦନ୍ତ ଯାଞ୍ଚ ଏବଂ ନ୍ୟାୟ ପୂର୍ବକ ନହୋଇ ଏକ ରାଜନୈତିକ ଅଭିସନ୍ଧି ଆଡକୁ ଗତି କରୁଛି । ଓଡ଼ିଶାର ସ୍ୱାର୍ଥ ପାଇଁ
ବିଜୁ ଜନତା ଦଳ ମାନ୍ୟବର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ମହାନଦୀ ଠାରୁ ଆରମ୍ଭ କରି ପେଟ୍ରୋଲ ଡିଜେଲ୍‍
ଦର ବିରୋଧରେ ଯେତେବେଳେ ସମଗ୍ର ଓଡ଼ିଶାବାସୀ ବିଜୁ ଜନତା ଦଳ ପତାକା ତଳେ ପ୍ରତିବାଦ କରୁଛନ୍ତି, ସେତେବେଳେ
ବିଜେପି ପ୍ରତିଶୋଧମୂଳକ ରାଜନୀତିର ପ୍ରକ୍ରିୟା ଆରମ୍ଭ କରିଦେଇଛି । ସିବିଆଇ ତଦନ୍ତ ଏବେ ରାଜନୈତିକ ତଦନ୍ତରେ ପରିଣତ
ହୋଇଛି । ଆମେ ରାଜନୈତିକ ଆକ୍ରମଣର ରାଜନୈତିକ ସ୍ତରରେ ମୁକାବିଲା କରିବୁ ଏବଂ ବିଜେପିର ଏଭଳି ରାଜନୈତିକ ଚାଲ୍‍କୁ
ରାଜରାସ୍ତାରେ ଜବାବ ଦେବୁ ବୋଲି ଦଳ ପକ୍ଷରୁ ସ୍ପଷ୍ଟ ସୂଚାଇ ଦିଆଯାଇଛି । କେନ୍ଦ୍ର ସରକାରଙ୍କ ଜନବିରୋଧୀ ପଦକ୍ଷେପକୁ ଯେଉଁ
ରାଜ୍ୟ ପ୍ରତିବାଦ କରୁଛି, ସେମାନଙ୍କୁ ଅବଦମିତ କରିବା ପାଇଁ ତାଙ୍କ ବିରୋଧରେ ସିବିଆଇ, ଇଡି ଭଳି କେନ୍ଦ୍ରୀୟ ସଂସ୍ଥାଗୁଡିକ
ବ୍ୟବହାର କରାଯାଉଛି । ତାହାର ଜ୍ୱଳନ୍ତ ଉଦାହରଣ ବିହାର, ପଶ୍ଚିମବଙ୍ଗ, ଦିଲ୍ଲୀରେ ଦେଖିବାକୁ ମିଳିଛି । ୧୯୭୫ ମସିହାରେ
ଯେତେବେଳେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଥିଲା ସେତେବେଳେ ସରକାରୀ କଳର ବହୁତ ଅପବ୍ୟବହାର ହୋଇଥିଲା ।
କିନ୍ତୁ ବର୍ତ୍ତମାନ ଯେପରି ଗଣତନ୍ତ୍ରକୁ ହତ୍ୟା କରାଯାଉଛି ତାହା ଜରୁରୀକାଳୀନ ପରିସ୍ଥିତି ଠାରୁ ଟପିଯାଇଛି ବୋଲି ଓଡ଼ିଶାବାସୀ
ଅନୁଭବ କରୁଛନ୍ତି । କେନ୍ଦ୍ରୀୟ ସଂସ୍ଥାକୁ ଅପବ୍ୟବହାର କରିବା ଘଟଣାରେ ଆମେ ନିନ୍ଦା କରୁଛୁ ଏବଂ ଜେଲ୍‍ ପଠାଇଦେବା ଧମକରେ
ଓଡ଼ିଶାବାସୀ କିମ୍ବା ବିଜୁ ଜନତା ଦଳ ଡରିବ ନାହିଁ । ଆମେ ରାଜନୈତିକ ସ୍ତରରେ ମୁକାବିଲା କରିବୁ ଏବଂ ଓଡ଼ିଶାର ସ୍ୱାର୍ଥରେ ସୁରକ୍ଷା
ପାଇଁ ଆମ ଲଢେ଼ଇ ଜାରି ରଖିବୁ । ବିଜୁ ଜନତା ଦଳ ବିରୋଧରେ ବିଜେପି ସିବିଆଇ କିମ୍ବା ଇଡିକୁ ଲଗାଉ, ଆମେ କିନ୍ତୁ ଅବଦମିତ
ହେବାର ପ୍ରଶ୍ନ ଉଠୁନାହିଁ । ରାଜନୈତିକ ସ୍ୱାର୍ଥ ପାଇଁ ବିଜେପି ଯେଉଁ କଳ, ବଳ ଓ ଛଳ ପ୍ରୟୋଗ କରି ବିଜୁ ଜନତା ଦଳକୁ ଗତିରୋଧ
କରିବା ପାଇଁ ଅପଚେଷ୍ଟା କରୁଛି ତାହା କଦାପି ସଫଳ ହେବ ନାହିଁ ଏବଂ ଓଡ଼ିଶାବାସୀ ଏଭଳି ଅନ୍ୟାୟ ଓ ଅନୀତି ବିରୋଧରେ
ଠିକଣା ସମୟରେ ଉଚିତ୍‍ ଜବାବ ଦେବେ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।

Share in top social networks!

ତୈଳ ଦର ବୃଦ୍ଧି ପ୍ରତିବାଦରେ ସକାଳ ୭ଟା ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ବିଜେଡିର ରାଜ୍ୟାବ୍ୟାପୀ ‘ହକ୍‍ ପାଇଁ ହରତାଲ୍‍’

DSC_0127
ତୈଳ ଦର ବୃଦ୍ଧି କରି କେନ୍ଦ୍ର ବିଜେପି ସରକାର ଓଡ଼ିଶା ତଥା ଦେଶର ଗରିବ ଜନସାଧାରଣଙ୍କୁ
ଲୁଟ୍‍ କରି ଘରୋଇ ତୈଳ କମ୍ପାନୀଗୁଡିକୁ ଲାଭ ଦେଉଛନ୍ତି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଅର୍ଦ୍ଧାଧିକ ହ୍ରାସ
ପାଇଥିବା ବେଳେ ଉପôାଦ ଶୁଳ୍କ ଅହେତୁକ ବୃଦ୍ଧି କରି କେନ୍ଦ୍ର ଏନ୍‍ଡିଏ ସରକାର ବାରମ୍ବାର ତୈଳ ଦର ବୃଦ୍ଧି କରିବା ଅତ୍ୟନ୍ତ
ଦୁର୍ଭାଗ୍ୟଜନକ ଏବଂ ଜନବିରୋଧୀ ପଦକ୍ଷେପ । ବାରମ୍ବାର ତୈଳ ଦର ବୃଦ୍ଧି ଯୋଗୁ ନିତ୍ୟ ବ୍ୟବହାର୍ଯ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀର
ଦରଦାମ ହୁ ହୁ ହୋଇ ବଢ଼ି ଚାଲିଛି । ସାଧାରଣ ଜନତା ଓ ଖାଉଟିମାନଙ୍କ ସ୍ୱାର୍ଥକୁ ଆଖିବୁଜି ଦେଇ କେନ୍ଦ୍ର ସରକାରଙ୍କ ଲଗାମ ଛଡ଼ା
ଦର ବୃଦ୍ଧିକୁ ବିରୋଧ କରି ଆସନ୍ତାକାଲି ସକାଳ ୭ଟା ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ‘ହକ୍‍ ପାଇଁ ହରତାଲ୍‍’ କରାଯିବ
ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳ ଉପ-ସଭାପତି ତଥା ମୁଖପାତ୍ର ପ୍ରସନ୍ନ ଆଚାର୍ଯ୍ୟ, ଉପ-ସଭାପତି ଉଷା
ଦେବୀ, ସାଧାରଣ ସଂପାଦକ ସଂଜୟ କୁମାର ଦାସବର୍ମା, ଉପ-ସଭାପତି ଉଷା ଦେବୀ ଏବଂ ବିଜୁ ମହିଳା ଜନତା ଦଳ ଉପ-
ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି ।
କଞ୍ଚାତେଲ ବିଶେଷତଃ ଆରବ ରାଷ୍ଟ୍ରରୁ ଆସିଥାଏ । ଆମେରିକାରେ ଝଡ଼ ହେବା ଯୋଗୁ କଞ୍ଚାତେଲ ଦର ବଢ଼ିଛି ଓ ଏହାଦ୍ୱାରା
ଭାରତରେ ତେଲ ଦର ବଢ଼ୁଛି ବୋଲି କେନ୍ଦ୍ରମନ୍ତ୍ରୀଙ୍କ ବିବୃତି ନିଶ୍ଚିତ ହାସ୍ୟାସ୍ପଦ ଏବଂ ଏହାକୁ ଭାରତବାସୀ କୌଣସିମତେ ଗ୍ରହଣ
କରୁନାହାନ୍ତି । ମହାରାଷ୍ଟ୍ରରେ ବିଜେପି ସରକାର ଥାଇ ତେଲ ଉପରେ ଭାଟ୍‍ ୩୨.୦୭% ନେଉଥିବାବେଳେ ୟୁପିରେ ୩୩%,
ଉତ୍ତରାଖଣ୍ଡରେ ୩୫.୯୮%, ରାଜସ୍ଥାନରେ ୩୨.୭୧%, ଝାଡ଼ଖଣ୍ଡରେ ୩୪.୭୪% ଭାଟ୍‍ ଆଦାୟ କରାଯାଉଛି । ସେହି ତୁଳନାରେ
ଓଡ଼ିଶା ସରକାର ତୈଳ ଉପରେ କମ୍‍ ଭାଟ୍‍ ନେଉଛି । ଏଭଳି ସ୍ଥିତିରେ କେନ୍ଦ୍ର ଓଡ଼ିଶାକୁ ତୈଳ ଉପରେ ଭାଟ୍‍ କମାଇବା ପାଇଁ
ଉପଦେଶ ଦେଉଛି, ଏହା ନିଶ୍ଚିତ ଦୁର୍ଭାଗ୍ୟଜନକ । ଅଶୋଧିତ ତୈଳ ଦଳ ଆନ୍ତର୍ଜାତିକ ବଜାରରେ ବଢ଼ିବା-କମିବା ଲାଗିବ ରହିବ ।
କିନ୍ତୁ ଆମ ଦେଶରେ ଉପôାଦ ଶୁଳ୍କ କାହିଁକି ବଢ଼ିବ, ତାହା ବୁଝାପଡୁନାହିଁ । କେନ୍ଦ୍ରରେ ଏନ୍‍ଡିଏ ସରକାର ଆସିବା ପରେ ଅର୍ଥାତ୍‍
୨୦୧୪ରୁ ଜାନୁଆରୀ ୨୦୧୬ରେ ପେଟ୍ରୋଲ ଉପରେ ୧୦୮% ଉପôାଦ ଶୁଳ୍କ ବଢ଼ିଛି, ଡିଜେଲ୍‍ ଉପରେ ୨୮୮.୦୯% ଉପôାଦ
ଶୁଳ୍କ ବଢ଼ିଛି । ଏହା କେଉଁ ପ୍ରକାର ଆଚ୍ଛେଦିନ, ତାହା ଜନସାଧାରଣ ବିଚାର କରିବେ ବୋଲି ବିଜୁ ଜନତା ଦଳ ଉପ-ସଭାପତି ତଥା
ମୁଖପାତ୍ର ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ ।
ରାଜ୍ୟ ରାଜଧାନୀ ଭୁବନେଶ୍ୱର ଠାରୁ ଆରମ୍ଭ କରି ସମସ୍ତ ଜିଲ୍ଳା/ସବ୍‍ଡିଭିଜନ୍‍/ବ୍ଲକ ସଦର ମହକୁମାରେ ସକାଳ ୭ଟା ଦିନ
୧୨ଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ‘ହକ୍‍ ପାଇଁ ହରତାଲ୍‍’ କରାଯିବ । ବିଭିନ୍ନ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ
ହରତାଳ କରାଯିବ । ଏଥିରେ ସମସ୍ତ ଅତ୍ୟାବଶ୍ୟକ ସେବା ଏଥିରୁ ବାଦ୍‍ ଦିଆଯାଇଛି । ଏହା ଗୋଟିଏ ଦିନ ପାଇଁ ନୁହେଁ, ବରଂ ଯେ
ପର୍ଯ୍ୟନ୍ତ କେନ୍ଦ୍ର ସରକାର ତୈଳ ଦର ବୃଦ୍ଧି ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଏହା ଚାଲୁ ରହିବ । କାରଣ ବିଜେପି ଯେଉଁ
ପ୍ରତ୍ୟେକ ଘରୁ ଲୁଟ୍‍ କରିବା ଆରମ୍ଭ କରିଛି ତାକୁ ଯଥାସାଧ୍ୟ ମୁକାବିଲା କରିବା ପାଇଁ ଓଡ଼ିଶାର ଯୁବ, ଛାତ୍ର, ବୁଦ୍ଧିଜୀବୀ, ଶ୍ରମିକ,
ବିଭିନ୍ନ ବ୍ୟବସାୟ ଅନୁÂାନ ଓ ଜନସାଧାରଣ ଏହାକୁ ସମର୍ଥନ କରିବାକୁ ସାଧାରଣ ସଂପାଦକ ସଂଜୟ କୁମାର ଦାସବର୍ମା
ନିବେଦନ କରିଛନ୍ତି ।

Share in top social networks!

ବିଜେପି-ବିଜେଡ଼ି ଖୋଲା ବିତର୍କ ପ୍ରସଙ୍ଗରେ ଓଡ଼ିଆ ଭାଷା ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଡ଼ରି ଗଳା ବାଟ ଖୋଜି ବିତର୍କରୁ ଖସି ଯିବାକୁ ପ୍ରୟାସ କରୁଛି ବିଜେଡ଼ି : ବିଜେପି

 ଓଡ଼ିଆରେ ବିତର୍କ ସର୍ତ ଶୁଣି ପ୍ରଧାନମନ୍ତ୍ରୀଙ୍କ ନାଁ କୁ ଭୟରେ ଉଠାଉଛି ବିଜେଡ଼ି
 ବିତର୍କ ସହ ସାଢେ ୪କୋଟି ଓଡ଼ିଆ ଲୋକଙ୍କର ସ୍ୱାର୍ଥ ଓ ସ୍ୱାଭିମାନ ଜଡ଼ିତ
 ଓଡ଼ିଆ ଭାଷାରେ ବିତର୍କ ଶୁଣିବା ଓଡ଼ିଆ ଲୋକମାନଙ୍କର ଅଧିକାର
 ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଆ ଓ କେନ୍ଦ୍ରସରକାରରେ କ୍ୟାବିନେଟ ପାହ୍ୟା ମନ୍ତ୍ରୀ । ତେଣୁ ପ୍ରୋଟକଲ୍ର ବିବାଦ ନାହିଁ
 ବିତର୍କ ପାଇଁ ଅତି ଶୀଘ୍ର ତାରିଖ, ସମୟ ଓ ସ୍ଥାନ ଘୋଷଣା କରିବାକୁ ଶାସକ ବିଜୁ ଜନତା ଦଳକୁ ଶ୍ରୀ ହରିଚନ୍ଦନଙ୍କ ଆହ୍ୱାନ

PIX_10-09-2017

ଖୋଲା ବିତର୍କ ମାମଲାରେ ବିଜୁ ଜନତା ଦଳ ଓଡ଼ିଆ ଭାଷା ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଡ଼ରି ଗଳା ବାଟ ଖୋଜି ବିତର୍କରୁ ଖସି ଯିବାକୁ ପ୍ରୟାସ କରୁଛି ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ ଗଣମାଧ୍ୟମକୁ କହିଛନ୍ତି । ଓଡ଼ିଆ ଭାଷା ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡ଼ି ଡରୁଛି କି ବୋଲି ଉତର ରଖିବା ପାଇଁ ବିଜେପି ତରଫରୁ ବିଜେଡ଼ିକୁ ଆହ୍ୱାନ ଦିଆଯାଇଛି ।
ଶ୍ରୀ ହରିଚନ୍ଦନ କହିଛନ୍ତି କିଛି ମାସ ତଳେ ତକ୍ରାଳୀନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ନବୀନ ପଟ୍ଟନାୟକ ଭାଷଣ ଦେବା ବେଳେ ପଛ ଆଡ଼ୁ କାଗଜ ବଢାଉଥିଲେ । ଏପରି ଘଟଣା ଓଡ଼ିଶାକୁ ଅପମାନିତ କରିଥିଲା ।
ବିତର୍କ ସହ ସାଢେ ୪କୋଟି ଓଡ଼ିଆ ଲୋକଙ୍କର ସ୍ୱାର୍ଥ ଓ ସ୍ୱାଭିମାନ ଜଡ଼ିତ । ବିତର୍କ ଓଡ଼ିଶାର ବିକାଶ ସମ୍ପର୍କିତ ବିଷୟକୁ ନେଇ ହେବ । ସାଢେ ୪କୋଟି ଓଡ଼ିଆ ଏହି ବିତର୍କକୁ ଶୁଣିବେ ଓ ସେମାନଙ୍କର ମତ ବନେଇବେ । ଓଡ଼ିଆ ଭାଷାରେ ବିତର୍କ ଶୁଣିବା ଓଡ଼ିଆ ଲୋକମାନଙ୍କର ଅଧିକାର ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ଯେହେତୁ ବିତର୍କ ଓଡ଼ିଆରେ ହେବା ପ୍ରଥମ ସର୍ତ ତେଣୁ ସେ ବିତର୍କରେ ପ୍ରଧାନମନ୍ତ୍ରୀ ଯୋଗ ଦେବାକୁ ବିଜେଡ଼ି ଆଳ କରୁଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ନବୀନ ହେଉଛନ୍ତି ବିଜେଡ଼ିର ସଭାପତି ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ । ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଆ ଓ କେନ୍ଦ୍ରସରକାରରେ କ୍ୟାବିନେଟ ପାହ୍ୟା ମନ୍ତ୍ରୀ । ତେଣୁ ପ୍ରୋଟକଲ୍ର ବିବାଦ ନାହିଁ । ତେଣୁ ଉଭୟେ ସମାସ୍କନ୍ଦ ଭାବେ ଗୋଟିଏ ମଂଚରେ ବିତର୍କ କରିପାରିବେ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ବିତର୍କ ପାଇଁ ଅତି ଶୀଘ୍ର ତାରିଖ, ସମୟ ଓ ସ୍ଥାନ ଘୋଷଣା କରିବାକୁ ଶାସକ ବିଜୁ ଜନତା ଦଳକୁ ଶ୍ରୀ ହରିଚନ୍ଦନ ଆହ୍ୱାନ ଦେଇଛନ୍ତି ।
ଏହି ଅବସରରେ ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଏବଂ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ଉପସ୍ଥିତ ଥିଲେ ।

Share in top social networks!

ବିଜେପିର ଗଡ଼ ଭାଙ୍ଗୁଛି; ପାଟଣାଗଡ଼ ଓ ଖୋର୍ଦ୍ଧାର ନେତା ଓ କର୍ମୀ ବିଜେଡିରେ ମିଶିଲେ

CSC_1156 ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼
ନିର୍ବାଚନ ମଣ୍ଡଳୀ ବେଲପଡ଼ା, ଖପ୍ରାଖୋଲ, ପାଟଣାଗଡ଼ ବ୍ଲକ, ପାଟଣାଗଡ଼ ଏନ୍‍ଏସିର ୩୦୦ରୁ ଊଦ୍ଧ୍ୱର୍ ବିଜେପି କାର୍ଯ୍ୟକର୍ତ୍ତା କର୍ମୀ ବିଜେପିର ଜନବିରୋଧୀ ଓ
ଦୁର୍ବଳ ନେତୃତ୍ୱକୁ ପ୍ରତ୍ୟାଖ୍ୟାନ କରି ସାଂସଦ ତଥା ଜିଲ୍ଲା ସଭାପତି କଳିକେଶ ନାରାୟଣ ସିଂହଦେଓଙ୍କ ନେତୃତ୍ୱରେ ଆଜି ବିଜୁ ଜନତା ଦଳରେ ସାମିଲ
ହୋଇଛନ୍ତି । ସାମିଲ ହୋଇଥିବା କର୍ମୀ ଓ ନେତାଙ୍କ ମଧ୍ୟରେ ଯୁବ ବିଜେପି ଜିଲ୍ଲା ଉପ-ସଭାପତି ଧ୍ରୁବରାଜ ଖର୍ସେଲ, ବେଲପଡ଼ା ପୂର୍ବତନ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ
ଅନୀତା ପାଣିଗ୍ରାହୀ, ବାଗଦର ସରପଞ୍ଚ ସୁରେଶ ମହାନନ୍ଦ, ପୂର୍ବତନ ସରପଞ୍ଚ ମଦନ ଛତ୍ରିଆ, ମଧ୍ୟପୁର ସମିତି ସଭ୍ୟ ନେହରୁ ଷଣ୍ଢ, ବେହେରାମୁଣ୍ଡା ପୂର୍ବତନ
ସରପଞ୍ଚ ତ୍ରିନାଥ ଧରୁଆ, ବାଲିଖମାର ସମିତି ସଭ୍ୟା ଶ୍ରୀମତୀ ପୂର୍ଣ୍ଣିମା ଭୁଏ, ବିଜେପି କୃଷକ ନେତା ଲକ୍ଷ୍ମଣ ବାଗ, ଖପ୍ରାଖୋଲ ବ୍ଲକର ସରପଞ୍ଚ ଖଗେଶ୍ୱର ପ୍ରଧାନ,
ତ୍ରିନାଥ ପ୍ରଧାନ, ଉତ୍ତର କୁମାର ଭୋଇ, ଶ୍ରୀମତୀ କୁନ୍ତଳା ମାଝୀ, ଶ୍ରୀମତୀ ଇନ୍ଦୁ ମାଝୀ, ସମିତି ସଭ୍ୟ ଲକ୍ଷ୍ୟ ପ୍ରଧାନ, କଳାକାହ୍ନୁ ବାରିକ, ମୋହନ ସୁନା, ଶ୍ରୀମତୀ
ଖୁଲଣା ଧଉରା, ଶ୍ରୀମତୀ ଜୟନ୍ତୀ ଭୋଇ, ସୁଭାମୟ ମିଶ୍ର, ପାଟଣାଗଡ଼ ଏନ୍‍ଏସି ପୂର୍ବତନ ନଗର ବିଜେପି ସଭାପତି ସନ୍ତୋଷ କୁମାର ମେହେର, କଂଗ୍ରେସର
ନୀଳକଣ୍ଠ ବାଘ, ୱାର୍ଡ ନଂ ୫ର ସଂଜୀବ ରାଓ, ପାଟଣାଗଡ଼ ବ୍ଲକର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ସାହୁ, ସରପଞ୍ଚ ମିତା ମେହେର, ସମିତି ସଭ୍ୟ ମଣି ନାଗ,
ଆଦିବାସୀ ସଂଘ ଉପ-ସଭାପତି ଧୁଲେଶ୍ୱର ଭୋଇ, ସମାଜସେବୀ ନାରାୟଣ ମିଶ୍ର ପ୍ରମୁଖ ଅନ୍ତର୍ଭୁକ୍ତ । ସୂଚନାଯୋଗ୍ୟ ଯେ ୧୯୯୫ ମସିହାରୁ ଲଗାତାର ଭାବେ
ବିଜେପି ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରୁ ଜିତିଆସୁଥିବା ବେଳେ ଆଜିର ବିଜେପି କର୍ମୀ ଓ ନେତାଙ୍କ ବିଜେଡିରେ ଯୋଗଦାନ ପାଟଣାଗଡ଼ ବିଜେପିକୁ ଶକ୍ତ ଧକ୍କା
ଲାଗିଛି । ଏହି ମିଶ୍ରଣ ସମୟରେ ସାଂସଦ କଳିକେଶ ନାରାୟଣ ସିଂହଦେଓ, ମହିଳା ସମବାୟ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ରଙ୍କ ସମେତ ବଲାଙ୍ଗୀର ଜିଲ୍ଲା ବିଜେଡି
ନେତୃମଣ୍ଡଳୀ ଉପସ୍ଥିତ ଥିଲେ ।
ସେହିପରି ବିଧାୟକ ରାଜେନ୍ଦ୍ର ସାହୁଙ୍କ ନେତୃତ୍ୱରେ ଖୋର୍ଦ୍ଧା ଜିଲ୍ଲାର ୧୦୦ରୁ ଊଦ୍ଧ୍ୱର୍ ବିଜେପି ଓ କଂଗ୍ରେସ କର୍ମୀ ଆଜି ବିଜେଡିରେ ଯୋଗଦାନ କରିଛନ୍ତି ।
ସେମାନଙ୍କ ମଧ୍ୟରେ କାଇପଦର ବିଜେପି ସମିତି ସଭ୍ୟ ବିଭୁପ୍ରସାଦ ବଳିଆରସିଂହ, ଖୋର୍ଦ୍ଧା ଜିଲ୍ଲା ଯୁବ କଂଗ୍ରେସର ଉପ-ସଭାପତି ରାଜକିଶୋର ପାତ୍ର,
ସୁନ୍ଦରପୁର ବିଜେପି ସରପଞ୍ଚ ବିଜୟ କୁମାର ପ୍ରଧାନ, ବିଜେପି ସରପଞ୍ଚ ଅଶୋକ ବଳବନ୍ତରାୟ, ପ୍ରସନ୍ନ କୁମାର ସାମନ୍ତରାୟ, ଗୋବିନ୍ଦ ଚନ୍ଦ୍ର ରାଉତରାୟ,
ବିଶ୍ୱଭୂଷଣ ସ୍ୱାଇଁ, ଅଶୋକ କୁମାର ବଳିଆରସିଂହ, ରଜନୀରାଣୀ ମହାରଣା, ନାଏବ ସରପଞ୍ଚ ଅନୁସୂୟା ପ୍ରଧାନ, ଛଣଗିରି ପୂର୍ବତନ ସରପଞ୍ଚ ଲକ୍ଷ୍ମୀଧର
ବେହେରା ପ୍ରମୁଖ ଅନ୍ତର୍ଭୁକ୍ତ ।
ନବୀନ ନିବାସ ଠାରେ ଆୟୋଜିତ ଏହି ଦୁଇଟି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦଳରେ ସାମିଲ
ହୋଇଥିବା ବିଜେପିର ସମସ୍ତ ନେତୃତ୍ୱଙ୍କୁ ସ୍ୱାଗତ କରିବା ସହ କହିଥିଲେ ଯେ ବିଜେଡି ସରକାର ଗରିବ ଓ ସାଧାରଣ ଜନତାଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ସମର୍ପିତ
ଭାବେ କାର୍ଯ୍ୟ କରୁଛି । ଆଜିର ଏହି ଯୋଗଦାନ ଫଳରେ ଦଳ ଆହୁରି ଶକ୍ତିଶାଳୀ ହେବା ସହ ଉଭୟ ଜିଲ୍ଲାରେ ଦଳକୁ ସୁଦୃଢ଼ କରିବା ଦିଗରେ ବିଜୁ ଜନତା
ଦଳରେ ନୂତନ କର୍ମୀମାନଙ୍କ ଯୋଗଦାନ ସହାୟକ ହେବ । ଏହି ମିଶ୍ରଣ ସମୟରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଦଳେଇ, ଜିଲ୍ଲା ପରିଷଦ ସଭ୍ୟ ରିସ୍ନା
ମାନ୍‍ଧାତା, ସ୍ୱଦେଶ ରାଉତରାୟ, ବରିÂ ନେତା ଗୋବିନ୍ଦ ଚନ୍ଦ୍ର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।
ବିଷମକଟକକୁ ସବ୍‍ଡିଭିଜନ୍‍ ସଦର ମହକୁମା ଘୋଷଣା କରିବା ଓ ସବ୍‍ଜଜ୍‍ କୋର୍ଟ ପ୍ରତିÂା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର
ବିଷମ କଟକକୁ ସବ୍‍ଡିଭିଜନ୍‍ ସଦର ମହକୁମା ଓ ସବ୍‍ଜଜ୍‍ କୋର୍ଟ ପ୍ରତିÂା ଦାବିରେ ବିଷମ କଟକ ବାର୍‍ ଆସୋସିଏସନ୍‍ର ଆଇନ୍‍ଜୀବୀମାନେ ଆଜି
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏହି ସମୟରେ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ, ରାୟଗଡ଼ା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା
ବ୍ରହ୍ମଗିରି ବିଧାୟକ ସଂଜୟ କୁମାର ଦାସବର୍ମା, ବିଷମକଟକ ବିଧାୟକ ଜଗନ୍ନାଥ ସାରକା, ରାଜ୍ୟ ସଂପାଦକ ସୁଧୀର ଦାସ, ଆଡଭୋକେଟ୍‍ ପୃଥ୍ୱୀରାଜ ସାହୁ,
ଆଇନ୍‍ଜୀବୀ ଏସ୍‍.ବାବୁରାଓ, ସନ୍ତୋଷ ପଣ୍ଡା, ଜି. ତିରୁମୂଳା, ପ୍ରଶାନ୍ତ ରଥ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!

ବିଜେପିର ସମାଲୋଚନା ହତାସାବୋଧର ପରିଚାୟକ: ବିଜେଡି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର କାର୍ଯ୍ୟଧାରା ସଂପର୍କରେ ଦଳର କର୍ମୀ ଓ ନେତୃମଣ୍ଡଳୀ ଭଲ ଭାବେ ଜାଣନ୍ତି । ତାଙ୍କର ନିÂା, ଆନ୍ତରିକତା ଓ ସୌହାର୍ଦ୍ଧପୂର୍ଣ୍ଣ ଆଚରଣ ପାଇଁ ସେ କେବଳ ବିଜୁ ଜନତା ଦଳର ନୁହେଁ ସମଗ୍ର ଓଡ଼ିଶାବାସୀଙ୍କର ସବୁଠୁ ଗ୍ରହଣଯୋଗ୍ୟ ନେତା ଭାବେ ଗୃହୀତ । ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିନାହାନ୍ତି ଏବଂ ତାଙ୍କ କାର୍ଯ୍ୟଧାରା ସଂପର୍କରେ କୌଣସି ଜ୍ଞାନ ନାହିଁ ସେମାନେ ଅବା‚ôତ ମନ୍ତବ୍ୟ ଦେବାରୁ କ୍ଷାନ୍ତ ରହିବାକୁ ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି ।

୨୦୦୦ ମସିହାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ବଢ଼ି ବଢ଼ି ଚାଲିଛି ଏବଂ ତାହା ବିଭିନ୍ନ ନିର୍ବାଚନ ମାଧ୍ୟମରେ ପ୍ରମାଣିତ ହୋଇଛି । ବିଜୁ ଜନତା ଦଳର କର୍ମୀ ଓ ନେତାଙ୍କ ସଂଖ୍ୟାରେ ମଧ୍ୟ ଅଭିବୃଦ୍ଧି ଘଟିଛି । ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଧାରା ପ୍ରତି ଆକର୍ଷିତ ହୋଇ ଅନ୍ୟ ଦଳରୁ ପ୍ରତିÂିତ ନେତାମାନେ
ଦଳକୁ ଆସିଛନ୍ତି । ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱ ପାଇଁ ଏହା ସମ୍ଭବ ହୋଇଛି । ଏଭଳି ପରିପ୍ରେକ୍ଷୀରେ ବିଜେପି ନବୀନ ପଟ୍ଟନାୟକଙ୍କ କ୍ରମବର୍ଦ୍ଧିଷ୍ଣୁ ଲୋକପ୍ରିୟତାରେ ହତୋତ୍ସାହିତ ହୋଇ ତାଙ୍କର କାର୍ଯ୍ୟଶୈଳୀକୁ ସମାଲୋଚନା କରିବା ହତାସାବୋଧର ପରିଚାୟକ ବୋଲି ଶ୍ରୀ ନାୟକ କହିଛନ୍ତି ।

Share in top social networks!