ଭୁବନେଶ୍ୱର-ପୋର୍ଟବ୍ଲେୟାର ବିମାନ ଉଡାଣ ଥାଇଲାଣ୍ଡର ଫୁକେଟ୍ ପର୍ଯ୍ୟନ୍ତ ସମ୍ପ୍ରସାରିତ ହେବ ବୌଦ୍ଧ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସରକାରଙ୍କ ପ୍ରୟାସ

raju-ashokpandaଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ପୋର୍ଟ-ବ୍ଲେୟାର ପର୍ଯ୍ୟନ୍ତ ଏୟାର ଇଣ୍ଡିଆର ଉଡାଣ ସେବାକୁ ଥାଇଲାଣ୍ଡର ଫୁକେଟ୍ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯିବ ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ପି. ଅଶୋକ ଗଜପତି ରାଜୁ ପ୍ରତିଶ୍ରୁତି ଦେଇଛନ୍ତିା ପ୍ରଥମ ପର୍ଯ୍ୟାୟରେ ଏହି ସମ୍ପ୍ରସାରଣ ଫୁକେଟ୍ ପର୍ଯ୍ୟନ୍ତ ହେବ ଓ ପରବର୍ତ୍ତୀ ପର୍ଯ୍ୟାୟରେ ଭୁବନେଶ୍ୱରରୁ ଅନ୍ୟାନ୍ୟ ଦକ୍ଷିଣ-ଏସିଆ ଦେଶଗୁଡିକୁ ସମ୍ପ୍ରସାରିତ କାର୍ଯ୍ୟକ୍ରମ ହାତକୁ ନିଆଯିବା
ଗତକାଲି ମନ୍ତ୍ରୀ ଶ୍ରୀ ଗଜପତି ରାଜୁ ବାତ୍ୟା ପ୍ରପୀଡିତ ବିଜୟନଗରମ୍ ଯାଉଥିବା ବେଳେ ଭୁବନେଶ୍ୱର ବିମାନ ବନ୍ଦରଠାରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ପର୍ଯ୍ୟଟନ ସଚିବ ଡଃ ଅରବିନ୍ଦ କୁମାର ପାଢୀ ତାଙ୍କୁ ସାକ୍ଷାତ କରି ଅଧିକରୁ ଅଧିକ ବୌଦ୍ଧ ପର୍ଯ୍ୟଟକ ଓ ବୌଦ୍ଧ ଗବେଷକଙ୍କୁ ଓଡ଼ିଶାକୁ ଆକୃଷ୍ଟ କରିବା ପାଇଁ ଦକ୍ଷିଣ-ଏସିଆ ଓ ଦକ୍ଷିଣ-ପୂର୍ବ ଏସିଆ ଦେଶଗୁଡିକ ମଧ୍ୟରେ ଭୁବନେଶ୍ୱରରୁ ବିମାନ ଚଳାଚଳ ସମ୍ପର୍କରେ ଆଲୋଚନା କରିଥିଲୋ

କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଜପତି ରାଜୁ ଆଲୋଚନା କାଳରେ କହିଥିଲେ ଯେ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ, ବୌଦ୍ଧ କିର୍ତ୍ତୀରାଜି, ଐତିହ୍ୟ ଓ ସଂସ୍କୃତି ଆଧାରିତ ସ୍ଥାନଗୁଡିକୁ ନେଇ ଓଡ଼ିଶା ପର୍ଯ୍ୟଟନର ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ଥାଇଲାଣ୍ଡ, ଜାପାନ, ମ୍ୟାଲେସିଆ, ଶ୍ରୀଲଙ୍କା ଆଦି ଦେଶଗୁଡିକର ବୌଦ୍ଧ ପର୍ଯ୍ୟଟକଙ୍କୁ ସୁବିଧା ମୂଲ୍ୟରେ (କଞ୍ଚw cଞ୍ଚଟଟ୍ଟ) ବିମାନ ସେବା ଯୋଗାଇ ଦେବାକୁ ଅନେକ ବିଦେଶୀ ବେସରକାରୀ ବିମାନ କମ୍ପାନୀ ମଧ୍ୟ ପ୍ରସ୍ତାବ ଦେଉଛନ୍ତି ବୋଲି ଶ୍ରୀ ରାଜୁ କହିଥିଲୋ ତେବେ ଭାରତ ଅଧିନସ୍ଥ କମ୍ପାନୀଗୁଡିକ ଦ୍ୱାରା ଆନ୍ତର୍ଜାତୀୟ ବିମାନ ସେବା ଅଗ୍ରାଧିକାର ପାଇଲେ ଉଭୟ କମ୍ପାନୀ ଓ ଦେଶର ହିତ ହେବ ବୋଲି ପ୍ରସ୍ତାବ ରଖି ଏ ସମ୍ପର୍କରେ ବିଷଦ ଆଲୋଚନା ପାଇଁ ସେ ମନ୍ତ୍ରୀ ପଣ୍ଡାଙ୍କୁ ଦିଲ୍ଲୀ ନିମନ୍ତ୍ରଣ କରିଥିଲୋ ପ୍ରଥମେ ଏୟାର-ଇଣ୍ଡିଆର ସେବା ଆରମ୍ଭ କରି ସେ ଫୁକେଟ୍ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବେ ବୋଲି ସୂଚନା ଦେଇଥିଲୋ

ଆଲୋଚନା କାଳରେ ଦିଲ୍ଲୀ-ବୋଧଗୟା-ବାରଣାସୀ ବିମାନ ରୁଟ୍କୁ ସିଧା ଭୁବନେଶ୍ୱରରୁ ଉଡାଣ ପାଇଁ ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କ ଅନୁରୋଧକୁ ପରବର୍ତ୍ତୀ ସମୟରେ ବିଚାର କରିବେ ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ରାଜୁ କହିଥିଲୋ ତେବେ ଉତ୍ତରାଖଣ୍ଡ, ଜାମ୍ମୁ ଓ ଅନ୍ୟାନ୍ୟ ରାଜ୍ୟ, ଏପରିକି ପଶ୍ଚିମବଙ୍ଗ ସରକାର ସେମାନଙ୍କ ରାଜ୍ୟରେ ପବନହଂସ ହେଲିକେପଫର ସେବା ପର୍ଯ୍ୟଟକଙ୍କୁ ଯୋଗାଇ ଦେବା ସମ୍ପର୍କରେ ଉଲ୍ଲେଖ କରି ଓଡ଼ିଶାରେ ଡେଷ୍ଟିନେସନ୍ ପଏଣ୍ଟ ଓ ପର୍ଯ୍ୟଟନ ସର୍କିଟ୍ରେ ଅନୁରୂପ ଭାବେ ହେଲିକେପଫର ସେବା ଆରମ୍ଭ କରିବା ପାଇଁ ସେ ପ୍ରସ୍ତାବ ରଖିଥିଲୋ କମ୍ ଖର୍ଚ୍ଚରେ କମ୍ ସମୟ ମଧ୍ୟରେ ଦେଶୀୟ ତଥା ଆନ୍ତର୍ଜାତିକ ପର୍ଯ୍ୟଟକଙ୍କୁ ସେବା ଯୋଗଇଦେବା ପାଇଁ ପବନହଂସ ଏକ ଉତ୍ତମ ବ୍ୟବସ୍ଥା ବୋଲି ସେ କହିଥିଲୋ

ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଏକ ଦ୍ୱିତୀୟ ସମାନ୍ତରାଳ ରନ୍େଓ୍ୱ ନିର୍ମାଣ, ବ୍ୟବସାୟିକ ସଫଳତା ଉେ”ଶ୍ୟରେ କାର୍ଗୋ-ହବ୍ ଇତ୍ୟାଦି ବିଷୟ ଆଲୋଚନାରେ ସ୍ଥାନ ପାଇଥିଲାା ଅନ୍ୟମାନଙ୍କ ମଧ୍ୟରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରର ନିେ”ର୍ଶକ ଶ୍ରୀ ଶରଦ କୁମାର ଉପସ୍ଥିତ ଥିଲୋ

Share in top social networks!

ଇକୋସେଭର ୟୁଥ୍ ନେଟୱାର୍କ ଭୁବନେଶ୍ଵର ୟୁନିଟ୍ ପକ୍ଷରୁ “ଗ୍ରୀନ୍ କଞ୍ଜ୍ୟୁମର ଡେ’ ପାଳନ

MAP-8
ପ୍ରତିବର୍ଷ ଲକ୍ଷ ଲକ୍ଷ ପରିମାଣରେ ବୃକ୍ଷ କଟା ହେଉଛି କିନ୍ତୁ ସେହି ଅନୁପାତରେ ବୃକ୍ଷରୋପଣ ହେଉନାହିଁ । ଦୈନନ୍ଦିନ ଜୀବନରେ ପଲଥିନ୍ ର ବହୁଳ ବ୍ୟବହାର ମୃତ୍ତିକାକୁ ନଷ୍ଟ କରିଦେଉଛି । କଳାକାରଖାନାରୁ ନିର୍ଗତ ବିଷାକ୍ତ ଧୂଆଁ ବାୟୁମଣ୍ଡଳକୁ ଦୂଷିତ କରିବା ସହିତ ବହୁ ରୋଗର ସୃଷ୍ଟି କରୁଛି । ଆମ ପରିବେଶକୁ ରକ୍ଷାକରିବା ସହିତ ସବୁଜ ପରିବେଶ ସୃଷ୍ଟି କରିବା ପାଇଁ ବୃକ୍ଷ ରୋପଣ ସହିତ ଜନସଚେତନତାର ଆବଶ୍ୟକତା ରହିଛି । ‘ଗ୍ରୀନ୍ କଞ୍ଜ୍ୟୁମର ଡେ’ ପାଳନ ଅବସରରେ ‘ଇକୋସେଭର ୟୁଥ୍ ନେଟୱାର୍କ’, ଭୁବନେଶ୍ଵର ୟୁନିଟ୍,ପିକକ୍ ଅନୁଷ୍ଠାନର ଏକ ଉଦ୍ୟମ ଓ ଇଂଷ୍ଟିଚ୍ୟୁଟ୍ ଅଫ ମେଡିଆ ଷ୍ଟଡିଜ୍ ଏବଂ ରୋଟେରୀ ହେରିଟେଜ୍,ଭୁବନେଶ୍ଵର ସହଯୋଗରେ ଏକ ସଚେତନତା କାର୍ଯ୍ୟକ୍ରମ ଆଇ.ଏମ୍.ଏସ୍ ପରିସରରେ ଅନୁଷ୍ଠିତ ହିଯାଇଛି । ପ୍ରତିବର୍ଷ ସେପ୍ଟେମ୍ବର ୨୮ କୁ ‘ଗ୍ରୀନ୍ କଞ୍ଜ୍ୟୁମର ଡେ ‘ ରୂପେ ପାଳନ କରାଯାଇଥାଏ । ଏହି ଦିନଟିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସବୁଜ ପରିବେଶ ବିଷୟରେ ଲୋକମାନଙ୍କୁ ସଚେତନ କରିବା ସହିତ ପରିବେଶ ଉପଯୋଗୀ ଦ୍ରବ୍ୟ ବ୍ୟବହାର କରିବା ଏବଂ ଏକ ସବୁଜ ଗ୍ରାହକ ଭାବେ ନିଜକୁ ଗଢି ତୋଳିବା ।
ବହୁ ଛାତ୍ରଛାତ୍ରୀ ଏବଂ ଇକୋସେଭର ୟୁଥ୍ ନେଟୱାର୍କ ଭୁବନେଶ୍ଵର ୟୁନିଟ୍ ର ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଦିବସଟିର ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରିଥିଲେ । ଏହି ନେଟୱାର୍କର ସଦସ୍ୟା ସୁଶ୍ରୀ ଶୈଳାନୀ ସୁମନ,ସବୁଜ ପରିବେଶ କିପରି ସୃଷ୍ଟି କରିବା, ସବୁଜ ଗ୍ରାହାକ ହେବା,କଳକାରଖାନା ର ବିଷାକ୍ତ ବାୟୁର କୁପ୍ରଭାବ ଇତ୍ୟାଦି ଉପରେ ଆଲୋଚନା କରିଥିଲେ । ଏହି ନେଟୱାର୍କର ଅନ୍ୟ ଏକ ସଦସ୍ୟ ସୃଜନ ଭାରଦ୍ଵାଜ ପତି କହିଥିଲେ ସବୁଜ ଗ୍ରାହାକ ହେବାର ମାଧ୍ୟମ ଏବଂ କିଭଳି ଭାବରେ ବର୍ଷା ଜଳ ସଂରକ୍ଷଣ କରି ଆମେ ବିଦ୍ୟୁତ ଉତ୍ପାଦନ କରିପାରିବା ବର୍ଜ୍ୟବସ୍ତୁ ର ପୁନଃପରିଚାଳନା ବିଷୟରେ ମଧ୍ୟ ସେ ଆଲୋଚନା କରିଥଲେ । ଅନ୍ୟମାନଙ୍କ ମଧ୍ୟରେ ସୁଶ୍ରୀ ସାଗରିକା ମହାନ୍ତି,ସୁଶାନ୍ତ କୁମାର ସାହୁ ଆଦି ଇକୋସେଭର ୟୁଥ୍ ନେଟୱାର୍କର ସଦସ୍ୟମାନେ ନିଜର ମତ ପ୍ରକାଶ କରିଥିଲେ । ଏହି ଦିବସରେ ଯୁବକ ମାନେ ଶପଥ ନେଇଥିଲେ ଯେ ପଲିଥିନ୍ ବ୍ୟବହାର ବନ୍ଦ କରିବା ସହିତ କିଚେନ ଗାର୍ଡେନ୍ ସୃଷ୍ଟି କରିବା,ବିଦ୍ୟୁତ୍ ଓ ଜଳର ସତ୍ ବ୍ୟବହାର କରିବା ଏବଂ ବହୁ ପରିମାଣରେ ବୃକ୍ଷରୋପଣ କରିବେ ।
ପିକକ୍ ର କାର୍ଯ୍ୟକାରୀ ନିର୍ଦ୍ଦେଶିକା ,ଅନୁରାଧା ମହାନ୍ତି ,ଆଇ.ଏମ୍.ଏସ୍ ର ନିର୍ଦ୍ଦେଶକ, ଶ୍ରୀଯୁକ୍ତ ଉପେନ୍ଦ୍ର ପାଢି,ଆଇ.ଏମ୍.ଏସ୍ ର ଜାତୀୟ ସେବା ସଂସ୍ଥା ର କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀଯୁକ୍ତ ରଘୁନାଥ ମଣ୍ଡଳ,ଶ୍ରୀମତୀ ଗାୟତ୍ରୀ,ଆଇ.ଏମ୍. ଏସ୍ ର ପାଠ୍ୟ ସଂଯୋଜିକା ଏବଂ ଜ୍ୟୋତିର୍ମୟୀ ମହାପାତ୍ର,ପିକକ୍ ର କାର୍ଯ୍ୟକ୍ରମ ସଂଯୋଜିକା ପ୍ରମୁଖ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଯୁବକଯୁବତୀ ମାନଙ୍କୁ ପରିବେଶ ସୁରକ୍ଷା କରିବା ଦିଗରେ ପ୍ରେରଣା ଦେଇଥିଲେ ।

Share in top social networks!

ବିମାନ ବନ୍ଦରରେ ଲାଲଚାନ୍ଦର ସୋରୁମ୍

lalchand-at-bbsrairportସ୍ଥାନୀୟ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଅଳଙ୍କାର ଅଳଙ୍କାର ବିକ୍ରେତା ଲାଳଚାନ୍ଦ ଜୁଏଲର୍ସ ର ନୂଆସୋରୁମ୍ ଖୋଲିଛି । ବିମାନ ବନ୍ଦର ନିର୍ଦ୍ଦେଶକ ସାରଦା କୁମାରଙ୍କର ଉପସ୍ଥିତିରେ ଆଜି ଏହି ସୋରୁମ୍ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅନଭିତା ହଂସ,ଚଳଚ୍ଚିତ୍ର ତାରକ ସବ୍ୟସାଚୀ,ଅର୍ଚ୍ଚିତା,ପ୍ରିୟା ପ୍ରମୁଖ ଉପସ୍ଥିତ ଥିଲେ । ଏହି ସୋରୁମ୍ ରେ ଉପଲବ୍ଧ ସୁନା,ରୂପା,ହୀରା ଅଳଙ୍କାର ସମେତ ତାରକସି ସାମଗ୍ରୀ ବିମାନ ବନ୍ଦରକୁ ଆସୁଥିବା ଦେଶ ବିଦେଶରେ ଗ୍ରାହକଙ୍କୁ ଆକର୍ଷିତ କରିବ ବୋଲି ଲାଲଚାନ୍ଦ ଜୁଏଲର୍ସ ମୁଖ୍ୟ ସଞ୍ଜୟ ହଂସ ପ୍ରକାଶ କରିଛନ୍ତି ।

Share in top social networks!

ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ଇମିଗ୍ରେସନ ଅଫିସ୍ ପାଇଁ ୧୩ ଟି ପଦବୀକୁ ମଞ୍ଜୁର

airportପ୍ରସ୍ତାବିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ଇମିଗ୍ରେସନ ଅଫିସ୍ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ rank ରେ ୧୩ ଟି ନୂତନ ପଦବୀକୁ ଅନୁମୋଦନ ପ୍ରଦାନ କରିଛନ୍ତି । ସେହି ପଦବୀ ଗୁଡିକ ହେଲା ପୋଲିସ ଇନ୍ସପେକ୍ଟର-୧,ପୋଲିସ ସବନିସପେକ୍ଟର ୬,କମ୍ପ୍ୟୁଟର ସଂପର୍କରେ ବୈଷୟିକ ଜ୍ଞାନ ଥିବା ପୋଲିସ ଇନ୍ସପେକ୍ଟର୧,କନେଷ୍ଟବଳ-୪ ଏବଂ ଡ୍ରାଇଭର-୧,ଏହି ନୂତନ ପଦବୀ ପୂରଣ ପାଇଁ ନିଯୁକ୍ତି ନିୟମ ଅନୁଯାୟୀ ଶୀଘ୍ର ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।ସୂଚନାଯୋଗ୍ୟ ଯେ ବିଜୁ ପଟ୍ଟନାୟକ ବିମାନବନ୍ଦର ଦେବା ପାଇଁ କେନ୍ଦ୍ରସରକାର ନୀତିଗତ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

Share in top social networks!

ଭୁବନେଶ୍ଵର ବିମାନବନ୍ଦରକୁ ଆସନ୍ତା ଜୁନ୍ ମାସ ଶେଷ ସୁଦ୍ଧା ଆନ୍ତର୍ଜାତୀୟ ବିମାନ ବନ୍ଦର ମାନ୍ୟତା ମିଳିବ

bbsrairportଭୁବନେଶ୍ଵର ବିମାନବନ୍ଦରକୁ ଆସନ୍ତା ଜୁନ୍ ମାସ ଶେଷ ସୁଦ୍ଧା ଆନ୍ତର୍ଜାତୀୟ ବିମାନ ବନ୍ଦର ମାନ୍ୟତା ମିଳିବ । ଏହାପରେ ଦିନରାତି ୨୪ ଘଣ୍ଟା ବିମାନ ବନ୍ଦର ଖୋଲାରହିବ । ଦିନରେ ଓ ବିଳମ୍ବିତ ରାତିରେ ମଧ୍ୟ ବିମାନ ଉଡାଣ ଓ ଅବତରଣ ହେବ । ଏବେ ଦୈନିକ ଭୁବନେଶ୍ଵର ବିମାନ ବନ୍ଦର ୧୫ ଘଣ୍ଟା ୩୦ ମିନିଟ ପର୍ଯ୍ୟନ୍ତ ଖୋଲାରହୁଥିବା ବେଳେ ଆଗାମୀ ଦିନରେ ୨୪ ଘଣ୍ଟା ଖୋଲା ରହିବ । ସେହିପରି ଭୁବନେଶ୍ଵର କୋଲକାତାର ନିକଟତମ ବିମାନ ବନ୍ଦର ହୋଇଥିବାରୁ ଏଠାରେ ୨୪ ଘଣ୍ଟିଆ ସେବା ଉପଲବ୍ଧ କରାଇବା ପାଇଁ ବହୁ ବିମାନ କମ୍ପାନୀ ଏୟାରପୋର୍ଟ ଅଥରୀଟି ଅଫ୍ ଇଣ୍ଡିଆ ନିକଟରେ ଅନୁରୋଧ କରିଛନ୍ତି ।

ଏନେଇ ନିକଟରେ କୋଲକାତାଠାରେ ହୋଇଥିବା ଏରୋଡ୍ରମ୍ କାରୋବୋରେଟିଭ୍ ଡିସିସନ୍ ମେକିଂ ମିଟିଂ ରେ ନିସ୍ପତି ନିଆଯାଇଛି ବୋଲି ଭୁବନେଶ୍ଵର ବିମାନ ବନ୍ଦର ନିର୍ଦ୍ଦେଶକ ଶରଦ କୁମାର କହିଛନ୍ତି । ଏବେ ପୁରୁଣା ଟର୍ମିନାଲ କାମ ଦ୍ରୁତ ଗତିରେ ଆଗେଇଚାଲିଥିବା ବେଳେ ଏହା ଜୁନ୍ ୩୦ ସୁଧା ଶେଷ ହେବ । ଏହାପରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏଠାରୁ ସିଙ୍ଗାପୁରକୁ ସିଲ୍କ ଏୟାର,ଦୁବାଇକୁ ଫ୍ଲାଇ ଦୁବାଇ,ବ୍ୟାଙ୍ଗକକ୍କ କୁ ଇଣ୍ଡିଗୋ ବିମାନ ସେବା ଆରମ୍ଭ ହୋଇପାରେ । ବ୍ୟାଙ୍ଗକକ୍ କୁ ୧୮୦ ସିଟ୍ ବିଶିଷ୍ଟ ବିମାନ ଉଡାଣ କରିବାକୁ ଥିବାବେଳେ ସିଙ୍ଗାପୁର ଓ ଦୁବାଇକୁ ୧୫୦ ସିଟ୍ ବିଶିଷ୍ଟ ବିମାନ ଉଡାଣ ଆରମ୍ଭ ହେବ । ଆମର ରାତି ୧୦ ଟା ପରେ ବିମାନ ସେବା ବନ୍ଦ ରହୁଥିବାବେଳେ ଅଧିକାଂଶ ଆନ୍ତର୍ଜାତୀୟ ବିମାନ ରାତି ୧୦ ଟା ପରେ ଉଡାଣ ଆରମ୍ଭ କରନ୍ତି । ତେଣୁ ଆନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ଆମକୁ ବିଳମ୍ବିତ ରାତିରେ ସେବା ଯୋଗାଇଦେବାକୁ ହେବ ବୋଲି ସେ କହିଛନ୍ତି । ସେହି ପରି କୋଲକାତାରେ ଅବତରଣ କରିବାକୁ ଥିବା ବିମାନଗୁଡିକୁ ଯଦି ଜରୁରୀକାଳିନ ଅବତରଣ କରିବାକୁ ପଡୁଛି ତେବେ ବିମାନ ଗୁଡିକୁ ଲକ୍ଷ୍ନୌ ଯିବାକୁ ପଡୁଛି । କାରଣ ପାଟଣା,ରାଞ୍ଚିରେ ରାତିରେ ଜରୁରୀକାଳୀନ ବିମାନ ଅବତରଣ ସେବା ଉପଲବ୍ଧ ହେଉନାହିଁ ।

ସେଥିପାଇଁ ଭୁବନେଶ୍ଵର ବିମାନବନ୍ଦରକୁ ଆନ୍ତର୍ଜାତୀୟ ସ୍ତରର କରିବାକୁ ସବୁ ସ୍ତରର ଉଦ୍ୟମ କରାଯାଉଛି ବୋଲି ବିମାନ ବନ୍ଦରର ନିର୍ଦ୍ଦେଶକ କହିଛନ୍ତି । ଅନ୍ୟ ପକ୍ଷରେ ଆନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ବହୁ କର୍ମଚାରୀଙ୍କ ନିଯୁକ୍ତି ଆବଶ୍ୟକ ଅଛି । ବର୍ତ୍ତମାନ ଯେତିକି ସିଆଇଏସ୍ଏଫ୍ ଅଛନ୍ତି ତାହାର ୩୦ ପ୍ରତିଶତ ଅଧିକ ଦରକାର । ଏବେ ୨୨୧ ଜଣ ସିଆଇଏସ୍ଏଫ୍ ଥିବାବେଳେ ଆଗକୁ ୩୦୦ ଜଣ ଆବଶ୍ୟକ,ଟର୍ମିନାଲ ମ୍ୟାନେଜମେଣ୍ଟ ପାଇଁ ଏବେ ୩ ଜଣ ଅଧିକାରୀ ଥିବାବେଳେ ଆମକୁ ୧୦ ଜଣ ଆବଶ୍ୟକ,ତିନିଟି କ୍ରାସ୍ ଫାୟାର ଟେଣ୍ଡର୍ସ ପାଇଁ ୪୬ ଜଣ ଆବଶ୍ୟକ ଥିବାବେଳେ ଏବେ ଅଛନ୍ତି ମାତ୍ର ୨୯ ଜଣ । ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆମ ରାଜ୍ୟକୁ ଯେତିକି ବିଦେଶୀ ପର୍ଯ୍ୟଟକ ଆମ ରାଜ୍ୟକୁ ଯେତିକି ବିଦେଶୀ ପର୍ଯ୍ୟଟକ ଆସୁଛନ୍ତି ତାହାର ୨୦ ଭାଗରୁ କମ୍ ବିମାନଯୋଗେ ଓଡିଶା ଆସୁଛନ୍ତି ।

ଏହାରକାରଣା ହେଲା ଆନ୍ତର୍ଜାତୀୟ ବିମାନ ନଆସିବା । ଗତବର୍ଷ ରାଜ୍ୟକୁ ପ୍ରାୟ ୬୫ ହଜାର ବିଦେଶୀ ପର୍ଯ୍ୟଟକ ଆସିଥିବାବେଳେ ସେଥିରୁ ମାତ୍ର ୩,୮୦୦ ଜଣ ବିମାନରେ ଆସିଥିଲେ । ଆନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେଲେ ପ୍ରାୟ ୨୫ ପ୍ରତିଶତ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବ ବୋଲି ଶରଦ କୁମାର କହିଛନ୍ତି ।

Share in top social networks!