ଯୌନକେଳେଙ୍କାରୀ ରିଷୀ ହତ୍ୟା କାଣ୍ଡ ଏବଂ ଭୂବନେଶ୍ୱର ମେୟର ସଂପୃକ୍ତ ମାମଲା; ପ୍ରତିବାଦରେ ଆସନ୍ତା ୨୧ ତାରିଖ ବୁଧବାର ୧୨ ଘଂଟିଆ ଭୂବନେଶ୍ୱର ହଡତାଲ୍ ଡାକରା

sameerବହୁଚର୍ଚ୍ଚିତ ଯୈାନ କେଳେଙ୍କାରୀ ଜନିତ ଇଂଜିନିୟର ଛାତ୍ର ଆଶୁତୋଷ (ରିଷି) ମହାନ୍ତି ହତ୍ୟା ଘଟଣାରେ ଭୁବନେଶ୍ୱର ମେୟର ଶ୍ରୀ ଅନନ୍ତ ନାରାୟଣ ଜେନାଙ୍କ ସଂପୃକ୍ତ ଅଭିଯୋଗ ପରେ ତାଙ୍କୁ ତୁରନ୍ତ ପଦରୁ ବହିଷ୍କାର ସହ ଗିରଫ ପାଇଁ ଭାରତୀୟ ଜନତା ପାର୍ଟି ଦାବୀ କରିଛି । ପ୍ରତିବାଦ ସ୍ୱରୁପ ଆସନ୍ତା ୨୧-୧୨-୨୦୧୬ (ବୁଧବାର) ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଂଟା ପାଇଁ ଭୂବନେଶ୍ୱର ହଡତାଲ୍ ଡାକରା ଦିଆଯାଇଅଛି । ଏହି ହଡତାଲ ସମୟରେ ସମସ୍ତ ଯାନବାହାନ, ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ବ୍ୟାଂକ, ବ୍ୟବସାୟୀ ପ୍ରତିÂାନ, କାର୍ଯ୍ୟାଳୟମାନ ବନ୍ଦ ରହିବ ବୋଲି ସୁଚନା ଦିଆଯାଇଛି । ଡାକ୍ତରଖାନା, ଔଷଧ ଦୋକାନ, ଆମ୍ବୁଲାନ୍ସ ଏବଂ ରେଳ ସେବା ଭଳି ଅତ୍ୟନ୍ତ ଜରୁରୀକାଳିନ ସେବାକୁ ଏହି ହଡତାଲରୁ ବାଦ୍ ଦିଆଯାଇଥିବାବେଳେ ଅନ୍ୟ ସମସ୍ତଙ୍କୁ ଏହି ବନ୍ଦ ଡାକରାରେ ସାମିଲ ହେବା ପାଇଁ ପାର୍ଟି ତରଫରୁ ନିବେଦନ କରାଯାଇଅଛି ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁÂିତ ଏକ ସାମ୍ବାଦିକ ସମ୍ମିଳନୀରେ ଭୂବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ହରେକୃଷ୍ନ ଖୁଂଟିଆ ସୁଚନା ଦେଇଛନ୍ତି ।
ଆଜି ରାଜ୍ୟର ସମସ୍ତ ପୈାରାଂଚଳରେ ଦିନ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଚକାଜାମ୍ ଆନେ୍ଦାଳନ ଡାକରା ସଂପୂର୍ଣ୍ଣ ଭାବେ ସଫଳ ହୋଇଛି । ପାର୍ଟିର କାର୍ଯ୍ୟକର୍ତାଙ୍କ ସହ ବହୁ ଜନ ସାଧାରଣ ଜନତା ଏହି ଆନେ୍ଦାଳନରେ ସାମିଲ ହୋଇଥିଲେ ବୋଲି ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି ଏହି ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି । ସ୍ୱତଃ ପ୍ରଭୁତ ଭାବେ ରାଜ୍ୟର ଜନ ସାଧାରଣ ଏହି ଅନେ୍ଦାଳନରେ ସାମିଲ ହୋଇଥିବାରୁ ଶ୍ରୀ ମହାନ୍ତି ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେହିପରି ଆସନ୍ତା ବୁଧବାର ଭୂବନେଶ୍ୱର ବନ୍ଦ ଡାକରାରେ ସାମିଲ ହୋଇ ସଫଳ କରିବାକୁ ସମସ୍ତ ବ୍ୟବସାୟୀ, ବ୍ୟବସାୟୀ ସଂଘ, ବସ ସଂଘ, ଟ୍ରକ ସଂଘ, ଅଟୋ ରିକ୍ସା ସଂଘକୁ ଶ୍ରୀ ମହାନ୍ତି ନିବେଦନ କରିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁÂିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଓ ଭୃଗୁ ବକ୍ସିପାତ୍ର, ରାଜ୍ୟ ପ୍ରବକ୍ତା ଦିଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅମୀୟ ଦାଶ, ଜଗନ୍ନାଥ ପ୍ରଧାନ, ରତିକାନ୍ତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!

ଦୈତ ନଗରୀ ପାଇପ ଯୋଗେ ରୋଷେଇ ଗ୍ୟାସ ସଂଯୋଗ ପାଇଁ ସହସ୍ରାଧିକ ମହିଳା ବିମାନ ବନ୍ଦରରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜଣାଇଲେ ଅଭିନନ୍ଦନ

dpjiଭୁବନେଶ୍ୱର ବିମାନ ବନ୍ଦରରେ କଟକ ଓ ଭୁବନେଶ୍ୱରର ସହସ୍ରାଧିକ ମହିଳା ଏକାଠି ହୋଇ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦୈତ ନଗରୀରେ ପାଇପ ଯୋଗେ ଏଲପିଜି ଯୋଗାଣ ବ୍ୟବସ୍ଥାକୁ କ୍ୟାବିନେଟ ମଂଜୁରୀ ପରେ ଶ୍ରୀ ପ୍ରଧାନଙ୍କ ଏହା ଥିଲା ପ୍ରଥମ ଓଡିଶା ଗସ୍ତ।

ବିଭିନ୍ନ ସାମାଜିକ ସଂଗଠନ ଓ ରେସିଡେଂଟ ଆସୋସିଏସନର ମହିଳା ମାନେ ମିଳିତ ହୋଇ କଟକ ଓ ଭୁବନେଶ୍ୱର ମହିଳା ମାନଙ୍କୁ ଶ୍ରୀ ପ୍ରଧାନ ଏହି ଐତିହାସିକ ସାହାଯ୍ୟ ପ୍ରଦାନ କରିଥିବାରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ମହିଳା ମାନେ ହାତରେ ଧନ୍ୟବାଦ ନରେନ୍ଦ୍ର ମୋଦି ଓ ଧନ୍ୟବାଦ ଧର୍ମେନ୍ଦ୍ର ପ୍ରଧାନ ପ୍ଲାକାର୍ଡ ପ୍ରଦର୍ଶିତ କରିବା ସହ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ରାଜ୍ୟର ମହିଳା ମାନଙ୍କ ସମେତ ସବୁ ବର୍ଗର ଉନ୍ନତି ହୋଇ ପାରିବ ବୋଲି କହିଥିଲେ।

ମହିଳା ମାନଙ୍କ ସମ୍ବର୍ଧନା ପରେ ସେମାନଙ୍କୁ ଧନ୍ୟବାଦ ଜଣାଇବା ସହ ଆଗାମୀ ଦୁଇ- ଅଢେଇ ବର୍ଷ ମଧ୍ୟରେ ରାଜଧାନୀର ଘରେ ଘରେ ପାଇପ ଯୋଗେ ଗ୍ୟାସ ପହଂଚାଇ ସେମାନଙ୍କ ଜୀବନକୁ ଆହୁରି ସୁନ୍ଦର କରିବା ପାଇଁ ସେ ପଦେ କ୍ଷପ ନେବେ ବୋଲି ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେଇଥିଲେ।

ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ଗତ ୨୨ ସେପ୍ଟେମ୍ବରରେ ଭୁବନେଶ୍ୱର ଓ କଟକରେ ପାଇପ ଯୋଗେ ରୋଷେଇ ଗ୍ୟାସ ଯୋଜନା କେନ୍ଦ୍ରୀୟ କ୍ୟାବିନେଟରେ ମଂଜୁର ହୋଇଥିଲା ଏହା ସହିତ ୧୯ ହଜାର କୋଟି ଟଙ୍କା ପୁଂଜି ବିନିଯୋଗରେ ଧାମରାରେ ଗ୍ୟାସ ଟର୍ମିନାଲ ପ୍ରତିଷ୍ଠା, ବୋକାରୋରୁ ବାହାରୁଥିବା ଗ୍ୟାସ ପାଇପଲାଇନ ରାଜ୍ୟର ଧାମରା ଦେଇ ପାରାଦୀପ ରେ ପହଂଚିବାକୁ ମଧ୍ୟ କ୍ୟାବିନେଟରେ ମଂଜୁରୀ ପ୍ରଦାନ କରାଯାଇଥିଲା। କେନ୍ଦ୍ରୀୟ କ୍ୟାବିନେଟର ଏହି ନିଷ୍ପତି ଦ୍ୱାରା ପୂର୍ବ ଭାରତର ପ୍ରମୁଖ ରାଜ୍ୟ ଭାବେ ଓଡିଶା ଏଥିରେ ସିଂହ ଭାଗ
ପାଇବ ଓ ଏଥିରୁ ଓଡିଶା ଲାଭବାନ ହେବ ବୋଲି ଆକଳନ କରାଯାଇଛି।

Share in top social networks!

ବିଜୁ ଛାତ୍ର ଜନତା ଦଳର ରାଜ୍ୟସ୍ତରୀୟ ସମାବେଶ ଜାନୁୟାରୀ ୨୦ରେ

bjcdବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆସନ୍ତା ଜାନୁୟାରୀ ୨୦ ତାରିଖ ମଙ୍ଗଳବାର ଦିନ ଭୁବନେଶ୍ୱର ୟୁନିଟ-୯ସ୍ଥିତ ରାଷ୍ଟ୍ରଭାଷା ପ୍ରଚାର ସଭା ପଡ଼ିଆରେ ଏକ ରାଜ୍ୟସ୍ତରୀୟ ବିଶାଳ ଛାତ୍ର ସମାବେଶ ଆୟୋଜିତ ହେବ । ରାଜ୍ୟ ଇତିହାସରେ ବିଜୁ ଛାତ୍ର ଜନତା ଦଳର ଏହି ସମାବେଶ ଡିଜିଟାଲ ସମାବେଶ ହେବାର ଗୌରବ ବହନ କରିବ । ସୋସିଆଲ ମିଡିଆର ବ୍ୟାପକ ପ୍ରସାର ଏବଂ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବୈଷୟିକ ଜ୍ଞାନକୌଶଳ ପ୍ରତି କ୍ରମଶଃ ବୃଦ୍ଧି ପାଉଥିବା ଆଗ୍ରହକୁ ଦୃଷ୍ଟିରେ ରଖି ଏହି ସମାବେଶ ସମ୍ପୂର୍ଣ୍ଣ ଡିଜିଟାଲ ପଦ୍ଧତିରେ ଆୟୋଜିତ ହେଉଛି । ସାରା ରାଜ୍ୟ ଏବଂ ଦେଶର ଛାତ୍ରଛାତ୍ରୀ ତଥା ଯୁବବର୍ଗ ଏହି ଅଭିନବ ଛାତ୍ର ସମାବେଶର ସିଧାପ୍ରସାରଣ ଙ୍ଗଙ୍ଗଙ୍ଗ.ଭହୟକ୍ଟୟସଗ୍ଦଷବ.କ୍ଟକ୍ସଶ.ସଦ୍ଭ ୱେବ୍ସାଇଟ୍କୁ କ୍ଲିକ୍ କରି ଅନ୍ ଲାଇନ ଜରିଆରେ ଦେଖିପାରିବେ । ଛାତ୍ରଛାତ୍ରୀମାନେ ନିଜର ସ୍ମାର୍ଟ ଫୋନ ଜରିଆରେ ମଧ୍ୟ ଏହି ସମାବେଶର ସିଧା ପ୍ରସାରଣ ଦେଖିପାରିବେ । ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ରାଜ୍ୟ ଏବଂ ରାଜ୍ୟ ବାହାରେ ରହୁଥିବା ଓଡିଶାର ଛାତ୍ରଛାତ୍ରୀ ତଥା ଯୁବଗୋଷ୍ଠୀଙ୍କ ନିକଟରେ ରାଜ୍ୟ ସରକାରଙ୍କର ବିଭିନ୍ନ ବିକାଶ ମୂଳକ ଯୋଜନା ପହଂଚାଇବା ନିମନ୍ତେ ବିଜୁ ଛାତ୍ର ଜନତା ଦଳ ଏହି ଅନନ୍ୟ ପ୍ରୟାସ ଆରମ୍ଭ କରିଛି ।
ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ସମାବେଶ ସଂଯୋଜନା କମିଟିର ସଂଯୋଜକ ତଥା ଛାତ୍ର ଜନତା ଦଳର ରାଜ୍ୟ ସଭାପତି ମାନ୍ୟବର ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଏହି ସୂଚନା ଦେଇଛନ୍ତି । କମିଟି ସଦସ୍ୟ ତଥା ପୋଲସରା ବିଧାୟକ ଶ୍ରୀଯୁକ୍ତ ଶ୍ରୀକାନ୍ତ ସାହୁ, ଧର୍ମଶାଳା ବିଧାୟକ ଶ୍ରୀଯୁକ୍ତ ପ୍ରଣବ କୁମାର ବଳବନ୍ତରାୟ, ଛାତ୍ର ଜନତା ଦଳ ରାଜ୍ୟ ଉପସଭାପତି ଅମରେଶ ପତ୍ରି, ସନ୍ତୋଷ ବେଜ୍, ସଂପାଦକ ମାନସ ରଞ୍ଜନ ମଲ୍ଲି.କ, ରାଜେଶ ଦାସ, ମନୋଜ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ସମାବେଶର ମଂଚ ସଂପୂର୍ଣ୍ଣ ଏଲ୍ଇଡି ଡିସପ୍ଲେ ହେବା ସହିତ ସମାବେଶର ସିଧାପ୍ରସାରଣ ସଭାସ୍ଥଳରେ ଉପସ୍ଥିତ ଛାତ୍ରଛତ୍ରୀ ଏବଂ ସାଧାରଣ ଜନତା ସ୍କ୍ରିନ୍ ଜରିଆରେ ଦେଖିପାରିବେ । ଏହା ସହିତ ଏହି ଡିଜିଟାଲ୍ ମଂଚ ମାଧ୍ୟମରେ ଓଡିଶାର ବରପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ବିଭିନ୍ନ ସମୟରେ ଜନସାଧାରଣଙ୍କୁ ସମ୍ବୋଧନ କରିଥିବା ବକ୍ତବ୍ୟର ପ୍ରସାରଣ ଦେଖିପାରିବେ । ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଗୁଡିକ ମଧ୍ୟ ଏଠାରେ ପ୍ରସାରିତ ହେବବୋଲି ସମାବେଶର ସଂଯୋଜକ ସୂଚନା ଦେଇଥିଲେ ।
ଏହି ସମାବେଶରେ ରାଜ୍ୟର ସମସ୍ତ ସାଂଗଠନିକ ଜିଲ୍ଲାରୁ ପ୍ରାୟ ୨୦,୦୦୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଯୋଗଦେବେ । ବିଗତ ଛାତ୍ର ସଂସଦ ନିର୍ବାଚନରେ ୯୫ ପ୍ରତିଶତରୁ ଅଧିକ ମହାବିଦ୍ୟାଳୟରେ ବିଜୁ ଛାତ୍ର ଜନତାର ସମର୍ଥିତ ପ୍ରାର୍ଥୀମାନେ ବିଜୟ ଲାଭ କରିଥିଲେ । ଏହି ସାମଗ୍ରିକ ସଫଳତାକୁ ପାଥେୟ କରି ସାଂଗଠନିକ ସ୍ତରରେ ଛାତ୍ରଶକ୍ତିକୁ ଆହୁରି ମଜବୁତ କରିବା ଉଦେ୍ଧଶ୍ୟରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆସନ୍ତା ଜାନୁୟାରୀ ୨୦ ତାରିଖ ମଙ୍ଗଳବାର ଭୁବନେଶ୍ୱର ୟୁନିଟ-୯ସ୍ଥିତ ରାଷ୍ଟ୍ରଭାଷା ପ୍ରଚାର ସଭା ପଡ଼ିଆରେ ଏକ ରାଜ୍ୟସ୍ତରୀୟ ବିଶାଳ ଛାତ୍ର ସମାବେଶ ଆୟୋଜିତ ହେବ । ଏହି ବିଶାଳ ସମାବେଶକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଉଦ୍ଘାଟନ କରିବା ସହ ସମାବେଶରେ ସାମିଲ ଛାତ୍ର ପ୍ରତିନିଧିମାନଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ବିଜେଡିର ବରିଷ୍ଠ ନେତୃମଣ୍ଡଳୀ, ମନ୍ତ୍ରୀଗଣ, ସମସ୍ତ ସାଂସଦ ଓ ବିଧାୟକମାନେ ଉପସ୍ଥିତ ରହି ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଓ ଦଳର କାର୍ଯ୍ୟପନ୍ଥା ସଂପର୍କରେ ବକ୍ତବ୍ୟ ରଖିବେ ।
ସମାବେଶରେ ରାଜ୍ୟର ଉଚ୍ଚଶିକ୍ଷାର ବିକାଶ ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଓ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯିବ । ଏଥିରେ ବିଜୁ ଛାତ୍ର ଜନତା ଦଳର ସମର୍ଥିତ ସମସ୍ତ ଛାତ୍ର ସଂସଦ ପ୍ରତିନିଧି, ରାଜ୍ୟ ସାଂଗଠନିକ କମକର୍ତା, ଜିଲ୍ଲା ଛାତ୍ର ସଭାପତି ଓ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରତିନିଧିମାନେ ଉପସ୍ଥିତି ରହିବେ । ସମାବେଶକୁ ସଫଳ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏକ ୫ ଜଣିଆ ସମାବେଶକୁ ସଫଳ କରିବା ପାଇଁ ଏହି କମଟି କାର୍ଯ୍ୟ କରିବ ।
ଏତଦ୍ବ୍ୟତିତ ରାଜ୍ୟରେ ଉଚ୍ଚଶିକ୍ଷାର ଭିତିଭୂମିର ବିକାଶ ସହ ୮୦ଟି ବ୍ଲକ୍ରେ ଆଇଟିଆଇ ସ୍ଥାପନ, ୧୩ଗୋଟି ସରକାରୀ ପଲିଟେକ୍ନିକ ପାଇଁ ଛାତ୍ରୀ ନିବାସ ନିର୍ମାଣ, ବୈଷୟିକ ଶିକ୍ଷା ଗ୍ରହଣ ପାଇଁ ଋଣ ବ୍ୟବସ୍ଥାକୁ ଦ୍ୱିଗୁଣିତ କରିବା, ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ବିଦେଶରେ ଉଚ୍ଚଶିକ୍ଷା ଲାଭ ପାଇଁ ଋଣ ପ୍ରଦାନ, ଲକ୍ଷାଧିକ ଜନଜାତି ବାଳିକାଙ୍କ ନିମନ୍ତେ ଛାତ୍ରୀ ନିବାସ ନିର୍ମାଣ, ମହାବିଦ୍ୟାଳୟ ଛାତ୍ରୀଙ୍କୁ ଆତ୍ମରକ୍ଷା କୌଶଳ ପ୍ରଦାନ, ନିଯୁକ୍ତି ମେଳା ମାଧ୍ୟମରେ ୫୦ହଜାର ଯୁବକଯୁବତୀଙ୍କୁ ନିଯୁକ୍ତି ସହିତ ମେଧାବୀ ଛାତ୍ରଛାତ୍ରୀଙ୍କୁ ମେଧାବୃତି ପ୍ରଦାନ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ପ୍ରଦାନ ଭଳି ରାଜ୍ୟ ସରକାରଙ୍କ ଉଲ୍ଲେଖନୀୟ ଯୋଜନାକୁ ଛାତ୍ର ସମାଜ ମାଧ୍ୟମରେ ତୃଣମୁଳସ୍ତରରେ ପହଂଚାଇବାକୁ ଲକ୍ଷ୍ୟ ରଖାଯାଇଛି ।
ଏଥି ସହିତ ଓଡ଼ିଶା ନଲେଜ୍ କର୍ପୋରେସନ ଲି. ପ୍ରତିଷ୍ଠା ମାଧ୍ୟମରେ ପ୍ରଯୁକ୍ତିବିଦ୍ୟା ସାମର୍ଥ୍ୟ ଶିକ୍ଷା ପ୍ରଦାନ, ୨୦୦ ମହାବିଦ୍ୟାଳୟରେ ବ୍ରଡ୍ବ୍ୟାଣ୍ଡ୍ ସେବା ପ୍ରଦାନ, ଇ-ଆଡମିଶନ୍ ମାଧ୍ୟମରେ ପରୀକ୍ଷା ପଦ୍ଧତିରେ ସ୍ୱଚ୍ଛତା ଆଣିବା, ସ୍ମାର୍ଟ କ୍ଲାସ, ୱାଇଫାଇ କ୍ୟାମ୍ପସ, ନେଟ କୋଚିଂ କ୍ଲିନକ୍ ଭଳି ଗୁଣାତ୍ମକ କାର୍ଯ୍ୟକ୍ରମମାନର ସଫଳ ରୂପାୟନ ସଂପର୍କରେ ଛାତ୍ରମାନଙ୍କୁ ଅବଗତ କରାଇବା ସମାବେଶର ଉଦେ୍ଧଶ୍ୟ ରହିଛି ।
ଯୁବ ସମାଜକୁ ଗୁରୁତ୍ୱ ପ୍ରଦାନ କରି ଯୁବଶକ୍ତି ମାଧ୍ୟମରେ ରାଜ୍ୟର ପ୍ରଗତି ନିମନ୍ତେ ରାଜ୍ୟ ସରକାର ରାଜ୍ୟ ଯୁବନୀତି ପ୍ରଣୟନ କରିଛନ୍ତି । ମହିଳା ଏବଂ ଯୁବତୀମାନଙ୍କୁ ସଶକ୍ତିକରଣ କରାଇବା ଏବଂ ରାଜ୍ୟର ବିକାଶରେ ସେମାନଙ୍କୁ ସାମିଲ କରିବା ଲକ୍ଷ୍ୟରେ ରାଜ୍ୟ ବାଳିକା ଓ ମହିଳା ନୀତି ମଧ୍ୟ ପ୍ରଣୟନ କରାଯାଇଛି । ଛାତ୍ରୀମାନଙ୍କୁ ଶିକ୍ଷାର ସର୍ବୋଚ୍ଚ ସୋପାନକୁ ନେବା ତଥା ଶିକ୍ଷା କ୍ଷେତ୍ରରେ ସେମାନଙ୍କୁ ମର୍ଯାଦା ପ୍ରଦାନ କରିବା ଲକ୍ଷ୍ୟନେଇ ରାଜ୍ୟ ସରକାର ଐତିହାସିକ ପଦକ୍ଷେପ ସ୍ୱରୂପ ଓଡିଶାରେ ରମାଦେବୀ ମହିଳା ମହାବିଦ୍ୟାଳୟକୁ ପ୍ରଥମ ଏକକ ମହିଳା ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ କରିଛନ୍ତି । ରାଜ୍ୟ ସରକାରଙ୍କର ଏସମସ୍ତ ଛାତ୍ରନିସନ୍ଧିଷôୁ ଯୋଜନା ଏବଂ ଛାତ୍ରଶକ୍ତି ମାଧ୍ୟମରେ ଓଡିଶାର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଆଦି ବିଭିନ୍ନ ବିଷୟ ଏହି ସମାବେଶରେ ରାଜ୍ୟର ଛାତ୍ରସମାଜକୁ ଅଭିମନ୍ତ୍ରିତ କରାଯିବାର ଉଦେ୍ଧଶ୍ୟ ରହିଛି ।

Share in top social networks!

ଦ୍ରେନିକ ‘ଶ୍ରୁତି’ର ଚତୁର୍ଥ ସ୍ବନକ୍ଷେତ୍ର ଉତ୍ସବରେ ବକ୍ତାମାନଙ୍କ ମତ ଗଣମାଧ୍ୟମ ସମାଜକୁ ସତ୍‍ମାର୍ଗରେ ପରିଚାଳିତ କରୁ

srutimediaସମାଜ ଉପରେ ସମ୍ବାଦ ପତ୍ର ତଥା ଗଣମାଧ୍ୟମର ପ୍ରଭାବ ପ୍ରତ୍ୟେକ କ୍ଷେତ୍ରରେ ଉପଲବ୍ଧ କରି ହେଉଛି । ରାଜନୀତି ଠାରୁ ଆରମ୍ଭ
କରି ସାଧାରଣ ଜୀବନରେ ଗଣମାଧ୍ୟମର ପ୍ରଭାବ ପରିଲକ୍ଷିତ ହେଉଛି । ସମାଜକୁ ଗଣମାଧ୍ୟମ ଯେଉଁ ବାଟରେ କଢାଇ ନେବ, ସମାଜ ସେହି ମାର୍ଗରେ ପରିଚାଳିତ ହେବ । ଲୋକମାନଙ୍କ ଚିନ୍ତାଧାରାରେ ସକରାତ୍ମକ ପରିବର୍ତ୍ତନ ଆଣି ଆଦର୍ଶ ସମାଜ ଗଠନ କରିବା ଓ ବିକାଶ ମାର୍ଗରେ ଆଗକୁ ବଢିବା ପାଇଁ ସମାଜକୁ ଉଚିତ ଦିଗଦର୍ଶନ ଦେବା ସମ୍ବାଦପତ୍ରର କର୍ତ୍ତବ୍ୟ । ଏହି କର୍ତ୍ତବ୍ୟ ସଂପାଦନରେ ଗଣମାଧ୍ୟମଗୁଡିକ ବ୍ରତୀ ହେବା ଉଚିତ । ‘ଶ୍ରୁତି’ର ଚତୁର୍ଥ ସ୍ବନକ୍ଷତ୍ର ଉତ୍ସବର ସ୍ବର୍ଣ୍ଣିମ ସନ୍ଧ୍ୟାରେ ପ୍ରମୁଖ ବକ୍ତାମାନେ ଏଭଳି ମତପୋଷଣ କରିଛନ୍ତି ।

ସ୍ଥାନୀୟ ‘ଭାରତୀୟ ବିଦ୍ୟା ମନ୍ଦିର’ରେ ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଥିବା ଏହି ଉତ୍ସବରେ ଯୋଗ ଦେଇ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କହିଥିଲେ ଏବେ ‘ୱେବ ଗଣମାଧ୍ୟମ’ ଯୋଗୁଁ ବୈଦୁ୍ୟତିକ ଓ ମୁଦ୍ରିତ ଗଣମାଧ୍ୟମ ଚାପରେ ଅଛନ୍ତି । କିନ୍ତୁ ସମ୍ବାଦ ପରିବେଷଣରେ ଅଭିନବ ଶୈଳୀ , ପାଠକମାନଙ୍କ ରୁଚି ଅନୁସାରେ ଖବର ପରିବେଷଣ, ଖବରକାଗଜର ପ୍ରାସଙ୍ଗିକତା ଓ ଆବଶ୍ୟକତା ବଜାୟ ରହିଛି । ଏହି ଉତ୍ସବରେ ରାଜ୍ୟ ପରିବାର କଲ୍ୟାଣ ଓ ସୂଚନା ତଥା ଲୋକସମ୍ପର୍କ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାଏକ ଯୋଗ ଦେଇ କହିଥିଲେ ଯେ, ଖବର ପରିବେଷଣରେ ନିର୍ଭୀକତା , ସ୍ବଚ୍ଛତା ଓ ସ୍ପଷ୍ଟବାଦିତା ଗୋଟିଏ ଗଣମାଧ୍ୟମକୁ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଥାଏ । ଦୀର୍ଘ ଚାରିବର୍ଷ ହେଲା ‘ଶ୍ରୁତି’ ଏହି ମାର୍ଗରେ ପରିଚାଳିତ ହୋଇ ସାମ୍ବାଦିକତା କ୍ଷେତ୍ରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ଘାତ ପ୍ରତିଘାତ ମଧ୍ୟରେ ସମାଜର ନଗ୍ନ ସତ୍ୟକୁ ନିଖୁଣ ତଥା ଗଠନମୂଳକ ଭାବେ ପରିବେଷଣ କରିବାରେ ‘ଶ୍ରୁତି’ର ଅନନ୍ୟ ଉଦ୍ୟମ ପ୍ରଶଂସନୀୟ ବୋଲି ସେ କହିଥିଲେ ।

ଏହି ସନ୍ଧ୍ୟାରେ ସମ୍ମାନିତ ବକ୍ତା ଭାବେ ଯୋଗ ଦେଇଥିବା ବିଶିଷ୍ଟ ସାହିତି୍ୟକ ତଥା ପ୍ରାଧ୍ୟାପକ ଡ଼ଃ ଶାନ୍ତନୁ ଆଚାର୍ଯ୍ୟ କହିଥିଲେ ଯେ, ଗଣମାଧ୍ୟମ ସମାଜକୁ ଉଚିତ ମାର୍ଗରେ ଆନ୍ଦୋଳିତ କରିବା ଉଚିତ । ବିଶେଷ କରି ଓଡିଶା ଭଳି ଗୋଟିଏ ରାଜ୍ୟରେ ଲୋକମାନଙ୍କୁ ସେମାନଙ୍କ ସ୍ବାଭିମାନ ସହିତ ପରିଚୟ କରାଇବା ସମ୍ବାଦପତ୍ରର ଧର୍ମ । ଓଡିଶାବାସୀଙ୍କ ସଂସ୍କୃତି, ପରମ୍ପରା ଓ ଇତିହାସ ‘ପାଇକ ସଂସ୍କୃତି ସର୍ବସ୍ବ’ । ଓଡିଶାର ମାଟି ସବୁଠାରୁ ଉର୍ବର । କିନ୍ତୁ ସବୁଜ ବିପ୍ଲବ ସତ୍ତ୍ୱେ ଏଠାରେ କୃଷି ସଫଳ ନହେବା ପଛରେ କାରଣ ହେଉଛି ଓଡିଶାବାସୀଙ୍କ ଧମନୀରେ ବୀରତ୍ୱର ରକ୍ତ ପ୍ରବାହିତ ହେଉଛି । ସେମାନେ ପୂର୍ବରୁ ବାଲି, ଇଣ୍ଡୋନେସିଆ, ସୁମାତ୍ରା ପ୍ରଭୃତି ଦେଶକୁ ଯାଇ ବାଣିଜ୍ୟ କରୁଥିଲେ । ଅଥବା ବୀରତ୍ୱ ବଳରେ ବିଭିନ୍ନ ରାଜ୍ୟ ଜୟ କରି ଓଡିଶାକୁ ସମୃଦ୍ଧିଶାଳୀ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେମାନଙ୍କ ହାତରେ ଲଙ୍ଗଳ ଧରାଇ ଦେବାରୁ ସେମାନେ ଏତେ ସଫଳ ହେଉ ନାହାଁନ୍ତି । ଓଡିଶାର ମାଟି ସ୍ବର୍ଣ୍ଣଫଳା । ଓଡିଶାର ଖଣି, ଖାଦାନର ସଦୁପଯୋଗ ହେବା ଉଚିତ । ଶିଳ୍ପ ମାଧ୍ୟମରେ ଖଣିଜ ପଦାର୍ଥକୁ ଏହି ଠାରେ ହିଁ ଧାତୁ ଓ ଧାତବ ପଦାର୍ଥରେ ପରିଣତ କରି ବିଦେଶକୁ ରପ୍ତାନୀ କରାଯାଉ । ଏଭଳି ଶିଳ୍ପାୟନ ପାଇଁ ଏକଦା ବିଜୁ ବାବୁ ସ୍ବପ୍ନ ଦେଖିଥିଲେ । ବିକାଶର ଏହି ସ୍ବପ୍ନ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦେଖୁଛନ୍ତି । ସେମାନଙ୍କ ସ୍ବପ୍ନକୁ ଫଳପ୍ରସୂ କରିବା ପାଇଁ ଓଡିଶାବାସୀଙ୍କ ଚିନ୍ତା ଓ କାର୍ଯ୍ୟଧାରାରେ ପରିବର୍ତ୍ତନ ଆବଶ୍ୟକ । ଏହି ପରିବର୍ତ୍ତନ ପାଇଁ ସମ୍ବାଦପତ୍ର ତଥା ଗଣମାଧ୍ୟମ ଗୁଡିକ କାର୍ଯ୍ୟ କରିବା ଉଚିତ । ଜନମାନସକୁ ସେହି ମାର୍ଗରେ ବାଟ କଢାଇ ନେବା ସେମାନଙ୍କ କର୍ତ୍ତବ୍ୟ ହେବା ଉଚିତ । ଶିଳ୍ପର ଅଭିବୃଦ୍ଧି ଘଟିଲେ ଓଡିଶାର ବିକାଶ ଘଟିବ । ତେଣୁ ଓଡିଶା ପାଇଁ ଏକ ଶୃଙ୍ଖଳିତ ସମାଜ ଓ ବିକଶିତ ରାଜ୍ୟ ଗଠନ କରିବା କ୍ଷେତ୍ରରେ ଲୋକମାନଙ୍କୁ ସଚେତନ କରାଇବା ହେଉଛି ଗଣମାଧ୍ୟମର ମୁଖ୍ୟ କର୍ତ୍ତବ୍ୟ ।

ଏହି ସଭାରେ ସମ୍ମାନିୀତ ଅତିଥି ଭାବେ ଯୋଗ ଦେଇଥିବା ରାଜ୍ୟ ପଞ୍ଚାୟତିରାଜ ଓ ବିଧି ମନ୍ତ୍ରୀ ଅରୁଣ କୁମାର ସାହୁ କହିଥିଲେ ବୈଦୁ୍ୟତିକ ଓ ମୁଦ୍ରିତ ଗଣମାଧ୍ୟମ ମଧ୍ୟରେ ଏକ ଶୀତଳ ଯୁଦ୍ଧ ସୃଷ୍ଟି ହୋଇଛି । ତଥାପି ପାଠକମାନଙ୍କ ରୁଚିକୁ ଧ୍ୟାନରେ ରଖି ଖବର କାଗଜ ଗୁଡିକ ଯେଭଳି ଖବର ପରିବେଷଣ କରୁଛନ୍ତି ତାହା ସମାଜ ଉପରେ କି ପ୍ରଭାବ ପକାଉଛି ତାହା ସମୀକ୍ଷା କରାଯାଉ । କେବଳ ବ୍ୟବସାୟିକ ଉଦ୍ଦେଶ୍ୟ ରଖି ଖବର ପରିବେଷଣ କରାଗଲେ ତାହାର ନକରାତ୍ମକ ପ୍ରଭାବ ସମାଜ ଉପରେ ପଡେ । ବ୍ୟବସାୟିକ ହିତକୁ ଦୃଷ୍ଟିରେ ରଖି ଖବର କାଗଜ ଚାଲିଲେ ହୁଏତ ଖବରକାଗଜ ସଂସ୍ଥାକୁ ସାମୟିକ ଫାଇଦା ମିଳିପାରେ । କିନ୍ତୁ ଏହାଦ୍ୱାରା ସମାଜର ଅପୂରଣୀୟ କ୍ଷତି ହୁଏ ।

ମୂଲ୍ୟବୋଧ ଓ ନୈତିକତା ଠାରୁ ଗଣମାଧ୍ୟମ ଦୂରେଇ ଯାଏ । ଗଣମାଧ୍ୟମର ପ୍ରଭାବ ଏବେ ସମାଜ ଉପରେ ଏତେ ଅଧିକ ହୋଇଯାଇଛି ଯେ, ସମାଜ ନିକଟରେ ଏକ ଆଦର୍ଶ ଉପସ୍ଥାପନ କରୁଥିବା ରାଜନେତାମାନେ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ମୁହଁ ଖୋଲିବାକୁ ଡରୁଛନ୍ତି । ‘ସନସନି ଖବର’ ପରିବେଷଣ କରିବା ପାଇଁ ଯେଭଳି ଉପାୟ ଅବଲମ୍ବନ କରାଯାଉଛି ତାହା ସ୍ଫୃହଣୀୟ ନୁହେଁ । ସମାଜର ସ୍ବାର୍ଥ, ହିତ ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିର୍ଭୀକ ଭାବେ ନିରପେକ୍ଷ ଓ ସ୍ପଷ୍ଟ ଖବର ପରିବେଷଣ ହେବା ଆବଶ୍ୟକ । ଏହି ସଭାରେ ‘ଶ୍ରୁତି’ର ସଂପାଦକ ଶ୍ରୀଯୁକ୍ତ ସର୍ବେଶ୍ୱର ମିଶ୍ର ସଭା ଆରମ୍ଭରେ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ବିଭିନ୍ନ ବକ୍ତାଙ୍କ ଅଭିଭାଷଣ ପରେ ସେମାନଙ୍କ ମତାମତ ସହିତ ସେ ସହମତି ପ୍ରକାଶ କରି କହିଥିଲେ ଯେ, ନୈତିକ ଓ ସିଦ୍ଧାନ୍ତଭିତ୍ତିକ ଖବର ପରିବେଷଣ କରିବା ପାଇଁ ‘ଶ୍ରୁତି’ ପ୍ରତିଶ୍ରୁତିବଦ୍ଧ । ଯେତେ ଅସୁବିଧା ପଡିଲେ ମଧ୍ୟ ସାମ୍ବାଦିକତାର ସ୍ବଧର୍ମରୁ ‘ଶ୍ରୁତି’ର ବିଚୁ୍ୟତି ହେବ ନାହିଁ ବୋଲି ସେ ଆଶ୍ୱାସନା ଦେଇଥିଲେ ।

ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ମାନୀତ କରାଯାଇଥିଲା । ସାମ୍ବାଦିକତା କ୍ଷେତ୍ରରେ ଶ୍ରେଷ୍ଠ ଉଦ୍ୟମ ଯୋଗୁଁ ‘ଶ୍ରୁତି’ର ସାମ୍ବାଦିକମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ‘ଶ୍ରୁତି’ର ନିର୍ବାହୀ ସଂପାଦକ କିଶୋର ଚନ୍ଦ୍ର ଗଡତିଆ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Share in top social networks!

ଆସନ୍ତା କାଲି ଉଦ୍ଘାଟନ ହେବ ବିଜୁ ପଟ୍ଟନାୟକ ବିମାନବନ୍ଦରର ନୂଆ ଟର୍ମିନାଲ

01 BIJU PATNAIAK INTERNATIONAL AIRPORT (5)ଆସନ୍ତା ୫ତାରିଖ ଦିନ ଉଦ ଘାଟନ ହେବ ଭୁବନେଶ୍ବରର ବିଜୁ ପଟ୍ଟନାୟକ ବିମାନବନ୍ଦରର ନୂଆ ଟର୍ମିନାଲ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କାର୍ଯ୍ୟକ୍ରମ ରହିଛି । କେନ୍ଦ୍ର ବିମାନଚଳାଚଳ ମନ୍ତ୍ରୀ ଅଜିତ ସିଂ ଏହି ଟର୍ମିନାଲର ଉଦ ଘାଟନ କରିବେ । ଏଥିପାଇଁ ନୂଆ ରୂପରେ ସଜା ଯାଇଛି ବିମାନ ବନ୍ଦର ।

ପ୍ରବେଶ ପଥରେ ଓଡିଶାର କଳା ସଂସ୍କୃତିକୁ ନେଇ ବିଭିନ୍ନ ପ୍ରକାର ଚିତ୍ର ଅଙ୍କାଯାଉଥିବା ବେଳେ ପ୍ରସ୍ତାନ ପଥରେ ସୁନ୍ଦର ଗଛ ଲଗାଯାଇଛି । ଏହି ଟର୍ମିନାଲ କାର୍ଯ୍ୟକ୍ରମ ହେବା ପରେ ଏହି ବିମାନବନ୍ଦରକୁ ଆନ୍ତର୍ଜାତୀୟ ବିମାନ ବନ୍ଦରର ମାନ୍ୟତା ମିଳିବ ବୋଲି ଆଶାକରାଯାଉଛି । ଏହି ଟର୍ମିନାଲ କାର୍ଯ୍ୟ କ୍ଷମ ହେବାପରେ ଭୁବନେଶ୍ଵର ବିମାନବନ୍ଦରରେ ଏକାସାଙ୍ଗେ ୯ଟି ବିମାନ ଉଡାଣ କରିବା ଠାରୁ ଆରମ୍ଭ କରି ଅବତରଣ ମଧ୍ୟ କରିପାରିବ ।

୨ଲକ୍ଷ ବର୍ଗ ଫୁଟ ଅଞ୍ଚଳରେ କରାଯାଇଥିବା ଏହି ଟର୍ମିନାଲରେ ଯାତ୍ରୀ ମାନଙ୍କ ପାଇଁ ବିଶେଷ ସୁବିଧା କରାଯାଇଛି । ଏଠାରେ ୬ଶହ ଯାତ୍ରୀ ମାନଙ୍କ ପାଇଁ ବିଶ୍ରାମ ସ୍ଥଳୀ ରହିଥିବାବେଳେ ଯାତ୍ରୀମାନଙ୍କ ପାଇଁ ଏସିର ଗୃହ ,ସାଧାରଣ ଯାତ୍ରୀଙ୍କ ସମସ୍ତ ବ୍ୟବସ୍ଥା,୩ଟି ଲାଉଞ୍ଜ,୪ଟିଲିପ୍ଟ,ସୂର୍ଯ୍ୟକିରଣ ପଡୁଥିବା ହାଇସିଲିଙ୍ଗ ପରି ବ୍ୟବସ୍ଥା କରାଯାଇଛି ।

Share in top social networks!

ଟୁଇନସିଟି ରେ ଗଡିବ ଆଉ ୫୦ ନୂଆ ସିଟିବସ !

ରାଜଧାନୀ ଭୁବନେଶ୍ୱର ଓ କଟକବାସୀଙ୍କୁ ନୂଆବର୍ଷର ଭେଟି | ୨୦୧୩ ମସିହା ମାର୍ଚ ମାସ ସୁଦ୍ଧା ଟୁଇନସିଟିରେ ଗଡିବ ଆଉ ୫୦ ଟି ନୂଆବସ | ଯେଉଁଥିରେ ୧୦ଟି ଶୀତତାପ ନିୟନ୍ତ୍ରିତ ବସ ରହିଛି | ଏଥିପାଇଁ ୨୦ କୋଟିଟଙ୍କା ଅର୍ଥ ବ୍ୟୟବରାଦ କରାଯାଇଥିବା କଥା ଭୁବନେଶ୍ୱର ମହାନଗର ନିଗମ ମେୟର ଅନନ୍ତ ନାରାୟଣ ଜେନା ପ୍ରକାଶ କରିଛନ୍ତି |
25 CITY BUS DUTY START.ASHOK
ମୁମ୍ବାଇ, କଲିକତା, ଦିଲ୍ଲୀ ପରି ମେଟ୍ରୋ ସହରରେ ଯାତ୍ରୀ ପରିବହନ ଢାଞ୍ଚା ପରି ଏହି ଦୁଇ ସହରରେ ଯାତ୍ରୀ ପରିବହନ ସେବା ଯୋଗାଇ ଦେବାପାଇଁ ବ୍ୟବସ୍ଥା ଆରମ୍ଭ କରାଯାଇଛି | ଏଥିପାଇଁ ବିପିଟିସିଏଲ ସଂସ୍ଥା ପକ୍ଷରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଥିବା ଜଣାପଡିଛି | ଏହି ୫୦ଟି ସିଟିବସ ଏହି ଦୁଇ ସହରରେ ଚାଲିବ | ଯେଉଁସବୁ ସ୍ଥାନ ମାନଙ୍କୁ ବସ ଚଳାଚଳ କରି ପାରୁନଥିଲା ରାଜଧାନୀର ସେହିସବୁ ଅଞ୍ଚଳକୁ ବସ ଚଳାଚଳ କରିବବୋଲି ଆଶା କରାଯାଉଛି | ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନ ରାଜଧାନୀ ଭୁବନେଶ୍ୱର, କଟକ, ପୁରୀ ଓ ଜଟଣୀ ସହରକୁ ୧୨୫ଟି ସିଟିବସ ଚଳାଚଳ କରୁଛି |

Share in top social networks!