ଭକ୍ତଦାସ ଗ୍ରାମସଭାକୁ ପ୍ରଭାବିତ କରିଛନ୍ତି –ବଳଭଦ୍ର ମାଝୀ

mpbhaktadasମାନ୍ୟବର ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବେଦାନ୍ତ କମ୍ପାନୀକୁ ବକ୍ସାଇଟ ଯୋଗାଣ ନିମନ୍ତେ ନିୟମଗିରି ପର୍ବତମାଳାରୁ ଖଣିଖନନ ନେଇ କଳାହାଣ୍ଡି ଜିଲ୍ଲାରେ ହୋଇଥିବା ଗ୍ରାମସଭାଗୁଡିକୁ କଂଗ୍ରେସ ସାଂସଦ ତଥା AICC ମୁଖପାତ୍ର ଭକ୍ତ ଚରଣ ଦାସ ଖୋଲାଖୋଲି ଭାବେ ପ୍ରଭାବିତ କରିଛନ୍ତି । ଏହା ଦ୍ଵାରା ବାସ୍ତବ ଚିତ୍ର ପ୍ରକାଶ ପାଇନାହିଁ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନାମାକୁ ବିରୁଦ୍ଧାଚରଣ କରୁଛି ବୋଲି ପୂର୍ବତନ ମନ୍ତ୍ରୀ ତଥା କଳାହାଣ୍ଡି ଜିଲ୍ଲା ବିଜୁ ଜନତା ଦଳ ସଭାପତି ବଳଭଦ୍ର ମାଝୀ ପ୍ରକାଶ କରିଛନ୍ତି ।

ଶ୍ରୀ ମାଝୀ ଏକ ପ୍ରେସ ବିବୃତିରେ କହିଛନ୍ତି ଯେ,ନିୟମଗିରି ପର୍ବତମାଳାରୁ ବକ୍ସାଇଟ ଉତ୍ତୋଳନ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କଳାହାଣ୍ଡି ଜିଲ୍ଲାର ୫ ଟି ଓ ରାୟଗଡା ଜିଲ୍ଲାର ୭ ଟି ଗ୍ରାମରେ ଗ୍ରାମସଭା ହେବାକୁ ହେବାକୁ ସ୍ଥିର ହୋଇଛି । ସଂପୃକ୍ତ ଗ୍ରାମର ଗ୍ରାମବାସୀମାନେ ନିଜସ୍ଵ ମତ ରଖିବାକୁ ମାନ୍ୟବର ସୁପ୍ରିମକୋର୍ଟ ଦର୍ଶାଇଛନ୍ତି । ଇତି ମଧ୍ୟରେ କଳାହାଣ୍ଡି ଜିଲ୍ଲାର ତିନୋଟି ଗ୍ରାମରେ ଗ୍ରାମ ସଭା ସରିଲାଣି ମାତ୍ର ତାହା ବର୍ତ୍ତମାନର ସାଂସଦ ଶ୍ରୀ ଦାସ ଏବଂ ସେଠାକାର ଗ୍ରାମବାସୀମାନେ ଖୋଲାମତ ରଖିବା ପରିବର୍ତ୍ତେ ସେମାନଙ୍କ ଦ୍ଵାରା ବିଭିନ୍ନ ଉପାୟରେ ପ୍ରଭାବିତ ହୋଇ ମତ ରଖିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ,ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ପରେ ଗ୍ରୀନ କଳାହାଣ୍ଡିର ସଦସ୍ୟମାନେ ସଂପୃକ୍ତ ଗ୍ରାମଗୁଡିକ ବାରମ୍ବାର ଗସ୍ତକରି ସଭାସମିତି ଓ ଅନ୍ୟାନ୍ୟ ଭାବରେ ଲୋକମାନଙ୍କୁ ପ୍ରବର୍ତ୍ତାଇ ଆସୁଥିଲେ । ଏହାଛଡା ଗ୍ରାମସଭାରେ ସାଂସଦ କିମ୍ବା ବିଧାୟକ ପରି ଲୋକ ପ୍ରତିନିଧି ରହିବାର ବିଜ୍ଞପ୍ତି ନଥିଲେ ବି ସାଂସଦ ଶ୍ରୀ ଦାସ ନିଜ ପକ୍ଷରୁ ଯାଇ ଗ୍ରାମସଭାକୁ ପ୍ରଭାବିତ କରିବାର ପ୍ରୟାସ କରିଥିଲେ ।

ପରେ ସେ ଗଣମାଧ୍ୟମକୁ କହିଥିଲେ ଯେ,ନିୟମଗିରି ଖଣି ଉତ୍ତୋଳନ ହେବା କଥା ନୁହେଁ । ଏ ସବୁର ସ୍ପଷ୍ଟ ହେଉଛି ଯେ,ଶ୍ରୀ ଦାସଙ୍କ ଇଙ୍ଗିତରେ ସମସ୍ତ ଗ୍ରାମସଭା ପ୍ରଭାବିତ ହୋଇଛି । ଶ୍ରୀ ମାଝୀ କହିଛନ୍ତି ଯେ,ଏହି ଅଞ୍ଚଳର କୂଟିଆ କନ୍ଧ ପରିବାରରେ ଜନ୍ମ ହୋଇ ଆଦିବାସୀ ସମ୍ପ୍ରଦାୟର ଧର୍ମ,ସଂସ୍କୃତି ଓ ଭାଷା ସହିତ ଅଙ୍ଗାଅଙ୍ଗି ଜଡିତ ଥାଇ କ୍ରମାଗତ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ସେ ଦୃଷ୍ଟିରୁ ଜଣେ ପ୍ରତିନିଧିତ୍ଵ ହିସାବରେ ଗ୍ରାମସଭା ପୂର୍ବରୁ ଲୋକମାନଙ୍କ ନିକଟକୁ ଯାଇ ସେମାନଙ୍କୁ ନିଜ ଭାଷାରେ ଭଲଭାବେ ମତାମତ ଦେଇ ପାରିଥାନ୍ତେ । କିନ୍ତୁ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ସେ ଏପରି କରି ନଥିବା ବେଳେ ଭକ୍ତବାବୁ ଗ୍ରାମସଭାରେ ଉପସ୍ଥିତ ରହିବା କେତେ ଯୁକ୍ତିଯୁକ୍ତ ବୋଲି ଶ୍ରୀ ମାଝୀ ପ୍ରଶ୍ନ କରିଛନ୍ତି ।

Share in top social networks!