ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରେ ୬୬ ତମ ସାଧାରଣତନ୍ତ୍ର ଦିବସ ପାଳିତ

buବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ୬୬ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଅଛି । ଆୟୋଜିତ ଉସ୍ରବରେ ମୁଖ୍ୟ ଅତିଥି ଭାବେ କୁଳପତି ଦାୟିତ୍ଵରେ ରହିଥିବା ତଥା ସ୍ନାତ୍ତକୋତର ବିଭାଗ ସମୂହ ଅଧ୍ୟକ୍ଷ ପ୍ରଫେସର ପ୍ରଶାନ୍ତ କୁମାର ପାଢୀ ଯୋଗଦେଇ ପ୍ରଥମେ ପ୍ରଶାସନିକ ଭବନ ସମ୍ମୁଖ ଓ ପରେ ସ୍ନାତ୍ତକୋତର ବିଭାଗ ସମ୍ମୁଖରେ ପତ୍ତ।କା ଉତ୍ତୋଳନ ପୂର୍ବକ ନିଜର ବକ୍ତବ୍ୟରେ ସେ ‘’ଜଗତ୍ତିକରଣ’’ ଉପରେ ଗୁରୁତ୍ଵାରୋପ କରିଥିଲେ । ଆୟୋଜିତ ଉସ୍ରବରେ କୁଳସଚିବ ପ୍ରଫେସର ମନ୍ମଥ ପାଢୀ କାର୍ଯ୍ୟକ୍ରମ ପରିଚାଳନା ତଥା ଅଧ୍ୟକ୍ଷତା କରିଥିବା ସହ ନିଜର ବକ୍ତବ୍ୟରେ ସେ, ଦେଶର ହିତ୍ତ ସକାଶେ ସମସ୍ତଙ୍କୁ ସଂକଲ୍ପବୋଧ ହୋଇ କାର୍ଯ୍ୟ କରିବା ଆବଶ୍ୟକ ବୋଲି କହିଥିଲେ ।

ଏବଂ ସ୍ନାତ୍ତକୋତର ଛାତ୍ରାବାସ ସମୂହ ୱାର୍ଡେନ ତଥା ଓଡିଆ ବିଭାଗ ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକ ପ୍ରଶାସନିକ ଭବନ ସମ୍ମୁଖରେ ଆୟୋଜିତ କାର୍ଯ୍ୟକ୍ରମ ରେ ଧନ୍ୟବାଦ ଅର୍ପଣ କରିଥିବାବେଳେ ଡ॰ସୁନୀଲ କାନ୍ତ ପଟ୍ଟନାୟକ ସ୍ନାତ୍ତକୋତର ବିଭାଗ ସମ୍ମୁଖ କାର୍ଯ୍ୟକ୍ରମ ରେ ଧନ୍ୟବାଦ ଅର୍ପଣ କରିଥିଲେ । ଏଥି ଅବସରରେ ଏଠାରେ ପରୀକ୍ଷା ବିଭାଗ ନିୟନ୍ତ୍ରକ ପ୍ରଫେସର ଅରୁଣ ପଣ୍ଡା ,ଦୂରଶିକ୍ଷା ବିଭାଗ ନିର୍ଦ୍ଧେଶକ ପ୍ରଫେସର ନିର୍ମଳ ଚନ୍ଦ୍ର ସାହୁ,ଛାତ୍ର କଲ୍ୟାଣ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଦଳାଇ , କିଶୋର ଚନ୍ଦ୍ର କହଁର, ସୁକାନ୍ତ ବେହେରା,ଡ॰ମିହିରକାନ୍ତ ତ୍ରିପାଠୀ ଙ୍କ ସମେତ ପୂର୍ବତ୍ତନ ଛାତ୍ର ସାଂସଦ ସଭାପତି ଭବାନିକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ବିଶ୍ଵବିଦ୍ୟାଳୟ ର ବହୁ କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ । ପରିଶେଷରେ ଛାତ୍ର ସାଂସଦ ପକ୍ଷରୁ ମଧ୍ୟ ପତ୍ତ।କା ଉତ୍ତୋଳନ କରାଯାଇଥିଲା ।

Share in top social networks!

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଛାତ୍ର ସଂସଦ ପକ୍ଷରୁ ‘’ମହା ସ୍ଵାଗତ ସମାରୋହ’’ ଆୟୋଜିତ

buuବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ପକ୍ଷରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ପ୍ରେତକ୍ଷାଳୟ ଠାରେ ନବାଗତ ଛାତ୍ରଛାତ୍ରୀ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ନିମନ୍ତେ ଏକ ‘’ମହା ସ୍ଵାଗତ ସମାରୋହ’’ ମହାଡମ୍ବର ସହକାରେ ଆୟୋଜିତ ହୋଇଥିଲା,ଯାହାକି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଇତିହାସ ରେ ପ୍ରଥମ ଥର ପାଇଁ ଏହିଭଳି କାର୍ଯ୍ୟକ୍ରମ ତଥା ମହା ସ୍ଵାଗତ ସମାରୋହ ଦୃଶ୍ୟମାନ ।

ଆୟୋଜିତ ସମାରୋହ ର ପ୍ରଥମ ପର୍ଯ୍ୟାୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏନେଇ ଏଠାରେ ସ୍ନାତ୍ତକୋତ୍ତର ବିଭାଗ ସମୂହ ଅଧ୍ୟକ୍ଷ ପ୍ରଫେସର ପ୍ରଶାନ୍ତ କୁମାର ପାଢୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ସହ ସ୍ଵାଗତ ଭାଷଣ ମଧ୍ୟ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥିଭାବେ ସାମ୍ବାଦିକ ଓ ଗଣଯୋଗାଯୋଗ ବିଭାଗ ମୁଖ୍ୟ ପ୍ରଫେସର ସୁନୀଲ କାନ୍ତ ବେହେରା,ଛାତ୍ର ସଂସଦ ଉପଦେଷ୍ଟା ପ୍ରଫେସର॰ପି॰ସି ମିଶ୍ର,ସହ-ଉପଦେଷ୍ଟା ପ୍ରଫେସର କାଳୀଚରଣ ସାହୁ ଓ ଡ॰ସୁନୀଲ କୁମାର ପ୍ରଧାନ ଙ୍କ ସମେତ ଛାତ୍ର ସଂସଦ ପକ୍ଷରୁ ସଭାପତି ଦୀପକ କୁମାର ପ୍ରଧାନ,ସମ୍ପାଦକ ପୁର୍ନେନ୍ଦୁ ପ୍ରିୟତୋଷ ଓ ସହ-ସମ୍ପାଦକ ସୁମିତ କୁମାର ରାଉତ ପ୍ରମୁଖ ମଞ୍ଚାସୀନ ଥିଲେ । ସଭା ଶେଷରେ ଛାତ୍ର ସଂସଦ ସମ୍ପାଦକ ପୁର୍ନେନ୍ଦୁ ପ୍ରିୟତୋଷ ଧନ୍ୟବାଦ ଅର୍ପଣ କରିଥିବା ପରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଚଳିତ ବର୍ଷ ନଭେମ୍ବର ମାସ ରେ ହେବାକୁ ଥିବା ସର୍ବଭାରତୀୟ ଜାତୀୟ ସ୍ତରୀୟ ଯୁବ ମହୋସ୍ରବ ର ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।

ଉକ୍ତ ବୈଠକ ପରେ ଏଠାରେ ଜଣ ଜଣ କରି ସମସ୍ତ ବିଭାଗର କ୍ଳାସ ରିପ୍ରେଜେନଟେଟିଭ ସମେତ ନିଜ ନିଜ ବିଭାଗ ର ନବାଗତ ତଥା ପ୍ରଥମ ବର୍ଷ ଛାତ୍ରଛାତ୍ରୀ ଙ୍କୁ ମଞ୍ଚ ଉପରକୁ ଆମନ୍ତ୍ରିତ କରାଯାଇ ସମସ୍ତ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ ପୂର୍ବକ ଅତିଥି ମାନଙ୍କ ଦ୍ଵାରା ସ୍ଵାଗତ-ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାବେଳେ ଏଠାରେ ଶତାଧିକ ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିବା ଦେଖାଯାଇଅଛି ।

Share in top social networks!